• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

odisha
ଦୁଇ ଦୁଇ ଥର ଚଳନ୍ତା ଟ୍ରେନ୍‌ରେ ଲାଗିଲା ନିଆଁ

କଣ୍ଟାବାଞ୍ଜି: ଥରେ ନୁହେଁ ଦୁଇ ଦୁଇ ଥର ଚଳନ୍ତା କୋଇଲା ବୋଝେଇ ଟ୍ରେନ୍‌ରେ ଲାଗିଗଲା ନିଆଁ। ଟ୍ରେନ୍‌ଟି ଆଜି ବିଶାଖାପାଟଣାରୁ ରାୟପୁର ଯାଉଥିବା ବେଳେ ପ୍ରଥମେ ରହେନ୍‌ଭଟା ରେଲ୍‌ୱେ ଷ୍ଟେସନ୍‌ରେ  ନିଆଁ ଲାଗିଯାଇଥିଲା ବୋଲି ଜଣାପଡ଼ିଛି। ନିଆଁ ଲିଭିବା ପରେ ମାଲ୍‌ବାହୀ ଟ୍ରେନ୍‌ଟି ରାୟପୁର ଅଭିମୁଖେ ଗଡ଼ିଥିଲା। ପୁଣି ଅଧା ବାଟରେ ଟ୍ରେନ୍‌ରେ ନିଆଁ ଲାଗି ଯାଇଥିଲା। ଏନେଇ ମୁରିବାହାଲ ଷ୍ଟେସନ୍ ମାଷ୍ଟର, କଣ୍ଟାବାଞ୍ଜି ଷ୍ଟେସନ୍ ମାଷ୍ଟରଙ୍କୁ ସୂଚନା ଦେଇଥିଲେ। ଖବରପାଇ ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ନିଆଁକୁ […]

  • Wednesday, 21 July 2021
odisha
ମହଙ୍ଗା ପଡ଼ିଲା ଛାତ୍ରୀଙ୍କୁ ଅସଦାଚରଣ, ଗିରଫ ହେଲେ ଇଂଲିଶ ଏଚ୍‌ଓଡି

ବାରିପଦା (ମାଣିକଲାଲ ପାଣି): ମହଙ୍ଗା ପଡ଼ିଲା ଛାତ୍ରୀଙ୍କୁ ଅସଦାଚରଣ କରିବା। ଅସଦାଚରଣ ଅଭିଯୋଗରେ ବାରିପଦା ସ୍ଥିତ ଏମ୍‌ପିସି ସ୍ୱୟଂଶାସିତ କଲେଜର ଇଂଲିଶ ଡିପାର୍ଟମେଣ୍ଟ୍‌ର ଏଚ୍‌ଓଡିଙ୍କୁ ପୁଲିସ୍‌ ଗିରଫ କରିଛି। କଲେଜ କର୍ତ୍ତୃପକ୍ଷ ଗତକାଲିଠୁ ସମ୍ପୃକ୍ତ ଅଧ୍ୟାପକଙ୍କୁ ଛୁଟିରେ ଯିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ସେ କଲେଜ ପରିସରରେ ଲୁଚି କି ରହିଥିଲେ। ଏହା ଜାଣି ପିଲାମାନେ ତାଙ୍କୁ କାବୁ କରି ପୁଲିସ୍‌ ଜିମା ଦେଇଥିଲେ ଓ ପୁଲିସ୍‌ ତାଙ୍କୁ ଗିରଫ କରିଥିଲା। ପୂରା ଘଟଣାଟି ଥିଲା ଏମିତି… […]

  • Wednesday, 21 July 2021
accident
ରାସ୍ତା ଖାଇଛି ୧୮ ହଜାର ମୁଣ୍ଡ

ଭୁବନେଶ୍ୱର: ରାଜ୍ୟରେ କ୍ରମାଗତ ଭାବେ ଦୁର୍ଘଟଣା ଓ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଏନେଇ ବିଧାନସଭାରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ଗତ ୪ ବର୍ଷ ମଧ୍ୟରେ ୪୦ ହଜାରରୁ ଅଧିକ ସଡ଼କ ବା ରାସ୍ତା ଦୁର୍ଘଟଣା ହୋଇଥିବା ବେଳେ ଏଥିରେ ୧୮ହଜାର ୬୮୩ଜଣଙ୍କ ମୃତ୍ୟୁ ଘଟିଛି। ୨୦୧୬ରେ ୧୦ହଜାର ୫୩୨ଟି ଦୁର୍ଘଟଣାରେ ୪ହଜାର ୪୬୩ ଜଣଙ୍କ ମୃତ୍ୟୁ ହୋଇଛି। ୨୦୧୭ରେ ୧୦ ହଜାର ୮୫୫ ଦୁର୍ଘଟଣାରେ ୪୭୯୦ ଜଣଙ୍କ ମୃତ୍ୟୁ […]

  • Wednesday, 21 July 2021
congress
‘ରାଜ୍ୟ ସରକାର ଭାବୁଛନ୍ତି ଡିଜିପିମାନେ ଯେମିତି କଣ୍ଢେଇ’

ଭୁବନେଶ୍ୱର: ରାତି ଅଧିଆ ଡିଜିପି ଅପସାରଣ ନେଇ ବରିଷ୍ଠ କଂଗ୍ରେସ ନେତା ତାରା ବାହିନୀପତି ଓ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ନିଜ ପ୍ରତିକ୍ରିୟାରେ ତାରା କହିଛନ୍ତି,“ ଯେତେବେଳେ ରାଜ୍ୟ ସରକାର ତାଙ୍କୁ ଡିଜିପି ନିଯୁକ୍ତି ଦେଲେ ସେତେବେଳେ କ’ଣ ରାଜ୍ୟ ସରକାର ତାଙ୍କ କାର୍ଯ୍ୟକଳାପ ସମ୍ପର୍କରେ ଜାଣି ନ ଥିଲେ ? ଯଦି ଜାଣି  ନଥିଲେ ସେଥିପାଇଁ ରାଜ୍ୟ ସରକାର ଦାୟୀ। ରାତି ଅଧିଆ ଜଣକୁ ବାହାର କରି ଫୋପାଡ଼ି ଦେବା […]

  • Wednesday, 21 July 2021
flight
ଭୁବନେଶ୍ୱରରୁ ରାସ୍-ଅଲ୍-ଖଇମା ମଧ୍ୟରେ ସିଧାସଳଖ ବିମାନ ସେବା ପାଇଁ ଧର୍ମେନ୍ଦ୍ରଙ୍କ ଚିଠି

ଭୁବନେଶ୍ୱର: ଭୁବନେଶ୍ୱର ଓ ୟୁଏଇ ସ୍ଥିତ ରାସ୍-ଅଲ୍-ଖଇମା ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଚିଠି ଲେଖିଛନ୍ତି। ଏଥିରେ ବ୍ୟକ୍ତିଗତ ହସ୍ତକ୍ଷେପ ପାଇଁ ଧର୍ମେନ୍ଦ୍ର ପ୍ରଧାନ, ହରଦୀପ ସିଂ ପୁରୀଙ୍କୁ  ଅନୁରୋଧ କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି, ଭୁବନେଶ୍ୱର ବିମାନବନ୍ଦର ଅନ୍ତର୍ଜାତୀୟ ବିମାନବନ୍ଦର ଭାବେ ପରିଚାଳିତ ହେବାପରେ ୨୦୧୫ରୁ ଭୁବନେଶ୍ୱରକୁ ବିଦେଶୀ ଯାତ୍ରୀ ତଥା ପର୍ଯ୍ୟଟକ ଓ ଏନ୍‌ଆର୍‌ଆଇଙ୍କ […]

  • Wednesday, 21 July 2021
satyajit mohanty
ଅନ୍ତରୀଣ ଡିଜିପି ଭାବେ ଦାୟିତ୍ୱ ନେଲେ ସତ୍ୟଜିତ ମହାନ୍ତି

ଭୁବନେଶ୍ୱର: ରାଜ୍ୟ ପୁଲିସ୍‌ର ଅନ୍ତରୀଣ ଡିଜି ଭାବେ ସତ୍ୟଜିତ ମହାନ୍ତି ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି।କଟକ ପୁଲିସ୍‌ ମୁଖ୍ୟାଳୟରେ ଆଜି ବିଧିବଦ୍ଧ ଭାବେ ସେ ଦାୟିତ୍ୱ ନେଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଦାୟିତ୍ୱକୁ ସୁଚାରୁରୂପେ ପରିଚାଳନା କରିବା ସହ ସମସ୍ତ ଅଧିକାରୀଙ୍କୁ ନେଇ କାମ କରିବେ ବୋଲି ଏହି ଅବସରରେ ସତ୍ୟଜିତ ମହାନ୍ତି କହିଛନ୍ତି। ବରିଷ୍ଠ ଆଇପିଏସ୍ ଅଧିକାରୀ ଅଭୟଙ୍କୁ ପୋଲିସ ମହାନିର୍ଦ୍ଦେଶକ ଭାବେ ରାଜ୍ୟ ସରକାର ନିଯୁକ୍ତ କରିଛନ୍ତି। ବିଜୟ କୁମାର ଶର୍ମାଙ୍କୁ ହଟାଇ […]

  • Wednesday, 21 July 2021
representational image
କାରାଗାରରେ କଏଦୀ ଆତ୍ମହତ୍ୟା ଘଟଣା: ନିଲମ୍ବିତ ହେଲେ ଜେଲ୍‌ ଓ୍ୱାର୍ଡର

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା କାରାଗାରରେ ଗତ ୧୮ ତାରିଖରେ ଜଣେ ବିଚାରାଧୀନ କଏଦୀ ଆତ୍ମହତ୍ୟା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦାୟିତ୍ୱରେ ଥିବା ଜେଲ୍‌ ଓ୍ୱାର୍ଡର ରମେଶ କବିଙ୍କୁ ଚାକିରିରୁ ନିଲମ୍ୱିତ କରାଯାଇଛି। ଏଥିସହ ଦୁଇ ଜଣ ମୁଖ୍ୟ ୱାର୍ଡରଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ଉପେନ୍ଦ୍ର ମହାନ୍ତଙ୍କୁ ବଡ଼ବିଲ୍‌ ଓ ଗୁମାନ ଜାମୁଡାଙ୍କୁ କରଞ୍ଜିଆ ବଦଳି କରାଯାଇଛି। କର୍ତ୍ତବ୍ୟରେ ଅବହେଳା ପାଇଁ ସମ୍ୱଲପୁର ରେଞ୍ଜ ଡିଆଇଜି ଅମୀୟ ପଟ୍ଟନାୟକ ଏହି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ […]

  • Wednesday, 21 July 2021
odisha
ବିଫଳ ହେଲା ଡିଆଇଜିଙ୍କ ସହ ଚାଷୀଙ୍କ ଆଲୋଚନା

ବରଗଡ଼(ଦୀପକ ଶର୍ମା): ଧାନ ସଂଗ୍ରହ ପ୍ରକ୍ରିୟାରେ ଟୋକନ୍‌ ବ୍ୟବସ୍ଥାକୁ ବିରୋଧ କରି ବରଗଡ଼ ଜିଲ୍ଲାରେ ଚାଷୀଙ୍କ ଆନ୍ଦୋଳନ ଦିନକୁ ଦିନ ତୀବ୍ରତର ହେବାରେ ଲାଗିଛି। ଏହି ବ୍ୟବସ୍ଥା ପ୍ରତ୍ୟାହାର ଜିଦ୍‌ରେ ଅଟଳ ଥିବା ଚାଷୀଙ୍କ ସହ ଉତ୍ତରାଞ୍ଚଳ ଡିଆଇଜିଙ୍କ ବୈଠକ ଫେଲ୍ ହୋଇଛି। ଚାଷୀଙ୍କୁ ବୁଝାସୁଝା କରିବା ପାଇଁ ଗତକାଲି ସନ୍ଧ୍ୟାରେ ଅତାବିରା ଥାନାରେ ଏକ ଆଲୋଚନା ହୋଇଥିଲା। ଏଥିରେ ପୁଲିସ୍‌, ପ୍ରଶାସନ ଓ ଚାଷୀ ସାମିଲ ହୋଇଥିଲେ। ଉତ୍ତରାଞ୍ଚଳ ଡିଆଇଜି ହିମାଂଶୁ ଲାଲ୍‌, ବରଗଡ଼ ଏସ୍‌ପି, […]

  • Wednesday, 21 July 2021
odisha
ଟୋକନ୍‌ ବିରୋଧରେ ତେଜୁଛି ଅସନ୍ତୋଷ

ଭୁବନେଶ୍ୱର: ଧାନ କିଣାରେ ଟୋକନ୍ ବ୍ୟବସ୍ଥା ପ୍ରଚଳନ ବିରୋଧରେ ଅସନ୍ତୋଷ ତେଜିବାରେ ଲାଗିଛି। ଏହି ବ୍ୟବସ୍ଥା ପ୍ରତ୍ୟାହାରର ଡେଡ୍ ଲାଇନ୍ ଆଜି ଦିନ ୧୨ଟାରେ ସରିବା ପରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶତାଧିକ ଚାଷୀ। ଚାଷୀମାନେ ୩ ଟ୍ରାକ୍ଟର ଧାନ ନେଇ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପ୍ରବେଶ କରିବା ପାଇଁ ବିରାଟ ଶୋଭାଯାତ୍ରାରେ ବାହାରିଥିଲେ। ପୂର୍ବ ନିଷ୍ପତ୍ତି ଅନୁଯାୟୀ, ଚାଷୀମାନେ ଏହି ଧାନ ନେଇ ଜିଲ୍ଲାପାଳଙ୍କ ଅଫିସ୍‌ରେ ଢାଳିବାର କାର୍ଯ୍ୟକ୍ରମ ଥିଲା। ହେଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଚାଷୀଙ୍କୁ ପୁଲିସ୍ […]

  • Wednesday, 21 July 2021
child
ବାପା ନା ପିଶାଚ ! ମାସକର ଝିଅକୁ ମାରିଦେଲା !

ଟିଟିଲାଗଡ଼: ବାପା ନା ପିଶାଚ ! ଜନ୍ମଦାତା ବାପା ଯଦି ନିଜ ଛୁଆର ହତ୍ୟାକାରୀ ସାଜେ, ତା’ ହେଲେ ତାକୁ କ’ଣ କୁହାଯାଇ ପାରିବ?  ପିଶାଚ କିମ୍ବା ସଇତାନ । ଏପରି ଲୋମଟାଙ୍କୁରା ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ର ମନିଗାଁରେ । ଏଠାରେ ବାପା ନିଜର ମାସକର ଝିଅକୁ ପିଟି ପିଟି ମାରିଦେଇଥିବା ଅଭିଯୋଗ ହୋଇଛି। ଏନେଇ ଝିଅର ମା’ ଟିଟିଲାଗଡ଼ ଥାନାରେ ଅଭିଯୋଗ କରିଛନ୍ତି। ଗତକାଲି ରାତିରେ କୌଣସି କଥାକୁ ନେଇ ମା’ଙ୍କ ସହ […]

  • Wednesday, 21 July 2021
odisha
ଏଣିକି ଡ୍ୟୁଟି ସମୟରେ ସରକାରୀ ଅଧିକାରୀମାନେ ସିନିଅର୍‌ଙ୍କୁ ‘ଭାଇ’ ଡାକିପାରିବେ ନାହିଁ

ଭୁବନେଶ୍ୱର: ଦେଖାଯାଏ ଯେ ଅନେକ ପ୍ରାଇଭେଟ୍‌ କମ୍ପାନୀରେ କର୍ମଚାରୀମାନେ ତାଙ୍କ ସିନିଅର୍‌ଙ୍କୁ ଭାଇ ଡାକନ୍ତି। ଆଉ କେହି କେହି ତ କାର୍ଯ୍ୟକ୍ଷେତ୍ରରେ ସେମାନଙ୍କର ସହଯୋଗୀ ହେଉ କି ବସ୍‌ଙ୍କୁ ସେମାନଙ୍କର ନାଁ ଧରି ଡାକିଥାନ୍ତି। ହେଲେ ଏହି ସରକାରୀ କାର୍ଯ୍ୟାଳୟରେ ଏସବୁ ବାରଣ କରାଯାଇଛି। ଅଫିସ୍‌ରେ ଡ୍ୟୁଟି ସମୟରେ ସିନିଅର୍‌ଙ୍କୁ ଭାଇ ସମ୍ବୋଧନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଓଡ଼ିଶା ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ଜାରି ହୋଇଛି। ମତ୍ସ୍ୟ ଓ ପଶୁ […]

  • Wednesday, 21 July 2021
mahanadi water dispute
ମହାନଦୀକୁ ଡେଇଁ ନାବାଳିକାଙ୍କ ଆତ୍ମହତ୍ୟା ଉଦ୍ୟମ

କଟକ: କଟକ ସ୍ଥିତ ଯୋବ୍ରା ବ୍ୟାରେଜ୍‌ରୁ ଆଜି ସକାଳେ ଜଣେ ନାବାଳିକା ମହାନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଛନ୍ତି। ଏବେ ସେ ସୁସ୍ଥ ଅଛନ୍ତି। ନାବାଳିକାଙ୍କ ଘର ଖୋର୍ଦ୍ଧା ଅଞ୍ଚଳରେ ବୋଲି ସୂଚନା ମିଳିଛି। କଟକର ଶିଖରପୁରରେ ରହୁଥିବା ଏହି ଛାତ୍ରୀ ଜଣକ ଗତ କିଛିଦିନ ହେବ ପାଠପଢ଼ାକୁ ନେଇ ଚାପରେ ରହୁଥିଲେ। ଫଳରେ ଏଭଳି ଚରମ ନିଷ୍ପତ୍ତି ନେଇଥିବା ପୁଲିସ୍‌ କହିଛି। ଘଟଣା ସମ୍ପର୍କରେ ପୁଲିସ୍‌ ତାଙ୍କ […]

  • Wednesday, 21 July 2021
puri
୪ଘଣ୍ଟା ପାଇଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

ପୁରୀ: ପୁରୀ ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ପଇତା ଲାଗି ସେବା ଅନୁଷ୍ଠିତ ହେବ। ଏହା ଅତ୍ୟନ୍ତ ଗୁପ୍ତ ସେବା। ଦଇତାପତିମାନେ ସମୂହ ଭାବେ ଆସି ମହାପ୍ରଭୁଙ୍କ ଏହି ସେବା କରିଥା’ନ୍ତି। ଏଥିପାଇଁ ଆଜି ମହାପ୍ରଭୁଙ୍କ ଦର୍ଶନ ୪ଘଣ୍ଟା ବନ୍ଦ ରହିବ। ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ। ତେବେ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ପରିସରରେ ଥିବା ଅନ୍ୟ ଦେବାଦେବୀଙ୍କୁ ଦର୍ଶନ କରିପାରିବେ।

  • Wednesday, 21 July 2021
odisha
ବୁଢ଼ୀ ମା’ ଆଖିରେ ଲୁହ, କହିଲେ- ପୁଅବୋହୂ ଖାଇବାକୁ ଦେଉ ନାହାନ୍ତି, ମାଡ଼ ମାରୁଛନ୍ତି

ସୋର(ଶଶିକାନ୍ତ ବେହେରା): ପରିଣତ ବୟସରେ ପିଲାମାନେ ଆଶ୍ରା ହେବେ, ଭଲମନ୍ଦ ବୁଝିବେ ବୋଲି ସବୁ ବାପାମା’ଙ୍କ ଆଶା ଥାଏ। ହେଲେ ଆଜିର ସ୍ୱାର୍ଥପର ଦୁନିଆରେ ବାପାମା’ଙ୍କୁ ପର କରିଦେଉଛନ୍ତି ବହୁ ପିଲା। ଏପରିକି ବାପାମା’ଙ୍କ ଉପରକୁ ହାତ ଉଠାଇବାକୁ ବି ପଛାଉ ନାହାନ୍ତି। ବାଲେଶ୍ୱର ଜିଲ୍ଲା ସୋର ପୌରପାଳିକା ଅନ୍ତର୍ଗତ ତୁଣ୍ଡପଡ଼ା ଗାଁରେ ଏପରି ଚିତ୍ର ଦେଖିବାକୁ ମିଳିଛି। ଜଣେ ୮୦ ବର୍ଷୀୟା ବୃଦ୍ଧାଙ୍କୁ ତାଙ୍କ ପୁଅ-ବୋହୂ ମାଡ଼ ମାରିବା ଯୋଗୁ ସେ ଘର ଛାଡ଼ି ଏକ […]

  • Wednesday, 21 July 2021
accident
ଘାଟିରୁ ୫୦ ଫୁଟ୍‌ ତଳକୁ ଖସିଲା ଟ୍ରକ୍‌

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ଏକ ଟ୍ରକ୍‌ ଭାରସାମ୍ୟ ହରାଇ ପ୍ରାୟ ୫୦ ଫୁଟ୍ ତଳକୁ ଖସି ପଡିବା ଯୋଗୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ତେବେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ କୌଣସି ପରିଚୟ ମିଳିପାରି ନଥିବାବେଳେ ଗୁରୁତରଙ୍କ ପରିଚୟ ମିଳିଛି। ଗୁରୁତରଙ୍କ ନାଁ ଦିଲୀପ କୁମାର ଦାସ। ତାଙ୍କ ଘର ଛତିଶଗଡ଼ରେ ବୋଲି ଜଣାପଡ଼ିଛି। ତାଙ୍କୁ ପ୍ରଥମେ ବାଙ୍ଗିରିପୋଷି ଡାକ୍ତରଖାନାରେ […]

  • Wednesday, 21 July 2021
odisha
ଉଦ୍ଧାର ହେଲା ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ

ଜୟପୁର: କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅନ୍ତର୍ଗତ କୁନ୍ଦ୍ରଗୁଡ଼ା ନିକଟରୁ ଜଣେ ନାବାଳକ ଓ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି। କୁନ୍ଦ୍ରଗୁଡ଼ା ନିକଟରେ ଥିବା କାଜୁ ମିଲ୍‌ ପଛ ପଟେ ଥିବା ଏକ ଗଛରେ ବେକରେ ଓଢଣୀ ଦେଇ ଦୁଇ ଜଣ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଏହା ପ୍ରେମଜନିତ ଆତ୍ମହତ୍ୟା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ନାବାଳିକଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ, କାଲି ରାତି ୯ଟାରେ ପୁଅ ଘରୁ ବାହାରି ଆଉ ଘରକୁ ଫେରି ନଥିଲା। […]

  • Wednesday, 21 July 2021
representational image
ଗାଁ ଦାଣ୍ଡରେ ତଣ୍ଟିରେ ଗୋଡ଼ ପକାଇ ବୃଦ୍ଧଙ୍କୁ ହତ୍ୟା

ଫୁଲବାଣୀ(ତ୍ରିନାଥ ସାହୁ): ଜମି ବିବାଦକୁ କେନ୍ଦ୍ର କରି ଗାଁ ଦାଣ୍ଡରେ ଜଣେ ବୃଦ୍ଧଙ୍କ ତଣ୍ଟିକୁ ଗୋଡ଼ରେ ଚାପି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ଥାନା ଅନ୍ତର୍ଗତ ପିପଳ ପଙ୍ଗା ଗାଁରେ ଏହି ନିର୍ମମ ହତ୍ୟାକାଣ୍ଡ ହୋଇଛି। ମୃତକ ହେଲେ ଯୋଗେଶ୍ୱର ପ୍ରଧାନ। ଏନେଇ ମୃତକଙ୍କ  ପୁଅ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ, ଗତକାଲି ରାତିରେ ଯୋଗେଶ୍ୱର ନିଜ ପିଣ୍ଡାରେ ବସିଥିଲେ। ଏହି ସମୟରେ ହଠାତ୍ ଗାଁର ନୋଜାର ପ୍ରଧାନ ଆସି ତାଙ୍କୁ […]

  • Wednesday, 21 July 2021
sudarshan
ଇଟାଲିରେ ସମ୍ମାନିତ ହେଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ଭୁବନେଶ୍ୱର: ଇଟାଲିର ରୋମ୍‌ରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ‘ଇଟାଲିଆନ୍‌ ଗୋଲ୍‌ଡେନ ସ୍ୟାଣ୍ଡ ଆର୍ଟ ଆଓ୍ୱାର୍ଡ-୨୦୧୯’ ରେ ସମ୍ମାନିତ କରାଯାଇଛି। ରୋମ୍‌ରେ ଆୟୋଜିତ ‘ଅନ୍ତର୍ଜାତୀୟ ସ୍କୋରାନା ନେଟିଭିଟି’ ଇଭେଣ୍ଟ୍‌ରେ ଭାରତ ପକ୍ଷରୁ ସୁଦର୍ଶନ ଏହି ଇଭେଣ୍ଟ୍‌ରେ ଭାଗ ନେଇଥିଲେ। ଇଭେଣ୍ଟ୍‌ରେ ଭାରତୀୟ ହାଇକମିଶନ୍‌ର ଉପମୁଖ୍ୟ ନିହାରିକା ସିଂହ ମଧ୍ୟ ଉପସ୍ଥିତ ଥିଲେ। ପ୍ରଥମ ବାଲୁକା ଶିଳ୍ପୀ ଭାବେ ସୁଦର୍ଶନଙ୍କୁ ଏହି ସମ୍ମାନ ମିଳିଛି। ଚଳିତ ମାସ ୧୩ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆସନ୍ତାକାଲି ଯାଏ […]

  • Wednesday, 21 July 2021
odisha
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନଶିକ୍ଷକ ନିଲମ୍ବିତ

କେନ୍ଦୁଝର(ପ୍ରଣୟ ପାଣି): ପୁଣି ଗୁରୁ ଶିଷ୍ୟ ପବିତ୍ର ବନ୍ଧନରେ ଲାଗିଲା କଳଙ୍କ। ଜଣେ ପ୍ରଧାନଶିକ୍ଷକ ହୋଇ ଛୋଟ ଛୋଟ ଝିଅଙ୍କୁ ଅସଦାଚରଣ କରିବା ଅଭିଯୋଗରେ କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍‌ ଅନ୍ତର୍ଗତ ବେଲଦା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବାଣେଶ୍ଵର ପାତ୍ର ନିଲମ୍ବିତ ହୋଇଛନ୍ତି। କେନ୍ଦୁଝର ଜିଲ୍ଲା ଶିକ୍ଷାଧିକାରୀ ତାଙ୍କୁ ନିଲମ୍ବିତ କରିଛନ୍ତି। ବେଲଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଠମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବେଳେ ଏଠାରେ ପ୍ରାୟ ୧୫୦ରୁ ଊର୍ଦ୍ଧ୍ୱ ପିଲା ପାଠ […]

  • Wednesday, 21 July 2021
odisha
ଭଙ୍ଗାଗଲା ସ୍ମିତାରାଣୀଙ୍କ ଲକର୍‌

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ଅଫିସ ଲକର୍‌କୁ ଆଜି ପୁଲିସ୍‌ ଭାଙ୍ଗିଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୁଲିସ୍‌ ଆଜି ହରିଦାସପୁର ପଞ୍ଚାୟତ କାର୍ଯ୍ୟାଳୟ ଭିତରେ ଥିବା ସ୍ମିତାରାଣୀଙ୍କ ଅଫିସ ଆଲମିରାର ଲକ୍ ଭାଙ୍ଗିବା ସହ କାଗଜପତ୍ରର ଯାଞ୍ଚ୍ କରିଛି। ଏହି ସମୟରେ ଧର୍ମଶାଳା ବ୍ଲକ୍ ବିଡିଓ ଓ ସ୍ମିତାରାଣୀଙ୍କ ସ୍ୱାମୀ ମଧ୍ୟ ଉପସ୍ଥିତ ଥିଲେ। ଲକର୍‌ ଭିତରୁ ମିଳିଥିବା ବିଭିନ୍ନ କାଗଜପତ୍ରର ଯାଞ୍ଚ କରାଯାଉଛି। ସୂଚନାଥାଉ କି, ଗତ ମାସ ୧୬ ତାରିଖରେ […]

  • Wednesday, 21 July 2021
odisha
ଭିଜିଲାନ୍ସ ଜାଲରେ ସରକାରୀ ବାବୁ

ପାରାଦୀପ: ଭିଜିଲାନ୍ସ ଜାଲରେ ପାରାଦୀପ ସ୍ଥିତ ବୈଧମାପ ବିଜ୍ଞାନ କାର୍ଯ୍ୟାଳୟର ବରିଷ୍ଠ ନିରୀକ୍ଷକ ବିଶ୍ରାନ୍ତ କୁମାର ସେଠୀ। ସେ ଜଗତସିଂହପୁର ଜିଲ୍ଲା ବୈଧମାପ ବିଜ୍ଞାନ ଅଫିସରେ ସହକାରୀ କଣ୍ଟ୍ରୋଲର୍‌ ଅତିରିକ୍ତ ଦାୟିତ୍ୱରେ ମଧ୍ୟ ଅଛନ୍ତି। ତେବେ ସେ ଜିଲ୍ଲାରେ ଥିବା ତେଲ ଟ୍ୟାଙ୍କର ଓ ପେଟ୍ରୋଲ ପମ୍ପ ମାଲିକଙ୍କଠାରୁ ଲାଞ୍ଚ ମାଗୁଥିବା ନେଇ ଅଭିଯୋଗ ଆସିବା ପରେ କଟକ ଭିଜିଲାନ୍ସ ଡିଭିଜନର ଅଧିକାରୀମାନେ ତାଙ୍କ ଘରେ ଚଢ଼ଉ କରିଥିଲେ। ଗତକାଲି ପାରାଦୀପ ସ୍ଥିତ ମଧୁବନରେ ଥିବା ତାଙ୍କ […]

  • Wednesday, 21 July 2021
odisha
ଡେପୁଟି ଡ୍ରଗ୍‌ କଣ୍ଟ୍ରୋଲର୍‌ର ପରିଚୟ ଦେଇ ଠକିନେଲେ

ଉମରକୋଟ: ନିଜକୁ ଡେପୁଟି ଡ୍ରଗ୍‌ କଣ୍ଟ୍ରୋଲର୍‌ର ପରିଚୟ ଦେଇ ଜଣେ ବ୍ୟକ୍ତି ହୋମିଓ କ୍ଲିନିକ୍‌ରୁ ଲକ୍ଷେ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ସ୍ଥିତ ନିରାମୟ ହୋମିଓ କ୍ଲିନିକ୍‌ରେ। ମିଳିଥିବା ସୂଚନା ଅନୁସାରେ, କୋଣ୍ଡା ଗାଁରେ ଥିବା ଏହି ହୋମିଓ କ୍ଲିନିକ୍‌କୁ ଗତକାଲି ଅପରାହ୍ଣ ପ୍ରାୟ ସାଢ଼େ ୧୨ଟା ବେଳେ ଜଣେ ବ୍ୟକ୍ତି ଆସିଥିଲେ। ଏହି ସମୟରେ କ୍ଲିନିକ୍‌ରେ ଡାକ୍ତର ପଞ୍ଚାନନ ମିଶ୍ର ଥିଲେ। ସେ ତାଙ୍କୁ ଭୁବନେଶ୍ୱରର […]

  • Wednesday, 21 July 2021
odisha
ରାସ୍ତାରୁ ପାଇଲେ ଲକ୍ଷେ ଟଙ୍କା, ଆଉ ତା’ପରେ...

ଆଠଗଡ଼: ସାମାନ୍ୟ କିଛି ଟଙ୍କା ପାଇଁ ମଣିଷ ନିଜ ରକ୍ତର ସମ୍ପର୍କକୁ ବି ଭୁଲି ଯାଏ। ହେଲେ ଏଭଳି ସ୍ୱାର୍ଥପର ଦୁନିଆରେ ଏପରି ବି ମଣିଷ ଅଛନ୍ତି, ଯେଉଁମାନେ ନିଜ କଷ୍ଟ ଅର୍ଜିତ ଧନକୁ ନେଇ ହିଁ ସନ୍ତୁଷ୍ଟ ରହିବାକୁ ଚେଷ୍ଟା କରନ୍ତି। ହାତପାଆନ୍ତରେ ବି ଯଦି ସେମାନଙ୍କୁ ଅଚାନକ କିଛି ମିଳିଲେ ବି ସେମାନେ ତାଙ୍କୁ ଗ୍ରହଣ କରି ପାରି ନ ଥାନ୍ତି। ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି  କଟକ ଜିଲ୍ଲା ଆଠଗଡ ବ୍ଲକ୍‌ରେ। […]

  • Wednesday, 21 July 2021
odisha
୩ ଲକ୍ଷ ଟଙ୍କାର ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରରେ ପୁଣି ମାତିଲେ ଲୁଟେରା। ଫାଙ୍କା ଗୁଳି ଚଳାଇ ଦୁର୍ବୃତ୍ତମାନେ ଏକ ଜୁଏଲାରୀ ଦୋକାନରୁ ୩ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଲୁଟେରାମାନେ ନୂଆଡିହି ରାସ୍ତାରେ ଥିବା ସରାଫ ନାମକ ଜୁଏଲାରୀ ଦୋକାନ ଭିତରକୁ ହଠାତ୍ ପ୍ରବେଶ କରି ୩ ରାଉଣ୍ଡ୍‌ ଗୁଳି ଚାଳନା କରିଥିଲେ। ଏହି ସମୟରେ ଗହଣା ଦୋକାନରେ ଜୁଏଲାରୀ ସପ୍‌ର ମାଲିକ ଗୌରଚନ୍ଦ୍ର ସରାଫ, ତାଙ୍କ […]

  • Wednesday, 21 July 2021
odisha
ପିଇଓଙ୍କୁ ଚପଲ ମାଡ଼, ଭିଡିଓ ଭାଇରାଲ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଳକ୍‌ ଅନ୍ତର୍ଗତ ଘାଘରାମୁଣ୍ଡା ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ)ଙ୍କୁ ମହିଳାଙ୍କ ଚପଲ ମାଡ଼। ପିଇଓ ବସନ୍ତ ବେହେରାଙ୍କୁ ମହିଳାମାନେ ଚପଲରେ ମାରୁଥିବାର ଦୃଶ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ନାମ ଥିବା ନେଇ ପରଜଙ୍ଗ ଥାନା ଅନ୍ତର୍ଗତ ଗତରେଇ ଗାଁର କିଛି ମହିଳାଙ୍କଠାରୁ ବସନ୍ତ ଟଙ୍କା ନେଇ ଥିଲେ। ଶୀଘ୍ର ଘର କରାଇ ଦେବାପାଇଁ ସେ ଏହି ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ହେଲେ ଘର ଦେବାକୁ […]

  • Wednesday, 21 July 2021