Advertisment

ଜନ୍ତରମନ୍ତରରେ ଚାଷୀ ଆନ୍ଦୋଳନ, ବ୍ୟାପକ ସୁରକ୍ଷାକର୍ମୀ ମୁତୟନ

ଜନ୍ତରମନ୍ତରକୁ ଆସିବାବେଳେ ପୋଲିସ ସେମାନଙ୍କୁ ୩ଟି ସ୍ଥାନରେ ଅଟକ ରଖିଥିଲା। ଅଧିକ ଗହଳି ନ ହେବାକୁ ଦେବା ଲାଗି ଦିଲ୍ଲୀ ପୋଲିସ ସମସ୍ତ ସଂଲଗ୍ନ ରାସ୍ତାରେ ବ୍ୟାରିକେଡ୍ ଲଗାଇଥିଲା।

author-image
Chandan Shishu
ଜନ୍ତରମନ୍ତରରେ ଚାଷୀ ଆନ୍ଦୋଳନ, ବ୍ୟାପକ ସୁରକ୍ଷାକର୍ମୀ ମୁତୟନ

Farmer Protest

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ୩ଟି କୃଷି ଆଇନ ବିରୋଧରେ ନୂଆଦିଲ୍ଲୀର ଜନ୍ତରମନ୍ତରରେ ଆନ୍ଦୋଳନ। ପାଖପାଖି୨୦୦ କୃଷକ ଜନ୍ତରମନ୍ତରରେ ପହଞ୍ଚି କେନ୍ଦ୍ର ସରକାରଙ୍କ ୩ଟି କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନ କରିଛନ୍ତି। ତେବେ କୃଷକଙ୍କ ଆନ୍ଦୋଳନକୁ ନଜରରେ ରଖି ଜନ୍ତରମନ୍ତରରେ ବ୍ୟାପକ ସୁରକ୍ଷାକର୍ମୀ ମୁତୟନ କରାଯାଇଥିଲା। ପୋଲିସ ପକ୍ଷରୁ କେନ୍ଦ୍ରୀୟ ଦିଲ୍ଲୀରେ ପୋଲିସର ଗୋଟିଏ ବଳୟ କରାଯାଇଥିଲା। ସର୍ବାଧିକ ୨୦୦ ଚାଷୀଙ୍କୁ ନେଇ ଅଗଷ୍ଟ ୯ ଯାଏ ଆନ୍ଦୋଳନ କରିପାରିବ ବୋଲି ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନିଲ ବାଇଜଲ ଅନୁମତି ଦେଇଥିଲେ। ଏଣୁ ୨୦୦ ଚାଷୀ ବ୍ୟାଜ୍ ପିନ୍ଧି ବସ୍‌ରେ ଆସି ଜନ୍ତରମନ୍ତରରେ ପହଞ୍ଚି ଆନ୍ଦୋଳନ କରିଥିଲେ।

Advertisment

ତେବେ ଜନ୍ତରମନ୍ତରକୁ ଆସିବାବେଳେ ପୋଲିସ ସେମାନଙ୍କୁ ୩ଟି ସ୍ଥାନରେ ଅଟକ ରଖିଥିଲା। କୃଷକ ନେତା ଶିବ କୁମାର କାକା କହିଥିଲେ ଏହାସହ ସେମାନଙ୍କ ଆଧାର କାର୍ଡ ଚେକ୍ କରାଯାଇଥିଲା। ତେବେ ଜନ୍ତରମନ୍ତରରେ ଅଧିକ ଗହଳି ନ ହେବାକୁ ଦେବା ଲାଗି ଦିଲ୍ଲୀ ପୋଲିସ ସମସ୍ତ ସଂଲଗ୍ନ ରାସ୍ତାରେ ବ୍ୟାରିକେଡ୍ ଲଗାଇଥିଲା।

କୃଷି ଆଇନ ବିରୋଧରେ ଏନଡିଏର ପୂର୍ବତନ ସହଯୋଗୀ ଦଳ ଶିରୋମଣି ଅକାଳୀ ଦଳ ପକ୍ଷରୁ ସଂସଦ ଭବନ ଆଗରେ ବିକ୍ଷୋଭ କରାଯାଇଥିଲା। ମୋଦି ସରକାରଙ୍କ ପୂର୍ବତନ ମନ୍ତ୍ରୀ ତଥା ଶିରୋମଣି ଅକାଳୀ ଦଳର ନେତ୍ରୀ ହରସିମରତ କୌରଙ୍କ ନେତୃତ୍ୱରେ ସାଂସଦମାନେ ଆନ୍ଦୋଳନ କରିଥିଲେ।

Advertisment

ସଂସଦର ଶୀତ ଅଧିବେଶନ ଚାଲିଥିବାବେଳେ କୃଷି ଆଇନକୁ ବିରୋଧ କରି ସଂସଦ ବାହାରେ ଶିରମୋଣି ଅକାଳୀ ଦଳ ସାଂସଦଙ୍କୁ ପ୍ଲାକାର୍ଡ ଦେଖାଇ ଆନ୍ଦୋଳନ କରିଥିଲେ। ଏଥିକି ବେଳେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ସଂସଦ ଭବନକୁ ଯାଉଥିବାବେଳେ ଅକାଳୀ ଦଳ ନେତାମାନେ ତାଙ୍କୁ ପ୍ଲାକାର୍ଡ ଦେଖାଇଥିଲେ।

ତିନିଟି କୃଷି ଆଇନ ପ୍ରତ୍ୟାହାର ଦାବିରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଇଛି। ସଂସଦ ପରିସରରେ ଥିବା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ଆଗରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଦଳୀୟ ସାଂସଦମାନେ ଆନ୍ଦୋଳନ କରିଥିଲେ। ପ୍ଲାକାର୍ଡ ଦେଖାଇ କୃଷି ଆଇନ ଉଚ୍ଛେଦ ଦାବି କରିଥିଲା।

India News Farmer Unions Farmer Protest Delhi Police
Advertisment
Advertisment