ଶ୍ରୀନଗର: ଜମ୍ମୁ ଓ କାଶ୍ମୀର ସୋପୋର ଅଞ୍ଚଳରୁ ୮ ଆତଙ୍କବାଦୀଙ୍କୁ କାବୁ କଲା ପୁଲିସ ଓ ସେନାର ଏକ ସ୍ୱତନ୍ତ୍ର ଟିମ୍। ଏମାନେ ସ୍ଥାନୀୟ ବ୍ୟବସାୟୀଙ୍କୁ ଦୋକାନ ନଖୋଲିବାକୁ ଧମକ ଦେବା ସହ ହିଂସା ସୃଷ୍ଟି ପାଇଁ ଉଦ୍ୟମ କରୁଥିଲେ। ଗିରଫ ଆତଙ୍କବାଦୀମାନେ ପାକିସ୍ତାନର ଲକ୍ସର-ଏ-ତୋଏବା ଆତଙ୍କବାଦୀ ସଂଗଠନର ସଦସ୍ୟ ବୋଲି ଜଣାପଡ଼ିଛି। ଏମାନଙ୍କୁ ଅଜଣା ସ୍ଥାନରେ ରଖି ପଚରା ଉଚରା କରାଯାଉଛି। ଗିରଫଙ୍କ ମଧ୍ୟରେ ଜଣେ ସ୍ଥାନୀୟ ଆତଙ୍କବାଦୀ ରହିଛି। ଏମାନଙ୍କ ନିକଟରୁ ଆତଙ୍କବାଦୀ ସଂଗଠନ […]
ପୁଣେ: ଭାରତର ଦକ୍ଷିଣ ରାଜ୍ୟଗୁଡ଼ିକରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀମାନେ ଭୟଙ୍କର ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି। ଏଥିପାଇଁ ସେମାନେ ଭାରତ ମଧ୍ୟରେ ପ୍ରବେଶ କରିଥିବା ଆଜି ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସନ୍ଦିଗ୍ଧ ଆତଙ୍କୀମାନେ ପାକିସ୍ତାନରୁ ବୋଟ୍ ଯୋଗେ ଭାରତକୁ ଆସିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଗୁଜରାଟର ସାର୍ କ୍ରିକରୁ ପରିତ୍ୟକ୍ତ ଡଙ୍ଗା ମିଳିବା ପରେ ଏହି ଆଶଙ୍କା ଦୃଢ଼ିଭୂତ ହୋଇଛି। ଗୁଇନ୍ଦା ବିଭାଗର ଏଭଳି ସୂଚନା ମିଳିବା ପରେ ସମଗ୍ର ଦକ୍ଷିଣ ଭାରତରେ […]
ନୂଆଦିଲ୍ଲୀ: ଇସ୍ରୋ ଅଧ୍ୟକ୍ଷ କେ. ଶିବନଙ୍କ ନାମରେ ସୋଶାଲ ମିଡିଆରେ ଯେଉଁ ଆକାଉଣ୍ଟ ଦେଖିବାକୁ ମିଳୁଛି ତାହା ଫେକ୍ । କେ. ଶିବନଙ୍କର କୌଣସି ସୋଶାଲ ମିଡିଆରେ ଆକାଉଣ୍ଟ ନାହିଁ ବୋଲି ଆଜି ଇସ୍ରୋ ପକ୍ଷରୁ କୁହାଯାଇଛି। ଯାହା ବି କିଛି ଚନ୍ଦ୍ରଯାନ ୨ ବାବଦରେ ସୂଚନା ମିଳିବ ତାହା ଅଫିସିଆଲ୍ ୱେବସାଇଟ୍ ନହେଲେ ଇସ୍ରୋ ଟୁଇଟର ପେଜରେ ଉପଲବ୍ଧ ହେବ ବୋଲି ଇସ୍ରୋ କହିଛି। ଇସ୍ରୋ ପକ୍ଷରୁ ମିଶନ ଚନ୍ଦ୍ରଯାନ ଚନ୍ଦ୍ରରେ ଅବତରଣ କରିବା ପୂର୍ବରୁ […]
ବେଙ୍ଗାଲୁରୁ: ଦେହରେ ପୋଲିସ୍ ବର୍ଦ୍ଦି, ହାତରେ ହ୍ୟାଣ୍ଡକପ୍ ସାଙ୍ଗକୁ ପିସ୍ତଲ। ସତେ ଯେମିତି ଅପରାଧିଙ୍କୁ ସାବାଡ଼ କରିବାକୁ ବେଙ୍ଗାଳୁରୁ ପୁଲିସ କମିଶନରଙ୍କ କାର୍ଯ୍ୟାଳୟରେ ପୂରା ପ୍ରସ୍ତୁତ ହୋଇଥିଲେ ୫ କୁନି କୁନି କଡ଼ା ଅଫିସର। ଆଜି ଏହି ୫ ଅଫିସରଙ୍କୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଥିଲା। ଏହି ୫ କୁନି ଅଫିସର ଅଫିସ୍ ଆସିବା ମାତ୍ରେ ସମସ୍ତଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ସାଲ୍ୟୁଟ୍ ମାରି ଅଭିଭାଦନ ଜଣାଇଥିଲେ ଖୋଦ୍ ସିପି ଭାସ୍କର ରାଓ। […]
ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲନାଥଙ୍କ ଅଡ଼ୁଆ ବଢ଼ିଛି। ବହୁଚର୍ଚ୍ଚିତ ୧୯୮୪ ଶିଖ୍ ବିରୋଧୀ ଦଙ୍ଗାରେ କମଲନାଥଙ୍କ ଭୂମିକା ରହିଥିବା ଅଭିଯୋଗର ପୁଣିଥରେ ତଦନ୍ତ କରିବାକୁ ଏସ୍ଆଇଟି ନିଷ୍ପତ୍ତି ନେଇଛି। ଅର୍ଥାତ ତଦନ୍ତ ବେଳେ ଏସ୍ଆଇଟି କମଲନାଥଙ୍କୁ ଜେରା ମଧ୍ୟ କରିପାରିବ। ୧୯୮୪ରେ ତତ୍କାଳୀନ ଭାରତର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ନୂଆଦିଲ୍ଲୀରେ ତାଙ୍କର ଦୁଇ ଜଣ ଶିଖ୍ ସଂପ୍ରଦାୟର ଅଙ୍ଗରକ୍ଷୀ ଗୁଳି କରିଥିଲେ। ଏହାପରେ ସମଗ୍ର ଦେଶରେ ଶିଖ୍ ବିରୋଧୀ ଦଙ୍ଗା ସୃଷ୍ଟି […]
ଆହ୍ଲାବାଦ: ଆସାମର ଜଣେ ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ଉତ୍ତର ପ୍ରଦେଶର ଆହ୍ଲାବାଦ ଠାରେ ଥିବା ଏକ ହୋଟେଲରେ ଆତ୍ମହତ୍ୟା କରିଛନ୍ତି। ତେବେ ସେ ନିଜର ସୁଇସାଇଡ୍ ନୋଟ୍ଟିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି। ଆତ୍ମହତ୍ୟା କରିଥିବା ବିଜନ ଦାସ ନିଜର ୫ ପୃଷ୍ଠା ସମ୍ବଳିତ ସୁଇସାଇଡ୍ ନୋଟରେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କ ଭୁଲ ରଣନୀତି ଯୋଗୁ ଆଜି ଦେଶର ଅର୍ଥନୀତି ରସାତଳକୁ ଖସି ଯାଇଛି। ଏବେକାର ଆର୍ଥିକ ମାନ୍ଦାବସ୍ଥା ପାଇଁ କେହି ବି ମୋଦି […]
ଜେନିଭା: ଜମ୍ମୁ-କାଶ୍ମୀରରୁ ଅଗଷ୍ଟ ୫ରେ ଧାରା ୩୭୦ ଉଚ୍ଛେଦ ହୋଇଥିଲା। ସେବେଠାରୁ କାଶ୍ମୀରରେ ଜାରି ରହିଥିବା କଟକଣା ଇତି ମଧ୍ୟରେ ୩୫ ଦିନରେ ପହଞ୍ଚିଛି। କେନ୍ଦ୍ର ସରକାର ସ୍ଥିତି ନିୟନ୍ତ୍ରଣାଧୀନ ଥିବା ଦାବି କରୁଥିଲେ ହେଁ ଏବେ ଧୀରେଧୀରେ ଅନ୍ତର୍ଜାତୀୟ ସମୂହ ଭାରତର ଭୂମିକା ଉପରେ ପ୍ରଶ୍ନ ଉଠାଇବା ଆରମ୍ଭ କରିଛନ୍ତି। ଏହିକ୍ରମରେ ଆଜି ୪୨ ତମ ଜାତିସଂଘ ମାନବାଧିକାର ପରିଷଦ ବୈଠକର ପ୍ରଥମ ଅଭିଭାଷଣରେ ପରିଷଦର ସଭାପତି ମିଚେଲ ବାଚେଲେଟ୍ ଜମ୍ମୁ-କାଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି। ସେ […]
ନୂଆଦିଲ୍ଲୀ: ଗତ ୨୧ ବର୍ଷ ଭିତରେ ଅଟୋମୋବାଇଲ କ୍ଷେତ୍ରକୁ ସବୁଠୁ ବଡ଼ ଘାଟା ହୋଇଛି। ମାନ୍ଦାବସ୍ଥା ପ୍ରଭାବରେ ପାସେଞ୍ଜର କାର ବ୍ୟବସାୟ ଗୁରୁତର କ୍ଷତିଗ୍ରସ୍ତ ହୋଇଥିବା ସୂଚନା ଦେଇଛି SIAM ବା ସୋସାଇଟି ଅଫ୍ ଇଣ୍ଡିଆନ ଅଟୋମୋବାଇଲ ମ୍ୟାନୁଫ୍ୟାକଚର । ଏହି ସଂସ୍ଥାର ସୂଚନା ଅନୁସାରେ ଯାତ୍ରୀ ବାହୀ ଗାଡି ବିକ୍ରି ଗତବର୍ଷ ତୁଳନାରେ ୩୧.୫୭ ପ୍ରତିଶତ ଖସି ଆସିଛି। କେବଳ କାର ବିକ୍ରି କ୍ଷେତ୍ରରେ ମଧ୍ୟ ୪୧ ପ୍ରତିଶତ ହ୍ରାସ ପାଇଛି। ସେହିଭଳି ଟ୍ରକ୍ ଓ […]
ନୂଆଦିଲ୍ଲୀ: ପଞ୍ଚଭୂତରେ ବିଲୀନ ହେଲା ବିଶିଷ୍ଟ ଆଇନଜୀବୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମ ଜେଠମଲାନିଙ୍କ ପାର୍ଥିବ ଶରୀର। ଆଜି ସଂଧ୍ୟାରେ ଦିଲ୍ଲୀ ଲୋଧି ରୋଡ୍ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ୯୫ ବର୍ଷ ବୟସରେ ଆଜି ସକାଳେ ତାଙ୍କ ପରଲୋକ ହୋଇଥିଲା। ଜେଠମଲାନିଙ୍କ ବିୟୋଗରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ୧୯୨୩ ସେପ୍ଟେମ୍ବର ୧୪ ରେ ବର୍ତ୍ତମାନର ପାକିସ୍ତାନ ସିନ୍ଧ ପ୍ରଦେଶରେ ଜନ୍ମ ହୋଇଥିଲେ ଜେଠମଲାନି। ମାତ୍ର […]
ବେଙ୍ଗାଲୁରୁ: ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ ଅବତରଣ କରିବାର ଦୃଶ୍ୟ ଦେଖିବାକୁ ସାରା ବିଶ୍ୱ ଅନାଇ ରହିଥିବାବେଳେ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏଥିରେ ପଛରେ ପଡ଼ିନାହାନ୍ତି। ପୂର୍ବରୁ ଟ୍ୱିଟ୍ କରି ସମସ୍ତଙ୍କୁ ଆହ୍ୱାନ କରିଥିବା ମୋଦି ନିଜେ ବେଙ୍ଗାଲୁରୁସ୍ଥିତ ଇସ୍ରୋ ସେଣ୍ଟର ନିୟନ୍ତ୍ରଣ କକ୍ଷରେ ବସି ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ ଅବତରଣ ଦେଖୁଛନ୍ତି। ୭୦ ଜଣ ଛାତ୍ରଛାତ୍ରୀ ପ୍ରଧାନମନ୍ତ୍ରୀଙ୍କ ସାଙ୍ଗରେ ବସି ଏହି ଦୃଶ୍ୟ ଦେଖୁଛନ୍ତି। ସେମାନେ ଇସ୍ରୋ ମହାକାଶ କ୍ୱିଜ୍ରେ ବିଜେତା ହୋଇ […]
ବେଙ୍ଗାଲୁରୁ: ଇତିହାସ ରଚିବାକୁ ଯାଉଛି ଭାରତ। ଉତ୍କଣ୍ଠାର ସହ ଚାହିଁଁ ରହିଛି ସାରା ବିଶ୍ୱ। କାରଣ ଭାରତର ମହାକାଶ ମହା ମିଶନ୍ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ଓହ୍ଲାଇବାର ସମୟ ନିକଟତର ହେବାରେ ଲାଗିଛି। ଇସ୍ରୋ ଅଧ୍ୟକ୍ଷ କେ ଶିବନ୍ ଦେଇଥିବା ସୂଚନା ଅନୁଯାୟୀ, ଏହି ବହୁ ପ୍ରତୀକ୍ଷିତ ମୁହୂର୍ତ୍ତ ୧.୫୩ ସମୟରେ ଆସିବ। ଅର୍ଥାତ ୧.୫୩ ବେଳକୁ ବିକ୍ରମ ମହାଶୂନ୍ୟରୁ ଚନ୍ଦ୍ରପୃଷ୍ଠ ସ୍ପର୍ଶ କରିବ। ଏଥିପାଇଁ ଲ୍ୟାଣ୍ଡର ବିକ୍ରମ ଓ ରୋଭର୍ ପ୍ରଜ୍ଞାନର ସମୟ ନିର୍ଘଣ୍ଟ […]
ନୂଆଦିଲ୍ଲୀ: ଶନିବାର ରାତିରେ ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠରେ କରିବ ଐତିହାସିକ ଅବତରଣ। ଏହି ଅପୂର୍ବ ମୁହୂର୍ତ୍ତ କେମିତି ରହିବ ତା’କୁ ନେଇ ଇସ୍ରୋ ପ୍ରସ୍ତୁତ କରିଛି ଏକ ଆନିମେଟେଡ୍ ଭିଡିଓ। ଏଥିରେ ଦର୍ଶାଯାଇଛି ଶନିବାର ରାତି ୧.୩୦ରୁ ୨.୩୦ ମଧ୍ୟରେ ଲ୍ୟାଣ୍ଡର ବିକ୍ରମ କିଭଳି ଭାବେ ସଫ୍ଟଲ୍ୟାଣ୍ଡ କରିବ। ଏହି ଭିଡିଓରେ ରହିଥିବା ସୂଚନା ଅନୁଯାୟୀ, ଚନ୍ଦ୍ରପୃଷ୍ଠ ଉପରୁ ୩୦ କିଲୋମିଟରରୁ ହିଁ ଲ୍ୟାଣ୍ଡ କରିବା ପ୍ରକ୍ରିୟା ଆରମ୍ଭ କରିବ। ଏହା ନିଜ ଚାରିପଟେ ମୋଡ଼ ନେଇ ୯୦ […]
ନୂଆଦିଲ୍ଲୀ: ଏୟାରସେଲ-ମ୍ୟାକ୍ସିସ୍ କେସର ଶୁଣାଣିକୁ ଆଜି ଦିଲ୍ଲୀ କୋର୍ଟ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛନ୍ତି। ଏହି ଦୁର୍ନୀତି ମାମଲାରେ ବର୍ତ୍ତମାନ ଜେଲରେ ଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ ଏବଂ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କ ନାଁ ରହିଛି। ତେବେ ତଦନ୍ତକାରୀ ସଂସ୍ଥା ତାରିଖ ପରେ ତାରିଖ ମାଗି ଚାଲିଥିବାରୁ ଆଜି ଶୁଣାଣି ବେଳେ କୋର୍ଟ ବିରକ୍ତି ପ୍ରକାଶ କରିଥିଲେ। ଏହାପରେ କୋର୍ଟ ମାମଲାର ଶୁଣାଣିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଥିଲେ। କୋର୍ଟ କହିଥିଲେ, […]
ବେଙ୍ଗାଲୁରୁ:ଚନ୍ଦ୍ରକୁ ନେଇ କେତେ ଗପ, କବିତା, ଗୀତ ଏବଂ ଉପନ୍ୟାସ ରଚନା କରାଯାଇଛି। ଅଜାଘର ସହ କୌଣସି ସମ୍ପର୍କ ନଥିବା ଚନ୍ଦ୍ର ପିଲାବେଳୁ ହିଁ ଜହ୍ନ ମାମୁଁ ଭାବେ ପରିଚୟଟିଏ ତିଆରିଛି। ଆସନ୍ତା ଶନିବାର ଭାରତର ଚନ୍ଦ୍ରଯାନ-୨ ବାସ୍ତବ ରୂପ ନେବ। ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ‘ବିକ୍ରମ’ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ସମୟ ଯେତିକି ପାଖେଇ ଆସୁଛି ସମସ୍ତଙ୍କ ଉତ୍ସୁକତା ବଢ଼ିବାରେ ଲାଗିଛି। ମନେ ହେଉଛି ସତେ ଯେମିତି ଏହି ଐତିହାସିକ ମୁହୂର୍ତ୍ତ ଆମ ହାତ ପାଆନ୍ତାରେ ପହଞ୍ଚିସାରିଲାଣି। […]
ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମଙ୍କୁ ତିହାର ଜେଲ ପଠାଇଛନ୍ତି ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ। ଆଜି ତାଙ୍କ ରିମାଣ୍ଡ ଅବଧି ସରୁଥିବାରୁ ସିବିଆଇ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇବାକୁ ଆବେଦନ କରିଥିଲା। ସ୍ୱତନ୍ତ୍ର ବିଚାରପତି ଅଜୟ କୁମାର କୁହାର ଏହି ଆବେଦନକୁ ଗ୍ରହଣ କରି ଚିଦାମ୍ବରମଙ୍କୁ ୧୯ ସେପ୍ଟେମ୍ବର ଯାଏ ତିହାର ଜେଲକୁ ପଠାଇ ଦେଇଛନ୍ତି। ସିବିଆଇର ବିଚାର ବିଭାଗୀୟ ହାଜତ […]
ନୂଆଦିଲ୍ଲୀ: ବିବାଦୀୟ ଇସ୍ଲାମ ଧର୍ମ ପ୍ରଚାରକ ଜାକିର ନାଏକକୁ ଭାରତକୁ ପ୍ରତ୍ୟର୍ପଣ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରୟାସ। ଏ ନେଇ ସେ ମ୍ୟାଲେସିଆ ପ୍ରଧାନମନ୍ତ୍ରୀ ମହାଥିର ମୋହମ୍ମଦଙ୍କ ସହିତ ଆଲୋଚନ କରିଛନ୍ତି। ଦୁଇଦିନିଆ ଋଷିଆ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ମୋଦି ମହାଥିରଙ୍କୁ ଭେଟି ଜାକିରଙ୍କ ପ୍ରତ୍ୟର୍ପଣ କଥା ଉଠାଇଛନ୍ତି। ଇଷ୍ଟର୍ଣ୍ଣ ଇକୋନୋମିକ ଫୋରମ୍ରେ ଯୋଗ ଦେବା ସମୟରେ ମୋଦି ଏହି ପ୍ରସଙ୍ଗ ଉଠାଇଛନ୍ତି। ଆଗାମୀ ଦିନରେ ଏହି ପ୍ରସଙ୍ଗରେ ଦୁଇ ଦେଶର ଅଧିକାରୀ ନିରନ୍ତର ଯୋଗାଯୋଗରେ ରହି […]