ଭୁବନେଶ୍ୱର: ବାତ୍ୟା ‘ବୁଲ୍ବୁଲ୍’ ଯୋଗୁ ୬ଟି ଜିଲ୍ଲାର ପ୍ରାୟ ୧୬ ଲକ୍ଷ ବିଦ୍ୟୁତ୍ ଉପଭୋକ୍ତା ପ୍ରଭାବିତ ହୋଇଛନ୍ତି। ସେଥିମଧ୍ୟରୁ ୧୫ ଲକ୍ଷ ଉପଭୋକ୍ତାଙ୍କ ବିଦ୍ୟୁତ୍ ସଂଯୋଗ ପୁନଃସ୍ଥାପନ ହୋଇଛି। ବାକି ୧ ଲକ୍ଷ ଉପଭୋକ୍ତାଙ୍କୁ ମଙ୍ଗଳବାର ସଂଧ୍ୟା ସୁଦ୍ଧା ବିଜୁଳି ଯୋଗାଇ ଦେବାକୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି। ‘ବୁଲ୍ବୁଲ୍’ ପ୍ରଭାବିତ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲାପାଳଙ୍କ ସହିତ ମୁଖ୍ୟ ଶାସନ ସଚିବ ଭିଡିଓ କନଫରେନ୍ସିଂରେ ବାତ୍ୟା […]
ଜଳେଶ୍ୱର(ଅଜିତ ଦାସ): ବାଲେଶ୍ୱର ଜିଲ୍ଲା ନାପଖାଲିନା ରାସ୍ତାରୁ ଜଣେ ମହିଳାଙ୍କୁ ମୁମୂର୍ଷ ଅବସ୍ଥାରେ ଉଦ୍ଧାର କରାଯାଇଛି। ଆଜି ସକାଳେ ମହିଳା ଜଣକ ମୁମୂର୍ଷ ଅବସ୍ଥାରେ ରାସ୍ତାରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସ୍କୁ ଖବର ଦେଇଥିଲେ। ମହିଳା ଜଣଙ୍କୁ ଏଭଳି ଅବସ୍ଥାରେ ରାସ୍ତା ମଝିରେ କିଏ ଛାଡ଼ି ଦେଇଗଲା ସେ ସମ୍ପର୍କରେ କିଛି ଜଣାପଡ଼ିନାହିଁ। କାହିଁକି ନା ତାଙ୍କ କଥାରେ କୌଣସି ତାଳମେଳ ରହୁନାହିଁ। କେତେବେଳେ କହୁଛନ୍ତି ସ୍ୱାମୀ ଆଣି ଛାଡ଼ି ଦେଇ ପଳାଇଲେ , ତ […]
ଭୁବନେଶ୍ୱର: ମିଥ୍ୟା ବିଜ୍ଞାପନ କଲେ ଦଣ୍ଡିତ ହେବେ ବିଜ୍ଞାପନରେ ଅଭିନୟ କରୁଥିବା ବ୍ୟକ୍ତି। ଏପରିକି ଏଭଳି ବିଜ୍ଞାପନରେ ଅଭିନୟ କରୁଥିବା ବଡ଼ ବଡ଼ ଅଭିନେତା, ଅଭିନେତ୍ରୀ ମଧ୍ୟ ଏଥିରୁ ବାଦ୍ ପଡ଼ିବେ ନାହିଁ। କମ୍ପାନୀ ସହିତ ସେମାନଙ୍କୁ ମଧ୍ୟ ଜରିମାନା ଦେବାକୁ ପଡ଼ିବ। ଏନେଇ ସୂଚନା ଦେଇଛନ୍ତି ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦର ଜାତୀୟ ସଭାପତି ଅନନ୍ତ ଶର୍ମା। ଭୁବନେଶ୍ୱରରେ ଏହି ସଂଗଠନର ଓଡ଼ିଶା ଶାଖା ଉଦ୍ଘାଟନ ଅବସରରେ ଅନନ୍ତ ଶର୍ମା କହିଛନ୍ତି, ‘ମିଥ୍ୟା ବିଜ୍ଞାପନକୁ […]
ରାଉରକେଲା: ରାଉରକେଲା ବାସନ୍ତୀ ନଗର ଓଭରବ୍ରିଜ୍ ଉପରେ ବାଇକ୍ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାସନ୍ତୀ କଲୋନୀର ସୁମିତ କୁଅଁର ବୋଲି ସୂଚନା ମିଳିଛି। ଦୁର୍ଘଟଣାରେ ଆଉ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ, ରବିବାର ରାତିରେ ସୁମିତ ଓ ତାଙ୍କର ଜଣେ ସାଙ୍ଗ ଏକ ବାଇକ୍ରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଭରବ୍ରିଜ୍ ବାଡ଼ାରେ ବାଡ଼େଇ ହୋଇ ଯାଇଥିଲେ। ଘଟଣାସ୍ଥଳରେ ସୁମିତଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଲିସ୍ ତାଙ୍କ […]
ପାରାଦୀପ: ମୋବାଇଲ୍ ଫୋନ୍ ବିସ୍ଫୋରଣରେ ଜଣେ ରାଜମିସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ଗତକାଲି ବିଳମ୍ବିତ ରାତିରେ ପାରାଦୀପରେ ଏହି ଅଘଟଣ ଘଟିଛି। ମୃତ ରାଜମିସ୍ତ୍ରୀଙ୍କ ଘର ନୟାଗଡ଼ ଅଞ୍ଚଳରେ ବୋଲି ସୂଚନା ମିଳିଛି। ପାରାଦୀପରେ ରହି ସେ ରାଜମିସ୍ତ୍ରୀ ଭାବେ କାମ କରୁଥିଲେ। ସୂଚନା ଅନୁସାରେ, ସମ୍ପୃକ୍ତ ରାଜମିସ୍ତ୍ରୀ ଜଣକ ତାଙ୍କର ୪ ଜଣ ସାଥୀଙ୍କ ସହ ଅଠରବାଙ୍କୀ ଅଞ୍ଚଳରେ ଏକ ଭଡ଼ା ଘରେ ରହୁଥିଲେ। ତେବେ ଗତକାଲି ଫୋନ୍କୁ ଚାର୍ଜରେ ବସାଇ ଏହାକୁ ଛାତିରେ ରଖି ରାଜମିସ୍ତ୍ରୀ […]
ଆଠଗଡ଼: ଶେଷ ହୋଇଛି ପବିତ୍ର କାର୍ତ୍ତିକ ମାସର ବଡ଼ ଓଷା। ଆଠଗଡ଼ର ବାବା ଧବଳେଶ୍ୱରଙ୍କ ପାଖରେ ଲାଗି ହୋଇଛି ତାଙ୍କର ପ୍ରିୟ ଗଜ ଭୋଗ ଓ ତରଣ ଭୋଗ। ବଡ଼ ଓଷା ପାଳନ ସହିତ ହଜାର ହଜାର ଭକ୍ତ ଧବଳେଶ୍ୱର ପୀଠରେ ଏହି ଗଜ ଭୋଗକୁ ଅପେକ୍ଷା କରିଥାନ୍ତି। ଧବଳେଶ୍ୱର ପୀଠର ଏହି ଗଜଭୋଗ ଓ ତରଣ ଭୋଗର ବିଶେଷତ୍ୱ ରହିଛି।
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଜଣେ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ ୟୁନିଟ୍-୧ ଅଞ୍ଚଳରେ ଏହି ଘଟଣା ଘଟିଛି। ଅଭିଯୁକ୍ତର ନାଁ ଅଜୟ ବାଗର। ପୁଲିସ୍ ତାକୁ ଗିରଫ କରିଛି। ସୂଚନା ଅନୁସାରେ, ଛାତ୍ରୀ ଜଣକ ୟୁନିଟ୍-୧ ଅଞ୍ଚଳରେ ଏକ ବସ୍ତିରେ ରହୁଥିଲେ। ଅଜୟ ତାଙ୍କୁ ଆଗରୁ ମଧ୍ୟ ପିଛା କରି ବହୁ ସମୟରେ ଅଶ୍ଲୀଳ ଇଙ୍ଗିତ କରୁଥିଲେ ବୋଲି ଅଭିଯୋଗ ହୋଇଛି। ତେବେ ଗତ ରାତିରେ ସମ୍ପୃକ୍ତ ଛାତ୍ରୀ […]
ସୁବର୍ଣ୍ଣପୁର: ଚକଡ଼ା ପୋକ ପାଇଁ ଚାଷ ଜମି ଜାଳିଲେ ଚାଷୀ। ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ୍ ଅନ୍ତର୍ଗତ ଅର୍ଡା ଗାଁରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି। ଗାଁର ସହଦେବ କର୍ମୀ ନାମକ ଜଣେ ଚାଷୀ ହାତ ଉଧାରି ଏବଂ ବ୍ୟାଙ୍କରୁ ଋଣ କରି ନିଜର ୫ ଏକର ଜମିରେ ଧାନ ଚାଷ କରିଥିଲେ। ଚାଷ ଭଲ ହୋଇଥିଲା, ହେଲେ ଚକଡ଼ା ପୋକ ଯୋଗୁ ତାଙ୍କର ଅଧା ଏକର ଧାନ ନଷ୍ଟ ହୋଇଯାଇଥିଲା। ଏହାପରେ ସେ କୃଷି ବିଭାଗ […]
ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲାରେ ଅଜଣା ରୋଗର ଆତଙ୍କ। କାଲିମେଳା ବ୍ଲକ୍ର ତାମନପାଲି ଗାଁରେ ଏହି ଅଜଣା ରୋଗର ଆତଙ୍କ ଦେଖା ଦେଇଛି। ଗତ ୧୫ ଦିନ ମଧ୍ୟରେ ଗାଁରେ ଅଜଣା ରୋଗରେ ୬ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆକ୍ରାନ୍ତ ହୋଇଛନ୍ତି। ଏନେଇ ଖବର ପାଇ ଡାକ୍ତରୀ ଟିମ୍ ଗାଁରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି। ତା’ସହିତ ଯେଉଁମାନଙ୍କ ଅବସ୍ଥା ଗୁରୁତର ରହିଛି, ସେମାନଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ […]
ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତାର ନାମ୍ପୋ ଠାରେ ଏକ ଦୁର୍ଘଟଣା ଘଟିଛି। ଏକ ବସ୍ ଏକ ଟ୍ରକ୍କୁ ପଛପଟରୁ ଧକ୍କା ଦେବାରୁ ୧୩ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆଜି ସକାଳ ପ୍ରାୟ ୯ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ସୂଚନା ଅନୁସାରେ, ‘ନୁରାନି’ ନାମକ ଏହି ବସ୍ ଚନ୍ଦନେଶ୍ୱରରୁ ଜଳେଶ୍ୱର ଯାଉଥିଲା। ଏହି ସମୟରେ ବସ୍ଟି ଚଳନ୍ତା ଟ୍ରକ୍କୁ ପଛପଟୁ ଧକ୍କା ଦେଇଥିଲା। ସ୍ଥାନୀୟ […]
ଭୁବନେଶ୍ୱର: ସାମ୍ବାଦିକଙ୍କ ସୁରକ୍ଷା ପ୍ରସଙ୍ଗରେ ଆଗକୁ ଆସିଛନ୍ତି ଟ୍ରାନ୍ସଜେଣ୍ଡର। ଓଟିଭି ପ୍ରତିନିଧିଙ୍କୁ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ଦୁର୍ବ୍ୟବହାର ପ୍ରସଙ୍ଗରେ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ ଆଜି ଟ୍ରାନ୍ସଜେଣ୍ଡର ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଟ୍ରାନ୍ସଜେଣ୍ଡର ସୁରକ୍ଷା ଟ୍ରଷ୍ଟର ସଭାପତି ମେନକା କିନ୍ନର କହିଛନ୍ତି, ‘ଅନୁଭବ ଯେଉଁଭଳି କ୍ଷମାପ୍ରାର୍ଥନା କରିଛନ୍ତି ତାହା ଆଦୌ ଗ୍ରହଣୀୟ ନୁହେଁ। କ୍ଷମାପ୍ରାର୍ଥନା ଆଳରେ ଅନୁଭବ ଧମକ ଦେଇଛନ୍ତି। ’ ତେବେ ସର୍ବସମ୍ମୁଖରେ ଅନୁଭବ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଟ୍ରାନ୍ସଜେଣ୍ଡର […]
ସମ୍ବଲପୁର: 5Tକୁ ନେଇ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ପୁଣିଥରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। 5T ଏକ ଅଭିନବ ପଦକ୍ଷେପ ନୁହେଁ ବୋଲି ପୁଣିଥରେ ଅପରାଜିତା ଷଡ଼ଙ୍ଗୀ ତାଙ୍କ ପୂର୍ବ ମନ୍ତବ୍ୟକୁ ଦୋହରାଇଛନ୍ତି। ଆଜି ସମ୍ବଲପୁର ଗସ୍ତ ବେଳେ ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି, ‘5T ଏକ ମ୍ୟାନେଜମେଣ୍ଟ୍ ପ୍ରିନ୍ସିପଲ୍। ସବୁ ମ୍ୟାନେଜମେଣ୍ଟ ଇନ୍ଷ୍ଟିଚ୍ୟୁସନ୍ରେ ଏ ବିଷୟରେ ଶିକ୍ଷା ଦିଆଯାଉଛି। ଏହା କୌଣସି ଅଭିନବ ପଦକ୍ଷେପ ନୁହେଁ। କେବଳ ଦୁଇଟି ବିଭାଗ ନୁହେଁ, ସବୁ ବିଭାଗରେ […]
କଟକ: ଶିଶୁ ମୃତ୍ୟୁକୁ ନେଇ କଟକ ବଡ଼ ଡାକ୍ତରଖାନାରେ ଉତ୍ତେଜନା। ଏକ ଶିଶୁର ମୃତ୍ୟୁକୁ ନେଇ ଆଜି ଏସ୍ସିବି ମେଡିକାଲ୍ରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ଚିକିତ୍ସା ଅବହେଳାରୁ ଶିଶୁଟିର ମୃତ୍ୟୁ ହୋଇଥିବା ଅଭିଯୋଗ କରି ପରିବାର ଲୋକେ ମେଡିକାଲ୍ର କାଜୁଆଲିଟିରେ ତାଲା ପକାଇ ଦେଇଥିଲେ। ସୂଚନା ଅନୁସାରେ, ଗତକାଲି ସିଡିଏ ସେକ୍ଟର ୬ ସ୍ଥିତ ହଇରାଣ ବସ୍ତିର ଏକ ୩ ବର୍ଷର ଶିଶୁ ସିଡ଼ିରୁ ପଡ଼ିଯାଇଥିଲା। ପରିବାର ଲୋକେ ଶିଶୁଟିକୁ ବଡ଼ ଡାକ୍ତରଖାନାର […]
ନୂଆପଡ଼ା: ନୂଆପଡ଼ା ଜିଲ୍ଲା ବୋଡ଼େନ୍ ବ୍ଲକ୍ ଅନ୍ତର୍ଗତ ବୋଇରଗାଁ ଲିମପଡ଼ା ଗାଁରେ ବାଘ ଆତଙ୍କ ଦେଖା ଦେଇଛି। ଶୁକ୍ରବାର ରାତିରେ ଏକ କଲରାପତରିଆ ବାଘ ଗାଁର ଜଣେ ବ୍ୟକ୍ତିଙ୍କ ଗୁହାଳରେ ପଶି ଗୋଟିଏ ଛେଳିକୁ ମାରି ଦେଇଥିବା ଅଭିଯୋଗ ହୋଇଛି। ଗୁହାଳରୁ ଜୋରରେ ଶବ୍ଦ ହେବାରୁ ଲୋକେ ଦୌଡ଼ି ଆସି ପହଞ୍ଚିଥିଲେ। ସେଠାରେ ଦେଖିବାକୁ ପାଇଲେ ଯେ ବାଘ ଛେଳିକୁ ମାରି ଛାଡ଼ି ପଳାଇଯାଇଛି। ଗାଁ ଭିତରକୁ ବାଘ ଆସିଥିବାରୁ ଲୋକେ ଭୟଭୀତ ହୋଇ ଯାଇଛନ୍ତି। ଲୋକଙ୍କୁ […]
ପଦ୍ମପୁର: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗୁରୁକୁଳ ଆଶ୍ରମ ନିକଟରେ ଥିବା ଏକ ଘରୁ ସେକ୍ସ ରାକେଟ୍ ଠାବ ହୋଇଛି। ଶନିବାର ସକାଳେ ପାଇକମାଳ ପୁଲିସ୍ ଏହି ଘର ଉପରେ ଚଢ଼ାଉ କରି ଏହି ସେକ୍ସ ରାକେଟ୍ର ଖୁଲାସା କରିଛି। ଏହି ଘଟଣାର ମାଷ୍ଟର ମାଇଣ୍ଡ ବା ରାଣୀ ମହୁମାଛି ଓ ତା’ର ଅନ୍ୟ ୩ ଜଣ ସହଯୋଗୀଙ୍କୁ ପୁଲିସ୍ ଗିରଫ କରିଛି। ଗିରଫ ଅନ୍ୟ ୩ ଅଭିଯୁକ୍ତ ହେଲେ ବଲାଙ୍ଗିର ଜିଲ୍ଲା ଲୋଇସିଙ୍ଗା ଥାନା ଅନ୍ତର୍ଗତ […]
ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ ଅଯୋଧ୍ୟା ମାମଲାରେ ଆଜି ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପାଇଛି। ବିଭିନ୍ନ ରାଜ୍ୟ ସମେତ ଓଡ଼ିଶାରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି। ବିଭିନ୍ନ ସ୍ଥାନରେ ପ୍ରତିଷେଧକମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ବରିଷ୍ଠ ଅଧିକାରୀମାନେ ସ୍ଥିତି ଉପରେ ନଜର ରଖିଥିବା ରାଜ୍ୟ ପୁଲିସ୍ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଅଯୋଧ୍ୟା ବିବାଦୀୟ ଜମି ପ୍ରସଙ୍ଗରେ ଶୁଣାଣିକୁ ନେଇ ପୂର୍ବରୁ ସତର୍କତା ଜାରି କରିଥିଲେ କଟକ ଡିସିପି। ଅଯୋଧ୍ୟା ପ୍ରସଙ୍ଗକୁ ନେଇ କୌଣସି […]
କେନ୍ଦ୍ରାପଡ଼ା: ବାତ୍ୟା ‘ବୁଲ୍ବୁଲ୍’ ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଓ ପବନ ଜାରି ରହିଛି। କେନ୍ଦ୍ରାପଡ଼ାରେ ବି ପ୍ରବଳ ବର୍ଷା ସାଙ୍ଗକୁ ଜୋରରେ ପବନ ବହୁଛି। ଏଭଳି ସମୟରେ ଜଣେ ଗର୍ଭବତୀଙ୍କୁ ଅଗ୍ନିଶମ କର୍ମଚାରୀ ସହାୟତାର ହାତ ବଢାଇଇଛନ୍ତି। ଗର୍ଭବତୀ ଜଣକ ହେଲେ ରାଜକନିକା ଅଞ୍ଚଳର ସୁଶ୍ରୀ ସଙ୍ଗିତା। ସୂଚନା ଅନୁସାରେ, ଆଜି ସକାଳେ ‘ବୁଲ୍ବୁଲ୍’ ପ୍ରଭାବରେ ବର୍ଷା ଓ ପବନ ହେଉଥିବାରୁ ସୁଶ୍ରୀଙ୍କୁ ଡାକ୍ତରଖାନା ନେବା ପାଇଁ ପରିବାର ଲୋକେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଖବର […]
ଭୁବନେଶ୍ୱର: ‘ବୁଲ୍ବୁଲ୍’ ପ୍ରଭାବରେ ଜଗତସିଂହପୁର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ହୋଇଛି। ଧାମରାରେ ପବନର ବେଗ ଘଣ୍ଟାପ୍ରତି ୧୧୦ କି.ମି. ରେକର୍ଡ କରାଯାଇଛି। ରାଜନଗରରେ ସର୍ବାଧିକ ୧୮୦ ମିଲିମିଟର, ପାରାଦୀପରେ ୧୫୩ ମି.ମି., ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ୧୫୦ ମି.ମି., କେନ୍ଦ୍ରାପଡ଼ାରେ ୧୩୬ ମି.ମି. ଓ ତିର୍ତ୍ତୋଲରେ ୧୦୦ ମି.ମି. ବର୍ଷା ରେକର୍ଡ କରାଯାଇଛି। ’ ‘ବୁଲ୍ବୁଲ୍’ ପ୍ରଭାବରେ ପାରାଦୀପରେ ପ୍ରବଳ ବର୍ଷା ସହିତ ପବନ ବି ହେଉଛି। ପବନରେ କିଛି ସ୍ଥାନରେ ଗଛ ମଧ୍ୟ […]
ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ଘରୁ ମିଳିଥିବା କାଗଜ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଭାରତୀ । କାହାକୁ ଆକ୍ଷେପ କରି ଏମିତି ଲେଖିନାହାନ୍ତି ବୋଲି ସେ କହିଛନ୍ତି ।
ଭୁବନେଶ୍ୱର: ବାତ୍ୟା ‘ବୁଲ୍ବୁଲ୍’ର ବେଗ କମିଛି। ଗତକାଲି ଏହା ଘଣ୍ଟାପ୍ରତି ୨୧ କି.ମି. ବେଗରେ ଗତି କରୁଥିବା ବେଳେ ଆଜି ଏହା ଘଣ୍ଟାପ୍ରତି ୭ କି.ମି. ବେଗରେ ଗତି କରୁଛି। ଏନେଇ ଆଜି ଏସ୍ଆର୍ସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ଏବେ ଏହା ପାରାଦୀପଠୁ ୧୧୦କି.ମି. ଦୂରରେ ଅଛି। ଏସ୍ଆର୍ସି କହିଛନ୍ତି, ‘ଆଉ ୮/୯ ଘଣ୍ଟା ଯାଏ ବର୍ଷା ଓ ପବନର ପ୍ରକୋପ ରହିବ। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଆଜି ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, […]
କଟକ: କଟକ ମିଶନ ରୋଡ୍ ସ୍ଥିତ ନ୍ୟୁ ଷ୍ଟିୱାର୍ଟ ସ୍କୁଲର ୨୭ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତକାଲି ବିଦ୍ୟାଳୟରେ ଅଧ୍ୟକ୍ଷା ଏମ୍. ତୃପ୍ତିରାଣୀଙ୍କ ଅଧ୍ୟକ୍ଷତାରେ ଏହି ଉତ୍ସବ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ଚେୟାର୍ମ୍ୟାନ୍ ବିଶପ୍ ରାଇଟ୍ ରେଭରେଣ୍ଟ୍ ସୁରେନ୍ଦ୍ର କୁମାର ନନ୍ଦ, ସମ୍ମାନୀୟ ଅତିଥି ଭାବେ ଜାତୀୟ ଆଇନ୍ ବିଶ୍ୱବିଦ୍ୟାଳୟର ଅଧ୍ୟାପିକା ଡଃ ସୋହିନୀ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ। ଅନ୍ୟ ଅତିଥି ଭାବରେ […]
ଆସିକା: ‘ପୁଅକୁ ନ ଛାଡ଼ିଲେ ଆମେ କେମିତି ବଞ୍ଚିବୁ। ବିଶ୍ୱାସ ହେଉନି ସେ ଏମିତି କରିଥିବ। ଆମ ପୁଅ ସେମିତି ନୁହଁ’ ଏମିତି କୋହଭରା କଣ୍ଠରେ କହିଛନ୍ତି ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍ଆଇକୁ ଦେଶର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇ ଗିରଫ ହୋଇଥିବା ଓଡ଼ିଆ ଯବାନ ବିଚିତ୍ର ବେହେରାଙ୍କ ମା’। ସେ ଆଇଏସ୍ଆଇର ହନି ଟ୍ରାପ୍ରେ ପଡ଼ି ସୋସିଆଲ୍ ମିଡିଆରେ ଦେଶର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଥିବା ଅଭିଯୋଗ ହୋଇଛି। ବିଚିତ୍ରଙ୍କ ଘର ଗଞ୍ଜାମ ଜିଲ୍ଲାରେ ବୋଲି ଜଣାପଡ଼ିଛି। ରାଜସ୍ଥାନ […]
ଭୁବନେଶ୍ୱର: ଓଟିଭି ସାମ୍ବାଦିକ ମନୋଜ ସ୍ୱାଇଁଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ କେନ୍ଦ୍ରାପଡ଼ା ପୁଲିସ୍ ମାମଲା ରୁଜୁ କରିଛି। ସାମ୍ବାଦିକ ମନୋଜ ସ୍ୱାଇଁଙ୍କ ଏତଲା ଆଧାରରେ ଆଇପିସି ଦଫା ୩୪୧, ୩୨୩, ୨୯୪, ୫୦୦, ୫୦୬ରେ ପୁଲିସ୍ ମାମଲା ରୁଜୁ କରିଛି। ଅନ୍ୟପକ୍ଷରେ ସାମ୍ବାଦିକଙ୍କୁ ଅନୁଭବ ମହାନ୍ତିଙ୍କ ଦୁର୍ବ୍ୟବହାର ଘଟଣାରେ ପ୍ରତିବାଦର ସ୍ୱର ଦିନକୁ ଦିନ ବଢ଼ିବାରେ ଲାଗିଛି। ରାଜ୍ୟବ୍ୟାପୀ ସାମ୍ବାଦିକ ସଂଗଠନ ଗୁଡ଼ିକ ପକ୍ଷରୁ ସାଂସଦଙ୍କ ବ୍ୟବହାର ବିରୋଧରେ ପ୍ରତିବାଦର ସ୍ୱର ତୀବ୍ର […]
ଭୁବନେଶ୍ୱର: ବାତ୍ୟା ‘ବୁଲ୍ବୁଲ୍’ ଆଜି ସକାଳ ସାଢ଼େ ୫ଟାରେ ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଛି। ଏହା ପାରାଦୀପ ଠାରୁ ପ୍ରାୟ ୩୫୦ କି.ମି. ଦୂରରେ କେନ୍ଦ୍ରୀଭୂତ ହୋଇଛି। ” ‘ବୁଲ୍ବୁଲ୍’ ୯ ତାରିଖ ସକାଳୁ ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼କୁ ମୁହାଁଇବ। ଏହାର ପ୍ରଭାବରେ ଆଜି ଉପକୂଳବର୍ତ୍ତୀ ଜିଲ୍ଲା ପୁରୀ, କେନ୍ଦ୍ରାପଡ଼ା, ଭଦ୍ରକ ଓ ଜଗତସିଂହପୁର ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହୋଇପାରେ ଏବଂ କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା […]
ଭୁବନେଶ୍ୱର: ଯଦିଓ ବାତ୍ୟା ‘ବୁଲ୍ବୁଲ୍’ ଓଡ଼ିଶା ଛୁଇଁବାର ସମ୍ଭାବନା ନାହିଁ, ହେଲେ ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିପାରେ। ଏନେଇ ପାଣିପାଗ ବିଭାଗ ଆକଳନ କରିଛି। ଅନ୍ୟପକ୍ଷରେ ‘ବୁଲ୍ବୁଲ୍’ ପ୍ରଭାବରେ ଆଜିଠୁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯାଇଛି। ପାରାଦୀପରେ ଆଜି ସକାଳୁ ସକାଳୁ ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ କୋହଲା ରହିଛି। ବାତ୍ୟା ‘ବୁଲ୍ବୁଲ୍’ର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତ କରାଯାଇଛି। ବାଲେଶ୍ୱର ଜିଲ୍ଲା […]