ଅହମଦାବାଦ: ଗୁଜରାତର ଆମ୍ବାଜି-ଡାଣ୍ଟା ହାଇେଓ୍ୱର ବାନସ୍କଣ୍ଠ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨୧ ଜଣଙ୍କ ମୃତ୍ୟୁ ହୋଇଛି, ଓ ୫୦ ଆହତ ହୋଇଛନ୍ତି। ଏକ ଯାତ୍ରୀବାହୀ ବସ୍ ରାସ୍ତା କଡ଼କୁ ଓଲଟି ପଡ଼ିବାରୁ ଏପରି ହୋଇଛି। ରାଜସ୍ଥାନ ସୀମାନ୍ତବର୍ତ୍ତୀ ଆମ୍ବାଜି ହାଇେଓ୍ୱରେ ଯାଉଥିବା ଏହି ଘରୋଇ ବସଟି ତ୍ରିଶୁଳିଆ ଘାଟରେ ଏକ ବୁଲାଣି ନିକଟରେ ଓଲଟି ପଡ଼ିଥିଲା। ବସରେ ୭୦ରୁ ଅଧିକ ଯାତ୍ରୀ ଥିଲେ। ବସରେ ଥିବା ଯାତ୍ରୀ ମାନେ ଆମ୍ବାଜି ମନ୍ଦିରରୁ ଦର୍ଶନ ସାରି ଫେରୁଥିବା […]
ନୂଆଦିଲ୍ଲୀ: ଆୟକର ରିଟର୍ଣ୍ଣ ଫାଇଲିଂ ପାଇଁ ଆଧାର ଏବଂ ପାନ୍ ମଧ୍ୟରେ ଲିଙ୍କ କରିବାର ତାରିଖ ଡିସେମ୍ବର ୩୧ ବୃଦ୍ଧି କରାଯାଇଛି। ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଥିବା ସେଣ୍ଟ୍ରାଲ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ ପକ୍ଷରୁ ଏହି ଘୋଷଣା କରାଯାଇଛି। ପୂର୍ବରୁ ଏହା ସେପ୍ଟେମ୍ବର ୩୦ ଯାଏ ଥିଲା। ସିବିଡିଟି ପୂର୍ବରୁ ୧୨ ସଂଖ୍ୟା ବିଶିଷ୍ଟ ଆଧାର ନମ୍ବର ଏବଂ ୧୦ ସଂଖ୍ୟା ବିଶିଷ୍ଟ ପାନ୍ ଲିଙ୍କ କରିବା ବାଧ୍ୟତାମୂଳକ ହେବା ନେଇ ଘୋଷଣା କରିଥିଲା। ଏଥିସହିତ […]
କୋଲକାତା: ଗଜରାଜଙ୍କୁ ମୃତ୍ୟୁସମ ଯନ୍ତ୍ରଣା ଦେଲା ଯନ୍ତ୍ର ଦାନବ ଟ୍ରେନ୍ ଧକ୍କାରେ ଗୁରୁତର ହେଲା ହାତୀ। ସୋଶାଲ ମିଡିଆରେ ଭାଇରାଲ ହୋଇଥିବା ଏ ଦୃଶ୍ୟ ପଶ୍ଚିମବଙ୍ଗ ଦୋଆର ଅଞ୍ଚଳର । ହାତୀଟି ରେଳ ଲାଇନ ପାର ହେଉଥିବା ବେଳେ ଏହାକୁ ସିଲିଗୁଡ଼ି-ଧୁବୁରୀ ଏକ୍ସପ୍ରେସ ଧକ୍କା ଦେଇଥିଲା। ଗୁରୁତର ହାତୀଟି ଯନ୍ତ୍ରଣାରେ ଛଟପଟ ହେବା ସହ ଲାଇନ ଉପରୁ ହଟି ଯିବାକୁ ଆପ୍ରାଣ ଚେଷ୍ଟା କରିଥିଲା । ସେପଟେ ଧକ୍କା ଦେବା ପରେ ଟ୍ରେନ ବି ସେଇଠି ଅଟକି […]
ନୂଆଦିଲ୍ଲୀ: ଧାରା ୩୭୦ ଉଚ୍ଛେଦର ସକାରାତ୍ମକ ବାର୍ତ୍ତାକୁ ଦେଶବ୍ୟାପୀ ପ୍ରସାର କରିବା ଲାଗି ସେପ୍ଟେମ୍ୱରରୁ ବିଜେପି ଆରମ୍ଭ କରିଛି ‘ରାଷ୍ଟ୍ରୀୟ ଏକତା ଅଭିଯାନ’। ଏହି ପରିପ୍ରେକ୍ଷୀରେ ଗତକାଲି ପୁଡ଼ୁଚେରୀ ଜୟରାମ ହଲ୍ରେ ଏକ ଜନଜାଗରଣ ସଭା ହୋଇଯାଇଛି। ଏଥିରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ମୁଖପାତ୍ର ବୈଜୟନ୍ତ ପଣ୍ଡା ଯୋଗଦେଇଥିଲେ। ଏହି ଅବସରରେ ଶ୍ରୀ ପଣ୍ଡା କହିଥିଲେ, “ଧାରା ୩୭୦ ଭାରତୀୟ ସମ୍ୱିଧାନର ଏକ ତ୍ରୁଟି ଥିଲା। ଯାହାକୁ କେନ୍ଦ୍ର ସରକାର ଏବେ ସଂଶୋଧନ କରିଛନ୍ତି। ଏହା […]
ଶ୍ରୀନଗର: ଜମ୍ମୁ କାଶ୍ମୀରର ରାମବନ ଜିଲ୍ଲାର ବଟୋଟେରେ ଚାଲିଥିବା ସର୍ଚ୍ଚ ଅପରେଶନ ଶେଷ ହୋଇଛି। ବନ୍ଧକ ରହିଥିବା ପରିବାରର ସମସ୍ତ ସଦସ୍ୟ ଆତଙ୍କବାଦୀଙ୍କ କବଳରୁ ସୁରକ୍ଷିତ ଉଦ୍ଧାର ହୋଇଥିବା ବେଳେ ତିନି ଆତଙ୍କବାଦୀ ନିହତ ହୋଇଛନ୍ତି। ଜଣେ ଯବାନ ଗୁଳି ବିନିମୟରେ ସହିଦ ହୋଇଥିବା ବେଳେ ଦୁଇ ପୁଲିସ ଆହତ ହୋଇଥିବା କହିଛନ୍ତି ଜମ୍ମୁ କାଶ୍ମୀର ଆଇଜି ମୁକେଶ ସିଂହ। ମୃତ ତିନି ଆତଙ୍କବାଦୀ ହିଜବୁଲ ମୁଜାହିଦ୍ଦିନର। ସେନା ଅଧିକାରୀଙ୍କ ସୂଚନା ଅନୁସାରେ ଆତଙ୍କବାଦୀମାନେ ପ୍ରଥମେ ଶ୍ରୀନଗର-ଜମ୍ମୁ […]
ୱାଶିଂଟନ୍: ଆତଙ୍କୀସ୍ତାନ ପାକିସ୍ତାନ ଉପରେ ପୁଣିଥରେ ପଞ୍ଝା କଷିଛି ଆମେରିକା। ପାକିସ୍ତାନରେ ସକ୍ରିୟ ଥିବା ହାଫିଜ ମହମ୍ମଦ ସୟିଦ ଓ ମାସୁଦ ଆଝାର ଭଳି ଆତଙ୍କବାଦୀଙ୍କ ବିଚାର କରିବାକୁ ଆମେରିକା ଆଜି ପାକିସ୍ତାନକୁ କହିଛି। ଭାରତରେ ଅନୁପ୍ରବେଶ କରୁଥିବା ଗୋଷ୍ଠୀ ଉପରେ ପାକିସ୍ତାନ ରୋକ ଲଗାଇବା ଉଚିତ। ଏହାଦ୍ୱାରା ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ବିବାଦରେ ପୂର୍ଣ୍ଣଚ୍ଛେଦ ପଡ଼ିବ ବୋଲି ମଧ୍ୟ ଆମେରିକା ପକ୍ଷରୁ କୁହାଯାଇଛି। ଦକ୍ଷିଣ ଓ କେନ୍ଦ୍ରୀୟ ଏସିଆର ଆମେରିକା ସଚିବ ଆଲିସେ […]
ନୂଆଦିଲ୍ଲୀ: ଡ୍ରୋନ୍ ଦ୍ୱାରା ପାକିସ୍ତାନ ଭାରତକୁ ଅସ୍ତ୍ରଶସ୍ତ୍ର ପଠାଇବାର ଆଉ ଏକ ପ୍ରମାଣ ସାମ୍ନାକୁ ଆସିଛି। ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର ନେଇ ଭାରତକୁ ଆସିଥିବା ଏକ ଡ୍ରୋନକୁ ଆଜି ପାକ୍ ସୀମାନ୍ତକୁ ଲାଗିଥିବା ପଞ୍ଜାବର ଅଟ୍ଟାରୀରୁ ଠାବ କରାଯାଇଛି। ପାକିସ୍ତାନର ସ୍ଲିପର ସେଲ ଆତଙ୍କବାଦୀ ଭାବେ କାର୍ଯ୍ୟ କରୁଥିବା ଆକାଶଦୀପକୁ ଜେରା କରିବା ବେଳେ ପଞ୍ଜାବ ପୁଲିସ୍ର ଆତଙ୍କବାଦ ନିରୋଧ ସ୍କ୍ୱାଡ୍ ଏ ସମ୍ପର୍କରେ ତଥ୍ୟ ପାଇଥିଲା। ଏହାପରେ ଅଟ୍ଟାରୀର କେଉଁ ସ୍ଥାନରେ ଡ୍ରୋନ୍ ପଡ଼ିଥିଲା, ସେହି ସ୍ଥାନକୁ […]
ଯୋଧପୁର: ରାଜସ୍ଥାନରେ ଆଜି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଗୋଟିଏ ବୋଲେରୋ ଓ ମିନି ବସ୍ ପରସ୍ପର ସହ ମୁହାଁମୁହିଁ ଧକ୍କା ହେବାରୁ ୧୬ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ, ୮ ଜଣ ପୁରୁଷ ଓ ୭ ଜଣ ମହିଳା ରହିଛନ୍ତି। ଦୁର୍ଘଟଣାରେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି। ମିନି ବସ୍ଟି ଝାନୱର ଅଭିମୁଖେ ଯାଉଥିଲା। ଏହି ସମୟରେ ବିପରୀତ ଦିଗରୁ […]
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର କୁପ୍ୱାରା ସେକ୍ଟର ନିକଟରେ ଏଲ୍ଓସି ଅତିକ୍ରମ ପ୍ରୟାସ କରୁଥିବା ପ୍ରାୟ ୪ ଜଣ ଆତଙ୍କବାଦୀ ପ୍ରାଣ ବିକଳରେ ଦୌଡ଼ୁଥିବାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଏଥିରେ ଦେଖାଯାଉଛି ପଥର ପଛରେ ଲୁଚି ଲୁଚି ସେମାନେ ପଳାଇଯାଉଛନ୍ତି। ତେବେ ସେମାନେ ଏଭଳି ବିକଳରେ ଦୌଡ଼ିବାର କାରଣ ହେଉଛି ଭାରତ ପଟୁ ଘନ ଘନ ଗୁଳି ବର୍ଷା। କେବଳ ଏହି ୪ ଜଣ ନୁହେଁ ବେଶ୍ କିଛି ଆତଙ୍କୀ ଏଲ୍ଓସି ଆଡ଼କୁ ପାଦ ବଢ଼ାଇବା ଆଗରୁ […]
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ପ୍ରସଙ୍ଗରେ ବିଶ୍ୱ ସ୍ତରରେ ଏକ ଘରିକିଆ ହୋଇଥିବା ପାକିସ୍ତାନ ଏବେ ଭାରତ ବିରୋଧରେ ସବୁଠାରୁ ବଡ଼ ଷଡ଼ଯନ୍ତ୍ର ରଚନା କରୁଛି। ବର୍ତ୍ତମାନ ନ୍ୟୁୱର୍କରେ ଚାଲିଥିବା ଜାତିସଂଘ ସାଧାରଣ ପରିଷଦ ବୈଠକ ପରେ ଭାରତରେ ବଡ଼ ଧରଣର ଆକ୍ରମଣ କରିବାକୁ ପାକିସ୍ତାନ ଫୂଲଦମରେ ପ୍ରସ୍ତୁତି ଆରମ୍ଭ କରିଛି। ତେବେ ପାକିସ୍ତାନ ଆତଙ୍କବାଦୀ କିମ୍ବା ସେନା ଦ୍ୱାରା ନୁହେଁ ଦେଶର ସାଧାରଣ ଲୋକଙ୍କୁ ଭାରତ ବିରୋଧୀ ଅସ୍ତ୍ର ଭାବେ ବ୍ୟବହାର କରିବାକୁ ଲକ୍ଷ୍ୟ ରଖିଛି। ଏଥିପାଇଁ ପାକିସ୍ତାନ […]
ମୁଜାଫରବାଦ: ମଙ୍ଗଳବାର ୫.୮ ତୀବ୍ରତାର ଭୂକମ୍ପ ଝଟ୍କାରେ ଛିନଛତ୍ର ହୋଇଯାଇଥିବା ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ଆଜି ମଧ୍ୟ ଥରିଛି। ଆଜି ହୋଇଥିବା ଭୂକମ୍ପ ଝଟ୍କାରେ ୭୫ ଜଣ ଆହତ ହୋଇଥିବା ଜଣାପଡ଼ିଛି। ସେହିପରି ଏକାଧିକ ସ୍ଥାନରେ ଘରଦ୍ୱାର ଭାଙ୍ଗି ଯାଇଛି। ବିଶେଷ କରି ମଙ୍ଗଳବାର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବାର ପିଓକେର ମୀରପୁର ଓ ଝେଲମରେ ଆଜି ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ ଥିବାରୁ ଏଥିରେ ଅଧିକ କ୍ଷୟକ୍ଷତି ହୋଇନାହିଁ। […]
ନୂଆଦିଲ୍ଲୀ: ଭାରତ ବିରୋଧରେ ଆତଙ୍କୀଙ୍କୁ ବ୍ୟବହାର କରୁଥିବା ପାକିସ୍ତାନ ଏବେ ନୂଆ ଧରଣର ଆକ୍ରମଣ କରିବାକୁ ଯୋଜନା କରୁଛି। ପାକିସ୍ତାନ ବନ୍ଧୁ ଚାଇନାର ଡ୍ରୋନ୍ ଦ୍ୱାରା ଭାରତକୁ ଅସ୍ତ୍ରଶସ୍ତ୍ର ପଠାଇ ହମ୍ଲା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଥିବା ଜଣାପଡ଼ିବା ପରେ ଏହାକୁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଗୁରୁତ୍ୱର ସହ ନିଆଯାଇଛି। ଏଥିପାଇଁ ଆଜି ବିଏସ୍ଏଫ୍ ଓ ଆର୍ମି ପକ୍ଷରୁ ପାକିସ୍ତାନ ସୀମାନ୍ତରେ ରେଡ୍ ଆଲର୍ଟ ଜାରି କରାଯାଇଛି। ଉଭୟ ଏଲଓସି ଓ ଆଇବିରେ ମୁତୟନ ଥିବା ଯବାନଙ୍କୁ ସବୁଠାରୁ […]
ନୂଆଦିଲ୍ଲୀ: ଅଲିମ୍ପିକ ପଦକ ବିଜେତା ରେସଲର୍ ତଥା ପଦ୍ମଶ୍ରୀ ସମ୍ମାନିତ ଯୋଗେଶ୍ୱର ଦତ୍ତ ଏବଂ ପୂର୍ବତନ ହକି ଅଧିନାୟକ ସନ୍ଦୀପ ସିଂହ ଗୁରୁବାର ବିଜେପିରେ ସାମିଲ ହୋଇଛନ୍ତି। ହରିଆଣା ବିଜେପି ମୁଖ୍ୟ ସୁଭାଷ ବରାଲାଙ୍କ ଉପସ୍ଥିତିରେ ଏହି ଦୁଇ ପ୍ରସିଦ୍ଧ କ୍ରୀଡ଼ାବିତ୍ ବିଜେପିରେ ଯୋଗ ଦେଇଛନ୍ତି। ଯୋଗେଶ୍ୱର ଅନ୍ତର୍ଜାତୀୟ ସ୍ତରରେ ବହୁ ରେସଲିଂ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରିବା ସହ ୨୦୧୪ କମନ୍ୱେଲ୍ଥରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଯୋଗେଶ୍ୱର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ସେ […]
ନୂଆଦିଲ୍ଲୀ: ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ୍-ଇ-ମହମ୍ମଦ ଟାର୍ଗେଟ୍ରେ ଭାରତର ୩ ଶକ୍ତିଶାଳୀ ବ୍ୟକ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍। ଏହି ୩ ବ୍ୟକ୍ତି ଜୈଶ୍ରେ ହିଟ୍ ଲିଷ୍ଟରେ ଥିବା ଜଣାପଡ଼ିଛି। ବ୍ୟୁରୋ ଅଫ୍ ସିଭିଲ ଆଭିଏସନ୍ ସିକ୍ୟୁରିଟି ଗତ କିଛି ଦିନ ତଳେ ଏକ ଚିଠି ପାଇଥିଲା। ଯେଉଁଥିରେ ଆତଙ୍କୀ ସଂଗଠନ ଜୈଶ୍ ମୋଦି, ଶାହ ଏବଂ ଡୋଭାଲଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା […]
ନ୍ୟୁୟର୍କ: ଗତକାଲି ନ୍ୟୁୟର୍କଠାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ବହୁ ଅଜବ କାରଣ ପାଇଁ ଚର୍ଚ୍ଚାରେ ରହିଛି। ଯଦିଓ ଦ୍ୱିପାକ୍ଷିକ ସମ୍ପର୍କ କାରଣରୁ ଏହା ଗୁରୁତ୍ୱପୂର୍ଣ୍ଣ ଥିଲା ଲୋକେ କିନ୍ତୁ ଦୁଇ ନେତାଙ୍କ ମଝିରେ ଥୁଆ ହୋଇଥିବା ଡାଏଟ୍ କୋକ୍ ବୋତଲକୁ ନଜର କରିନେଇଛନ୍ତି। ଏହା ସମସ୍ତଙ୍କ ପାଇଁ ଉତ୍ସୁକତାର କାରଣ ପାଲଟିଛି। ମୋଦି ସିଙ୍ଗିଲ ୟୁଜ୍ ପ୍ଲାଷ୍ଟିକ୍କୁ ବିରୋଧ କରୁଥିବାବେଳେ ସେ ଯୋଗଦେଉଥିବା କାର୍ଯ୍ୟକ୍ରମରେ […]