• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

jd
ରାଜ୍ୟ ବିଜେପି ମୁଖ୍ୟ ଦୌଡ଼ରେ ଏମାନେ; କାଲି ହେବ ଘୋଷଣା

ଭୁବନେଶ୍ୱର: ଗୋଟିଏ ଦିନ ପରେ ରାଜ୍ୟ ବିଜେପି ବାଛିବ ନୂଆ ମଙ୍ଗୁଆଳ। ଆସନ୍ତାକାଲି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ନାମାଙ୍କନ ପତ୍ର ଦାଖଲ  କରିବେ ପ୍ରାର୍ଥୀ। ତେବେ ସହମତି ଭିତ୍ତିରେ ନିର୍ବାଚନ ହେବାର ସମ୍ଭାବନା ଥିବାରୁ ଜଣେ ହିଁ ନାମାଙ୍କନ ଭରିବେ ଓ ୧୭ ତାରିଖରେ ତାଙ୍କ ନାଁକୁ ବିଧିବଦ୍ଧ ଭାବେ ଘୋଷଣା କରାଯିବ। ଗୋଟିଏ ମାସ ଧରି ଚର୍ଚ୍ଚା ଆଲୋଚନା ପରେ ଏବେ ଉପସଭାପତି ଥିବା ସମୀର ମହାନ୍ତି ଓ ସାଧାରଣ  ସଂପାଦକ ଥିବା ପୃଥ୍ୱୀରାଜ ହରିଚନ୍ଦନଙ୍କ […]

  • Friday, 23 July 2021
hh
ବଲାଙ୍ଗିରରେ ମାତ୍ର ଦୁଇ ଜଣଙ୍କ ପାଇଁ ଚାଲୁଛି ଟ୍ରେନ୍; ଦିନକୁ ଆୟ ମାତ୍ର ୨୦ ଟଙ୍କା

ବଲାଙ୍ଗିର: ମାତ୍ର ୨ ଜଣ ଯାତ୍ରୀରେ ଚାଲୁଛି ପାସେଞ୍ଜର ଟ୍ରେନ୍। ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ସତ। ବଲାଙ୍ଗିରରୁ ବିଛୁପାଲ୍ଲୀ ୧୯ କିଲୋମିଟର ରୁଟ୍‌ରେ ଦୈନିକ ଦୁଇ ଥର ଯାଆ ଆସ କରୁଥିବା ଟ୍ରେନ୍‌ରେ କେତେବେଳେ ୨ଜଣ ଯାତ୍ରୀ ଯାଉଛନ୍ତି ତ କେତେବେଳେ ପୂରା ଖାଲି। ସତ ଜାଣିବାକୁ ଆମେ ବି ଦିନେ ଯାତ୍ରୀ ସାଜିଲୁ ଯାହା ଦେଖିଲୁ, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଏଠି ଦିନକୁ ମାତ୍ର ୨୦ ଟଙ୍କା ଆୟରେ ଚାଲୁଛି ପାସେଞ୍ଜର ଟ୍ରେନ୍। […]

  • Friday, 23 July 2021
images
ଆମାଜନ ମୁଖ୍ୟ ଜେଫ୍‌ ବେଜୋସଙ୍କ ଭାରତ ଗସ୍ତକୁ ଓଡ଼ିଶା ବ୍ୟବସାୟୀଙ୍କ ବିରୋଧ

ଭୁବନେଶ୍ୱର: ଆମାଜନ ମୁଖ୍ୟ ଜେଫ୍‌ ବେଜୋସଙ୍କ ଭାରତ ଗସ୍ତକୁ ଓଡ଼ିଶା ବ୍ୟବସାୟୀମାନେ ବିରୋଧ କରିଛନ୍ତି। ସାରା ଦେଶରେ ବେଜୋସଙ୍କୁ ବିରୋଧ କରାଯାଉଥିବା ବେଳେ ଓଡ଼ିଶାର ୮ଟି ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଇଛି। ଓଡ଼ିଶାରେ ୧୦ ବ୍ୟବସାୟ ସଂଘ ବିରୋଧରେ ସାମିଲ ହୋଇଛନ୍ତି। ଆଜିର ଦିନକୁ ବ୍ୟବସାୟୀ ପ୍ରତିବାଦ ଦିବସ ବୋଲି କହିଛି ସଂଘ।   ଆନ୍ତର୍ଜାତିକ ବଜାରରେ ଗ୍ରାହକଙ୍କ ମଧ୍ୟରେ ବେଶ ଲୋକପ୍ରିୟ ଥିବା ଆମାଜନ, ଓ୍ୱାଲମାର୍ଟ ଓ ଫ୍ଲିଫକାର୍ଟ ଭଳି କମ୍ପାନୀଙ୍କ ଆଧିପତ୍ୟ ଖୁଚୁରା ବ୍ୟବସାୟରେ […]

  • Friday, 23 July 2021
bijuli
କାଲିଠାରୁ ବିଭିନ୍ନ ସ୍ଥାନରେ ବିଦ୍ୟୁତ କାଟ ହେବ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ବିଦ୍ୟୁତ ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଦ୍ୟୁତ କାଟ କରାଯିବ। ପ୍ରଥମେ ବକେୟା ରଖିଥିବା ଶିଳ୍ପ ଓ ବାଣିଜ୍ୟିକ ସଂସ୍ଥା ଗୁଡ଼ିକରୁ ବିଦ୍ୟୁତ ବିଛିନ୍ନ କରାଯିବ। ତେବେ ଏ ସବୁ ନିଷ୍ପତ୍ତି ପରେ ମଧ୍ୟ କଟକରେ ଥିବା ବିଦ୍ୟୁତ ବିଭାଗର ଦେୟ ଆଦାୟ କେନ୍ଦ୍ର ଗୁଡ଼ିକରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିନାହିଁ। ରାଣୀହାଟ ଓ ଯୋବ୍ରା ଠାରେ ଥିବା ସେସୁ କାର୍ଯ୍ୟାଳୟରେ ସବୁଦିନ ଭଳି ସାଧାରଣ ଗ୍ରାହକମାନେ ଆସି ବିଦ୍ୟୁତ ଦେୟ ପୈଠ […]

  • Friday, 23 July 2021
dadan
ଦେହ ଅସୁସ୍ଥ ହେବାରୁ ଝିଅକୁ ବାପା ସହ ପଠାଇ ଦେଲା ପପୁ ଖାନ୍; ରାସ୍ତାରେ ଚାଲିଗଲା ଜୀବନ

ପାଟଣାଗଡ଼: ଦାଦନ ଶ୍ରମିକ ଭାବେ ରାଜ୍ୟ ବାହାରକୁ କାମ କରିବାକୁ ଯାଇ ଘରକୁ ଫେରୁଥିବା ବେଳେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଅସୁସ୍ଥ ଅବସ୍ଥାରେ ତାଙ୍କର ଟ୍ରେନ୍‌ରେ ମୃତ୍ୟୁ ଘଟିଛି। ଝିଅର ମୃତଦେହକୁ ନେଇ ବାପା ଗାଁକୁ ଫେରିଛନ୍ତି। ଏହି ଘଟଣା ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ପୁତୁଲା ମହୁଲ ଗାଁର ସନ୍ତୋଷିନୀ ସାହୁ ୩ ବର୍ଷ ହେବ ସେ ଶ୍ୱଶୁର ଘରୁ ଚାଲିଆସି ବାପ […]

  • Friday, 23 July 2021
j
ଲାଞ୍ଚ ମାଗି ନିଲମ୍ବିତ ହେଲେ ମହିଳା ଏସ୍‌ଆଇ

ଖୋର୍ଦ୍ଧା: ଲାଞ୍ଚ ମାଗି ନିଲମ୍ବିତ ହେଲେ ମହିଳା ଏସ୍‌ଆଇ। ବେଗୁନିଆ ଥାନା ଏସ୍ଆଇ ସୁଜାତା ପଲେଇଙ୍କୁ ନିଲମ୍ବିତ କରିଛନ୍ତି ଖୋର୍ଦ୍ଧା ଏସ୍‌ପି। ଜଣେ ଅଭିଯୁକ୍ତର ମାଆଙ୍କୁ ଲାଞ୍ଚ ମାଗିବା ଅଭିଯୋଗରେ ତାଙ୍କୁ ନିଲମ୍ବିତ କରାଯାଇଛି। ଏସ୍ଆଇ ଲାଞ୍ଚ ମାଗୁଥିବାର ଏକ ଅଡିଓ ୨ ଦିନ ତଳେ ଭାଇରାଲ ହୋଇଥିଲା। ଦୁଇ ଦିନ ତଳେ ଜଣେ ଯୁବତୀଙ୍କୁ କମେଣ୍ଟ ମାରିବାକୁ କେନ୍ଦ୍ର କରି ଦୁଇ ଯୁବକଙ୍କୁ ଖୁଣ୍ଟିରେ ବାନ୍ଧି ମାଡ଼ ମାରିଥିଲେ ଗ୍ରାମବାସୀ। ପୁଲିସ ସେମାନଙ୍କ ଉଦ୍ଧାର କରିଥିଲା। […]

  • Friday, 23 July 2021
angul
ବିଲରେ ୫୦ ଫୁଟ୍ ତଳକୁ ଧସିଲା ମାଟି; ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ

ଅନୁଗୋଳ: ତାଳଚେର ପୌରାଞ୍ଚଳର ୧୮ ନଂ ୱାର୍ଡ ଅନ୍ତର୍ଗତ ଦେଉଳବେଡ଼ା ତେଲି ସାହିର ଚାଷୀମାନେ ଚାଷ କାମ କରିବା ପାଇଁ ବିଲକୁ ଯାଇଥିଲେ। ଏହି ସମୟରେ ହଠାତ୍‌ ଧାନ ବିଲ ମଝିରେ ଧସ୍‌ ଧସ୍‌ ଆବାଜ୍‌ କରି  ଗୋଲାକୃତି ଆକାରରେ ଏକ ବିରାଟ ଗର୍ତ୍ତ ହୋଇଗଲା। ଚାଷୀମାନେ ଯାଇ ଦେଖିଲା ବେଳକୁ ଗୋଲାକୃତି ଆକାରରେ ବିଲ ମାଟି ଧସି ଏକାଥରେ ୫୦ ଫୁଟ୍ ତଳକୁ ଗଳିପଡ଼ିଛି। ତେବେ କୋଇଲା ଖୋଳି ନେବା ପରେ ଠିକ୍‌ ଭାବେ ବାଲି […]

  • Friday, 23 July 2021
ab
କଡ଼ା ଟ୍ରାଫିକ୍‌ ନିୟମ ପରେ ରାଜ୍ୟରେ ଦୁର୍ଘଟଣା ହାର କମିଛି: ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ଦୁର୍ଘଟଣା ହାରରେ ଏବେ ସାରା ଦେଶରେ ପଞ୍ଚମ ସ୍ଥାନରେ ରହିଛି ଓଡ଼ିଶା। ତେବେ ଟ୍ରାଫିକ୍ ନିୟମ ଉଲ୍ଲଂଘନ ପାଇଁ ବର୍ଦ୍ଧିତ ଫାଇନ୍ ବ୍ୟବସ୍ଥା ଲାଗୁ ହେବା ପରେ ରାଜ୍ୟରେ ଦୁର୍ଘଟଣା ହାର କମିଛି। ଆଗକୁ ଏହାକୁ ୨୦ ପ୍ରତିଶତ କମାଇବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି। ଆସନ୍ତାକାଲି ଦିଲ୍ଲୀରେ ସଡ଼କ ସୁରକ୍ଷା ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାକୁ ଥିବା ବେଳେ ଏଥିରେ ଯୋଗ ଦେବା […]

  • Friday, 23 July 2021
naveen
ଏଣିକି ୨୦୦ ଦିନ କାମ ସାଙ୍ଗକୁ ଦୈନିକ ୨୮୬ ଟଙ୍କା ୩୦ ପଇସା ମଜୁରୀ ମିଳିବ

ଭୁବନେଶ୍ୱର: ମନରେଗାରେ ଏଣିକି ୧୦୦ ଦିନ ବଦଳରେ ୨୦୦ ଦିନର କର୍ମନିଯୁକ୍ତି ପାଇବେ ରାଜ୍ୟର ୪ଟି ଜିଲ୍ଲାର ଲୋକେ।ଦାଦନ ପ୍ରବଣ ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି ଜିଲ୍ଲା ପାଇଁ ଏହି ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। କେବଳ ଏତିକି ନୁହେଁ, ଏହି ୪ ଜିଲ୍ଲାରେ ଶ୍ରମିକମାନଙ୍କୁ ମନରେଗାରେ ଦୈନିକ ୧୮୮ଟଙ୍କା ବଦଳରେ ୨୮୬ ଟଙ୍କା ୩୦ ପଇସା ମଜୁରୀ ମିଳିବ। ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ଓ ସହାୟତା ନିମନ୍ତେ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ […]

  • Friday, 23 July 2021
g
ଜାତିଭିତ୍ତିକ ଜନଗଣନାକୁ ନେଇ ରାଜ୍ୟ ସରକାରଙ୍କୁ ପ୍ରତାପଙ୍କ ଟାର୍ଗେଟ୍

ଭୁବନେଶ୍ୱର:  ରାଜ୍ୟରେ ଜାତିଭିତ୍ତିକ ଜନଗଣନାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ଏହା କେବଳ ପ୍ରଚାର ପାଇଁ ବୋଲି ପ୍ରତାପ କହିଛନ୍ତି। ସବୁବେଳେ ଜନଗଣନାବେଳେ ଜାତି କଥା ଉଲ୍ଲେଖ କରାଯାଏ। ଏଥିରେ କିଛି ନୂଆ କଥା ନାହିଁ, ହେଲେ ରାଜ୍ୟ ସରକାର କେବଳ ବାହାବା ନେବାକୁ ଜାତିଭିତ୍ତିକ ଜନଗଣନା କରିବେ ବୋଲି ପ୍ରଚାର କରୁଛନ୍ତି। ଏହାକୁ ଦେଖାଇ ଭୋଟ୍ ରାଜନୀତି କରିବାକୁ ସରକାର ଚେଷ୍ଟା କରୁଛନ୍ତି ବୋଲି ପ୍ରତାପ ଷଡ଼ଙ୍ଗୀ କହିଛନ୍ତି। ଏହାସହ […]

  • Friday, 23 July 2021
man
ପଞ୍ଚଭୂତରେ ଲୀନ ହେଲେ ମନମୋହନ ମହାପାତ୍ର

ଭୁବନେଶ୍ୱର: ପଞ୍ଚଭୂତରେ ବିଲୀନ ହେଲା ଓଡ଼ିଆ ସେନେମା ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କ ପାର୍ଥୀବ ଶରୀର। ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବଡ଼ ପୁଅ ଆଶୁତୋଷ ସମସ୍ତ ରୀତିନୀତି ଅନୁସାରେ ତାଙ୍କୁ ମୁଖାଗ୍ନି ଦେଇଛନ୍ତି। ଆଜି ସ୍ୱର୍ଗଦ୍ୱାରରେ ମନମୋହନଙ୍କ ପରିବାର, ପ୍ରିୟଜନ, ତାଙ୍କୁ ଭଲ ପାଉଥିବା ବହୁ ଲୋକେ ଶେଷ ଦର୍ଶନ ପାଇଁ ପହଞ୍ଚିଥିଲେ। ଅନ୍ତିମ ସତ୍କାର ପୂର୍ବରୁ ମନମୋହନଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରାଯାଇଥିଲା। ଗତକାଲି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୬୯ ବର୍ଷ […]

  • Friday, 23 July 2021
k
ପଲଙ୍କ ଉପରେ କମ୍ବଳ ଘୋଡ଼ାଇ ହୋଇ ପଡ଼ିଛି ବାପାମା ଓ ଦୁଇ ଛୁଆଙ୍କ ମରଶରୀର

ସୁନ୍ଦରଗଡ଼ : ବାହାରେ ତାଲା ଝୁଲୁଛି ଓ ଭିତରେ ପଡ଼ିଛି ମୃତଦେହ। ଜଣେ କି ଦୁଇ ଜଣ ନୁହଁ, ଦୁଇ ପିଲା ଏବଂ ବାପା, ମାଆଙ୍କ ମରଶରୀର ପଡ଼ିଛି ବନ୍ଦ ଘରେ। ଗୋଟିଏ ପଲଙ୍କରେ କମ୍ବଳ ଘୋଡ଼ାଇ ଶୋଇଥିବା ଅବସ୍ଥାରେ ମୃତ୍ୟୁବରଣ କରିଥିବା ଏହି ୪ ଜଣ ହେଲେ ରାଇରଙ୍ଗପୁରର ଏକ ଘରୋଇ କମ୍ପାନୀରେ କାମ କରୁଥିବା ରଞ୍ଜିତ ପ୍ରସାଦଙ୍କ ପରିବାର। ଗୋଟିଏ କଡ଼ରେ ପତ୍ନୀ ଅଳ୍ପନା ଆଉ ମଝିରେ ଦୁଇ କୁନି ପିଲାଙ୍କ ମୃତଦେହ। ଘର […]

  • Friday, 23 July 2021
g
ପଞ୍ଚଦଶ ଅର୍ଥ କମିଶନଙ୍କ ପାଖରେ କେତେ ଦାବି ରଖିବ ଓଡ଼ିଶା ?

ଭୁବନେଶ୍ୱର: ପଞ୍ଚଦଶ ଅର୍ଥ କମିଶନଙ୍କ ପାଖରେ କେତେ ପାଣ୍ଠି ପ୍ରଦାନ ପାଇଁ ଦାବି ରଖିବେ ରାଜ୍ୟ ସରକାର? ୨୦୨୦-୨୧ରୁ ୨୫-୨୬ ପର୍ଯ୍ୟନ୍ତ ରାଜ୍ୟକୁ କେତେ ଅର୍ଥ ଦରକାର ପଡ଼ିବ? କମିଶନଙ୍କ କାର୍ଯ୍ୟକାଳ ବର୍ଷେ ବଢ଼ିବା ଓ ମାର୍ଚ୍ଚ ୩୧ ସୁଦ୍ଧା ସଂଶୋଧିତ ଦାବିପତ୍ର ଦେବାକୁ କମିଶନ୍ କହିବାପରେ ପୁଣି ଥରେ ଆରମ୍ଭ ହୋଇଛି ହିସାବ ନିକାଶ। ରାଜ୍ୟର ବିକାଶ ପାଇଁ ୮ ଲକ୍ଷ ୨୪ ହଜାର କୋଟି ଟଙ୍କା ଦରକାର। ପ୍ରାକୃତିକ ବିପର୍ଯ୍ୟୟ ମୁକାଲିବା ଲାଗି ୧୫ […]

  • Friday, 23 July 2021
df
ଓଡ଼ିଶାରେ ହେବ ସାମାଜିକ ଓ ଅର୍ଥନୈତିକ ପଛୁଆ ବର୍ଗଙ୍କ ଗଣନା

ଭୁବନେଶ୍ୱର: ରାଜ୍ୟରେ ଜନଗଣନା ସହ ସାମାଜିକ, ଆର୍ଥିକ ଓ ଜାତିଗତ ଜନଗଣନା ହେବ। ଏଥିପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟରେ ଏକ ସଂକଳ୍ପ ଗୃହୀତ ହୋଇଛି। ଗତ ଦୁଇ ଦଶନ୍ଧି ମଧ୍ୟରେ ରାଜ୍ୟରେ ମାନବ ବିକାଶ ସୂଚକାଙ୍କରେ ଉଲ୍ଲେଖନୀୟ ପ୍ରଗତି ହୋଇଥିଲେ ମଧ୍ୟ ସାମଗ୍ରିକ ଅଭିବୃଦ୍ଧି ଓ ପରିବର୍ତ୍ତନ ନିମନ୍ତେ ଏହି ଜାତି ଓ ଆର୍ଥିକ ଜନଗଣନାର ଆବଶ୍ୟକତା ରହିଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ […]

  • Friday, 23 July 2021
n-8b-750x430
ସମ୍ବଲପୁରରେ ଗିରିରାଜଙ୍କର ବିବାଦୀୟ ବୟାନ

ସମ୍ବଲପୁର: ପୁଣି ଥରେ ନିଜ ମନ୍ତବ୍ୟକୁ ନେଇ ବିବାଦ ଘେରକୁ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ। ଆଜି ସମ୍ବଲପୁରରେ ବିଜେପିର ଆୟୋଜିତ ଜନ ଜାଗରଣ କାର୍ଯ୍ୟକ୍ରମରେ ପାକିସ୍ତାନ ଉପରେ ପ୍ରବଳ ବର୍ଷିଛନ୍ତି ଗିରିରାଜ। ଦେଶ ସ୍ୱାଧୀନ ହେବା ପରେ ପାକ୍‌ରେ ୨୨ ପ୍ରତିଶତ ସଂଖ୍ୟାଲଘୁ ଥିଲେ। ହେଲେ ଏବେ ଏହା ୧ ପ୍ରତିଶତକୁ ଖସି ଆସିଛି। ଏହା ପଛର କାରଣ କଣ ? ହିନ୍ଦୁ, ଶିଖ୍, ପାର୍ସି, ଖ୍ରୀଷ୍ଟିଆନ୍ ସମ୍ପ୍ରଦାୟ ଲୋକ କଣ ନପୁଂସକ ଥିଲେ ? […]

  • Friday, 23 July 2021
d
ମୃତ୍ୟୁ ପୂର୍ବରୁ କହୁଥିଲେ, ଜୀବନରେ କାହାକୁ ହୃଦୟ ଦେଇ ଭଲ ପାଇବ ନାହିଁ

କଟକ: ପ୍ରେମିକାକୁ ଜୀବନଠାରୁ ଅଧିକ ଭଲ ପାଉଥିଲେ। ବାହାହୋଇ ଘର ସଂସାର କରିବେ ବୋଲି ସ୍ୱପ୍ନ ଦେଖିଥିଲେ। ହେଲେ ଯାହା ଭାଗ୍ୟରେ ନଥିଲା ତାହା ହୋଇଥାନ୍ତା କେମିତି? ଯାହାକୁ ଏତେ ଭଲ ପାଉଥିଲେ, ଶେଷରେ ସିଏ ହିଁ ଧୋକା ଦେଲା। ୩ ବର୍ଷର ପ୍ରେମ ସମ୍ପର୍କକୁ ତୁଟାଇ ଦେଇ ଆଉ ଜଣଙ୍କ ପ୍ରେମରେ ପଡ଼ିଲା ପ୍ରେମିକା। ଯାହାକୁ ସହି ନପାରି ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କଲେ ପ୍ରେମିକ। କିନ୍ତୁ ଯିବା ପୂର୍ବରୁ ନିଜ ପ୍ରେମ ଓ […]

  • Friday, 23 July 2021
ଉଗୀଗୀଓର
CAA ସପକ୍ଷରେ ସମ୍ବଲପୁରରେ ବିଜେପିର ବିଶାଳ ରାଲି

ସମ୍ବଲପୁର : CAA ସପକ୍ଷରେ ଜନ ସଚେତନତା ସୃଷ୍ଟି କରିବା ପାଇଁ ଆଜି ସମ୍ବଲପୁରରେ ବିଶାଳ ରାଲି କରିଛି ବିଜେପିର।  ଏହି ରାଲିରେ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ସ୍ଥାନୀୟ ସାଂସଦ ନିତେଶ ଗଙ୍ଗଦେବ ଓ ବିଧାୟକ ଜୟନାରାୟଣ ମିଶ୍ର ସାମିଲ ହୋଇଛନ୍ତି। ରାଲି ପରେ CAA ସମ୍ପର୍କିତ ଏକ ଜନଜାଗରଣ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଥିଲା। ଏହି ଅବସରରେ JNU ପ୍ରସଙ୍ଗ ଉଠାଇ ଟୁକ୍ଡ଼େ ଟୁକ୍ଡ଼େ ଗ୍ୟାଙ୍ଗ୍ ସମ୍ପର୍କରେ […]

  • Friday, 23 July 2021
rasagila
ରସଗୋଲା ମହୋତ୍ସବ ୨୦୨୦: ଏଥର କଟକରେ

ଭୁବନେଶ୍ୱର: ପୂର୍ବଥର ଭଳି ଏଥର ମଧ୍ୟ ଓଟିଭି(ଓଡ଼ିଶା ଟେଲିଭିଜନ ନେଟ୍‌ୱାର୍କ) ରସଗୋଲା ମହୋତ୍ସବ୨୦୨୦ ଆୟୋଜନ କରିବାକୁ ଯାଉଛି। କିନ୍ତୁ ଚଳିତ ଥର ଏହି ମହୋତ୍ସବ ଭୁବନେଶ୍ୱରରେ ନ ହୋଇ କଟକର ବାଲିଯାତ୍ରା ଉପର ପଡ଼ିଆରେ ହେବ। ଜାନୁଆରୀ ୧୫ ତାରିଖ  ସନ୍ଧ୍ୟା ୫ଟା ସମୟରେ ଏହି ଉତ୍ସବ ଆରମ୍ଭ ହେବ। ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରସିଦ୍ଧ ଖାଦ୍ୟ ସାମଗ୍ରୀକୁ ଲୋକଲୋଚନକୁ ଆଣିବା ତଥା ଏହାକୁ ଲୋକପ୍ରିୟ କରାଇବା ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ଅନେକ ବ୍ୟବସାୟୀ […]

  • Friday, 23 July 2021
seven-child-resque-from-various-parts-in-odish-750x420
ବାଳାଶ୍ରମରୁ ଫେରାର ୧୩ ନାବାଳିକା ମଧ୍ୟରୁ ୭ ଉଦ୍ଧାର; ୩ ଜଣଙ୍କ ଚାକିରି ଗଲା

ବ୍ରହ୍ମପୁର: ଗୋଷାଣୀ ନୂଆଗାଁ ଉତ୍କଳ ବାଳାଶ୍ରମରୁ ୧୩ ଛାତ୍ରୀ ଚମ୍ପଟ ମାରିବା ଘଟଣାରେ ୭ ଛାତ୍ରୀ ଉଦ୍ଧାର ହୋଇଛନ୍ତି। ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦରୁ ଜଣେ, ଚିକିଟିରୁ ଜଣେ ଏବଂ ଭୁବନେଶ୍ୱରରୁ ୫ ନାବାଳିକାଙ୍କୁ ଉଦ୍ଧାର କରିଛି ବ୍ରହ୍ମପୁର ପୁଲିସ। ଉଦ୍ଧାର ନାବାଳିକାଙ୍କ ଜରିଆରେ ଅନ୍ୟମାନଙ୍କୁ ଉଦ୍ଧାର ପାଇଁ ଚେଷ୍ଟା ଚାଲିଛି। ପରିବାର ଲୋକେ ଘରକୁ ନେଉନଥିବାରୁ ଛାତ୍ରୀମାନେ ପଳାଇଥିବା ଜଣାପଡ଼ିଛି। ଛାତ୍ରୀଙ୍କ ଉଦ୍ଧାର ନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଓ ସାହେବ। ସେପଟେ […]

  • Friday, 23 July 2021
k
କିଏ ଯିବେ ରାଜ୍ୟସଭା; ଦଳ ଭିତରେ ଆରମ୍ଭ ହେଲାଣି ଛକାପଞ୍ଝା

ଭୁବନେଶ୍ୱର: ଆସନ୍ତା ଏପ୍ରିଲ୍ ମାସ ସୁଦ୍ଧା ଖାଲି ହେବାକୁ ଯାଉଛି ୪ ରାଜ୍ୟସଭା ଆସନ। ଆଉ ଏହି ଆସନକୁ ନେଇ ଏବେ ଆରମ୍ଭ ହୋଇଛି ରାଜନୈତକ ଛକାପଞ୍ଝା। ସଂଖ୍ୟାଦୃଷ୍ଟିରୁ ୩ଟି ଆସନ ବିଜେଡି ସପକ୍ଷରେ ଯାଉଥିବାବେଳେ ଆଉ ଗୋଟିଏ କାହା ଭାଗକୁ ଯିବ ସେ ନେଇ ସ୍ଥିତି ଅସ୍ପଷ୍ଟ ରହିଛି। ଅଶ୍ୱିନୀ ବୈଷ୍ଣବଙ୍କ ଭଳି ଏଥର ବିଜେପିକୁ ବିଜେଡି ରାଜ୍ୟସଭା ସିଟ୍ ଛାଡ଼ିବ ନା ନାହିଁ ତାହା ନିର୍ଭର କରୁଛି ବିଧାନ ପରିଷଦ ଡିଲ୍ ଉପରେ। ଏସବୁ […]

  • Friday, 23 July 2021
c
ଭାରତ ବନ୍ଦ; ୯:୩୦ ପୂର୍ବରୁ ଅଫିସ୍‌ରେ ପହଞ୍ଚିବାକୁ ସରକାରୀ କର୍ମଚାରୀଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: କାଲି ଭାରତ ବନ୍ଦ। ଟ୍ରେଡ୍ ୟୁନିୟନର ଡାକରାରେ ଗଡ଼ିବନି ଚକ-ଅଖ। କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ମାରଣ ନୀତିର ପ୍ରତିବାଦ କରି ୨୪ ଘଣ୍ଟିଆ ଧର୍ମଘଟ ଡାକରା ଦେଇଛନ୍ତି ବ୍ୟାଙ୍କ, ବୀମା କେନ୍ଦ୍ର ଓ ରାଜ୍ୟ କର୍ମଚାରୀ ଶ୍ରମିକ ସଂଗଠନ ସମୁହ। ତେବେ ଆମ୍ବୁଲାନ୍ସ, ପରୀକ୍ଷାର୍ଥୀ, କ୍ଷୀରଗାଡ଼ି ଓ ଫାୟାର ଗାଡ଼ି ଭଳି ଅତ୍ୟାବଶ୍ୟକ ସେବା ବନ୍ଦରୁ ବାଦ ଦିଆଯିବ ବୋଲି ଧର୍ମଘଟ ଡାକରା ଦେଇଥିବା ସଂଗଠନ କହିଛି। ଟ୍ରେଡ୍ ୟୁନିୟନଗୁଡ଼ିକ ପକ୍ଷରୁ ଦିଆଯାଇଥିବା […]

  • Friday, 23 July 2021
anil
ରିପୋର୍ଟିଂ ପାଇଁ ଯାଇଥିବା ବେଳେ ସାମ୍ବାଦିକଙ୍କୁ ଆକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ଅସୁରକ୍ଷିତ ଚତୁର୍ଥ ସ୍ତମ୍ବ। ବେଆଇନ୍‌ କାର୍ଯ୍ୟ ବିଷୟରେ ରିପୋର୍ଟିଂ କଲେ ସାମ୍ବାଦିକଙ୍କ ଉପରେ ହେଉଛି ମରଣାନ୍ତକ ଆକ୍ରଣ। ନିକଟରେ ବେଆଇନ୍‌ ପାର୍କିଂ ଫିକୁ ନେଇ ରିପୋର୍ଟିଂ କଲାବେଳେ ଅର୍ଗସ୍‌ ରିପୋର୍ଟର ସ୍ୱାତୀ ଜେନାଙ୍କୁ ଆକ୍ରମଣ ହୋଇଥିଲା। ଆଉ ଏବେ ପୁଣି ଜଣେ ସାମ୍ବାଦିକଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ସମ୍ୱଲପୁରର ପ୍ରମେୟ ରିପୋର୍ଟର ଅନିଲକାନ୍ତ ଦାସଙ୍କୁ କିଛି ଗୁଣ୍ଡା ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, କଫ୍‌ ସିରଫ୍‌ରେ ନିଶା ଦ୍ରବ୍ୟ ମିଶା […]

  • Friday, 23 July 2021
Capture
ରାତାରାତି ବାଳାଶ୍ରମରୁ କୁଆଡ଼େ ଗଲେ ୧୩ ଜଣ ନାବାଳିକା ?

ବ୍ରହ୍ମପୁର: ବାଳାଶ୍ରମରୁ ୧୩ ନାବାଳିକା ଅନ୍ତେବାସିନୀ ଚମ୍ପଟ୍ ମାରିଛନ୍ତି। ଗୋଷାଣୀ ନୂଆଗାଁ ସ୍ଥିତ ଉତ୍କଳ ବାଳାଶ୍ରମରୁ ବିଳମ୍ବିତ ରାତିରେ ନାବାଳିକାମାନେ ଚମ୍ପଟ ମାରିଥିବା ସୂଚନା ମିଳିଛି। ଆବଶ୍ୟକ ସୁରକ୍ଷା ନଥିବାରୁ ଅନ୍ତେବାସିନୀ ଫେରାର ହୋଇଯାଇଥିବା ଚର୍ଚ୍ଚା ହେଉଛି। ଉପଜିଲ୍ଲାପାଳ ଘଟଣା ସ୍ଥଳକୁ ଯାଇ ଅନୁଧ୍ୟାନ କରିଛନ୍ତି। ତେବେ କ’ଣ ପାଇଁ ନାବାଳିକାମାନେ ବାଳାଶ୍ରମରୁ ପଳାଇଛନ୍ତି ସେନେଇ ଏଯାଏ କୌଣସି ସଠିକ୍‌ ସୂଚନା ମିଳିନାହିଁ। ସେପଟେ ବାଳାଶ୍ରମ ଅଧୀକ୍ଷକ କହିଛନ୍ତି, ରାତି ଗୋଟାଏରେ ପିଲାମାନେ ଶୋଇଥିବାର ସେ ଦେଖିଥିଲେ।  […]

  • Friday, 23 July 2021
high-court
ବିନା ହେଲ୍‌ମେଟ୍‌ରେ ବାଇକ୍‌ ରାଲିକୁ ନେଇ ଜବାବ ମାଗିଲେ ହାଇକୋର୍ଟ

ଭୁବନେଶ୍ୱର: ବିଭିନ୍ନ ରାଲି, ଧାରଣା ଓ ବିକ୍ଷୋଭ ସମୟରେ ରାଜ୍ୟ ପୁଲିସର ପଦକ୍ଷେପ ପ୍ରସଙ୍ଗରେ ହାଇକୋର୍ଟ ଜବାବ ତଲବ କରିଛନ୍ତି। ଖାସ କରି ଗତ ଡିସେମ୍ବର ୨୬ ତାରିଖରେ ବିଜୁ ଜନତା ଦଳର ମୋଟରସାଇକେଲ ରାଲି ପ୍ରସଙ୍ଗରେ ପୁଲିସରେ ସଂସ୍କାର ସମ୍ପର୍କିତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କଠାରୁ ଜବାବ ତଲବ କରିଛନ୍ତି ହାଇକୋର୍ଟ। ଏହି ମାମଲାର ଆମିକସକ୍ୟୁରୀ ଦେଇଥିବା ରିପୋର୍ଟ ଆଧାରରେ ଜବାବ ଦେବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆମିକସ୍‌କ୍ୟୁରୀ […]

  • Friday, 23 July 2021
i
ନିମନ୍ତ୍ରଣ ମିଳିଲାନି ବୋଲି କ୍ଷୋଭ ପ୍ରକାଶ କଲେ ପୂର୍ବତନ ଡିଜିପି

ଭୁବନେଶ୍ୱର: କମିଶନରେଟ ପୁଲିସ ପ୍ରତିଷ୍ଠା ଦିବସକୁ ନିମନ୍ତ୍ରଣ ମିଳିନଥିବାରୁ କ୍ଷୋଭ ପ୍ରକାଶ କଲେ ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର। ଏ ନେଇ ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତି “ଅନେକ ଅବସରପ୍ରାପ୍ତ ଅଫିସରଙ୍କୁ ନିମନ୍ତ୍ରଣ କରାଯାଇଥିବା ଶୁଣିଲି କିନ୍ତୁ ମୋତେ କୌଣସି ନିମନ୍ତ୍ରଣ ମିଳିନାହିଁ। ଜାଣି ଖୁସି ଲାଗିଲା ଯେ, ସେମାନେ ଏକ ନୂଆ ପରମ୍ପରା ଆରମ୍ଭ କରିଛନ୍ତି।” ସେପଟେ ପ୍ରକାଶଙ୍କ ଟ୍ୱିଟ୍‌ରେ ପୂର୍ବତନ ପ୍ରଶାସକ ତଥା ତାଙ୍କ ଭାଇ ପ୍ରସନ୍ନ ମିଶ୍ରଙ୍କ ରିଟ୍ୱିଟ୍ କରି ଏହା […]

  • Friday, 23 July 2021