ବରଗଡ଼: ବରଗଡ଼ ଜିଲ୍ଲାର ୨ ଜଣ ବିଜେପି ଜିଲ୍ଲା ପରିଷଦ ସଦସ୍ୟା ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ଭେଡେନ ୨ ନମ୍ବର ଜୋନ୍ର ଜିଲ୍ଲା ପରିଷଦ ସଦସ୍ୟା ସୁଷମା ଭୁଏ ଏବଂ ଅତାବିରା ୧ ନମ୍ବର ଜୋନର ସଦସ୍ୟା ପାର୍ବତୀ ଭୋଇଙ୍କୁ କେଉଁଠି ଲୁଚା ଯାଇ ରଖାଯାଇଛି ବୋଲି ସେମାନଙ୍କ ସ୍ୱାମୀ ଓ ବିଜେପି କର୍ମୀ, ଏସ୍ପି ପଦ୍ମିନୀ ସାହୁଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସୁଷମା ଓ ପାର୍ବତୀଙ୍କୁ କିଛି ଜିଲ୍ଲା ପରିଷଦ ସଦସ୍ୟମାନେ ସୋହେଲାକୁ ବୁଲି […]
ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ତାଳସାରୀ ବେଳାଭୂମି ଅଞ୍ଚଳରେ ଥିବା ଏକ ହୋଟେଲ୍ର ମାଲିକ ଏବଂ ମ୍ୟାନେଜରଙ୍କୁ ପୁଲିସ୍ ଗିରଫ କରିଛି। ହୋଟେଲ୍ ଭିତରେ ସେକ୍ସ ରାକେଟ୍ ଚାଲିଥିବା ନେଇ ଓଟିଭିରେ ଖବର ପ୍ରସାରଣ ପରେ ପୁଲିସ୍ ଏହି ୨ ଜଣଙ୍କୁ ଗିରଫ କରିଛି। ଏହାସହ ହୋଟେଲ୍ରୁ ଅନେକ ଆପତ୍ତିଜନକ ଜିନିଷ ଜବତ ହୋଇଛି। ହୋଟେଲ୍ ଭିତରେ ବାହାରୁ ଝିଅଙ୍କୁ ଆଣି ସେକ୍ସ ରାକେଟ ଚାଲିଥିବା ନେଇ ଖବର ପ୍ରସାରଣ ହୋଇଥିଲା। ସୂଚନାଥାଉ କି, ଜଳେଶ୍ୱର ଷ୍ଟେସନ […]
ଝାରସୁଗୁଡ଼ା: ଚାଷୀ ଫେରି ପାଇଲେ ସେମାନଙ୍କ ଧାନ। ଛତିଶଗଡ଼ ପୁଲିସର ଜୁଲମ ଉପରେ ଲାଗିଲା ରୋକ। ସ୍ଥାନୀୟ ଚାଷୀଙ୍କ ଆନ୍ଦୋଳନ ଚେତାବନୀ ସହ ବ୍ରଜରାଜନଗର ବିଧାୟକଙ୍କ ହସ୍ତକ୍ଷେପ ପରେ ଜବତ ଧାନ ଫେରାଇବାକୁ ବାଧ୍ୟ ହୋଇଛି ଛତିଶଗଡ଼ର ରାୟଗଡ଼ ପୁଲିସ। ଗତକାଲି ଏହି ଘଟଣାକୁ ନେଇ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି। ଧାନ ଜବତ ଘଟଣାର ପ୍ରତିବାଦ କରି କନକତୋରା-ଏକତାଲ ରାସ୍ତାରେ ଗଛ ପକାଇ ଅବରୋଧ କରିଥିଲେ […]
ଭୁବନେଶ୍ୱର: 5Tରେ ସାମିଲ ହେଲା କୃଷି ଓ ଉଚ୍ଚଶିକ୍ଷା ବିଭାଗ। ଏହି କାର୍ଯ୍ୟକ୍ରମ ଅଧୀନକୁ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଆସିବା ସହ ଏ ନେଇ ଏକ ୧୭ ସୂତ୍ରୀ ଆକ୍ସନ ପ୍ଲାନ୍ ତିଆରି ହୋଇଛି ଏବଂ ନୋଡାଲ ଅଫିସର ମଧ୍ୟ ନିଯୁକ୍ତ କରାଯାଇଛି। ଏଥି ମଧ୍ୟରେ ରହିଛି, ଆକ୍ସନ ପ୍ଲାନ୍ରେ ସ୍କଲାରସିପ୍ କାଉନସିଲ ଗଠନ। ଫଳରେ ଅଧ୍ୟାପକମାନଙ୍କ ବାୟୋମେଟ୍ରିକ୍ ଉପସ୍ଥାନ ୭ ଘଣ୍ଟା ତଦାରଖ କଡ଼ାକଡ଼ି କରାଯିବା ସହ ବାର୍ଷିକ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ […]
ମାଲକାନଗିରି: ଲାଲ୍ବାହିନୀଙ୍କ ଧମକ। କାହାକୁ ଫୋନ୍ କଲେ ମିଳିବ ମୃତ୍ୟୁଦଣ୍ଡ। ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳ ଅଣ୍ଡ୍ରାପାଲି ପଞ୍ଚାୟତର ଅରାପଦର ଗାଁରେ ଥିବା ଏକ ନାମଫଳକରେ ଏହି ସତର୍କବାଣୀ ଲେଖାଯାଇଛି। ଲୋକମାନେ କାହାରିକୁ ଫୋନ ନ କରିବାକୁ ଏଥିରେ ଚେତାବନୀ ଦେଇଛନ୍ତି ମାଓବାଦୀ। ଏହି ଗାଁରେ ରହୁଥିବା ଲୋକ କିମ୍ବା ଅନ୍ୟ କୌଣସି ବ୍ୟକ୍ତି ଏହି ଗାଁରେ ରହୁଥିବା ଲୋକଙ୍କୁ ଫୋନ ନ କରିବାକୁ ଚେତାବନୀ ଦିଆଯାଇଛି। ଅନୁମତି ନେଇ ଫୋନ୍ରେ କଥା ହେବାକୁ ଲୋକଙ୍କୁ ଚେତାବନୀ […]
ଭୁବନେଶ୍ୱର: ବିଭିନ୍ନ ସରକାରୀ ଯୋଜନାରେ ଗ୍ରାମାଞ୍ଚଳରେ ପକ୍କାଘର ପାଇଥିବା ହିତାଧିକାରୀଙ୍କୁ ସରକାରୀ ଛାଟ। ଯଦି ଟଙ୍କା ନେଇ କୌଣସି କାରଣରୁ ସରକାରୀ ଯୋଜନାରେ ପକ୍କାଘର କରି ପାରିନାହାନ୍ତି ତେବେ ହିତାଧିକାରୀ ଟଙ୍କା ଫେରାଇବେ। ଏଭଳି କଡ଼ା ଚିଠି କରିଛି ପଞ୍ଚାୟତିରାଜ ବିଭାଗ। ବିଭାଗର ନିର୍ଦ୍ଦେଶକ ରାଜେଶ ପ୍ରଭାକର ପାଟିଲ ଏନେଇ ସବୁ DRDA ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି। ଇନ୍ଦିରା ଆବାସ, ବିଜୁ ପକ୍କା ଘର ଓ ମୋ କୁଡ଼ିଆ ଯୋଜନାରେ ୨୦୧୬-୧୭ପୂର୍ବରୁ ଯେଉଁ ହିତାଧିକାରୀ ଘର […]
ବ୍ରହ୍ମପୁର: ଭାରସାମ୍ୟ ହରାଇ କାନ୍ଥରେ ପିଟି ହେଲା ବାଇକ୍, ଆଉ ଚାଲିଗଲା ଦୁଇ ଦୁଇଟି ଜୀବନ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ପୁଞ୍ଜିକୟାଁ ଛକ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକଦ୍ୱୟ ହେଲେ ମୌଳାଭଣଞ୍ଜା ଗାଁର ବିପୁନ ଗୌଡ଼ ଓ ଶଙ୍କର ପାତ୍ର। ଆଜି ସକାଳେ ବିପୁନ ଓ ଶଙ୍କର ବାଇକ୍ ଯୋଗେ ଗାଁରୁ ବ୍ରହ୍ମପୁର ଯାଉଥିଲେ। ତେବେ ଦ୍ରୁତଗତିରେ ଯାଉଥିବା ଯୋଗୁ ପୁଞ୍ଜିକୟାଁ ଛକ ନିକଟରେ ଥିବା ଏକ ବୁଲାଣିରେ ଭାରସାମ୍ୟ ହରାଇ ଏକ ଘର […]
ସୋନପୁର: କ୍ଲାସ୍ରୁମ୍ରେ ଶିକ୍ଷକ ମୋବାଇଲ୍ରେ ବ୍ୟସ୍ତ, ଆଉ ସେପଟେ ଖେଳକୁଦରେ ମାତିଛନ୍ତି ପିଲାମାନେ। କିଏ କ୍ଲାସ୍ରୁମ୍ରେ ତାସ୍ ଖେଳୁଛନ୍ତି ତ ଆଉ କିଏ ଡ୍ୟାନ୍ସ ଓ ବ୍ୟାୟାମ କରୁଛନ୍ତି। ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ଟେଭାପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ଏହି ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି, ଏକ ଶ୍ରେଣୀ ଗୃହରେ ଶିକ୍ଷକ ମୁରଲୀଧର ସାହୁ ମୋବାଇଲ୍ରେ କଥା ହେଉ ଥିବା […]
ବିନିକା: ପୁଣି କାଳ ହେଲା ସେଲ୍ଫି ନିଶା। ଗତ କିଛିଦିନ ତଳେ ତେଲେଙ୍ଗାନାର ନିଜାମାବାଦ୍ ଜିଲ୍ଲାର ଜଣେ ଯୁବକ ତାଙ୍କ ପତ୍ନୀଙ୍କ ସହ ବ୍ରେକ୍ ଡ୍ୟାନ୍ସ ଦୋଳିରେ ବସି ସେଲ୍ଫି ଉଠାଉଥିବା ବେଳେ ସେ ଖସି ପଡ଼ି ବ୍ରେକ୍ ଡ୍ୟାନ୍ସ ମେସିନ୍ରେ ଫସି ଯାଇଥିଲେ। ପୁଣି ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ରାମଦୋଳିରେ ବସି ସେଲ୍ଫି ନେବା ବେଳେ ଦୋଳିରୁ ଖସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଓଡ଼ିଶାର ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଅଞ୍ଚଳରେ ଏହି […]
ବାଲେଶ୍ୱର: ପୁଲିସ୍ ହାତରୁ ଖସିଗଲା କୁଖ୍ୟାତ ଡ୍ରଗ୍ସ ମାଫିଆ ମୁନ୍ନା ଖାଁ ଓରଫ ମିର୍ ରାହତ ଅଲ୍ଲୀ ଖାଁ। ଆଜି ସକାଳେ କଟକ କେନ୍ଦ୍ରାଞ୍ଚଳ ଗୁଇନ୍ଦା ଅବକାରୀ ବିଭାଗ ଓ ବାଲେଶ୍ୱର ପୁଲିସ୍ ମିଳିତ ଭାବେ ଜଳେଶ୍ୱରର ଶାସନବାଡ଼ ଗାଁ ସ୍ଥିତ ମୁନ୍ନାର ଘର ଉପରେ ଚଢ଼ଉ କରିଥିଲା। ହେଲେ ଏହି ସମୟରେ ଚତୁରତାର ସହ ମୁନ୍ନା ଖସି ଯାଇଥିଲା। ତେବେ ତା’ ମାଆଙ୍କୁ ଗିରଫ କରାଯାଇଛି। ଏଥିସହ ମୁନ୍ନା ଘରୁ ୩୧୦ ଗ୍ରାମ ବ୍ରାଉନ୍ସୁଗର୍ ଜବତ […]
କଟକ: କଟକରେ ଏନ୍କାଉଣ୍ଟର। ନରାଜ ବଜାର ଅଞ୍ଚଳରେ ଚୌଦ୍ୱାର ପୁଲିସ୍ ଓ ସ୍ପେଶାଲ ସ୍କ୍ୱାଡର ଏନ୍କାଉଣ୍ଟରରେ କୁଖ୍ୟାତ ଡକାୟତ ସଚିନ୍ ପାଓ୍ୱାର ଓରଫ୍ ବବ୍ଲୁ ଆହତ ହୋଇଛି। ତା’ର ଡାହାଣ ଗୋଡ଼ରେ ଗୁଳି ବାଜିଛି। ତାକୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୩ଟା ବେଳେ ବବ୍ଲୁ ନରାଜ ବଜାର ଅଞ୍ଚଳର ଏକ ଘରେ ରହିଥିବା ନେଇ ଚୌଦ୍ୱାର ପୁଲିସ୍ ଖବର ପାଇଥିଲା। ଏହାପରେ ଚୌଦ୍ୱାର ପୁଲିସ୍ ଓ ସ୍ପେଶାଲ ସ୍କ୍ୱାଡ୍ ପକ୍ଷରୁ […]
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡାରେ ସୂଚନା ଅଧିକାର(ଆର୍ଟିଆଇ) କର୍ମୀଙ୍କୁ ଗୁଳିମାଡ଼ କରାଯାଇଛି। ତାଙ୍କ ନାଁ ଅଭିମନ୍ୟୁ ପଣ୍ଡା। ଆଜି ସକାଳେ ପାତ୍ର ସାହି ସ୍ଥିତ ନିଜ ବାସଭବନ ଆଗରେ ଅଭିମନ୍ୟୁ ଛିଡା ହୋଇଥିଲେ। ଏହି ସମୟରେ ଗୋଟିଏ ବାଇକରେ ଦୁଇ ଜଣ ଦୁର୍ବୃତ୍ତ ଆସି ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଗୁଳିଟି ତାଙ୍କ ଛାତିରେ ବାଜି ଥିଲା। ଏହାପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ବାଲିଗୁଡା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ […]
ଚୌଦ୍ୱାର: କଟକ ଜିଲ୍ଲା ଚୌଦ୍ୱାର ସର୍କଲ ଜେଲ୍ରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ମୃତ କଏଦୀ ହେଲେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଅନ୍ତର୍ଗତ ମାଳିସାହି ଗାଁର ଦେବ ପ୍ରକାଶ ବେହେରା (୨୧)। ସେ ଗତ ଜୁନ୍ ୨୦ ତାରିଖରୁ ଜେଲ୍ରେ ଥିଲେ। ସୂଚନା ଅନୁସାରେ, ଗତକାଲି ଦିନ ପ୍ରାୟ ୨ଟା ବେଳେ ଦେବ ପ୍ରକାଶ ଜେଲ୍ ପରିସରରେ ଥିବା ଏକ ଆମ୍ୱ ଗଛରେ ନିଜ ଗାମୁଛାରେ ଫାଶୀ ଦେଇ ଆତ୍ମହତ୍ୟା ଉଦ୍ୟମ କଲା ବେଳେ […]
ମାଲକାନଗିରି: ଗାଡ଼ି ଛାଡ଼, ଘୋଡ଼ା ଚଢ଼। ଏକଥା ଆମେ କହୁନୁ, ଟ୍ରାଫିକ୍ ନିୟମର ଝିନ୍ଝଟ୍ରୁ ବର୍ତ୍ତିବା ପାଇଁ ଏବେ ଏମିତି ତରିକା ଆପଣାଇଛନ୍ତି ମାଲ୍କାନଗିରି ସଦର ମହକୁମାର ଯତୀଶ ମିସ୍ତ୍ରୀ। ଯତୀଶଙ୍କର ମୋଟର ସାଇକେଲ୍ଟିଏ ଅଛି ହେଲେ ସେ କିନ୍ତୁ ଟ୍ରାଫିକ୍ ଚେକିଂରୁ ବର୍ତ୍ତିବା ପାଇଁ ଘୋଡ଼ା କିଣି ଚଢୁଛନ୍ତି। ଦିନ ଯାକର ସବୁ କାମ, ବଜାର ସଉଦାଠୁ ଆରମ୍ଭ କରି ପିଲାଙ୍କୁ ସ୍କୁଲ ଛାଡ଼ିବା ପର୍ଯ୍ୟନ୍ତ ଯାହାବି କାମ ମୋଟରସାଇକେଲ୍ ଚଢ଼ି କରୁଥିଲେ, ସେ ସବୁ […]
ଭୁବନେଶ୍ୱର: ଚଳିତ ମାସ ଶେଷ ସୁଦ୍ଧା ନଚେତ୍ ଜାନୁଆରୀ ପହିଲାରେ ରାଜ୍ୟରେ ପିଆଜ ଦର କମିବ। ରାଜ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ସୂଚନା ଦେଇଛନ୍ତି। ପିଆଜ ଦର ନିୟନ୍ତ୍ରଣ ନେଇ ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଯୋଗାଣ ମନ୍ତ୍ରୀ। ସେ କହିଛନ୍ତି, ପୂର୍ବରୁ ଦୈନିକ ୫୦ ଟ୍ରକ୍ ପିଆଜ ଆସୁଥିଲା। କିନ୍ତୁ ଏବେ ଗୋଟିଏ ଟ୍ରକ୍ ପିଆଜ ଆସୁଛି। ଦେଶବ୍ୟାପୀ ଦୈନିକ ୧୨ ଲକ୍ଷ ମେଟ୍ରିକ୍ […]
ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବସ୍ତର ଜଙ୍ଗଲରେ ଟପ୍ ମାଓବାଦୀ ନେତା ରମନ୍ନାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ହୃଦ୍ଘାତରେ ତା’ର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ରମନ୍ନାର ମୃତ୍ୟୁ ନେଇ ପୁଲିସ୍ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ। ଗତ କିଛି ଦିନ ଧରି ରମନ୍ନା ଅସୁସ୍ଥ ଥିଲେ ବୋଲି ସୂଚନା ମିଳିଥିଲା। ରମନ୍ନା ଦୀର୍ଘ ବର୍ଷ ହେବ ମାଓ ସଂଗଠନରେ ସକ୍ରିୟ ଥିଲା। ଏହାସହ ଦଣ୍ଡକାରଣ୍ୟ ଜୋନାଲ କମିଟିର ସଚିବ ଥିଲା। ସେ […]
ବାରିପଦା (ମାଣିକ ଲାଲ ପାଣି): ବିବାହ ଭୋଜିରେ ଯୋଗଦେଇ ଘରକୁ ଫେରୁଥିବା ବେଳେ ଦୁର୍ଘଟଣାରେ ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ। ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଜ୍ୟୋତିପୁର ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଦୁଇ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ଇଟାମୁଣ୍ଡିଆ ଗାଁର ଗୌତମ ମହାନ୍ତ ଓ ଅଜିତ୍ ମହାନ୍ତ। ସୂଚନା ଅନୁଯାୟୀ, ଗତକାଲି ରାତିରେ ଗୌତମ ଓ ଅଜିତ୍ ଏକ ବିବାହ ଭୋଜିରେ ଯୋଗ ଦେବା ପାଇଁ […]
କୋରାପୁଟ: କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କ କ୍ୱାର୍ଟର୍ସରେ ଶିକ୍ଷକଙ୍କ ଆତ୍ମହତ୍ୟା ! ତେବେ କେଉଁ କାରଣରୁ ସମ୍ପୃକ୍ତ ଶିକ୍ଷକ ଜଣକ ଆତ୍ମହତ୍ୟା କଲେ, ତାହା ଜଣାପଡ଼ି ନାହିଁ। ସୂଚନା ଅନୁସାରେ, ଦଶମନ୍ତପୁର ବ୍ଲକ ଚିକାମ୍ୱା ପ୍ରାଥମିକ ସ୍କୁଲର ଶିକ୍ଷକ ଚିତ୍ତ ପଣ୍ଡା, ଡିଇଓଙ୍କ କାର୍ଯ୍ୟାଳୟରେ ଡେପୁଟେସନ୍ରେ ନିୟୋଜିତ ହୋଇଥିଲେ। ସବୁଦିନ ପରି ଆଜି ଡିଇଓଙ୍କ କାର୍ଯ୍ୟାଳୟକୁ ଆସି କାମ କରୁଥିଲେ। ତେବେ ଆଜି ଡିଇଓ ପ୍ରମୋଦ କିଶୋର ପଣ୍ଡା ଅଫିସିଆଲ୍ ଟୁର୍ରେ ବୈପାରିଗୁଡ଼ା ଯାଇଥିଲେ। ଆଉ ଗଲା […]
ଭୁବନେଶ୍ୱର: ଦୀର୍ଘ ୧୨ ବର୍ଷ ପରେ ପୁରୁଣା ବନ୍ଧୁଙ୍କୁ ଭେଟିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତି ଓ ତାଙ୍କ ପୁରୁଣା ବନ୍ଧୁ ତଥା ପୂର୍ବତନ ସାଂସଦ ବୀରଭଦ୍ର ସିଂଙ୍କ ସାକ୍ଷାତ ଦୀର୍ଘ ୧୨ ବର୍ଷ ପରେ ଆଜି ହୋଇଛି। ଆଜି ଉତ୍କଳ ୟୁନିଭରସିଟିରି ପ୍ଲାଟିନମ୍ ଜୁବିଲିର ଉଦ୍ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗ ଦେଇଥିଲେ। ଏହି ସମୟରେ ସଭାସ୍ଥଳରେ ରାଷ୍ଟ୍ରପତି, ବୀରଭଦ୍ର ସିଂଙ୍କୁ ଡାକି ସାକ୍ଷାତ କରିଥିଲେ। ଏହାସହ ରାଷ୍ଟ୍ରପତି ଭବନ […]
ଭଦ୍ରକ: ଲଭ୍, ସେକ୍ସ ଓ ଧୋକା। ଶେଷରେ ପ୍ରେମିକାକୁ ପ୍ରତାରଣା କରିବା ଅଭିଯୋଗରେ ବନ୍ଧା ହେଲା ପ୍ରେମିକ। ଯୁବତୀଙ୍କ ଅଭିଯୋଗ କ୍ରମେ ପ୍ରେମିକ ୪୨୦କୁ ପୁଲିସ୍ ଗିରଫ କରିଛି। ଘଟଣା ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ରାହାଞ୍ଜ ଅଞ୍ଚଳରେ। ସୂଚନା ଅନୁସାରେ, ଅସୁରା ଗାଁର ପ୍ରମୋଦ ଲେଙ୍କା ନାମକ ଜଣେ ଯୁବକ ୪ ବର୍ଷ ହେବ ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ। ଗତ ଡିସେମ୍ବର ୫ରେ କୋର୍ଟରେ ବିବାହ କରିବାକୁ […]
ତାଳଚେର: ଘରେ ଶୋଇଥିବା ଥିବା ଅବସ୍ଥାରେ ବିଧାୟକଙ୍କୁ ବାହାର ପଟୁ ତାଲା ପକାଇ ଗାଡ଼ିରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ। ଘଟଣା ଘଟିଛି ଅନୁଗୁଳ ଜିଲ୍ଲାରେ। ସୂଚନା ଅନୁସାରେ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଗତକାଲି ଅନୁଗୁଳ ଜିଲ୍ଲା ବିକ୍ରମପୁର ଥାନା ଅନ୍ତର୍ଗତ ନନ୍ଦିରା ଗାଁ ସ୍ଥିତ କ୍ୟାମ୍ପ ଅଫିସରେ ଶୋଇଥିଲେ। ରାତି ପ୍ରାୟ ୨ଟା ସମୟରେ କିଛି ଦୁର୍ବୃତ୍ତ ବିଧାୟକଙ୍କ କ୍ୟାମ୍ପ୍ ଅଫିସ୍କୁ ଆସି ଗ୍ୟାରେଜ୍ରେ ଥିବା ଫର୍ଚୁନର୍ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ଏହାସହ ବିଧାୟକଙ୍କୁ […]
ପଦ୍ମପୁର: ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ ଟ୍ରାଫିକ୍ ଉଲ୍ଲଂଘନକାରୀଙ୍କୁ ମୋଟା ଅଙ୍କର ଜରିମାନା ଦେବାକୁ ପଡ଼ୁଛି। ହେଲ୍ମେଟ୍ ପାଇଁ ଫାଇନ୍ ଦେଲେ ହାଇୱା ଡ୍ରାଇଭର। କଥାଟା ଶୁଣିକି ଅଜବ ଲାଗୁଥିଲେ ବି ସତ। ଜଣେ ହାଇୱା ଚାଳକଙ୍କୁ ହେଲ୍ମେଟ୍ ପାଇଁ ଚାଲାଣ କାଟିବାକୁ ପଡ଼ିଛି। ଅଭିଯୋଗ ଆସିଛି ବରଗଡ଼ ଜିଲ୍ଲା ପଦ୍ମପୁରରୁ। ସୂଚନା ଅନୁସାରେ, ଡିସେମ୍ବର ୨ରେ ମହୁଲପାଲି ଛକରେ ପୁଲିସ୍ ପକ୍ଷରୁ ଚେକିଂ କରାଯାଉଥିଲା। ଏହି ସମୟରେ ସେଇ ବାଟ ଦେଇ ଯାଉଥିବା […]
ପଟ୍ଟାମୁଣ୍ଡାଇ: ସ୍କୁଲରୁ ଅଟୋରେ ଫେରୁଥିବା ବେଳେ ରାସ୍ତାରେ ଓଲଟି ପଡ଼ିଲା ଗାଡ଼ି। ଫଳରେ ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଆହତ ୪ ଜଣଙ୍କୁ ପଟ୍ଟାମୁଣ୍ଡାଇ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ମୃତ ଛାତ୍ରୀଙ୍କ ନାଁ ଶୁଭସ୍ମିତା। ମୃତ ଛାତ୍ରୀ ଜଣକ ଦ୍ୱିତୀୟ ଶ୍ରେଣୀରେ ପଢ଼ନ୍ତି। ସବୁ ଦିନ ପରି ଆଜି ମଧ୍ୟ […]
ଭୁବନେଶ୍ୱର: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି। ସନ୍ଧ୍ୟା ସାଢ଼େ ୭ଟାରେ ରାଷ୍ଟ୍ରପତି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ଏହାପରେ ସେ ରାଜଭବନରେ ରାତ୍ରୀ ଯାପନ କରିବାର କାର୍ଯ୍ୟକ୍ରମ ରହିଛି। ୮ ତାରିଖ ସକାଳ ୯ଟା ୫୦ରେ ସେ ଖୋର୍ଦ୍ଧା ବରୁଣେଇ ପାହାଡ ସ୍ଥଳକୁ ଯାଇ ସେଠାରେ ପାଇକ ବିଦ୍ରୋହ ସୃତିସ୍ଥଳର ଶିଳାନ୍ୟାସ କରିବେ। ପାଇକ ବିଦ୍ରୋହର ୨୦୦ବର୍ଷ ପୂର୍ତ୍ତି ଅବସରରେ ସହିଦ ସ୍ମାରକୀର ଶିଳାନ୍ୟାସ କରାଯିବ। ତା’ ପର ଦିନ ୧୨ଟା ୩୫ରେ ଉତ୍କଳ […]