ରାଉରକେଲା: ଭୁଲ୍ ଇଞ୍ଜେକ୍ସନ ଯୋଗୁ ଗଲା ବିଚାରାଧୀନ କଏଦୀଙ୍କ ଜୀବନ। ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ମୃତ କଏଦୀଙ୍କର ସ୍ତ୍ରୀ। ଭୁଲ୍ ଇଞ୍ଜେକ୍ସନ ଦେବାରୁ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା ସେ ଅଭିଯୋଗ କରିଛନ୍ତି। ମୃତକ ବିଚାରାଧୀନ କଏଦୀଙ୍କ ନାଁ ଯୋଶେଫ୍ ତିର୍କି। ମୃତକ ଯୋଶେଫ୍ ୨୦୧୭ ମସିହାରେ ବ୍ରାହ୍ମଣୀ ତରଙ୍ଗ ଥାନା ଅଞ୍ଚଳରେ ଏକ ହତ୍ୟା ମାମଲାରେ ବିଚାରାଧୀନ କଏଦୀ ଥିଲେ। ଗତକାଲି ଯୋଶେଫ୍ଙ୍କ ଦେହ ଅସୁସ୍ଥ ହେବାରୁ ଜେଲ୍ କର୍ତ୍ତୃପକ୍ଷ ତାଙ୍କୁ RGHରେ ଭର୍ତ୍ତି […]
ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଗତକାଲି ରାତିରେ ନାବାଳିକା ଜଣକ କାଳୀ ପୂଜା ଯାତ୍ରା ଦେଖି ଆଜି ଭୋରରେ ସମ୍ପର୍କୀୟ ମାମୁ ପୁଅଙ୍କ ସହିତ ସାଇକେଲରେ ଘରକୁ ଫେରୁଥିଲେ। ଏହି ସମୟରେ ୪ ଜଣ ଯୁବକ ଅଧା ବାଟରେ ସେମାନଙ୍କୁ ଅଟକାଇଥିଲେ। ଏହାପରେ ନାବାଳିକାଙ୍କ ସମ୍ପର୍କୀୟ ଭାଇଙ୍କୁ ଜଣେ ଯୁବକ ଟାଣି ଧରିଥିବା ବେଳେ ଆଉ ୩ ଜଣ ଯୁବକ ନାବାଳିକାଙ୍କୁ ପାଖ […]
ଭୁବନେଶ୍ୱର: ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବିଭିନ୍ନ ବିଭାଗର ୬ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ବରଖାସ୍ତ କରିଛନ୍ତି। ଏହାସହ ୫ ଅଧିକାରୀଙ୍କ ପେନ୍ସନ୍ ସୁବିଧା ସ୍ଥାୟୀ ଭାବେ ବନ୍ଦ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।ଏହି ସମସ୍ତ ଅଧିକାରୀଙ୍କ ନାଁରେ ଦୁର୍ନୀତି ଅଭିଯୋଗ ରହିଥିବା ଜଣାପଡ଼ିଛି।
ପୁରୀ: ବାତ୍ୟା ‘ଫୋନି’ର ୬ମାସ ପରେ ମଧ୍ୟ ଏପର୍ଯ୍ୟନ୍ତ କ୍ଷତିଗ୍ରସ୍ତଙ୍କୁ ସହାୟତା ମିଳିନାହିଁ। ଯାହାକୁ ନେଇ ଶତାଧିକ ଲୋକେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଯାଇ ପହଞ୍ଚିଥିଲେ। ଘଟଣା ଘଟିଛି ପୁରୀ ଜିଲ୍ଲାରେ। ‘ଫୋନି’ରେ ପ୍ରଭାବିତ ପ୍ରକୃତ ହିତାଧିକାରୀଙ୍କୁ ଏପର୍ଯ୍ୟନ୍ତ ସହାୟତା ମିଳିନଥିବା ନେଇ ଆଜି ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଶତାଧିକ ଲୋକେ ଅଭିଯୋଗ କରିଛନ୍ତି। ‘ଫୋନି’ରେ ଅନେକ ଲୋକଙ୍କ ବ୍ୟାପକ କ୍ଷତି ହୋଇଥିଲେ ମଧ୍ୟ ସେମାନଙ୍କ ନାଁ କ୍ଷତିଗ୍ରସ୍ତ ତାଲିକାରେ ନ ଥିବା ନେଇ ଅଭିଯୋଗ […]
ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହି ଲଘୁଚାପ କ୍ଷେତ୍ର ଧୀରେ ଧୀରେ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି। ତେବେ ଦୁଇରୁ ତିନି ଦିନ ମଧ୍ୟରେ ଏହା ଘନୀଭୂତ ହୋଇ ଡିପ୍ରେସନର ରୂପ ନେଇପାରେ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ବାତ୍ୟାକୁ ନେଇ ପାଣିପାଗ ବିଜ୍ଞାନୀ ତଥା ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବତନ […]
ଯାଜପୁର(ଗୁଲାମ ଗସ୍): ନିଜ ଆଖି ଆଗରେ ଛୁଆ ବିପଦରେ ପଡ଼ିଥିବା ଦେଖି ପିଲାଙ୍କୁ ବଞ୍ଚାଇବାକୁ ଯାଇ ଆପେ ଆପେ ବିପଦ ମୁହଁକୁ ଠେଲି ହୋଇଗଲେ ଜଣେ ମହିଳା। ଘଟଣା ଘଟିଛି ଯାଜପୁର ସଦର ଥାନା ଅନ୍ତର୍ଗତ ଦୁର୍ଗାପୁର ଗାଁରେ। ଆଜି ସକାଳେ ଗାଁର ପ୍ରମିଳା ବେହେରା ନାମକ ଜଣେ ମହିଳା ୨ ଝିଅ ଶୁଭଲକ୍ଷ୍ମୀ ବେହେରା(୧୧) ଓ ଶୁଭଶ୍ରୀ ବେହେରା(୮) ଙ୍କ ସହ ଗାଁ ନିକଟ ପଡ଼ିଆକୁ ଶୌଚ ହେବାକୁ ଯାଇଥିଲେ। ହେଲେ ଅଚାନକ ଏକ ଶିଆଳ […]
ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରି ୨-୩ ଦିନ ମଧ୍ୟରେ ବଙ୍ଗୋପସାଗର ଉପରେ ଘନୀଭୂତ ହୋଇ ଡିପ୍ରେସନ୍ରେ ପରିଣତ ହେବ। ଏହାପରେ ଏହା ଉତ୍ତର, ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏହାର ପ୍ରଭାବରେ ନଭେମ୍ବର ୮ ତାରିଖରେ […]
କେନ୍ଦ୍ରାପଡ଼ା: ମହିଳା ସହକର୍ମୀଙ୍କୁ ଯୌନ ଶୋଷଣ ଅଭିଯୋଗ ମାମଲାରେ କେନ୍ଦ୍ରାପ଼ଡ଼ା କ୍ରେଡିଟ୍ କୋ-ଅପରେଟିଭ ସୋସାଇଟି ସଭାପତି ପ୍ରମୋଦ ସାହୁଙ୍କୁ ପୁଲିସ୍ ଗିରଫ କରିଛି। ଗତକାଲି ରାତି ପ୍ରାୟ ସାଢ଼େ ୧୧ଟାରେ ପ୍ରମୋଦଙ୍କ ବଣିଆମାଳ ସ୍ଥିତ ବାସଭବନରୁ ଟାଉନ ଥାନା ପୁଲିସ୍ ତାଙ୍କୁ ଉଠାଇ ନେବା ପରେ ଅଟକ ରଖିଥିଲେ। ସୂଚନାଯୋଗ୍ୟ, କର୍ମକ୍ଷେତ୍ରରେ ଅସଦାଚରଣ ସହ ଶାରୀରିକ ସମ୍ପର୍କ ରଖିବାକୁ ଉଦ୍ୟମ କରିଥିବା ନେଇ ପ୍ରମୋଦଙ୍କ ନାଁରେ ଜଣେ ମହିଳା ସହକର୍ମୀ ଅଭିଯୋଗ ଆଣିଥିଲେ। ଏମିତିକି ଭିନ୍ନ ଉଦ୍ଦେଶ୍ୟ ରଖି ପ୍ରମୋଦ […]
କୋଣାର୍କ(ସଞ୍ଜୟ ପତି): କେନାଲକୁ ଖସିପଡ଼ିଲା ଟାଟା ମ୍ୟାଜିକ୍ ଗାଡ଼ି। ଆଜି ସକାଳେ ପୁରୀ ଜିଲ୍ଲା ଚାରିଛକ ଥାନା ଅନ୍ତର୍ଗତ ଅଳଗୁଆଁ ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଗାଡ଼ିଟି ରାସ୍ତାକଡ଼ରେ ଥିବା କେନାଲକୁ ଖସି ପଡ଼ିବା ଫଳରେ ୧୦ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଉକ୍ତ ସମୟରେ ଗାଡ଼ିରେ ୧୭ ଛାତ୍ରଛାତ୍ରୀ ଥିଲେ। ଆହତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ତୁଳସୀପୁର ସ୍ଥିତ ଏକ ଘରୋଇ ସ୍କୁଲର ଟାଟା ମ୍ୟାଜିକ୍ […]
ସମ୍ୱଲପୁର(ସଞ୍ଜୟ ଜେନା): ଏଚ୍ଆଇଭି ଆକ୍ରାନ୍ତ ବୋଲି ମୃତଦେହ କେହି ଛୁଇଁଲେନି ! ମେଡିକାଲ ବେଡ୍ରେ ୧୨ଘଣ୍ଟା ଧରି ପଡ଼ି ରହିଲା ମୃତଦେହ। ବୁର୍ଲା ବଡ଼ ଡାକ୍ତରଖାନାରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ବରଗଡ଼ ଜିଲ୍ଲା ସଦର ଥାନା ଅଞ୍ଚଳର ଜଣେ ୬୦ବର୍ଷୀୟ ବ୍ୟକ୍ତିଙ୍କ ଡାହାଣ ଆଖିରେ ଟ୍ୟୁମର ହୋଇଥିଲା। ଅସ୍ତ୍ରୋପଚାର ପାଇଁ ସେ ଗତ ୨୩ ତାରିଖରେ ବୁର୍ଲା ବଡ଼ ଡାକ୍ତରଖାନା ଭର୍ତ୍ତି ହୋଇଥିଲେ। ତେବେ ତାଙ୍କ ସହ ଆସିଥିବା ବ୍ୟକ୍ତି ତାଙ୍କୁ ମେଡିକାଲରେ […]
କେନ୍ଦ୍ରାପଡ଼ା: ଶେଷରେ ଆଇନ୍ର ଲମ୍ବା ହାତ ଯାଇ ପହଞ୍ଚିଲା କେନ୍ଦ୍ରାପ଼ଡ଼ା କ୍ରେଡିଟ୍ କୋ-ଅପରେଟିଭ ସୋସାଇଟି ସଭାପତି ପ୍ରମୋଦ ସାହୁଙ୍କ ନିକଟରେ। ଯୌନ ଶୋଷଣ ଅଭିଯୋଗ ମାମଲାରେ ପ୍ରମୋଦ ସାହୁଙ୍କୁ ପୁଲିସ୍ ଅଟକ ରଖିଛି। ଗତକାଲି ରାତି ପ୍ରାୟ ସାଢ଼େ ୧୧ଟାରେ ପ୍ରମୋଦଙ୍କ ବଣିଆମାଳ ସ୍ଥିତ ବାସଭବନରୁ ଟାଉନ ଥାନା ପୁଲିସ୍ ତାଙ୍କୁ ଉଠାଇ ନେଇଥିଲା। ଆଜି ସକାଳେ ଡାକ୍ତରୀ ପରୀକ୍ଷା ପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ, କର୍ମକ୍ଷେତ୍ରରେ ଅସଦାଚରଣ ସହ […]
ଆନନ୍ଦପୁର: ପ୍ରେମିକ ଘରୁ ଉଦ୍ଧାର ହେଲା ପ୍ରେମିକାର ଝୁଲନ୍ତା ମୃତଦେହ। କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ଯୁବତୀ ହେଲେ ଆନନ୍ଦପୁର ୩ ନମ୍ବର ଓ୍ୱାର୍ଡ ଡାହାଣୀଗଡ଼ିଆ ସାହିର ବିନୋଦ ଦାସଙ୍କ ଝିଅ ସ୍ନେହଲତା ଦାସ। ସୂଚନା ଅନୁସାରେ, ପଣ୍ଡୁଆ ଗାଁର ନୀଳକଣ୍ଠ ନାୟକଙ୍କ ପୁଅ ଅକ୍ଷୟ, ସ୍ନେହଲତାଙ୍କୁ ଭଲ ପାଇ ଦେଢ଼ମାସ ତଳେ ତାଙ୍କ ଘରକୁ ନେଇ ଆସିଥିଲେ। ତେବେ ସେମାନଙ୍କର ବିବାହ ହୋଇ ନ ଥିଲା। କିଛିଦିନ ହେବ ଅକ୍ଷୟ […]
ଯାଜପୁର (ଗୁଲାମ ଗସ୍): ଗାଁ ଛାଡ଼ିଲେ ମୃତ ଯାଜପୁର ଜିଲ୍ଲା ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ପରିବାର। ଦୁଇ ଦିନ ତଳେ ଗାଁ ଛାଡ଼ି ପୁଅ ପାଖରେ ରହିବେ ବୋଲି ସ୍ମିତାରାଣୀଙ୍କ ବାପା କହିଥିଲେ। ସେମାନେ କୌଣସି ସମ୍ପର୍କୀୟଙ୍କ ଘରକୁ ଚାଲି ଯାଇଥିବା ଜଣାପଡ଼ିଛି। ସେଠାରୁ ସେମାନେ ରାଜ୍ୟ ବାହାରେ ରହୁଥିବା ତାଙ୍କ ପୁଅ ଘରକୁ ଚାଲି ଯିବେ ବୋଲି ଜଣାପଡ଼ିଛି। ଏବେ ତାଙ୍କ ଗାଁ ଘରେ ତାଲା ପଡ଼ିଥିବା ବେଳେ ସେମାନଙ୍କ ସୁରକ୍ଷା ପାଇଁ ମୁତୟନ […]
ଭୁବନେଶ୍ୱର: ଯାଜପୁର ଜିଲ୍ଲା ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାକୁ ନେଇ ବିଜେପି ମହିଳା ମୋର୍ଚ୍ଚା ସାରା ରାଜ୍ୟରେ ବିକ୍ଷୋଭ କରିବ। ଆସନ୍ତା ୫ ତାରିଖ ଦିନ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିଜେପିର ମହିଳା ମୋର୍ଚ୍ଚା ବିକ୍ଷୋଭ କରିବ ବୋଲି ଆଜି ଭୁବନେଶ୍ୱରରେ ଏକ ସାମ୍ୱାଦିକ ସମ୍ମିଳନୀରେ ବିଜେପି ମହିଳା ମୋର୍ଚ୍ଚାର ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡ଼ା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ‘ଦୁଇ ସପ୍ତାହରୁ ଅଧିକ ଦିନ ବିତିଗଲା ପରେ […]
ବାସୁଦେବପୁର: ପୂଜାପାଠ ନାଁରେ ଜଣେ ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଜଣେ ଭଣ୍ଡ ବାବାଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି ଗାଁ ଲୋକେ। ଘଟଣାଟି ଘଟିଛି ଭଦ୍ରକ ଜିଲ୍ଲା ଚୁଡ଼ାମଣି ସାମୁଦ୍ରିକ ଥାନା ଅନ୍ତର୍ଗତ ରାଧାନାଥପୁର ଗାଁରେ। ପୁଲିସ୍ ଉକ୍ତ ଭଣ୍ଡ ବାବାଙ୍କୁ ଅଟକ ରଖି ପଚରାଉଚରା କରୁଛି। ସୂଚନା ଅନୁଯାୟୀ, ଗାଁର ଜଣେ ମହିଳାଙ୍କର ବିବାହର ୫ ବର୍ଷ ପରେ ବି ପିଲାଛୁଆ ହୋଇ ନ ଥିବାରୁ କୁଷ୍ଣପୁର ଗାଁର ଭଣ୍ଡ ବାବା ଗୌରହରି ତଳା ତାଙ୍କୁ କିଛି […]
ଯାଜପୁର: ବିଚ୍ ରାସ୍ତାରେ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ହେଲା ଠେଲାପେଲା ଓ ଗଣ୍ଡଗୋଳ। ଯାଜପୁର ଜିଲ୍ଲା କୋରାଇ ବ୍ଲକ ଖିଲିପଙ୍ଖା ଗାଁରେ ଏହି ଘଟଣା ଘଟିଛି। ଗତକାଲି ଅପରାହ୍ଣରେ ଖିଲିପଙ୍ଖା ଗାଁରେ ଏକ ପାନୀୟ ଜଳ ପ୍ରକଳ୍ପର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ବିଧାୟକ ଅଶୋକ ବଳ ଯୋଗ ଦେଇଥିଲେ। ହେଲେ ବିଧାୟକଙ୍କ ପାଖଲୋକ କିଏ ? ତାକୁ ନେଇ ଆରମ୍ଭ ହୋଇଥିଲା ଯୁକ୍ତିତର୍କ। ଦୁଇ ଗୋଷ୍ଠୀର ସଦସ୍ୟ ପରସ୍ପରକୁ ଅଶ୍ଲୀଳ ଭାଷାରେ […]
ନବରଙ୍ଗପୁର: ଓଟିଭିରେ ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ। ନବରଙ୍ଗପୁର ଜିଲ୍ଲା ପାପ଼ଡ଼ାହାଣ୍ଡିର ଝିଅ ବେବି ପାଇକଙ୍କୁ ପ୍ରଶାସନ ତରଫରୁ ୩୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ବାପା ସୁବାସ ପାଇକଙ୍କ ମୃତ୍ୟୁପରେ ବେବି ନିଜର ୪ ଭଉଣୀଙ୍କ ବିବାହ କରାଇବା ସହ ପରିବାର ପ୍ରତିପୋଷଣ କେମିତି କରିଥିଲେ, ଏ ନେଇ ଖବର ପ୍ରସାରଣ କରିଥିଲା ଓଟିଭି। ‘ବେବିଙ୍କୁ ପ୍ରଣାମ’ ଶୀର୍ଷକ ଖବର ପ୍ରସାରଣ ପରେ ପ୍ରଶାସନ ପକ୍ଷରୁ ଏହି ସହାୟତା ଅର୍ଥ ପ୍ରଦାନ କରାଯାଇଛି। […]
ଆସିକା: ଫେରି ଆସିଲା ମଲା ପୁଅ ! ପୁଅ ମରିଯାଇଥିବା ଭାବି ପରିବାର ଲୋକେ ପୁଅର ଶୁଦ୍ଧିକ୍ରିୟା କରିଦେଇ ଥିବାବେଳେ ଶେଷରେ ପୁଅ ଘରକୁ ଫେରି ଆସିଛି। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଅଞ୍ଚଳରେ। ସୂଚନା ଅନୁସାରେ, ହିଞ୍ଜିଳିକାଟୁ ଅଞ୍ଚଳର ୧ ନମ୍ବର ୱାର୍ଡରେ ରହୁଥିବା ଲକ୍ଷ୍ମଣ ମୁନିଙ୍କ ପୁଅ ଅନୀଲ ମୁନି ୨୦୧୦ ମସିହାରୁ କେଉଁଆଡେ ଚାଲି ଯାଇଥିଲେ। ଏହାର ୩-୪ ବର୍ଷ ପରେ ଅନୀଲର ମୃତ୍ୟୁ ହୋଇଯାଇଥିବା ନେଇ ୨ଜଣ ବ୍ୟକ୍ତି ଆସି […]
ଆସିକା: ଲଭ, ସେକ୍ସ, ଧୋକା। ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ଏବେ ପ୍ରେମିକ କେଉଁଆଡ଼େ ଫେରାର ହୋଇଯାଛି। ଶେଷରେ କିଛି ଉପାୟ ନ ପାଇ ପ୍ରେମିକ ଘର ଆଗରେ ପ୍ରେମିକା ଧାରଣା ଦେଇଛି। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଅଞ୍ଚଳର ଟଙ୍କାଛାଇ ଗାଁରେ। ଅଭିଯୋଗ ଅନୁସାରେ, ଜଣେ ବିବାହିତ ମହିଳାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବକ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥଲେ। ଏପରିକି ଉଭୟେ ବହୁ ଦିନ ହେଲା […]
ବାଲେଶ୍ୱର: ଫୁଟ୍ବଲ୍ ଟୁର୍ଣ୍ଣାମେଣ୍ଟ ଖେଳିସାରି ଫେରୁଥିବା ବେଳେ ଓଲଟିଲା ବୋଲେରୋ। ଏଥିରେ ୫ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତରଙ୍କ ମଧ୍ୟରେ ଗାଡିର ଡ୍ରାଇଭରଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ନିକଟରେ ଗତକାଲି ଏହି ଦୁର୍ଘଟଣା ଘଟିଛି। ଆହତଙ୍କୁ ଜିଲ୍ଲା ମେଡିକାଲ୍ କଲେଜ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଜଳେଶ୍ୱର ଖୁଆଡ଼ ଅଞ୍ଚଳର ୧୫ ଜଣ ଯୁବକ ବରହମପୁର ଥାନା ମାଟିଆଳିକୁ ଫୁଟ୍ବଲ୍ ଟୁର୍ଣ୍ଣାମେଣ୍ଟ […]
ପାରଳାଖେମୁଣ୍ଡି/ଆନନ୍ଦପୁର: ୫ ଜଣ ଦଶମ ଶ୍ରେଣୀ ଛାତ୍ର ଓ ଜଣେ ଛାତ୍ରୀ ନିଖୋଜ ହୋଇଯାଇଛନ୍ତି। ଏପର୍ଯ୍ୟନ୍ତ ସେମାନଙ୍କର କୌଣସି ପତ୍ତା ମିଳିପାରି ନାହିଁ। ନିଖୋଜଙ୍କ ମଧ୍ୟରୁ ୫ଜଣ ଛାତ୍ର ଗଜପତି ଜିଲ୍ଲାର ହୋଇଥିବା ଛାତ୍ରୀ ଜଣକ କେନ୍ଦୁଝର ଜିଲ୍ଲାରେ ଏକ ଆଶ୍ରମ ସ୍କୁଲରେ ପଢ଼ୁଥିଲେ। ସୂଚନା ଅନୁସାରେ, ପାରଳାଖେମୁଣ୍ଡିର ଗୁରାଣ୍ଡି ଥାନା ଅନ୍ତର୍ଗତ ଜଙ୍ଗଲପାଡ଼ୁ ଗାଁର ୫ ଜଣ ଦଶମ ଶ୍ରେଣୀ ଛାତ୍ର ଗତକାଲି ସକାଳେ ସ୍କୁଲ ଯିବାକୁ କହି ଘରୁ ଆସିଥିଲେ। ହେଲେ ଘରକୁ ଆଉ […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବେଫିକର୍ ଲୁଟେରା। ଗତକାଲି ବିଳମ୍ବିତ ରାତିରେ ରାଜଧାନୀର ହାଇ ସିକ୍ୟୁରିଟି ଜୋନ୍ରୁ ଏକ ଅଭିନବ ଉପାୟରେ ଚୋରମାନେ ଲୁଟ୍ କରିଛନ୍ତି। ଏୟାରପୋର୍ଟ ଅଞ୍ଚଳରେ ଥିବା ଏକ ମାର୍ବଲ ଶୋ’ ରୁମ୍ରୁ ଏହି ଲୁଟ୍ ହୋଇଛି। ଚୋରମାନେ ଶୋ’ ରୁମ୍ର ଗ୍ରୀଲ୍ ଭାଙ୍ଗି ନାହାନ୍ତି କି ଲକ୍ ଟାଡି ନାହାନ୍ତି ବରଂ ସିଧାସଳଖ ଟିଣର ଛାତ ତାଡ଼ି ସିଢ଼ି ମାଧ୍ୟମରେ ଶୋ’ ରୁମ୍ ଭିତରକୁ ପ୍ରବେଶ କରିଥିଲେ। ଏପରିକି ଚୋରମାନେ ଶୋ’ ରୁମ୍ ଭିତରେ […]
ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ସ୍କୁଲକୁ ବିଳମ୍ବରେ ଆସୁଛନ୍ତି। ଆଉ ପଚାରିଲେ ନାଲି ଆଖି ଦେଖାଉଛନ୍ତି। ଖାଲି ନାଲି ଆଖି ନୁହେଁ ଗାଳିଗୁଲଜ ବି କରିବାକୁ ପଛାଇ ନାହାନ୍ତି। ବୌଦ୍ଧ ଜିଲ୍ଲାରେ ଜଣେ ସ୍କୁଲ ଦିଦିଙ୍କ ଏପରି ଦାଦାଗିରି ଦେଖିବାକୁ ମିଳିଛି। ତାଙ୍କର ଏକ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓଟି ଗତକାଲିର ବୋଲି ଜଣାପଡ଼ିଛି। ବୌଦ୍ଧ ଜିଲ୍ଲା ଲକ୍ଷ୍ମୀପ୍ରସାଦ ଗ୍ରାମ ପଞ୍ଚାୟତ ଗୁଢ଼ିଆଲି ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ କଲ୍ୟାଣୀ ଦାସ ଗତକାଲି ସ୍କୁଲକୁ […]
ବାଲୁଗାଁ: ବଗି ଛାଡ଼ି ଇଞ୍ଜିନ୍ ଛୁ….ଆଜି ସକାଳେ ବିଶାଖା ଏକ୍ସପ୍ରେସ୍ ଭୁବନେଶ୍ୱରରୁ ସିକନ୍ଦରାବାଦ ଅଭିମୁଖେ ଯାତ୍ରା କରୁଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ରେଲ୍ୱେ ଷ୍ଟେସନ ନିକଟରେ ଏହାର କିଛିଟା ବଗିକୁ ଛାଡ଼ି ଇଞ୍ଜିନ୍ କିଛି ବାଟ ପଳାଇଥିଲା। ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଓ କାହାର କିଛି ହୋଇ ନ ଥିବା ରେଲ୍ୱେ ପକ୍ଷରୁ ସୂଚନା ଦିଆଯାଇଛି। ଲକିଂ ସିଷ୍ଟମରେ ତ୍ରୁଟି ଯୋଗୁ ଏପରି ଘଟିଥିବା ରେଲ୍ୱେ କହିଛି। ଅନ୍ୟପକ୍ଷରେ ଏହି ଘଟଣାକୁ ପୂର୍ବତଟ […]
ବାଲିଗୁଡ଼ା: ବିଜେଡି ସଭାସ୍ଥଳରେ ବିଜେଡି ଦଳ ଓ ଦଳର ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିବା ସହ ପ୍ରଶ୍ନ କରିଛନ୍ତି ଜଣେ ମହିଳା। ‘ଆମେ କେଉଁ ଗୌରବରେ ଆନନ୍ଦିତ ହେବୁ ଯେ ନବୀନ ପଟ୍ଟନାୟକ ଜିନ୍ଦାବାଦ ବୋଲି କହିବୁ’ ବୋଲି ମହିଳା ଜଣକ ପ୍ରଶ୍ନ କରିଛନ୍ତି। ମହିଳାଙ୍କ ଅଭିଭାଷଣ ବେଳେ ବିଜେଡି ବିଧାୟକ ଓ ବାଲିଗୁଡ଼ା ଏନ୍ଏସି ଚେୟାରମ୍ୟାନ ଉପସ୍ଥିତ ଥାଇ ଶୁଣୁଥିବା ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। କନ୍ଧମାଳ […]