ଭୁବନେଶ୍ୱର : କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ ଯୋଗୁଁ ଘରକୁ ଫେରିଲେ ଅାବୁଧାବିରେ ଫସିଥିବା ଓଡ଼ିଆ ଯୁବକ ସନ୍ତୋଷ କୁମାର ସ୍ୱାଇଁ। ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା କଳାଙ୍ଗ ପାଇକସାହିର ସନ୍ତୋଷ, ଜଣେ ସ୍ଥାନୀୟ ଏଜେଣ୍ଟଙ୍କ ଜରିଅାରେ ଅାବୁଧାବି ଯାଇ ଏକ ଘରୋଇ କମ୍ପାନୀରେ ୯ମାସ ହେଲା କାମ କରୁଥିଲେ, ହେଲେ ସେଠାରେ ତାଙ୍କୁ ଦରମା ମିଳୁନଥିବା ସହ ଦୟନୀୟ ଅବସ୍ଥାରେ କାମ କରାଯାଉଥିବା ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ। ସେଠାରୁ ଫେରାଇ […]
ବାରିପଦା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ୍ଙ୍କ ବିରୋଧରେ ବିଷ ଓଗାଳିଛନ୍ତି ପୂର୍ବତନ ବିଜେଡି ସାଂସଦ ଲକ୍ଷ୍ମଣ ଟୁଡୁ। ଆଜି ସେ ସିଧାସଳଖ ପାଣ୍ଡିଆନ୍ଙ୍କୁ ଟାର୍ଗେଟ କରିଛନ୍ତି। ପାଣ୍ଡିଆନ୍ ଲୁହାପଥର ଚୋରା ଚାଲାଣରେ ସମ୍ପୃକ୍ତ ରହିଥିବା ସେ ଅଭିଯୋଗ କରିଛନ୍ତି। ଶ୍ରୀ ଟୁଡୁ କହିଛନ୍ତି-“ଭିକେ ପାଣ୍ଡିଆନ ମୟୂରଭଞ୍ଜର ଜିଲ୍ଲାପାଳ ଥିବା ବେଳେ ସୁଦାମ ମାର୍ଣ୍ଣି ସାଂସଦ ଥିଲେ। ସେତେବେଳେ ଉଭୟଙ୍କ ମଧ୍ୟରେ ଲୁହାପଥର ଚୋରା ଚାଲାଣର ଭିତିରି ବୁଝାମଣା ଥିଲା। ସେଥିପାଇଁ ପାଣ୍ଡିଆନ୍ଙ୍କ […]
ସୁବର୍ଣ୍ଣପୁର : ବାତ୍ୟା ତିତ୍ଲି ଜନିତ ଲଗାଣ ବର୍ଷାରେ ଅନେକ ସ୍ଥାନରେ କ୍ଷତି ହୋଇଛି, ହେଲେ ଅନେକ ସ୍ଥାନରେ ବର୍ଷାକୁ ଚାଷୀଙ୍କ ଲାଗି ସୁନା ବର୍ଷା ସହ ତୁଳନା କରାଯାଇଛି। ବିଶେଷ କରି ସୁବର୍ଣ୍ଣପୁର ଜିଲ୍ଲାରେ ତିତ୍ଲି ପ୍ରଭାବରେ ହୋଇଥିବା ବର୍ଷା ଚାଷୀଙ୍କ ଲାଗି ଅାଣିଛି ଅାଶ୍ୱସ୍ତି। ପୂର୍ବରୁ ଜଳ ଅଭାବ ଯୋଗୁଁ ଏଠାକାର ଜମି ଫାଟି ଆଁ କରିଥିଲା ,ହେଲେ ତିତ୍ଲିର ପ୍ରଭାବରେ ଏଠାରେ ବର୍ଷା ହେବା ଫଳରେ ସମସ୍ତ କ୍ଷେତରେ ପାଣି ଭରିଛି। ବର୍ଷା […]
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲାରେ ବିଭିନ୍ନ ନଦୀଗୁଡ଼ିକର ଜଳସ୍ତର କମିଛି, ତଥାପି ବନ୍ୟା ସ୍ଥିତି ଉଦବେଗଜନକ ରହିଛି। ବୁଢ଼ାବଳଙ୍ଗ ନଦୀରେ ବିପଦ ସଙ୍କେତ ତଳକୁ ଖସିଛି। ବାରୁଣୀଘାଟରେ ବିପଦ ସଙ୍କେତ ୮.୧୩ ମିଟର ଥିବା ବେଳେ ଜଳସ୍ତର ୭.୮ ମିଟର ରହିଛି। ଜଳକାର ଜଳସ୍ତର ମଧ୍ୟ ଖସିଛି, ତଥାପି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବାଲିଅାପାଳ-ବସ୍ତା ରାସ୍ତାର ପେଜଗଳା ଠାରେ ରାସ୍ତା ଉପରେ ପାଣି ପ୍ରବାହିତ ହେଉଛି। ମଥାନୀ, ସଦାନନ୍ଦପୁର , ଚକୁରାଇ, ସିନ୍ଦୁରହତା ଏବଂ […]
ରାୟପୁର: ଛତିଶଗଡ଼ ରାଜନନ୍ଦଗାଓଁରୁ ନକ୍ସଲ ଜାତୀୟ ସଂଯୋଜକ ଏନ୍ଭି ରାଓଙ୍କୁ ଛତିଶଗଡ଼ ପୁଲିସ୍ ଗିରଫ କରିଛି। ନକ୍ସଲଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଗିରଫ ପରେ ପୁଲିସ୍ ୨୩ଟି ଡେଟୋନେଟର, ଗୋଟିଏ ମୋବାଇଲ ଓ ନକ୍ସଲ ପତ୍ରିକା ଜବତ କରିଛି। ସେ ହାଇଦ୍ରାବାଦ୍ ସ୍ଥିତ ନ୍ୟାସ୍ନାଲ୍ ଜିଓଫିଜିକାଲ ରିସର୍ଚ ଇନ୍ଷ୍ଟିଚ୍ୟୁଟ୍ରେ ସିନିଅର୍ ଟେକ୍ନିକାଲ୍ ଅଫିସର ଭାବେ କାର୍ଯ୍ୟରତ ଥିଲେ। ସେ ମଧ୍ୟ ଜଣେ ଏକ୍ସପ୍ଲୋସିଭ୍ ଏକ୍ସପର୍ଟ ବୋଲି ଜଣାପଡ଼ିଛି।
ଗଜପତି : ଗଜପତି ଜିଲ୍ଲା ଗଙ୍ଗାବାଡ଼ ପଞ୍ଚାୟତ ବାରଘରରେ ପାହାଡ଼ ଧସିବା ଘଟଣାରେ ଅାଜି ମିଳିଲା ଅାଉ ଦୁଇ ଜଣଙ୍କ ମୃତଦେହ । ଏବେ ମୃତ୍ୟୁ ସଂଖ୍ୟା ୧୫ରେ ପହଞ୍ଚିଛି । ଏ ସମସ୍ତଙ୍କ ମୃତ ଶରୀରର ପୋଷ୍ଟମଟର୍ମ ପରେ ଶେଷକୃତ୍ୟ ସମ୍ପନ୍ନ କରାଯିବ । ଉଦ୍ଧାରସ୍ଥଳରେ ହିଁ ମେଡିକାଲ ଟିମ୍ ପହଞ୍ଚି ଶବ ବ୍ୟବଚ୍ଛେଦ କରିଥିବା ସୂଚନା ଦେଇଛନ୍ତି ଗଜପତି ଜିଲ୍ଲା ଏସ୍ପି ଅମୂଲ୍ୟ ଦାସ। ଗତକାଲି ପାହାଡ଼ ଅତଡ଼ା ଭିତରରୁ ୧୩ ଜଣଙ୍କ ମୃତଦେହ […]
ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଭୋଇମୁଣ୍ଡାରେ ହାତୀ ଆତଙ୍କ ଦେଖାଯାଇଛି। ଜଣେ ମହିଳାଙ୍କୁ ହାତୀ ଦଳି ଦେବାରୁ ତାଙ୍କର ମୃତ୍ୟୁ ଘଟିଛି। ଆଜି ଭୋରରେ ଗୋଟିଏ ହାତୀ ଗାଁକୁ ପଶି ଆସିଥିଲା। ତେବେ ମହିଳା ଜଣଙ୍କ ହାତୀ ସମ୍ମୁଖରେ ପଡ଼ି ଯିବା ପରେ ହାତୀଟି ତାଙ୍କୁ ଦଳି ଦେଇଥିଲା। ଘଟଣାସ୍ଥଳରେ ପୁଲିସ୍ ଓ ବନ ବିଭାଗ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି।
ସୁନ୍ଦରଗଡ଼ : ସୁନ୍ଦରଗଡ଼ ବଣାଇରେ ଭୁଶୁଡ଼ିଲା ନିର୍ମାଣାଧୀନ ବ୍ରିଜ୍। କେବଳାଙ୍ଗ ଥାନା ଜାମୁଡେହି କାଞ୍ଜିପାଣି ନିକଟରେ ଘଟିଛି ଏ ଅଘଟଣ। ବ୍ରିଜ୍ ଭୁଶୁଡି ୨୦ ଜଣ ଅାହତ ହୋଇଥିବା ଜଣାପଡିଛି। ଅାହତଙ୍କ ମଧ୍ୟରୁ ୫ ଜଣ ଗୁରୁତର ଅଛନ୍ତି। ସେମାନଙ୍କୁ ଚିକିତ୍ସା ଲାଗି ମେଡିକାଲରେ ଭର୍ତ୍ତି କରାଯାଇଛି। ବ୍ରିଜ୍ କାମ ଚାଲିଥିବା ବେଳେ ଶ୍ରମିକଙ୍କ ଉପରେ ବ୍ରିଜ୍ ଭୁଶୁଡ଼ି ପଡିଥିଲା।
ପୁରୀ: ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଏକ ଅଶୋଭନୀୟ ଆଚରଣର ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ ହୋଇଛି। ପୁରୀ ଜିଲ୍ଲା ପିପିଲି ବ୍ଳକ୍ ତେଇଶିପୁର ପଞ୍ଚାୟତର ୨୪ ନମ୍ବର ଜୋନ୍ରେ ବିଜେଡି କାର୍ଯ୍ୟକାରିଣୀ ବୈଠକରେ ମନ୍ତ୍ରୀ ପ୍ରଦୀପ ମହାରଥୀ ଯୋଗ ଦେଇଥିଲେ। ତେବେ ବୈଠକ ପୂର୍ବରୁ ସଭା ମଞ୍ଚର କିଛି ଦୂରରେ ମନ୍ତ୍ରୀ ନିଜ କର୍ମୀମାନଙ୍କ ଗହଣରେ ଠିଆ ହୋଇଥିଲେ। ଏହି ସମୟରେ ସେହି ବାଟ ଦେଇ ଜଣେ ଛୋଟ ପିଲା ଯାଉଥିଲା। ତେବେ ମନ୍ତ୍ରୀ ପିଲାଟିକୁ […]
ଜଗତସିଂହପୁର: ଚୋରା ମଦ କାରବାରକୁ ଲୋକଙ୍କ ବିରୋଧ। ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍ ଅନ୍ତର୍ଗତ ଢିଅସାହିରେ ଚୋରା ମଦ କାରବାରକୁ ସ୍ଥାନୀୟ ଲୋକ ବିରୋଧ କରିଛନ୍ତି। ଏହାର ପ୍ରତିବାଦ କରି ଢିଅସାହିରେ ଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟ ରାସ୍ତାରେ ଟାୟାର୍ ଜାଳି ରାସ୍ତା ଅବରୋଧ କରିଥିଲେ। ସ୍ଥାନୀୟ ଅଞ୍ଚଳରେ ଚୋରା ମଦ କାରବାର ବୃଦ୍ଧି ପାଉଥିବା ବେଳେ ଏଥିପ୍ରତି ରୋକ୍ ଲଗାଇବାକୁ ଅବକାରୀ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା ସେମାନେ କହିଛନ୍ତି। […]
ଗଞ୍ଜାମ : ବିପର୍ଯ୍ୟୟ ପରେ ଦୁର୍ଦ୍ଦଶାର ଚିତ୍ର ଅତି କରୁଣ। ବାତ୍ୟା ତିତ୍ଲି ଯେତିକି ଅାତଙ୍କ ଖେଳାଇଥିଲା ,ତା ପରର ବର୍ଷା ଓ ବନ୍ୟା ତା’ଠୁ ଅଧିକ ଉଗ୍ର ରୂପ ଦେଖାଇଲା । ଗଞ୍ଜାମ ଜିଲ୍ଲାରେ ଲୋକଙ୍କ ଜୀବନ ଓ ଜୀବିକାକୁ ଯେମିତି ଭସାଇ ନେଇଛି ରୂଷିକୂଲ୍ୟାର ଜଳ ପ୍ରଳୟ। ଏବେ ସବୁଠି ପ୍ରଳୟର ଛାପ। ଋଷିକୂଲ୍ୟା ନଦୀରେ ଘାଇ ହେବାରୁ ଅଚାନକ ବନ୍ୟା ଅାସି ବୁଡ଼ାଇ ଥିଲା ସମ୍ପୂର୍ଣ୍ଣ ଅାସ୍କା ସହରକୁ । ଚାଲୁଥିଲା ୮ […]
ଗଜପତି : ଗଜପତି ଜିଲ୍ଲା ଗଙ୍ଗାବାଡ଼ ପଞ୍ଚାୟତରେ ପାହାଡ ଧସି ୧୨ ନୁହେଁ, ୧୬ ଜଣଙ୍କ ଜୀବନ ଯାଇଛି। ମୃତକଙ୍କ ଭିତରେ ଅଛନ୍ତି ୫ ଶିଶୁ । ତିତ୍ଲି ପ୍ରଭାବରେ ପ୍ରଳୟଙ୍କରୀ ବର୍ଷା ପବନରୁ ରକ୍ଷା ପାଇବାକୁ ପାହାଡ଼ ଖୋଲରେ ଅାଶ୍ରୟ ନେଇଥିବା ବେଳେ ଏମାନେ ପ୍ରାଣ ହରାଇଥିବା ସ୍ପଷ୍ଟ ହୋଇଛି। ଘଟଣାର ତିନି ଦିନ ପରେ ଅାଜି ଅତି ବୀଭତ୍ସ ଭାବେ ମିଳିଛି ୧୪ଟି ମୃତଦେହ। ମୃତ୍ୟୁକୁ ୪ ଦିନ ବିତି ଯାଇଥିଲେ ବି ପାହାଡ଼ରେ […]
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପ଼ଡ଼ା ବ୍ଲକ୍ ଖରିନାସି ଗାଁରେ ଏକ୍ସପାଏରୀ ଔଷଧ ଖାଇ ୩ ପିଲା ଅସୁସ୍ଥ ହୋଇ ପଡ଼ିଛନ୍ତି। ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ସେମାନଙ୍କୁ ପ୍ରଥମେ ରାମନଗର ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପରେ କେନ୍ଦ୍ରାପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଛି। ତେବେ ରାସ୍ତାରେ ପଡ଼ିଥିବା ଔଷଧକୁ ଦେଖି ଚକୋଲେଟ୍ ଭାବିକି ପିଲାମାନେ ଖାଇ ଦେଇଥିବା ଆଶଙ୍କା କରାଯାଉଛି।
ଭୁବନେଶ୍ୱର : ପାଖେଇ ଅାସୁଛି ଶାରଦୀୟ ଦୁର୍ଗା ପୂଜା। ଷଷ୍ଠୀରୁ ପୂଜା ଅାରମ୍ଭ ହେବାକୁ ଥିବାବେଳେ, ସବୁଠି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। କଟକରେ ମାଅା ଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ସାଜସଜା କାମ ଜୋରସୋରରେ ଚାଲିଛି। ସେହିପରି ରାଜଧାନୀ ଭୁବନେଶ୍ୱରରେ ଚଳିତବର୍ଷ ପ୍ରାୟ ୧୭୦ରୁ ଅଧିକ ମଣ୍ଡପରେ ମାଅା ଦୁର୍ଗା ପୂଜା ପାଇବେ। ଏଥର ରସୁଲଗଡ଼ ପୂଜା ମଣ୍ଡପର ମୁଖ୍ୟ ଅାକର୍ଷଣ ରହିବ ରାଜସ୍ଥାନର ଅଲବର୍ଟ ହଲ୍ କୃତି ତୋରଣ । ତେବେ […]
ଢେଙ୍କାନାଳ : ଛାତ୍ରଙ୍କୁ ପ୍ରିନ୍ସପାଲ୍ଙ୍କ ନିର୍ଯାତନା। ମାଡ ପରେ ଚିକିତ୍ସା କରାଯାଇନଥିବା ଅଭିଯୋଗ। ଏଭଳି ଅଭିଯୋଗ ଅାସିଛି ଢେଙ୍କାନାଳରେ ଥିବା ଏକ ଘରୋଇ କଲେଜ ବିରୋଧରେ। ଅଭିଯୋଗ ଅନୁସାରେ ଦୁଇଦିନ ତଳେ କିଛି ଛାତ୍ର ପରୀକ୍ଷା ସାରି କ୍ଲାସ୍ ରୁମରେ ବସିଥିଲେ। ଏହି ସମୟରେ କଲେଜର ପ୍ରିନ୍ସପାଲ୍ ହଠାତ ଅାସି ଛାତ୍ରଙ୍କୁ ମାଡ ମାରିଥିଲେ ଏବଂ ଘରେ ନଜଣାଇବା ପାଇଁ ଧମକ ଦେଇଥିଲେ। ତେବେ ଘଟଣା ପରେ କୌଶଳ କ୍ରମେ ଛାତ୍ର ଜଣଙ୍କ ନିଜ ଅଭିଭାବକଙ୍କୁ ଜଣାଇବା […]
ପାରାଦୀପ : ବ୍ୟାଙ୍କ୍ରେ ଲାଗିଲା ନିଆଁ। ପାରାଦୀପଗଡ଼ ସ୍ଥିତ ପଞ୍ଜାବ ଅାଣ୍ଡ ସିନ୍ଧ ବ୍ୟାଙ୍କ୍ରେ ନିଆଁ ଲାଗିଥିବା ଜଣାପଡିଛି। ତେବେ ଏହି ଅଗ୍ନିକାଣ୍ଡରେ କୌଣସି କର୍ମଚାରୀଙ୍କୁ କୌଣସି କ୍ଷତି ପହଞ୍ଚିନାହିଁ। ଅଗ୍ନିକାଣ୍ଡର ଖବର ପାଇ କୁଜଙ୍ଗ ଏବଂ ପାରାଦୀପରୁ ଦୁଇଟି ଦମକଳ ଗାଡି ଅାସି ନିଆଁକୁ ଅାୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ବିଲ୍ଡିଂ ଭିତରେ ପ୍ରବଳ ଧୂଅା ଭର୍ତ୍ତି ହୋଇ ରହିଥିବାରୁ ନିଆଁ ଲିଭାଇବାରେ ସମସ୍ୟା ଦେଖାଦେଇଛି। ଅକ୍ସିଜେନ୍ ମାସ୍କ ଲଗାଇ ଅଗ୍ନିଶମ ବାହିନୀ ବିଲ୍ଡିଂ […]
କୋରାପୁଟ୍ : ବିପଦ ସଂକୁଳ ଅବସ୍ଥାରେ ଟ୍ୟୁବ୍ର ସାହାରା ନେଇ ନଈ ପାର ହେଉଛନ୍ତି କୋରାପୁଟ୍ ପୌରପରିଷଦ ଅଞ୍ଚଳ ତେନ୍ତୁଳିଗୁଡ଼ା ଗାଁ ଲୋକେ। ଗୋଟିଏ ଗାଁରୁ ଅନ୍ୟ ଏକ ଗାଁକୁ ନୁହେଁ ବରଂ ନଈ ଅାରପାରିରେ ଥିବା ୫ଶହ ଏକ ଜମିରେ ଚାଷ କରିବା ଲାଗି ନେଉଛନ୍ତି ଟ୍ୟୁବ୍ର ସାହାରା। ୨୦୦୫-୨୦୦୬ ମସିହାରେ ଜଳସଂପଦ ବିଭାଗ ପକ୍ଷରୁ ତେନ୍ତୁଳିଗୁଡ଼ା ଗ୍ରାମ ନିକଟ ନଦୀରେ ଡ୍ୟାମ୍ ବନ୍ଧା ଯାଇଥିଲା । ଫଳରେ ଜମିକୁ ଚାଲି ଯିବା ଲାଗି ଏବେ […]
ଭଦ୍ରକ : ଲଗାଣ ବର୍ଷା ନେଇ ଭଦ୍ରକ ଜିଲ୍ଲା ଅାଖୁଅାପଦାଠାରେ ବିପଦସଙ୍କେତ ଉପରେ ରହିଛି ବୈତରଣୀ ନଦୀ। ଏଠାରେ ବିପଦ ସଙ୍କେତ ୧୭ ଦଶମିକ ୮୩ ମିଟର ଅତିକ୍ରମ କରିଛି ବନ୍ୟାଜଳ। ତେବେ ୩ ଘଣ୍ଟା ଧରି ଜଳପତ୍ତନ ସ୍ଥିର ଥିବାରୁ ବୈତରଣୀରେ ବନ୍ୟାଜଳ ହ୍ରାସ ପାଇବା ସମ୍ଭାବନା ରହିଛି। ଘଟଣାସ୍ଥଳରେ ଜିଲ୍ଲାପାଳ ଓ ବୈତରଣୀ ଜଳସେଚନ ବିଭାଗ ନିର୍ବାହୀଯନ୍ତ୍ରୀ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ସାମ୍ଭାବ୍ୟ ବନ୍ୟା ଅାଶଙ୍କା କରି ବାସୁଦେବପୁର ଠାରେ ମୁତୟନ ଏନଡିଅାରଏଫ୍ […]
କନ୍ଧମାଳ : ତିତଲି ପ୍ରଭାବରେ କନ୍ଧମାଳ ଜିଲ୍ଲାରେ ଅନେକ କ୍ଷୟକ୍ଷତି ଘଟିଛି। ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ଦାରିଙ୍ଗବାଡି ବ୍ଲକର ଦନେକବାଡି ପଞ୍ଚାୟତର ସାତାରି ନିକଟରେ ପାହାଡ ଧସି ୨୦ଟି ଗୋରୁଗାଈ ପୋତି ମୃତ୍ୟୁ ଘଟିଛି। ବ୍ଲକ୍ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଚାଲିଥିଲେ ବି ଲଗାଣ ବର୍ଷା ଯୋଗୁଁ ଏଯାଏଁ ସଂପୂର୍ଣ୍ଣ ହୋଇନଥିବା ଜଣାପଡିଛି। ଏଥିସହ ବିଡକେବାଡି ଅଞ୍ଚଳରେ ୫ଟି ଛେଳିର ମୃତ୍ୟୁ ଘଟିଛି। ଦାରିଙ୍ଗବାଡିରୁ ସୋରଡାକୁ ସଂଯୋଗ କରୁଥିବା ଗାଜଲବାଡି ଘାଟିରେ ବଡ଼ […]
ଗଜପତି : ଗଜପତି ଜିଲ୍ଲା ରାୟଗଡ଼ରେ ପାହାଡ଼ ଧସି ୧୨ ଜଣଙ୍କ ମୃତ୍ୟୁ ଘଟଣା ଉପରେ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ତାତ୍ସଲ୍ୟକୁ ନେଇ ଚର୍ଚ୍ଚା ଖବରକୁ ବାଏଁ ବାଏଁ ଉଡ଼ାଇ ଦେଲେ ମନ୍ତ୍ରୀ ସୂର୍ଯ୍ୟ ପାତ୍ର । ମୁଁ ଜାଣିନି, OTV ପାଖରେ ଖବର ଥିବ ବୋଲି ତାତ୍ସଲ୍ୟ କରି କହିଛନ୍ତି ମନ୍ତ୍ରୀ । ଜିଲ୍ଲାପାଳ ଓ ଉପଜିଲ୍ଲାପାଲଙ୍କ ସହିତ ସେ କଥା ହୋଇଛନ୍ତି। କିନ୍ତୁ ସେ ସଂପର୍କରେ କିଛି ଜାଣି ନାହାନ୍ତି ,ଏପରିକି ଓଟିଭି […]
ଭୁବନେଶ୍ୱର : ବଦଳି ଗଲେଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିକଟ ଅତୀତରେ ଘଟିଥିବା କିଛି ଘଟଣାର ଉଦାହରଣ ରଖି ଏହା କହିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ନିଜେ ନିଷ୍ପତ୍ତି ନନେଇ ଗୁରୁତ୍ୱପୂର୍ଣ୍ଣ ବିଷୟର ଦାୟିତ୍ୱ ଅନ୍ୟ ନେତା ଓ ଅଫିସରଙ୍କ ଉପରେ ଛାଡିବା, ଦୁର୍ନୀତି ଓ ଯୌନ କେଳେଙ୍କାରୀରେ ଫସିଥିବା ବିଜେଡି ନେତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନନେବା, ଦୁର୍ନୀତିଗ୍ରସ୍ତ ଅଫିସରକୁ ଗୁରୁତ୍ୱପୂର୍ଣ ପଦରେ ନିଯୁକ୍ତି ଦେବା ଓ କୋଟେରୀ ପ୍ରଭାବରେ ଅାସି ବିଜୁ ଅନୁଗତ […]
ବାଲେଶ୍ୱର: ଡଃ ଅବଦୁଲ୍ କଲାମ ଦ୍ୱୀପରୁ ଦୂରଗାମୀ କ୍ଷେପଣାସ୍ତ୍ର ଅଗ୍ନି-୪ର ବ୍ୟବହାରିକ ପରୀକ୍ଷଣ କରାଯାଇଛି। ସକାଳ ୮ଟା୩୦ରେ ହୋଇଥିବା ଏହି ପରୀକ୍ଷଣ ସଫଳ ହୋଇଛି। ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ବାଲିଷ୍ଟିକ୍ ମିସାଇଲ୍ ଅଗ୍ନି-୪ର ଲକ୍ଷ୍ୟଭେଦ କ୍ଷମତା ୪ ହଜାର କିଲୋମିଟର ପର୍ଯ୍ୟନ୍ତ ରହିଛି। ଏହାର ଲମ୍ବ ୨୦ ମିଟର, ଓଜନ ୧୭ଟନ୍ ରହିଛି। ଏହି କ୍ଷେପଣାସ୍ତ୍ର ଏକ ଟନ୍ ଓଜନର ଉଭୟ ପାରମ୍ପରିକ ଓ ପରମାଣୁ ଯୁଦ୍ଧାସ୍ତ୍ର ବହନ କରିପାରିବ। ଗତବର୍ଷ ଜାନୁଆରୀ ୨ ତାରିଖରେ […]
ଭଦ୍ରକ: ଓଭର ବ୍ରିଜ୍ ଉପରେ ଛିଡ଼ା ହୋଇଥିବା ଏକ ଟ୍ରକ୍କୁ ପଛରୁ ଧକ୍କା ଦେଲା ଆଉ ଏକ ଟ୍ରକ୍। ଭଦ୍ରକ ଜିଲ୍ଲା ୧୬ ନମ୍ୱର ଜାତୀୟ ରାଜପଥର ବନ୍ତ ଛକ ଓଭର ବ୍ରିଜ୍ ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବ୍ରିଜ୍ ଉପରେ ଛିଡ଼ା ହୋଇଥିବା ଏକ ଟ୍ରକ୍କୁ ପଛରୁ ଆଉ ଏକ ଟ୍ରକ୍ ଧକ୍କା ଦେଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ସୁନାରାମ ମୁଣ୍ଡା। ସୁନାରାମଙ୍କ ଘର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ […]
ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ଭୁବନେଶ୍ୱର IIT କ୍ୟାମ୍ପସ୍ର ଶୁଭ ଉଦ୍ଘାଟନ କରିବେ। ଏହାସହ ନାଇଜର କ୍ୟାମ୍ପସ୍ ଷ୍ଟାଡିୟମ୍ରେ ଆୟୋଜିତ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ଯୋଗ ଦେବେ। ଏଠାରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ଲାଗି ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଲାଗି କ୍ରାଇମ୍ବ୍ରାଞ୍ଚ୍ ଏଡିଜି ସନ୍ତୋଷ ଉପାଧ୍ୟାୟ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ୍ କରିଛନ୍ତି। […]
ଚିଲିକା : ବାତ୍ୟା ‘ତିତ୍ଲି’ ପ୍ରଭାବରେ ଚିଲିକାରେ ନୂଅା ମୁହାଣ ସୃଷ୍ଟି ହୋଇଛି। ଅରଖକୁଦ ନିକଟରେ ପ୍ରାକୃତିକ ମୁହାଣ ହୋଇଛି। ଏଥିଯୋଗୁଁ ୧୫ରୁ ଅଧିକ ଗାଁ ପ୍ରତି ବିପଦ ଅାଶଙ୍କା ଦେଖାଦେଇଛି। କିଛି ଗାଁକୁ ଚିଲିକା ପାଣି ପଶିଯାଇଥିବା ଦେଖିବାକୁ ମିଳିଛି।