ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ଋଣଭାର ଏବେ ଅହେତୁକ ଭାବେ ବୃଦ୍ଧି ପାଇଛି। ବର୍ଷେ ମଧ୍ୟରେ ପାକିସ୍ତାନ ସରକାର ଏତେ ପରିମାଣର ଋଣ କରିଛନ୍ତି ଯେ, ଏତେ ଋଣ କେବେ ବି ଆଗରୁ ହୋଇନଥିଲା। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଗତବର୍ଷ କ୍ଷମତାକୁ ଆସିବା ପରେ ଅଗଷ୍ଟ ମାସ ଶେଷ ସୁଦ୍ଧା ୭୫୦୦ ବିଲିୟନର ପାକିସ୍ତାନୀ ଟଙ୍କାର ଋଣ କରିଛନ୍ତି। ପାକିସ୍ତାନ ୨୮୦୪ ବିଲିୟନ ଟଙ୍କା ବୈଦେଶିକ ଋଣ କରିଥିବା ବେଳେ ୪ […]
ନୂଆଦିଲ୍ଲୀ: ଚୀନ ରାଷ୍ଟ୍ରପତି ସି ଜିନ୍ ପିଙ୍ଗଙ୍କ ଭାରତ ଗସ୍ତ ପୂର୍ବରୁ ସ୍ୱର ବଦଳାଇଲା ବେଜିଂ। କାଶ୍ମୀର ଭାରତ ଓ ପାକିସ୍ତାନର ଦ୍ୱିପାକ୍ଷିକ ପ୍ରସଙ୍ଗ, ତେଣୁ ଆଲୋଚନା ଜରିଆରେ ଏହାର ସମାଧାନ ପାଇଁ ପରାମର୍ଶ ଦିଆଯାଇଛି ବୋଲି ଚୀନ୍ କହିଛି। ସେତିକି ନୁହେଁ, ଆତଙ୍କବାଦ ବିରୋଧରେ ଲଢିବା ସହ ଭାରତ-ଚାଇନା ମିଳିତ ସମରାଭ୍ୟାସ କରିବେ ବୋଲି ଜିନ୍ ପିଙ୍ଗ ଭାରତକୁ ଆଶ୍ୱସ୍ତି ଦେଇଛନ୍ତି। ଚଳିତ ବର୍ଷ ଡିସେମ୍ୱରରେ ଏହି ଆଣ୍ଟି-ଟେରର ସମରାଭ୍ୟାସ ହେବାକୁ ଯାଉଛି। କାଶ୍ମୀରରୁ ଭାରତ […]
ନୂଆଦିଲ୍ଲୀ: ଦେଶା ସାରା ବିଜୟା ଦଶମୀ ପାଳିତ ହେଉଥିବା ବେଳେ ଦିଲ୍ଲୀ ଦ୍ୱାରକା ରାମଲୀଳା ମୈଦାନରେ ମଧ୍ୟ ଗତକାଲି ରାବଣପୋଡ଼ି କାର୍ଯ୍ୟକ୍ରମରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇ ରାବଣର ପ୍ରତିକୃତିରେ ଅଗ୍ନି ସଂଯୋଗ କରିଥିଲେ। ମୋଦୀଙ୍କ ସହିତ ଦିଲ୍ଲୀ ବିଜେପି ଅଧ୍ୟକ୍ଷ ମନୋଜ ତିଓ୍ୱାରୀ ଓ ଦଳର ଅନ୍ୟ ବରିଷ୍ଠ ନେତା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାରତୀୟ ସଂସ୍କୃତି, ପରମ୍ପରାର ଗୁରୁତ୍ୱ ବର୍ଣ୍ଣନା କରି କହିଥିଲେ, ଆମେ […]
ଅମୃତସର: ପୁଣିଥରେ ସୀମା ଲଙ୍ଘିବାକୁ ଉଦ୍ୟମ କରିଛି ପାକିସ୍ତାନ। ଆଜି ପାକିସ୍ତାନ-ପଞ୍ଜାବ ସୀମାନ୍ତରେ ଇସଲାମାବାଦର ଏକ ଡ୍ରୋନ ଉଡ଼ୁଥିବା ସୁରକ୍ଷାକର୍ମୀ ଦେଖିବାକୁ ପାଇଛନ୍ତି। ପଞ୍ଜାବର ଫିରୋଜପୁରର ହୁସୱାନିୱାଲା ସୀମାନ୍ତ ଏଚକେ ଟାୱାର ନିକଟରେ ଏହି ପାକିସ୍ତାନୀ ଡ୍ରୋନ ଉଡ଼ୁଥିବା ବେଳେ ସୁରକ୍ଷାକର୍ମୀଙ୍କ ନଜର ଏହା ଉପରେ ପଡ଼ିଛି। ଏହି ଖବର ପରେ ବିଏସ୍ଏଫ୍ ଯବାନଙ୍କୁ ହାଇଆଲର୍ଟ ଜାରି କରାଯାଇଛି। ଭାରତ ଓ ପାକିସ୍ତାନ ସୀମାନ୍ତରେ ୫ଥର ଉଡ଼ିଥିବା ଏହି ଡ୍ରୋନ୍ଟି ଗୋଟିଏ ଥର ଭାରତୀୟ ସୀମାରେ ମଧ୍ୟ […]
ନାଗପୁର: ଆରଏସ୍ଏସ୍ ମୁଖ୍ୟ ମୋହନ ଭାଗବତ ଆଜି ମୋଦି-୨ ସରକାରଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ମୋଦି-୨ ସରକାର ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିବାରୁ ଭାଗବତ ଏହାକୁ ଏକ ସାହସିକ ପଦକ୍ଷେପ ବୋଲି ବର୍ଣ୍ଣନା କରିଛନ୍ତି। ସେହିପରି ଭିଡ଼ ହିଂସାରେ ଆରଏସ୍ଏସ୍ କେବେ ହେଲେ ସାମିଲ ହୋଇନାହିଁ ବୋଲି ମଧ୍ୟ ସେ କହିଛନ୍ତି। ଏଥିସହ କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ମୋଦି ସରକାର ଅମଳରେ ହେଉଥିବା ବିକାଶକୁ ସହ୍ୟ କରିପାରୁନାହାନ୍ତି ବୋଲି ସେ ମତ ଦେଇଛନ୍ତି। ବିଜୟାଦଶମୀ […]
ଗାଜିଆବାଦ୍: ଭାରତୀୟ ବାୟୁସେନାର ପରାକ୍ରମ ଆଜି ସାରା ଦୁନିଆ ଦେଖିଛି। ୮୭ତମ ପ୍ରତିଷ୍ଠା ଦିବସରେ ବାୟୁସେନା ପକ୍ଷରୁ ଯୁଦ୍ଧ କୌଶଳ ପ୍ରଦର୍ଶନ କରାଯାଇଛି। ଗାଜିଆବାଦର ହିଣ୍ଡୋନ ଏୟାର ବେସରେ ନୂଆ ପୁରୁଣା ଅନେକ ଯୁଦ୍ଧ ବିମାନ ଆକାଶରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ଏହି ଅବସରରେ ବାୟୁସେନାର ୯ ନଂ ସ୍କ୍ୱାର୍ଡନକୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଛି। ଏହି ୯ ନଂ ସ୍କ୍ୱାର୍ଡନ ଫେବୃଆରୀ ୨୬ରେ ପାକିସ୍ତାନର ବାଲାକୋଟ୍ରେ ଏୟାର ଷ୍ଟ୍ରାଇକ କରିଥିଲା। ଏହି ବୀରତା ପାଇଁ […]
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା(ଏଲଓସି) ନିକଟରେ ଥିବା ସମସ୍ତ ଆତଙ୍କବାଦୀ କ୍ୟାମ୍ପକୁ ପୁଣିଥରେ ସକ୍ରିୟ କରିଛି ପାକିସ୍ତାନ। ଏଗୁଡ଼ିକ ପୂର୍ବରୁ ମଧ୍ୟ ସକ୍ରିୟ ଥିଲେ। ହେଲେ ଭାରତର ବାଲାକୋଟ ଏୟାର ଷ୍ଟ୍ରାଇକ ପରେ ପାକିସ୍ତାନ ସରକାର ଏଗୁଡ଼ିକୁ ବନ୍ଦ କରି ଦେଇଥିଲେ। ହେଲେ ଏବେ ଭାରତ ଉପରେ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦର ବଦଲା ନେବାକୁ ଇମ୍ରାନ୍ ଖାନ୍ ସରକାର ଏହି ଆତଙ୍କୀ କ୍ୟାମ୍ପଗୁଡ଼ିକୁ ପୁଣିଥରେ ସକ୍ରିୟ କରିଥିବା ଆଜି ଗୁଇନ୍ଦା ବିଭାଗ ସୂଚନା ଦେଇଛନ୍ତି। ଏହି […]
ଦୁବାଇ: ଦେଶଦ୍ରୋହ ମାମଲାରେ ନିର୍ବାସିତ ଦଣ୍ଡ ଭୋଗୁଥିବା ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫ ପୁଣିଥରେ ସକ୍ରିୟ ରାଜନୀତିକୁ ଫେରିଛନ୍ତି। ସେ ସକ୍ରିୟ ରାଜନୀତି ଦୁବାଇରୁ ଭିଡିଓ କନଫରେନ୍ସିଂ ଜରିଆରେ ଆରମ୍ଭ କରିଥିବା ବେଳେ ଜମ୍ମୁ-କାଶ୍ମୀର ସମ୍ପର୍କରେ ପାକିସ୍ତାନବାସୀଙ୍କୁ ଉସକାଇବା ଆରମ୍ଭ କରିଛନ୍ତି। ୭୬ ବର୍ଷୀୟ ମୁଶାରଫ ହେଉଛନ୍ତି ଅଲ ପାକିସ୍ତାନ ମୁସଲିମ ଲିଗ୍(ଏପିଏମଏଲ)ର ଅଧ୍ୟକ୍ଷ। ନିଜ ଦଳର କର୍ମୀମାନଙ୍କୁ ଦୁବାଇରୁ ଭିଡିଓ କନଫରେନ୍ସିଂ ଜରିଆରେ ସେ ଉଦ୍ବୋଧନ ଦେଇଛନ୍ତି। ସେ କହିଛନ୍ତି, “କାଶ୍ମୀର ପାକିସ୍ତାନର ରକ୍ତରେ […]
ୱାଶିଂଟନ୍: କେଡ଼େ ଭୟଙ୍କର ଏ ହତ୍ୟାକାରୀ। ଗତ ୩୫ ବର୍ଷ ଭିତରେ ୯୩ ଜଣ ମହିଳାଙ୍କ ତଣ୍ଟିଚିପି ହତ୍ୟା କରିସାରିଲାଣି ଆମେରିକାର ସିରିଏଲ୍ କିଲର୍ ସାମୁଏଲ୍ ଲିଟିଲ୍। ଆମେରିକା ଇତିହାସର ସବୁଠାରୁ କୁଖ୍ୟାତ ସିରିଏଲ କିଲର ଭାବରେ ସେ ଜଣାଶୁଣା। ବର୍ତ୍ତମାନ ଜେଲ୍ରେ ଥିବା ସାମ୍ୟୁଏଲ ନିଜେ ଏକଥାକୁ ସ୍ୱୀକାର କରିଛି। ଏହାପରେ ଏଫ୍ବିଆଇ ତାକୁ ଆମେରିକାର ସବୁଠାରୁ ବଡ଼ ସିରିଏଲ୍ କିଲର ଭାବେ ତାଲିକାରେ ସାମିଲ କରିଛି। ୨୦୧୨ରୁ ସାମ୍ୟୁଏଲ୍ ବିଭିନ୍ନ ଅପରାଧିକ ମାମଲାରେ ଜେଲରେ […]
ନୂଆଦିଲ୍ଲୀ: ପରିବେଶ ପ୍ରଦୂଷଣ(ନିରୋଧ ଓ ନିୟନ୍ତ୍ରଣ) ଅଥୋରିଟିଙ୍କ ବଡ଼ ନିଷ୍ପତ୍ତି। ଅକ୍ଟୋବର ୧୫ରୁ ଦିଲ୍ଲୀ ସମେତ ଏନ୍ସିଆର ଅଞ୍ଚଳରେ ମଧ୍ୟ ଡିଜେଲ୍ ଚାଳିତ ଜେନେରେଟର ବ୍ୟାନ୍ ହେବ। ଡିଜେଲ୍ ଚାଳିତ ଜେନେରେଟର ପରିବେଶ ଅଧିକ ପ୍ରଦୂଷଣ କରୁଥିବାରୁ ଇପିସିଏ ଏଭଳି ନିଷ୍ପତ୍ତି ନେଇଛି। ଗତବର୍ଷ ଇପିସିଏ କେବଳ ଦିଲ୍ଲୀ ସହରରେ ଡିଜେଲ୍ ଚାଳିତ ଜେନେରେଟର ଉପରେ ରୋକ ଲଗାଇଥିଲା। ହେଲେ ଏବେ ଏନ୍ସିଆର ଅଞ୍ଚଳର ଗାଜିଆବାଦ, ନୋଏଡ଼ା, ଗ୍ରେଟର ନୋଏଡ଼ା, ଫରିଦାବାଦ, ଗୁରଗ୍ରାମ, ସୋନପିତ, ପାନିପଥ ଓ […]
ନୂଆଦିଲ୍ଲୀ: ଆଜି ବିଜୟାଦଶମୀ ଅବସରରେ ଶକ୍ତିଶାଳୀ ହେବ ଭାରତ। କାରଣ ଆଜି ଫ୍ରାନ୍ସ ଭାରତକୁ ଲଢ଼ୁଆ ରାଫେଲ୍ ବିମାନ ଦେବ। ଅନ୍ୟପଟେ ଆଜି ଭାରତୀୟ ବାୟୁସେନାର ୮୭ତମ ପ୍ରତିଷ୍ଠା ଦିବସ ହୋଇଥିବାରୁ ଏହି ଦିନରେ ଆଜି ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିଧିବଦ୍ଧ ଭାବେ ଫ୍ରାନ୍ସ ଠାରୁ ରାଫେଲ ଯୁଦ୍ଧ ବିମାନ ଆଣିବେ। ଏଥିପାଇଁ ସେ ଗତକାଲିଠାରୁ ଫ୍ରାନ୍ସରେ ଗସ୍ତରେ ଯାଇ ଆଜି ପହଞ୍ଚିଛନ୍ତି। ଆଜି ବାୟୁସେନାର ୮୭ତମ ପ୍ରତିଷ୍ଠା ଦିବସ ପାଇଁ ଗାଜିଆବାଦର ହିଣ୍ଡୋନ […]
ନୂଆଦିଲ୍ଲୀ: ବଦଳିଲା ଭିଭିଆଇପିଙ୍କୁ ମିଳୁଥିବା ଏସ୍ପିଜି ସୁରକ୍ଷା ଗାଇଡଲାଇନ୍। ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ନୂଆ ଗାଇଡ୍ଲାଇନ୍ ଅନୁସାରେ ଏଣିକି ଏସ୍ପିଜି ସୁରକ୍ଷାରେ ଥିବା ଭିଭିଆଇପି ବିଦେଶ ଗସ୍ତରେ ଗଲେ ତାଙ୍କ ସହ ସୁରକ୍ଷା ଦାୟିତ୍ୱରେ ଥିବା କର୍ମଚାରୀ ବି ବିଦେଶ ଯିବେ। ଅର୍ଥାତ ଏସ୍ପିଜି ସୁରକ୍ଷା ନେଉଥିବା ଭିଭିଆପିମାନେ ଦେଶ ବାହାରେ ମଧ୍ୟ ଅହରହ ସୁରକ୍ଷା ଦାୟିତ୍ୱରେ ରହୁଥିବା କର୍ମଚାରୀଙ୍କ ନଜରରେ ରହିବେ। ଏହାଫଳରେ ଭିଭିଆଇପିମାନେ ବିଦେଶକୁ ଆଉ ଗୋପନୀୟ ଯାତ୍ରା କରିପାରିବେ ନାହିଁ। […]
ଭୁବନେଶ୍ୱର: ସୁନାଚାନ୍ଦିର ଆଭୂଷଣରେ ଝଲସି ଉଠୁଛି ମା’ ଦୁର୍ଗାଙ୍କ କମନୀୟ ରୂପ। ମସ୍ତକରୁ ପାଦ ଯାଏଁ ଆଚ୍ଛାଦିତ ହୋଇଛି ସୁନା ଚାନ୍ଦିର ଭଳିକି ଭଳି ଗହଣା। ଦ୍ୱୈତନଗରୀର ବିଭିନ୍ନ ପୂଜା ମଣ୍ଡପରେ ପ୍ରାୟ ୬୦ କେଜି ସୁନା ଓ ୧୦୦ କ୍ୱିଣ୍ଟାଲ୍ ଚାନ୍ଦି ଗହଣାରେ ଝଟକୁଛନ୍ତି ମା’ ଦୁର୍ଗା। ଏ ବର୍ଷ ସିଲ୍ଭର ସିଟି କଟକରେ ୨୭ଟି ଚାନ୍ଦି ଓ ୧୦ଟି ସ୍ଥାନରେ ଶୋଭା ପାଉଛି ମା’ଙ୍କ ସୁନା ମୁକୁଟ। ଭୁବନେଶ୍ୱର ସହିଦ ନଗର ପୂଜା ମଣ୍ଡପରେ […]