ଭୁବନେଶ୍ୱର: ଡିସେମ୍ବର ୧ରୁ ରାଜ୍ୟରେ ପୁଣି କଡ଼ାକଡ଼ି ହେବ ଟ୍ରାଫିକ ନିୟମ। ଏନେଇ ସୂଚନା ଦେଇଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ପୂର୍ବରୁ ଯେଉଁ ପରିମାଣର ଫାଇନ୍ ଆଦାୟ ହେଉଥିଲା ଏଥିରେ କୌଣସି କୋହଳ କରା ଯିବନି। ସଂଶୋଧିତ ମୋଟର ଯାନ ଆଇନ୍ ୨୦୧୯ ଅନୁଯାୟୀ ଫାଇନ୍ ବା ଜରିମାନା ଆଦାୟ କରାଯିବ ବୋଲି ଜଣାପଡ଼ିଛି। ସେପ୍ଟେମ୍ବର ୧ରୁ ସଂଶୋଧିତ ମୋଟର ଯାନ ଆଇନ୍ ୨୦୧୯ ଲାଗୁ ହୋଇଥିଲା। ଏହି ଆଇନ୍ର କଡ଼ାକଡ଼ି କାର୍ଯ୍ୟକାରୀ […]
ଭୁବନେଶ୍ୱର: ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସହିତ ଆଲୋଚନ ପରେ ଆସନ୍ତା ୨୨ ତାରିଖ ଯାଏ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ପକ୍ଷରୁ ମଦ ବିରୋଧୀ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି। ନୂତନ ମଦ ପ୍ରସାର ନୀତିକୁ ବିରୋଧ କରି ଆଜି ନିଶା ନିବାରଣ ଅଭିଯାନର ସଦସ୍ୟ ମନ୍ତ୍ରୀଙ୍କ ବାସଭବନ ଘେରାଉ କରିଥିଲେ। କିଛି ସମୟ ଧରି ଶାନ୍ତିପୂର୍ଣ୍ଣ ଧାରଣା ବି ଦେଇଥିଲେ। ଏହାପରେ ମନ୍ତ୍ରୀ ଆଲୋଚନା ପାଇଁ ଡାକିଥିଲେ। ମଦ ନୀତିର ପୁନର୍ବିଚାର କରିବାକୁ ମନ୍ତ୍ରୀ […]
ଭୁବନେଶ୍ୱର: ବିଜେଡିର ୩ ନେତାଙ୍କୁ ମିଳିଲା ନୂଆ ଦାୟିତ୍ୱ। ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସ ବର୍ମା ଓ ପ୍ରତାପ କେଶରୀ ଦେବଙ୍କୁ ବିଜେଡିରେ ଏହି ନୂଆ ଦାୟିତ୍ୱ ମିଳିଛି। ପ୍ରଣବ ପ୍ରକାଶ ଦାସଙ୍କୁ ସାଧାରଣ ସମ୍ପାଦକ (ସଂଗଠନ) ଦାୟିତ୍ୱ, ସଞ୍ଜୟ ଦାସ ବର୍ମାଙ୍କୁ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ଦାୟିତ୍ୱ ଓ ପ୍ରତାପ କେଶରୀ ଦେବଙ୍କୁ ବିଜେଡିର ରାଜ୍ୟ ରିଟର୍ଣ୍ଣିଂ ଅଫିସର ଭାବେ ଦାୟିତ୍ୱ ମିଳିଛି।
ଅନୁଗୁଳ: ଏକ ବିଷଧର ସାପର ଆହାର ସାଜିଲା ଆଉ ଏକ ବିଷଧର ସାପ। ମୋବାଇଲ୍ କ୍ୟାମେରାରେ କଏଦ ହୋଇଛି ଏହି ଦୃଶ୍ୟ। ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ସବ୍ ଡିଭିଜନରେ। ସୂଚନା ଅନୁସାରେ, ଆଠମଲ୍ଲିକ ସବ୍ ଡିଭିଜନ୍ର ଝିମେଇଚୁଆ ମନ୍ଦିର ନିକଟରେ ଥିବା ଚାଷ ଜମିକୁ କିଛି ଲୋକ ଯାଇଥିବା ବେଳେ ଏଭଳି ଦୃଶ୍ୟ ଦେଖିବାକୁ ପାଇଥିଲେ। ଏକ ବିରାଟକାୟ ସାପ ଅନ୍ୟ ଏକ ସାପକୁ ଖାଉଥିବା ଦେଖି ଲୋକେ ଭୟଭୀତ ହୋଇଯାଇଥିଲେ। ଏହି ସମୟରେ […]
ଝାରସୁଗୁଡ଼ା: ଓଟିଭିରେ ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ। ବନବିଭାଗର ଉଦ୍ୟମ କ୍ରମେ ଝାରସୁଗୁଡ଼ା ଜିଲ୍ଲା ଡୁମେରମୁଣ୍ଡାରେ ବିଦ୍ୟୁତ୍ ଖୁଣ୍ଟରେ ଫସି ରହିଥିବା ୬ ମାଙ୍କଡ଼ଙ୍କ ମଧ୍ୟରୁ ୪ଟି ମାଙ୍କଡ଼ଙ୍କୁ ଉଦ୍ଧାର କରାଯାଇଛି। ଆଉ ୨ ମାଙ୍କଡ଼ଙ୍କୁ ଉଦ୍ଧାର କରିବା ଲାଗି ଉଦ୍ୟମ ଜାରି ରହିଛି। ଉପରେ ବିଦ୍ୟୁତ ତାର, ତଳେ ଈବ୍ ନଦୀର ପାଣି। ଦୁଇ ପଟେ ମୃତ୍ୟୁର ଜାଲ ମଧ୍ୟରେ ଏହି ୬ ମାଙ୍କଡ଼ ଫସି ରହିଥିଲେ। ଏ ସମ୍ପର୍କରେ ଖବର ପାଇବା ପରେ […]
ଭୁବନେଶ୍ୱର: ଆସନ୍ତାବର୍ଷ ମେ ୩୧ ପର୍ଯ୍ୟନ୍ତ ସମୁଦ୍ର ଉପକୂଳରୁ ୨୦ କିମି ଭିତରେ ମାଛଧରିବା ମନା। ଅଲିଭ୍ ରିଡ୍ଲେଙ୍କ ସୁରକ୍ଷା ପାଇଁ ଗତ ନଭେମ୍ବର ୧ତାରିଖରୁ ଆସନ୍ତାବର୍ଷ ମେ ୩୧ ପର୍ଯ୍ୟନ୍ତ ମାଛ ନଧରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। କଇଁଛ ପ୍ରଜନନ ସମୟରେ ସଂରକ୍ଷଣ ଓ ସେମାନଙ୍କ ସୁରକ୍ଷା ଲାଗି ଓଡ଼ିଶା ଉପକୂଳ ଋଷିକୂଲ୍ୟା, ଗହୀରମଥା ଓ ଦେବୀନଦୀ ମୁହାଣରେ ୬୬ଟି କ୍ୟାମ୍ପ […]
ସମ୍ବଲପୁର: ସମ୍ବଲପୁର ସହର ଟାଉନ ଥାନା ଅନ୍ତର୍ଗତ ମୋଦିପଡାରେ ଏକ ବନ୍ଦ ଘରକୁ ନେଇ ଲାଗି ରହିଥିବା ସସ୍ପେନ୍ସ ଉପରୁ ପରଦା ହଟିଛି। ଆଜି ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ବନ୍ଦ ଘରର କବାଟ ଖୋଲିବା ପରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହ ପୁଲିସ୍ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ଯାହା ଜଣାପଡ଼ୁଛି ଏହା ଏକ ହତ୍ୟାକାଣ୍ଡ ବୋଲି ପୁଲିସ୍ କହିଛି। ବନ୍ଦ ଘର ଭିତରୁ ଦୁର୍ଗନ୍ଧ ବାହାରୁଥିବା ନେଇ […]
କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ ଅନ୍ତର୍ଗତ ପଟାମୁଣ୍ଡ ଗାଁର ଜଣେ ଯୁବକ ୨ ମାସ ପୂର୍ବେ ଦାଦନ ଖଟିବାକୁ କେରଳ ଯାଇଥିବା ବେଳେ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତକଙ୍କ ନାଁ ଚନ୍ଦ୍ରମଣି ନାୟକ(୨୫)। ଚନ୍ଦ୍ରମଣି କିଛି ସାଙ୍ଗଙ୍କ ସହ ୨ ମାସ ପୂର୍ବେ କେରଳର ଥ୍ରୀସ୍ସୁର୍ ସହରକୁ ଦାଦନ ଖଟିବାକୁ ଯାଇଥିଲେ । ହେଲେ ଗତ ୧୧ ତାରିଖରେ ତାଙ୍କର ଆକସ୍ମିକ ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କ ନିକଟକୁ ଖବର ଆସିଥିଲା। ମୃତ୍ୟୁର ପୂର୍ବଦିନ […]
ଭଦ୍ରକ: ଆଖି ବୁଜିଲେ ଟ୍ରେନ୍ ଭିତରେ ଜନ୍ମ ହୋଇଥିବା ୩ ଶିଶୁପୁତ୍ର। ବେଙ୍ଗାଲୁରୁ-ଗୌହାଟି ଏକ୍ସପ୍ରେସ୍ରେ ଯାତ୍ରା କରୁଥିବା ଜଣେ ମହିଳାଙ୍କ ପ୍ରବସ ଯନ୍ତ୍ରଣା ହେବାରୁ ଆଜି ଭୋର ସମୟରେ ଭଦ୍ରକ ରେଲ୍ୱେ ଷ୍ଟେସନରେ ଟ୍ରେନ୍କୁ ଅଟକା ଯାଇଥିଲା। ସେଠାରେ ଡାକ୍ତରଙ୍କ ସହାୟତାରେ ସେ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଏହାପରେ ମା’ ଓ ଛୁଆଙ୍କୁ ରେଳବାଇ ପୁଲିସ୍ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୩ ନବଜାତଙ୍କର ମୃତ୍ୟୁ ଘଟିଥିଲା। […]
ସମ୍ବଲପୁର(ସଞ୍ଜୟ ଜେନା ): ସମ୍ବଲପୁର ସହର ଟାଉନ ଥାନା ଅନ୍ତର୍ଗତ ମୋଦିପଡାରେ ଏକ ବନ୍ଦ ଘରୁ ଦୁର୍ଗନ୍ଧ ବାହାରିବା଼ରୁ ସ୍ଥାନୀୟ ଲୋକେ ନାନା ଆଶଙ୍କା ପ୍ରକାଶ କରିଛନ୍ତି। ଉକ୍ତ ଘରେ ଏକ ଶ୍ରମିକ ଦମ୍ପତି ସେମାନଙ୍କ ଛୁଆ ସହିତ ରହୁଥିଲେ। ହେଲେ ୨ ଦିନରୁ ଊର୍ଦ୍ଧ୍ୱ ହେବ ଉକ୍ତ ଘରଟି ବନ୍ଦ ଥିବା ବେଳେ ସେଠାରୁ ଦୁର୍ଗନ୍ଧ ବାହାରୁଛି। ଅପରପକ୍ଷେ ଉକ୍ତ ଦମ୍ପତି ବାହାରକୁ କେଉଁଆଡ଼େ କାମ କରିବାକୁ ପଳାଇଛନ୍ତି, ନା ଉକ୍ତ ଘର ଭିତରେ ଅଛନ୍ତି, […]
ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଆରଡ଼ି ଆଖଣ୍ଡଳମଣି ମନ୍ଦିରର ଭଣ୍ଡାର ଘରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ବାବା ଆଖଣ୍ଡଳମଣିଙ୍କ ପୂଜା ସାମଗ୍ରୀ ସମେତ ଦୈନନ୍ଦିନ ପିନ୍ଧା ରୂପା ଅଳଙ୍କାର ଓ ଲକ୍ଷାଧିକ ଟଙ୍କାର ଜିନିଷ ପୋଡ଼ି ପାଉଁଶ ହୋଇଯାଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି। ମନ୍ଦିରର ରାତି ଜଗୁଆଳି ଭାବେ କାର୍ଯ୍ୟ କରୁଥିବା ୨ଜଣ ସିକ୍ୟୁରିଟି ଗାର୍ଡ ପ୍ରଥମେ ଭଣ୍ଡାର ଘରେ ହୁ ହୁ ହେଇ ନିଆଁ ଜଳୁଥିବା ଦେଖିବାକୁ ପାଇଥିଲେ। ଘଟଣା ଜଣାପଡ଼ିବା ପରେ […]
ସୋର: ବାଲେଶ୍ୱର ଜିଲ୍ଲା NH-୧୬ ସୋର ଥାନା ଅନ୍ତର୍ଗତ ତଳନଗର ନିକଟରେ ଏକ ତୀର୍ଥଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୯ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ସୋର ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବାଲେଶ୍ୱର ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଛି। ଆଜି ଭୋର ସମୟରେ ଏକ ୱିଙ୍ଗର୍ ଗାଡ଼ି ଟ୍ରକ୍କୁ ପିଟିବା ଫଳରେ ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ଏହି ୯ ଜଣ ତୀର୍ଥଯାତ୍ରୀ ଏକ ୱିଙ୍ଗର୍ […]
ଭୁବନେଶ୍ୱର: ସଂଶୋଧିତ ମୋଟର ଯାନ ଆଇନ୍ ଲାଗୁ ହେବା ପରେ ୨ ମାସରେ ଏକ କୋଟିରୁ ଅଧିକ ଟଙ୍କା ଜରିମାନା ଆଦାୟ ହୋଇଛି। ଏନେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ବିଧାନସଭାରେ ଜଣାଇଛନ୍ତି। ଡ୍ରାଇଭିଂ ଲାଇସେନ୍ସ ନ ଥିବାରୁ ୫୩୧୭ ଜଣଙ୍କ ଠାରୁ ୪୬ ଲକ୍ଷ ୮୫୦ଟଙ୍କା ଆଦାୟ ହୋଇଥିବା ବେଳେ ବୀମା ନଥିବା ଯୋଗୁ ୨୧୧୧ ଜଣଙ୍କ ଠାରୁ ୧୩ ଲକ୍ଷ ୭୯ ହଜାର ୭୦୦ ଟଙ୍କା ଆଦାୟ କରାଯାଇଛି। ପ୍ରଦୂଷଣ ସାର୍ଟିଫିକେଟ […]
ବରଗଡ଼(ଦୀପକ ଶର୍ମା): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରପାଲି ସିଡିପିଓ ସଂଯୁକ୍ତା ଲେଙ୍କାଙ୍କ ଘରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢଉ କରାଯାଇଛି। ସଂଯୁକ୍ତାଙ୍କ ବରଗଡ ସହର ସ୍ଥିତ କାଳୀମନ୍ଦିର ଛକ ପାଖ ବାସଭବନ ଓ ପ୍ରଧାନପାଲି ସ୍ଥିତ ବାସଭବନରେ ଏକକାଳୀନ ଚଢ଼ଉ ଚାଲିଛି। ବରଗଡ ଭିଜିଲାନ୍ସ ଡିଏସପି ବରେନ୍ଦ୍ର ନାୟକଙ୍କ ନେତୃତ୍ୱରେ ଭିଜିଲାନ୍ସ ଟିମ୍ ଏହି ଚଢଉରେ ସାମିଲ ହୋଇଛନ୍ତି। ବରପାଲି ସିଡିପିଓ ସଂଯୁକ୍ତା ଲେଙ୍କା ନିଜ ପ୍ରତିକ୍ରିୟାରେ କହିଛନ୍ତି, ‘ମୋ ଉପରେ ରାଗ […]
ଭୁବନେଶ୍ୱର: ପିଇଓ ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗକୁ ନେଇ ଆଜି ବିଧାନସଭାରେ ହଙ୍ଗାମା ଦେଖିବାକୁ ମିଳିଛି। ତେବେ ଏହି ହଙ୍ଗାମା ମଧ୍ୟରେ ଗୃହରେ ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ସେ ଗୃହକୁ ଜଣାଇଛନ୍ତି ଯେ, ବେକରେ ଦଉଡ଼ି ଲାଗି ଶ୍ୱାସରୁଦ୍ଧ ଯୋଗୁ ସ୍ମିତାରାଣୀଙ୍କ ମୃତ୍ୟୁ ହୋଇଛି। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରେ ସ୍ମିତାରାଣୀଙ୍କ ମୃତ୍ୟୁ ଆତ୍ମହତ୍ୟା ଜନିତ ବୋଲି ଜଣାପଡ଼ିଛି। ଏହି ଘଟଣାକୁ ନେଇ ସେପ୍ଟେମ୍ବର ୧୯ ତାରିଖରେ ଦଫା ୩୦୬ରେ ଅନୁସାରେ ରୂପେଶ ଭଦ୍ରଙ୍କ ନାଁରେ […]
କଟକ: ଜମୁଛି କଟକର ଐତିହାସିକ ବାଲିଯାତ୍ରା। ଯାତ୍ରା ବୁଲିବା ସହ ଖାଦ୍ୟର ମଜା ନେଉଛନ୍ତି ଲୋକେ। ଦିନକୁ ଦିନ ଲୋକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳୁଛି। ତେବେ ୧୯ ତାରିଖରେ ସରିବାକୁ ଥିବା ବାଲିଯାତ୍ରା ୨୦ ତାରିଖରେ ସରିବ। ଏନେଇ କଟକ ଜିଲ୍ଲାପାଳ ଆଜି ଏହି ସୂଚନା ଦେଇଛନ୍ତି। ଚଳିତ ବର୍ଷ ୮ ଦିନ ଧରି ବାଲିଯାତ୍ରା ଅନୁଷ୍ଠିତ ହେବାପାଇଁ ନିଷ୍ପତ୍ତି ନିଆଯାଇଥିଲା। ହେଲେ ଏବେ ପୁଣି ଆଉ ଗୋଟିଏ ଦିନ ବଢ଼ି ଥିବାରୁ ଲୋକମାନେ ଖୁସି […]
କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଅନ୍ତର୍ଗତ କାଶିପାଳ ଜଙ୍ଗଲରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଠାବ କରାଯାଇଛି। ଜମିଜମା ବିବାଦରୁ ସେମାନଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ମୃତ ଦମ୍ପତି ହେଲେ ବୁଦ୍ଧଦେବ ମହାକୁଡ ଓ ମାଳତୀ ଦେବୀ। ଗତ ଶୁକ୍ରବାର ବୃଦ୍ଧ ଦମ୍ପତି ସ୍ଥାନୀୟ ହାଟକୁ ଯାଇ ଆଉ ଘରକୁ ଫେରି ନ ଥିଲେ। ଏନେଇ ତାଙ୍କ ପୁଅବୋହୂ ସେମାନଙ୍କୁ ବହୁତ ଖୋଜାଖୋଜି କରିଥିଲେ। ହେଲେ ସେମାନଙ୍କୁ ପାଇ ନ ଥିଲେ। […]
ଭୁବନେଶ୍ୱର: ଅଧିକ ମଦ ଦୋକାନ ଖୋଲିବା ଲାଗି ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ତୀବ୍ର ବିରୋଧ କରାଯାଉଛି। ମଦ ଦୋକାନ ଖୋଲିବା ସହ ବିଭିନ୍ନ ମେଳା ମହୋତ୍ସବରେ ମଦ ବିକ୍ରି ପାଇଁ ଅସ୍ଥାୟୀ ଲାଇସେନ୍ସ ଦେବାକୁ ବି ଅବକାରୀ ବିଭାଗ, ଜିଲ୍ଲାପାଳମାନଙ୍କୁ ଚିଠି ଲେଖିବାପରେ ଏହାକୁ ଜୋରାଦାର ବିରୋଧ କରିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ। ସେ କହିଛନ୍ତି, ‘ବେକାର ଯୁବକମାନେ ମଦ ପିଇକି ପ୍ରତ୍ୟେକ ଦିନ ଚୋରି, ଧର୍ଷଣ ଓ ହତ୍ୟା କରୁଛନ୍ତି।’ ମଦ ଦୋକାନ ଖୋଲି […]
ମୋହନା: ମୃତଦେହ ମିଳିବାର ଦିନକ ପରେ ମିଳିଲା କଟା ମୁଣ୍ଡ। ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଭାଲିଆସାହି ଗାଁରେ ଗୁଣିଗାରେଡ଼ି ସନ୍ଦେହରେ ମଙ୍ଗଳବାର ଦିନ ଜଣେ ବୃଦ୍ଧଙ୍କୁ ଅତି ନିର୍ମମ ଭାବେ ହତ୍ୟା କରଯାଇଥିଲା। ତାଙ୍କ ନାଁ ଦସୁ ମଲ୍ଲିକ। ଗତକାଲି ଦସୁଙ୍କର ମୁଣ୍ଡ ବିହୀନ ମୃତଦେହ ମିଳିଥିଲା। ଏହାପରେ ପୁଲିସ୍ ବିଭିନ୍ନ ଅଞ୍ଚଳରେ ଖୋଳତାଡ଼ କରିବା ପରେ ସ୍ଥାନୀୟ ମେରମା ସୌରା ସାହି ଗାଁ ନିକଟରୁ କଟା ମୁଣ୍ଡ ଉଦ୍ଧାର କରିଛି। ଗାଁ ପାଖରେ […]
ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ରାଣୀଗୁଡ଼ା ଗାଁରେ ଭୂତ ଛଡ଼ାଇବା ନାଁରେ ଜଣେ ବାଳକକୁ ଗୁଣିଆ ନିର୍ଘାତ ମାଡ଼ ମାରିବା ଘଟଣାରେ ପୁଲିସ୍ ତତ୍ପରତା ଦେଖାଇଛି। ଏହି ଘଟଣାରେ ଗୁଣିଆ ଦମ୍ପତିଙ୍କୁ କମର୍ଦ୍ଦା ପୋଲିସ୍ ଗିରଫ କରି ସେମାନଙ୍କୁ ପଚରାଉଚରା କରୁଛି। ଗତକାଲି ଭୂତ ଛଡ଼ାଇବା ନାଁରେ ସମ୍ପୃକ୍ତ ବାଳକକୁ ଗୁଣିଆ ନିର୍ଘାତ ମାଡ଼ ମାରିଥିଲେ। ଯାହାର ଭିଡ଼ିଓ ଭାଇରାଲ୍ ହୋଇଥିଲା। ଗୁଣିଆ ଜଣଙ୍କ ବାଳକକୁ ବାଡ଼ି ଏବଂ କଣ୍ଟା ଗଛରେ ନିର୍ଧୂମ ପିଟିବା ସହ ଚପଲ ଖୁଆଇଥିଲେ। […]
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଖନ୍ତପଡ଼ା ଥାନା ଅନ୍ତର୍ଗତ ପଣପଣାରେ ଥିବା ଫାଲ୍କନ୍ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଗ୍ୟାସ୍ ଲିକ୍ ଘଟଣାରେ କମ୍ପାନୀ ବିରୋଧରେ ମାମଲା ରୁଜୁ ହୋଇଛି। ଏହାସହ ଏହି ଘଟଣାରେ ଫ୍ୟାକ୍ଟ୍ରିର ୭ ଅଧିକାରୀଙ୍କୁ ଅଟକ ରଖାଯାଇ ପଚରାଉଚରା ଚାଲିଛି। ଗତକାଲି ରାତିରେ ଏହି ଚିଙ୍ଗୁଡ଼ି ପ୍ରୋସେସିଂ ଫ୍ୟାକ୍ଟ୍ରିରେ କ୍ଲୋରିନ୍ ଗ୍ୟାସ୍ ଲିକ୍ ଯୋଗୁ ୮୮ଜଣ ମହିଳା କର୍ମଚାରୀ ଅଣନିଃଶ୍ୱାସୀ ହୋଇ ଅସୁସ୍ଥ ହୋଇପଡ଼ିଥିଲେ। ପ୍ରଥମେ ସେମାନଙ୍କୁ ଖନ୍ତାପଡ଼ା ମେଡିକାଲ୍ ଓ ପରେ ବାଲେଶ୍ୱର ମେଡିକାଲ୍କୁ ସ୍ଥାନାନ୍ତର […]
ଭୁବନେଶ୍ୱର: ସାମ୍ନାକୁ ଆସିଲା ‘କାଳିଆ’ ଯୋଜନା ଘୋଟାଲାର ଆଉ ଏକ ତଥ୍ୟ। ଅନୁଦାନ ପ୍ରଦାନରେ ବ୍ୟାପକ ହେରଫେର ହୋଇଥିବା କଥା ସାମ୍ନାକୁ ଆସିଛି। ପ୍ରାୟ ୪୫ ହଜାର ଅଯୋଗ୍ୟଙ୍କୁ ସରକାରୀ ରାଜକୋଷରୁ କାଳିଆ ଟଙ୍କା ଯାଇଛି। ବିଧାନସଭାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଏହି ତଥ୍ୟ ଦେଇଛନ୍ତି ନିଜେ କୃଷିମନ୍ତ୍ରୀ ଅରୁଣ ସାହୁ। ବିଧାୟକ ତାରା ପ୍ରସାଦ ବାହିନୀପତି, ଅଶ୍ୱିନୀ ପାତ୍ର ଏବଂ ଅନନ୍ତ ଜେନାଙ୍କ ପ୍ରଶ୍ନରେ କୃଷିମନ୍ତ୍ରୀ ଏହି ଲିଖିତ ଉତ୍ତର ଦେଇଛନ୍ତି। ଏହାସହ […]
ଭୁବନେଶ୍ୱର: ବିଜେଡି ବିଧାୟକଙ୍କୁ ଦଳୀୟ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଡ଼ା ନିର୍ଦ୍ଦେଶ। ଦୈନିକ ବିଧାନସଭାରେ ଉପସ୍ଥିତ ରହିବାକୁ ବିଜେଡି ବିଧାୟକମାନଙ୍କୁ ମୁଖ୍ୟମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏଣିକି ୨ ଦିନରୁ ଅଧିକ ଦିନ ଛୁଟିରେ ରହିଲେ ବିଧାୟକଙ୍କୁ ନେବାକୁ ପଡ଼ିବ ମୁଖ୍ୟମନ୍ତ୍ରୀଙ୍କ ଅନୁମତି। ଆଜି ଆୟୋଜିତ ବିଧାୟକ ଦଳ ବୈଠକରେ ନିଜେ ଏ ସମ୍ପର୍କରେ ଚେତାଇ ଦେଇଛନ୍ତି ଖୋଦ୍ ଦଳର ମୁଖିଆ। ଖାଲି ଏତିକି ନୁହେଁ ବିଧାନସଭାରେ ବିଧାୟକଙ୍କ ଉପସ୍ଥାନ, ବିଭିନ୍ନ ପ୍ରଶ୍ନୋତ୍ତରରେ ସେମାନଙ୍କ […]
ଭୁବନେଶ୍ୱର: ବିଧାନସଭାର ଶୀତକାଳୀନ ଅଧିବେଶନ ଆଜି ଆରମ୍ଭ ହୋଇଛି। ହେଲେ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଗୃହ ଭିତରେ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଗୃହ ଭିତରେ ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କହିବା ଶୈଳୀରେ ସଦସ୍ୟମାନଙ୍କୁ ଆପଣମାନେ ଖୁସି ତ ? ବୋଲି ପଚାରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ଯେତେବେଳେ ଗୃହ ଭିତରକୁ ପ୍ରବେଶ କରିଥିଲେ, ତାରା ବାହିନୀପତି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆପଣ ଖୁସି ତ ସାର୍ ବୋଲି ପଚାରିଥିଲେ। […]
ରାଉରକେଲା: ନକଲି ସାର୍ଟିଫିକେଟ୍ ଦେଇ ଡାକ୍ତର ସାଜିଥିବା ପଦ୍ମନାଭନ ମୁଖୀ କାରୁଆଙ୍କୁ ପୁଲିସ୍ ଗିରଫ କରିଛି। ଗତକାଲି ବିଳମ୍ବିତ ରାତିରେ ରାଉରକେଲା ସେକ୍ଟର-୧୫ ସ୍ଥିତ ଘରୁ ସୁନ୍ଦରଗଡ଼ ଟାଉନ୍ ଥାନା ପୁଲିସ୍ ଗିରଫ କରି ତାଙ୍କୁ ପଚରାଉଚରା ଚଳାଇଛି। ଏଥିସହ ତାଙ୍କ ସାର୍ଟିଫିକେଟ୍ର ସତ୍ୟାସତ୍ୟ ନେଇ ମଧ୍ୟ ଯାଞ୍ଚ ଚାଲିଛି। ଘଟଣାର ଖୋଳତାଡ଼ ନିମନ୍ତେ ସୁନ୍ଦରଗଡ଼ ପୁଲିସ୍ର ଏକ ଟିମ୍ ବୁର୍ଲା ମେଡିକାଲ କଲେଜ ଯିବ ବୋଲି ଜଣାପଡ଼ିଛି। ୨୦୧୬ ମସିହାରେ ପଦ୍ମନାଭନ, ସ୍ୱାସ୍ଥ୍ୟ ବିଭାଗ ଆଖିରେ […]