ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଯୋଡ଼ି ହେଲା ନୂଆ ଅଧ୍ୟାୟ। ନିର୍ବାଚନ ଠାରୁ ଦୂରରେ ରହୁଥିବା ଠାକ୍ରେ ପରିବାରର ପ୍ରଥମ ସଦସ୍ୟ ଭାବେ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି ଶିବସେନା ମୁଖ୍ୟ ଉଦ୍ଧବ ଠାକ୍ରେଙ୍କ ପୁଅ ଆଦିତ୍ୟ ଠାକ୍ରେ। ପରମ୍ପରାକୁ ଭାଙ୍ଗି ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି ଠାକ୍ରେ। ପରିବାରର ତୃତୀୟ ପିଢ଼ିର ଏହି ଯୁବନେତା ଆଜି ବିରାଟ ଶୋଭାଯାତ୍ରାରେ ନାମାଙ୍କନ ଦାଖଲ କରିଛନ୍ତି। ନାମାଙ୍କନ ପୂର୍ବରୁ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ ଯୁବ ନେତା ଆଦିତ୍ୟ ଠାକ୍ରେ। ବିରାଟ ଶୋଭାଯାତ୍ରା […]
ଶ୍ରୀନଗର: LOCରେ ବିଶୃଙ୍ଖଳା ପାଇଁ ପାକିସ୍ତାନ ସେନାର ନୂଆ ଚାଲ୍। କାଲି ଭାରତ ଆଡ଼କୁ ମାଡ଼ି ଆସି ପାରନ୍ତି ପାକିସ୍ତାନୀ। ଧାରା ୩୭୦ ଉଚ୍ଛେଦ ପରେ ବିବ୍ରତ ହୋଇପଡ଼ିଥିବା ପାକିସ୍ତାନ, କାଶ୍ମୀରରେ ଅଶାନ୍ତି ସୃଷ୍ଟି ପାଇଁ ଏଭଳି ଷଡ଼ଯନ୍ତ୍ର କରୁଥିବା ସୂଚନା ମିଳିଛି। ଖବର ସରବରାହ ସଂସ୍ଥା ଏଏନ୍ଆଇର ସୂଚନା ଅନୁସାରେ, କାଲି ପିଓକେରୁ LOCକୁ ସ୍ଥାନୀୟ କାଶ୍ମୀରବାସୀଙ୍କ ଏକ ପଦଯାତ୍ରା ବାହାର କରୁଛି ପାକିସ୍ତାନ। ସେନା ଏହି ମାର୍ଚ୍ଚରେ କାଶ୍ମୀରବାସୀଙ୍କୁ ସାମିଲ କରି ଉପତ୍ୟକାରେ ଅଶାନ୍ତି […]
ଭୋପାଳ: ଅଟା କିଣିଲେ ରୋଷେଇ ହେବ ବୋଲି ମନ୍ଦିରରୁ ୨୫୦ ଟଙ୍କା ଚୋରି କରିଥିଲେ ଜଣେ ୧୨ ବର୍ଷର ନାବାଳିକା। ପରେ ପୁଲିସ୍ ତାଙ୍କୁ ଗିରଫ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ତେବେ ଏହା ଚର୍ଚ୍ଚାକୁ ଆସିବ ପରେ ଓ ନାବାଳିକାଙ୍କ ପରିବାରର ଆର୍ଥିକ ସ୍ଥିତି ଦେଖି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ ସହାୟତା ରାଶି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ଟ୍ୱିଟ୍ କରିଲେଖିଛନ୍ତି, “ବେଳେବେଳେ ନିରୀହ ଶିଶୁମାନେ ଜୀବିକା ନିର୍ବାହ ପାଇଁ ଚୋରି […]
ନୂଆଦିଲ୍ଲୀ: ସ୍ୱଚ୍ଛ ଭାରତ ପାଇଁ ୧୫ ହଜାର ଫୁଟ୍ ଉଚ୍ଚରୁ ଡେଇଁଲେ ବାୟୁସେନା ଅଧିକାରୀ। ସ୍ୱଚ୍ଛ ଭାରତ ଅଭିଯାନକୁ ପ୍ରୋତ୍ସାହିତ କରିବା ପାଇଁ ଗତକାଲି ୧୫ ହଜାର ଫୁଟ୍ ଉଚ୍ଚରୁ ତଳକୁ ଡେଇଁଥିଲେ ଓ୍ୱିଙ୍ଗ୍ କମାଣ୍ଡର ଗଜାନନ୍ଦ ଯାଦବ। ମହାତ୍ମା ଗାନ୍ଧିଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଭାରତୀୟ ବାୟୁସେନା ଷ୍ଟେସନ ଅର୍ଜନ ସିଂରେ ଏଭଳି ଦୁଃସାହସିକ କଳା ଦେଖାଇଛନ୍ତି ବାୟୁସେନା ଅଧିକାରୀ। ହାତରେ ସ୍ୱଚ୍ଛ ଭାରତ ବ୍ୟାନର ଧରି ସେ ବିମାନର ତଳକୁ ଡେଉଁଥିଲେ। ବ୍ୟାନରରେ […]
ହରିଦ୍ୱାର: ଉତ୍ତରାଖଣ୍ଡର ହରିଦ୍ୱାରରେ ସ୍ଥିତି ଏମିତି ହେବ, କେହି କଳ୍ପନାରେ ଭାବି ନଥିଲେ। ପ୍ରାୟ ୫ ଜଣ ମହିଳା ଜଣେ ବ୍ୟକ୍ତିଙ୍କ ସ୍ୱାମୀ ବୋଲି କହିବା ସହ ତାଙ୍କର ଶବ ନେବାକୁ ଦାବି କରିଛନ୍ତି। ଏହି ବ୍ୟକ୍ତି ଜଣକ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଆଉ ମଜାଦାର କଥା ହେଉଛି ଏହି ସ୍ତ୍ରୀଲୋକମାନେ ଅନ୍ୟ ମହିଳାଙ୍କ ବାବଦରେ ଜମାରୁ ଜାଣିନଥିଲେ। ବହୁ ବାଦ ବିବାଦ ଓ ଯୁକ୍ତି ତର୍କ ପରେ ଶେଷରେ ଏହି ବ୍ୟକ୍ତିଙ୍କ ଶେଷ କୃତ୍ୟ […]
ନୂଆଦିଲ୍ଲୀ: ଭାରତୀୟ ରେଳ ବିଭାଗକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ରେଳରେ ଯାତ୍ରା କରୁଥିବା ଜଣେ ଯୁବକଙ୍କର ତାଙ୍କ ମା’ଙ୍କ ସହ ଯୋଗାଯୋଗ ହୋଇପାରୁନଥିଲା। ରେଳବାଇକୁ ସାହାଯ୍ୟ ମାଗିବା ପରେ ରେଳ ବିଭାଗ ପକ୍ଷରୁ ଉକ୍ତ ଯୁବକଙ୍କୁ ସାହାଯ୍ୟ ମିଳିଛି। ସୂଚନା ଅନୁଯାୟୀ, ଅଜମୈର୍-ସିଆଲ୍ଦା ଏକ୍ସପ୍ରେସରେ ଶୀଲା ପାଣ୍ଡେ ନାମକ ଜଣେ ମହିଳା ଯାତ୍ରା କରୁଥିଲେ। ମହିଳାଙ୍କ ସହ ତାଙ୍କ ପୁଅର ଯୋଗାଯୋଗ ହୋଇନପାରିବାରୁ ମହିଳାଙ୍କ ପୁଅ ବିବ୍ରତ ହୋଇ ପଡ଼ିଥିଲେ। ଗତ ସେପ୍ଟମ୍ବର ୩୦ ତାରିଖରେ ଅଧାବାଟରେ […]
ନୂଆଦିଲ୍ଲୀ: ମଙ୍ଗଳ ଗ୍ରହରେ କିଏ ଅଛି, ଯିଏ ଏମିତି ଅଜବ ଅଜବ ଶବ୍ଦ କରୁଛି। ଏବେ ଏହା ଜାଣିବାକୁ ତତ୍ପରତା ପ୍ରକାଶ କରିଛି ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା। ମଙ୍ଗଳ ଗ୍ରହ ଉପରେ ଗବେଷଣା ଜାରି ରଖିଥିବା ନାସା ନିଜର ଉପଗ୍ରହ ସାହାଯ୍ୟରେ ମଙ୍ଗଳ ଗ୍ରହରୁ କିଛି ଅଜବ ଅଜବ ଶବ୍ଦ ସବୁ ରେକର୍ଡ କରିଛି। ଆଉ ଏହି ଶବ୍ଦ ସବୁ କାହାର ତାହା ଜାଣିବା ପାଇଁ ଚେଷ୍ଟା ଚଳାଇଛି ନାସା। ନାସାର ପଠାଇଥିବା ଇନ୍ସାଇଟ୍ […]
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ମାମଲାର ସୁପ୍ରିମକୋର୍ଟରେ ଆଜି ଶୁଣାଣି ହୋଇଛି। ଶୁଣାଣିରେ କେନ୍ଦ୍ର ସରକାରଙ୍କ ଆବେଦନକୁ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ। ଧାରା ଉଚ୍ଛେଦ ନେଇ ଜବାବ ଦେବାକୁ କେନ୍ଦ୍ର ୪ ସପ୍ତାହ ମହଲତ ମାଗିଥିଲେ। ଏହାକୁ ସର୍ବୋଚ୍ଚ ଅଦାଲାତ ମଞ୍ଜୁରୀ ଦେଇଛନ୍ତି। ମାମଲାରେ ସମସ୍ତ ପକ୍ଷଙ୍କ ତରଫରୁ ଦାୟର ମାମଲାର ଜବାବ ପାଇଁ ୪ ସପ୍ତାହ ମହଲତ ଦେଇଛନ୍ତ୍ରି କୋର୍ଟ। ନଭେମ୍ବର ୧୪ରେ ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି। ସୁପ୍ରିମକୋର୍ଟଙ୍କ […]