ଭୁବନେଶ୍ୱର: ଆସନ୍ତାକାଲିଠୁ ପକ୍ଷୀ ଗଣନା ଆରମ୍ଭ ହେବ। ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡରେ ହେବ ଏହି ଗଣନା କାର୍ଯ୍ୟକ୍ରମ। ତା’ସହ ୯ରୁ ୧୧ ତାରିଖ ପର୍ଯ୍ୟନ୍ତ କୁମ୍ଭୀର ଗଣନା କାର୍ଯ୍ୟକ୍ରମ ବି ଚାଲିବ। ଯେଉଁଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଶୀତଋତୁରେ ସାତକୋଶିଆର ମହାନଦୀ ରିଭର ସିଷ୍ଟମ ସହ ଶିଶୁପଥର ଡ୍ୟାମରେ ବହୁ ବିଦେଶାଗତ ପକ୍ଷୀମାନଙ୍କ ଆଗମନ ହୋଇଥାଏ। ମହାନଦୀ ରିଭର୍ ସିଷ୍ଟମ ବହୁ ବିରଳ ତଥା ବିଦେଶାଗତ ପକ୍ଷୀମାନଙ୍କ ପ୍ରିୟ ସ୍ଥଳୀ ରୂପେ ଜଣାଶୁଣା। ବିଶେଷ […]
ଭୁବନେଶ୍ୱର: ଏଣିକି ଆଧାର ନାହିଁ ତ ଭତ୍ତା ନାହିଁ। ଆଧାର ସଂଯୋଗ କରିନଥିଲେ ଏପ୍ରିଲ ୧ରୁ ହିତାଧତ୍କାରୀଙ୍କୁ ଭତ୍ତା ମିଳିବ ନାହିଁ। ଆଧାର ଲିଙ୍କ୍କୁ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ସଚିବ ଭାଷ୍କର ଶର୍ମାଙ୍କ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି। ମାର୍ଚ୍ଚ ୧୫ ଭିତରେ ପେନ୍ସନ୍ଧାରୀଙ୍କୁ ଆଧାର ଲିଙ୍କ୍ କରିବାକୁ ସଚିବ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। NSAP(NATIONAL SOCIAL ASSISTANCE PROGRAGMME-), ମଧୁବାବୁ ପେନସନ୍ ଯୋଜନାରେ […]
ଭୁବନେଶ୍ୱର: ପୁଣି ଯାଜପୁର ହରିଦାସପୁର PEO ସ୍ମିତାରାଣୀ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି। ଏହି ମାମଲାରେ ତୃତୀୟ ମହଲାର ଦୁଷ୍ଟ ବୁଦ୍ଧି ମାମଲାକୁ ପରିଚାଳନା କରୁଛି ବୋଲି ଅଭିଯୋଗ ଆଣିଛନ୍ତି ବିଜେପି ରାଜ୍ୟ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର। ଅଢ଼େଇ ମାସ ଗଲା, ଘଟଣାରୁ ପରଦା ଉଠିଲାନି। ମୁଖ୍ୟ ଅଭିଯୁକ୍ତ ରୂପେଶ ଭଦ୍ରଙ୍କୁ ପୁଲିସ ହେପାଜତରେ ନନେଇ ୨ ହଜାର ପୃଷ୍ଠାର ଚାର୍ଜସିଟ୍ ପୁଲିସ କିପରି ଦାଖଲ କରିଛି ବୋଲି ସେ ପ୍ରଶ୍ନ କରିଛନ୍ତି […]
ଭୁବନେଶ୍ୱର: ନମ୍ବର ଓ୍ୱାନ୍ର ମୁକୁଟ ପିନ୍ଧି ୨୦ ବର୍ଷ ଧରି ରାଜ କରୁଥିବା ବିଜେଡି ବର୍ଷ ୨୦୨୦ରେ ବି ଆହୁରି ବଳ ବଢ଼ାଇବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛି। ଦଳ କୋଟିଏ ସଭ୍ୟ ସଂଗ୍ରହ କରିଛି ବୋଲି ଦାବି କରୁଛି। ନିର୍ବାଚନ ପୂର୍ବରୁ ଦଳର ନେତାଙ୍କୁ ଥଇଥାନ କରିବାର ରଣନୀତି ବର୍ଷ ୨୦୨୦ରେ ବଦଳିପାରେ। ଚଳିତ ବର୍ଷ ଶାସକ ବିଜେଡି ପାଇଁ ଅନେକ ଚ୍ୟାଲେଞ୍ଜ ରହିଛି। ୧.ସାଂଗଠନିକ ନିର୍ବାଚନ ପର୍ବର ଶେଷ ପର୍ଯ୍ୟାୟରେ କାଣ୍ଟଛାଣ୍ଟ ହୋଇପାରେ। ପଦାଧିକାରୀଙ୍କ […]
ଭୁବନେଶ୍ୱର: ନୂଆବର୍ଷରେ ରାତି ଗୋଟାଏ ଯାଏ ମଦ ଦୋକାନ ଖୋଲା ରଖିବା ନିଷ୍ପତ୍ତିକୁ ରାଜ୍ୟବ୍ୟାପୀ ଜୋରଦାର ବିରୋଧ ହୋଇଛି। ଛାତ୍ର କଂଗ୍ରେସ ଓ ନିଶାମୁକ୍ତି ଅଭିଯାନ ପକ୍ଷରୁ ଆଜି ରାଜଧାନୀରେ ନିଷ୍ପତ୍ତି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଗାନ୍ଧୀଙ୍କ ନୀତି ଆଦର୍ଶ କଥା କହୁଥିବା ରାଜ୍ୟ ସରକାର କେମିତି ଏଭଳି ନିଷ୍ପତ୍ତି ନେଲେ ବୋଲି ନିଶାମୁକ୍ତି ଅଭିଯାନ ପ୍ରଶ୍ନ କରିଛି କଂଗ୍ରେସ। ବିଜେପି ମଧ୍ୟ ସରକାରଙ୍କୁ ସମାଲୋଚନା କରିଛି। ତେବେ ଦିନକ ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା […]
ବରଗଡ଼: ବରଗଡ଼ରେ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଆରମ୍ଭ ହୋଇଛି। ମଥୁରାନଗରୀ ପାଲଟିଥିବା ବରଗଡ଼ରେ ୧୧ ଦିନ ଧରି ଚାଲିବ ମହାରାଜ କଂସଙ୍କ ରାଜୁତି। ଗୋପପୁର ପାଲଟିବ ଅମ୍ବାପାଲି। ଧନୁଯାତ୍ରା ପାଇଁ ସାରା ସହରକୁ ଆଲୋକ ମାଳାରେ ସଜାଯାଇଥିବା ବେଳେ ହାଟପଦାରେ କଂସଙ୍କ ରାଜ ଦରବାର ଓ ନିଶାମଣି ପଡ଼ିଆରେ ରଙ୍ଗମହଲ ନିର୍ମାଣ ହୋଇଛି। ଆଜି ରାଜା ଉଗ୍ରସେନଙ୍କ ନିର୍ଦ୍ଦେଶରେ ଦେବକୀ-ବସୁଦେବ ବିବାହ, ଦୈବବାଣୀ ଓ ଉଗ୍ରେସନଙ୍କୁ ଗାଦିଚ୍ୟୁତ କରି କଂସଙ୍କ ସିଂହାସନ ଆରୋହଣ ଏବଂ ବସୁଦେବ ଓ […]
ଭୁବନେଶ୍ୱର: ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା। ଆରମ୍ଭ ହୋଇସାରିଛି କାଉଣ୍ଟଡାଉନ୍। ୨୦୨୦କୁ କିଏ କେମିତି ସ୍ୱାଗତ କରିବେ, ସେନେଇ ସମସ୍ତେ ତତ୍ପର। ନୂଆବର୍ଷର ପ୍ରଥମ ଦିନରେ ଠାକୁରଙ୍କୁ ଦର୍ଶନ କରି ବର୍ଷଯାକର ମଙ୍ଗଳ ମନାସିବାକୁ ରାତି ଅଧରୁ ଲାଗିବ ଶ୍ରୀମନ୍ଦିରରେ ଭିଡ଼। ସେଥିପାଇଁ ହୋଇଛି ବ୍ୟାପକ ପ୍ରସ୍ତୁତି। ଝଲସୁଛି ଶ୍ରୀମନ୍ଦିର, ସଜେଇ ହୋଇଛି ବଡ଼ଦାଣ୍ଡ। ନୂଆବର୍ଷ ପାଇଁ ରାତି ୧ଟାରେ ଖୋଲାଯିବ ସିଂହଦ୍ୱାର। ଏହାପରେ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ଏପଟେ ଶ୍ରୀଲିଙ୍ଗରାଜ ମନ୍ଦିରରେ ଭୋର […]
ଭୁବନେଶ୍ୱର : ବଲିଉଡ୍ ଫିଲ୍ମ ‘ବଣ୍ଟି ଔର ବବ୍ଲୀ’। ଏହି ଫିଲ୍ମରେ ବଣ୍ଟି ଓ ବବ୍ଲୀ ଆଖି ପିଛୁଳାକେ ଲୁଟ୍ କରି ନେଇଯାଇଥିଲେ ଧନ ସମ୍ପତ୍ତି। ଏବେ ସେହି ଷ୍ଟାଇଲ୍ରେ ଓଲିଉଡ୍ ଅଭିନେତ୍ରୀ ଚିନ୍ମୟୀ ପ୍ରିୟଦର୍ଶୀନୀ ଓ ତାଙ୍କ ପୁରୁଷ ବନ୍ଧୁ ଦେବରାଜ କରୁଥିଲେ ଲୁଟ୍। ଓଲିଉଡ୍ ଅଭିନେତ୍ରୀଙ୍କର ଏପରି କାରନାମାର ଗୋଟିଏ ପରେ ଗୋଟିଏ ପ୍ରତିଦିନ ସାମ୍ନାକୁ ଆସୁଛି। ଯାହା ରାଜ୍ୟରେ ମୁଖ୍ୟ ଆଲୋଚ୍ୟ ବିଷୟ ପାଲଟିଛି। ଏବେ ପୁଣି ଓଲିଉଡ୍ ଅଭିନେତ୍ରୀ ଚିନ୍ମୟୀ ପ୍ରିୟଦର୍ଶୀନୀଙ୍କ […]
କନ୍ଧମାଳ: ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିରେ ବର୍ଷର ଶେଷ ସୂର୍ଯ୍ୟୋଦୟ ବେଶ୍ ନୂଆ ନୂଆ ଲାଗୁଛି। କାରଣ ଆଉ କେଇ ଘଣ୍ଟାର ବଦଳିଯିବ କ୍ୟାଲେଣ୍ଡର, ଆସିବ ନୂଆ ବର୍ଷ ୨୦୨୦। କଅଁଳ ଖରାରେ ସତେଜ ଦିଶୁଛି ଦାରିଙ୍ଗିବାଡ଼ି। ପାହାଡ, ଝରଣା, ଦିଗନ୍ତବ୍ୟାପୀ ସବୁଜିମାରେ ସ୍ୱର୍ଗ ପରି ମନେହେଉଛି ଏହି ଅଞ୍ଚଳ। ପ୍ରକୃତିର ମନଲୋଭା ଦୃଶ୍ୟକୁ ଆଖି ପୂରେଇ ଦେଖିନେବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। ମିଡୁବାନ୍ଦା ଜଳପ୍ରପାତ ହେଉ, କଫି ବଗିଚା, ଡୁଲୁରି ପାଇନ […]
ପୁରୀ: ଆଜି ହେଉଛି ବର୍ଷର ଶେଷ ଦିନ। କାଲିଠୁ ଆରମ୍ଭ ହେବ ବର୍ଷ ୨୦୨୦। ନୂଆ ବର୍ଷ ପାଇଁ ଆପଣ ଯଦି ପୁରୀ ଜିବାକୁ ମନ କରିଛନ୍ତି ତେବେ ନିଶ୍ଚିତ ଯାଆନ୍ତୁ। ନୂଆ ବର୍ଷରେ କିଭଳି ସଜେଇ ହେଇଛି କାଳିଆର ଶ୍ରୀମନ୍ଦିର ଓ ବଡ଼ଦାଣ୍ଡ ଦେଖିବେ। ୨୦୧୯କୁ ବିଦାୟ ଦେବା ପୂର୍ବରୁ ଆଜି ଶ୍ରୀଜିଉଙ୍କୁ ଦର୍ଶନ କରିବାକୁ ପୁରୀରେ ଜମିଛି ପ୍ରବଳ ଭିଡ଼। ସେହିଭଳି ଆସନ୍ତାକାଲି ବର୍ଷ ଆରମ୍ଭ ହେଉଥିବାରୁ ମହାପ୍ରଭୁଙ୍କୁ ଦର୍ଶନ କରି ଆଶିଷ ଲାଭ […]
ଭୁବନେଶ୍ୱର: ରାଜ୍ୟ ବିଜେପିରେ କିଏ ହେବେ ପରବର୍ତ୍ତି ସଭାପତି ? କାହାକୁ ମିଳିବ ରାଜ୍ୟ ସଭାପତି ଦାୟିତ୍ୱ ? ତାକୁ ନେଇ ରାଜ୍ୟ ବିଜେପିରେ କସରତ ଆରମ୍ଭ ହୋଇଛି। ଏନେଇ ଆଜି ଦଳୀୟ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିନୟ ସହସ୍ରବୁଦ୍ଧେ ଓ ରାଷ୍ଟ୍ରୀୟ ସମ୍ପାଦକ ଆର୍.ପି ସିଂହ। ରାଜ୍ୟର ପ୍ରମୁଖ ବିଜେପି ନେତାଙ୍କ ସହ ଆଭ୍ୟନ୍ତରୀଣ ଆଲୋଚନା କରି ଆଜି ମତାମତ ସଂଗ୍ରହ କରାଯିବ। ଏହାପରେ ନରେନ୍ଦ୍ର ସିଂ ତୋମାର ଓ ରାଜୀବ ପ୍ରତାପ […]
ନବରଙ୍ଗପୁର: କୋଷାଗୁମୁଡ଼ା ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ମାମଲା ଭିନ୍ନ ମୋଡ଼ ନେଇଛି। ପୋଷ୍ଟମର୍ଟମ ରିପୋର୍ଟରେ କୌଣସି ଦୁଷ୍କର୍ମ ପ୍ରମାଣ ନାହିଁ ବୋଲି ପୁଲିସ୍ ଜଣାଇଥିବା ପରିବାର ଲୋକେ କହିଛନ୍ତି। ପୀଡ଼ିତାଙ୍କ ଦାଦା ଓ ପିଉସୀଙ୍କ ସୂଚନା ଅନୁଯାୟୀ, ଗତକାଲି DIG ସତ୍ୟବ୍ରତ ଭୋଇ ଓ ନବରଙ୍ଗପୁର ଏସ୍ପି ପରିବାର ଲୋକଙ୍କ ଆଗରେ ପୋଷ୍ଟମର୍ଟମ ରିପୋର୍ଟ ପଢ଼ି ଶୁଣାଇ ଥିଲେ। ହେଲେ ଏଥିରେ ଦୁଷ୍କର୍ମ ନେଇ କୌଣସି ସୂଚନା ନାହି ବୋଲି ଡିଆଇଜି କହିଥିବା ପୀଡ଼ିତାଙ୍କ […]
ପୁରୀ: ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ ଓ ତାଙ୍କ ପରିବାର। ଗଜପତି ମହାରାଜଙ୍କ ଝିଅ, ଜ୍ୱାଇଁ, ନାତୁଣୀ, ସମୁଦି ଓ ସମୁଦୁଣୀଙ୍କ ସହ ଦକ୍ଷିଣ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ଯାଇଥିଲେ ସମସ୍ତେ। ପ୍ରଥମେ ବଟ ଗଣେଶଙ୍କୁ ଦର୍ଶନ କରିବା ପରେ ଗରୁଡ଼ ସ୍ତମ୍ଭ ଦେଇ ରତ୍ନ ସିଂହାସନ ନିକଟକୁ ଯାଇଥିଲେ ମହାରାଜା। ସେଠି ବଡ଼ଠାକୁର ବଳଭଦ୍ର ଓ ପରେ ଶ୍ରୀଜଗନ୍ନାଥ ଏବଂ ମା ସୁଭଦ୍ରାଙ୍କୁ ଦର୍ଶନ କରିଥିଲେ। ପରମ୍ପରା ଅନୁସାରେ, ଛେରା ପହଁରା […]
ଝାରସୁଗୁଡ଼ା: ଓଟିଭିରେ ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ। ଝାରସୁଗୁଡ଼ାରେ ମୁଣ୍ଡ ଗୁଞ୍ଜିବାକୁ ଘର ନଥିବାରୁ ପ୍ରବଳ ଥଣ୍ଡା ସତ୍ତ୍ୱେ ଅନେକ ଲୋକ ଖୋଲା ଆକାଶ ତଳେ ଆଶ୍ରୟ ନେଉଛନ୍ତି। ଏ ସମ୍ପର୍କରେ ଓଟିଭିରେ ଖବର ପ୍ରସାରଣ ପରେ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦିଆଯାଇଛି। ଅସହାୟ ଲୋକମାନଙ୍କୁ ଅସ୍ଥାୟୀ ଭାବେ ଥଇଥାନ କରାଯାଇଛି। ପୌର ପ୍ରଶାସନ ଓ ପୁଲିସ କର୍ମଚାରୀମାନେ ମିଳିତ ଭାବେ ଅସହାୟମାନଙ୍କୁ ଟାଉନ ହଲରେ ଥଇଥାନ କରିଛନ୍ତି। ଶୀତର ପ୍ରକୋପ କମିବା ପର୍ଯ୍ୟନ୍ତ […]
ମାଲ୍କାନଗିରି: ମାଲକାନଗିରିର ଗୁରୁପ୍ରିୟା ସେତୁ ଓ ସ୍ୱାଭିମାନ ଅଞ୍ଚଳ, ଦିନେ ଏହି ସ୍ଥାନରେ ଚାଲିଥିଲା ମାଓବାଦୀଙ୍କ ରକ୍ତର ହୋଲି ଖେଳ। ସଞ୍ଜ ନଇଁଲେ କାହାର ନା କାହାର ମୁଣ୍ଡ ଗଡ଼ୁଥିଲା ଏଠି। ଆଉ ପରେ ପାହାଡ଼ ଜଙ୍ଗଲ ଘେରା ଆଦିବାସୀର ଛୋଟ କୁଡ଼ିଆ ଘରୁ ଶୁଭୁଥିଲା କରୁଣ ରାଗିଣୀ। ହା ମୋର ମରଦରେ.. କହି ବାହୁନି ଉଠୁଥିଲା ମୃତ ଯୁଆନ ଟୋକାର ଭାରିଯା। ଆଉ ଏହି ଖବର ବ୍ୟାପିବା ମାତ୍ରେ ପାହାଡ଼, ପର୍ବତ, ଝରଣା ସବୁଆଡ଼େ ନିରବ […]
ବାଲେଶ୍ୱର: ନିର୍ମାଣାଧୀନ ଓଭରବ୍ରିଜ୍ରୁ ଖସିପଡ଼ିଲା ବିମ୍। ଶୋଭରାମପୁର ନିକଟରେ ରେଲେଓ୍ୱ ଓଭରବ୍ରିଜ୍ ନିର୍ମାଣ ଚାଲିଥିବାବେଳେ ବିମ୍ ଖସି ରେଳ ଧାରଣାରେ ପଡ଼ିରହିଛି। ତେବେ ଏଥିରେ କାହାର କିଛି କ୍ଷତି ହୋଇନି। ଦୁର୍ଘଟଣାରେ ରେଲୱେର ଇଲେକ୍ଟ୍ରିକ୍ ତାର ଛିଣ୍ଡି ଯାଇଛି। ତେବେ ଏହି ବ୍ରିଜ୍ କେଉଁ କଂପାନୀ ତିଆରି କରୁଥିଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନି। କେଉଁ କାରଣରୁ ଏଭଳି ଅଘଟଣ ଘଟିଲା ସେନେଇ ତଦନ୍ତ ଜାରି ରହିଛି। ତାର ଛିଡ଼ି ଯାଇଥିବାରୁ ଏହି ରୁଟ୍ରେ ରେଳ ଚଳାଚଳ […]
ସମ୍ବଲପୁର: ମହଙ୍ଗା ପଡ଼ିଲା ଜାଲ୍ ଦସ୍ତଖତରେ ଟଙ୍କା ଉଠାଇବା। ସମ୍ବଲପୁର ବୋମାଲଇ ICICI ବ୍ୟାଙ୍କ ଶାଖାର ୩ କର୍ମଚାରୀଙ୍କୁ ପୁଲିସ ଗିରଫ କରିଛି। ଗିରଫ ତିନିଜଣ ହେଲେ ମ୍ୟାନେଜର ଅନିର୍ବାଣ ଦେ, କ୍ୟାସିଅର ସୁଧୀର ମେହେର ଓ ପୂର୍ବତନ କ୍ୟାସିଅର ପ୍ରବୀଣ ଭାରତୀ। ଏମାନେ ରେଙ୍ଗାଳି ବିଡିଓଙ୍କ ଦସ୍ତଖତ ଜାଲ କରି ସେଲ୍ଫ ଚେକ୍ରେ ୧୨ଲକ୍ଷ ୪୭ହଜାର ୫୨୦ଟଙ୍କା ଉଠାଇ ନେଇଥିଲେ। ଓଲ୍ଡଏଜ୍ ପେନସନ୍ ଆକାଉଣ୍ଟରୁ ଟଙ୍କା ହଡ଼ପ ଅଭିଯୋଗ ହୋଇଥିଲା। ଗତ ୨୪ତାରିଖରେ ଏନେଇ ବିଡିଓ […]
ଭୁବନେଶ୍ୱର: ପୁଣି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଉପରେ ଆକ୍ରମଣ ଅଭିଯୋଗ। ଭୁବନେଶ୍ୱରରେ ଜଣେ ମହିଳା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ସହ ଆକ୍ରମଣ ହୋଇଥିବା ଅଭିଯୋଗ ଆସିଛି। ରସୁଲଗଡ଼ରେ ଥିବା ଏକ ସପିଂ ମଲ୍ରେ ୱେବ୍ ଚ୍ୟାନେଲ ଅର୍ଗସର ସାମ୍ବାଦିକା ସ୍ୱାତୀ ଜେନା ଓ ତାଙ୍କ କ୍ୟାମେରାମ୍ୟାନ୍ ବେଆନ୍ ପାର୍କିଂ ଫି ଆଦାୟ ନେଇ ଖବର ସଂଗ୍ରହ କରୁଥିବାବେଳେ ତାଙ୍କ ଉପରେ ଆକ୍ରମଣ ହୋଇଛି। ସପିଂ ମଲ୍ର ସୁରକ୍ଷାକର୍ମୀ ସେମାନଙ୍କ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ପାଇ ମହିଳା ସାମ୍ବାଦିକଙ୍କୁ ଗାଳିଗୁଲଜ […]
ଭୁବନେଶ୍ୱର: ଏଣିକି ମୋବାଇଲ ଆପ୍ ମାଧ୍ୟମରେ ଘରେ ବସି ଜମିଜମା ଖଜଣା ପୈଠ କରି ପାଉତି ହାସଲ କରିହେବ। ତହସିଲ ଅଫିସ୍ ନଦୌଡ଼ି ସ୍ୱଘୋଷିତ(ସେଲଫ୍ ସାର୍ଟିଫିକେସନ) ତଥ୍ୟ ମାଧ୍ୟମରେ ମାଗଣାରେ ଆୟ ଓ ବାସସ୍ଥାନ ସାଟିଁଫିକେଟ୍ ମଧ୍ୟ ମିଳିପାରିବ। ଏହାସହିତ ସଲଭେନ୍ସି ସାର୍ଟିଫିକେଟ୍ ବ୍ୟବସ୍ଥାକୁ ମଧ୍ୟ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଉଚ୍ଛେଦ କରିଛନ୍ତି। ଆଜି ଲୋକବେସା ଭବନରେ ମୋବାଇଲ୍ ପାଉତି ଆପ୍ ଓ ଇ-ସାଟିଁଫିକେଟ୍ ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ସମୟରେ […]
ଭୁବନେଶ୍ୱର: ବିନା ହେଲମେଟ୍ରେ ବାଇକ୍ ଶୋଭାଯାତ୍ରା କରିବା ବିଜେଡି କର୍ମୀଙ୍କୁ ମହଙ୍ଗା ପଡ଼ିପାରେ। ସିସିଟିଭି ଫୁଟେଜ୍ ଯାଞ୍ଚ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନରେଟ୍ ପୁଲିସ୍ କହିଛି। ଭୁବନେଶ୍ୱରରେ ଶାସକ ଦଳର ବାଇକ୍ ରାଲି ବେଳେ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିବା ଘଟଣା ସାମ୍ନାକୁ ଆସିଛି। ଯାହାର ତଦନ୍ତ ସହ ସିସିଟିଭି ଯାଞ୍ଚ କରାଯାଉଥିବା ଟୁଇଟ୍ କରିଛି କମିଶନରେଟ୍ ପୁଲିସ। ତେବେ କୌଣସି ଦଳର ନାଁ ନନେଇ ଟ୍ୱିଟ୍ କରିଛି କମିଶନରେଟ ପୁଲିସ୍। ସାରା ଭାରତରେ […]
ଭୁବନେଶ୍ୱର: ନବରଙ୍ଗପୁର କୋଷାଗୁମୁଡ଼ା ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା ତଦନ୍ତାଧୀନ ଥିବାବେଳେ, ସଞ୍ଜୟ ଦାସବର୍ମା କେମିତି ଜାଣିଲେ ଯେ ନାବାଳିକାଙ୍କ ସହ ଦୁଷ୍କର୍ମ ହୋଇନି। କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ବିବାଦୀୟ ଫୋନ୍ କଲ୍ରୁ ଉଠିଥିବା ଝଡ଼, ସଞ୍ଜୟ ଦାସବର୍ମାଙ୍କ ମନ୍ତବ୍ୟ ପରେ ଏବେ ଦିଗ ବଦଳାଇ ଶାସକ ଦଳ ଆଡ଼କୁ ମୁହାଁଇଛି। ତେବେ ସଞ୍ଜୟ କହିଛନ୍ତି, ତାଙ୍କ ମନ୍ତବ୍ୟକୁ ବଦଳାଇ, ଅଭିସନ୍ଧିମୂଳକ ଭାବେ ବ୍ୟବହାର କରାଯାଇଛି। ପ୍ରଥମେ ପ୍ରଦୀପ ମାଝୀଙ୍କ ଫୋନ୍ କଲ୍, ପରେ […]
ଭୁବନେଶ୍ୱର: କଥାରେ ଅଛି ତାତି ସହିହେବ କିନ୍ତୁ ମାତି ସହି ହେବନି। ଆଉ ଏବେ ଶୀତ ଏମିତି ମାତିଛି ଯେ ପୂରା ଓଡ଼ିଶା ଥରହର ହେଉଛି। ହାଡ଼ଭଙ୍ଗା ଶୀତରେ ଥରୁଛି ସାରା ଓଡ଼ିଶା। ୧୧ଟି ଜିଲ୍ଲାରେ ୧୦ ଡିଗ୍ରୀ ତଳକୁ ଖସିଲାଣି ରାତିର ତାପମାତ୍ରା। ପାଣିପାଗ ବିଭାଗ କହୁଛି, ଆଗକୁ ଅବସ୍ଥା ଆହୁରି ଅସମ୍ଭାଳ ହେବ। ସେଥିପାଇଁ ୪ ଜିଲ୍ଲାକୁ ସିଭିୟର କୋଲ୍ଡ ୱେଭ୍ ୱାର୍ଣ୍ଣିଂ ସହ ୧୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ […]
ବଲାଙ୍ଗିର: ନିଜ ୧୨ ବର୍ଷର ଭଉଣୀକୁ ବଳି ଦେଇଥିବା ନେଇ ଭାଇ ନାଁରେ ସାଂଘାତିକ ଅଭିଯୋଗ ଆସିଛି। ଏହାକୁ ନେଇ ବଲାଙ୍ଗୀର ସିନ୍ଧେକେଲା ଥାନାଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖାଦେଇଛି। ଶହ ଶହ ଲୋକ ଥାନା ଘେରାଉ କରି ଅଭିଯୁକ୍ତ ବିରୋଧରେ ତୁରନ୍ତ ଦଣ୍ଡବିଧାନ ଦାବି କରିଛନ୍ତି। ସ୍ଥାନୀୟ ସାଲେବରଟ ଗାଁରୁ ମୁସୁର ରଣାଙ୍କ ପୁଅ ଶୋଭବନ ଗତ ୫ ଦିନ ପୂର୍ବରୁ ବସ୍ ଷ୍ଟପ୍କୁ ଛାଡ଼ିବା ପାଇଁ ଭଉଣୀକୁ କହିଥିଲେ। ୧୨ ବର୍ଷର ଭଉଣୀ, ଭାଇ ଶୋଭବନକୁ […]
ଭୁବନେଶ୍ୱର: ଓଲିଉଡ ଅଭିନେତ୍ରୀ ଚିନ୍ମୟୀଙ୍କ ନାଁରେ ପୁଣି ଠକେଇର ନୂଆ ଷ୍ଟୋରୀ। ପ୍ରେମ ଜାଲରେ ଫସାଇ ଚିନ୍ମୟୀ ଏଥର ଝାରସୁଗୁଡ଼ାର ଜଣେ ବ୍ୟବସାୟୀଙ୍କୁ ଲଗାଇଛନ୍ତି ୨ଲକ୍ଷ ୭୦ହଜାର ଟଙ୍କାର ଚୂନା। ଏମିତିକି ସଂପୃକ୍ତ ବ୍ୟବସାୟୀ, ଅଭିନେତ୍ରୀ କରିଥିବା ପ୍ରେମବୋଳା ବାର୍ତ୍ତାଳପର ପ୍ରମାଣ ବି ଦେଖାଇଛନ୍ତି। କଥା ଏଇଠି ସରିନି ଫିଲ୍ମରେ ରୋଲ୍ ଦେବାକୁ କହି ଭୁବନେଶ୍ୱରର ଜଣେ ଯୁବକଙ୍କଠାରୁ ବି ୧୦ ହଜାର ଟଙ୍କା ଚିନ୍ମୟୀ ଠକି ନେଇଥିବା ଅଭିଯୋଗ ଆସିଛି। ୨୦୧୭ରେ ମାଟ୍ରିମୋନି ସାଇଟ୍ରୁ ନମ୍ବର […]