• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

dhadi-up
ଶ୍ରୀକ୍ଷେତ୍ରରେ ତୁଟୁନି ଧାଡ଼ି ଅଡୁଅା

ପୁରୀ : ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନକୁ ବିରୋଧ କରି ପୋଡ଼ାଜଳା, ଭଙ୍ଗାରୁଜା ଓ ଖଣ୍ଡଯୁଦ୍ଧ ପରେ ଫେରିଛି ଶାନ୍ତି। ପୂର୍ବ ୩ ଦିନ ଭଳି ଅାଜି ବ୍ୟବସ୍ଥିତ ଓ ଶୃଙ୍ଖଳିତ ଭାବେ ଧାଡ଼ିରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଭକ୍ତ। ତେବେ କାଲିର ଘଟଣା ପରେ ଶାନ୍ତି କମିଟିର ନିଷ୍ପତ୍ତି ଅନୁସାରେ ବଡ଼ଦେଉଳର ଅନ୍ୟ ୩ ଦ୍ୱାର ଦେଇ ସ୍ଥାନୀୟ ବାସିନ୍ଦାଙ୍କ ପ୍ରବେଶ ଉପରୁ କଟକଣା ହଟିଛି। ନିଷ୍ପତ୍ତି ଅନୁସାରେ ସ୍ଥାନୀୟ ବାସିନ୍ଦାଙ୍କୁ ସାଙ୍ଗରେ ଅାଣିବାକୁ ପଡୁଛି […]

  • Friday, 16 July 2021
dkl
ପରକୀୟା ପ୍ରୀତି ଯୋଗୁଁ ହତ୍ୟାକାଣ୍ଡ

ଢେଙ୍କାନାଳ  : ଢେଙ୍କାନାଳ ମୀନାବଜାରସ୍ଥିତ ପଟ୍ଟନାୟକ ସାହିରେ ବ୍ୟବସାୟୀ ମଣ୍ଟୁ ପାତ୍ର ମର୍ଡର ଘଟଣାର ପର୍ଦ୍ଦାଫାଶ । ହତ୍ୟା ଅଭିଯୋଗରେ ମଣ୍ଟୁଙ୍କ ପତ୍ନୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୁଲିସ। ଅନ୍ୟ ଯୁବକଙ୍କ ସହ ପ୍ରେମ ସଂପର୍କ ଯୋଗୁଁ ପତିପତ୍ନୀଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା । ତେଣୁ ରାସ୍ତାରୁ ହଟାଇବା ଲାଗି ସ୍ତ୍ରୀ ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କରିଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଢେଙ୍କାନାଳର ଅତିରିକ୍ତ ଏସପି […]

  • Friday, 16 July 2021
tanuja
ତନୁଜା ଅାଇଚ୍ ମର୍ଡର ଘଟଣାର ପର୍ଦ୍ଦାଫାଶ୍

ଭୁବନେଶ୍ୱର : ପରକୀୟା ପ୍ରୀତିର କରୁଣ ପରିଣାମ। ଗାର୍ଲଫ୍ରେଣ୍ଡ ପାଇଁ ପତ୍ନୀକୁ ହତ୍ୟା। ହତ୍ୟା ସହ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଗାର୍ଲଫ୍ରେଣ୍ଡ ସହ ଅଭିଯୁକ୍ତ ସ୍ୱାମୀ ଗିରଫ। ଦୁର୍ଘଟଣା ଯୋଗୁ ପତ୍ନୀର ମୃତ ନୁହେଁ, ବରଂ ଯୋଜନା ବଦ୍ଧ ଭାବେ ମୃତଦେହକୁ ଡିସ୍‌ପୋଜ କରିବା ବେଳେ ହୋଇଥିଲା ଦୁର୍ଘଟଣା। ଭୁବନେଶ୍ୱର ସାମନ୍ତରାପୁରରେ କାରରୁ ତନୁଜା ଅାଇଚଙ୍କ ମୃତଦେହ ଉଦ୍ଧାର ଘଟଣାର ଏଭଳି ରହସ୍ୟ ଉନ୍ମୋଚନ କରିଛି ପୁଲିସ। ହତ୍ୟା ଅଭିଯୋଗରେ ସ୍ୱାମୀ ସଂଗ୍ରାମ ଅାଇଚଙ୍କୁ କୋଲକାତାରୁ […]

  • Friday, 16 July 2021
teacher
ପୁଣି ଗୁରୁ-ଶିଷ୍ୟ ସମ୍ପର୍କରେ ଦାଗ

ଭଦ୍ରକ  : ପୁଣି ଗୁରୁଙ୍କ ନାମରେ ଛାତ୍ରୀଙ୍କୁ ଅସଦାଚାରଣ ଭଳି ସାଙ୍ଘାତିକ ଅଭିଯୋଗ। ଭଦ୍ରକ ଜିଲ୍ଲା ବାସୁଦେବପୁର ଶିକ୍ଷା ସର୍କଲ ନନ୍ଦପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଏଭଳି ଏକ ନିନ୍ଦନୀୟ ଘଟଣା। ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଅଶ୍ଳୀଳ ବ୍ୟବହାର ସହ ଏ ସମ୍ପର୍କରେ କାହାରିକୁ ନକହିବା ପାଇଁ ଜଣେ ଶିକ୍ଷକ ଧମକ ଦେବା ଅଭିଭାବକ ମହଲରେ ଅସନ୍ତୋଷ ସୃଷ୍ଟି କରିଛି। ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରି ସ୍କୁଲରେ ପହଞ୍ଚିଥିଲେ […]

  • Friday, 16 July 2021
deadbody
ମୃତକଙ୍କୁ ବଞ୍ଚାଇବାକୁ ଗୁଣିଗାରେଡି

ବଲାଙ୍ଗୀର  : ମୃତଦେହକୁ ଝଡାଫୁଙ୍କା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ମୁଖ୍ୟ ହସପିଟାଲରେ। ଗତକାଲି ସନ୍ଧ୍ୟାରେ ପୋଷ୍ଟମର୍ଟମ ରୁମରେ ଏଭଳି ଘଟଣା ଘଟିଛି। ସାପ କାମୁଡାରେ ମୃତ ଜଣେ ନାବାଳକକୁ ବଞ୍ଚାଇବାକୁ କରାଯାଇଛି ଗୁଣିଗାରେଡ଼ି। ଗତ ମଙ୍ଗଳବାର ଦିନ ବଲାଙ୍ଗୀର ସିନ୍ଧେକେଲା ଥାନା ଦିଗସିରା ଗାଁର ୧୫ ବର୍ଷର ନାବାଳକ ମଧୁ ପୟାସିଂହଙ୍କୁ ସାପ କାମୁଡି ଦେଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗୀର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଗତକାଲି ତାଙ୍କର ମୃତ୍ୟୁ […]

  • Friday, 16 July 2021
walkthon-up 2
ଦୈନିକ ସମାଜର ଶତବାର୍ଷିକୀ ସମାରୋହ ଅବସରରେ ଓ୍ୱାକଥନ୍

କଟକ : ଦୈନିକ ଖବରକାଗଜ ସମାଜର ଶତ ବାର୍ଷିକୀ ପାଳନ ଅବସରରେ କଟକରେ ଏକ ଓ୍ୱାକଥନର ଅାୟୋଜନ କରାଯାଇଥିଲା। ପୁଲିସ କମିଶନର ସତ୍ୟଜିତ ମହାନ୍ତି ଏହାର ଶୁଭାରମ୍ଭ କରିଥିଲେ। କଟକ ଗୌରୀଶଙ୍କର ପାର୍କରୁ ଅାରମ୍ଭ ହୋଇ ସମାଜ ମୁଖ୍ୟାଳୟରେ ପହଞ୍ଚିଥିଲା ଓ୍ୱାକଥନ। ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଏଥିରେ ଭାଗ ନେଇଥିଲେ।

  • Friday, 16 July 2021
ghadei -- up
‘ ମୋର କୌଣସି ଦଳକୁ ଯିବାର ନାହିଁ’ : ପ୍ରଫୁଲ୍ଲ ଘଡ଼େଇ

ଭୁବନେଶ୍ୱର : ବରିଷ୍ଠ ବିଧାୟକ ଦାମୋଦର ରାଉତଙ୍କ ଦଳରେ ସାମିଲ ହେବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ପ୍ରଫୁଲ୍ଲ ଘଡ଼େଇ। ଦାମଙ୍କ ଅାରୋପକୁ ଖଣ୍ଡନ କରିଛନ୍ତି ବରିଷ୍ଠ ନେତା ପ୍ରଫୁଲ୍ଲ ଘଡ଼େଇ। ଦାମ ବାବୁ ମନଗଢ଼ା କଥା କହି ଜନମାନସକୁ ବିଭ୍ରାନ୍ତ କରୁଛନ୍ତି ବୋଲି କହିଛନ୍ତି ପ୍ରଫୁଲ୍ଲ । ଦାମଙ୍କ କଥାରେ ଯେତିକି ଅାଶ୍ଚର୍ଯ୍ୟ ହେଉନି ତାଠାରୁ ବେଶି ମର୍ମାହତ ଦାମ ବାବୁ ନିଆଁ ନଥାଇ କାହିଁକି ଧୂଆଁ ବାହାର କରୁଛନ୍ତି ବୋଲି ପ୍ରଫୁଲ୍ଲ କହିଛନ୍ତି। ମନ୍ତ୍ରୀ ପଦରୁ […]

  • Friday, 16 July 2021
Arun Sahoo
ଖରିଫ ଧାନ ସଂଗ୍ରହ ପାଇଁ ଚାଷୀଙ୍କ ପଞ୍ଜିକରଣ ଆରମ୍ଭ

ଖରିଫ ଧାନ ସଂଗ୍ରହ ପାଇଁ ଆଜିଠାରୁ ଚାଷୀଙ୍କ ପଞ୍ଜିକରଣ ଆରମ୍ଭ ହୋଇଛି । ଏହି ପ୍ରକ୍ରିୟା ଆସନ୍ତା ଅଗଷ୍ଟ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଚାଷୀ ନିଜର ବିଷଦ ବିବରଣୀ ସହ ସମିତିରୁ ପଞ୍ଜିକରଣ ଫର୍ମ ସଂଗ୍ରହ କରିବେ ।

Supreme Court
ଦେଶଦ୍ରୋହ ଆଇନକୁ ନେଇ ସୁପ୍ରିମକୋର୍ଟ ଖପ୍ପା, କେନ୍ଦ୍ର ସରକାରଙ୍କୁ ଦେଲେ ନୋଟିସ୍

ଦେଶଦ୍ରୋହ ବା ସେଡିସନ୍ ଆଇନକୁ ନେଇ ଖପ୍ପା ସୁପ୍ରିମକୋର୍ଟ । ସରକାରୀ ବିରୋଧୀ ସ୍ୱରକୁ ଚପାଇ ଦେବା ଲାଗି ଏହି ଆଇନକୁ ବ୍ୟବହାର କରାଯାଉଥିବା ଅଭିଯୋଗ ମାମଲାର ଶୁଣାଣି କରି କୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ୍ କରିଛନ୍ତି ।

bus 1
ଏପ୍ରିଲ, ମେ ଓ ଜୁନ୍ ଭଳି ଜୁଲାଇରେ ବି ବସ୍ ଟିକସ ଛାଡ଼

ଏପ୍ରିଲ, ମେ ଓ ଜୁନ୍ ଭଳି ଜୁଲାଇରେ ବି ବସ୍ ଟିକସ ଛାଡ଼ ଘୋଷଣା । ବସ୍ ଉପରୁ ଟିକସ ଛାଡ଼ ଘୋଷଣା କଲା ରାଜ୍ୟ ପରିବହନ ବିଭାଗ । କରୋନା ପାଇଁ ବସ୍ ଚଳାଚଳରେ ବ୍ୟାଘାତ ଯୋଗୁଁ ଟିକସ ଛାଡ଼ ନିଷ୍ପତି ନିଆଯାଇଛି ।

dead-body-11
ଅନ୍ଧବିଶ୍ୱାସ ନେଲା ନାବାଳକର ଜୀବନ, ସାପ କାମୁଡ଼ିବାରୁ ଗୁଣିଆକୁ କରିଥିଲେ ଭରସା

ଅନ୍ଧବିଶ୍ୱାସ ନେଲା ନାବାଳକର ଜୀବନ । ସାପ କାମୁଡ଼ିବାରୁ ପ୍ରଥମେ ଗୁଣିଆ ଓ ପରେ ଡାକ୍ତରଖାନା ନେବା ବେଳେ ନାବାଳକର ହୋଇଛି ମୃତ୍ୟୁ । ମୃତକ ହେଲେ ମାନସ ଜେନା ।

ISKON Devotee
ଇସ୍କନ ଭକ୍ତଙ୍କୁ ରଥଟଣା ଦେଖାଇବା ମହଙ୍ଗା ପଡ଼ିଲା, ସିଲ୍‌ ହେଲା ବିଲ୍ଡିଂ

ରଥଯାତ୍ରା ସମୟରେ କଟକଣା ଉଲଘଂନ ଅଭିଯୋଗରେ ସିଲ୍ ହେଲା ଅକ୍ଷୟପାତ୍ର ଫାଉଣ୍ଡେସନ ବିଲ୍ଡିଂ । ପୁରୀ ବଡ ଦାଣ୍ଡରେ ଥିବା ଅକ୍ଷୟ ପାତ୍ର ଫାଉଣ୍ଡେସନ ବିଲ୍ଡିଂକୁ ସିଲ୍ କରିଛି ଜିଲ୍ଲା ପ୍ରଶାସନ ।

PMAY
ସଫ୍ଟଓୟାର ଇଞ୍ଜିନିୟରଙ୍କ ନାଁରେ ପ୍ରଧାନମନ୍ତ୍ରୀ ଆବାସ ଟଙ୍କା ହଡ଼ପ, ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ସଫ୍ଟଓୟାର ଇଂଜିନିୟର ଓ ବିଧବା ମହିଳାଙ୍କ ନାଁରେ ଆବାସ ଯୋଜନାରେ ଟଙ୍କା ହଡପ ଅଭିଯୋଗ । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ବାଟିପଡା ପଂଚାୟତରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ ।

Road Problem
ସରକାରଙ୍କର ଶହ ଶହ ଯୋଜନା: ହେଲେ ଗାଁରେ ପହଞ୍ଚୁନାହିଁ

ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ ଶାଳଣିଆ ପଞ୍ଚାୟତରେ ରହିଛି ବିଷ୍ଣୁ ପୁର ଗାଁ। ପଞ୍ଚାୟତଠାରୁ ଅନତି ଦୂରରେ ଅବସ୍ଥିତ ଏହି ଗାଁରେ ପାଖାପାଖି ୩ ଶହ ପରିବାର ରହୁଥିବା ବେଳେ ପାଖାପାଖି ୧୧ ଶହ ଲୋକ ବାସ କରୁଛନ୍ତି। ସ୍ୱାଧୀନତାର ୭୪ ବର୍ଷ ପରେ ମଧ୍ୟ ସରକାରୀ କଳର ଆନ୍ତରିକତା ଅଭାବ ଓ ଅବହେଳା ଯୋଗୁଁ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ଏହି ଗ୍ରାମର ବାସିନ୍ଦା

4
ଖାଉଟି ସାମଗ୍ରୀ ବଣ୍ଟନରେ ଅନିୟମିତତା ଅଭିଯୋଗ

ପାରାଦୀପ: ପାରାଦୀପ ଜଗନ୍ନାଥ କଲୋନୀରେ ଖାଉଟି ସାମଗ୍ରୀ ବଣ୍ଟନରେ ଅନିୟମିତତା ନେଇ ଅଭିଯୋଗ ହୋଇଛି। ଜଗନ୍ନାଥ କଲୋନୀ ବସ୍ତିରେ ଗରିବ ହିତାଧିକାରୀଙ୍କୁ ଦିଆଯାଉଥିବା ଚାଉଳ, ଗହମ, କିରୋସିନ କମ୍‌ ପରିମାଣର ଦିଆଯାଉଥିବା ଅଭିଯୋଗ ହୋଇଛି। ଏଥିସହ ଲୋକଙ୍କୁ ଦୀର୍ଘ ୨ କିଲୋମିଟର ଦୂରକୁ ଯିବାକୁ ପଡୁଛି। ଫଳରେ ମହିଳା, ଦିବ୍ୟାଙ୍ଗ ଓ ବୃଦ୍ଧଙ୍କୁ ହଇରାଣ ହେବାକୁ ପଡ଼ୁଛି। କଲୋନୀ ମଧ୍ୟରେ କାଉଣ୍ଟର ଖୋଲି ହିତାଧିକାରୀଙ୍କୁ ସାମଗ୍ରୀ ପ୍ରଦାନ କରିବାକୁ ଦାବି ହେଉଛି। ଦାବି ପୂରଣ ନ ହେଲେ […]

  • Thursday, 15 July 2021
5
ଚିପ୍‌ସ୍‌ ଚୋରା ଚାଲାଣ ଅଭିଯୋଗରେ ୭ଟି ଟ୍ରକ୍‌ ଜବତ

ଯାଜପୁର: ଯାଜପୁର ଜିଲ୍ଲା ବ୍ୟାସନଗର ଅଞ୍ଚଳରେ ଚିପ୍‌ସ୍‌ ଚୋରା ଚାଲାଣ କରୁଥିବା ଅଭିଯୋଗରେ ଯାଜପୁର ରୋଡ୍‌ ପୁଲିସ୍ ୭ଟି ଟ୍ରକ୍‌କୁ ଜବତ କରିଛି। ବ୍ୟାସନଗର ପୌରାଞ୍ଚଳର ଧବଳଗିରି ଛକ ନିକଟରୁ ଏହି ଟ୍ରକ ସବୁ ଜବତ ହୋଇଛି। ରବିବାର ରାତ୍ରିରେ ପାଟ୍ରୋଲିଂ ଚାଲିଥିବା ବେଳେ ଟ୍ରକ୍‌ ଗୁଡ଼ିକ ପୁଲିସ୍‌ ହାବୁଡ଼ରେ ପଡ଼ିଯାଇଥିଲେ। ସମସ୍ତ ଟ୍ରକ୍‌ ବିନା ରସିଦ୍‌ରେ ସାମଗ୍ରୀ ଚାଲାଣ କରୁଥିବାରୁ ପୁଲିସ୍‌ ଟ୍ରକ୍‌ ଗୁଡ଼ିକୁ ଜବତ କରି ସ୍ଥାନୀୟ ତହସିଲଦାର ଓ ଆରଟିଓଙ୍କୁ ସୂଚନା ଦେଇଥିଲେ। […]

  • Thursday, 15 July 2021
2
ଦାଦାବଟି ନ ଦେବାରୁ ଢାବା ମାଲିକଙ୍କୁ ଆକ୍ରମଣ ଅଭିଯୋଗ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ଷଣ୍ଢଗାଁ ନିକଟରେ ଥିବା ଏକ ଢାବା ମାଲିକଙ୍କୁ ଆକ୍ରମଣ ଘଟଣାରେ ୩ ଜଣ ଗିରଫ ହୋଇଛନ୍ତି। ଏଥିସହ ସେମାନେ ବ୍ୟବହାର କରିଥିବା ବୋଲେରୋ ଗାଡ଼ିକୁ ମଧ୍ୟ ପୁଲିସ୍‌ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଜ୍ୟୋତିରଞ୍ଜନ ପଟ୍ଟନାୟକ, ଚିତ୍ତରଞ୍ଜନ ନାୟକ ଓ ଶେଷନ ନାଏକ।  ଘଟଣାରେ ସଂପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତ ଏବେ ବି ଫେରାର ଅଛି। ଅଭିଯୋଗ ଅନୁସାରେ ମାସିକ ୧୦ ହଜାର ଟଙ୍କା ଦାଦାବଟି ଦେବାକୁ ରାଜି ନ […]

  • Thursday, 15 July 2021
1
ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ

ମୟୂରଭଞ୍ଜ: ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ। ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟକୁ UPSC କୋଚିଂ ସେଣ୍ଟରରୁ ବାଦ୍‌ ଦେବା ଏବଂ ମୟୂରଭଞ୍ଜ ଜିଲ୍ଲାରେ ଖାଲି ପଡ଼ିଥିବା ୨୨୦ ଡାକ୍ତରୀ ପଦବୀ ପୂରଣ ଦାବିରେ ବିଜେପି ପକ୍ଷରୁ ବନ୍ଦ ପାଳନ କରାଯାଉଛି। ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ମୟୂରଭଞ୍ଜ ଜିଲ୍ଲାକୁ ଉପେକ୍ଷା କରାଯାଉଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦ କରି ଆଜି ସକାଳୁ ବିଜେପି କର୍ମୀ ପିକେଟିଂ କରି ବନ୍ଦ ପାଳନରେ ସାମିଲ ହୋଇଛନ୍ତି। ୧୮ ଏବଂ ୪୯ […]

  • Thursday, 15 July 2021
dead-body-11
ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀ ଆତ୍ମହତ୍ୟା କରିଥିବା ଅଭିଯୋଗ

ଗଞ୍ଜାମ: ଘରୋଇ କଳିର କରୁଣ ପରିଣତି। ପ୍ରଥମେ ସ୍ତ୍ରୀକୁ ହତ୍ୟା ଏବଂ ପରେ ଖୋଦ୍ ସ୍ୱାମୀର ଆତ୍ମହତ୍ୟା। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବାଗଡ଼ା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ତଣ୍ଟି କାଟି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଦ୍ୱୟ ହେଲେ ବାଙ୍କିଆ ସେଠୀ ତାଙ୍କ ସ୍ତ୍ରୀ ନୟନି। ପାରିବାରିକ କଳହରୁ ଏମିତି ଏକ ଘଟଣା ଘଟିଥିବା ଜଣାପଡ଼ିଛି। ଆଜି ସକାଳେ ବାଙ୍କିଆ ଏକ […]

  • Thursday, 15 July 2021
11
ବସ୍‌ରୁ ଓହ୍ଲାଇ ରାସ୍ତା ପାର ବେଳେ ଧକ୍କା ଦେଲା ଆମ୍ବୁଲାନ୍ସ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘଟଗାଁ ବାଲିଯୋଡ଼ି ନିକଟରେ ଆମ୍ବୁଲାନ୍ସ ଧକ୍କାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ଲୋଚନା ନାଏକ। ତାଙ୍କ ଘର ପର୍ଶୁରାମପୁରରେ। ଗତକାଲି ଲୋଚନା ପର୍ଶୁରାମପୁରରୁ ଝିଅ ଘର ବାଲିଯୋଡ଼ିକୁ ବସ୍‌ରେ ଆସିଥିଲେ। ସେ ବସ୍‌ରୁ ଓହ୍ଲାଇ ରାସ୍ତା ପାର୍‌ ହେଉଥିବା ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ଆମ୍ବୁଲାନ୍ସ ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ଦୁର୍ଘଟଣାସ୍ଥଳରେ କିଛି ସମୟ ଧରି ଉତ୍ତେଜନା ପ୍ରକାଶ ପାଇଥିଲା। ମୃତ […]

  • Thursday, 15 July 2021
m2
ପାରିବାରିକ ପତ୍ରିକା ‘ମଧୁଲିତା’ ର ଦ୍ୱାଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର:  ପାରିବାରିକ ପତ୍ରିକା ‘ମଧୁଲିତା’ ର ଦ୍ୱାଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତକାଲି ସନ୍ଧ୍ୟାରେ ଜୟଦେବ ଭବନ ପରିସରରେ ଅନୁଷ୍ଠିତ ଏହି ଉତ୍ସବ ରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ ଓ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ ଅତିଥି ଭାବେ ଯୋଗ ଦେଇଥିଲେ। ଶ୍ରୀଯୁକ୍ତ କାନୁନ୍‌ଗୋ ଅତିଥି ଭାବେ ଯୋଗ ଦେଇ ପରିବାରରେ ସାମାଜିକ ସମ୍ପର୍କ ବୃଦ୍ଧି କରିବାରେ ପତ୍ରିକାର ଭୂମିକା ଉପରେ ଆଲୋକପାତ କରିଥିଲେ। ଏହା ସହିତ ସୁଶାନ୍ତ କୁମାର ସାମଲଙ୍କ ପୁସ୍ତକ […]

  • Thursday, 15 July 2021
cm
ମୁଖ୍ୟମନ୍ତ୍ରୀଙ୍କ ସୁରତ୍‌ ଗସ୍ତକୁ ନେଇ ତେଜିଲା ରାଜନୀତି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ସୁରତ୍‌ ଗସ୍ତକୁ ନେଇ ତେଜିଲା ରାଜନୀତି। ଆସନ୍ତାକାଲି ସୁରତ୍‌ରେ ଆୟୋଜିତ ଓଡ଼ିଶା ମହୋତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବାକୁ ଯାଉଥିବା ବେଳେ ତା ପୂର୍ବରୁ ଆଜି ବିଜେପି ଓ କଂଗ୍ରେସ ବର୍ଷିଛନ୍ତି। ସୁରତ୍‌ରେ ଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ନବୀନ କୁମ୍ଭୀର କାନ୍ଦଣା କାନ୍ଦୁଥିବା ଧର୍ମେନ୍ଦ୍ର କହିଛନ୍ତି। ଆଗକୁ ନିର୍ବାଚନ ଆସୁଥିବାରୁ ମୁଖ୍ୟମନ୍ତ୍ରୀ ସୁରତ୍‌ ଯାଉଛନ୍ତି ଏବଂ ଗଲା ୧୯ ବର୍ଷ ହେଲା ପ୍ରବାସୀ ଓଡ଼ିଆଙ୍କ ପାଇଁ ଦିନେ ହେଲେ ଚିନ୍ତା କରିନଥିବା ଧର୍ମେନ୍ଦ୍ର […]

  • Thursday, 15 July 2021
angul rape
ବିଧବା ମହିଳାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ

କେନ୍ଦ୍ରାପଡ଼ା: ଥମୁନି ଲଜ୍ଜା। ଗଣ ଦୁଷ୍କର୍ମର ଅନେକ ଲୋମହର୍ଷଣକାରୀ ଘଟଣା ମନରୁ ଲିଭି ନଥିବା ବେଳେ ଏବେ ଏଭଳି ଆଉ ଏକ ଘଟଣା ସାମ୍ନାକୁ ଆସିଛି। କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅଞ୍ଚଳରେ ଏହି ଲୋମହର୍ଷଣକାରୀ ଘଟଣା ଘଟିଛି। ଜଣେ ବିଧବା ମହିଳାଙ୍କୁ ୬ ଜଣ ବ୍ୟକ୍ତି ଗଣ ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ୍‌ ୪ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ଅଭିଯୋଗ ଅନୁସାରେ ଚାଷ କାମରେ ସହଯୋଗ କରିବା […]

  • Thursday, 15 July 2021
dead
ଜ୍ୱାଇଁର ଟାଙ୍ଗିଆ ଚୋଟରେ ଶ୍ୱଶୁରଙ୍କ ମୃତ୍ୟୁ

ବୌଦ୍ଧ: ଜ୍ୱାଇଁର ଆକ୍ରମଣରେ ଶ୍ୱଶୁରଙ୍କ ମୃତ୍ୟୁ। ବୌଦ୍ଧ ଜିଲ୍ଲା ସଦରଥାନା ଅର୍ନ୍ତଗତ ସରସରା ଗାଁର ଟିକିରା ସାହିରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ଘୂର୍ଣ୍ଣିଝଡ଼ ‘ପେଥାଇ’ ଆସିବା ପୂର୍ବରୁ ବିଲରୁ ଧାନ ଉଠାଇବାକୁ ନେଇ ଶ୍ୱଶୁର ଏବଂ ଜ୍ୱାଇଁଙ୍କ ମଧ୍ୟରେ ଧାନ ବିଲରେ ବଚସା ହୋଇଥିଲା। ପରେ ଏହା ଉଗ୍ର ରୂପ ନେଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଜ୍ୱାଇଁ ଶ୍ୱଶୁରଙ୍କୁ ଟାଙ୍ଗିଆରେ ହାଣି ଦେଇଥିଲେ। ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। […]

  • Thursday, 15 July 2021
ele
ଦନ୍ତା ହାତୀର ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର

ଗଞ୍ଜାମ: ଦନ୍ତା ହାତୀର ମୃତଦେହ ଉଦ୍ଧାର। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିକଟ ଚନ୍ଦ୍ରଗିରି ରେଞ୍ଜ ଗଡ଼ ସାମନ୍ତପୁର ବିଟ୍‌ରୁ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର କରାଯାଇଛି। ହାତୀଟିକୁ କେହି ଗୁଳି କରି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଏପରିକି ହାତୀଟିର ବେକ ମଧ୍ୟ କଟା ଯାଇଥିବା ଜଣାପଡ଼ିଛି। ତେବେ ପୋର୍ଷ୍ଟମର୍ଟମ୍ ରିପୋର୍ଟ ଆସିବା ପରେ ଯାହା ଜଣା ପଡ଼ିବ ବୋଲି ରେଞ୍ଜର କହିଛନ୍ତି।

  • Thursday, 15 July 2021