• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

odisha
ଖୋଲିବନି ରତ୍ନ ଭଣ୍ଡାର !

ଭୁବନେଶ୍ୱର: ଏବେ ରତ୍ନଭଣ୍ଡାର ଖୋଲିବା ପାଇଁ କୌଣସି ପ୍ରସ୍ତାବ ନାହିଁ। ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗରେ ଆଜି ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଏହା କହିଛନ୍ତି। ରତ୍ନ ଭଣ୍ଡାର ଖୋଲାହେବା ସମ୍ପର୍କରେ ବିଧାୟକ ସୁରେଶ କୁମାର ରାଉତରାୟ ଆଜି ବିଧାନସଭାରେ ପ୍ରଶ୍ନ କରିଥିଲେ। ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଶେଷଥର ପାଇଁ କେବେ ଖୋଲା ଯାଇଥିଲା ଏବଂ ସେହି ସମୟରେ କ’ଣକ’ଣ ରତ୍ନ କେତେ ପରିମାଣର ଗଚ୍ଛିତ ଥିଲା ? ରତ୍ନଭଣ୍ଡାର ଏବେ […]

  • Wednesday, 21 July 2021
Odisha-Assembly1
ଓଡ଼ିଶା ବିଧାନସଭାରେ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ଚଳିତ ବର୍ଷର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହୋଇଛି। ଯାହାର ପରିମାଣ ରହିଛି ୮ ହଜାର ୧୨୬ କୋଟି ଟଙ୍କା। ଏହି ଅତିରିକ୍ତ ବଜେଟ୍‌ର ଆକାର ମୂଳ ବଜେଟ୍‌ର ୫.୮ ପ୍ରତିଶତ ହୋଇଥିବା ବେଳେ ଏହାର ୯୨ ପ୍ରତିଶତ ଅର୍ଥ କାର୍ଯ୍ୟକ୍ରମ ଖର୍ଚ୍ଚ ପାଇଁ ଉଦ୍ଦିଷ୍ଟ ଥିବା ଗୃହରେ ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମ ବ୍ୟୟ କ୍ଷେତ୍ରରେ ମୋଟ ବ୍ୟୟ ବରାଦ ୭ ହଜାର ୪୩୩ କୋଟି ଟଙ୍କା ଥିବା ବେଳେ ସେଥିରୁ […]

  • Wednesday, 21 July 2021
odisha
ଆଜିଠୁ ବ୍ରହ୍ମପୁରରୁ ଘରୋଇ ବସ୍ ଚଳାଚଳ ବନ୍ଦ, ଯାତ୍ରୀ ହନ୍ତସନ୍ତ

ବ୍ରହ୍ମପୁର: ଆଜିଠୁ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବସ୍‌ଷ୍ଟାଣ୍ଡରୁ ରାଜ୍ୟର ଅନ୍ୟ ସ୍ଥାନକୁ ଗଡ଼ିବନି ଘରୋଇ ବସ୍। ହଳଦିଆ ପଦର ବସ୍‌ଷ୍ଟାଣ୍ଡରୁ ବସ୍ ଚଳାଚଳ ନେଇ ଘରୋଇ ବସ୍ ମାଲିକ ସଂଘ ଓ ଗଞ୍ଜାମ ଜିଲ୍ଲା ପ୍ରଶାସନ ମଧ୍ୟରେ ଆଲୋଚନା ବିଫଳ ହେବା ପରେ ସଂଘ ଏହି ନିଷ୍ପତ୍ତି ନେଇଛି। ନୂଆ ବସ୍‌ଷ୍ଟାଣ୍ଡ ତିଆରି ହେବା ଯାଏ ବସ୍‌ ସେବା ବନ୍ଦ ରଖାଯିବ ବୋଲି ଘରୋଇ ବସ୍ ମାଲିକ ସଂଘ ନିଷ୍ପତ୍ତି ନେଇଛି। ଆଜିଠୁ ବ୍ରହ୍ମପୁର ବସ୍‌ଷ୍ଟାଣ୍ଡର ଉନ୍ନତିକରଣ […]

  • Wednesday, 21 July 2021
accident
ଗଛରେ ପିଟି ହେଲା ବାଇକ୍‌, ଚାଲିଗଲା ୨ ଜୀବନ

ଚାନ୍ଦବାଲି: ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବାଇକ୍‌। ଆଉ ଚାଲିଗଲା ଦୁଇ ଦୁଇଟି ଜୀବନ। ଭଦ୍ରକ ଜିଲ୍ଲା ବାଂଶଡା ଥାନା ଅନ୍ତର୍ଗତ ନୂଆଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକ ଦେଲେ ଅଶୋକ ଦାସ ଓ ବଳରାମ ନାୟକ। ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ଆନନ୍ଦ ନାୟକ। ମୃତାହତ ସମସ୍ତେ ନଳଗୋହିରା ଗାଁରେ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ  ୩ ଜଣ ଯୁବକ ଏକ ବାଇକ୍‌ରେ ମତୋ- […]

  • Wednesday, 21 July 2021
encounter
ଦୁର୍ଦ୍ଦାନ୍ତ ଅପରାଧୀ ଶିବାକୁ ଏନ୍‌କାଉଣ୍ଟର୍ କଲା ପୁଲିସ୍‌

ରାୟଗଡ଼ା: ରାୟଗଡ଼ାରେ ଦୁର୍ଦ୍ଦାନ୍ତ ଅପରାଧୀ ଶିବାକୁ ଏନ୍‌କାଉଣ୍ଟର୍ କରିଛି ପୁଲିସ୍‌। ଆଜି ଭୋରରୁ ଶିବା ଲୁଚି ରହିଥିବା ସ୍ଥାନରେ ଚଢ଼ଉ କରିଥିଲା ଟାଉନ ଥାନା ପୁଲିସ୍‌। ତେବେ ଏହି ସମୟରେ ପୁଲିସ୍‌ ଉପରକୁ ଗୁଳି ଚଲାଇଥିଲା ଶିବା। ଯାହାର ଜବାବ ଦେଇଥିଲା ପୁଲିସ୍‌। ଶିବାର ବାମ ଗୋଡ଼ରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଏମ୍‌କେସିଜିରେ ଭର୍ତ୍ତି କରାଯାଇଛି। ଶିବା ନାଁରେ ରାୟଗଡ଼ା ଓ ଅନ୍ୟ ଜିଲ୍ଲାରେ ୫୦ରୁ […]

  • Wednesday, 21 July 2021
maharathy
ମହାରଥୀ ଖାଇଛନ୍ତି ୧୦୦ କୋଟିର ଜମି: ବିଜେପି

ଭୁବନେଶ୍ୱର: ପିପିଲିର ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର। ଶହେ କୋଟିରୁ ଅଧିକ ଟଙ୍କା ମୂଲ୍ୟର ଜମି ହଡ଼ପ ନେଇ ଅଭିଯୋଗ ଆଣିଛନ୍ତି ଗୋଲକ ମହାପାତ୍ର। ମହାରଥୀ ନିଜ ହୁଙ୍କେଇପୁର ଫାର୍ମ ହାଉସ୍‌ ନିକଟବର୍ତ୍ତୀ ମୌଜା ପୋଢ଼ାଗୁଣ ଓ ପାଣିଦୋଳ ଗ୍ରାମର ବିଭିନ୍ନ ସରକାରୀ ପ୍ଲଟ୍‌କୁ ତାଙ୍କ ଫାର୍ମ ହାଉସ୍‌ରେ ମିଶାଇ ଦେଇ ଭୋଗ ଦଖଲ କରୁଛନ୍ତି ବୋଲି ବିଜେପି ଅଭିଯୋଗ ଆଣିଛି। ଯାହାର ଆନୁମାନିକ ମୂଲ୍ୟ […]

  • Wednesday, 21 July 2021
puri
ଶ୍ରୀମନ୍ଦିରର ଆନନ୍ଦ ବଜାର ଫଟୋ ଭାଇରାଲ୍‌

ପୁରୀ: ପୁରୀ ଶ୍ରୀମନ୍ଦିରର ଆନନ୍ଦ ବଜାର ଫଟୋ ଭାଇରାଲ୍‌ ହୋଇଛି। ପିଣ୍ଟୁ ମହାପାତ୍ର ନାମକ ଜଣେ ଯୁବକ ତାଙ୍କ ଫେସ୍‌ବୁକ୍‌ ଆକାଉଣ୍ଟରେ ଆନନ୍ଦ ବଜାରର ଫଟୋକୁ ଅପ୍‌ଲୋଡ୍ କରିଛନ୍ତି। ଆନନ୍ଦ ବଜାରରେ ମହାପ୍ରସାଦ ବିକ୍ରି ହେଉଥିବା ଦୃଶ୍ୟ ଏହି ଭାଇରାଲ ଫଟୋରେ ଦେଖିବାକୁ ମିଳିଛି। ଗତ ଅଗଷ୍ଟ ୧୯ ତାରିଖରେ ସମ୍ପୃକ୍ତ ଯୁବକ ଜଣକ ଏହି ଫଟୋକୁ ତାଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ୍‌ରେ ଅପ୍‌ଲୋଡ୍‌ କରିଥିଲେ। ସୂଚନାଥାଉ କି, ଗତ କିଛିଦିନ ତଳେ ନିରାକାରପୁର ଅଞ୍ଚଳର ଜଣେ ଯୁବତୀ […]

  • Wednesday, 21 July 2021
odisha
ଦ୍ରୁତ୍‌ ଗତିରେ ଆସି ଅଟୋକୁ ଧକ୍କା ଦେଲା କାର୍‌, ଗାଡ଼ିରୁ ମିଳିଲା...

କଟକ: ଦ୍ରୁତ୍‌ ଗତିରେ ଆସି ଅଟୋକୁ ଧକ୍କା ଦେଇ ଘଟଣାସ୍ଥଳରୁ ଖସି ଯିବାକୁ ଉଦ୍ୟମ ବେଳେ କାର୍‌ ଡ୍ରାଇଭରଙ୍କୁ ଧରିଲେ ଲୋକେ। ଏହାପରେ ଗାଡ଼ି ଭିତରୁ ଯାହା ମିଳିଥିଲା ତାହା ଦେଖି କିଛି ସମୟ ପାଇଁ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗତକାଲି ବିଳମ୍ବିତ ରାତିରେ କଟକ କ୍ୟାଣ୍ଟନମେଣ୍ଟ ରୋଡ୍‌ ରିଙ୍ଗବନ୍ଧରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ରିଙ୍ଗବନ୍ଧରେ ଏକ ଅଟୋରେ ଡ୍ରାଇଭର ସମେତ ୫ ଜଣ ଯାଉଥିଲେ। ଏହି ସମୟରେ ପଛରୁ […]

  • Wednesday, 21 July 2021
odisha
ନଗଡ଼ାରେ ସ୍ଥାନୀୟ ଲୋକଙ୍କୁ ବନ ବିଭାଗ ଦେଲା ନିଯୁକ୍ତି

ଯାଜପୁର: ଯାଜପୁର ଜିଲ୍ଲା ନଗଡ଼ାରେ ବନ ବିଭାଗ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦିଆଯାଇଛି। ନାଲିଆଡ଼ାବ, ଉପର ନଗଡ଼ା ଓ ତଳ ନଗଡ଼ାର ଲୋକଙ୍କୁ ଭିଏସ୍‌ଏସ୍‌ ଯୋଜନାରେ କାମ ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ବନ ବିଭାଗ ପକ୍ଷରୁ ୭ ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ସେମାନଙ୍କୁ ଜଙ୍ଗଲକୁ ସୁରକ୍ଷା କାର୍ଯ୍ୟରେ ନିୟୋଜିତ କରାଯାଇଛି। ପରବର୍ତ୍ତୀ ସମୟରେ ଆହୁରି ଅନେକ ଲୋକଙ୍କୁ ନିଯୁକ୍ତି ଦିଆଯିବ ବୋଲି ଫରେଷ୍ଟ ରେଞ୍ଜର କହିଛନ୍ତି। ବନ ବିଭାଗରେ ନିଯୁକ୍ତି ପାଇଥିବା ଜଣେ ନଗଡ଼ାବାସୀ କହିଛନ୍ତି, […]

  • Wednesday, 21 July 2021
odisha
ଇସ୍କନ ମନ୍ଦିର ପରିସରରୁ ମିଳିଲା ଝୁଲନ୍ତା ମୃତଦେହ

ଭୁବନେଶ୍ୱର: ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ଇସ୍କନ ମନ୍ଦିର ପରିସରରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ଗଞ୍ଜାମ ଜିଲ୍ଲା ଶେରଗଡ଼ର ବାବୁ ସାହୁ। ସେ ଜଣେ ସୁଇପର୍ ବୋଲି ଜଣାପଡ଼ିଛି। ଆଜି ସକାଳେ ଇସ୍କନ ମନ୍ଦିର ପରିସରରେ ଥିବା ଏକ ପାଇଖାନାରେ ତାଙ୍କ ମୃତଦେହ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ସେମାନେ ପୁଲିସ୍‌କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଓ ପୁଲିସ୍‌ ପହଞ୍ଚି ଛାନଭିନ୍ କରୁଛନ୍ତି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ […]

  • Wednesday, 21 July 2021
ship
ପାରାଦୀପ ବନ୍ଦରରେ ଲାଗିଲା ନୌସେନାର ଯୁଦ୍ଧ ଜାହାଜ

ପାରାଦୀପ: ନୌସେନା ସପ୍ତାହ ଅବସରରେ ୨ଟି ଯୁଦ୍ଧ ଜାହାଜ ଆଇଏନ୍ଏସ୍ ଘରିଆଲ ଓ ଆଇଏନ୍ଏସ୍ ରାଣା ପାରାଦୀପ ବନ୍ଦରରେ ଲାଗିଛି। ଆଜି ଓ ଆସନ୍ତାକାଲି ୨ ଦିନ ପାଇଁ ପାରାଦୀପ ବନ୍ଦରରେ ଏହି ୨ଟି ଯୁଦ୍ଧ ଜାହାଜ ରହିବ। ସ୍କୁଲ ଛାତ୍ରଛାତ୍ରୀ ଓ ସାଧାରଣ ଲୋକେ ମାଗଣାରେ ବୁଲି ଏହି ଯୁଦ୍ଧ ଜାହାଜ ଦେଖିପାରିବେ। ତେବେ ଯୁଦ୍ଧ ଜାହାଜ ଦେଖିବା ପାଇଁ ଆସୁଥିବା ବ୍ୟକ୍ତି ସାଙ୍ଗରେ ନିଜର ପରିଚୟ ପତ୍ର ଆଣି ପାରାଦୀପ ଜୟଦେବ ସଦନ ନିକଟରେ […]

  • Wednesday, 21 July 2021
odisha
ଭିଡ଼ ନିୟନ୍ତ୍ରଣ ଆଳରେ ମହିଳା ଭକ୍ତଙ୍କୁ ପୁଲିସ୍‌ର ଅସଦାଚରଣ !

ପୁରୀ: ପୁରୀ ସିଂହଦ୍ୱାର ସମ୍ମୁଖରେ ଭିଡ଼ ନିୟନ୍ତ୍ରଣ ଆଳରେ କିଛି ମହିଳା ଭକ୍ତଙ୍କୁ ପୁଲିସ୍‌ ଅସଦାଚରଣ କରୁଥିବା ନେଇ ସୋଶାଲ୍‌ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ପୁଲିସ୍‌ ଜଣେ ମହିଳାଙ୍କୁ ସର୍ବସମ୍ମୁଖରେ ମାଡ଼ ମାରିବା ସହ ଠେଲି ଦେଇ ତଳେ ଗଡ଼ାଇ ଦେଉଥିବା ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି। ମହାପ୍ରଭୁଙ୍କ ଦର୍ଶନ ଲାଗି ଧାଡ଼ିରେ ଥିବା କିଛି ମହିଳା ଆଗକୁ ବଢିବାକୁ ଉଦ୍ୟମ କରୁଥିଲେ। ଏହି ସମୟରେ ସେଠାରେ ପୁରୁଷ ଓ ମହିଳା ପୁଲିସ୍‌ ଅଧିକାରୀ […]

  • Wednesday, 21 July 2021
representational image
ମା’-ଝିଅଙ୍କୁ ଧକ୍କା ଦେଲା ଟ୍ରେନ୍‌

ଯାଜପୁର: ଯାଜପୁର- କେନ୍ଦୁଝର ରୋଡ୍‌ର ଅହମ୍ମଦନଗରଠାରେ ଟ୍ରେନ୍‌ ଧକ୍କାରେ ମା’ ଝିଅଙ୍କ ମୃତ୍ୟୁ ଘଟିଛି। ରେଳ ଲାଇନ୍ ପାର୍ ହେଉଥିବା ବେଳେ ଦୁହିଁଙ୍କୁ ହାଓ୍ୱଡା-ପୁରୀ ଏକ୍ସପ୍ରେସ୍ ଧକ୍କା ଦେଇଥିବା ଜଣାପଡ଼ିଛି। ମୃତକ ହେଲେ କାଠି ରାନା ଓ ତାଙ୍କ ଝିଅ ଗୁରୁବାରି ରାନା। ସେମାନଙ୍କ ଘର ବ୍ୟାସନଗର ପୋୖରାଞ୍ଚଳ ସ୍ଥିତ ଚାନ୍ଦମା ଗାଁରେ। ଘଟଣାସ୍ଥଳରେ ଜିଆରପି ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

  • Wednesday, 21 July 2021
air india
ଜାନୁଆରୀ ୨୦ରୁ ଭୁବନେଶ୍ୱର-ସୁରଟ ମଧ୍ୟରେ ଉଡ଼ିବ ବିମାନ

ଭୁବନେଶ୍ୱର: ଜାନୁଆରୀ ୨୦ ତାରିଖରୁ ଭୁବନେଶ୍ୱର-ସୁରଟ ମଧ୍ୟରେ ବିମାନ ଚଳାଚଳ କରିବ। ଏୟାର ଇଣ୍ଡିଆ ଏହି ବିମାନ ସେବା ଯୋଗାଇବ। ସୋମବାର ଓ ଗୁରୁବାର ଭୁବନେଶ୍ୱରରୁ ବିମାନ ଛାଡ଼ିବ। ସେହିପରି ସୁରଟରୁ ଶୁକ୍ରବାର ଓ ରବିବାର ବିମାନ ଛାଡ଼ିବ। ବେଙ୍ଗାଲୁରୁ-ଭୁବନେଶ୍ୱର-ସୁରଟ ମଧ୍ୟରେ ଏହି ବିମାନ ଚଳାଚଳ କରିବ। ଏହି ନିଷ୍ପତ୍ତି ପରେ ଏୟାର ଇଣ୍ଡିଆ CMDଙ୍କୁ ଟ୍ୱିଟ୍ କରି ସାଂସଦ ଅପରାଜିତା ଷଡ଼ଙ୍ଗୀ ଧନ୍ୟବାଦ ଜଣାଇଛନ୍ତି। Congratulations to all our Odia friends in Bhubaneswar […]

  • Wednesday, 21 July 2021
odisha
ଭୁଶୁଡ଼ିଲା ପରିତ୍ୟକ୍ତ କୋଠା, ଚାଲିଗଲା ନାବାଳକ ଜୀବନ

ଜୟପୁର: କୋରାପୁଟ ଜିଲ୍ଲା ବାରିଣୀପୁଟ ଅପର କୋଲାବରେ ଗତକାଲି ବିଳମ୍ବିତ ରାତିରେ ଏକ ପରିତ୍ୟକ୍ତ କୋଠା ଭୁଶୁଡି ପଡ଼ିବା ଫଳରେ ଏକ ଛୋଟ ଛୁଆର ମୃତ୍ୟୁ ଘଟିଛି। ତାଙ୍କ ନାଁ ରସେଲ୍‌ ଖରା। ତାଙ୍କ ବୟସ ୮ ବର୍ଷ ବୋଲି ଜଣାପଡ଼ିଛି। ଉକ୍ତ କୋଠା ତଳେ ଗୋଟିଏ ପରିବାରର ୪ ଜଣ ଫସି ରହିଥିଲେ। ସେମାନଙ୍କ ମଧ୍ୟରୁ ରସେଲ୍‌ଙ୍କ ମା’ ମହିଳା ସୂର୍ଯ୍ୟ ମଣି, ଭଉଣୀ ରଶ୍ମି ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର […]

  • Wednesday, 21 July 2021
odisha
ଦୁଇ ଦୁଇ ଥର ଚଳନ୍ତା ଟ୍ରେନ୍‌ରେ ଲାଗିଲା ନିଆଁ

କଣ୍ଟାବାଞ୍ଜି: ଥରେ ନୁହେଁ ଦୁଇ ଦୁଇ ଥର ଚଳନ୍ତା କୋଇଲା ବୋଝେଇ ଟ୍ରେନ୍‌ରେ ଲାଗିଗଲା ନିଆଁ। ଟ୍ରେନ୍‌ଟି ଆଜି ବିଶାଖାପାଟଣାରୁ ରାୟପୁର ଯାଉଥିବା ବେଳେ ପ୍ରଥମେ ରହେନ୍‌ଭଟା ରେଲ୍‌ୱେ ଷ୍ଟେସନ୍‌ରେ  ନିଆଁ ଲାଗିଯାଇଥିଲା ବୋଲି ଜଣାପଡ଼ିଛି। ନିଆଁ ଲିଭିବା ପରେ ମାଲ୍‌ବାହୀ ଟ୍ରେନ୍‌ଟି ରାୟପୁର ଅଭିମୁଖେ ଗଡ଼ିଥିଲା। ପୁଣି ଅଧା ବାଟରେ ଟ୍ରେନ୍‌ରେ ନିଆଁ ଲାଗି ଯାଇଥିଲା। ଏନେଇ ମୁରିବାହାଲ ଷ୍ଟେସନ୍ ମାଷ୍ଟର, କଣ୍ଟାବାଞ୍ଜି ଷ୍ଟେସନ୍ ମାଷ୍ଟରଙ୍କୁ ସୂଚନା ଦେଇଥିଲେ। ଖବରପାଇ ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ନିଆଁକୁ […]

  • Wednesday, 21 July 2021
odisha
ମହଙ୍ଗା ପଡ଼ିଲା ଛାତ୍ରୀଙ୍କୁ ଅସଦାଚରଣ, ଗିରଫ ହେଲେ ଇଂଲିଶ ଏଚ୍‌ଓଡି

ବାରିପଦା (ମାଣିକଲାଲ ପାଣି): ମହଙ୍ଗା ପଡ଼ିଲା ଛାତ୍ରୀଙ୍କୁ ଅସଦାଚରଣ କରିବା। ଅସଦାଚରଣ ଅଭିଯୋଗରେ ବାରିପଦା ସ୍ଥିତ ଏମ୍‌ପିସି ସ୍ୱୟଂଶାସିତ କଲେଜର ଇଂଲିଶ ଡିପାର୍ଟମେଣ୍ଟ୍‌ର ଏଚ୍‌ଓଡିଙ୍କୁ ପୁଲିସ୍‌ ଗିରଫ କରିଛି। କଲେଜ କର୍ତ୍ତୃପକ୍ଷ ଗତକାଲିଠୁ ସମ୍ପୃକ୍ତ ଅଧ୍ୟାପକଙ୍କୁ ଛୁଟିରେ ଯିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ସେ କଲେଜ ପରିସରରେ ଲୁଚି କି ରହିଥିଲେ। ଏହା ଜାଣି ପିଲାମାନେ ତାଙ୍କୁ କାବୁ କରି ପୁଲିସ୍‌ ଜିମା ଦେଇଥିଲେ ଓ ପୁଲିସ୍‌ ତାଙ୍କୁ ଗିରଫ କରିଥିଲା। ପୂରା ଘଟଣାଟି ଥିଲା ଏମିତି… […]

  • Wednesday, 21 July 2021
accident
ରାସ୍ତା ଖାଇଛି ୧୮ ହଜାର ମୁଣ୍ଡ

ଭୁବନେଶ୍ୱର: ରାଜ୍ୟରେ କ୍ରମାଗତ ଭାବେ ଦୁର୍ଘଟଣା ଓ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଏନେଇ ବିଧାନସଭାରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ଗତ ୪ ବର୍ଷ ମଧ୍ୟରେ ୪୦ ହଜାରରୁ ଅଧିକ ସଡ଼କ ବା ରାସ୍ତା ଦୁର୍ଘଟଣା ହୋଇଥିବା ବେଳେ ଏଥିରେ ୧୮ହଜାର ୬୮୩ଜଣଙ୍କ ମୃତ୍ୟୁ ଘଟିଛି। ୨୦୧୬ରେ ୧୦ହଜାର ୫୩୨ଟି ଦୁର୍ଘଟଣାରେ ୪ହଜାର ୪୬୩ ଜଣଙ୍କ ମୃତ୍ୟୁ ହୋଇଛି। ୨୦୧୭ରେ ୧୦ ହଜାର ୮୫୫ ଦୁର୍ଘଟଣାରେ ୪୭୯୦ ଜଣଙ୍କ ମୃତ୍ୟୁ […]

  • Wednesday, 21 July 2021
congress
‘ରାଜ୍ୟ ସରକାର ଭାବୁଛନ୍ତି ଡିଜିପିମାନେ ଯେମିତି କଣ୍ଢେଇ’

ଭୁବନେଶ୍ୱର: ରାତି ଅଧିଆ ଡିଜିପି ଅପସାରଣ ନେଇ ବରିଷ୍ଠ କଂଗ୍ରେସ ନେତା ତାରା ବାହିନୀପତି ଓ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ନିଜ ପ୍ରତିକ୍ରିୟାରେ ତାରା କହିଛନ୍ତି,“ ଯେତେବେଳେ ରାଜ୍ୟ ସରକାର ତାଙ୍କୁ ଡିଜିପି ନିଯୁକ୍ତି ଦେଲେ ସେତେବେଳେ କ’ଣ ରାଜ୍ୟ ସରକାର ତାଙ୍କ କାର୍ଯ୍ୟକଳାପ ସମ୍ପର୍କରେ ଜାଣି ନ ଥିଲେ ? ଯଦି ଜାଣି  ନଥିଲେ ସେଥିପାଇଁ ରାଜ୍ୟ ସରକାର ଦାୟୀ। ରାତି ଅଧିଆ ଜଣକୁ ବାହାର କରି ଫୋପାଡ଼ି ଦେବା […]

  • Wednesday, 21 July 2021
flight
ଭୁବନେଶ୍ୱରରୁ ରାସ୍-ଅଲ୍-ଖଇମା ମଧ୍ୟରେ ସିଧାସଳଖ ବିମାନ ସେବା ପାଇଁ ଧର୍ମେନ୍ଦ୍ରଙ୍କ ଚିଠି

ଭୁବନେଶ୍ୱର: ଭୁବନେଶ୍ୱର ଓ ୟୁଏଇ ସ୍ଥିତ ରାସ୍-ଅଲ୍-ଖଇମା ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଚିଠି ଲେଖିଛନ୍ତି। ଏଥିରେ ବ୍ୟକ୍ତିଗତ ହସ୍ତକ୍ଷେପ ପାଇଁ ଧର୍ମେନ୍ଦ୍ର ପ୍ରଧାନ, ହରଦୀପ ସିଂ ପୁରୀଙ୍କୁ  ଅନୁରୋଧ କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି, ଭୁବନେଶ୍ୱର ବିମାନବନ୍ଦର ଅନ୍ତର୍ଜାତୀୟ ବିମାନବନ୍ଦର ଭାବେ ପରିଚାଳିତ ହେବାପରେ ୨୦୧୫ରୁ ଭୁବନେଶ୍ୱରକୁ ବିଦେଶୀ ଯାତ୍ରୀ ତଥା ପର୍ଯ୍ୟଟକ ଓ ଏନ୍‌ଆର୍‌ଆଇଙ୍କ […]

  • Wednesday, 21 July 2021
satyajit mohanty
ଅନ୍ତରୀଣ ଡିଜିପି ଭାବେ ଦାୟିତ୍ୱ ନେଲେ ସତ୍ୟଜିତ ମହାନ୍ତି

ଭୁବନେଶ୍ୱର: ରାଜ୍ୟ ପୁଲିସ୍‌ର ଅନ୍ତରୀଣ ଡିଜି ଭାବେ ସତ୍ୟଜିତ ମହାନ୍ତି ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି।କଟକ ପୁଲିସ୍‌ ମୁଖ୍ୟାଳୟରେ ଆଜି ବିଧିବଦ୍ଧ ଭାବେ ସେ ଦାୟିତ୍ୱ ନେଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଦାୟିତ୍ୱକୁ ସୁଚାରୁରୂପେ ପରିଚାଳନା କରିବା ସହ ସମସ୍ତ ଅଧିକାରୀଙ୍କୁ ନେଇ କାମ କରିବେ ବୋଲି ଏହି ଅବସରରେ ସତ୍ୟଜିତ ମହାନ୍ତି କହିଛନ୍ତି। ବରିଷ୍ଠ ଆଇପିଏସ୍ ଅଧିକାରୀ ଅଭୟଙ୍କୁ ପୋଲିସ ମହାନିର୍ଦ୍ଦେଶକ ଭାବେ ରାଜ୍ୟ ସରକାର ନିଯୁକ୍ତ କରିଛନ୍ତି। ବିଜୟ କୁମାର ଶର୍ମାଙ୍କୁ ହଟାଇ […]

  • Wednesday, 21 July 2021
representational image
କାରାଗାରରେ କଏଦୀ ଆତ୍ମହତ୍ୟା ଘଟଣା: ନିଲମ୍ବିତ ହେଲେ ଜେଲ୍‌ ଓ୍ୱାର୍ଡର

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା କାରାଗାରରେ ଗତ ୧୮ ତାରିଖରେ ଜଣେ ବିଚାରାଧୀନ କଏଦୀ ଆତ୍ମହତ୍ୟା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦାୟିତ୍ୱରେ ଥିବା ଜେଲ୍‌ ଓ୍ୱାର୍ଡର ରମେଶ କବିଙ୍କୁ ଚାକିରିରୁ ନିଲମ୍ୱିତ କରାଯାଇଛି। ଏଥିସହ ଦୁଇ ଜଣ ମୁଖ୍ୟ ୱାର୍ଡରଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ଉପେନ୍ଦ୍ର ମହାନ୍ତଙ୍କୁ ବଡ଼ବିଲ୍‌ ଓ ଗୁମାନ ଜାମୁଡାଙ୍କୁ କରଞ୍ଜିଆ ବଦଳି କରାଯାଇଛି। କର୍ତ୍ତବ୍ୟରେ ଅବହେଳା ପାଇଁ ସମ୍ୱଲପୁର ରେଞ୍ଜ ଡିଆଇଜି ଅମୀୟ ପଟ୍ଟନାୟକ ଏହି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ […]

  • Wednesday, 21 July 2021
odisha
ବିଫଳ ହେଲା ଡିଆଇଜିଙ୍କ ସହ ଚାଷୀଙ୍କ ଆଲୋଚନା

ବରଗଡ଼(ଦୀପକ ଶର୍ମା): ଧାନ ସଂଗ୍ରହ ପ୍ରକ୍ରିୟାରେ ଟୋକନ୍‌ ବ୍ୟବସ୍ଥାକୁ ବିରୋଧ କରି ବରଗଡ଼ ଜିଲ୍ଲାରେ ଚାଷୀଙ୍କ ଆନ୍ଦୋଳନ ଦିନକୁ ଦିନ ତୀବ୍ରତର ହେବାରେ ଲାଗିଛି। ଏହି ବ୍ୟବସ୍ଥା ପ୍ରତ୍ୟାହାର ଜିଦ୍‌ରେ ଅଟଳ ଥିବା ଚାଷୀଙ୍କ ସହ ଉତ୍ତରାଞ୍ଚଳ ଡିଆଇଜିଙ୍କ ବୈଠକ ଫେଲ୍ ହୋଇଛି। ଚାଷୀଙ୍କୁ ବୁଝାସୁଝା କରିବା ପାଇଁ ଗତକାଲି ସନ୍ଧ୍ୟାରେ ଅତାବିରା ଥାନାରେ ଏକ ଆଲୋଚନା ହୋଇଥିଲା। ଏଥିରେ ପୁଲିସ୍‌, ପ୍ରଶାସନ ଓ ଚାଷୀ ସାମିଲ ହୋଇଥିଲେ। ଉତ୍ତରାଞ୍ଚଳ ଡିଆଇଜି ହିମାଂଶୁ ଲାଲ୍‌, ବରଗଡ଼ ଏସ୍‌ପି, […]

  • Wednesday, 21 July 2021
odisha
ଟୋକନ୍‌ ବିରୋଧରେ ତେଜୁଛି ଅସନ୍ତୋଷ

ଭୁବନେଶ୍ୱର: ଧାନ କିଣାରେ ଟୋକନ୍ ବ୍ୟବସ୍ଥା ପ୍ରଚଳନ ବିରୋଧରେ ଅସନ୍ତୋଷ ତେଜିବାରେ ଲାଗିଛି। ଏହି ବ୍ୟବସ୍ଥା ପ୍ରତ୍ୟାହାରର ଡେଡ୍ ଲାଇନ୍ ଆଜି ଦିନ ୧୨ଟାରେ ସରିବା ପରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶତାଧିକ ଚାଷୀ। ଚାଷୀମାନେ ୩ ଟ୍ରାକ୍ଟର ଧାନ ନେଇ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପ୍ରବେଶ କରିବା ପାଇଁ ବିରାଟ ଶୋଭାଯାତ୍ରାରେ ବାହାରିଥିଲେ। ପୂର୍ବ ନିଷ୍ପତ୍ତି ଅନୁଯାୟୀ, ଚାଷୀମାନେ ଏହି ଧାନ ନେଇ ଜିଲ୍ଲାପାଳଙ୍କ ଅଫିସ୍‌ରେ ଢାଳିବାର କାର୍ଯ୍ୟକ୍ରମ ଥିଲା। ହେଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଚାଷୀଙ୍କୁ ପୁଲିସ୍ […]

  • Wednesday, 21 July 2021
child
ବାପା ନା ପିଶାଚ ! ମାସକର ଝିଅକୁ ମାରିଦେଲା !

ଟିଟିଲାଗଡ଼: ବାପା ନା ପିଶାଚ ! ଜନ୍ମଦାତା ବାପା ଯଦି ନିଜ ଛୁଆର ହତ୍ୟାକାରୀ ସାଜେ, ତା’ ହେଲେ ତାକୁ କ’ଣ କୁହାଯାଇ ପାରିବ?  ପିଶାଚ କିମ୍ବା ସଇତାନ । ଏପରି ଲୋମଟାଙ୍କୁରା ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ର ମନିଗାଁରେ । ଏଠାରେ ବାପା ନିଜର ମାସକର ଝିଅକୁ ପିଟି ପିଟି ମାରିଦେଇଥିବା ଅଭିଯୋଗ ହୋଇଛି। ଏନେଇ ଝିଅର ମା’ ଟିଟିଲାଗଡ଼ ଥାନାରେ ଅଭିଯୋଗ କରିଛନ୍ତି। ଗତକାଲି ରାତିରେ କୌଣସି କଥାକୁ ନେଇ ମା’ଙ୍କ ସହ […]

  • Wednesday, 21 July 2021