ଭୁବନେଶ୍ୱର: ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଓଡ଼ିଶାକୁ କୌଣସି ବଡ଼ ବର୍ଷାର ଭୟ ନାହିଁ। ତେବେ ନଭେମ୍ବର ୩ ତାରିଖ ଆଡ଼କୁ ଆଣ୍ଡାମାନ ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା କ୍ରମଶଃ ଘନୀଭୂତ ହୋଇ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଡିପ୍ରେସନ ଆକାରରେ ସୃଷ୍ଟ ହେବାର ସମ୍ଭାବନା ରହିଛି। କ୍ରମଶଃ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗ ଆଡ଼କୁ ଗତି କରିବ। ଫଳରେ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ। ଏନେଇ ଭୁବନେଶ୍ୱର ସ୍ଥିତ […]
କଟକ: ଧରା ପଡ଼ିଲା ଭଣ୍ଡ ବାବାଙ୍କ କଳା କାରନାମା। ମିଛ କଥା କହି ଲୋକଙ୍କୁ ଠକୁଥିଲେ, ଶେଷରେ ଧରାପଡ଼ିଲେ। ଏପରି କିଛି ଘଟଣା ଘଟିଛି କଟକରେ। ଭଣ୍ଡ ବାବାଙ୍କ ଘର ବିଡ଼ାନାସୀ କୃଷକ ବଜାର ଅଞ୍ଚଳରେ ବୋଲି ଜଣାପଡ଼ିଛି। ‘ଜୀବନ ପ୍ରତି ବିପଦ ରହିଛି…ଯଦି ଏହାର ପ୍ରତିକାର ନ କରନ୍ତି ତେବେ ଅସୁବିଧା ହେ‘- ଏମିତି ମିଛି କଥା ଲୋକଙ୍କୁ କହି ଏହି ଭଣ୍ଡ ବାବା ପୂଜାପାଠ ବାହାନାରେ ସୁନା ଅଳଙ୍କାର ଓ ଟଙ୍କା ନେଇଥିଲେ। ବାବାଙ୍କ […]
ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ମାଳିଗୁଡ଼ା ଗାଁରେ ଡବଲ୍ ମର୍ଡର। ଗାଁ ନିକଟ ନଦୀକୂଳରୁ ବାପ-ପୁଅଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ସଦନ ମାଳି ଓ ତାଙ୍କ ପୁଅ ନୀଳାମ୍ବର ମାଳି। ଗତକାଲି ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଛି। ପାରିପାର୍ଶ୍ୱିକ ପରିସ୍ଥିତିରୁ ଜଣାପଡୁଛି, ସେମାନଙ୍କୁ ହତ୍ୟା କରାଯାଇଛି। ଗୁଣି ଗାରେଡ଼ି ସନ୍ଦେହରେ ଏହି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଏହି ଘଟଣାରେ ୨ଜଣ ଅଭିଯୁକ୍ତ ମାଥିଲି ପୁଲିସ୍ ନିକଟରେ ଆତ୍ମସମର୍ପଣ କରିଛନ୍ତି। […]
ପୁରୀ: ପୁରୀ ସ୍ୱର୍ଗଦ୍ୱାରରୁ ହଟିବ ବିଜୁବାବୁଙ୍କ ସ୍ମୃତି ସ୍ଥଳ। ସ୍ୱର୍ଗଦ୍ୱାରର ବିକାଶ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ବିଜେଡି ନେତା ସଞ୍ଜୟ ଦାସବର୍ମା। ତେବେ ସ୍ମୃତି ସ୍ଥଳରେ କେବଳ ସ୍ମୃତି ଫଳକଟିଏ ରହିବ। ସ୍ୱର୍ଗଦ୍ୱାରର ବିକାଶ ପାଇଁ ଏହା ସମ୍ପୂର୍ଣ୍ଣ ସମର୍ପିତ ବୋଲି ଦାସବର୍ମା କହିଛନ୍ତି। ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ପୁରୀବାସୀ। ସୂଚନାଥାଉ କି, ସ୍ୱର୍ଗଦ୍ୱାରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୫ […]
କଟକ: ରାଜ୍ୟସ୍ତରୀୟ ପର୍ବ ଭାବେ ପାଳନ କରାଯିବ କଟକ ବାଲିଯାତ୍ରା। ଏନେଇ ଆଜି ଲୋକସେବା ଭବନରେ ଅନୁଷ୍ଠିତ ହୋଇଛି ଏକ ପ୍ରସ୍ତୁତି ବୈଠକ। ବୈଠକ ପରେ ସୂଚନା ଦେଇ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, କଟକ ବାଲିଯାତ୍ରାକୁ ସରକାରଙ୍କ ପକ୍ଷରୁ ଆର୍ଥିକ ସହଯୋଗ କରାଯିବ। ନଗର ଉନ୍ନୟନ, ସଂସ୍କୃତି ବିଭାଗ ପକ୍ଷରୁ ଆର୍ଥିକ ସହଯୋଗ କରାଯିବ। କଟକ ବାଲିଯାତ୍ରାକୁ ଏକ ରାଜ୍ୟସ୍ତରୀୟ ଫେଷ୍ଟିଭାଲ୍ର ମାନ୍ୟତା ଦେବା ପାଇଁ ନିଷ୍ପତ୍ତି ହୋଇଛି। ବୈଠକରେ ସଂସ୍କୃତି ଓ […]
ପିପିଲି: ଅଣ୍ଟିଲାନି ପ୍ରଶ୍ନପତ୍ର, ବାଧ୍ୟ ହୋଇ କଳାପଟାରେ ଲେଖାଗଲା ପ୍ରଶ୍ନ। ପରୀକ୍ଷା ବେଳେ ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ପିପିଲିରେ। ପୀତବାସ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ଷଷ୍ଠ ଶ୍ରେଣୀ ଷଣ୍ମାସିକ ପରୀକ୍ଷା ହୋଇଥିଲା। ତେବେ ଇତିହାସ ପ୍ରଶ୍ନପତ୍ର ନିଅଣ୍ଟ ହେବାରୁ ବାଧ୍ୟ ହୋଇ ଶିକ୍ଷୟତ୍ରୀ କଳାପଟାରେ ପ୍ରଶ୍ନ ଲେଖିଥିଲେ। ସୂଚନା ଅନୁସାରେ, ଶ୍ରେଣୀରେ ୧୮ ଜଣ ଛାତ୍ରଛାତ୍ରୀ ଅଛନ୍ତି। କିନ୍ତୁ ୧୦ଟି ପ୍ରଶ୍ନପତ୍ର ଆସିଥିଲା। ଆଜିଠାରୁ ରାଜ୍ୟରେ ଏକକ ପରୀକ୍ଷା ବ୍ୟବସ୍ଥା […]
କୋଣାର୍କ: କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ଲାଇଟ୍ ଆଣ୍ଡ୍ ସାଉଣ୍ଡ୍ ଶୋ’ର ସମୟରେ ପରିବର୍ତ୍ତନ ହୋଇଛି। ଆଜିଠାରୁ ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିବ ସୂର୍ଯ୍ୟ ମନ୍ଦିର। ପର୍ଯ୍ୟଟକମାନେ ଏହି ସମୟ ମଧ୍ୟରେ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲିପାରିବେ। ସେହିପରି ସନ୍ଧ୍ୟା ସାଢେ ୬ଟାରୁ ୭ଟା ୧୦ ଏବଂ ୭ଟା ୩୦ରୁ ୮ଟା ୧୦ ପର୍ଯ୍ୟନ୍ତ ଲାଇଟ୍ ଆଣ୍ଡ୍ ସାଉଣ୍ଡ୍ ଶୋ’ ଅନୁଷ୍ଠିତ ହେବ। କୋଣାର୍କ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ସନ୍ଧ୍ୟାରେ ଏହି ଶୋ’ର […]
ବ୍ରହ୍ମପୁର: ମହଙ୍ଗା ପଡ଼ିଲା ବାହାରେ ମଳ ତ୍ୟାଗ କରିବା। ବାହାରେ ମଳ ତ୍ୟାଗ କରିବା ଯୋଗୁ ୨୪ଟି ପରିବାରର ରାସନ୍ ସାମଗ୍ରୀ ବନ୍ଦ କରି ଦିଆଯାଇଛି। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ଗୌତମୀ ପଞ୍ଚାୟତରେ। ଗାଁରେ ବାହ୍ୟ ମଳ ତ୍ୟାଗ କରିବାକୁ ପୂର୍ବରୁ ମନା କରାଯାଇଥିଲା। ଏନେଇ ସଚେତନତା ବି ସୃଷ୍ଟି କରାଯାଇଥିଲା। ହେଲେ ଏ ସବୁ ସତ୍ତ୍ୱେ ୨୪ଟି ପରିବାର ଏହି ନିୟମକୁ ମାନି ନ ଥିଲେ। ଫଳରେ ଗୌତମୀ ପଞ୍ଚାୟତର ସରପଞ୍ଚ […]
ବାରିପଦା(ମାଣିକ ଲାଲ୍ ପାଣି): ଶିମିଳିପାଳ ଅଭୟାରଣ୍ୟ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି। ବର୍ଷା ଯୋଗୁ ଜୁନ୍ ୧୫ ତାରିଖରୁ ଶିମିଳିପାଳକୁ ପର୍ଯ୍ୟଟକଙ୍କ ପ୍ରବେଶ ନିଷେଧ କରାଯାଇଥିଲା। ଆଜି ପ୍ରଥମ ଦିନରେ ବାରିପଦା- ପିଠାବଟା ଅଥବା ଲୁଲୁଙ୍ଗ ପଟ ଦେଇ ୧୫ଟି ଗାଡ଼ିକୁ ଯିବାକୁ ଅନୁମତି ଦିଆଯାଇଛି। ସେହିପରି ଯଶିପୁର ପଟ କାଳିଆଣି ଗେଟ୍ ଦେଇ ମଧ୍ୟ ପର୍ଯ୍ୟଟକ ଶିମିଳିପାଳ ଭିତରକୁ ପ୍ରବେଶ କରିପାରିବେ। ପ୍ରଥମ ଦିନରେ ମୋଟ ୧୦୧ ଜଣ ପର୍ଯ୍ୟଟକ ଏହି ଅଭୟାରଣ୍ୟ ଭିତରକୁ ଯାଇଛନ୍ତି। […]
ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲ୍ଲା ତାଳଚୁଆ ଅଞ୍ଚଳରୁ ଏକ ବିରଳ ପ୍ରଜାତିର ମାଛ ଧରା ହୋଇଛି। ମାଛଟି ଦେଖିବାକୁ ଅଧିକ ଲମ୍ବା ହୋଇଥିବାବେଳେ ଏହାର ମୁହଁ ଥଣ୍ଟ ଆକୃତିର। ଏହି ମାଛକୁ ‘ମୟୂର ମାଛ’ ବୋଲି କୁହାଯାଉଛି। ଆଜି ସକାଳେ ମତ୍ସ୍ୟଜୀବୀମାନେ ମାଛ ମାରୁଥିବାବେଳେ ଏହି ବିରଳ ପ୍ରଜାତିର ମାଛକୁ ଧରିଥିଲେ। ମାଛଟି ଜାଲରେ ଧରା ପଡ଼ିବା ପରେ ଏହାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଛି। କିଲୋ ୧୦ ହଜାର ଟଙ୍କା ହିସାବରେ ୨ ଲକ୍ଷ […]
ଯାଜପୁର : ଯାଜପୁର ଜିଲ୍ଲା ହରିଦାସପୁର ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ପରେ ନିଜକୁ ଅସୁରକ୍ଷିତ ମଣିଛନ୍ତି ତାଙ୍କ ବାପା ସଦାନନ୍ଦ ବିଶ୍ୱାଳ। ସେ କହିଛନ୍ତି, ‘ ଝିଅକୁ ହତ୍ୟା କରିଦେବା ପରେ ମୁଁ ଏଠି ଆଉ ନିଜକୁ ନିରାପଦ ମଣୁ ନାହିଁ। ପୁଅମାନେ ବାହାରେ ରହୁଛନ୍ତି। ତେଣୁ ମୁଁ ତାଙ୍କ ପାଖକୁ ପଳାଇବି। ଏଠି କାହା ପାଖରୁ ମୁଁ ନ୍ୟାୟ ପାଉ ନାହିଁ। ଥାନା କ’ଣ..ରାଜନୀତିକ ଲୋକ କ’ଣ…ମୁଁ କାହାଠୁ ବି ଆଶ୍ୱାସନା ପାଉ ନାହିଁ। ତେଣୁ […]
ଭୁବନେଶ୍ୱର: ଭୁବନେଶ୍ୱର ଏୟାରପୋର୍ଟର ରାତ୍ରିକାଳୀନ ସେବା ଆଜିଠୁ ବନ୍ଦ ହେବନି। ରନ୍ୱେର ରି–କାର୍ପେଟିଂ ଯୋଗୁ ଆଜିଠୁ ଏୟାରପୋର୍ଟର ରାତ୍ରିକାଳୀନ ସେବା ବନ୍ଦ ହେବାର ଥିଲା। କିନ୍ତୁ ଏହି ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇ ଏହାକୁ ମାସେ ପାଇଁ ଘୁଞ୍ଚାଇ ଦିଆଯାଇଛି। ନୂଆ ନିଷ୍ପତ୍ତି ଅନୁଯାୟୀ, ଡିସେମ୍ବର ୧ ତାରିଖରୁ ଭୁବନେଶ୍ୱର ଏୟାରପୋର୍ଟର ରାତ୍ରିକାଳୀନ ସେବା ବନ୍ଦ ରଖାଯିବ ବୋଲି ବିମାନ ବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଡିସେମ୍ବର ୧ରୁ ରାତି ସାଢ଼େ ୧୦ଟାରୁ ସକାଳ ସାଢ଼େ ୫ଟା ପର୍ଯ୍ୟନ୍ତ […]
ପାରାଦୀପ: ପାରାଦୀପର ନିଷିଦ୍ଧାଞ୍ଚଳ ଆଇରନ୍ ପ୍ଲଟ୍ରେ ଆଇରନ୍ ଅନ୍ଲୋଡ୍ ବେଳେ ଜଣେ ଶ୍ରମିକଙ୍କ ଉପରେ ଏକ ଟ୍ରକ୍ ଚଢ଼ି ଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ମୃତ ଶ୍ରମିକ ହେଲେ ଗଞ୍ଜାମ ଜିଲ୍ଲା ଚାଟମୁଣ୍ଡୁଳି ଗାଁର ଗନ୍ଧର୍ବ ଗୌଡ଼। ଗତକାଲି ବିଳମ୍ୱିତ ରାତିରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ଶ୍ରମିକଙ୍କ ପରିବାରର ଜଣଙ୍କୁ ନିଯୁକ୍ତି ଦେବା ସହ କ୍ଷତିପୂରଣ ଦେବାକୁ ଶ୍ରମିକ ସଂଘ ପକ୍ଷରୁ ଦାବି କରାଯାଇଛି। ଏନେଇ ବନ୍ଦର ପରିଚାଳନା କମିଟି ସହିତ ଶ୍ରମିକ ସଂଘ ନେତା […]
ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍ରେ ଆଜିଠାରୁ ୨ ଦିନ ପର୍ଯ୍ୟନ୍ତ FIH ହକି ଅଲିମ୍ପିକ୍ କ୍ୱାଲିଫାଏର୍ ମ୍ୟାଚ୍ ଖେଳାଯିବ। ଏଥିରେ ଭାରତୀୟ ପୁରୁଷ ଓ ମହିଳା ହକି ଦଳ ସହିତ ରୁଷିଆର ପୁରୁଷ ଏବଂ ୟୁଏସ୍ଏର ମହିଳା ଦଳ ଭାଗ ନେଉଛନ୍ତି। ଏଥିପାଇଁ ରାଜଧାନୀ ଭୁବନେଶ୍ୱରରେ କମିଶନରେଟ୍ ପୁଲିସ୍ ପକ୍ଷରୁ ଟ୍ରାଫିକ କଟକଣା ଜାରି ହୋଇଛି। ଜାଣି ରଖନ୍ତୁ କ’ଣ ରହିଛି ଟ୍ରାଫିକ୍ କଟକଣା… ଶାସ୍ତ୍ରୀ ନଗର ଓ ଜୟଦେବ ବିହାର ଛକ ମଧ୍ୟରେ ରାସ୍ତାରେ […]
ଭୁବନେଶ୍ୱର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ମେଳି ହେବା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ। ସୁର କହିଛନ୍ତି, ‘ଯେଉଁମାନେ ଦଳ ବିରୋଧରେ ମେଳି କରୁଛନ୍ତି ସେମାନେ ସିଧା ଯାଇ କଂଗ୍ରେସ କାର୍ଯ୍ୟକାରୀ ସଭାପତି ସୋନିଆ ଗାନ୍ଧିଙ୍କୁ ଦେଖା କରନ୍ତୁ।’ ସେହିପରି ନୂତନ ପିସିସି ସଭାପତି ଦୌଡ଼ରେ ସେ ନାହାନ୍ତି ବୋଲି ସୁର ରାଉତରାୟ ସ୍ପଷ୍ଟ କରିଛନ୍ତି। ସେ ଆହୁରି କହିଛନ୍ତି, ‘ଏ ଦଳରେ ସେ ସବୁ ଚଳିବନି…ଏବେ ଦଳ ଖରାପ […]
ଭୁବନେଶ୍ୱର: ଯାଜପୁର ଜିଲ୍ଲା ହରିଦାସପୁର ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲାକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ବର୍ଷିଛନ୍ତି। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ରୁପେଶ ଭଦ୍ରଙ୍କୁ ମାମଲାରୁ ଖସାଇ ଦେବାକୁ ଚେଷ୍ଟା କରାଯାଉଥିବା ସେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ‘ସେମାନେ ସରକାରୀ ଦଳର ଲୋକେ। ସେଥିପାଇଁ ଏହି ହତ୍ୟାକାଣ୍ଡକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରାଯାଉଛି। ତେବେ ଏହି ଘଟଣାର ତଦନ୍ତ ହେବା ଆବଶ୍ୟକ ।’ ନିରଞ୍ଜନ ଆହୁରି କହିଛନ୍ତି, ‘ଯଦି ସ୍ମିତାରାଣୀ […]
ପୁରୀ: ମହଙ୍ଗା ପଡ଼ିଲା ଶ୍ରୀମନ୍ଦିର ଭିତରେ ଟିକ୍ଟକ୍ କରିବା। କିଛି ଦିନ ତଳେ ଶ୍ରୀମନ୍ଦିର ବେଢ଼ା ଭିତର ଦୃଶ୍ୟ ଟିକ୍ଟକ୍ରେ ଭାଇରାଲ ହୋଇଥିଲା। ଏହି ଘଟଣାରେ ସିଂହଦ୍ୱାର ଥାନା ପୁଲିସ୍ ଜଣେ ନାବାଳିକାଙ୍କୁ ଅଟକ ରଖିଛି। ତାଙ୍କ ଘର ନିମାପଡ଼ାରେ। ସମ୍ପୃକ୍ତ ନାବାଳିକାଙ୍କୁ ପୁଲିସ୍ ପଚରାଉଚରା କରୁଥିବା ଜଣାପଡ଼ିଛି। କେଉଁ ପରିସ୍ଥିତିରେ ଓ କାହିଁକି ସେ ଭିଡିଓ କଲେ ସେନେଇ ପୁଲିସ୍ ଖୋଳତାଡ଼ କରୁଛି ସୂଚନାଥାଉ କି, କିଛି ଦିନ ତଳେ ଶ୍ରୀମନ୍ଦିର ଭୋଗ ମଣ୍ଡପ ଓ […]
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ 5T କାର୍ଯ୍ୟକ୍ରମକୁ ନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ‘ଶାସନର ୨୦ ବର୍ଷ ପରେ ଏବେ କାହିଁକି ସରକାର 5T ଆଣିଲେ। ପୂର୍ବରୁ ଏହା କ’ଣ ଆମ ସିଷ୍ଟମରେ ନ ଥିଲା କି ? ’ ସେ ଆହୁରି କହିଛନ୍ତି, ‘5T ଏକ ଅଭିନବ ପଦକ୍ଷେପ ନୁହେଁ। ଏହା ବହୁତ ପୁରୁଣା କଥା। ମୁଁ ଆଇଏଏସ୍ ଟ୍ରେନିଂ ନେବା ବେଳେ 5T ଟ୍ରେନିଂ ଦିଆଯାଉଥିଲା’। ସ୍ୱାସ୍ଥ୍ୟ ଓ […]
କଣ୍ଟାବାଞ୍ଜି: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ସାଲେପଡ଼ା ଗାଁରେ ଜଣେ ବ୍ୟକ୍ତିଙ୍କୁ ବଳି ଦିଆଯାଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ ଭୁଜବଲ ପରାଭୁଏ। ତାଙ୍କ ଘର ତୁରେକେଲା ବ୍ଲକ୍ ଅନ୍ତର୍ଗତ ମାନ୍ଦଲା ଗାଁରେ। ଗତକାଲି ଭୁଜବଲଙ୍କ ମୃତଦେହ ସାଲେପଡ଼ା ଗାଁରେ ଥିବା କାଳୀ ମନ୍ଦିର ନିକଟସ୍ଥ କୂଅ ଭିତରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ସାଲେପଡ଼ା ଗାଁର ଜଣେ ବାବା ତାଙ୍କୁ […]
ନବରଙ୍ଗପୁର(ନବଘନ ବିଷୋୟୀ): ଶ୍ରେଣୀ ଶିକ୍ଷୟିତ୍ରୀ କହିପାରିଲେନି ଛାତ୍ରଛାତ୍ରୀଙ୍କ ନାଁ, ଆଉ ବିଗିଡିଗଲେ ମନ୍ତ୍ରୀ। ନବରଙ୍ଗପୁର ଜିଲ୍ଲାରେ ଏହି ଘଟଣା ଘଟିଛି। ଗତକାଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଶିକ୍ଷକମାନଙ୍କ ସମୀକ୍ଷା ବୈଠକରେ ଯୋଗ ଦେବାକୁ ନବରଙ୍ଗପୁର ଗସ୍ତରେ ଯାଇଥିଲେ। ହେଲେ ଅଚାନକ ତାରାଗାଁ ସ୍ଥିତ ନୋଡାଲ ସରକାରୀ ପଞ୍ଚାୟତ ସମିତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଗସ୍ତ କରିଥିଲେ। ସେଠାରେ ବିଭିନ୍ନ ଅବ୍ୟବସ୍ଥା ଦେଖି ମନ୍ତ୍ରୀ ବିରକ୍ତି ପ୍ରକାଶ କରିଥିଲେ। ମନ୍ତ୍ରୀ ପ୍ରଥମେ ନବମ […]
କରଞ୍ଜିଆ: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡର କରଞ୍ଜିଆ ଓ ଠାକୁରମୁଣ୍ଡା ଥାନା ଅଞ୍ଚଳରେ ଗୋଟିଏ ଦିନରେ ଦୁଇ ଦୁଇଟି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଉଭୟ କ୍ଷେତ୍ରରେ ନାବାଳିକା ଦ୍ୱୟ ପଡୋଶୀଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଗୋଟିଏ ଘଟଣାରେ ଅଭିଯୁକ୍ତ ଫେରାର ହୋଇ ଯାଇଥିବା ବେଳେ ଅନ୍ୟ ଘଟଣାରେ ଅଭିଯୁକ୍ତକୁ ପୁଲିସ୍ ଅଟକ ରଖି ପଚରାଉଚରା କରୁଛି। ଠାକୁରମୁଣ୍ଡା ଥାନା ଅଧୀନ ଏକ ଗାଁରେ ଜଣେ ନାବାଳିକାକୁ ପଡ଼ୋଶୀ ଯୁବକ ଦୁଷ୍କର୍ମ କରିଥିବା […]
ଯାଜପୁର: ‘ମୋ ଝିଅ ଉପରେ କିରୋସିନି ଢାଳି ଶାଶୂ ଘର ଲୋକେ ତାକୁ ପୋଡ଼ି ପକାଇଲେ।’। ଝିଅର ଶାଶୂ ଘର ଲୋକଙ୍କ ବିରୋଧରେ ଜଣେ ବାପା ଏଭଳି ଅଭିଯୋଗ ଆଣିଛନ୍ତି। ଘଟଣା ଘଟିଛି ଯାଜପୁର ଜିଲ୍ଲାରେ। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଅଞ୍ଚଳର ବିଳାସଚନ୍ଦ୍ର ଦାସ ତାଙ୍କ ଝିଅକୁ କିଛି ଦିନ ତଳେ ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ଜଳନ୍ଦା ଗାଁରେ ବିବାହ କରାଇଥିଲେ। ଗତ ୨୩ ତାରିଖରେ ଝିଅର ଶାଶୂ ଘର ଲୋକେ କିରୋସିନି ଢାଳି […]
ନବରଙ୍ଗପୁର(ନବଘନ ବିଷୋୟୀ): ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନା ଅନ୍ତର୍ଗତ ଗୁଜୁମାପଦର ଗାଁରେ ଗୁଣି ଗାରେଡ଼ି ସନ୍ଦେହରେ ଜଣେ ମହିଳାଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ନାଁ ତୁଳାବତୀ ସାନ୍ତା। ପୁଲିସ୍ ଅଭିଯୁକ୍ତ ରାଧେ ସାନ୍ତାକୁ ଅଟକ ରଖି ପଚରାଉଚରା କରୁଛି। ଏଥିରେ ସମ୍ପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତ ରାଧେର ଭାଇ ଦାନୁ ସାନ୍ତା ଫେରାର ହୋଇ ଯାଇଛି। ଅଭିଯୋଗ ଅନୁସାରେ, ତୁଳାବତୀ ଗୁଣି ଗାରେଡ଼ି କରୁଥିବା ଦାନୁ ଓ ରାଧେ ବହୁ […]
ଆଠଗଡ଼: ଅଭିଯୋଗକାରୀ ହିଁ ଲୁଟେରା। ୧୮ ଲକ୍ଷ ଟଙ୍କା ଲୁଟ୍ କରିବା ପରେ ନିଜେ ଅଭିଯୋଗକାରୀ ସାଜି ପୁଲିସ୍ ନିକଟକୁ ଯାଇଥିଲେ। ହେଲେ ପୁଲିସ୍ ପ୍ରଶ୍ନର ସମ୍ମୁଖୀନ ହୋଇ ନ ପାରି ୨୪ ଘଣ୍ଟା ମଧ୍ୟରେ ଓଗାଳିଦେଲେ ସତ। ଖୋଦ୍ ଅଭିଯୋଗକାରୀ ଘରୁ ହିଁ ଲୁଟ୍ ହୋଇଥିବା ୧୮ ଲକ୍ଷ ଟଙ୍କା ପୁଲିସ୍ ଜବତ କରିଛି। ନିଜେ ବିଛାଇଥିବା ଜାଲ୍ରେ ପଡ଼ି ଏବେ ପୁଲିସ୍ କବଜାରେ ଅଭିଯୋଗକାରୀ। ଗତକାଲି ସଂଗଠିତ ମିଛ ଲୁଟ୍ର ପର୍ଦ୍ଦାଫାସ କରିଛି ଆଠଗଡ଼ […]
ଭୁବନେଶ୍ୱର: ରାଜ୍ୟ କଂଗ୍ରେସରେ ବିଦ୍ରୋହ ଦେଖାଦେଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇବାକୁ କିଛି ନେତା ମେଳି କରିଛନ୍ତି। ବାପି ସର୍ଖେଲଙ୍କ ନେତୃତ୍ୱରେ ଭୁବନେଶ୍ୱର ପାନ୍ଥ ନିବାସରେ ଏହି ନେତାମାନେ ଏକାଠି ହୋଇଛନ୍ତି। ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ପିସିସି ସଭାପତି କରିବାକୁ ଏହି ନେତାମାନେ ଦାବି କରିଛନ୍ତି। କାରଣ ନିରଞ୍ଜନ ପଟ୍ଟନାୟକ ରାଜ୍ୟ କଂଗ୍ରେସକୁ ଠିକ୍ ଭାବେ ନେତୃତ୍ୱ ଦେଇ ପାରିନାହାନ୍ତି ବୋଲି ଏହି ନେତାମାନେ କହିଛନ୍ତି। ତେଣୁ ଦଳକୁ ରକ୍ଷା […]