• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

cyclone
ଅତି ଭୟଙ୍କର ରୂପ ନେଲା ‘ବୁଲ୍‌ବୁଲ୍‌’

ଭୁବନେଶ୍ୱର: ବାତ୍ୟା ‘ବୁଲ୍‌ବୁଲ୍’ ଆଜି ସକାଳ ସାଢ଼େ ୫ଟାରେ ଭେରି ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହୋଇଛି। ଘଣ୍ଟାପ୍ରତି ୧୦ କି.ମି. ବେଗରେ ଏହା ଗତି କରୁଛି। ଏବେ ଏହା ପାରାଦୀପ ଠାରୁ ପ୍ରାୟ ୩୯୦ କି.ମି. ଦୂରରେ କେନ୍ଦ୍ରୀଭୂତ ରହିଛି। ୧୦ ତାରିଖରେ ଏହା ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ଦେଇ ଅତିକ୍ରମ କରିବ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦-୧୧୦ କି.ମି. ରହିବା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। Severe […]

  • Wednesday, 21 July 2021
odisha
ଆପେଆପେ ଗଡ଼ିଲା ବଗି !

ଭୁବନେଶ୍ୱର: ଆପେଆପେ ଗଡ଼ିଲା ବଗି ! କଥାଟା ଶୁଣିକି ବିଶ୍ୱାସ ହେଉ ନଥିଲେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ତାଳଚେର ରେଲ୍‌ୱେ ଷ୍ଟେସନରେ। ଗତ ୫ ତାରିଖରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ୫ ତାରିଖ ଦିନ ଏକ ମାଲ୍‌ବାହୀ ଟ୍ରେନ୍‌ର ବଗି ଲାଇନଚ୍ୟୁତ ହୋଇଯାଇଥିଲା। ଫଳରେ ଟ୍ରେନ୍‌ଟିର ବଗିକୁ ଅନ୍ୟ ଟ୍ରାକ୍‌ରେ ରଖାଯାଇ ଏହାର କାମ ଚାଲିଥିଲା। ହେଲେ ହଠାତ୍‌ ବଗିଟି ଷ୍ଟେସନ୍‌ ଆଡ଼କୁ ଗଡ଼ି ଆସିଥିଲା। ବଗିଟି ପ୍ରାୟ ୨୦୦ ମିଟର  […]

  • Wednesday, 21 July 2021
school
ବାତ୍ୟା ପାଇଁ ଏହି ସବୁ ଜିଲ୍ଲାରେ ସ୍କୁଲ୍‌ ଛୁଟି ଘୋଷଣା

ଭୁବନେଶ୍ୱର: ବାତ୍ୟା ‘ବୁଲ୍‌ବୁଲ୍‌’ ପାଇଁ ଆଜି ଓ ଆସନ୍ତାକାଲି ୯ ଜିଲ୍ଲାର ସ୍କୁଲ୍‌କୁ ଛୁଟି ଘୋଷଣା କରାଯାଇଛି। ଆଜି ଓ ଆସନ୍ତା କାଲି ଜଗତସିଂହପୁର, ପୁରୀ ଓ କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ ସ୍କୁଲ ସହ ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି। ୩ ଜିଲ୍ଲାର ଜିଲ୍ଲାପାଳ ଏହି ଛୁଟି ଘୋଷଣା କରିଛନ୍ତି। ତେବେ ଆଜି ଯାଜପୁର ଜିଲ୍ଲାର ସମସ୍ତ ସ୍କୁଲକୁ ବି ଜିଲ୍ଲା ପ୍ରଶାସନ ପକ୍ଷରୁ ଛୁଟି ଘୋଷଣା କରାଯାଇଛି। ପୂର୍ବରୁ କେବଳ ଆସନ୍ତାକାଲି ପାଇଁ ଯାଜପୁର […]

  • Wednesday, 21 July 2021
heavy rainfall
ବାତ୍ୟା ‘ବୁଲ୍‌ବୁଲ୍‌’ ପ୍ରଭାବରେ ଓଡ଼ିଶାରେ ବର୍ଷା ଆରମ୍ଭ

ଭୁବନେଶ୍ୱର: ବାତ୍ୟା ‘ବୁଲ୍‌ବୁଲ୍‌’ ପ୍ରଭାବରେ ଆଜିଠୁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯାଇଛି। ପାରାଦୀପ ଠାରୁ ଏବେ ଏହା ପ୍ରାୟ ୪୫୦ କି.ମି. ଦୂରରେ କେନ୍ଦ୍ରୀଭୂତ ରହିଛି। ଘଣ୍ଟା ପ୍ରତି ୧୦ କିଲୋମିଟର ବେଗରେ ଏହା ଗତି କରୁଛି। ‘ବୁଲ୍‌ବୁଲ୍‌’ ପ୍ରଭାବରେ ପାରାଦୀପରେ ଆଜି ସକାଳୁ ସକାଳୁ ବର୍ଷା ଆରମ୍ଭ ହୋଇଯାଇଛି। ବର୍ଷା ସହ ପବନ ମଧ୍ୟ ବହୁଛି। ସତର୍କତା ସ୍ୱରୂପ ପାରାଦୀପ ବନ୍ଦରରେ ୨ନମ୍ବର ବିପଦ ସଙ୍କେତ ଦିଆଯାଇଛି।ଆଗକୁ ବର୍ଷା ବଢ଼ିବାର ସମ୍ଭାବନା ଥିବାରୁ ପାରାଦୀପ […]

  • Wednesday, 21 July 2021
rainfall
ବାତ୍ୟା ‘ବୁଲ୍‌ବୁଲ୍‌’ ପ୍ରଭାବରେ ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ଡିପ୍ ଡିପ୍ରେସନ୍, ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହୋଇଛି। ଏହାର ନାଁ ‘ବୁଲ୍‌ବୁଲ୍‌’ ରଖାଯାଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅଧାରରେ ଏସ୍‌ଆର୍‌ସି ପ୍ରଦୀପ ଜେନା କହିଛନ୍ତି, ପୂର୍ବ ଅପେକ୍ଷା ବାତ୍ୟା ‘ବୁଲ୍‌ବୁଲ୍‌’ର ଗତି ବୃଦ୍ଧି ପାଇଛି। ଏବେ ଘଣ୍ଟାକୁ ୧୩ କିଲୋମିଟର ବେଗରେ ଏହା ଗତି କରୁଛି। ‘ବୁଲ୍‌ବୁଲ୍‌’ର ଗତି ବଢୁଥିବାରୁ ପାଣିପାଗ ବିଭାଗର ଆକଳନରେ ପରିବର୍ତ୍ତନ ନେଇ ଏସ୍‌ଆର୍‌ସି ସୂଚନା ଦେଇଛନ୍ତି। ୮ ତାରିଖରୁ ଓଡ଼ିଶାରେ ବର୍ଷା, ପବନ […]

  • Wednesday, 21 July 2021
firing
କ୍ରସର ମ୍ୟାନେଜରଙ୍କ ଉପରକୁ ଗୁଳିମାଡ଼

କୋରାପୁଟ: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ୍‌ ସିଲପଣ୍ଡିରେ ଥିବା ଏକ ପଥର କ୍ରସରରେ ଗୁଳିକାଣ୍ଡ ଘଟିଛି। ଏଥିରେ କ୍ରସର୍‌ ମ୍ୟାନେଜର ପ୍ରସାଦ ରାଓ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଗୋଡ଼ରେ ୫ଟି ଗୁଳି ବାଜିଛି। ତାଙ୍କୁ ପୁଲିସ୍‌ ଓ କ୍ରସର କର୍ମଚାରୀମାନେ ସ୍ଥାନୀୟ ହସ୍ପିଟାଲକୁ ଆଣିଥଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କୋରାପୁଟ ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ, ପୂର୍ବରୁ କ୍ରସର […]

  • Wednesday, 21 July 2021
odisha
ଅନୁଭବ ମହାନ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ୨୪ ଘଣ୍ଟାର ମହଲତ

ଭୁବନେଶ୍ୱର: ଓଟିଭି ସାମ୍ବାଦିକ ମନୋଜ ସ୍ୱାଇଁଙ୍କୁ କେନ୍ଦ୍ରାପଡା ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ଦୁର୍ବ୍ୟବହାର ଘଟଣାରେ ବଢୁଛି ପ୍ରତିବାଦର ସ୍ୱର। ରାଜ୍ୟବ୍ୟାପୀ ସାମ୍ବାଦିକଙ୍କ ସହ ବିଭିନ୍ନ ସଂଗଠନ ଏହାର ପ୍ରତିବାଦ କରିଛନ୍ତି। ଅନୁଭବଙ୍କ ଔଦ୍ଧତ୍ୟର ପ୍ରତିବାଦ କରି ଆଜି ଭୁବନେଶ୍ୱରରେ ଆନ୍ଦୋଳନକୁ ଓହ୍ଲାଇଥିଲା ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି। ଜୟଦେବ ଭବନ ଆଗରେ ସାମ୍ବାଦିକମାନେ ସାଂସଦଙ୍କ ଦୁର୍ବ୍ୟବହାରର ପ୍ରତିବାଦ କରିବା ସହ ଏହି ପ୍ରସଙ୍ଗରେ ସାମ୍ବାଦିକ ସଂଘ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୨୪ ଘଣ୍ଟାର ମହଲତ ଦେଇଛି। ୨୪ […]

  • Wednesday, 21 July 2021
odisha
ଫେସ୍‌ବୁକ୍‌ରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଫଟୋ ଭାଇରାଲ୍‌

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଫଟୋ ଏବେ ସୋସିଆଲ୍‌ ମିଡିଆରେ ଘୂରି ବୁଲୁଛି। ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିଭିନ୍ନ ବେଶର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି। ମନ୍ଦିର ଭିତରେ ହେଉଥିବା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ କାର୍ତ୍ତିକ ବେଶ ଓ ଦାମୋଦର ବେଶର ଫଟୋ ଭାଇରାଲ ହୋଇଛି। ପ୍ରଦୀପ୍ତ ପାତ୍ର ନାମକ ଜଣେ ବ୍ୟକ୍ତିଙ୍କ ଫେସ୍‌ବୁକ୍‌ ଆକାଉଣ୍ଟରେ ଏହି ଫଟୋ ଭାଇରାଲ ହୋଇଛି। ମନ୍ଦିର ଭିତରକୁ ମୋବାଇଲ୍‌ ଫୋନ୍‌ ବାରଣ ସତ୍ତ୍ୱେ କିଭଳି ଫଟୋ ଉଠାଗଲା ସେନେଇ ଖୋଳତାଡ଼ ଆରମ୍ଭ ହୋଇଛି।

  • Wednesday, 21 July 2021
cyclone
‘ଓଡ଼ିଶା ଉପକୂଳକୁ ଛୁଇଁବନି ବାତ୍ୟା’

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ଡିପ୍ ଡିପ୍ରେସନ୍, ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହୋଇଛି। ଏହାର ନାଁ ‘ବୁଲ୍‌ବୁଲ୍‌’ ରଖାଯାଇଛି। ବାତ୍ୟା ‘ବୁଲ୍‌ବୁଲ୍’ ଏବେ ପାରାଦୀପ ଠାରୁ ୭୦୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି। ଏହା ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ମୁହାଁଇଛି। ୯ ତାରିଖ ସନ୍ଧ୍ୟାରେ ପାରଦୀପ ଠାରୁ ଏହାର ଦୂରତା ୧୩୮ କି.ମି. ଓ ଗୋପାଳପୁର ଠାରୁ ୩୪୭ କି.ମି. ରହିବ ବୋଲି ଏସ୍‌ଆର୍‌ସି […]

  • Wednesday, 21 July 2021
rape
ଦୁଷ୍କର୍ମ ପରେ ଯୁବତୀଙ୍କୁ ରାସ୍ତାରେ ଫିଙ୍ଗିଦେବା ଘଟଣା: ଧରା ପଡ଼ିଲା ଅଭିଯୁକ୍ତ

ଖୋର୍ଦ୍ଧା: କାର୍‌ ଭିତରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ପରେ ଖୋର୍ଦ୍ଧା ପିଏନ୍‌ କଲେଜ ସମ୍ମୁଖ ଏନ୍‌ଏଚ୍‌ରେ ଫିଙ୍ଗି ଦେବା ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ପୁଲିସ୍‌ ଅଟକ ରଖିଛି। ଏନେଇ ଭୁବନେଶ୍ୱର ଡିସିପି ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ଏହି ଘଟଣାରେ ଅଭିଯୁକ୍ତଙ୍କୁ ଅଟକ ରଖାଯିବା ସହ କାର୍‌କୁ ଜବତ କରାଯାଇଛି। ମାମଲାକୁ ଖୋର୍ଦ୍ଧାରୁ ଖଣ୍ଡଗିରି ଥାନାକୁ ସ୍ଥାନାନ୍ତର କରାଯାଇଛି। ବରିଷ୍ଠ ଅଧିକାରୀମାନେ ତଦନ୍ତକୁ ମନିଟର୍ କରୁଛନ୍ତି ବୋଲି ଟ୍ୱିଟ୍‌ରେ ଉଲ୍ଲେଖ କରାଯାଇଛି। Regarding alleged rape of […]

  • Wednesday, 21 July 2021
scb
ଏସ୍‌ସିବି ପାଇଁ ହଜାରେ କୋଟିର ପ୍ୟାକେଜ୍

ଭୁବନେଶ୍ୱର: କଟକ ସ୍ଥିତ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ରାଜ୍ୟ ସରକାର ଏମସ୍ ପ୍ଲସ୍ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଭାବେ ବିକଶିତ କରିବେ। ଏଥିପାଇଁ ୧୦୦୦କୋଟି ଟଙ୍କା ଖର୍ଚ୍ଚ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଫାଇଭ-ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ୍‌ ଗତକାଲି ସକାଳେ କଟକ ବଡ଼ମେଡିକାଲ ପରିଦର୍ଶନରେ ଯାଇ ଫେରିବା ପରେ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଏହି ପ୍ୟାକେଜ ଘୋଷଣା କରିଛନ୍ତି। ଗତକାଲି ସନ୍ଧ୍ୟାରେ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ […]

  • Wednesday, 21 July 2021
plane
ଝାରସୁଗୁଡ଼ା ଓ ମୁମ୍ବାଇ ମଧ୍ୟରେ ସିଧାସଳଖ ବିମାନ ସେବା ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି

ଭୁବନେଶ୍ୱର: ଝାରସୁଗୁଡ଼ା ଓ ମୁମ୍ବାଇ ମଧ୍ୟରେ ସିଧାସଳଖ ବିମାନ ସେବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଚିଠି ଲେଖିଛନ୍ତି। ଏଥିରେ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ଚିଠି ମାଧ୍ୟମରେ ହରଦୀପ ସିଂଙ୍କୁ ଧର୍ମେନ୍ଦ୍ର ପ୍ରଧାନ ନିବେଦନ କରିଛନ୍ତି। ଝାରସୁଗୁଡ଼ା ଓ ମୁମ୍ବାଇ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ କରିବା ପାଇଁ ପଶ୍ଚିମ ଓଡ଼ିଶାବାସୀଙ୍କ ଦାବି ରହିଥିବା ଧର୍ମେନ୍ଦ୍ର ଚିଠିରେ ଉଲ୍ଲେଖ କରିଛନ୍ତି। କେନ୍ଦ୍ର ସରକାରଙ୍କ ‘ଉଡାନ୍‌’ ଯୋଜନା […]

  • Wednesday, 21 July 2021
accident
ଓଲଟିଲା ମିନିବସ୍‌, ଜଣେ ମୃତ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅଞ୍ଚଳରେ ଏକ ମିନି ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗତକାଲି ରାତିରେ ‘ଦର୍ପ’ ନାମକ ଏହି ମିନି ବସ୍‌ ଓଲଟି ପଡ଼ିବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବାବେଳେ ୧୫ଜଣ ଆହତ ହୋଇଛନ୍ତି। ମୃତକଙ୍କ ନାଁ ଗୋବର୍ଦ୍ଧନ ଜେନା। ‌ ଆହତଙ୍କ ମଧ୍ୟରୁ କିଛି କିଛି ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତରଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ବସ୍‌ଟି ଗତକାଲି ରାତିରେ ଏକ ଭୋଜି ପାଇଁ ଭଡ଼ାରେ ବୋରି ଗ୍ରାମକୁ ଆସିଥିଲା। […]

  • Wednesday, 21 July 2021
representationl image
ଦୁଷ୍କର୍ମ ପରେ ରାସ୍ତାରେ ଫିଙ୍ଗିଦେଲେ

ଖୋର୍ଦ୍ଧା: ଖୋର୍ଦ୍ଧା ପିଏନ୍‌ କଲେଜ ସମ୍ମୁଖ ଏନ୍‌ଏଚ୍‌ରୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ହୋଇଥିବା ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ପୀଡିତା ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି। ଗତକାଲି ଦୁର୍ବୃତ୍ତମାନେ ମୁମୂର୍ଷୁ ଅବସ୍ଥାରେ ଯୁବତୀଙ୍କୁ ରାସ୍ତାରେ  ଫିଙ୍ଗି ଦେଇଥିଲେ। ସ୍ଥାନୀୟ ଅଗ୍ନିଶମ ବାହିନୀ ଯୁବତୀଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା। ଗାଡ଼ି ଭିତରେ ୨ ଜଣ ଯୁବକ ଥିଲେ। ସେମାନଙ୍କ ମଧ୍ୟରେ ଜଣେ ତାଙ୍କ ସହ ଦୁଷ୍କର୍ମ କରିଥିବା ପୀଡ଼ିତା ଜଣକ ଏତଲାରେ ଉଲ୍ଲେଖ […]

  • Wednesday, 21 July 2021
accident
ଓଲଟିଲା ଯାତ୍ରୀବାହୀ ବସ୍‌

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅନ୍ତର୍ଗତ ପଡ଼ା ଛକ ନିକଟରେ ଏକ ଘରୋଇ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୩୫ ଜଣ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୫ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ୩୦ ଜଣଙ୍କୁ ସ୍ଥାନୀୟ ଖଜୁରିଆକଟା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ଆଜି ସକାଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ବସ୍‌ରେ ପ୍ରାୟ ୫୦ ଜଣ ଯାତ୍ରୀ ଥିଲେ। […]

  • Wednesday, 21 July 2021
cyclone
ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହେଲା ‘ବୁଲ୍‌ବୁଲ୍‌’

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ଡିପ୍ ଡିପ୍ରେସନ୍, ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହୋଇଛି। ଏହାର ନାଁ ‘ବୁଲ୍‌ବୁଲ୍‌’ ରଖାଯାଇଛି। ଏହା ବର୍ତ୍ତମାନ ସମୁଦ୍ର ମଧ୍ୟରେ ଘଣ୍ଟାପ୍ରତି ୫ କିଲୋମିଟର ବେଗରେ ଉତ୍ତର ଦିଗକୁ ଗତି କରୁଛି। ବାତ୍ୟା ‘ବୁଲ୍‌ବୁଲ୍’ ଏବେ ପାରାଦୀପ ଠାରୁ ୭୭୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି। ଏହା ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ମୁହାଁଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା […]

  • Wednesday, 21 July 2021
bjp
ପିଇଓ ସ୍ମିତାରାଣୀ ମୃତ୍ୟୁ ଘଟଣାରେ ରାସ୍ତାକୁ ଓହ୍ଲାଇଲା ବିଜେପି ମହିଳା ମୋର୍ଚ୍ଚା

ଭୁବନେଶ୍ୱର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି ମହିଳା ମୋର୍ଚ୍ଚା। ଆଜି ବିଜେପି ମହିଳା ମୋର୍ଚ୍ଚା ରାଜ୍ୟବ୍ୟାପୀ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି। ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତ୍ୟୁର ସିବିଆଇ ତଦନ୍ତ, ତାଙ୍କ ଚରିତ୍ର ପ୍ରତି ଆକ୍ଷେପ କରିଥିବା ଏସ୍‌ପିଙ୍କ ବହିଷ୍କାର, କ୍ଷମତା ଅପବ୍ୟବହାର କରିଥିବା ମହିଳା କମିଶନ ଅଧ୍ୟକ୍ଷାଙ୍କ ବହିଷ୍କାର ଦାବିରେ ବିଜେପି ଆନ୍ଦୋଳନକୁ ଓହ୍ଲାଇଛି। ଭୁବନେଶ୍ୱରରେ […]

  • Wednesday, 21 July 2021
odisha
ଅପହୃତା ଯୁବତୀ ଉଦ୍ଧାର ହେବାପରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ

ବାଙ୍କୀ: କଟକ ଜିଲ୍ଲା ବାଙ୍କି ଥାନା ଅଞ୍ଚଳରୁ ଗତ ୩ ତାରିଖରୁ ଅପହୃତା ଜଣେ ଯୁବତୀଙ୍କୁ ଗତକାଲି ଉଦ୍ଧାର କରାଯାଇଛି। ଏହି ଘଟଣାରେ ପୁଲିସ୍‌ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅପହରଣକାରୀମାନେ ସମ୍ପୃକ୍ତ ଯୁବତୀଙ୍କୁ ସୁରଟ ନେବାକୁ ଯୋଜନା କରିବା ପରି ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି। ଏହି ଘଟଣାରେ ପୁଲିସ୍‌ ଅଧିକ ଖୋଳତାଡ଼ ଜାରି ରଖିଛି। ସୂଚନା ଅନୁସାରେ, ଗତ ୩ ତାରିଖ ସନ୍ଧ୍ୟାରେ ଘର ପାଖ ନଳକୂପକୁ ପାଣି ଆଣିବାକୁ ଯୁବତୀ […]

  • Wednesday, 21 July 2021
mahanadi
ମହାନଦୀକୁ ଡେଇଁ ଯୁବକ ନିଖୋଜ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତାରପୁର ନିକଟସ୍ଥ ମହାନଦୀକୁ ଡେଇଁ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ଆଜି ସକାଳେ ପୋଲ ଉପରରୁ ଉକ୍ତ ଯୁବକ ଜଣକ ନଦୀକୁ ଡେଇଁ ପଡ଼ିଥିବା ଜଣେ ପ୍ରତକ୍ଷ୍ୟଦର୍ଶୀ କହିଛନ୍ତି। ଘଟଣା ଜଣାପଡ଼ିବା ପରେ ଅଗ୍ନିଶମ ବାହୀନି ଓ ଉଦ୍ଧାରକାରୀ ଦଳ ସମ୍ପୃକ୍ତ ଯୁବକଙ୍କୁ ଉଦ୍ଧାର କରିବା ପାଇଁ ଖୋଜାଖୋଜି ଆରମ୍ଭ କରିଛନ୍ତି। ପୋଲ ତଳେ ଏବଂ ନଦୀର ଅବବାହିକାରେ ସର୍ଚ୍ଚ ଅପରେସନ୍ ଚାଲିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ସେ ବାଇକ୍‌ରେ ଯାଉଥିବା ବେଳେ […]

  • Wednesday, 21 July 2021
SRC
‘ଓଡ଼ିଶା ଉପକୂଳ ନ ଛୁଇଁପାରେ ବାତ୍ୟା’

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ନେଇ ଏସ୍‌ଆର୍‌ସି ପ୍ରଦୀପ କୁମାର ଜେନା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି, ‘ଭାରତୀୟ ପାଣିପାଗ ବିଭାଗର ଆଜି ସକାଳର ତଥ୍ୟ ଅନୁସାରେ, ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇଛି। ସକାଳ ସାଢ଼େ ୫ଟା ବେଳେ ଏହା ପାରାଦୀପ ଠାରୁ ଦକ୍ଷିଣ ଓ ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ଅଛି। ବାଂଲାଦେଶ ଠାରୁ ୧୦୦୦କିମି ଦୂରରେ ରହିଛି। ‘ଆସନ୍ତା ୧୨ ଘଣ୍ଟା ଭିତରେ ଏହା ଡିପ୍ […]

  • Wednesday, 21 July 2021
cyclone
ଅବପାତର ରୂପ ନେଲା ଲଘୁଚାପ

ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗରରେ କେନ୍ଦ୍ରୀଭୂତ ୱେଲ୍‌ ମାର୍କଡ୍‌ ଲୋ’ ପ୍ରେସର ଆଜି ସକାଳ ସାଢ଼େ ୫ଟାରେ ଅବପାତରେ ପରିଣତ ହୋଇଛି। ଏବେ ଏହା ପାରାଦୀପ ଠାରୁ ପ୍ରାୟତଃ ୯୫୦ କି.ମି. ଦୂରରେ କେନ୍ଦ୍ରୀଭୂତ ଅଛି। କ୍ରମଶଃ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆସନ୍ତାକାଲି ସକାଳେ ଏହା ସାଇକ୍ଲୋନ୍‌ ବା ବାତ୍ୟାରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ପୂର୍ବାନୁମାନ କରିଛି। ଏହାପରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ଉତ୍ତର ଓଡ଼ିଶା, ପଶ୍ଚିମବଙ୍ଗ, ବାଂଲାଦେଶ […]

  • Wednesday, 21 July 2021
odisha
ମହାନଦୀ ପଠାରୁ ମିଳିଲା ପ୍ରଧାନଶିକ୍ଷକଙ୍କ ମୃତଦେହ

ବାଙ୍କୀ: କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ଖମାରଙ୍ଗ ଗାଁ ନିକଟସ୍ଥ ମହାନଦୀ ପଠାରୁ ନିଖୋଜ ପ୍ରଧାନଶିକ୍ଷକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ସାହାଡ଼ାପଦ ଗାଁର ନିମାଇଁ ଚରଣ ମହାପାତ୍ର। ସେ ସିଂହନାଥପୁର ୟୁଜିଏମ୍‌ଇ ସ୍କୁଲରେ ପ୍ରଧାନ ଶିକ୍ଷକ ଥିଲେ। ଗତ ତିନିଦିନ ତଳେ ନିମାଇଁ ନିଖୋଜ ହୋଇଯାଇଥିଲେ। ଏନେଇ ପରିବାର ଲୋକେ ଗତକାଲି ବାଙ୍କୀ ଥାନାରେ ଅଭିଯୋଗ କରିଥିଲେ। ଆଜି ସକାଳେ ପ୍ରଧାନଶିକ୍ଷକଙ୍କ ଗଳିତ ମୃତଦେହ ମହାନଦୀ ପଠାରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି […]

  • Wednesday, 21 July 2021
odisha
ସମୁଦ୍ରରେ ବୁଡ଼ିଗଲା ମାଛଧରା ଟ୍ରଲର

ପାରାଦୀପ: ପାରାଦୀପ ଉପକୂଳ ସମୁଦ୍ରରେ ବ୍ଲାକରୋଜ୍ ଜାହାଜ ସହ ପିଟି ହୋଇ ଏକ ମାଛଧରା ଟ୍ରଲର ବୁଡ଼ି ଯାଇଛି। ତେବେ ସମସ୍ତ ୬ଜଣ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଏହି ମତ୍ସଜୀବୀଙ୍କୁ ଅନ୍ୟ ଏକ ଡଙ୍ଗାରେ ଥିବା ମତ୍ସ୍ୟଜୀବୀମାନେ ଉଦ୍ଧାର କରିଛନ୍ତି। ସୂଚନା ଅନୁସାରେ, ଆଜି ଭୋର ସମୟରେ ୬ଜଣ ମତ୍ସଜୀବୀ ଏକ ମାଛଧରା ଟ୍ରଲରରେ ମାଛଧରି ନେହରୁ ବଙ୍ଗଳା ମାଛଧରା ବନ୍ଦରକୁ ଫେରୁଥିଲେ। ଏହି ସମୟରେ ଘନ କୁହୁଡି ଯୋଗୁ ସମୁଦ୍ର ଭିତରେ ବୁଡ଼ି […]

  • Wednesday, 21 July 2021
odisha
ଆର୍ଥିକ ଅନିୟମିତତା ଅଭିଯୋଗରେ ପିଇଓ ନିଲମ୍ବିତ

ବ୍ରହ୍ମପୁର: ଆର୍ଥିକ ଅନିୟମିତତା ଅଭିଯୋଗରେ ସାନଖେମୁଣ୍ଡି ବ୍ଲକ ସିଙ୍ଗିପୁର ଓ କାଂସମାରି ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଇଶାକ ପ୍ରଧାନଙ୍କୁ ନିଲମ୍ବନ କରାଯାଇଛି। ଗତକାଲି ଗଞ୍ଜାମ ଜିଲ୍ଲାପାଳ ତାଙ୍କୁ ନିଲମ୍ବନ କରିଛନ୍ତି। ସରକାରୀ ପ୍ରକଳ୍ପ ବାବଦକୁ ଆସିଥିବା ଟଙ୍କାରୁ ପ୍ରାୟ ୪ ଲକ୍ଷ ୪୩ ହଜାର ୨୨୮ ଟଙ୍କା ଇଶାକ ହେରଫେର କରିଥିବା ଅଭିଯୋଗ ହୋଇଥିଲା। ଆର୍ଥିକ ହେରଫେର ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ ନ ଦେବା ପର୍ଯ୍ୟନ୍ତ ସେ ନିଲମ୍ବିତ ହୋଇ ରହିବେ ବୋଲି ଜିଲ୍ଲାପାଳ କହିଛନ୍ତି। […]

  • Wednesday, 21 July 2021
cyclone
ଓଡ଼ିଶା ଉପରେ ଘନଉଛି ବାତ୍ୟା ବିପଦ !

ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ କ୍ରମଶଃ ଘନୀଭୂତ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇସାରିଛି। ଏବେ ଏହା ୱେଲ୍‌ ମାର୍କଡ୍‌ ଲୋ’ ପ୍ରେସର କ୍ଷେତ୍ରରେ ପରିଣତ ହୋଇଛି। ଧୀରେ ଧୀରେ ଏହା ଅଧିକ ଘନୀଭୂତ ହୋଇ ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସମ୍ଭାବନା ରହିଛି। ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେବ ଏବଂ ଏହାର ୪୮ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିଝଡ଼ର ରୂପ ନେବାର […]

  • Wednesday, 21 July 2021