ଗୋରଖପୁର: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଗୋରଖପୁରରେ ଥିବା ପ୍ରସିଦ୍ଧ ଗୋରଖନାଥ ମନ୍ଦିରରେ କନ୍ୟାପୂଜନ କରିଛନ୍ତି। ଛୋଟ ଛୋଟ ଝିଅଙ୍କୁ ଖୁଆଇବା ପୂର୍ବରୁ ଯୋଗୀ ଆଦିତ୍ୟନାଥ ପ୍ରଥମେ ସେମାନଙ୍କ ପାଦ ଧୋଇଥିଲେ। ସେହିପରି କନ୍ୟାମାନଙ୍କୁ ସେ ଉପହାର ମଧ୍ୟ ଦେଇଛନ୍ତି। ଗୋରଖପୀଠର ମୁଖ୍ୟ ଭାବେ ମଧ୍ୟ ଯୋଗୀ ଆଦିତ୍ୟ ନାଥ ଜଣାଶୁଣା। ଆସନ୍ତାକାଲି ଦଶହରା ଉପଲକ୍ଷେ ଆୟୋଜିତ ତିଳକ ଉତ୍ସବରେ ସେ ଯୋଗଦେବେ। ଏହାପରେ ମାନସରୋବର ପର୍ଯ୍ୟନ୍ତ ଶୋଭାଯାତ୍ରାର ନେତୃତ୍ୱ ନେବେ। ରାମଲିଲା ଗ୍ରାଉଣ୍ଡରେ […]
ନୂଆଦିଲ୍ଲୀ: ସ୍ୱିସ୍ ବ୍ୟାଙ୍କରେ ଟଙ୍କା ରଖିଥିବା ଭାରତୀୟଙ୍କ ବିସ୍ତୃତ ତଥ୍ୟ ହାସଲ କରିବାରେ ଭାରତ ସରକାର ସଫଳ ହୋଇଛନ୍ତି। ସ୍ୱିଜରଲ୍ୟାଣ୍ଡ ଓ ଭାରତ ମଧ୍ୟରେ ନୂଆ କରି ହୋଇଥିବା ସୂଚନା ଆଦାନ ପ୍ରଦାନ ବୁଝାମଣା ଅନୁଯାୟୀ ପ୍ରଥମ ଦଫାରେ କିଛି ଲୋକଙ୍କ ଆର୍ଥିକ କାରବାର ସମ୍ପର୍କରେ ତଥ୍ୟ ହାସଲ କରଯାଇଛି। ନିଜର କଳାଧନକୁ ବିଦେଶରେ ଲୁଚାଇ ରଖିଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୋଦି ସରକାର ଯେଉଁ ଲକ୍ଷ୍ୟ ରଖିଥିଲେ, ସେ ଦିଗରେ ଆଜି ଗୋଟିଏ […]
କୋଲକାତା: ବେଙ୍ଗଲୀ ଅଭିନେତ୍ରୀ ତଥା ଟିଏମସି ସାଂସଦ ନୁସରତ ଜାହାନ ଦୁର୍ଗାପୂଜା କରି ଅଡ଼ୁଆରେ ପଡ଼ିଛନ୍ତି। ସେ ଜଣେ ମୁସଲିମ ହୋଇ ମଧ୍ୟ ହିନ୍ଦୁ ପର୍ବରେ କେମିତି ଭାଗନେଲେ ବୋଲି ମୁସଲିମ ମୌଲବୀମାନେ ପ୍ରଶ୍ନ କରିଛନ୍ତି। ସେହିଭଳି ନୁସରତ ଯଦି ହିନ୍ଦୁ ପର୍ବରେ ସାମିଲ ହେବାକୁ ଚାହୁଁଛନ୍ତି, ତା’ହେଲେ ନିଜ ନାଁ ପରିବର୍ତ୍ତନ କରନ୍ତୁ। ସେହିପରି ସେ ମୁସଲିମ ଧର୍ମରେ ରହି ଇସଲାମକୁ ଏଭଳି ବଦନାମ କରନ୍ତୁ ନାହିଁ ବୋଲି ମୌଲବୀ ମାନେ କହିଛନ୍ତି। ଚଳିତ ବର୍ଷ […]
ଗାନ୍ଧୀନଗର: ପୁଲିସ ଉପସ୍ଥିତିରେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ। ଖଣ୍ଡା ଓ ଲାଠିରେ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ। ଯାହାର ସମ୍ପୂର୍ଣ୍ଣ ଭିଜୁଆଲ୍ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଘଟଣା ଘଟିଛି ଗୁଜରାଟ ଜିଲ୍ଲା କଚ୍ଛର କାଣ୍ଡଲା ସ୍ପେସାଲ ଇକୋନୋମିକ ଜୋନ ଗେଟ୍ ସମ୍ମୁଖରେ। ଆକ୍ରମଣକାରୀଙ୍କୁ ଗେଟ୍ରେ ପ୍ରବେଶ ପାଇଁ ଅନୁମତି ନମିଳାବାରୁ ଏଭଳି କାଣ୍ଡ ଭିଆଇଥିବା ଜଣାପଡ଼ିଛି। ସିସିଟିଭି ଫୁଟେଜ୍ ଅନୁସାରେ ୩ରୁ ୪ ଜଣ ବ୍ୟକ୍ତି ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରୁଛନ୍ତି। ଏମିତି କି ପାଖରେ […]
ଲକ୍ଷପତି ଭିକାରୀ ! ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥା ଟା ସତ। ଜଣେ ଭିକାରୀଙ୍କ ଘରୁ ୧୦ଲକ୍ଷରୁ ଅଧିକ ଟଙ୍କା ଠାବ କରିଛି ପୁଲିସ। ମୁମ୍ବାଇର ଗୋବାନ୍ଦି ଅଂଚଳରେ ଭିକ୍ଷାବୃତ୍ତି କରୁଥିବା ଚଳୁଥିବା ବିରଭିଚାନ୍ଦ ଆଜାଦଙ୍କ ଗତ ଶୁକ୍ରବାର ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ରେଳବାଇ ପୁଲିସ ଘଟଣାର ତଦନ୍ତ କରି ସ୍ଥାନୀୟ ହକର ଓ ଭିକାରୀମାନଙ୍କ ସହାୟତାରେ ବିରଭିଚାନ୍ଦ ରହୁଥିବା ଝୁମ୍ପୁଡିକୁ ଠାବ କରିଥିଲା। ଯାଞ୍ଚବେଳେ ପୁଲିସ ଟିମ୍ ଯାହା ଦେଖିଲେ ତାହା ବିଶ୍ୱାସ କରି […]
ନୂଆଦିଲ୍ଲୀ: ମହାରାଷ୍ଟ୍ରର ‘ଆରେ’ ଜଙ୍ଗଲରୁ ଗଛ କଟାଯିବା ନେଇ ଶୁଣାଣି କରିବା ପାଇଁ ସୁପ୍ରିମ୍କୋର୍ଟ ଏକ ସ୍ୱତନ୍ତ୍ର ଖଣ୍ଡପୀଠ ଗଠନ କରିଛନ୍ତି। ରାଷଭ ରଞ୍ଜନ ନାମକ ଜଣେ କେହି ସାମାଜିକ କର୍ମୀ ସୁପ୍ରିମ୍କୋର୍ଟର ପ୍ରଧାନ ବିଚାରପତିଙ୍କୁ ଲେଖିଥିବା ଏକ ଚିଠି ଆଧାରରେ ରବିବାର ଏହି ଖଣ୍ଡପୀଠ ଗଠନ କରାଯାଇଛି। କୋର୍ଟ ଏହି ଚିଠିକୁ ଜନସ୍ୱାର୍ଥ ମାମଲା ଭାବେ ଗ୍ରହଣ କରିଛନ୍ତି। ସୁପ୍ରିମ୍କୋର୍ଟର ୱେବ୍ସାଇଟ୍ରେ ଏହି ଜରୁରୀକାଳୀନ ଶୁଣାଣି ବାବଦରେ ନୋଟିସ୍ କରାଯାଇଛି। ଏଥିରେ କୁହାଯାଇଛି, ୬ ତାରିଖରେ […]
ଭୁବନେଶ୍ୱର: ଆସନ୍ତା ଡିସେମ୍ବର ପହିଲାରୁ ଦେଶର ସବୁ ଟୋଲ୍ ପ୍ଲାଜାରେ ଲାଗୁ ହେବାକୁ ଯାଉଛି ଓ୍ୱାନ୍ ନେସନ୍- ଓ୍ୱାନ୍ ଫାଷ୍ଟଟ୍ୟାଗ୍ ବ୍ୟବସ୍ଥା। ଟୋଲ୍ ଆଦାୟକୁ ଇଲେକ୍ଟ୍ରୋନିକ୍ସ ପେମେଣ୍ଟ ମାଧ୍ୟମରେ କରିବା, ଟୋଲ୍ ଫି ଆଦାୟରେ ସ୍ୱଚ୍ଛତା ଓ ଅଯଥା ଟ୍ରାଫିକ୍ ଭିଡ଼ରୁ ମୁକ୍ତି ପାଇଁ କେନ୍ଦ୍ର ସରକାର ଏହି ବ୍ୟବସ୍ଥା ଲାଗୁ କରିବାକୁ ଯାଉଛନ୍ତି। ଜାତୀୟ ରାଜପଥ ସହ ରାଜ୍ୟ ରାଜପଥରେ ମଧ୍ୟ ଏହି ବ୍ୟବସ୍ଥା ଲାଗୁ କରିବାକୁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ରାଜ୍ୟମାନଙ୍କୁ ଚିଠି […]
ଚଣ୍ଡିଗଡ଼: ନିର୍ବାଚନ ପୂର୍ବରୁ ହରିଆଣାରେ କଂଗ୍ରେସକୁ ବଡ଼ ଝଟ୍କା ଲାଗିଛି। ରାହୁଲଙ୍କ ଅନୁଗତ ତଥା ହରିଆଣା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଅଶୋକ ତନଓ୍ୱାର ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତିଯ ନିଜର ସମର୍ଥକ ଓ ଦଳୀୟ କର୍ମୀଙ୍କ ସହ ବାରମ୍ବାର ଆଲୋଚନା ପରେ ଦଳ ଛାଡ଼ିବା ଲାଗି ସେ ନିଷ୍ପତ୍ତି ନେଲେ ବୋଲି ତନଓ୍ୱାର ଟ୍ୱିଟ୍ କରିଛନ୍ତି। କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆଙ୍କୁ ଏକ ପତ୍ର ଲେଖି ସେ କହିଛନ୍ତି ଯେ, କଂଗ୍ରେସ ଏବେ ତିଷ୍ଠି […]
ଉପତ୍ୟକାରେ ଅଶାନ୍ତି ସୃଷ୍ଟି କରିବାକୁ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଉଛ ପାକିସ୍ତାନ ହାଇକମିଶନର ଅଫିସ। ଏଥିପାଇଁ ପୁଳା ପୁଳା ଟଙ୍କା ବିଚ୍ଛିନ୍ନତାବାଦୀ ନେତାଙ୍କୁ ଦିଆଯାଇଛି। ଏପରି କିଛି ଚାଞ୍ଚଲ୍ୟକର ତଥ୍ୟ ଦେଇଛି ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ। ଦିଲ୍ଲୀ ହାଇକୋର୍ଟରେ ୩ ହଜାର ପୃଷ୍ଠା ସମ୍ବଳିତ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କରି ଏ ତଥ୍ୟ ରଖିଛି ଏନଆଇଏ। ବିଚ୍ଚିନ୍ନତାବାଦୀ ନେତାଙ୍କୁ ଗିରଫ କରିବା ପରେ ଏମାନଙ୍କ ପାଖରୁ ମିଳିଥିବା ଇମେଲ୍, ମେସେଜ୍, ଫୋନ୍ କଲ୍ ଏବଂ ଅନ୍ୟ ସୁତ୍ରରୁ […]
ଲକ୍ଷ୍ନୌ: ଦେଶର ପ୍ରଥମ ଘରୋଇ ଟ୍ରେନ୍ ସେବା ଆରମ୍ଭ ହୋଇଛି। ଲକ୍ଷ୍ନୌରୁ ନୂଆଦିଲ୍ଲୀ ଅଭିମୁଖେ ଦୌଡ଼ିଛି ତେଜସ୍ ଏକ୍ସପ୍ରେସ୍। ଗତକାଲି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟ୍ରେନ୍ର ଶୁଭାରମ୍ଭ କରିଥିଲେ। ଯାହା ପରେ ଆଜି ବିଧିବଦ୍ଧ ଭାବେ ଏହା ଚାଲିଛି। ଦେଶରେ ପ୍ରଥମ ଥର ପାଇଁ କୌଣସି ଟ୍ରେନ୍ର ଟିକେଟ୍ ଭଡ଼ା, କ୍ୟାଟେରିଂ ସହ ସମସ୍ତ ପ୍ରକାର ଦେୟ ଘରୋଇ କମ୍ପାନୀ ହାତରେ ରହିଛି। ବିଶ୍ୱ ସ୍ତରର ଟ୍ରେନ୍ ସେବା ସହ ଯାତ୍ରୀଙ୍କ ବିମାନ ଯାତ୍ରା ଭଳି […]
ନୂଆଦିଲ୍ଲୀ: ଧୋକା ଖାଇଥିଲା ସ୍ପାଇଡର୍ ଏୟାର୍ ଡିଫେନ୍ସ ସିଷ୍ଟମ୍। ନିଜ ହେଲିକପ୍ଟରକୁ ଚିହ୍ନିପାରିନଥିଲେ ଭାରତୀୟ ବାୟୁସେନା ଅଧିକାରୀ। ଶତ୍ରୁ ପକ୍ଷର ବିମାନ ଭାବି କରିଥିଲେ ମିସାଇଲ୍ ମାଡ଼। ଫଳରେ ଆକାଶମାର୍ଗରୁ ଖସି ପଡ଼ି ଧ୍ୱଂସ ହୋଇଯାଇଥିଲା MI-17 ଚପର୍। ଏହି ପ୍ରାଣଘାତୀ ତ୍ରୁଟି, ବାୟୁସେନାର ଏକ ବଡ଼ ଭୁଲ୍ ଥିଲା ବୋଲି ସ୍ୱୀକାର କରିଛନ୍ତି ବାୟୁସେନା ମୁଖ୍ୟ ଏୟାର୍ ଚିଫ୍ ମାର୍ସଲ୍ RKS ଭଦୌରିଆ। ଗତ ଫେବୃୟାରୀ ୨୭ରେ ଫ୍ରେଣ୍ଡ୍ଲି ଫାୟାର୍ ବା ଭୁଲ୍ ବଶତଃ ନିଜ […]
ନୂଆଦିଲ୍ଲୀ: ପିଆଜ ନଥିବାରୁ ଅସୁବିଧାରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା। ବଜାରରେ ପିଆଜ ନ ମିଳିବାରୁ ବିନା ପିଆଜରେ ରୋଷେଇ କରିବାକୁ ନିଜ ରୋଷେୟାକୁ କହିଛନ୍ତି ହାସିନା। ନୂଆଦିଲ୍ଲୀରେ ଓ୍ୱାର୍ଲଡ ଇକୋନୋମିକ୍ ଫୋରମ ଆଲୋଚନାରେ ଭାଗ ନେଇ ହାସିନା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ହଠାତ ପିଆଜ ରପ୍ତାନୀ ବନ୍ଦ କରିଦେବାରୁ ସେ ଖୁବ୍ ହଇରାଣ ହୋଇଛନ୍ତି। ତେଣୁ ସେ ତାଙ୍କ ରୋଷେୟାଉ ବିନା ପିଆଜରେ ରୋଷେଇ କରିବାକୁ କହିଛନ୍ତି। ପିଆଜ ରପ୍ତାନୀ ଉପରେ କେନ୍ଦ୍ର ସରକାର […]
ପାଟନା: ଲେଖକ ରାମଚନ୍ଦ୍ର ଗୁହା, ଫିଲ୍ମ ନିର୍ମାତା ମଣିରତ୍ନମ ଏବଂ ଅପର୍ଣ୍ଣା ସେନଙ୍କ ସମେତ ୫୦ ଜଣ ସେଲେବ୍ରେଟିଙ୍କ ବିରୋଧରେ ବିହାରର ମୁଜାଫରପୁରରେ ଦେଶଦ୍ରୋହ ମାମଲା ଦାୟର ହୋଇଛି। ଭିଡ଼ ହିଂସା, ଅସହିଷ୍ଣୁତା ଭଳି ଘଟଣା ବଢ଼ୁଥିବା ଉପରେ ଉଦ୍ବେଗ ପ୍ରକାଶ କରି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିବାରୁ ୪୯ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ପୁଲିସ କହିଛି। ସ୍ଥାନୀୟ ଆଇନଜୀବୀ ସୁଧିର ଓଝାଙ୍କ ଆବେଦନର ଶୁଣାଣି କରି ମୁଜାଫରପୁର ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶରେ […]