Advertisment

Navi Mumbai Cab Driver Murder: କ୍ୟାବ୍ ଡ୍ରାଇଭର ମୋବାଇଲରେ ଥିଲା ପ୍ରେମୀଯୁଗଳଙ୍କ ଭିଡିଓ, ତା’ପରେ ଘଟିଲା ଭୟଙ୍କର କାଣ୍ଡ

ସୁରେନ୍ଦ୍ର ନିଜ ମୋବାଇଲରେ ରେକର୍ଡ କରିଥିବା ଏହି ଭିଡିଓ ନିଜ ପାଖରେ ରଖିଥିଲା। ରିଆଙ୍କୁ ଏହି ଭିଡିଓ ପରବର୍ତ୍ତି ସମୟରେ ଦେଖାଇ ବ୍ଲାକମେଲ୍ କରିଥିଲା। ରିଆଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ଏକ ପ୍ରକାର ବାଧ୍ୟ କରିଥିଲା। ଏହି ଘଟଣାକୁ ନେଇ ରିଆ ମାନସିକ ଚାପରେ ଥିଲେ। ସେ ବିଶାଲଙ୍କୁ ଏ ସମ୍ପର୍କରେ କହିବାରୁ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା।

author-image
Puspanjali Panda
ଅଦ୍ୟତନ ହୋଇଛି
ହତ୍ୟା ପଛରେ ଗୁପ୍ତ ଭିଡିଓ

ହତ୍ୟା ପଛରେ ଗୁପ୍ତ ଭିଡିଓ

ପ୍ରେମୀ ଯୁଗଳ ଜଣେ କ୍ୟାବ୍ ଡ୍ରାଇଭରଙ୍କୁ ହାତୁଡ଼ିରେ ଛେଚି ଛେଚି ହତ୍ୟା କରିଛନ୍ତି। ତା’ପରେ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏହି ପ୍ରେମୀଯୁଗଳଙ୍କ ଏକ ଆପତ୍ତିଜନକ ଭିଡିଓ କ୍ୟାବ୍ ଡ୍ରାଇଭର ମୋବାଇଲରେ ରେକର୍ଡ କରିଥିବାରୁ ପ୍ରେମୀ ଯୁଗଳ ରାଗରେ ଏ ପ୍ରକାର ଚରମ ପଦକ୍ଷେପ ନେଇଥିଲେ। ନଭି ମୁମ୍ବାଇରେ ଘଟିଥିବା ଏହି ଘଟଣାରେ ପୁଲିସ ଉଭୟଙ୍କୁ ଗିରଫ କରିବା ସହିତ କ୍ୟାବ୍ ଡ୍ରାଇଭରଙ୍କ ଗଳିତ ଶବ ଉଦ୍ଧାର କରିଛି।

Advertisment

ରକ୍ତପାତ ପଛରେ ଗୋଟିଏ ଭିଡିଓ

ନଭି ମୁମ୍ବାଇ ଉଲୱେର ବାସିନ୍ଦା କ୍ୟାବ୍ ଡ୍ରାଇଭର ସୁରେନ୍ଦ୍ର ପାଣ୍ଡେ (୪୩)। ପଞ୍ଜାବର ମୂଳ ବାସିନ୍ଦା ରିଆ ସରକାରନିସିଂ ନଭି ମୁମ୍ବାଇରେ ଏକ ଘରୋଇ କମ୍ପାନିରେ ଚାକିରି କରିବାକୁ ଆସିଥିଲେ। ଏହି ସମୟରେ ସେ ଘର ଖୋଜୁଥିଲେ। ସୁରେନ୍ଦ୍ର ତାଙ୍କ ଘରେ ରିୟାଙ୍କୁ ରହିବାକୁ ଦେଇଥିଲେ। ସେଠାରେ ସେ ରହଣୀ ଭିତରେ ସହକର୍ମୀ ୨୧ ବର୍ଷୀୟ ବିଶାଳ ସିନ୍ଦେଙ୍କ ସହିତ ସମ୍ପର୍କ ଘନିଷ୍ଠ ହୋଇଥିଲା। ପରେ ପ୍ରେମ ସମ୍ପର୍କ ଘନିଷ୍ଠ ହୋଇଥିଲା। ଗଲା ଏପ୍ରିଲ ୨ ତାରିଖରେ ବିଶାଲ ରିଆଙ୍କୁ ଭେଟିବାକୁ ଆସିଥିଲେ। ଏହି ସମୟରେ ଉଭୟ ରିଆ ଓ ବିଶାଲ ଗୋଟିଏ ଘରେ ଥିଲେ। ବାହାରେ ଥିବା କ୍ୟାବ୍ ଡ୍ରାଇଭର ସୁରେନ୍ଦ୍ର ଗୋପନୀୟ ଢଙ୍ଗରେ ଉଭୟ ପ୍ରେମୀ ଯୁଗଳଙ୍କ ଏକ ଭିଡିଓ ନିଜ ମୋବାଇଲରେ ରେକର୍ଡ କରିଦେଇଥିଲା।

ବ୍ଲାକମେଲ୍ କାହାଣୀ

ସୁରେନ୍ଦ୍ର ନିଜ ମୋବାଇଲରେ ରେକର୍ଡ କରିଥିବା ଏହି ଭିଡିଓ ନିଜ ପାଖରେ ରଖିଥିଲା। ରିଆଙ୍କୁ ଏହି ଭିଡିଓ ପରବର୍ତ୍ତି ସମୟରେ ଦେଖାଇ ବ୍ଲାକମେଲ୍ କରିଥିଲା। ରିଆଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ଏକ ପ୍ରକାର ବାଧ୍ୟ କରିଥିଲା। ଏହି ଘଟଣାକୁ ନେଇ ରିଆ ମାନସିକ ଚାପରେ ଥିଲେ। ସେ ବିଶାଲଙ୍କୁ ଏ ସମ୍ପର୍କରେ କହିବାରୁ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା।

Advertisment

କେମିତି ହେଲା ରକ୍ତପାତ

ରିଆଙ୍କୁ ବ୍ଲାକମେଲ କରାଯାଉଥିବା ବିଷୟରେ ବିଶାଲ ଜାଣିବା ପରେ ଉଭୟ ସୁରେନ୍ଦ୍ର ଓ ବିଶାଳ ମୁହାଁମୁହିଁ ହୋଇଥିଲେ। ଯୁକ୍ତିତର୍କ ସମୟରେ ସେଠାରେ ରିୟା ବି ଉପସ୍ଥିତ ଥିଲେ। ଏହି ସମୟରେ ସୁରେନ୍ଦ୍ରଙ୍କୁ ଉଭୟ ପ୍ରେମୀ ଯୁଗଳ ହାତୁଡ଼ିରେ ଆକ୍ରମଣ କରି ହତ୍ୟା କରିଥିଲେ। ଏବଂ ସେଠାରୁ ସେମାନେ ଫେରାର ହୋଇଯାଇଥିଲେ। ହତ୍ୟା ପରେ ସେମାନେ ମହାରାଷ୍ଟ୍ରର ପୁଣେରେ ପହଞ୍ଚିଲେ। ସେଠାରେ ଉଭୟଙ୍କ ଏକ ଦୁର୍ଘଟଣା ଘଟିଥିଲା। ଏହା ପରେ ସେମାନେ ସଙ୍ଗମନେର ପହଞ୍ଚିଲେ। ସେଠାରେ ବିଶାଲଙ୍କ ନିଜ ଘର। ବିଶାଲ ତାଙ୍କ ପରିବାର ଲୋକଙ୍କୁ ଏହି ଘଟଣା ବିଷୟରେ ଜଣାଇଥିଲେ।

ବାପା ମା ପୁଲିସ ହାତରେ ବନ୍ଧାଇଲେ

ବିଶାଲଙ୍କ ବାପାମାଆ ଏଭଳି ହତ୍ୟାକାଣ୍ଡ ସମ୍ପର୍କରେ ଜାଣିବା ପରେ ଦୁଇଜଣଙ୍କୁ ଆତ୍ମସମର୍ପଣ କରିବାକୁ ପରାମର୍ଶ ଦେଇଥିଲେ। ଏପ୍ରିଲ ୬ ତାରିଖରେ ମହାରାଷ୍ଟ୍ରର ଅହିଲ୍ୟ ନଗର ଜିଲ୍ଲାରେ ଥିବା ସଙ୍ଗମନେର ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ସଙ୍ଗମନେର ପୁଲିସ ତୁରନ୍ତ ନଭି ମୁମ୍ବାଇ ପୁଲିସକୁ ଖବର ଦେଇଥିଲା। ନଭି ମୁମ୍ବାଇ ପୁଲିସ ଉଭୟଙ୍କୁ ନିଜ ହେପାଜତକୁ ନେଇଥିଲା। ଅନ୍ୟପଟେ ପୁଲିସ ସୁରେନ୍ଦ୍ରଙ୍କ ଘରେ ପହଞ୍ଚିଲା ବେଳକୁ ଶବ ନଷ୍ଟ ହୋଇଯାଇଥିଲା। ପୁଲିସ ତାକୁ ଉଦ୍ଧାର କରି ପରବର୍ତ୍ତି ପ୍ରକ୍ରିୟା ଆରମ୍ଭ କରିଛି।

୧୫ ଯାଏ ପୁଲିସ ହେପାଜତରେ

ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନଭି ମୁମ୍ବାଇକୁ ଅଣାଯାଇଛି। ବର୍ତ୍ତମାନ ସେମାନେ ପୁଲିସ ହେପାଜତରେ ଅଛନ୍ତି ଏବଂ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଛି। ପୁଲିସ ଏହା ମଧ୍ୟ ତଦନ୍ତ କରୁଛି ଯେ ସୁରେନ୍ଦ୍ରଙ୍କ ପାଖରେ ଏପରି ଅନ୍ୟ କୌଣସି ବ୍ଲାକମେଲିଂ ଘଟଣାର ପ୍ରମାଣ କିମ୍ବା ରେକର୍ଡିଂ ଥିଲା କି ନାହିଁ। ସୁରେନ୍ଦ୍ର ପ୍ରଥମେ ରିଆଙ୍କ ଭିଡିଓ କରିଥିଲେ କି ଏଭଳି ସିରିଜ୍ ଭିଡିଓ କରି ମହିଳାଙ୍କୁ ବ୍ଲାକମେଲ୍ କରୁଥିଲେ ଏହାରି ଉପରେ ତନାଘନା କରୁଛି ପୋଲିସ।

Murder Mumbai Obscene Video Love Affair
Advertisment
Advertisment