ସମ୍ବଲପୁର(ସଞ୍ଜୟ ଜେନା ): ସମ୍ବଲପୁର ସହର ଟାଉନ ଥାନା ଅନ୍ତର୍ଗତ ମୋଦିପଡାରେ ଏକ ବନ୍ଦ ଘରୁ ଦୁର୍ଗନ୍ଧ ବାହାରିବା଼ରୁ ସ୍ଥାନୀୟ ଲୋକେ ନାନା ଆଶଙ୍କା ପ୍ରକାଶ କରିଛନ୍ତି। ଉକ୍ତ ଘରେ ଏକ ଶ୍ରମିକ ଦମ୍ପତି ସେମାନଙ୍କ ଛୁଆ ସହିତ ରହୁଥିଲେ। ହେଲେ ୨ ଦିନରୁ ଊର୍ଦ୍ଧ୍ୱ ହେବ ଉକ୍ତ ଘରଟି ବନ୍ଦ ଥିବା ବେଳେ ସେଠାରୁ ଦୁର୍ଗନ୍ଧ ବାହାରୁଛି। ଅପରପକ୍ଷେ ଉକ୍ତ ଦମ୍ପତି ବାହାରକୁ କେଉଁଆଡ଼େ କାମ କରିବାକୁ ପଳାଇଛନ୍ତି, ନା ଉକ୍ତ ଘର ଭିତରେ ଅଛନ୍ତି, […]
ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଆରଡ଼ି ଆଖଣ୍ଡଳମଣି ମନ୍ଦିରର ଭଣ୍ଡାର ଘରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ବାବା ଆଖଣ୍ଡଳମଣିଙ୍କ ପୂଜା ସାମଗ୍ରୀ ସମେତ ଦୈନନ୍ଦିନ ପିନ୍ଧା ରୂପା ଅଳଙ୍କାର ଓ ଲକ୍ଷାଧିକ ଟଙ୍କାର ଜିନିଷ ପୋଡ଼ି ପାଉଁଶ ହୋଇଯାଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି। ମନ୍ଦିରର ରାତି ଜଗୁଆଳି ଭାବେ କାର୍ଯ୍ୟ କରୁଥିବା ୨ଜଣ ସିକ୍ୟୁରିଟି ଗାର୍ଡ ପ୍ରଥମେ ଭଣ୍ଡାର ଘରେ ହୁ ହୁ ହେଇ ନିଆଁ ଜଳୁଥିବା ଦେଖିବାକୁ ପାଇଥିଲେ। ଘଟଣା ଜଣାପଡ଼ିବା ପରେ […]
ସୋର: ବାଲେଶ୍ୱର ଜିଲ୍ଲା NH-୧୬ ସୋର ଥାନା ଅନ୍ତର୍ଗତ ତଳନଗର ନିକଟରେ ଏକ ତୀର୍ଥଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୯ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ସୋର ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବାଲେଶ୍ୱର ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଛି। ଆଜି ଭୋର ସମୟରେ ଏକ ୱିଙ୍ଗର୍ ଗାଡ଼ି ଟ୍ରକ୍କୁ ପିଟିବା ଫଳରେ ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ଏହି ୯ ଜଣ ତୀର୍ଥଯାତ୍ରୀ ଏକ ୱିଙ୍ଗର୍ […]
ଭୁବନେଶ୍ୱର: ସଂଶୋଧିତ ମୋଟର ଯାନ ଆଇନ୍ ଲାଗୁ ହେବା ପରେ ୨ ମାସରେ ଏକ କୋଟିରୁ ଅଧିକ ଟଙ୍କା ଜରିମାନା ଆଦାୟ ହୋଇଛି। ଏନେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ବିଧାନସଭାରେ ଜଣାଇଛନ୍ତି। ଡ୍ରାଇଭିଂ ଲାଇସେନ୍ସ ନ ଥିବାରୁ ୫୩୧୭ ଜଣଙ୍କ ଠାରୁ ୪୬ ଲକ୍ଷ ୮୫୦ଟଙ୍କା ଆଦାୟ ହୋଇଥିବା ବେଳେ ବୀମା ନଥିବା ଯୋଗୁ ୨୧୧୧ ଜଣଙ୍କ ଠାରୁ ୧୩ ଲକ୍ଷ ୭୯ ହଜାର ୭୦୦ ଟଙ୍କା ଆଦାୟ କରାଯାଇଛି। ପ୍ରଦୂଷଣ ସାର୍ଟିଫିକେଟ […]
ବରଗଡ଼(ଦୀପକ ଶର୍ମା): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରପାଲି ସିଡିପିଓ ସଂଯୁକ୍ତା ଲେଙ୍କାଙ୍କ ଘରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢଉ କରାଯାଇଛି। ସଂଯୁକ୍ତାଙ୍କ ବରଗଡ ସହର ସ୍ଥିତ କାଳୀମନ୍ଦିର ଛକ ପାଖ ବାସଭବନ ଓ ପ୍ରଧାନପାଲି ସ୍ଥିତ ବାସଭବନରେ ଏକକାଳୀନ ଚଢ଼ଉ ଚାଲିଛି। ବରଗଡ ଭିଜିଲାନ୍ସ ଡିଏସପି ବରେନ୍ଦ୍ର ନାୟକଙ୍କ ନେତୃତ୍ୱରେ ଭିଜିଲାନ୍ସ ଟିମ୍ ଏହି ଚଢଉରେ ସାମିଲ ହୋଇଛନ୍ତି। ବରପାଲି ସିଡିପିଓ ସଂଯୁକ୍ତା ଲେଙ୍କା ନିଜ ପ୍ରତିକ୍ରିୟାରେ କହିଛନ୍ତି, ‘ମୋ ଉପରେ ରାଗ […]
ଭୁବନେଶ୍ୱର: ପିଇଓ ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗକୁ ନେଇ ଆଜି ବିଧାନସଭାରେ ହଙ୍ଗାମା ଦେଖିବାକୁ ମିଳିଛି। ତେବେ ଏହି ହଙ୍ଗାମା ମଧ୍ୟରେ ଗୃହରେ ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ସେ ଗୃହକୁ ଜଣାଇଛନ୍ତି ଯେ, ବେକରେ ଦଉଡ଼ି ଲାଗି ଶ୍ୱାସରୁଦ୍ଧ ଯୋଗୁ ସ୍ମିତାରାଣୀଙ୍କ ମୃତ୍ୟୁ ହୋଇଛି। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରେ ସ୍ମିତାରାଣୀଙ୍କ ମୃତ୍ୟୁ ଆତ୍ମହତ୍ୟା ଜନିତ ବୋଲି ଜଣାପଡ଼ିଛି। ଏହି ଘଟଣାକୁ ନେଇ ସେପ୍ଟେମ୍ବର ୧୯ ତାରିଖରେ ଦଫା ୩୦୬ରେ ଅନୁସାରେ ରୂପେଶ ଭଦ୍ରଙ୍କ ନାଁରେ […]
କଟକ: ଜମୁଛି କଟକର ଐତିହାସିକ ବାଲିଯାତ୍ରା। ଯାତ୍ରା ବୁଲିବା ସହ ଖାଦ୍ୟର ମଜା ନେଉଛନ୍ତି ଲୋକେ। ଦିନକୁ ଦିନ ଲୋକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳୁଛି। ତେବେ ୧୯ ତାରିଖରେ ସରିବାକୁ ଥିବା ବାଲିଯାତ୍ରା ୨୦ ତାରିଖରେ ସରିବ। ଏନେଇ କଟକ ଜିଲ୍ଲାପାଳ ଆଜି ଏହି ସୂଚନା ଦେଇଛନ୍ତି। ଚଳିତ ବର୍ଷ ୮ ଦିନ ଧରି ବାଲିଯାତ୍ରା ଅନୁଷ୍ଠିତ ହେବାପାଇଁ ନିଷ୍ପତ୍ତି ନିଆଯାଇଥିଲା। ହେଲେ ଏବେ ପୁଣି ଆଉ ଗୋଟିଏ ଦିନ ବଢ଼ି ଥିବାରୁ ଲୋକମାନେ ଖୁସି […]
କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଅନ୍ତର୍ଗତ କାଶିପାଳ ଜଙ୍ଗଲରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଠାବ କରାଯାଇଛି। ଜମିଜମା ବିବାଦରୁ ସେମାନଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ମୃତ ଦମ୍ପତି ହେଲେ ବୁଦ୍ଧଦେବ ମହାକୁଡ ଓ ମାଳତୀ ଦେବୀ। ଗତ ଶୁକ୍ରବାର ବୃଦ୍ଧ ଦମ୍ପତି ସ୍ଥାନୀୟ ହାଟକୁ ଯାଇ ଆଉ ଘରକୁ ଫେରି ନ ଥିଲେ। ଏନେଇ ତାଙ୍କ ପୁଅବୋହୂ ସେମାନଙ୍କୁ ବହୁତ ଖୋଜାଖୋଜି କରିଥିଲେ। ହେଲେ ସେମାନଙ୍କୁ ପାଇ ନ ଥିଲେ। […]
ଭୁବନେଶ୍ୱର: ଅଧିକ ମଦ ଦୋକାନ ଖୋଲିବା ଲାଗି ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ତୀବ୍ର ବିରୋଧ କରାଯାଉଛି। ମଦ ଦୋକାନ ଖୋଲିବା ସହ ବିଭିନ୍ନ ମେଳା ମହୋତ୍ସବରେ ମଦ ବିକ୍ରି ପାଇଁ ଅସ୍ଥାୟୀ ଲାଇସେନ୍ସ ଦେବାକୁ ବି ଅବକାରୀ ବିଭାଗ, ଜିଲ୍ଲାପାଳମାନଙ୍କୁ ଚିଠି ଲେଖିବାପରେ ଏହାକୁ ଜୋରାଦାର ବିରୋଧ କରିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ। ସେ କହିଛନ୍ତି, ‘ବେକାର ଯୁବକମାନେ ମଦ ପିଇକି ପ୍ରତ୍ୟେକ ଦିନ ଚୋରି, ଧର୍ଷଣ ଓ ହତ୍ୟା କରୁଛନ୍ତି।’ ମଦ ଦୋକାନ ଖୋଲି […]
ମୋହନା: ମୃତଦେହ ମିଳିବାର ଦିନକ ପରେ ମିଳିଲା କଟା ମୁଣ୍ଡ। ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଭାଲିଆସାହି ଗାଁରେ ଗୁଣିଗାରେଡ଼ି ସନ୍ଦେହରେ ମଙ୍ଗଳବାର ଦିନ ଜଣେ ବୃଦ୍ଧଙ୍କୁ ଅତି ନିର୍ମମ ଭାବେ ହତ୍ୟା କରଯାଇଥିଲା। ତାଙ୍କ ନାଁ ଦସୁ ମଲ୍ଲିକ। ଗତକାଲି ଦସୁଙ୍କର ମୁଣ୍ଡ ବିହୀନ ମୃତଦେହ ମିଳିଥିଲା। ଏହାପରେ ପୁଲିସ୍ ବିଭିନ୍ନ ଅଞ୍ଚଳରେ ଖୋଳତାଡ଼ କରିବା ପରେ ସ୍ଥାନୀୟ ମେରମା ସୌରା ସାହି ଗାଁ ନିକଟରୁ କଟା ମୁଣ୍ଡ ଉଦ୍ଧାର କରିଛି। ଗାଁ ପାଖରେ […]
ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ରାଣୀଗୁଡ଼ା ଗାଁରେ ଭୂତ ଛଡ଼ାଇବା ନାଁରେ ଜଣେ ବାଳକକୁ ଗୁଣିଆ ନିର୍ଘାତ ମାଡ଼ ମାରିବା ଘଟଣାରେ ପୁଲିସ୍ ତତ୍ପରତା ଦେଖାଇଛି। ଏହି ଘଟଣାରେ ଗୁଣିଆ ଦମ୍ପତିଙ୍କୁ କମର୍ଦ୍ଦା ପୋଲିସ୍ ଗିରଫ କରି ସେମାନଙ୍କୁ ପଚରାଉଚରା କରୁଛି। ଗତକାଲି ଭୂତ ଛଡ଼ାଇବା ନାଁରେ ସମ୍ପୃକ୍ତ ବାଳକକୁ ଗୁଣିଆ ନିର୍ଘାତ ମାଡ଼ ମାରିଥିଲେ। ଯାହାର ଭିଡ଼ିଓ ଭାଇରାଲ୍ ହୋଇଥିଲା। ଗୁଣିଆ ଜଣଙ୍କ ବାଳକକୁ ବାଡ଼ି ଏବଂ କଣ୍ଟା ଗଛରେ ନିର୍ଧୂମ ପିଟିବା ସହ ଚପଲ ଖୁଆଇଥିଲେ। […]
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଖନ୍ତପଡ଼ା ଥାନା ଅନ୍ତର୍ଗତ ପଣପଣାରେ ଥିବା ଫାଲ୍କନ୍ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଗ୍ୟାସ୍ ଲିକ୍ ଘଟଣାରେ କମ୍ପାନୀ ବିରୋଧରେ ମାମଲା ରୁଜୁ ହୋଇଛି। ଏହାସହ ଏହି ଘଟଣାରେ ଫ୍ୟାକ୍ଟ୍ରିର ୭ ଅଧିକାରୀଙ୍କୁ ଅଟକ ରଖାଯାଇ ପଚରାଉଚରା ଚାଲିଛି। ଗତକାଲି ରାତିରେ ଏହି ଚିଙ୍ଗୁଡ଼ି ପ୍ରୋସେସିଂ ଫ୍ୟାକ୍ଟ୍ରିରେ କ୍ଲୋରିନ୍ ଗ୍ୟାସ୍ ଲିକ୍ ଯୋଗୁ ୮୮ଜଣ ମହିଳା କର୍ମଚାରୀ ଅଣନିଃଶ୍ୱାସୀ ହୋଇ ଅସୁସ୍ଥ ହୋଇପଡ଼ିଥିଲେ। ପ୍ରଥମେ ସେମାନଙ୍କୁ ଖନ୍ତାପଡ଼ା ମେଡିକାଲ୍ ଓ ପରେ ବାଲେଶ୍ୱର ମେଡିକାଲ୍କୁ ସ୍ଥାନାନ୍ତର […]
ଭୁବନେଶ୍ୱର: ସାମ୍ନାକୁ ଆସିଲା ‘କାଳିଆ’ ଯୋଜନା ଘୋଟାଲାର ଆଉ ଏକ ତଥ୍ୟ। ଅନୁଦାନ ପ୍ରଦାନରେ ବ୍ୟାପକ ହେରଫେର ହୋଇଥିବା କଥା ସାମ୍ନାକୁ ଆସିଛି। ପ୍ରାୟ ୪୫ ହଜାର ଅଯୋଗ୍ୟଙ୍କୁ ସରକାରୀ ରାଜକୋଷରୁ କାଳିଆ ଟଙ୍କା ଯାଇଛି। ବିଧାନସଭାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଏହି ତଥ୍ୟ ଦେଇଛନ୍ତି ନିଜେ କୃଷିମନ୍ତ୍ରୀ ଅରୁଣ ସାହୁ। ବିଧାୟକ ତାରା ପ୍ରସାଦ ବାହିନୀପତି, ଅଶ୍ୱିନୀ ପାତ୍ର ଏବଂ ଅନନ୍ତ ଜେନାଙ୍କ ପ୍ରଶ୍ନରେ କୃଷିମନ୍ତ୍ରୀ ଏହି ଲିଖିତ ଉତ୍ତର ଦେଇଛନ୍ତି। ଏହାସହ […]
ଭୁବନେଶ୍ୱର: ବିଜେଡି ବିଧାୟକଙ୍କୁ ଦଳୀୟ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଡ଼ା ନିର୍ଦ୍ଦେଶ। ଦୈନିକ ବିଧାନସଭାରେ ଉପସ୍ଥିତ ରହିବାକୁ ବିଜେଡି ବିଧାୟକମାନଙ୍କୁ ମୁଖ୍ୟମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏଣିକି ୨ ଦିନରୁ ଅଧିକ ଦିନ ଛୁଟିରେ ରହିଲେ ବିଧାୟକଙ୍କୁ ନେବାକୁ ପଡ଼ିବ ମୁଖ୍ୟମନ୍ତ୍ରୀଙ୍କ ଅନୁମତି। ଆଜି ଆୟୋଜିତ ବିଧାୟକ ଦଳ ବୈଠକରେ ନିଜେ ଏ ସମ୍ପର୍କରେ ଚେତାଇ ଦେଇଛନ୍ତି ଖୋଦ୍ ଦଳର ମୁଖିଆ। ଖାଲି ଏତିକି ନୁହେଁ ବିଧାନସଭାରେ ବିଧାୟକଙ୍କ ଉପସ୍ଥାନ, ବିଭିନ୍ନ ପ୍ରଶ୍ନୋତ୍ତରରେ ସେମାନଙ୍କ […]
ଭୁବନେଶ୍ୱର: ବିଧାନସଭାର ଶୀତକାଳୀନ ଅଧିବେଶନ ଆଜି ଆରମ୍ଭ ହୋଇଛି। ହେଲେ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଗୃହ ଭିତରେ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଗୃହ ଭିତରେ ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କହିବା ଶୈଳୀରେ ସଦସ୍ୟମାନଙ୍କୁ ଆପଣମାନେ ଖୁସି ତ ? ବୋଲି ପଚାରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ଯେତେବେଳେ ଗୃହ ଭିତରକୁ ପ୍ରବେଶ କରିଥିଲେ, ତାରା ବାହିନୀପତି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆପଣ ଖୁସି ତ ସାର୍ ବୋଲି ପଚାରିଥିଲେ। […]
ରାଉରକେଲା: ନକଲି ସାର୍ଟିଫିକେଟ୍ ଦେଇ ଡାକ୍ତର ସାଜିଥିବା ପଦ୍ମନାଭନ ମୁଖୀ କାରୁଆଙ୍କୁ ପୁଲିସ୍ ଗିରଫ କରିଛି। ଗତକାଲି ବିଳମ୍ବିତ ରାତିରେ ରାଉରକେଲା ସେକ୍ଟର-୧୫ ସ୍ଥିତ ଘରୁ ସୁନ୍ଦରଗଡ଼ ଟାଉନ୍ ଥାନା ପୁଲିସ୍ ଗିରଫ କରି ତାଙ୍କୁ ପଚରାଉଚରା ଚଳାଇଛି। ଏଥିସହ ତାଙ୍କ ସାର୍ଟିଫିକେଟ୍ର ସତ୍ୟାସତ୍ୟ ନେଇ ମଧ୍ୟ ଯାଞ୍ଚ ଚାଲିଛି। ଘଟଣାର ଖୋଳତାଡ଼ ନିମନ୍ତେ ସୁନ୍ଦରଗଡ଼ ପୁଲିସ୍ର ଏକ ଟିମ୍ ବୁର୍ଲା ମେଡିକାଲ କଲେଜ ଯିବ ବୋଲି ଜଣାପଡ଼ିଛି। ୨୦୧୬ ମସିହାରେ ପଦ୍ମନାଭନ, ସ୍ୱାସ୍ଥ୍ୟ ବିଭାଗ ଆଖିରେ […]
ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ସଫେଇ କର୍ମଚାରୀଙ୍କ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଦୀର୍ଘଦିନ ହେଲା ଦରମା ନ ମିଳିବାରୁ ବାରିପଦା ପୌରପାଳିକାର ସଫେଇ କର୍ମଚାରୀମାନେ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସଫେଇ କର୍ମଚାରୀମାନେ ସହରରୁ ଅଳିଆ ସଫା କରି ଆଣି ପୌରପାଳିକା କାର୍ଯ୍ୟାଳୟ ଭିତରକୁ ଫିଙ୍ଗିବା ସହ ଆନ୍ଦୋଳନ କରିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବାରୁ ଟାଉନ୍ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସଫେଇ କର୍ମଚାରୀଙ୍କ ଅଭିଯୋଗ ଅନୁଯାୟୀ, ଗତମାସଠୁ ଏକ ନୂଆ ଠିକା ସଂସ୍ଥା ମ୍ୟୁନିସିପାଲିଟିର […]
ରାଉରକେଲା: ରାଉରକେଲା ସେକ୍ଟର ୨ ସ୍ଥିତ ଏକ ଘର ଭିତରୁ ଜଣେ କଲେଜ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ନୀଳଶୈଳ କଲେଜର ଯୁକ୍ତ ୩ ଦ୍ୱିତୀୟ ବର୍ଷର ଛାତ୍ର। ତାଙ୍କ ବୟସ ୨୧ ବର୍ଷ ହେବ ବୋଲି ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ଛାତ୍ର ଜଣକ ଆତ୍ମହତ୍ୟା କରିଥିବା ରୁମ୍ ଭିତରୁ ଏକ ସୁଇସାଇଡ୍ ନୋଟ୍ ଜବତ କରାଯାଇଛି। ତାଙ୍କର ଆତ୍ମହତ୍ୟା ପାଇଁ କେହି ଦାୟୀ ନୁହଁନ୍ତି […]
ମୋହନା (ମିହିର ଜତି): ବିଜ୍ଞାନ ଯୁଗରେ ବି ଚାଲିଛି ଅନ୍ଧବିଶ୍ୱାସର ରାଜୁତି। ଏଭଳି ଏକ ଅନ୍ଧବିଶ୍ୱାସର ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ଥାନା ଭାଲିଆସାହି ଗାଁରେ। ଗୁଣିଗାରେଡ଼ି ସନ୍ଦେହରେ ଅତି ନିର୍ମମ ଭାବେ ଜଣେ ବୃଦ୍ଧଙ୍କୁ ହତ୍ୟା କରଯାଇଥିବା ଅଭିଯୋଗ ହୋଇଛି। ଗତକାଲି ସନ୍ଧ୍ୟାରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ଭାଲିଆସାହି ଗାଁର ଦସୁ ମଲ୍ଲିକ(୬୫)। ଗୁଣିଗାରେଡ଼ି ସନ୍ଦେହରେ ବାପାଙ୍କୁ ଏଭଳି ହତ୍ୟା କରାଯାଇଥିବା ମୃତକଙ୍କ ପୁଅ ଥାନାରେ ଅଭିଯୋଗ କରିଛନ୍ତି। […]
ବାଙ୍କୀ: କଟକ ଜିଲ୍ଲା ବାରଙ୍ଗ ଥାନା ଅନ୍ତର୍ଗତ ତ୍ରିଶୁଳିଆ ବ୍ରିଜ୍ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସ୍ଥାନୀୟ କୃଷ୍ଣଚନ୍ଦ୍ରପୁର ଗାଁ ବାରିକ ସାହିର ମୂରଲୀଧର ପାଲ୍। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ତ୍ରିଶୁଳିଆ ଛକ ଠାରୁ କଟକ ଅଭିମୁଖେ ଯିବାକୁ ଥିବା ଏହି ବ୍ରିଜ୍ ନିକଟରେ ବିଳମ୍ବିତ ରାତିରେ ଏକ ଅଜଣା ଗାଡ଼ି ମୂରଲୀଧରଙ୍କୁ ପିଟିଦେଇ ପଳାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ […]
ଭୁବନେଶ୍ୱର: ଆଜି ଛାଡ଼ଖାଇ। କାର୍ତ୍ତିକ ମାସ ପାଇଁ ସମ୍ପୂର୍ଣ୍ଣ ଗୋଟିଏ ମାସ ଧରି ନିରାମିଷ ଖାଦ୍ୟ ଖାଇଥିବା ଆମିଷାଶୀମାନେ ପାଟି ଅରୁଚି ଛଡ଼ାଇବା ପାଇଁ ଏହି ଦିନକୁ ଅପେକ୍ଷା କରି ରହିଥା’ନ୍ତି। ଏଥିପାଇଁ ସକାଳୁ ସକାଳୁ ଆମିଷ ବଜାରରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି। ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ମାଛ ମାର୍କେଟ ସହ ମାଂସ ଦୋକନରେ ମଧ୍ୟ ପ୍ରବଳ ଭିଡ ଜମିଛି। ଭୁବନେଶ୍ୱରର ୟୁନିଟ୍ ୪ ମାଛ ବଜାର, ଡମଣା, ଚନ୍ଦ୍ରଶେଖରପୁର ଭଳି ବିଭିନ୍ନ ବଜାରରେ ମାଛ […]
ଭୁବନେଶ୍ୱର: ଚଳନ୍ତା କାର୍ରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ପରେ ଖୋର୍ଦ୍ଧା ପିଏନ୍ କଲେଜ ସମ୍ମୁଖରେ ଫିଙ୍ଗିଦେବା ଘଟଣାରେ ପୁଲିସ୍କୁ ଏଯାଏ କୌଣସି ପ୍ରମାଣ ମିଳିନି। ତେଣୁ ଏହି ଘଟଣାରେ ୪ଦିନ ହେଲା ଖଣ୍ଡଗିରି ଥାନାରେ ଅଟକ ଥିବା କାର୍ ଡ୍ରାଇଭରକୁ ପୁଲିସ୍ ଛାଡ଼ି ଦେଇଛି। ସୂଚନାଯୋଗ୍ୟ, ଗତ ୭ ତାରିଖ ଦିନ ଟ୍ୱିଟ୍ କରି ଭୁବନେଶ୍ୱର ଡିସିପି ସୂଚନା ଦେଇଥିଲେ ଯେ, ଏହି ଘଟଣାରେ ଅଭିଯୁକ୍ତକୁ ଅଟକ ରଖାଯିବା ସହ କାର୍କୁ ମଧ୍ୟ ଜବତ କରାଯାଇଛି। ଏହି […]
ନୀଳଗିରି: ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ୍ ଅନ୍ତର୍ଗତ ଧୋବଶିଳା ପଞ୍ଚାୟତର ୧୧ ନମ୍ବର ୱାର୍ଡ ଅଧୀନରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରରେ କେହି ଦୁବୃର୍ତ୍ତ ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି। ଦୀର୍ଘ ଦେଢ଼ ବର୍ଷ ହେବ ଏହି ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିଥିଲା। କୌଣସି କାରଣରୁ ଅଙ୍ଗନବାଡ଼ି କର୍ମୀଙ୍କୁ ଗାଁଲୋକେ ବିରୋଧ କରିଥିଲେ। ଏହାପରେ ଅଙ୍ଗନବାଡ଼ି କର୍ମୀ ଓ ଗାଁ ଲୋକେ ଦୁଇଟି ପୃଥକ ପୃଥକ୍ ତାଲା ଝୁଲାଇ ଦେଇଥିଲେ। ତେବେ ଆଜି ସକାଳେ ଗାଁ ଲୋକେ ଅଙ୍ଗନବାଡ଼ି […]
ଭୁବନେଶ୍ୱର: ଦିନକ ପରେ ଅର୍ଥାତ୍ ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ। ପ୍ରଥମ ଦିନରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍ ଆଗତ ହେବ। ଡିସେମ୍ବର ୧୯ ତାରିଖ ଯାଏ ଶୀତ ଅଧିବେଶନ ଚାଲିବ। ଶୀତ ଅଧିବେଶନରେ ମୋଟ୍ ୩୦ଟି କାର୍ଯ୍ୟଦିବସ ରହିବ। ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି। ଏଥିସହ ଗୃହକୁ ସୁରୁଖୁରୁରେ ଚଳାଇବାକୁ ବିରୋଧୀଙ୍କ ସହଯୋଗ ମଧ୍ୟ ଲୋଡ଼ିଛନ୍ତି ମନ୍ତ୍ରୀ ବିକ୍ରମ […]
ସାଲେପୁର(ମନୋଜ ଆଚାର୍ଯ୍ୟ): ପୂରା ପ୍ଲାନ୍ କରି ଆସିଥିଲେ ବ୍ୟାଙ୍କରେ ଲୁଟ୍ କରିବା ପାଇଁ, ହେଲେ ଘଟିଲା ଏମିତି କିଛି। ଚୋରମାନେ ଯାହାକୁ ଟଙ୍କା ଭର୍ତ୍ତି ବାକ୍ସ ଭାବି ନେଇ ପଳାଇଛନ୍ତି, ପ୍ରକୃତରେ ତାହା ଏକ ଖାଲି ବାକ୍ସ। ସୂଚନା ଅନୁସାରେ, ଗତକାଲି ରାତିରେ କଟକ ଜିଲ୍ଲା ମାହାଙ୍ଗା ଥାନା ଅଞ୍ଚଳରେ ଥିବା ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ ଇଣ୍ଡିଆରେ ଲୁଟ୍ କରିବା ପାଇଁ ପୂର୍ବ ଯୋଜନା ମୁତାବକ ୩ ଯୁବକ ବ୍ୟାଙ୍କରେ ପହଞ୍ଚିଥିଲେ। ପ୍ରଥମେ ବ୍ୟାଙ୍କର ଝରକା ଭାଙ୍ଗି […]