• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

land
ତାଳଚେରରେ ମାଟି ଦବିବା ଘଟଣାକୁ ନେଇ ବନ୍ଦ ଡାକରା

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରରେ ମାଟି ଦବିବା ଘଟଣାକୁ ନେଇ ସହରବାସୀ ପ୍ରତିବାଦ କରିଛନ୍ତି।  ଏମସିଏଲ୍‌ର କୋଇଲା ଖଣି ପରିଚାଳନାରେ ତ୍ରୁଟି ଥିବା ଦର୍ଶାଇ ସହରବାସୀ ଆଜି ତାଳଚେର ବନ୍ଦ ପାଳନ କରୁଛନ୍ତି। ଗତକାଲି ତାଳଚେର ଥାନା ସାମ୍ନାରେ ଥିବା ଏକ ଘର ଭିତରେ ମାଟି ଦବି ଗର୍ତ୍ତ ସୃଷ୍ଟି ହୋଇଥିଲା। ଏହାକୁ ନେଇ ସହରରେ ଭୟର ବାତାବରଣ ଖେଳିଯାଇଥିଲା। ତେବେ କେଉଁ କାରଣରୁ ଘରେ ଗର୍ତ୍ତ ସୃଷ୍ଟି ହୋଇଛି ତାହାର କାରଣ ଜଣାପଡ଼ିନାହିଁ। ଭୂତଳ କୋଇଲା […]

  • Thursday, 15 July 2021
tanker
ବ୍ରିଜ୍ ତଳକୁ ଖସିଲା ଗ୍ୟାସ୍ ସିଲିଣ୍ଡର ବୋଝେଇ ଟ୍ରକ୍

ମୟୁରଭଞ୍ଜ: ଏକ ଗ୍ୟାସ୍‌ ସିଲିଣ୍ଡର ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ମୟୂରଭଞ୍ଜ ରାଇରଙ୍ଗପୁର ବିଶୋଇ ଥାନା ନିକଟରେ ଗ୍ୟାସ୍ ସିଲିଣ୍ଡର ବୋଝେଇ ଟ୍ରକଟି ବ୍ରିଜ୍‌ ତଳକୁ ଖସି ପଡ଼ିଛି। ଗାଡ଼ିର ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ବିଶୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜାମ୍‌ଶେଦ୍‌ପୁରରୁ ବାରିପଦା ଆସୁଥିବାବେଳେ ଟ୍ରକ୍‌ଟି ଭାରସାମ୍ୟ ହରାଇ ବ୍ରିଜ୍‌ ତଳକୁ ଖସି ପଡ଼ିଥିଲା। ପୁଲିସ୍‌ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିବା ପରେ ଡ୍ରାଇଭର ଜଣଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା। ଦୁର୍ଘଟଣା ଘଟିଥିବା ପୋଲର […]

  • Thursday, 15 July 2021
maoist
ମାଓବାଦୀ ସଙ୍ଗଠନ ନାମରେ ଚାନ୍ଦା ଆଦାୟ ଅଭିଯୋଗରେ ଦୁଇ ଗିରଫ

ରାୟଗଡ଼ା: ନକଲି ମାଓବାଦୀ ସାଜି ମାଓ ସଙ୍ଗଠନ ନାମରେ ଦାଦାବଟି ଆଦାୟ କରୁଥିବା ଦୁଇ ଜଣଙ୍କୁ ପୁଲିସ୍‌ ଗିରଫ କରିଛି। ଏହିଭଳି ଘଟଣା ରାୟଗଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି। ପୁଲିସ୍‌ ତଦନ୍ତ କରିଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ନକଲି ମାଓବାଦୀଙ୍କୁ କୋର୍ଟରେ ହାଜର କରାଯାଇଛି। ମାଓ ସଙ୍ଗଠନ ନାମରେ ସଂପୃକ୍ତ ଯୁବକମାନେ ଜଣେ ଠିକାଦାରଙ୍କ ଠାରୁ ୫୦ ଲକ୍ଷ ଟଙ୍କା ଦାବି କରିଥିଲେ। ଏହି ଘଟଣାରେ ପୂର୍ବରୁ ଜଣଙ୍କୁ ଗିରଫ କରିଥିବା ବେଳେ […]

  • Thursday, 15 July 2021
home1
ସେଲ୍‌ଟର ହୋମ୍ କେଳଙ୍କାରୀ : ଆଜି ସରୁଛି ଫୟାଜ ରେହମାନର ରିମାଣ୍ଡ

ଢେଙ୍କାନାଳ : ଢେଙ୍କାନାଳ ବେଲଟିକିରି ସେଲ୍‌ଟର ହୋମ୍ କେଳଙ୍କାରୀର ନାୟକ ଫୟାଜ ରହେମନଙ୍କ ଦୁଇ ଦିନିଆ ପୁଲିସ୍‌ ରିମାଣ୍ଡ ଆଜି ସରୁଛି। ଢେଙ୍କାନାଳ ପୁଲିସ୍‌ ସେଲଟର ହୋମ୍ ନିର୍ଯାତନା ଘଟଣାରେ ଘନ ଘନ ଜେରା କରିଥିବା ଜଣାପଡ଼ିଛି। ରିମାଣ୍ଡର ଶେଷ ଦିନରେ ମଧ୍ୟ ପୁଲିସ୍‌ ସେଲ୍‌ଟର ହୋମ୍ କେଳେଙ୍କାରୀ ନେଇ ପ୍ରଶ୍ନ କରିବ। କିପରି ବେଆଇନ୍ ଭାବେ ବର୍ଷ ବର୍ଷ ଧରି ଚାଲିଥିଲା ସେଲ୍‌ଟର ହୋମ୍, ନିରୀହ ନାବାଳିକାଙ୍କ ସହିତ କିପରି ଚାଲିଥିଲା ଯୌନ ଶୋଷଣ ଏବଂ […]

  • Thursday, 15 July 2021
mines
ନିଲାମ ହେବ ୧୬ଟି ଖଣି

ଭୁବନେଶ୍ୱର: ନିଲାମ ହେବ ୧୬ଟି ଖଣି। ଏହି ଖଣିରେ ୧୦ଟି ଲୁହାପଥର ଓ ୬ଟି ଅନ୍ୟ ଖଣି ରହିଛି। ଏଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ମାର୍ଚ୍ଚ ସୁଦ୍ଧା ନିଲାମ କାର୍ଯ୍ୟ ପାଇଁ ରାଜ୍ୟ ସରକାର ଟାର୍ଗେଟ ରଖିଛନ୍ତି। ଏନେଇ କେନ୍ଦ୍ର ସରକାରଙ୍କ ଅନୁମତି ନିଆଯାଇ ନିଲାମ କରାଯିବ ବୋଲି ରାଜ୍ୟ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ସୂଚନା ଦେଇଛନ୍ତି। ଖଣି ଦୁର୍ନୀତିରେ ଜରିମାନା ଦେଇ ନ ଥବା ୬ଟି ଖଣିର ଲିଜ୍ ବାତିଲ୍ […]

  • Thursday, 15 July 2021
body
ସତରେ କ’ଣ ଚିକିତ୍ସା ଅବହେଳାରୁ ମରିଗଲେ?

କେନ୍ଦୁଝର: ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ଗର୍ଭବତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। କେନ୍ଦୁଝର ବାଂଶପାଳ ବ୍ଲକ୍‌ ଶୁଆକାଠି ଗାଁର ଯୋଗେନ୍ଦ୍ର ମୁଣ୍ଡାଙ୍କ ସ୍ତ୍ରୀ ଝୁନୁମୁଣ୍ଡାଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ଗତକାଲି ରାତିରେ ଆଶା ଦିଦିଙ୍କୁ ଫୋନ୍‌ କରିଥିଲେ। କିନ୍ତୁ ଆଶା ଦିଦି ତାଙ୍କୁ ଅଟୋରେ ଡାକ୍ତରଖାନାକୁ ନେବାକୁ ପରାମର୍ଶ ଦେଇଥିଲେ। ପରେ ଯୋଗେନ୍ଦ୍ର ରାତି ୧ଟାରେ ସ୍ତ୍ରୀଙ୍କୁ ନେଇ ଡାକ୍ତରଖାନାରେ ପହଞ୍ଚିଥିଲେ। କିନ୍ତୁ ଚିକିତ୍ସା ଅବହେଳାରୁ ଗର୍ଭବତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଡାକ୍ତର ଏହି […]

  • Thursday, 15 July 2021
school
ସ୍କୁଲରେ ପଶି ପିଅନଙ୍କୁ ନିସ୍ତୁକ ପିଟିଲେ

ମୟୂରଭଞ୍ଜ: ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ସ୍କୁଲରେ ପଶି ପ୍ରଧାନଶିକ୍ଷକ ଓ ପିଅନଙ୍କୁ ନିସ୍ତୁକ ମାଡ଼। ମୟୁରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ହାତୀପୁତୁକା ସ୍ଥିତ ଆଦିବାସୀ ଛାତ୍ରୀ ନିବାସରେ ଗତ ଶନିବାର ଦିନ ଏହି ଘଟଣା ଘଟିଛି। ଛାତ୍ରୀଙ୍କୁ ପିଅନ ଜଣଙ୍କ ଅସଦାଚରଣ ଘଟଣାକୁ ନେଇ ସ୍କୁଲରେ ପଶି ପ୍ରଧାନ ଶିକ୍ଷକ ଓ ପିଅନଙ୍କୁ ବାନ୍ଧି ଲୋକମାନେ ମାଡ଼ ମାରିଥିଲେ। ଖବର ପାଇ ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ପିଅନକୁ ଅଟକ ରଖିଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ […]

  • Thursday, 15 July 2021
q3
ହାତୀ ଉପଦ୍ରବରେ ବ୍ୟାପକ ଫସଲ ନଷ୍ଟ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ ତାମଡ଼ା ରେଞ୍ଜ ଅଞ୍ଚଳରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। କୁନ୍ଦିପୋଷ, ବଡ଼ପୋଷ, କେଲ ଓ ଖୁଟୁଗାଁ ଅଞ୍ଚଳରେ ହାତୀପଲ ପଶି ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ହାତୀ ଉପଦ୍ରବ ଯୋଗୁ ପରିବା ଚାଷ ଅଧିକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। କୁନ୍ଦିପୋଷ ଅଞ୍ଚଳରେ ହାତୀ ରହିଥିବା ସନ୍ଦେହ କରାଯାଉଛି।  ହାତୀ ରହିଥିବାରୁ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ସେପଟେ ବନବିଭାଗ ଲୋକଙ୍କୁ ବୁଝାସୁଝା କରିବା ସହ କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ କରିବା […]

  • Thursday, 15 July 2021
vlcsnap-error740
ସବ୍‌ଜେଲ୍ ଅଧୀକ୍ଷକଙ୍କ କାର୍ଯ୍ୟ ତାଙ୍କ ସ୍ୱାମୀ କରୁଥିବା ଘଟଣାରେ ପ୍ରତିକ୍ରିୟା ରଖିଲେ ଅଧୀକ୍ଷକ

ନୀଳଗିରି: ନୀଳଗିରି ସବ୍‌ଜେଲ୍ ଅଧୀକ୍ଷକଙ୍କ କାର୍ଯ୍ୟ ତାଙ୍କ ସ୍ୱାମୀ କରୁଥିବା ଘଟଣାକୁ ନେଇ ସବ୍‌ଜେଲ୍ ଅଧୀକ୍ଷକ ମମତାବାଳା ପାତ୍ର ପ୍ରତିକ୍ରିୟା ରଖିଛନ୍ତି। ତାଙ୍କ କମ୍ପ୍ୟୁଟର ସଫ୍ଟୱେର୍‌ ସମସ୍ୟା ହେଲେ ସେ ତାଙ୍କ ସ୍ୱାମୀ ହୁଅନ୍ତି କି ଆଉ କାହାକୁ ଡାକିକି ସମସ୍ୟାର ସମାଧାନ କରିଥାନ୍ତି ବୋଲି କହିଛନ୍ତି। ଜାଣିଶୁଣି, ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ନୀଳଗିରି ସବ୍‌ଜେଲ୍ ଅଧୀକ୍ଷକ ମମତାବାଳା ପାତ୍ରଙ୍କ ସ୍ୱାମୀ ମାଧବାନନ୍ଦ ଜତିଶ ଜେଲ୍‌ ଭିତରେ କମ୍ପ୍ୟୁଟର ବ୍ୟବହାର କରୁଥିବା […]

  • Thursday, 15 July 2021
balijatra1
ସରିଲା ଐତିହାସିକ କଟକ ବାଲିଯାତ୍ରା

କଟକ: ଶେଷ ହେଲା ଐତିହାସିକ କଟକ ବାଲିଯାତ୍ରା। ବାଲିଯାତ୍ରାର ଶେଷ ଦିନ ରବିବାର ପଡ଼ିଥିବାରୁ ଯାତ୍ରା ପଡ଼ିଆରେ ପ୍ରବଳ ଲୋକଙ୍କ ସମାଗମ ହୋଇଥିଲା। ଖାଦ୍ୟ ପେୟ, ଦୋଳି ଖେଳ ସାଙ୍ଗକୁ ଲୋକମାନେ ଯାତ୍ରା ପଡ଼ିଆରୁ ଘରକରଣା ସାମଗ୍ରୀ କିଣି ନେଇଥିଲେ। ଗୋଟିଏ ସ୍ଥାନରେ ବିଭିନ୍ନ ପ୍ରକାର ସାମଗ୍ରୀ ମିଳୁଥିବାରୁ ଏହାକୁ ଲୋକେ ହାତଛଡ଼ା କରିନଥିଲେ। ଶେଷ ଦିନରେ ବାଲିଯାତ୍ରାରେ ଭଲ ବ୍ୟବସାୟ ହୋଇଥିବା ଜଣାପଡ଼ିଛି। ଅନ୍ୟପଟେ, ବାଲିଯାତ୍ରାର ଶେଷ ଦିନ ଥିବାରୁ ବ୍ୟବସାୟୀ ମାନେ ମଧ୍ୟ ଆକର୍ଶଣୀୟ […]

  • Thursday, 15 July 2021
vlcsnap-error223
ରାଜଧାନୀ ଡଟ୍‌ ଫେଷ୍ଟ୍‌ରେ ଜମୁଛି ଲୋକଙ୍କ ଗହଳି

ଭୁବନେଶ୍ୱର: ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ଡଟ୍‌ ଫେଷ୍ଟ୍‌ରେ ଲୋକଙ୍କ ଗହଳି ଜମୁଛି। ଗତକାଲି ରବିବାର ଥିବାରୁ ଏହି ଫେଷ୍ଟିଭାଲ୍‌ରେ ଲୋକମାନେ ଆମିଷ ଓ ନିରାମିଷ ଖାଦ୍ୟର ମଜା ଉଠାଇଥିଲେ। ଏହାଛଡ଼ା ଶୀତୁଆ ସନ୍ଧ୍ୟାରେ ଯୁବପିଢ଼ି ରକ୍‌ ବ୍ୟାଣ୍ଡ୍‌ର ତାଳରେ ମଧ୍ୟ ଝୁମିଥିଲେ। ଜାପାନ, ଫ୍ରାନ୍ସ, ଭାରତ, ପାକିସ୍ତାନ ଏମିତି ୧୬ଟି ଦେଶର ସୁସ୍ୱାଦୁ ବ୍ୟଞ୍ଜନ ସହିତ ଓଡ଼ିଆ ଖାଦ୍ୟ ଆଳୁଦମ ଦହିବରା, ଗୁପ୍‌ଚୁପ୍‌ ଓ କାକରା ମଧ୍ୟ ମିଳୁଛି। ଏମିତି ଅନେକ ପ୍ରକାର ଖାଦ୍ୟର ସ୍ୱାଦ […]

  • Thursday, 15 July 2021
2
ବିପଦରେ ବିରଳ ଅଲିଭ୍ ରିଡ୍‌ଲେ କଇଁଛ

ପୁରୀ: ବିପଦରେ ବିରଳ ଅଲିଭ୍ ରିଡ୍‌ଲେ କଇଁଛ। କଇଁଛମାନଙ୍କ ସୁରକ୍ଷା ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏମିତିକି ନଭେମ୍ବର ୧ରୁ ମେ ୩୦ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଉପକୂଳଠାରୁ ୫କିଲୋମିଟର ଅଞ୍ଚଳରେ ଟ୍ରଲର ଚଳାଚଳ ଉପରେ କଟକଣା ମଧ୍ୟ ଜାରି କରିଛନ୍ତି। ହେଲେ ସରକାରଙ୍କ ଏହିସବୁ କଟକଣା କେତେ କାର୍ଯ୍ୟକାରୀ ହେଉଛି ପଢ଼ନ୍ତୁ ଏହି ରିପୋର୍ଟ। ପୁରୀ ସମୁଦ୍ର ଉପକୂଳର ଗତ କିଛି ଦିନ ଧରି ଅଲିଭ ରିଡ୍‌ଲେ କଇଁଛଙ୍କ ମୃତଦେହ ଦେଖିବାକୁ ମିଳୁଥିବାବେଳେ, […]

  • Thursday, 15 July 2021
bandh
୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ଡାକରା

ବଲାଙ୍ଗିର: ଯୁବ ବ୍ୟବସାୟୀଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତକୁ ଗିରଫ ଦାବିରେ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ଡାକରା ଦିଆଯାଇଛି। ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଅଗ୍ରୱାଲ ସଭା ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି। ଯୁବ ବ୍ୟବସାୟୀ ଆଶିଷ ଜୈନଙ୍କୁ ଆକ୍ରମଣ ଘଟଣାର ଅଭିଯୁକ୍ତ ପ୍ରବୀଣ ସାଲୁଜାଙ୍କୁ ଗିରଫ ଦାବିରେ ଏହି ବନ୍ଦ ପାଳନ ହେଉଛି। ସହରରେ ଦୋକାନ ବଜାର, ସରକାରୀ, ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି। ତେବେ ବସ୍ ଚଳାଚଳ, ସ୍କୁଲ କଲେଜ ଓ ଜରୁରୀକାଳୀନ ସେବାକୁ […]

  • Thursday, 15 July 2021
accident 1
ସଡ଼କ ଦୁର୍ଘଟଣାରେ ୨ ମୃତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ରଘୁନାଥପୁର ରେଲ୍‌ୱେ ଓଭର ବ୍ରିଜ୍‌ ନିକରେ ସଡ଼କ ଦୁର୍ଘଟଣାରେ ୨ ଜଣକର ମୃତ୍ୟୁ ଘଟିଛି। ମୃତକ ଦୁହେଁ ହେଲେ ହରିଚନ୍ଦନପୁର ବରେଇଗୋଡ଼ ନର୍ଦାଙ୍ଗିପେଣ୍ଠର ରାଜୁ ମହାରଣା ଓ ହେମନ୍ତ ଦେହୁରୀ। ସୂଚନା ଅନୁସାରେ, ରାଜୁ ଓ ହେମନ୍ତ ଦୁହେଁ ଗତ ସନ୍ଧ୍ୟାରେ ବାଇକ୍‌ରେ ଘଟଗାଁ ଯାଉଥିଲେ। ଦ୍ରୁତ ଗତିରେ ଥିବା ସେମାନଙ୍କର ବାଇକ୍ ଭାରସାମ୍ୟ ହରାଇ ରେଲ୍‌ୱେ ଓଭର ବ୍ରିଜ୍‌ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘଟଣାସ୍ଥଳରେ ରାଜୁଙ୍କର ମୃତ୍ୟୁ ହୋଇଥିବା […]

  • Thursday, 15 July 2021
1
ନକ୍ସଲଙ୍କ ନାଁରେ ଟଙ୍କା ଆଦାୟ ଅଭିଯୋଗରେ ଜଣେ ଯୁବକ ଗିରଫ

ରାୟଗଡ଼ା: ନକ୍ସଲଙ୍କ ନାଁରେ ଠିକାଦାରଙ୍କ ଠାରୁ ଟଙ୍କା ଆଦାୟ କରୁଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ରାୟଗଡ଼ା ପୁଲିସ୍‌ ଗିରଫ କରିଛି। ଯୁବକ ଜଣକ ହେଲେ ରାୟଗଡ଼ା ଚାନ୍ଦିଲି ଅଞ୍ଚଳର ଜାଡାଗାଡୁଗୁଲା ବସନ୍ତ। ବସନ୍ତ ଗୋପାଳ ଇଶ୍ୱର ରାଓ ନାମକ ଜଣେ ଠିକାଦାରଙ୍କୁ ନକ୍ସଲଙ୍କ ନାଁ କହି ଟଙ୍କା ଦେବାକୁ ଦାବି କରି ଚିଠି ପଠାଇଥିଲେ। ଟଙ୍କା ନ ଦେଲେ ମୃତ୍ୟୁଦଣ୍ଡର ଧମକ ମଧ୍ୟ ଦେଇଥିଲେ। ଏହି ଘଟଣାକୁ ନେଇ ଠିକାଦାର ଥାନାରେ ଅଭିଯୋଗ କରିବା ପରେ, ଯୋଜନା […]

  • Thursday, 15 July 2021
ele
ହାତୀ ଆକ୍ରମଣରେ ଜଣେ ମୃତ, ୨ ଗୁରୁତର

ଖୋର୍ଦ୍ଧା/ବଣାଇ: ରାଜ୍ୟର ଦୁଇଟି ସ୍ଥାନରେ ହାତୀ ଆକ୍ରମଣ ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ବଣାଇର ତାମଡ଼ା ରେଞ୍ଜରେ ହାତୀ ଆକ୍ରମଣରେ ଜଣକର ମୃତ୍ୟୁ ଘଟିଛି। ମୃତକ କୁଲେଇବଗା ଗାଁର ବୋଲି ଜଣାପଡ଼ିଛି। ସକାଳେ ବାହାରକୁ ଯାଇଥିବା ବେଳେ ସେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ସେହିପରି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀର ଭୂଷଣ୍ଡପୁର ଷ୍ଟେସନ ପାଖରେ ହାତୀ ଆକ୍ରମଣରେ ୨ ଜଣ ଆହତ ହୋଇଛନ୍ତି। ଦୁହିଁଙ୍କୁ ଜିଲ୍ଲା […]

  • Thursday, 15 July 2021
a
ରିଜର୍ଭ ପୁଲିସ୍‌ ଅସ୍ତ୍ରାଗାରରୁ ଲୁଟ୍‌ ହୋଇଥିବା ୪୫ଟି ଗୁଳି ଉଦ୍ଧାର

ସୁନ୍ଦରଗଡ଼: ସୁନ୍ଦରଗଡ଼ ରିଜର୍ଭ ପୁଲିସ୍‌ ଅସ୍ତ୍ରାଗାରରୁ ଲୁଟ୍‌ ହୋଇଥିବା ୪୫ଟି ଗୁଳି ଉଦ୍ଧାର କରାଯାଇଛି। ଲୁଟ୍‌ରେ ଜଣେ କନଷ୍ଟେବଲଙ୍କ ସଂପୃକ୍ତି ଥିବା ସନ୍ଦେହ କରାଯାଉଛି। ଏହାକୁ ନେଇ ଜଣେ କନଷ୍ଟେବଲଙ୍କୁ ଅଟକ ରଖାଯାଇ ପଚରାଉଚରା ଚାଲିଛି। ଲୁଟ୍‌ରେ ଆଉ ଜଣେ ସାମିଲ ଥିବା ମଧ୍ୟ ସୂଚନା ମିଳିଛି। ଅନ୍ୟ ଜଣେ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୁଲିସ୍‌ ଛାନ୍‌ଭିନ୍ କରୁଛି। ଗତ ୨୮ତାରିଖରେ ରିଜର୍ଭ ଅସ୍ତ୍ରାଗାରରୁ ୬୦ଟି ଗୁଳି ଲୁଟ୍‌ ହୋଇଥିଲା। ଏଥିରୁ ୪୫ଟି ଗୁଳି ଉଦ୍ଧାର […]

  • Thursday, 15 July 2021
Puri-Jagannath-temple-
ଶ୍ରୀମନ୍ଦିରରେ ମହାପ୍ରସାଦ ଦର ନେଇ ହୋଇପାରେ ନିଷ୍ପତ୍ତି

ପୁରୀ: ମହାପ୍ରସାଦ ଦର ପ୍ରସଙ୍ଗରେ ନୀତି ପ୍ରଶାସକ ସୂଚନା ଦେଇଛନ୍ତି। ସୂଚନା ଦେଇ ସେ କହିଛନ୍ତି ଯେ, ଆସନ୍ତା ରବିବାର ଭୋଗମଣ୍ଡପରେ ରନ୍ଧନ କାର୍ଯ୍ୟ କରାଯାଇ ପରୀକ୍ଷାମୂଳକ ଭାବେ ଦର ସ୍ପଷ୍ଟ କରାଯିବ। ପରବର୍ତ୍ତୀ ସମୟରେ କେଉଁ ଓଳିରେ ଏବଂ କେଉଁ ହାଣ୍ଡିର କେତେ ଦର ହେବ ତାହା ନିର୍ଦ୍ଧାରଣ କରାଯିବ। ଶ୍ରୀମନ୍ଦିର ପକ୍ଷରୁ ସମସ୍ତ ଦ୍ରବ୍ୟ ପ୍ରଦାନ କରାଯିବ। ଏଥିରେ କାଠ, ହାଣ୍ଡି, ପାଣି ଏବଂ ଶ୍ରମର ଦର ଯୋଗ କରାଯିବା ସହ କେତେ ଲାଭ […]

  • Thursday, 15 July 2021
11
ହକି ବିଶ୍ୱକପ୍‌ ଅବସରରେ ସ୍ମାରକୀ ଡାକ ଟିକେଟ୍‌ ଉନ୍ମୋଚିତ

ଭୁବନେଶ୍ୱର: ହକି ବିଶ୍ୱକପ୍‌ ଅବସରରେ ସ୍ମାରକୀ ଡାକ ଟିକେଟ୍‌ ଉନ୍ମୋଚିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ଏହାକୁ ଉନ୍ମୋଚନ କରିଛନ୍ତି। ୧୯୮୨, ୨୦୧୦ ପରେ ଭାରତ ତୃତୀୟ ଥର ଚଳିତବର୍ଷ ହକି ବିଶ୍ୱକପ୍‌ର ଆୟୋଜନ କରୁଥିବା ବେଳେ ଓଡ଼ିଶା ପ୍ରଥମ ଥର ପାଇଁ ଏହି ମେଗା ଇଭେଣ୍ଟ ଆୟୋଜନର ସୁଯୋଗ ପାଇଛି।

  • Thursday, 15 July 2021
dead-murder-suicide.jpg.image.784.410
ଭଉଣୀର ସିନ୍ଦୂର ପୋଛିଲେ ଭାଇ!

ବଲାଙ୍ଗିର: ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ କର୍ଲାବାହାଲି ଗାଁରେ ଏହି ଘଟଣା ଘଟିଛି। ମୃତକଙ୍କ ନାଁ ଦିଲୀପ ଛୁରା। ପୁଲିସ୍‌ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଦିଲୀପ ଚାଉଳଶୁଖା ଗାଁର ଗୌରୀଙ୍କୁ ବାହା ହୋଇଥିଲେ। ସେମାନଙ୍କର ଦୁଇଟି ପିଲା ଅଛନ୍ତି। ଗତ ୨୩ ତାରିଖ ଦିନ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏନେଇ ଗୌରୀ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ ଓ ଆସି ତାଙ୍କୁ […]

  • Thursday, 15 July 2021
dalit samman samavesh
କଂଗ୍ରେସର ଦଳିତ ସମ୍ମାନ ସମାବେଶରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌

ଭୁବନେଶ୍ୱର: ଭୁବନେଶ୍ୱରରେ ଦଳିତ ସମ୍ମାନ ସମାବେଶ ଅନୁଷ୍ଠିତ ହୋଇଛି। କଂଗ୍ରେସ ପକ୍ଷରୁ ଆୟୋଜିତ ଏହି ସମାବେଶରେ ଗୁଜରାଟର ବିଧାୟକ ତଥା ଦଳିତ ନେତା ଜିଗ୍ନେଶ ମେୱାନି ଯୋଗ ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। କୁନ୍ଦୁଲି ଘଟଣାରେ ରାଜ୍ୟ ସରକାର ଚୁପ୍ ବସିଥିବା ବେଳେ ଚିଟ୍‌ଫଣ୍ଡରେ ଫସି ଗରିବ ଲୋକ ଟଙ୍କା ଫେରି ପାଇନଥିବା ସେ ଅଭିଯୋଗ କରିଛନ୍ତି। ଏଥିସହ ରାଫେଲ୍‌ ଦୁର୍ନୀତି ନେଇ ରାଜ୍ୟ ସରକାର ପ୍ରଶ୍ନ କରୁ ନଥିବାରୁ ଉଭୟ […]

  • Thursday, 15 July 2021
vlcsnap-error535
ଶୀତ ବଢ଼ିବା ସହ ଚିଲିକାରେ ବଢୁଛି ବିଦେଶୀ ପକ୍ଷୀଙ୍କ ସଂଖ୍ୟା

ବ୍ରହ୍ମଗିରି: ଶୀତ ବଢ଼ିବା ସହ ଚିଲିକାରେ ବିଦେଶୀ ପକ୍ଷୀଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ପର୍ଯ୍ୟଟନ ଋତୁ ଚାଲିଥିବାରୁ ବିଦେଶୀ ପକ୍ଷୀ ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରୁଛି। ଅନ୍ୟପଟେ ପକ୍ଷୀଙ୍କ ସୁରକ୍ଷା ପାଇଁ ବନ୍ୟ ପ୍ରାଣୀ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଶୀତର ସ୍ପର୍ଶ ସହ ଚିଲିକାରେ ବିଦେଶୀ ପକ୍ଷୀଙ୍କ  ଭିଡ଼ ଏବେ ଦେଖିବାକୁ ମିଳିଛି। କାର୍ତ୍ତିକ ପୂର୍ଣ୍ଣିମା ପରଠାରୁ ଶୀତ ବଢ଼ିଥିବାରୁ ପକ୍ଷୀଙ୍କ ଆଗମନ ବି ବଢ଼ିଛି। ଏଥର ବିଳମ୍ବ ହେଲେ ବି ବିଦେଶାଗତ […]

  • Thursday, 15 July 2021
accident
ରାଜ୍ୟର ବିଭିନ୍ନ ସ୍ଥାନରେ ସଡ଼କ ଦୁର୍ଘଟଣାରେ ୩ ମୃତ

ଭୁବନେଶ୍ୱର: ବିଭିନ୍ନ ସ୍ଥାନରେ ସଡ଼କ ଦୁର୍ଘଟଣାରେ ୩ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ପାରାଦୀପ ତାରିଣୀଗଡ଼ା ନିକଟରେ ବାଇକ ସହ ଟ୍ରକ ପିଟି ହେବାରୁ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଚକ୍ରଧରପୁର ଗାଁର ପ୍ରମୋଦ ଦାସ। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଅଠରବାଙ୍କି ଠାରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ। ସେହିପରି ଅନୁଗୁଳ ଥାନା ଚଣ୍ଡୀବଜାର ନିକଟରେ ବାଇକ୍‌- ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ମୃତ, ଦୁଇ ଜଣ ଆହତ ହୋଇଛନ୍ତି। […]

  • Thursday, 15 July 2021
3
ଓଲଟି ପଡ଼ିଲା ଆମ୍ବୁଲାନ୍ସ; ଦୁର୍ଘଟଣାସ୍ଥଳରେ ମୃତ ଶିଶୁ କନ୍ୟାକୁ ଜନ୍ମ ଦେଲେ ମହିଳା

କେନ୍ଦୁଝର: ପ୍ରସୂତୀଙ୍କୁ ହସ୍ପିଟାଲ ନେବା ବେଳେ ଓଲଟିଲା ଆମ୍ବୁଲାନ୍ସ। ଫଳରେ ଦୁର୍ଘଟଣାସ୍ଥଳରେ ମହିଳା ଜଣଙ୍କ ମୃତ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। କେନ୍ଦୁଝର ଜିଲ୍ଲା ପାଟଣା ଥାନା ୨୨୦ ନମ୍ବର ଜାତୀୟ ରଜପଥର ତଳିବେଡ଼ା ଗାଁ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି। ଚାକୁଣ୍ଡାପାଳ ଗାଁର ନରେନ୍ଦ୍ର ମୁଣ୍ଡାଙ୍କ ପତ୍ନୀ ବୁଧୁନି ମୁଣ୍ଡାଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ୧୦୨ ଆମ୍ବୁଲାନ୍ସ ଯୋଗେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ […]

  • Thursday, 15 July 2021
2
ହକି ବିଶ୍ୱକପ୍‌ ଉଦ୍‌ଘାଟନୀ ଉତ୍ସବରେ ଝୁମିଲେ ଦର୍ଶକ

ଭୁବନେଶ୍ୱର: ହକି ବିଶ୍ୱକପ୍‌ର ଉଦ୍‌ଘାଟନୀ ସମାରୋହ ଗତକାଲି କଳିଙ୍ଗ ଷ୍ଟାଡିୟମରେ ଉଦ୍‌ଘାଟିତ ହୋଇଛି। ଉଦ୍‌ଘାଟନୀ ସନ୍ଧ୍ୟାରେ ବଲିଉଡ ଅଭିନେତା ଶାହରୁଖ ଖାନ୍, ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଓ ଏ.ଆର ରହମାନ୍ ମୁଖ୍ୟ ଆକର୍ଷଣ ସାଜିଥିଲେ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଜାକଜମକରେ ପୁରୁଷ ହକି ବିଶ୍ୱକପ୍ ୨୦୧୮କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟିତ କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ମଞ୍ଚରେ ଶାହରୁଖଙ୍କୁ ଦେଖି ତାଙ୍କର ଫ୍ୟାନ୍ସମାନେ ବହୁତ ଖୁସି ହୋଇଯାଇଥିଲେ। କଳିଙ୍ଗ ଷ୍ଟାଡିୟମରେ ବେଶ୍ କିଛି ସମୟ ପାଇଁ ଉପସ୍ଥିତ ଦର୍ଶକଙ୍କ […]

  • Thursday, 15 July 2021