ଭୁବନେଶ୍ୱର: ଦେଖାଯାଏ ଯେ ଅନେକ ପ୍ରାଇଭେଟ୍ କମ୍ପାନୀରେ କର୍ମଚାରୀମାନେ ତାଙ୍କ ସିନିଅର୍ଙ୍କୁ ଭାଇ ଡାକନ୍ତି। ଆଉ କେହି କେହି ତ କାର୍ଯ୍ୟକ୍ଷେତ୍ରରେ ସେମାନଙ୍କର ସହଯୋଗୀ ହେଉ କି ବସ୍ଙ୍କୁ ସେମାନଙ୍କର ନାଁ ଧରି ଡାକିଥାନ୍ତି। ହେଲେ ଏହି ସରକାରୀ କାର୍ଯ୍ୟାଳୟରେ ଏସବୁ ବାରଣ କରାଯାଇଛି। ଅଫିସ୍ରେ ଡ୍ୟୁଟି ସମୟରେ ସିନିଅର୍ଙ୍କୁ ଭାଇ ସମ୍ବୋଧନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଓଡ଼ିଶା ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ଜାରି ହୋଇଛି। ମତ୍ସ୍ୟ ଓ ପଶୁ […]
କଟକ: କଟକ ସ୍ଥିତ ଯୋବ୍ରା ବ୍ୟାରେଜ୍ରୁ ଆଜି ସକାଳେ ଜଣେ ନାବାଳିକା ମହାନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଛନ୍ତି। ଏବେ ସେ ସୁସ୍ଥ ଅଛନ୍ତି। ନାବାଳିକାଙ୍କ ଘର ଖୋର୍ଦ୍ଧା ଅଞ୍ଚଳରେ ବୋଲି ସୂଚନା ମିଳିଛି। କଟକର ଶିଖରପୁରରେ ରହୁଥିବା ଏହି ଛାତ୍ରୀ ଜଣକ ଗତ କିଛିଦିନ ହେବ ପାଠପଢ଼ାକୁ ନେଇ ଚାପରେ ରହୁଥିଲେ। ଫଳରେ ଏଭଳି ଚରମ ନିଷ୍ପତ୍ତି ନେଇଥିବା ପୁଲିସ୍ କହିଛି। ଘଟଣା ସମ୍ପର୍କରେ ପୁଲିସ୍ ତାଙ୍କ […]
ପୁରୀ: ପୁରୀ ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ପଇତା ଲାଗି ସେବା ଅନୁଷ୍ଠିତ ହେବ। ଏହା ଅତ୍ୟନ୍ତ ଗୁପ୍ତ ସେବା। ଦଇତାପତିମାନେ ସମୂହ ଭାବେ ଆସି ମହାପ୍ରଭୁଙ୍କ ଏହି ସେବା କରିଥା’ନ୍ତି। ଏଥିପାଇଁ ଆଜି ମହାପ୍ରଭୁଙ୍କ ଦର୍ଶନ ୪ଘଣ୍ଟା ବନ୍ଦ ରହିବ। ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ। ତେବେ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ପରିସରରେ ଥିବା ଅନ୍ୟ ଦେବାଦେବୀଙ୍କୁ ଦର୍ଶନ କରିପାରିବେ।
ସୋର(ଶଶିକାନ୍ତ ବେହେରା): ପରିଣତ ବୟସରେ ପିଲାମାନେ ଆଶ୍ରା ହେବେ, ଭଲମନ୍ଦ ବୁଝିବେ ବୋଲି ସବୁ ବାପାମା’ଙ୍କ ଆଶା ଥାଏ। ହେଲେ ଆଜିର ସ୍ୱାର୍ଥପର ଦୁନିଆରେ ବାପାମା’ଙ୍କୁ ପର କରିଦେଉଛନ୍ତି ବହୁ ପିଲା। ଏପରିକି ବାପାମା’ଙ୍କ ଉପରକୁ ହାତ ଉଠାଇବାକୁ ବି ପଛାଉ ନାହାନ୍ତି। ବାଲେଶ୍ୱର ଜିଲ୍ଲା ସୋର ପୌରପାଳିକା ଅନ୍ତର୍ଗତ ତୁଣ୍ଡପଡ଼ା ଗାଁରେ ଏପରି ଚିତ୍ର ଦେଖିବାକୁ ମିଳିଛି। ଜଣେ ୮୦ ବର୍ଷୀୟା ବୃଦ୍ଧାଙ୍କୁ ତାଙ୍କ ପୁଅ-ବୋହୂ ମାଡ଼ ମାରିବା ଯୋଗୁ ସେ ଘର ଛାଡ଼ି ଏକ […]
ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ଏକ ଟ୍ରକ୍ ଭାରସାମ୍ୟ ହରାଇ ପ୍ରାୟ ୫୦ ଫୁଟ୍ ତଳକୁ ଖସି ପଡିବା ଯୋଗୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ତେବେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ କୌଣସି ପରିଚୟ ମିଳିପାରି ନଥିବାବେଳେ ଗୁରୁତରଙ୍କ ପରିଚୟ ମିଳିଛି। ଗୁରୁତରଙ୍କ ନାଁ ଦିଲୀପ କୁମାର ଦାସ। ତାଙ୍କ ଘର ଛତିଶଗଡ଼ରେ ବୋଲି ଜଣାପଡ଼ିଛି। ତାଙ୍କୁ ପ୍ରଥମେ ବାଙ୍ଗିରିପୋଷି ଡାକ୍ତରଖାନାରେ […]
ଜୟପୁର: କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅନ୍ତର୍ଗତ କୁନ୍ଦ୍ରଗୁଡ଼ା ନିକଟରୁ ଜଣେ ନାବାଳକ ଓ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି। କୁନ୍ଦ୍ରଗୁଡ଼ା ନିକଟରେ ଥିବା କାଜୁ ମିଲ୍ ପଛ ପଟେ ଥିବା ଏକ ଗଛରେ ବେକରେ ଓଢଣୀ ଦେଇ ଦୁଇ ଜଣ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଏହା ପ୍ରେମଜନିତ ଆତ୍ମହତ୍ୟା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ନାବାଳିକଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ, କାଲି ରାତି ୯ଟାରେ ପୁଅ ଘରୁ ବାହାରି ଆଉ ଘରକୁ ଫେରି ନଥିଲା। […]
ଫୁଲବାଣୀ(ତ୍ରିନାଥ ସାହୁ): ଜମି ବିବାଦକୁ କେନ୍ଦ୍ର କରି ଗାଁ ଦାଣ୍ଡରେ ଜଣେ ବୃଦ୍ଧଙ୍କ ତଣ୍ଟିକୁ ଗୋଡ଼ରେ ଚାପି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ଥାନା ଅନ୍ତର୍ଗତ ପିପଳ ପଙ୍ଗା ଗାଁରେ ଏହି ନିର୍ମମ ହତ୍ୟାକାଣ୍ଡ ହୋଇଛି। ମୃତକ ହେଲେ ଯୋଗେଶ୍ୱର ପ୍ରଧାନ। ଏନେଇ ମୃତକଙ୍କ ପୁଅ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ, ଗତକାଲି ରାତିରେ ଯୋଗେଶ୍ୱର ନିଜ ପିଣ୍ଡାରେ ବସିଥିଲେ। ଏହି ସମୟରେ ହଠାତ୍ ଗାଁର ନୋଜାର ପ୍ରଧାନ ଆସି ତାଙ୍କୁ […]
ଭୁବନେଶ୍ୱର: ଇଟାଲିର ରୋମ୍ରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ‘ଇଟାଲିଆନ୍ ଗୋଲ୍ଡେନ ସ୍ୟାଣ୍ଡ ଆର୍ଟ ଆଓ୍ୱାର୍ଡ-୨୦୧୯’ ରେ ସମ୍ମାନିତ କରାଯାଇଛି। ରୋମ୍ରେ ଆୟୋଜିତ ‘ଅନ୍ତର୍ଜାତୀୟ ସ୍କୋରାନା ନେଟିଭିଟି’ ଇଭେଣ୍ଟ୍ରେ ଭାରତ ପକ୍ଷରୁ ସୁଦର୍ଶନ ଏହି ଇଭେଣ୍ଟ୍ରେ ଭାଗ ନେଇଥିଲେ। ଇଭେଣ୍ଟ୍ରେ ଭାରତୀୟ ହାଇକମିଶନ୍ର ଉପମୁଖ୍ୟ ନିହାରିକା ସିଂହ ମଧ୍ୟ ଉପସ୍ଥିତ ଥିଲେ। ପ୍ରଥମ ବାଲୁକା ଶିଳ୍ପୀ ଭାବେ ସୁଦର୍ଶନଙ୍କୁ ଏହି ସମ୍ମାନ ମିଳିଛି। ଚଳିତ ମାସ ୧୩ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆସନ୍ତାକାଲି ଯାଏ […]
କେନ୍ଦୁଝର(ପ୍ରଣୟ ପାଣି): ପୁଣି ଗୁରୁ ଶିଷ୍ୟ ପବିତ୍ର ବନ୍ଧନରେ ଲାଗିଲା କଳଙ୍କ। ଜଣେ ପ୍ରଧାନଶିକ୍ଷକ ହୋଇ ଛୋଟ ଛୋଟ ଝିଅଙ୍କୁ ଅସଦାଚରଣ କରିବା ଅଭିଯୋଗରେ କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍ ଅନ୍ତର୍ଗତ ବେଲଦା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବାଣେଶ୍ଵର ପାତ୍ର ନିଲମ୍ବିତ ହୋଇଛନ୍ତି। କେନ୍ଦୁଝର ଜିଲ୍ଲା ଶିକ୍ଷାଧିକାରୀ ତାଙ୍କୁ ନିଲମ୍ବିତ କରିଛନ୍ତି। ବେଲଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଠମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବେଳେ ଏଠାରେ ପ୍ରାୟ ୧୫୦ରୁ ଊର୍ଦ୍ଧ୍ୱ ପିଲା ପାଠ […]
ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ଅଫିସ ଲକର୍କୁ ଆଜି ପୁଲିସ୍ ଭାଙ୍ଗିଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୁଲିସ୍ ଆଜି ହରିଦାସପୁର ପଞ୍ଚାୟତ କାର୍ଯ୍ୟାଳୟ ଭିତରେ ଥିବା ସ୍ମିତାରାଣୀଙ୍କ ଅଫିସ ଆଲମିରାର ଲକ୍ ଭାଙ୍ଗିବା ସହ କାଗଜପତ୍ରର ଯାଞ୍ଚ୍ କରିଛି। ଏହି ସମୟରେ ଧର୍ମଶାଳା ବ୍ଲକ୍ ବିଡିଓ ଓ ସ୍ମିତାରାଣୀଙ୍କ ସ୍ୱାମୀ ମଧ୍ୟ ଉପସ୍ଥିତ ଥିଲେ। ଲକର୍ ଭିତରୁ ମିଳିଥିବା ବିଭିନ୍ନ କାଗଜପତ୍ରର ଯାଞ୍ଚ କରାଯାଉଛି। ସୂଚନାଥାଉ କି, ଗତ ମାସ ୧୬ ତାରିଖରେ […]
ପାରାଦୀପ: ଭିଜିଲାନ୍ସ ଜାଲରେ ପାରାଦୀପ ସ୍ଥିତ ବୈଧମାପ ବିଜ୍ଞାନ କାର୍ଯ୍ୟାଳୟର ବରିଷ୍ଠ ନିରୀକ୍ଷକ ବିଶ୍ରାନ୍ତ କୁମାର ସେଠୀ। ସେ ଜଗତସିଂହପୁର ଜିଲ୍ଲା ବୈଧମାପ ବିଜ୍ଞାନ ଅଫିସରେ ସହକାରୀ କଣ୍ଟ୍ରୋଲର୍ ଅତିରିକ୍ତ ଦାୟିତ୍ୱରେ ମଧ୍ୟ ଅଛନ୍ତି। ତେବେ ସେ ଜିଲ୍ଲାରେ ଥିବା ତେଲ ଟ୍ୟାଙ୍କର ଓ ପେଟ୍ରୋଲ ପମ୍ପ ମାଲିକଙ୍କଠାରୁ ଲାଞ୍ଚ ମାଗୁଥିବା ନେଇ ଅଭିଯୋଗ ଆସିବା ପରେ କଟକ ଭିଜିଲାନ୍ସ ଡିଭିଜନର ଅଧିକାରୀମାନେ ତାଙ୍କ ଘରେ ଚଢ଼ଉ କରିଥିଲେ। ଗତକାଲି ପାରାଦୀପ ସ୍ଥିତ ମଧୁବନରେ ଥିବା ତାଙ୍କ […]
ଉମରକୋଟ: ନିଜକୁ ଡେପୁଟି ଡ୍ରଗ୍ କଣ୍ଟ୍ରୋଲର୍ର ପରିଚୟ ଦେଇ ଜଣେ ବ୍ୟକ୍ତି ହୋମିଓ କ୍ଲିନିକ୍ରୁ ଲକ୍ଷେ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ସ୍ଥିତ ନିରାମୟ ହୋମିଓ କ୍ଲିନିକ୍ରେ। ମିଳିଥିବା ସୂଚନା ଅନୁସାରେ, କୋଣ୍ଡା ଗାଁରେ ଥିବା ଏହି ହୋମିଓ କ୍ଲିନିକ୍କୁ ଗତକାଲି ଅପରାହ୍ଣ ପ୍ରାୟ ସାଢ଼େ ୧୨ଟା ବେଳେ ଜଣେ ବ୍ୟକ୍ତି ଆସିଥିଲେ। ଏହି ସମୟରେ କ୍ଲିନିକ୍ରେ ଡାକ୍ତର ପଞ୍ଚାନନ ମିଶ୍ର ଥିଲେ। ସେ ତାଙ୍କୁ ଭୁବନେଶ୍ୱରର […]
ଆଠଗଡ଼: ସାମାନ୍ୟ କିଛି ଟଙ୍କା ପାଇଁ ମଣିଷ ନିଜ ରକ୍ତର ସମ୍ପର୍କକୁ ବି ଭୁଲି ଯାଏ। ହେଲେ ଏଭଳି ସ୍ୱାର୍ଥପର ଦୁନିଆରେ ଏପରି ବି ମଣିଷ ଅଛନ୍ତି, ଯେଉଁମାନେ ନିଜ କଷ୍ଟ ଅର୍ଜିତ ଧନକୁ ନେଇ ହିଁ ସନ୍ତୁଷ୍ଟ ରହିବାକୁ ଚେଷ୍ଟା କରନ୍ତି। ହାତପାଆନ୍ତରେ ବି ଯଦି ସେମାନଙ୍କୁ ଅଚାନକ କିଛି ମିଳିଲେ ବି ସେମାନେ ତାଙ୍କୁ ଗ୍ରହଣ କରି ପାରି ନ ଥାନ୍ତି। ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି କଟକ ଜିଲ୍ଲା ଆଠଗଡ ବ୍ଲକ୍ରେ। […]
ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରରେ ପୁଣି ମାତିଲେ ଲୁଟେରା। ଫାଙ୍କା ଗୁଳି ଚଳାଇ ଦୁର୍ବୃତ୍ତମାନେ ଏକ ଜୁଏଲାରୀ ଦୋକାନରୁ ୩ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଲୁଟେରାମାନେ ନୂଆଡିହି ରାସ୍ତାରେ ଥିବା ସରାଫ ନାମକ ଜୁଏଲାରୀ ଦୋକାନ ଭିତରକୁ ହଠାତ୍ ପ୍ରବେଶ କରି ୩ ରାଉଣ୍ଡ୍ ଗୁଳି ଚାଳନା କରିଥିଲେ। ଏହି ସମୟରେ ଗହଣା ଦୋକାନରେ ଜୁଏଲାରୀ ସପ୍ର ମାଲିକ ଗୌରଚନ୍ଦ୍ର ସରାଫ, ତାଙ୍କ […]
କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଳକ୍ ଅନ୍ତର୍ଗତ ଘାଘରାମୁଣ୍ଡା ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ)ଙ୍କୁ ମହିଳାଙ୍କ ଚପଲ ମାଡ଼। ପିଇଓ ବସନ୍ତ ବେହେରାଙ୍କୁ ମହିଳାମାନେ ଚପଲରେ ମାରୁଥିବାର ଦୃଶ୍ୟ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ନାମ ଥିବା ନେଇ ପରଜଙ୍ଗ ଥାନା ଅନ୍ତର୍ଗତ ଗତରେଇ ଗାଁର କିଛି ମହିଳାଙ୍କଠାରୁ ବସନ୍ତ ଟଙ୍କା ନେଇ ଥିଲେ। ଶୀଘ୍ର ଘର କରାଇ ଦେବାପାଇଁ ସେ ଏହି ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ହେଲେ ଘର ଦେବାକୁ […]
ଭୁବନେଶ୍ୱର: ଡିସେମ୍ବର ୧ରୁ ରାଜ୍ୟରେ ପୁଣି କଡ଼ାକଡ଼ି ହେବ ଟ୍ରାଫିକ ନିୟମ। ଏନେଇ ସୂଚନା ଦେଇଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ପୂର୍ବରୁ ଯେଉଁ ପରିମାଣର ଫାଇନ୍ ଆଦାୟ ହେଉଥିଲା ଏଥିରେ କୌଣସି କୋହଳ କରା ଯିବନି। ସଂଶୋଧିତ ମୋଟର ଯାନ ଆଇନ୍ ୨୦୧୯ ଅନୁଯାୟୀ ଫାଇନ୍ ବା ଜରିମାନା ଆଦାୟ କରାଯିବ ବୋଲି ଜଣାପଡ଼ିଛି। ସେପ୍ଟେମ୍ବର ୧ରୁ ସଂଶୋଧିତ ମୋଟର ଯାନ ଆଇନ୍ ୨୦୧୯ ଲାଗୁ ହୋଇଥିଲା। ଏହି ଆଇନ୍ର କଡ଼ାକଡ଼ି କାର୍ଯ୍ୟକାରୀ […]
ଭୁବନେଶ୍ୱର: ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସହିତ ଆଲୋଚନ ପରେ ଆସନ୍ତା ୨୨ ତାରିଖ ଯାଏ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ପକ୍ଷରୁ ମଦ ବିରୋଧୀ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି। ନୂତନ ମଦ ପ୍ରସାର ନୀତିକୁ ବିରୋଧ କରି ଆଜି ନିଶା ନିବାରଣ ଅଭିଯାନର ସଦସ୍ୟ ମନ୍ତ୍ରୀଙ୍କ ବାସଭବନ ଘେରାଉ କରିଥିଲେ। କିଛି ସମୟ ଧରି ଶାନ୍ତିପୂର୍ଣ୍ଣ ଧାରଣା ବି ଦେଇଥିଲେ। ଏହାପରେ ମନ୍ତ୍ରୀ ଆଲୋଚନା ପାଇଁ ଡାକିଥିଲେ। ମଦ ନୀତିର ପୁନର୍ବିଚାର କରିବାକୁ ମନ୍ତ୍ରୀ […]
ଭୁବନେଶ୍ୱର: ବିଜେଡିର ୩ ନେତାଙ୍କୁ ମିଳିଲା ନୂଆ ଦାୟିତ୍ୱ। ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସ ବର୍ମା ଓ ପ୍ରତାପ କେଶରୀ ଦେବଙ୍କୁ ବିଜେଡିରେ ଏହି ନୂଆ ଦାୟିତ୍ୱ ମିଳିଛି। ପ୍ରଣବ ପ୍ରକାଶ ଦାସଙ୍କୁ ସାଧାରଣ ସମ୍ପାଦକ (ସଂଗଠନ) ଦାୟିତ୍ୱ, ସଞ୍ଜୟ ଦାସ ବର୍ମାଙ୍କୁ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ଦାୟିତ୍ୱ ଓ ପ୍ରତାପ କେଶରୀ ଦେବଙ୍କୁ ବିଜେଡିର ରାଜ୍ୟ ରିଟର୍ଣ୍ଣିଂ ଅଫିସର ଭାବେ ଦାୟିତ୍ୱ ମିଳିଛି।
ଅନୁଗୁଳ: ଏକ ବିଷଧର ସାପର ଆହାର ସାଜିଲା ଆଉ ଏକ ବିଷଧର ସାପ। ମୋବାଇଲ୍ କ୍ୟାମେରାରେ କଏଦ ହୋଇଛି ଏହି ଦୃଶ୍ୟ। ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ସବ୍ ଡିଭିଜନରେ। ସୂଚନା ଅନୁସାରେ, ଆଠମଲ୍ଲିକ ସବ୍ ଡିଭିଜନ୍ର ଝିମେଇଚୁଆ ମନ୍ଦିର ନିକଟରେ ଥିବା ଚାଷ ଜମିକୁ କିଛି ଲୋକ ଯାଇଥିବା ବେଳେ ଏଭଳି ଦୃଶ୍ୟ ଦେଖିବାକୁ ପାଇଥିଲେ। ଏକ ବିରାଟକାୟ ସାପ ଅନ୍ୟ ଏକ ସାପକୁ ଖାଉଥିବା ଦେଖି ଲୋକେ ଭୟଭୀତ ହୋଇଯାଇଥିଲେ। ଏହି ସମୟରେ […]
ଝାରସୁଗୁଡ଼ା: ଓଟିଭିରେ ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ। ବନବିଭାଗର ଉଦ୍ୟମ କ୍ରମେ ଝାରସୁଗୁଡ଼ା ଜିଲ୍ଲା ଡୁମେରମୁଣ୍ଡାରେ ବିଦ୍ୟୁତ୍ ଖୁଣ୍ଟରେ ଫସି ରହିଥିବା ୬ ମାଙ୍କଡ଼ଙ୍କ ମଧ୍ୟରୁ ୪ଟି ମାଙ୍କଡ଼ଙ୍କୁ ଉଦ୍ଧାର କରାଯାଇଛି। ଆଉ ୨ ମାଙ୍କଡ଼ଙ୍କୁ ଉଦ୍ଧାର କରିବା ଲାଗି ଉଦ୍ୟମ ଜାରି ରହିଛି। ଉପରେ ବିଦ୍ୟୁତ ତାର, ତଳେ ଈବ୍ ନଦୀର ପାଣି। ଦୁଇ ପଟେ ମୃତ୍ୟୁର ଜାଲ ମଧ୍ୟରେ ଏହି ୬ ମାଙ୍କଡ଼ ଫସି ରହିଥିଲେ। ଏ ସମ୍ପର୍କରେ ଖବର ପାଇବା ପରେ […]
ଭୁବନେଶ୍ୱର: ଆସନ୍ତାବର୍ଷ ମେ ୩୧ ପର୍ଯ୍ୟନ୍ତ ସମୁଦ୍ର ଉପକୂଳରୁ ୨୦ କିମି ଭିତରେ ମାଛଧରିବା ମନା। ଅଲିଭ୍ ରିଡ୍ଲେଙ୍କ ସୁରକ୍ଷା ପାଇଁ ଗତ ନଭେମ୍ବର ୧ତାରିଖରୁ ଆସନ୍ତାବର୍ଷ ମେ ୩୧ ପର୍ଯ୍ୟନ୍ତ ମାଛ ନଧରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। କଇଁଛ ପ୍ରଜନନ ସମୟରେ ସଂରକ୍ଷଣ ଓ ସେମାନଙ୍କ ସୁରକ୍ଷା ଲାଗି ଓଡ଼ିଶା ଉପକୂଳ ଋଷିକୂଲ୍ୟା, ଗହୀରମଥା ଓ ଦେବୀନଦୀ ମୁହାଣରେ ୬୬ଟି କ୍ୟାମ୍ପ […]
ସମ୍ବଲପୁର: ସମ୍ବଲପୁର ସହର ଟାଉନ ଥାନା ଅନ୍ତର୍ଗତ ମୋଦିପଡାରେ ଏକ ବନ୍ଦ ଘରକୁ ନେଇ ଲାଗି ରହିଥିବା ସସ୍ପେନ୍ସ ଉପରୁ ପରଦା ହଟିଛି। ଆଜି ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ବନ୍ଦ ଘରର କବାଟ ଖୋଲିବା ପରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହ ପୁଲିସ୍ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ଯାହା ଜଣାପଡ଼ୁଛି ଏହା ଏକ ହତ୍ୟାକାଣ୍ଡ ବୋଲି ପୁଲିସ୍ କହିଛି। ବନ୍ଦ ଘର ଭିତରୁ ଦୁର୍ଗନ୍ଧ ବାହାରୁଥିବା ନେଇ […]
କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ ଅନ୍ତର୍ଗତ ପଟାମୁଣ୍ଡ ଗାଁର ଜଣେ ଯୁବକ ୨ ମାସ ପୂର୍ବେ ଦାଦନ ଖଟିବାକୁ କେରଳ ଯାଇଥିବା ବେଳେ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତକଙ୍କ ନାଁ ଚନ୍ଦ୍ରମଣି ନାୟକ(୨୫)। ଚନ୍ଦ୍ରମଣି କିଛି ସାଙ୍ଗଙ୍କ ସହ ୨ ମାସ ପୂର୍ବେ କେରଳର ଥ୍ରୀସ୍ସୁର୍ ସହରକୁ ଦାଦନ ଖଟିବାକୁ ଯାଇଥିଲେ । ହେଲେ ଗତ ୧୧ ତାରିଖରେ ତାଙ୍କର ଆକସ୍ମିକ ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କ ନିକଟକୁ ଖବର ଆସିଥିଲା। ମୃତ୍ୟୁର ପୂର୍ବଦିନ […]
ଭଦ୍ରକ: ଆଖି ବୁଜିଲେ ଟ୍ରେନ୍ ଭିତରେ ଜନ୍ମ ହୋଇଥିବା ୩ ଶିଶୁପୁତ୍ର। ବେଙ୍ଗାଲୁରୁ-ଗୌହାଟି ଏକ୍ସପ୍ରେସ୍ରେ ଯାତ୍ରା କରୁଥିବା ଜଣେ ମହିଳାଙ୍କ ପ୍ରବସ ଯନ୍ତ୍ରଣା ହେବାରୁ ଆଜି ଭୋର ସମୟରେ ଭଦ୍ରକ ରେଲ୍ୱେ ଷ୍ଟେସନରେ ଟ୍ରେନ୍କୁ ଅଟକା ଯାଇଥିଲା। ସେଠାରେ ଡାକ୍ତରଙ୍କ ସହାୟତାରେ ସେ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଏହାପରେ ମା’ ଓ ଛୁଆଙ୍କୁ ରେଳବାଇ ପୁଲିସ୍ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୩ ନବଜାତଙ୍କର ମୃତ୍ୟୁ ଘଟିଥିଲା। […]
ସମ୍ବଲପୁର(ସଞ୍ଜୟ ଜେନା ): ସମ୍ବଲପୁର ସହର ଟାଉନ ଥାନା ଅନ୍ତର୍ଗତ ମୋଦିପଡାରେ ଏକ ବନ୍ଦ ଘରୁ ଦୁର୍ଗନ୍ଧ ବାହାରିବା଼ରୁ ସ୍ଥାନୀୟ ଲୋକେ ନାନା ଆଶଙ୍କା ପ୍ରକାଶ କରିଛନ୍ତି। ଉକ୍ତ ଘରେ ଏକ ଶ୍ରମିକ ଦମ୍ପତି ସେମାନଙ୍କ ଛୁଆ ସହିତ ରହୁଥିଲେ। ହେଲେ ୨ ଦିନରୁ ଊର୍ଦ୍ଧ୍ୱ ହେବ ଉକ୍ତ ଘରଟି ବନ୍ଦ ଥିବା ବେଳେ ସେଠାରୁ ଦୁର୍ଗନ୍ଧ ବାହାରୁଛି। ଅପରପକ୍ଷେ ଉକ୍ତ ଦମ୍ପତି ବାହାରକୁ କେଉଁଆଡ଼େ କାମ କରିବାକୁ ପଳାଇଛନ୍ତି, ନା ଉକ୍ତ ଘର ଭିତରେ ଅଛନ୍ତି, […]