ନୂଆଦିଲ୍ଲୀ: ଆତଙ୍କବାଦ ପ୍ରସଙ୍ଗରେ ଭାରତର ନିଷ୍ପତ୍ତିକୁ ସମର୍ଥନ ଜଣାଇଛି ଆମେରିକା। ହାଫିଜ ସୟିଦ୍, ମାସୁଦ ଆଝାର, ଜକିଉର ରେହମାନ୍ ଓ ଦାଉଦ୍ ଇବ୍ରାହିମଙ୍କୁ ବୁଧବାର ଆତଙ୍କବାଦୀ ବୋଲି ଘୋଷଣା କରିଛି ଭାରତ। ଭାରତର ଏହି ନିଷ୍ପତ୍ତିକୁ ଆମେରିକା ଏବେ ସମର୍ଥନ କରିଛି। ୟୁଏପିଏ ଆଇନ୍ ଅନୁସାରେ ପାକିସ୍ତାନରେ ଆତ୍ମଗୋପନ କରିଥିବା ହାଫିଜ, ମାସୁଦ ଓ ଦାଉଦଙ୍କୁ ଭାରତ ସରକାର ଆତଙ୍କବାଦୀ ବୋଲି ଘୋଷଣା କରିଛି। ଆମେରିକା ବୈଦେଶିକ ମନ୍ତ୍ରଣାଳୟର ସାଉଥ୍-ସେଣ୍ଚ୍ରାଲ୍ ଏସିଆନ୍ ବିଭାଗ ଟୁଇଟ୍ କରି ଭାରତ […]
ନୂଆଦିଲ୍ଲୀ: ଦେଶରେ ଭିଆଇପି ସଂସ୍କୃତିକୁ ନେଇ ସମୟ ସମୟରେ ନେତାମାନେ ଜନତାଙ୍କ ଆଲୋଚନାର ପରିସରକୁ ଆସନ୍ତି। ହେଲେ ନେତା ଯେତେବେଳେ ଭିଆଇପି ସଂସ୍କୃତିରୁ ହଟି ସାଧାରଣ ଲୋକଙ୍କ ଭଳି ଚାଲିଚଳଣିରେ ବଞ୍ଚିବେ ସେତେବେଳେ ସେହି ନେତା ଆହୁରି ଆଲୋଚନାର ପରିସରକୁ ଆସିବା ସ୍ୱାଭାବିକ କଥା। ନିକଟରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ୍ ମଧ୍ୟ ଠିକ୍ ଏହିପରି କିଛି କରିଛନ୍ତି, ଯାହାକୁ ନେଇ ଏବେ ଶୋସାଲ୍ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି। ମଙ୍ଗଳାବାର ରାତିରରେ ଶେଖାୱତ୍ […]
ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀଙ୍କ ପୁଅର ସମ୍ପର୍କୀୟ କହି ଗାଡ଼ି ଶୋ’ ରୁମ୍ରୁ ବିଳାଶପୂର୍ଣ୍ଣ ଅଡି କାର୍ ଧରି ଛମ୍ପଟ୍ ମାରିଲା ଠକ। ରାଜସ୍ଥାନର ଯୋଦ୍ଧପୁର ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବ ଗେହଲଟଙ୍କର କଣ୍ଠସ୍ୱର ନକଲ କରି ଠକ ବ୍ୟକ୍ତି ଦାମିକିଆ ଅଡି କାର୍ ନେଇ ଯାଇଥିବା ଅଭିଯୋଗ ହୋଇଛି। କାର୍ ଠକି ନେଇଥିବା ବ୍ୟକ୍ତିଙ୍କ ନାଁ ହେଲା ସୁରେଶ ପୁତ୍ର ଭନୱାରଲାଲ୍ ଘାଞ୍ଚି। ତାଙ୍କ ଘର ରାଜସ୍ଥାନର ପାଲୀ ଜିଲ୍ଲାରେ। ଘାଞ୍ଚି ପ୍ରଥମେ ଅଶୋକ ଗେହଲଟଙ୍କ […]
ନୂଆଦିଲ୍ଲୀ: ଆଇଏନ୍ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦେଶର ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ୱରମଙ୍କୁ ସୁପ୍ରିମକୋର୍ଟରୁ ପୁଣି ନିରାଶ ହେବାକୁ ପଡ଼ିଛି। ଆଇଏନ୍ଏକ୍ସ ମିଡିଆ ମନି ଲଣ୍ଡେରିଙ୍ଗ୍ କେଶ୍ରେ ଆଜି ଇଡି ମାମଲାରେ ଶୁଣାଣି କରି ସୁପ୍ରିମକୋର୍ଟ ଚିଦାମ୍ୱରମଙ୍କ ଅଗ୍ରୀମ ଜାମିନ୍ ଆବେଦନକୁ ଖାରଜ କରି ଦେଇଛନ୍ତି। ସିବିଆଇ ହେପାଜତରେ ଥିବା ଚିଦାମ୍ୱରମଙ୍କୁ ଏବେ ଇଡି ଗିରଫ୍ କରିପାରିବ। ଆଇଏନ୍ଏକ୍ସ ଡିଲରେ ଚିଦାମ୍ୱରମ ନିଜ ପଦବୀର ଅପବ୍ୟବହାର କରି ବେଆଇନ ଆର୍ଥିକ ନେଣଦେଣ କରିଥିବା ଇଡି […]
ନୂଆଦିଲ୍ଲୀ: ଦୀର୍ଘ ୩ ବର୍ଷ ହେଲା ଗୁଇନ୍ଦାଗିରି ଅଭିଯୋଗରେ ଗିରଫ ହୋଇ ଫାଶୀଦଣ୍ଡ ପାଇଥିବା ଭାରତର ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବ ଏବେ ପାକିସ୍ତାନ ଜେଲରେ ରହିଛନ୍ତି। ତେବେ ପାକିସ୍ତାନ ସେନା, ପୁଲିସ୍ ଏବଂ ସରକାର ତାଙ୍କୁ ମିଛ କହିବାକୁ ବାଧ୍ୟ କରୁଛନ୍ତି। ଏପରି କି ତାଙ୍କୁ ନିର୍ଯାତନା ଦିଆଯାଉ ଥିବାରୁ ସେ ଅତ୍ୟଧିକ ଚାପରେ ରହିଛନ୍ତି ବୋଲି ଆଜି ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଛି। ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍ ଜଷ୍ଟିସ୍(ଆଇସିଜେ)ଙ୍କ ନିର୍ଦ୍ଦେଶକ୍ରମେ ପାକିସ୍ତାନ କୁଳଭୂଷଣଙ୍କୁ […]
ଲକ୍ଷ୍ନୌ: ଉତ୍ତର ପ୍ରଦେଶର ମିର୍ଜାପୁରରେ ଥିବା ଏକ ସରକାରୀ ସ୍କୁଲରେ ପିଲାମାନେ ମଧ୍ୟାହ୍ଣ ଭୋଜନରେ ରୁଟି ସହ ଲୁଣ ଖାଉଥିବା ଖବର ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଥିଲା। ଏହି ଖବରକୁ ଯେଉଁ ସାମ୍ବାଦିକ ସାର୍ବଜନୀନ କରିଥିଲେ, ଏବେ ତାଙ୍କ ବିରୋଧରେ ଉତ୍ତର ପ୍ରଦେଶର ଯୋଗୀ ସରକାର ମାମଲା ରୁଜୁ କରିଛନ୍ତି। ମିର୍ଜାପୁର ବ୍ଲକ ଶିକ୍ଷା ଅଧିକାରୀ ଜଣଙ୍କ ଏବେ ସାମ୍ବାଦିକ ପୱନ ଜୈଶୱାଲ ଏବଂ ଗାଁ ମୁଖିଆ ରାଜକୁମାର ପଲଙ୍କ ନାଁରେ ପୁଲିସ୍ ନିକଟରେ ଅଭିଯୋଗ […]
ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଚିଦାମ୍ୱରମ୍ ଏବେ ସିବିଆଇ ହେପାଜତରେ। ଅନ୍ୟପଟେ ଏୟାରସେଲ୍-ମାକ୍ସିସ୍ କେସରେ ଉଭୟ ପି. ଚିଦାମ୍ୱରମ୍ ଏବଂ କାର୍ତ୍ତୀ ଚିଦାମ୍ୱରମଙ୍କ ଜାମିନ ରଦ୍ଦ କରିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଓ ସିବିଆଇ ଦିଲ୍ଲୀର ରାଓ୍ୱଜ୍ ଏଭେନ୍ୟୁ କୋର୍ଟରେ ଆବେଦନ କରିଛନ୍ତି। ଉଭୟ ବାପା ଓ ପୁଅ ଦୁର୍ନୀତି କରିଥିବା ବିରୋଧରେ ଆବଶ୍ୟକ ପ୍ରମାଣ ରହିଛି ବୋଲି ଇଡି କହିଛି। ତେଣୁ ଜାମିନ ଦେଇ ଦେଲେ ଚିଦାମ୍ୱରମ ପ୍ରମାଣ ନଷ୍ଟ କରିଦେବେ ବୋଲି […]
ଇସ୍ଲାମାବାଦ: ଭାରତ ପୂର୍ବରୁ ଯାହା କହି ଆସୁଥିଲା, ଏବେ ସେକଥା ଖୋଦ୍ ଜଣେ ପାକିସ୍ତାନ ମନ୍ତ୍ରୀ ସ୍ୱୀକାର କରିଛନ୍ତି। କେବଳ ଭାରତ ନୁହେଁ, ପୂରା ବିଶ୍ୱ ମଧ୍ୟ ବହୁ ବର୍ଷ ଆଗରୁ ଯେଉଁ କଥା କହୁଥିଲା, ଏବେ ସେକଥା ସତ ପ୍ରମାଣିତ ହୋଇଛି। ପାକିସ୍ତାନ ସରକାରଙ୍କ ବସ୍ ଭାବେ ଦେଶର ଆର୍ମି କାମ କରୁଛି ଏବଂ ଦେଶର ସେନା କଥାରେ ଇମ୍ରାନ୍ ସରକାର ପରିଚାଳିତ ବୋଲି ପାକିସ୍ତାନ ରେଳମନ୍ତ୍ରୀ ଶେଖ ରଶିଦ କହିଛନ୍ତି। ପାକିସ୍ତାନ ଆର୍ମି ତାଙ୍କୁ […]
ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଜମ୍ମୁ-କାଶ୍ମୀରକୁ ନେଇ ଟକରାଟକରି ଚାଲିଛି। ଏହି ସବୁ ଭିତରେ ଆସନ୍ତାକାଲି ଭାରତୀୟ ବାୟୁସେନାରେ ୮ଟି ଆମେରିକା ନିର୍ମିତ ଆପାଚ୍ ହେଲିକପ୍ଟର ସାମିଲ ହେବ। ଏହା ବାୟୁସେନାର ଯୁଦ୍ଧ କରିବା କ୍ଷମତାକୁ ଆହୁରି ବଢ଼ାଇଦେବ। ଏହି ଆପାଚ୍ ଏଚ୍-୬୪ଇ ଆକ୍ରମଣକାରୀ ହେଲିକପ୍ଟରକୁ ଆସନ୍ତାକାଲି ପଠାନକୋଟ୍ ଠାରେ ବାୟୁସେନାରେ ସାମିଲ କରାଯିବ। ଏହିକାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାୟୁସେନା ମୁଖ୍ୟ ବିଏସ୍ ଧନୱା ଯୋଗଦେବେ। ବିଶ୍ୱର ଅନ୍ୟତମ ଅତ୍ୟାଧୁନିକ ଆପାଚ୍ ଏଚ୍-୬୪ଇ ହେଲିକପ୍ଟରକୁ […]
ଇସ୍ଲାମାବାଦ: ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍ ଜଷ୍ଟିସ୍(ଆଇସିଜେ)ଙ୍କ ନିର୍ଦ୍ଦେଶ ପରେ ଗୁଇନ୍ଦାଗିରି ଅଭିଯୋଗରେ ପାକିସ୍ତାନରେ ଫାଶୀଦଣ୍ଡ ପାଇଥିବା ଭାରତର ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କୁ ଆଜି କନସୁଲାର ଆକ୍ସେସ୍ ଯୋଗାଇ ଦେଇଛି ଇସ୍ଲାମାବାଦ। ଏହି କନସୁଲାର ଆକ୍ସେସ ପରେ ଆଜି ମଧ୍ୟାହ୍ନରେ ପାକିସ୍ତାନରେ ଅବସ୍ଥାପିତ ଭାରତୀୟ ଡେପୁଟି ହାଇକମିଶନର ଗୌରବ ଆଲୁୱାଲିଆ ଇସ୍ଲାମାବାଦର ସବ୍ ଜେଲ୍ରେ ଥିବା କୁଳଭୂଷଣଙ୍କୁ ସାକ୍ଷାତ କରିଛନ୍ତି। ଦୀର୍ଘ ୩ ବର୍ଷ ପାକିସ୍ତାନ ଜେଲରେ ବନ୍ଦୀ ଥିବା କୁଳଭୂଷଣଙ୍କୁ ପ୍ରଥମଥର ପାଇଁ ଭାରତୀୟ […]
ନୂଆଦିଲ୍ଲୀ: ପ୍ରଥମଥର କ୍ଷମତା ଦଖଲ କରିବା ପରେ ଦେଶରେ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ସମ୍ମାନିତ ହେବେ। ଏହି ସ୍ୱଚ୍ଛ ଭାରତ ଅଭିଯାନ ପାଇଁ ତାଙ୍କୁ ବିଲ୍ ଓ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍ ପକ୍ଷରୁ ସମ୍ମାନିତ କରାଯିବ। ଚଳିତ ମାସ ଶେଷ ଆଡ଼କୁ ମୋଦି ଆମେରିକା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ହିଁ ଫାଉଣ୍ଡେସନ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯିବ। ପିଏମଓର ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ତୋମାର […]
ବେଙ୍ଗାଲୁରୁ: ଭାରତର ମିଶନ ଚନ୍ଦ୍ର ଆଉ ଗୋଟିଏ ପାଦ ଆଗକୁ ବଢ଼ିଛି। ଆଜି ସଫଳତା ପୂର୍ବକ ଚନ୍ଦ୍ରଯାନ-୨ର ଅର୍ବିଟର୍ରୁ ଲ୍ୟାଣ୍ଡର ବିକ୍ରମ ଓ ରୋଭୋର ପ୍ରଜ୍ଞା ଅଲଗା ହୋଇଛନ୍ତି। ଏବେ ସେପ୍ଟେମ୍ବର ୭ରେ ବିକ୍ରମ ରାତି ୧.୩୦ରୁ ୨.୩୦ ମଧ୍ୟରେ ଚନ୍ଦ୍ରରେ ଅବତରଣ କରିବ। ଇସ୍ରୋ ପକ୍ଷରୁ କୁହାଯାଇଛି ଯେ ରାତି ୧.୫୫ରେ ହିଁ ବିକ୍ରମ ଚନ୍ଦ୍ରରେ ପ୍ରବେଶ କରିବ। ଇସ୍ରୋ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଦିନ ପ୍ରାୟ ୧.୩୫ରେ ଚନ୍ଦ୍ରଯାନ-୨ର ଅର୍ବିଟର୍ରୁ ବିକ୍ରମ ଅଲଗା […]
ନୂଆଦିଲ୍ଲୀ: ପାକିସ୍ତାନ ଯୁଦ୍ଧ ବିମାନକୁ ଖସାଇ ବୀର ଚକ୍ର ସମ୍ମାନରେ ସମ୍ମାନିତ ହୋଇଥିବା ବାୟୁସେନାର ୱିଙ୍ଗ୍ କମାଣ୍ଡର୍ ଅଭିନନ୍ଦନ ବର୍ତମାନ ଆଜି ପୁଣିଥରେ କକ୍ପେଟ୍କୁ ଫେରିଛନ୍ତି। ଆଜି ଅଭିନନ୍ଦନ ଓ ବାୟୁସେନା ମୁଖ୍ୟ ବିଏସ୍ ଧନୱା ଏକାଠି ମିଗ୍-୨୧ ଯୁଦ୍ଧ ବିମାନ ଉଡ଼ାଇଛନ୍ତି। ଆଜି ପଞ୍ଜାବର ପଠାନକୋଟ୍ ଏୟାରବେସ୍ରୁ ହିଁ ଅଭିନନ୍ଦନ ଓ ବାୟୁସେନା ମୁଖ୍ୟ ଉଡ଼ାଣ ଭରିଥିଲେ। ଚଳିତ ବର୍ଷ ଫେବୃଆରୀ ୨୬ ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ ପରେ ପାକିସ୍ତାନ ତା’ ପରଦିନ ଭାରତୀୟ ସେନା […]
ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଅଟକ ଥିବା ରାଜ୍ୟର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ମେହବୁବା ମୁଫତିଙ୍କୁ ତାଙ୍କ ପରିବାର ଓ ସମ୍ପର୍କୀୟ ଭେଟିଛନ୍ତି। ନ୍ୟାସନାଲ କନଫରେନସର ନେତା ଓମାର ଅବଦୁଲ୍ଲା ଏବଂ ପିପୁଲ୍ସ ଡେମୋକ୍ରାଟିକ ପାର୍ଟିର ମୁଖ୍ୟ ମେହବୁବା ମୁଫତି ଅଗଷ୍ଟ ୫ରୁ ଅଟକ ରହିଛନ୍ତି। ଏହି ସମୟରେ ମେହବୁବା ମୁଫତି ଏବଂ ଓମାର ଅବଦୁଲ୍ଲା କାହାରିକୁ ଭେଟି ପାରୁନଥିଲେ। ସୂଚନା ଅନୁଯାୟୀ ଚଳିତ ସପ୍ତାହରେ ଶ୍ରୀନଗର […]
ନୂଆଦିଲ୍ଲୀ: କୁନି ଶିଶୁର କଥା ମାନି କଣ୍ଢେଇର ଚିକିତ୍ସା କଲେ ଡାକ୍ତର। ବଡ଼ ଡାକ୍ତରଖାନାର ଅଭିଜ୍ଞ ଡାକ୍ତର କୁନି ଶିଶୁର କଥା ମାନିଲେ। ଶିଶୁଟିର କହିବାନୁସାରେ ଡାକ୍ତର ପ୍ରଥମେ ପ୍ରିୟ କଣ୍ଢେଇର ବ୍ୟାଣ୍ଡେଜ କଲେ ଏବଂ ପରେ ଅସୁସ୍ଥ କୁନି ଶିଶୁର ବ୍ୟାଣ୍ଡେଜ୍ ହେଲା। ଏପରି ଘଟଣାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା। ଘଟଣା ଘଟିଛି ଦିଲ୍ଲୀର ଲୋକନାୟକ ହସ୍ପିଟାଲରେ। ଚିକିତ୍ସା ପାଇଁ ଅଣାଯାଇଥିବା ୧୧ ମାସର କୁନି ଶିଶୁକନ୍ୟାର ଗୋଡ଼ରେ ପ୍ଲାଷ୍ଟର ଲଗାଯିବାର ଥିଲା। […]
ନୂଆଦିଲ୍ଲୀ: ଭାରତ ସହ ସର୍ତ୍ତମୂଳକ ଦ୍ୱିପାକ୍ଷିକ ଆଲୋଚନା ପାଇଁ ପାକିସ୍ତାନ ରାଜି। ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେସି ଏହି ସୂଚନା ଦେଇଛନ୍ତି। ଏନେଇ ପାକ୍ ସରକାର ପ୍ରସ୍ତୁତ ଥିବା କହିଛନ୍ତି କ୍ୟୁରେସି କହିଛନ୍ତି। ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଭାରତ-ପାକିସ୍ତାନ ମଧ୍ୟରେ ଦେଖିଦେଇଥିବା ବିବାଦ ମଧ୍ୟରେ ଏଭଳି ବୟାନ ରଖିଛନ୍ତି କ୍ୟୁରେସି। ଏନେଇ ପାକିସ୍ତାନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। କ୍ୟୁରେସି ଏହା ବି କହିଛନ୍ତି ଯେ, ପାକିସ୍ତାନ ପକ୍ଷରୁ ଦ୍ୱିପାକ୍ଷିକ ଆଲୋଚନା ପାଇଁ […]
କୋଲକାତା: ମୋବ୍ ଲିଞ୍ଚିଂ ବା ଭିଡ଼ ହିଂସା ବିରୋଧରେ କଠୋର ହେଲେ ପଶ୍ଚିବଙ୍ଗଳା ସରକାର। ଏଣିକି ଭିଡ଼ ହିଂସାରେ କାହାର ଜୀବନ ଗଲେ ଦୋଷୀଙ୍କୁ ମିଳିବ ମୃତ୍ୟୁ ଦଣ୍ଡ। ଏନେଇ ପଶ୍ଚିମବଙ୍ଗଳା ବିଧାନସଭାରେ ଏକ ଆଇନ୍ ପାସ୍ ହୋଇଛି। ଯାହାଦ୍ୱାର ଭିଡ଼ି ହିଂସାର ତଦନ୍ତ କରାଯାଇ ଦୋଷୀ ବିରୋଧରେ ଉପଯୁକ୍ତ ଦଣ୍ଡବିଧାନ କରାଯାଇପାରିବ। ଆବଶ୍ୟକ ପଡ଼ିଲେ ଦୋଷୀକୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯିବ। ଭିଡ଼ ହିଂସା ପାଇଁ ପଶ୍ଚିମବଙ୍ଗଳା ସରକାର ଆଣିଥିବା ପ୍ରିଭେନସନ୍ ଅଫ୍ ଲିଞ୍ଚିଂ ବିଲ୍ […]
ନୂଆଦିଲ୍ଲୀ: କେରଳର ଏକ କଲେଜର ୩୦ ଜଣ ଛାତ୍ର ପାକିସ୍ତାନର ଜାତୀୟ ପତାକା ଉଡ଼ାଇଥିବା ଅଭିଯୋଗ ହୋଇଛି। ଏହି ଛାତ୍ରମାନେ ମୁସଲିମ୍ ଛାତ୍ର ଫ୍ରଣ୍ଟର। ତାଙ୍କ ବିରୋଧରେ କୋଝିକୋଡ ଜିଲ୍ଲାର ପେରାମ୍ୱରା ପୁଲିସ ମାମଲା ରୁଜୁ କରିଛି। https://www.facebook.com/100010429608213/videos/934931433531168/ ଗତ ଗୁରୁବାର କଲେଜରେ ଛାତ୍ର ନିର୍ବାଚନ ପାଇଁ ପ୍ରଚାର ଚାଲିଥିବା ବେଳେ ପେରାମ୍ୱରା ସିଲଭର କଲେଜରେ ଏହି ଛାତ୍ରମାନେ ପାକିସ୍ତାନୀ ପତାକା ଉଡ଼ାଉଥିଲେ ବୋଲି ଅଭିଯୋଗ ହୋଇଛି। ଏହାପରେ ପୁଲିସ ୩୦ ଛାତ୍ରଙ୍କ ବିରୋଧରେ ଧାରା ୧୪୩, […]
ନୂଆଦିଲ୍ଲୀ: ଉତ୍ପାଦନରେ ନକାରତ୍ମକ ସ୍ଥିତି କାରଣରୁ ୨୦୧୯-୨୦ ଆର୍ଥିକ ବର୍ଷର ଏପ୍ରିଲ-ଜୁନ୍ କ୍ୱାର୍ଟରରେ ଦେଶର ଜିଡିପି ହାର ୫%କୁ ଖସିଆସିଛି। ଏହା ଗତ ସାଢ଼େ ୬ ବର୍ଷରେ ସର୍ବନିମ୍ନ ବୋଲି ଜଣାପଡ଼ିଛି। ପୂର୍ବ କ୍ୱାର୍ଟରରେ ଜିଡିପି ହାର ୫.୭% ଥିଲା। ୨୦୧୩ ମସିହା ପ୍ରଥମ କ୍ୱାର୍ଟର ପରଠାରୁ ଏହି ଅଭିବୃଦ୍ଧି ହାର ସର୍ବନିମ୍ନ। ଏହି ବର୍ଷ ଜିଡିପି ୪.୯%କୁ ଖସିଆସିଥିଲା। ଏହାକୁ ଲକ୍ଷ୍ୟ କରି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପୁଣି ଥରେ ସୁଧହାର ହ୍ରାସ କରାଇବାର […]