• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

bhadrak
ସରକାରୀ ପ୍ରକଳ୍ପକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ

ଭଦ୍ରକ: ସରକାରୀ ପ୍ରକଳ୍ପ କାର୍ଯ୍ୟକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ପରିସ୍ଥିତି ଏପରି ହେଲା ଯେ ଛୁରା ମାଡ଼ କରିବାକୁ ମଧ୍ୟ ଲୋକେ ପଛାଇ ନାହାନ୍ତି। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଞ୍ଚଳର ଦୁଇଟି ଗାଁ ମଧ୍ୟରେ ଏହି ଘଟଣା ଘଟିଛି। ଗ୍ରାମାଞ୍ଚଳ ଥାନା ଆର୍ ଏନ୍ ବେତଡ଼ା ଏବଂ ଗୋହିରାଣୀ ଗାଁର ଦୁଇ ଗୋଷ୍ଠୀ ମଧ୍ୟରେ ସଂର୍ଘଷ ହୋଇଛି। ଏହି ସଂଘର୍ଷରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର […]

  • Thursday, 15 July 2021
child
ଦେଢ଼ ବର୍ଷର ଶିଶୁକନ୍ୟାକୁ ସମ୍ପର୍କୀୟ ଦାଦା ଦୁଷ୍କର୍ମ କରିଥିବା ଅଭିଯୋଗ

କନ୍ଧମାଳ: ପୁଣି ଲଜ୍ଜା। କନ୍ଧମାଳ ଜିଲ୍ଲାରେ ବାଲିଗୁଡା ଥାନା ବାରଖାମା ଫାଣ୍ଡି ଅଞ୍ଚଳରେ ଜଣେ ଦେଢ଼ ବର୍ଷର ଶିଶୁକନ୍ୟାକୁ ସମ୍ପର୍କୀୟ ଦାଦା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଶିଶୁଟି ଘର ବାହାରେ ଖେଳୁଥିବା ବେଳେ ସମ୍ପର୍କୀୟ ଦାଦା ଖେଳାଇବା ବାହାନାରେ ଶିଶୁଟିକୁ ଜଙ୍ଗଲକୁ ନେଇ ଯାଇଥିଲା। ଘର ଲୋକେ ଖୋଜାଖୋଲି କରିବା ପରେ ଶିଶୁକନ୍ୟାକୁ ନପାଇବାରୁ ଏନେଇ ଥାନାରେ ଏତଲା ଦେଇଥିଲେ। କିନ୍ତୁ ତା ପରଦିନ ସକାଳୁ ନିଜେ ସମ୍ପର୍କୀୟ ଦାଦା ଘରକୁ ଆଣି […]

  • Thursday, 15 July 2021
dead body
ଦାଦନ ସର୍ଦ୍ଦାରଙ୍କ ମାଡ଼ରେ ଶ୍ରମିକଙ୍କ ମୃତ୍ୟୁ ଅଭିଯୋଗ

ବଲାଙ୍ଗିର: ଦାଦନ ସର୍ଦ୍ଦାର ମାଡ଼ରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି। ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଡୁମେରପଦର ଗାଁରେ ଏହି ଘଟଣା ଘଟିଛି। ମୃତକଙ୍କ ନାମ ଜଗଦୀଶ ମିର୍ଦ୍ଧା। ସୂଚନା ଅନୁସାରେ, ଜଗଦୀଶ ମିର୍ଦ୍ଧାଙ୍କୁ ପଣ୍ଡାମୁଣ୍ଡା ଗାଁର ଦାଦନ ସର୍ଦ୍ଦାର ଭଗବାନ ବରିହା ୧ ଲକ୍ଷ ୩୦ ହଜାର ଟଙ୍କା ବଇନା (ଅଗ୍ରିମ ଦେୟ ଅର୍ଥ) ଦେଇଥିଲେ। ହେଲେ ଜଗଦୀଶ ଦାଦନ ଖଟିବାକୁ ଯିବାରେ ବିଳମ୍ୱ ହୋଇଥିଲା। ତେବେ ଗତ ସୋମବାର ସନ୍ଧ୍ୟାରେ […]

  • Thursday, 15 July 2021
cong
‘କ୍ଷମତାକୁ ଆସିଲେ ଚାଷୀଙ୍କ ଋଣ ଛାଡ଼ କରିବ କଂଗ୍ରେସ’

ଭୁବନେଶ୍ୱର: କଂଗ୍ରେସ କ୍ଷମତାକୁ ଆସିଲେ ଚାଷୀଙ୍କ ଋଣ ଛାଡ଼ କରିବ। ଚାଷୀଙ୍କୁ ସୋଲାର ପମ୍ପ ମଧ୍ୟ ଯୋଗାଇ ଦିଆଯିବ।  କଂଗ୍ରେସ ଭବନରେ ଆଜି ବସିଥିବା ପିସିସି ଇସ୍ତାହାର କମିଟିର ବୈଠକ ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହା କହିଛନ୍ତି। ୫ ବର୍ଷ ଲାଗି ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। ସେହିଭଳି ରାଜ୍ୟରେ ବାର୍ଦ୍ଧକ୍ୟ ଭତ୍ତାକୁ ୩ ଶହରୁ ୧ ହଜାରକୁ ବୃଦ୍ଧି କରାଯିବ ବୋଲି ନିରଞ୍ଜନ କହିଛନ୍ତି। ସେ କହିଛନ୍ତି, […]

  • Thursday, 15 July 2021
dead body
ପୁଅର ଠେଙ୍ଗାମାଡ଼ରେ ବାପାର ମୃତ୍ୟୁ

ବରଗଡ଼: ବରଗଡ଼ ପଦ୍ମପୁରରେ ପୁଅର ଜଘନ୍ୟକାଣ୍ଡ। ନିଶାଶକ୍ତ ଅବସ୍ଥାରେ ବାପାକୁ ପିଟି ପିଟି ମାରିଲା ପୁଅ। ପଦ୍ମପୁରର ଜଗଦଳପୁର ଥାନା ବିଜୋରାଭଟା ଗାଁର ଆଶାରାମ ଭୋଇଙ୍କୁ ପୁଅ ଦିଲୀପ ଠେଙ୍ଗାରେ ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ଅଭିଯୁକ୍ତ ଦିଲୀପକୁ ପୁଲିସ୍‌ ଅଟକ ରଖି ପଚରାଉଚରା କରୁଛି। ଏହାସହ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ତଦନ୍ତ କରିଛି।

  • Thursday, 15 July 2021
odias
ଓମାନ୍‌ରେ ଫସିଛନ୍ତି ୧୭ ଓଡ଼ିଆ

ଗଞ୍ଜାମ: ବିଦେଶରେ ପୁଣି ଥରେ ହଟହଟା ହୋଇଛନ୍ତି ଓଡ଼ିଆ। ଓମାନ୍‌ର ରାଜଧାନୀ ମସ୍‌କଟ୍‌ରେ ୧୭ ଜଣ ଓଡ଼ିଆ ଫସି ରହିଛନ୍ତି। ଗଞ୍ଜାମ ଜିଲ୍ଲାରୁ ଯାଇଥିବା ଏହି ଶ୍ରମିକଙ୍କୁ ଦୀର୍ଘ ଦିନ ଧରି ଦରମା ମିଳିନଥିବା ଅଭିଯୋଗ ହୋଇଛି। J AND P କମ୍ପାନୀ ଶ୍ରମିକଙ୍କୁ ୫ ମାସ ହେବ ଦରମା ଦେଇନି। ଏହାସହ ଆବଶ୍ୟକ ମୁତାବକ ଖାଦ୍ୟ ବି ଶ୍ରମିକଙ୍କୁ ଦିଆଯାଉନଥିବା ଅଭିଯୋଗ ହୋଇଛି। କେବଳ ଏତିକି ନୁହେଁ, ଶ୍ରମିକଙ୍କୁ ସେମାନଙ୍କ ଭିସା ଓ ପାସ୍‌ପୋର୍ଟ ପ୍ରଦାନ […]

  • Thursday, 15 July 2021
ele
ମାଈ ହାତୀର ମୃତଦେହ ଠାବ

କଟକ: କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ସୁକାସନ ସଂରକ୍ଷିତ ଜଙ୍ଗଲରେ ହାତୀର ମୃତଦେହ ଠାବ ହୋଇଛି। ରାଜନଗର ସବର ତଇଲା ନିକଟରେ ଏକ ମାଈ ହାତୀର ମୃତଦେହକୁ ଉଦ୍ଧାର କରାଯାଇଛି। ତାର ବୟସ ପ୍ରାୟ ୭ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ହାତୀର ମୁହଁରୁ ରକ୍ତ ବାହାରିଛି। କେମିତି ତାର ମୃତ୍ୟୁ ହୋଇଛି, ତାହା ସ୍ପଷ୍ଟ ହୋଇନି। ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଛି ଦିନ ତଳେ ସେହି ଅଞ୍ଚଳକୁ ଏକ […]

  • Thursday, 15 July 2021
rayagada
ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ପଦବୀ ଅସିଦ୍ଧ ଘୋଷଣା

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କଂଗ୍ରେସକୁ ଲାଗିଛି ବଡ଼ ଝଟକା। ଗୋପନୀୟତାର ବିରୋଧାଚରଣକୁ ନେଇ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀକୁ ରାୟଗଡ଼ା ଜିଲ୍ଲା ଦୌରାଜଜ୍‌ ଅସିଦ୍ଧ ଘୋଷଣା କରିଛନ୍ତି। ଏଥିସହ ପୁନଃନିର୍ବାଚନ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଯାହାଦ୍ୱାରା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗ ହାତରୁ ଅଧ୍ୟକ୍ଷ ପଦବୀ ଖସି ଯାଇଛି। ସୂଚନାଯୋଗ୍ୟ, ୨୦୧୭ ମସିହା ମାର୍ଚ୍ଚ ମାସ ୧୨ ତାରିଖରେ ଏଠାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ବିଜେପି ଦଳର […]

  • Thursday, 15 July 2021
p1
ବିଷାକ୍ତ ଫଳ ଖାଇ ୧୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ

ଭଦ୍ରକ: ଭଦ୍ରକ ଜିଲ୍ଲା ତିହିଡି ପ୍ରାଥମିକ ବିଦ୍ୟାଳୟର ୧୦ରୁ ଅଧିକ ଛାତ୍ରଛାତ୍ରୀ ବିଷାକ୍ତ ଫଳ ଖାଇ ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଛାତ୍ରଛାତ୍ରୀମାନେ ଗତକାଲି ମଧ୍ୟାହ୍ନ ଭୋଜନ ଖାଇବା ପରେ ସ୍କୁଲ ପାଚେରି କଡ଼ରେ ଥିବା କିଛି ଗଛର ଫଳ ଖାଇଥିଲେ। ସେହି ଫଳ ଖାଇବା ପରେ ଛାତ୍ରଛାତ୍ରୀମାନେ ଅସୁସ୍ଥ ହୋଇ ପଡ଼ିଥିଲେ। ଶିକ୍ଷକମାନେ ପଚରାଉଚରା କରିବା ପରେ ଛାତ୍ରଛାତ୍ରୀମାନେ ବିଷାକ୍ତ ଫଳ ଖାଇଥିବା ଜଣାପଡ଼ିଥିଲା। ଚିକିତ୍ସା ପରେ ଛାତ୍ରଛାତ୍ରୀ ସୁସ୍ଥ […]

  • Thursday, 15 July 2021
anugul
କଂଗ୍ରେସର ସଫଳତା ନେଇ ଉତ୍ସାହିତ ରାଜ୍ୟର କଂଗ୍ରେସ କର୍ମୀ

ଅନୁଗୁଳ: ୩ ବିଧାନସଭା ନିର୍ବାଚନରେ କଂଗ୍ରେସର ସଫଳତା ନେଇ ଉତ୍ସାହିତ ରାଜ୍ୟର କଂଗ୍ରେସ କର୍ମୀ।  ଅନୁଗୁଳ ଜିଲ୍ଲା କଂଗ୍ରେସ ପକ୍ଷରୁ କଂଗ୍ରେସ ଭବନରେ ଆୟୋଜିତ ହୋଇଥିଲା ବିଜୟ ଉତ୍ସବ। ଜିଲ୍ଲା କଂଗ୍ରେସ ସଭାପତିଙ୍କ ସହ ଜିଲ୍ଲାର ଅନେକ କଂଗ୍ରେସ କର୍ମୀ ଏହି ଉତ୍ସବରେ ସାମିଲ ହୋଇଥିଲେ।  ବାଣ ଫୁଟାଇ, ବାଜା ବଜାଇ ଉତ୍ସବ ପାଳିଥିଲେ କଂଗ୍ରେସ କର୍ମୀ। ରାଜ୍ୟର ସଂଗଠିତ ହୋଇ କାମ କଲେ କଂଗ୍ରେସର ବିଜୟ ନିଶ୍ଚିତ ବୋଲି ମତପ୍ରକାଶ ପାଇଥିଲା। ସେହିପରି ସୁନ୍ଦରଗଡ଼ରେ ମଧ୍ୟ […]

  • Thursday, 15 July 2021
iic
ଭିଜିଲାନ୍ସ ହାତରେ IIC

ଭଦ୍ରକ: ଭିଜିଲାନ୍ସ ହାତରେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଆଇଆଇସି ଅମିତ୍‌ କୁମାର ବିଶ୍ୱାଳ। ଭିଜିଲାନ୍ସ ଟିମ୍‌ ଚଢ଼ାଉ କରି ତାଙ୍କ ନିକଟରୁ ୭୩ ହଜାର ୫ଶହ ଟଙ୍କା ଜବତ କରିଛି। ସେ ବାରିପଦା ଯାଉଥିବା ବେଳେ ବାଲେଶ୍ୱର ସେରଗଡ଼ ଟୋଲଗେଟ୍‌ ନିକଟରେ ଭିଜିଲାନ୍ସ ତାଙ୍କୁ ଧରିଥିଲା।  ଏହାସହ ଆଇଆଇସିଙ୍କ ଭଣ୍ଡାରିପୋଖରୀ ବାସଭବନ ସମେତ ବାରିପଦା ସହର ନିକଟରେ ଥିବା ଭଞ୍ଜପୁର ବାସଭବନରେ ମଧ୍ୟ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରିଛି। ଆଇଆଇସି ଅମିତ୍‌ କୁମାର ବିଶ୍ୱାଳଙ୍କୁ ଭିଜିଲାନ୍ସ ଅଟକ […]

  • Thursday, 15 July 2021
raid
ଭିଜିଲାନ୍ସ ଜାଲରେ ଲ୍ୟାମ୍ପସ୍‌ ସୁପରଭାଇଜର

ଉମରକୋଟ: ଭିଜିଲାନ୍ସ ଜାଲରେ ଝରିଗାଁ ଲ୍ୟାମ୍ପସ୍‌ ସୁପରଭାଇଜର ଗୟାରାମ ମାଠିଆ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ତାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରାଯାଇଛି। ଗୟାରାମଙ୍କ ୪ଟି ଘର, ପେଟ୍ରୋଲ ପମ୍ପ, ଗ୍ୟାସ୍ ଏଜେନ୍ସି ସମେତ ୮ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଶେଷ ଖବର ସୁଦ୍ଧା ଚାରିଜଣ ଡିଏସ୍‌ପି ଓ ଛଅ ଜଣ ଇନ୍ସପେକ୍ଟର, ଅନ୍ୟ ଷ୍ଟାପ୍‌ଙ୍କ ମିଳିତ ସହଯୋଗରେ ଏହି ଚଢ଼ାଉ କରାଯାଇଛି।      

  • Thursday, 15 July 2021
car
ବିଲ୍‌ଡର୍‌ଙ୍କ ଗାଡ଼ି ଉପରକୁ ଗୁଳିମାଡ଼

ରାଉରକେଲା: ବିଲ୍‌ଡର୍‌ଙ୍କ କାର୍‌ ଉପରକୁ ଗୁଳିମାଡ଼। ରାଉରକେଲାର ବେଲଡ଼ିହି ନିକଟରେ ବିଲ୍‌ଡର୍‌ ଅନମୋଲ ସିଂହଙ୍କ ଗାଡ଼ି ଉପରକୁ  ଦୁର୍ବୃତ୍ତମାନେ ଗୁଳିମାଡ଼ କରିଛନ୍ତି। ସୌଭାଗ୍ୟବଶତଃ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଗୁଳିମାଡ଼ରେ ଅନମୋଲଙ୍କ ଅଙ୍ଗରକ୍ଷୀ ମିଠୁ ସିଂ ଆହତ ହୋଇଛନ୍ତି। ମିଠୁଙ୍କ ମୁଣ୍ଡରେ ଗୁଳି ବାଜିଛି। ଏହାସହ କାର୍‌ରେ ୩ଟି ଗୁଳି ବାଜିଛି। ପୁଲିସ୍‌ ଘଟଣାସ୍ଥଳରୁ ୫ଟି ଖୋକା ଜବତ କରିବା ସହ ଘଟଣାର ତଦନ୍ତ କରୁଛି। ଅନମୋଲ ଘରକୁ ଫେରୁଥିବା ବେଳେ ବେଲଡ଼ିହି ନିକଟରେ ତାଙ୍କ ଗାଡ଼ି […]

  • Thursday, 15 July 2021
111
ନକ୍ସଲଙ୍କ ପାଇଁ ଚାନ୍ଦା ମାଗିବା ଅଭିଯୋଗରେ ଠିକାଦାର ଗିରଫ

କୋରାପୁଟ: ନକ୍ସଲଙ୍କ ପିଏଲ୍‌ଜିଏ ସପ୍ତାହ ଶେଷ ହେବାର ୨ ଦିନ ପରେ ନାରାୟଣପାଟଣା ପୁଲିସ୍‌ ଜଣେ ଠିକାଦାରଙ୍କୁ ଗିରଫ କରିଛି। ନକ୍ସଲଙ୍କ ପାଇଁ ଚାନ୍ଦା ମାଗିବା ଅଭିଯୋଗରେ ପୁଲିସ୍‌ ତାଙ୍କୁ ଗିରଫ କରିଛି। ନାରାୟଣପାଟଣାର ବୋରଗୀ ପଞ୍ଚାୟତ ଅଞ୍ଚଳରେ ରାସ୍ତା କାମ ନିର୍ମାଣ କରୁଥିବା ଦୁଇଜଣ ଠିକାଦାରଙ୍କଠାରୁ ଅନ୍ୟ ଜଣେ ଠିକାଦାର ମୁରଲୀ କ୍ରିଷ୍ଣା ନକ୍ସଲଙ୍କ ନାଁରେ ୩୦ ଲକ୍ଷ ଚାନ୍ଦା ମାଗିଥିବା ଥାନାରେ ଅଭିଯୋଗ ହୋଇଥିଲା। ପୂର୍ବରୁ ମଧ୍ୟ ଏହି ସମାନ ଅଭିଯୋଗରେ ମୁରଲୀ କ୍ରିଷ୍ଣା […]

  • Thursday, 15 July 2021
child
ବାସି ଖାଦ୍ୟ ଖାଇ ୪୦ରୁ ଊର୍ଦ୍ଧ୍ୱ ଶିଶୁ ଅସୁସ୍ଥ

ଆଠଗଡ଼: ବାସି ଖାଦ୍ୟ ଖାଇ ୪୦ରୁ ଊର୍ଦ୍ଧ୍ୱ ଶିଶୁ ଅସୁସ୍ଥ। କଟକ ଜିଲ୍ଲା ଆଠଗଡ଼ ବ୍ଲକ୍‌ ପାର୍ବତୀପୁର ଗାଁରେ ବାସି ଖାଦ୍ୟ ଖାଇ ୪୦ରୁ ଊର୍ଦ୍ଧ୍ୱ ଶିଶୁ ଅସୁସ୍ଥ ହୋଇଛନ୍ତି। ସେମାନଙ୍କୁ ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ପାର୍ବତୀପୁର ଗାଁରେ ରାତିରେ ଏକ ଦଶାହ ଭୋଜି ହୋଇଥିଲା। ଭୋଜିରେ କିଛି ଖାଦ୍ୟ ବଳି ପଡ଼ିଥିଲା। ଏହି ବାସି ଖାଦ୍ୟକୁ ଆଜି ସକାଳେ ପିଲାମାନେ ଖାଇଥିଲେ। ଏହି ଖାଦ୍ୟ ଖାଇବା ପରେ ପିଲାମାନେ ଅସୁସ୍ଥ ହୋଇ ପଡ଼ିଥିଲେ। […]

  • Thursday, 15 July 2021
q1
ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ

ଗଜପତି: ଘରୋଇ କଳିକୁ ନେଇ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ। ମୋହନା ଥାନା କିଡାସିଂ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତ ମହିଳାଙ୍କ ନାମ କ୍ଷୀର ରଣଷଣ୍ଢ। ସୂଚନା ଅନୁସାରେ କୌଣସି କାରଣକୁ ନେଇ ଗତ କିଛି ଦିନ ଧରି ସ୍ୱାମୀ କୋରା ରଣଷଣ୍ଢ ଓ ସ୍ତ୍ରୀ କ୍ଷୀର ରଣଷଣ୍ଢଙ୍କ ମଧ୍ୟରେ ଝଗଡ଼ା ଲାଗି ରହିଥିଲା। ଏହାକୁ ନେଇ ଅଭିଯୁକ୍ତ ସ୍ୱାମୀ ସ୍ତ୍ରୀକୁ ମାରିବା ପାଇଁ ଦୀର୍ଘ ଦିନ ଧରି ଯୋଜନା କରୁଥିଲା। ଆଜି ସକାଳେ […]

  • Thursday, 15 July 2021
11
ରାସ୍ତା କଡ଼ରୁ ମିଳିଲା ଯୁବକଙ୍କ ମୃତଦେହ; ହତ୍ୟା କରି ପୋଡ଼ି ଦେଇଥିବା ସନ୍ଦେହ

ମୟୂରଭଞ୍ଜ: ରାସ୍ତା କଡ଼ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। କେହି ଦୁର୍ବୃତ୍ତ ଯୁବକଙ୍କୁ ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଏହି ଅଭାବନୀୟ ଘଟଣା ଘଟିଛି। ଟାଉନ୍ ଥାନା ଦାଣ୍ଡବୋଷ ଗାଁ ନିକଟରେ ଥିବା ମୁଖ୍ୟରାସ୍ତା କଡ଼ରେ ଆଜି ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୁଲିସ୍‌ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ। ତେବେ ମୃତଦେହକୁ ଲୁଚାଇବା ପାଇଁ ରାସ୍ତା କଡ଼ରେ ଥିବା ଧାନ ଗଦା […]

  • Thursday, 15 July 2021
arrest
ନିଖୋଜ ନାବାଳିକାର ମୃତଦେହ ପାହାଡ଼ ଉପରୁ ଉଦ୍ଧାର ହେବା ଘଟଣାର ପର୍ଦ୍ଦାଫାସ୍‌

ବରଗଡ଼: ବରଗଡ଼ ଜିଲ୍ଲା ଥୁଆପାଲିରେ ଏକ ପାହାଡ଼ ଉପରୁ ନିଖୋଜ ନାବାଳିକାର ମୃତଦେହ ଉଦ୍ଧାର ହେବା ଘଟଣାର ପର୍ଦ୍ଦାଫାସ୍‌ ହୋଇଛି।  ଏହି ଘଟଣାରେ ପୁଲିସ୍‌ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ କୈଳାସ ଚନ୍ଦ୍ର ବାରିକ ଓ ରମେଶ ଓରଫ ଛୋଟୁ ସାହିନି। ଅଭିଯୁକ୍ତମାନେ ନାବାଳିକାକୁ ହତ୍ୟା କରିଥିବା ପୁଲିସ୍ ଆଗରେ ସ୍ୱୀକାର କରିଛନ୍ତି। ଏଥିସହ ପୁଲିସ୍‌ ହତ୍ୟାରେ ବ୍ୟବହୃତ ଏକ ମୋଟର ସାଇକେଲକୁ ମଧ୍ୟ ଜବତ କରିଛି। ମୃତ ନାବାଳିକାଙ୍କ ସହ କୈଳାସର […]

  • Thursday, 15 July 2021
dead-murder-suicide.jpg.image.784.410
୩ଦିନ ପୂର୍ବରୁ ଅପହରଣ ହୋଇଥିବା ଯୁବକଙ୍କ ମିଳିଲା ମୃତଦେହ

ଢେଙ୍କାନାଳ: ଢେଙ୍କାନାଳରେ ୩ ଦିନ ପୂର୍ବରୁ ଅପହରଣ ହୋଇଥିବା ଯୁବକଙ୍କ ମୃତଦେହ ମିଳିଛି। ଆଜି ସକାଳେ ବନମାଳୀପ୍ରସାଦର ଏକ କାଜୁ ଜଙ୍ଗଲରୁ ମୃତଦେହ ମିଳିଛି। ଯୁବକ ଜଣକ ଗତ ୩ ତାରିଖରୁ ନିଖୋଜ ଥିଲେ। ନିଖୋଜ ହେବା ପରଦିନ ତାଙ୍କ ପରିବାର ଲୋକଙ୍କୁ ଅଜଣା ଫୋନ୍‌ କଲ ଆସିଥିବା ଅଭିଯୋଗ ହୋଇଛି। ଯୁବକଙ୍କୁ ମୁକ୍ତ କରିବାକୁ ଅଜଣା ଦୁର୍ବୃତ୍ତ ୨ ଲକ୍ଷ ଟଙ୍କା ଦାବି କରିଥିଲେ ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଅପହରଣ ପରେ ଯୁବକଙ୍କୁ […]

  • Thursday, 15 July 2021
school
ଆଶ୍ରମ ସ୍କୁଲରେ ଛାତ୍ର ମୃତ୍ୟୁକୁ ନେଇ ଉତ୍ତେଜନା

ଖୋର୍ଦ୍ଧା: ଖୋର୍ଦ୍ଧା ବାଣପୁର ନୀଳାଦ୍ରୀ ପ୍ରସାଦ ଆଶ୍ରମ ସ୍କୁଲରେ ଛାତ୍ର ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଛାତ୍ର ମୃତ୍ୟୁକୁ ନେଇ ଅନ୍ୟ ଛାତ୍ରମାନଙ୍କୁ ସେମାନଙ୍କ ଅଭିଭାବକମାନେ ଘରକୁ ନେବାକୁ ଜିଦ୍‌ ଧରି ବସିଛନ୍ତି। ଏହାସହ ଛାତ୍ର ମୃତ୍ୟୁକୁ ନେଇ ବିଦ୍ୟାଳୟର ସମସ୍ତ ଶିକ୍ଷକଙ୍କୁ ବଦଳି କରିବାକୁ ଦାବି କରାଯାଇଛି। ଗତ ମଙ୍ଗଳବାର ଦିନ ସ୍କୁଲ ଛାତ୍ରାବାସରେ ରହୁଥିବା ଅଷ୍ଟମ ଶ୍ରେଣୀ ଛାତ୍ର ବିକାଶ ପ୍ରଧାନଙ୍କ ମୃତ୍ୟୁ ଘଟିଥିଲା। ଗତ ୨ ତାରିଖରେ ହଷ୍ଟେଲରେ ସେ ହଠାତ୍‌ […]

  • Thursday, 15 July 2021
launch
ଅାରମ୍ଭ ହେଲା ଇ-ଚାଲାଣ ପ୍ରକଳ୍ପ

ଭୁବନେଶ୍ୱର: ଏଣିକି ମୋଟର ଯାନ ଆଇନ୍‌ ଉଲ୍ଲଂଘନକାରୀଙ୍କ ଦ୍ୱାରା ଘଟୁଥିବା ଅପରାଧର ଅନଲାଇନରେ ରେକର୍ଡ ରହିବ।ଏହାଦ୍ୱାରା ବାରମ୍ବାର ମୋଟର ଯାନ ଆଇନ୍‌ର ଉଲ୍ଲଂଘନ କରୁଥିବା ଲୋକଙ୍କ ଠାରୁ ଅଧିକ ଜରିମାନା ଆଦାୟ କରାଯିବ। ଏହାକୁ ନେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁ ଇ-ଚାଲାଣ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ ମାଧ୍ୟମରେ ଘଟଣା ସ୍ଥଳରେ ଜରିମାନା ଆଦାୟ ହେବ। ଏହି ଡିଜିଟାଲ ମୋଡ୍‌ ମାଧ୍ୟମରେ କର, ଶୁକ୍ଳ ଓ ଜରିମାନା […]

  • Thursday, 15 July 2021
BeFunky-collage
ଶ୍ରୀକାନ୍ତ ଜେନାଙ୍କ ସ୍ଥାନରେ ଗଣେଶ୍ୱର ବେହେରା ଅଧ୍ୟକ୍ଷ

ଭୁବନେଶ୍ୱର: ଇସ୍ତାହାର କମିଟି ଘୋଷଣା କଲା ରାଜ୍ୟ କଂଗ୍ରେସ। ଏଆଇସିସି ଇସ୍ତାହାର କମିଟି ଅଧ୍ୟକ୍ଷ ଭାବେ ଗଣେଶ୍ୱର ବେହେରାଙ୍କୁ ଦାୟିତ୍ୱ ମିଳିଛି। ପୂର୍ବରୁ ଏହି ଦାୟିତ୍ୱରେ ଥିବା ଶ୍ରୀକାନ୍ତ ଜେନାଙ୍କୁ ପଦରୁ ହଟାଇଦିଆଯାଇଛି। ଗଣେଶ୍ୱରଙ୍କ ଅଧ୍ୟକ୍ଷତାରେ ୧୦ ଜଣିଆ କମିଟି ଘୋଷଣା କରାଯାଇଛି। ନରସିଂହ ମିଶ୍ର, ପ୍ରସାଦ ହରିଚନ୍ଦନ, ସୁଦର୍ଶନ ଦାସ, ଶ୍ୟାମସୁନ୍ଦର ହାଁସଦା, ମେରି ସୁରିନ, ନଟବର ଖୁଣ୍ଟିଆ, ଲିଆକତ ଅଲ୍ଲୀ, ସତ୍ୟପ୍ରକାଶ ନାୟକ, ବିସ୍ମୟ ମହାପାତ୍ର ସଦସ୍ୟ ଭାବେ ସ୍ଥାନ ପାଇଛନ୍ତି।

  • Thursday, 15 July 2021
temple2
ମନ୍ଦିର ଛପର କଣା କରି ଅଳଙ୍କାର ଲୁଟ୍‌

କେନ୍ଦ୍ରାପଡ଼ା: ମନ୍ଦିର ଛପର କଣା କରି ଠାକୁରଙ୍କ ଅଳଙ୍କାର ଲୁଟ୍‌। କେନ୍ଦ୍ରାପଡ଼ା ଜିଲ୍ଲା ଜମ୍ବୁ ସାମୁଦ୍ରିକ ଥାନାର ସରକାର ପଡ଼ା ଗାଁରେ ଥିବା ରାମେଶ୍ୱର ମନ୍ଦିରର ଛପର କଣା କରି ଦୁର୍ବୃତ୍ତମାନେ ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏଥିସହ ଦୁର୍ବୃତ୍ତମାନେ ମନ୍ଦିର ପରିସରରେ ଥିବା ପୋଥି ଓ ଅନ୍ୟାନ୍ୟ ଆସବାବପତ୍ର ପୋଡ଼ି ଦେଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି।

  • Thursday, 15 July 2021
fire
ଅଗ୍ନିକାଣ୍ଡରେ ୬ ବଖରା ଘର ପୋଡ଼ି ପାଉଁଶ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ୍‌ ଅନ୍ତର୍ଗତ ତେନ୍ତୁଳିଆପଡ଼ାରେ ଭୟାବହ ଅଗ୍ନିକାଣ୍ଡରେ ୬ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ସୂଚନା ଅନୁସାରେ, ଗାଁରେ ଥିବା ରାଜେଶ ଘଡେଇଙ୍କ ଘରେ ପ୍ରଥମେ ନିଆଁ ଲାଗିଥିଲା। ପରେ ଏହି ନିଆଁ ରାଜେଶଙ୍କ ପଡ଼ୋଶୀଙ୍କ ଘରକୁ ବ୍ୟାପି ଯାଇଥିଲା। ଏପରିକି ଘରେ ଥିବା ଗ୍ୟାସ୍‌ ସିଲିଣ୍ଡରରେ ମଧ୍ୟ ନିଆଁ ଲାଗି ବିସ୍ଫୋରଣ ଘଟିଥିଲା। ଅଗ୍ନିକାଣ୍ଡ ଖବର ପାଇଁ ଖଇରା ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ।  

  • Thursday, 15 July 2021
vlcsnap-error336
ଗୋଟିଏ ପରିବାରର ୪ଜଣଙ୍କୁ ଭୁଜାଲିରେ ଆକ୍ରମଣ

ବରଗଡ଼: ଗୋଟିଏ ପରିବାରର ସଦସ୍ୟଙ୍କ ଉପରେ ଦୁର୍ବୃତ୍ତମାନେ ମରଣାନ୍ତକ ଆକ୍ରମଣ କରିଛନ୍ତି। ବରଗଡ଼ ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ବୈରଖପାଲି ଗାଁରେ ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଅଭିଯୋଗ ଅନୁଯାୟୀ, ବୈରଖପାଲି ଗାଁର କ୍ଷୀରୋନ୍ଦ୍ର ମେହେରଙ୍କ ପରିବାର ରାତିରେ ଶୋଇଥିବା ବେଳେ ଚାରିଜଣ ଦୁର୍ବୃତ୍ତ ଘରେ ପହଞ୍ଚି ଭୁଜାଲିରେ ସେମାନଙ୍କୁ ଆକ୍ରମଣ କରିଥିଲେ। ଏଥିରେ କ୍ଷୀରୋନ୍ଦ୍ରଙ୍କ ସହ […]

  • Thursday, 15 July 2021