• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

dekhiba
ସୁରଙ୍କ ଭଳି ତାଙ୍କ ବଡ଼ ପୁଅ ସିଦ୍ଧାର୍ଥ ବି କହିଲେ ମାଡ଼ିଚାଲ

ଭୁବନେଶ୍ୱର: ଓଡ଼ିଶା କଂଗ୍ରେସର ଟାଣୁଆ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ। ତାଙ୍କ ବଡ଼ପୁଅ ସିଦ୍ଧାର୍ଥ ରାଉତରାୟ ୧୦ ବର୍ଷ ପରେ ତାଙ୍କର ଦୁଇ ଝିଅ ସହିତ ଓଡ଼ିଶାକୁ ଫେରିଛନ୍ତି। ଆସୁ ଆସୁ ତାଙ୍କୁ କଂଗ୍ରେସର ୧୩୪ ତମ ଦିବସରେ ପ୍ରତିଷ୍ଠା ଦିବସରେ ଦେଖିବାକୁ ମିଳିଥିଲା। ସିଦ୍ଧାର୍ଥ ଆମେରିକାର ଗୋଟେ ବଡ଼ କମ୍ପାନୀର ଡାଇରେକ୍ଟର୍। ସେଠାରେ ତାଙ୍କ ପରିବାର ବେଶ୍‌ ଖୁସିରେ ରହୁନ୍ତି। କେବଳ ସିଦ୍ଧାର୍ଥ କାହିଁକି ସୁରଙ୍କ ସାନ ପୁଅ ଏୟାର ଇଣ୍ଡିଆରେ ଜଣେ […]

  • Friday, 23 July 2021
b-9087-4-750x430
ଘର ଖାଦ୍ୟ ଖାଇ ୩ ଭଉଣୀଙ୍କ ମୃତ୍ୟୁ

ବ୍ରହ୍ମପୁର: ଗଞ୍ଜାମ ଦିଗପହଣ୍ଡିରେ ଅଭାବନୀୟ ଘଟଣା। ଖାଦ୍ୟ ଖାଇବା ପରେ ଅସୁସ୍ଥ ହୋଇପଡ଼ିଥିବା ୩ ଭଉଣୀଙ୍କ ମୃତ୍ୟୁ। ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ ତିନି ଭଉଣୀ। ଏହି ୩ ଭଉଣୀ ହେଲେ ଶୁଭଲକ୍ଷ୍ମୀ, ପ୍ରୀତି ଏବଂ ବର୍ଷା ରେଡ୍ଡୀ। ଏହି ସମସ୍ତଙ୍କ ବୟସ ୬, ୭ ଏବଂ ୧୧ ବର୍ଷ ହୋଇଥିବା ଜଣାପଡ଼ିଛି। ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ିରେ ଅଜା ଘରେ ରହି ଏମାନେ ସମସ୍ତେ ପଢୁଥିଲେ। ଏମାନଙ୍କ ଘର ସାନଖେମୁଣ୍ଡି ମାଟିଆ ବୋରେଇ […]

  • Friday, 23 July 2021
appllo
ଭୁବନେଶ୍ୱର ଆପୋଲୋ ହସ୍‌ପିଟାଲ୍‌ ରେଜିଷ୍ଟ୍ରେସନ୍ ରଦ୍ଦ କରିବାକୁ ପୁଣି ନିର୍ଦ୍ଦେଶ

ଭୁବନେଶ୍ୱର: କିଡନୀ ଚୋରି ମାମଲାରେ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ୍ ପାଇଁ ଅଡ଼ୁଆ ବଢ଼ିଲା। ଆପୋଲୋର ରେଜିଷ୍ଟ୍ରେସନ୍ ରଦ୍ଦ କରିବାକୁ ପୁଣି ଥରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମାନବାଧିକାର କମିଶନ୍। ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ହୋଇଥିବା ଆପୋଲର ଯୁକ୍ତିକୁ ଖାରଜ କରିଛନ୍ତି କମିଶନ୍। ୨୦୧୩ରେ ବରଗଡ଼ର ଅନୀଲ କୁମାର ସ୍ୱାମୀଙ୍କ କିଡନୀକୁ ତାଙ୍କ ପଡ଼ୋଶୀ ରାଘବ ରାମ ଦୋରାଙ୍କଠାରେ ପ୍ରତିରୋପଣ ହୋଇଥିବା ଅଭିଯୋଗ ହୋଇଥିଲା। ଯାହାକୁ ନେଇ ୩ ଜାନୁଆରୀ ୨୦୧୬ରେ ବରଗଡ଼ […]

  • Friday, 23 July 2021
bd
ଜିଲ୍ଲାପାଳଙ୍କ ପି.ଏ.ଙ୍କୁ ମାରିଲା କିଏ ?

ମାଲକାନଗିରି: ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ଼। ଅଫିସରଙ୍କ ଚାପ ଯୋଗୁ ଜିଲ୍ଲାପାଳଙ୍କ ପିଏ ଦେବନାରାୟଣଙ୍କ ମୃତ୍ୟୁ ହୋଇଥାଇପାରେ ବୋଲି କହିଛନ୍ତି ତାଙ୍କ ପତ୍ନୀ ବନଜା ପଣ୍ଡା। ମୃତ୍ୟୁ ପୂର୍ବରୁ ଘରେ କୌଣସି ପ୍ରକାର କଳହ ହୋଇନଥିବା ସେ କହିଛନ୍ତି। ଅଫିସରଙ୍କ ଚାପ ଯୋଗୁଁ ସେ ଏମିତି କରିଥାଇ ପାରନ୍ତି ବୋଲି କହିଛନ୍ତି ବନଜା କହିଛନ୍ତି। ଗତକାଲି ଅଫିସକୁ ଫେରିନଥିଲେ ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡା। ଏହାପରେ ନିଖୋଜ […]

  • Friday, 23 July 2021
sura
ରାଜନୀତିକୁ ଆସିବେକି ସୁରଙ୍କ ପୁଅ ?

ଭୁବନେଶ୍ୱର: ସୁଦୂର ଆମେରିକାରୁ ପ୍ରାୟ ଦଶ ବର୍ଷ ପରେ ଆସିଛନ୍ତି ଜଟଣି ବିଧାୟକ ସୁର ରାଉତରାୟଙ୍କ ପୁଅ ସିଦ୍ଧାର୍ଥ ରାଉତରାୟ। କଂଗ୍ରେସର ୧୩୪ ତମ ପ୍ରତିଷ୍ଠା ଦିବସ ପାଳନ ବେଳେ  ସିଦ୍ଧାର୍ଥଙ୍କୁ ଦେଖିବାକୁ ମିଳିଥିଲା। ସେ ତାଙ୍କର ଦୁଇ ଝିଅଙ୍କ ସହିତ କଂଗ୍ରେସ ଅଫିସ୍‌ ଆସିଥିଲେ। ସିଦ୍ଧାର୍ଥ ଆମେରିକାରେ ରୁହନ୍ତି। ସେଠାରେ ଗୋଟେ ବଡ଼ କମ୍ପାନୀର ନିର୍ଦ୍ଦେଶକ ଭାବରେ ବି କାମ କରନ୍ତି। ତେଣୁ ତାଙ୍କର କୌଣସି ଅସୁବିଧା ନାହିଁ। ତେବେ ହଠାତ୍‌ ତାଙ୍କ କଂଗ୍ରେସର ପ୍ରତିଷ୍ଠା […]

  • Friday, 23 July 2021
pdp
AICCକୁ ସ୍ପଷ୍ଟୀକରଣ ଦେଲେ ପ୍ରଦୀପ; ନିରଞ୍ଜନ ପଚାରିଲେ ଏମିତି ପ୍ରଶ୍ନ

ଭୁବନେଶ୍ୱର: ନବରଙ୍ଗପୁରରେ ବନ୍ଦ ଡାକରା ବେଳେ ପ୍ରଦୀପ ମାଝୀଙ୍କ ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗରେ AICCକୁ ସ୍ପଷ୍ଟୀକରଣ ଦେଇଛନ୍ତି କଂଗ୍ରେସ ନେତା ପ୍ରଦୀପ ମାଝୀ। ପିସିସି ଜରିଆରେ ସେ AICCକୁ ସ୍ପଷ୍ଟୀକରଣ ଦେଇଥିବା ସୂଚନା ମିଳିଛି। ଅବିଭକ୍ତ କୋରାପୁଟ ଜିଲ୍ଲାରେ ନାରୀମାନଙ୍କ ଇଜ୍ଜତ ଲୁଟ ହେଉଛି। ତେଣୁ ଧୈର୍ଯ୍ୟଚ୍ୟୁତି ହେବାରୁ ଏଭଳି ମନ୍ତବ୍ୟ ଦେଇଥିବା ନେଇ AICCକୁ ଲେଖିଥିବା ପ୍ରଦୀପ ମାଝୀ ଓଟିଭିକୁ ପ୍ରତିକ୍ରିୟା ଦେଇଛନ୍ତି।  ଆଗକୁ କଂଗ୍ରେସ ଆଦର୍ଶକୁ ପାଳନ କରିବି ବୋଲି ସେ କହିଛନ୍ତି। ବିବାଦୀୟ […]

  • Friday, 23 July 2021
kkf
ଦାନାପାଣିକୁ ଦାଉସାଧିଲା ଅଦିନିଆ ବର୍ଷା; ଜମିରେ ବତୁରିଲା ପାଚିଲା ଧାନ

ଭୁବନେଶ୍ୱର: ଅଦିନିଆ ଝିପି ଝିପି ବର୍ଷା ବରଗଡ଼ ଜିଲ୍ଲାର ଚାଷୀଙ୍କ ଆଖିରେ ଆଣିଛି ନିରାଶାର ଲୁହ। ଆଖି ଆଗରେ ବତୁରୁଛି ଅମଳ ଧାନ। ଭିଜୁଛି ବର୍ଷ ଯାକର ପରିଶ୍ରମ। ଦୃଶ୍ୟ ପଦ୍ମପୁର ଉପଖଣ୍ଡ ମାର୍କେଟ୍ ୟାର୍ଡର ଟୋକନ୍ ବ୍ୟବସ୍ଥା ଲାଗୁ ଯୋଗୁ ଏମିତିରେ ଦୀର୍ଘ ଦିନ ହେଲା ମଣ୍ଡିରୁ ଧାନ ଉଠୁନଥିବା ବେଳେ ଏବେ ବଇରି ସାଜିଛି ଅଦିନିଆ ବର୍ଷା। ମଣ୍ଡିରେ ପଡ଼ିଥିବା ପାଖାପାଖି ୮ଲକ୍ଷ କୁଇଣ୍ଟାଲ ଧାନରୁ ଅଧାଅଧି ଭିଜି ଯାଇଛି। ଦୁଇ ଚାରି ଦିନ […]

  • Friday, 23 July 2021
naveen
ପ୍ରତିଷ୍ଠା ଦିବସରେ ନବୀନଙ୍କ ମନ୍ତବ୍ୟକୁ ନେଇ ବଢୁଛି ଚର୍ଚ୍ଚା

ଭୁବନେଶ୍ୱର: ଉତ୍ତରାଧୀକାରୀକୁ ନେଇ କଳ୍ପନାଜଳ୍ପନା ଭିତରେ ବିଜେଡି ପ୍ରତିଷ୍ଠା ଦବିସରେ ନବୀନଙ୍କ ବକ୍ତବ୍ୟକୁ ନେଇ ଚର୍ଚ୍ଚା ହେଉଛି। ଗତକାଲି ନବୀନ କହିଥିଲେ କୌଣସି ନେତା ଏମିତିକି ଖୋଦ୍ ନବୀନ ବିନା ବି ଦଳ ଚାଲିପାରିବ। ତେବେ କାହିଁକି, କେଉଁ ଉଦ୍ଦ୍ୟେଶରେ ନବୀନଙ୍କ ଏହି ମନ୍ତବ୍ୟ ଥିଲା। ଇସାରା କାହା ପ୍ରତି ତାକୁ ନେଇ ବିଜେଡିରେ ଭିନ୍ନ ଭିନ୍ନ ସମୀକରଣ ଓ ଭିନ୍ନ ଭିନ୍ନ ଅଙ୍କ କଷା ଯାଉଛି। ତେବେ ନବୀନଙ୍କ ମନ୍ତବ୍ୟ ବିଜେଡିର ଭବିଷ୍ୟତ ଚିନ୍ତା ସହ […]

  • Friday, 23 July 2021
hati-man
ହାତୀ କବଳରୁ ବଞ୍ଜିଗଲା ଜୀବନ

ମୟୂରଭଞ୍ଜ: ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ଯୁବକ। ଥରେ ନୁହେଁ ଦୁଇଥର ନୁହେଁ, ତିନି ତିନି ଥର ହାତୀ ଆକ୍ରମଣରୁ ବର୍ତ୍ତି ଯାଇଛନ୍ତି ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ରେଞ୍ଜ ଅଧିନ ଦାମସାହିରେ। ହାତୀପଲ ଗାଁର ଶାଗୁଆନ ବଣରେ ଥିବାବେଳେ ବନ କର୍ମଚାରୀ ସେମାନଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ। ହେଲେ ଗାଁ ଲୋକେ ଚାରିପଟୁ ହାତୀଙ୍କୁ ଘଉଡ଼ାଇବାକୁ ଯାଇ ବିରକ୍ତି କରିବାରୁ ଏଣେତେଣେ ଦୌଡ଼ିଥିଲେ ହାତୀ। ଏତିକି ବେଳେ ହାତୀ ଆଗରେ […]

  • Friday, 23 July 2021
plu-2
ମାର୍ଚ୍ଚ ୩ରୁ +୨ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର: ମାର୍ଚ୍ଚ ୩ରୁ ଆରମ୍ଭ ହେବ ଚଳିତ ବର୍ଷର +୨ ପରୀକ୍ଷା। ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ସୂଚନା ଦିଆଯାଇଛି। ମାର୍ଚ୍ଚ ୩ରୁ ବିଜ୍ଞାନ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨୮ ଯାଏ ଚାଲିବ। ସେହିପରି ବାଣିଜ୍ୟ ପରୀକ୍ଷା ମାର୍ଚ୍ଚ ୪ରୁ ଆରମ୍ଭ ହେବ। ଏହା ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ଚାଲିବ। କଳା ପରୀକ୍ଷା ମାର୍ଚ୍ଚ ୪ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୭ ତାରିଖରେ ଶେଷ ହେବ। ତେବେ ଜାନୁଆରୀ ୨୭ରୁ ଫେବ୍ରୁଆରୀ […]

  • Friday, 23 July 2021
salaman
ଆସନ୍ତାକାଲିଠାରୁ ବଢ଼ିବ ଶୀତ; ୩ରୁ ୪ ଡିଗ୍ରୀ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଶୀତ ବଢ଼ିବ। ରାଜ୍ୟରେ ତାପମାତ୍ରା ୩ରୁ ୪ ଡିଗ୍ରୀ ହ୍ରାସ ପାଇପାରେ। ଏଭଳି ସ୍ଥିତି ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଲାଗି ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାମୁମାନ କରିଛି। ତେବେ ନୂଆ ବର୍ଷକୁ ଶୀତରେ ସ୍ୱାଗତ କରିବେ ରାଜ୍ୟବାସୀ। ଏହିସମୟରେ ତାପାମାତ୍ର ୧୦ ଡିଗ୍ରୀ ତଳକୁ ଖସିପାରେ ବୋଲି ଅନୁମାନ କରାଯାଉଛି। ବାୟୁ ମଣ୍ଡଳ ଉପର ଭାଗରେ ଏକ ଟ୍ରପ ଲାଇନ ସୃଷ୍ଟି ହୋଇଥିବାରୁ  ଏହାର ପ୍ରଭାବରେ ରାଜ୍ୟରେ ପାଗ ମେଘୁଆ ରହିଛି।  […]

  • Friday, 23 July 2021
man
ଷୁଡ଼ିଓରେ ଗୀତ ଗାଇଲେ ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ମନ୍ତ୍ରୀରୁ ସିଙ୍ଗର ହେଲେ ସଡ଼କ ପରିବହନ ମନ୍ତ୍ରୀ ପଦ୍ନନାଭ ବେହେରା। ଷୁଡିଓ ଯାଇ ରେକର୍ଡିଂ କଲେ ନିଜେ ଗାଇଥିବା ଗୀତ। ଷ୍ଟୁଡିଓରେ “ ହେ ମାଧବ, କାନ୍ଦି ସରୁନାହିଁ ଦିନ” ଗୀତ ଗାଇଲା ବେଳେ ଜଗନ୍ନାଥଙ୍କ ଭାବରେ ପୂରା ବୁଡ଼ି ଯାଇଥିଲେ ମନ୍ତ୍ରୀ।ଷୁଡିଓରେ ଟେକ୍ନିସିଆନ୍‌ ତଥା ମ୍ୟାଜିକ୍‌ କ୍ରୁ ମ୍ୟାମ୍ବରଙ୍କୁ କେତେବଳେ ଅନ୍ତରା ଗାଇ ଶୁଣାଉଥିଲେ ତ ଆଉ କେତେବଳେ ମୁଖଡ଼ା। ମନ୍ତ୍ରୀଙ୍କ ଭିତରେ ବି ଏମିତି ଗୋଟିଏ କଳାକାର ଲୁଚି ରହିଛି ସେ ବିଷୟରେ […]

  • Friday, 23 July 2021
patato
ଆଳୁ, ପିଆଜ ଦରବୃଦ୍ଧି ରୋକିବାକୁ ପଦକ୍ଷେପ ନେଲେ ସରକାର

ଭୁବନେଶ୍ୱର: ପିଆଜ ଓ ଆଳୁର ଅହେତୁକ ମୂଲ୍ୟବୃଦ୍ଧି ରୋକିବାକୁ ପଦକ୍ଷେପନ ନେଇଛି ଯୋଗାଣ ବିଭାଗ। ଜିଲ୍ଲାପାଳମାନଙ୍କୁ ସଂଶୋଧିତ ଷ୍ଟୋରେଜ ନିୟମ ଦେଇ ଚଢ଼ଉ ପାଇଁ ନିର୍ଦ୍ଦେଶ ଜାରି ହୋଇଛି। ନିୟମ ମୁତାବକ ଭୁବନେଶ୍ୱରରେ ଜଣେ ହୋଲସେଲର ୧ହଜାର କୁଇଣ୍ଟାଲ ଆଳୁ ଓ ୨୫୦ କୁଇଣ୍ଟାଲ ପିଆଜ ମହଜୁଦ ରଖିପାରିବେ। ସେହିପରି କଟକ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ହୋଲ୍‌ସେଲରମାନେ ୫ ଶହ କୁଇଣ୍ଟାଲ ଆଳୁ ଗଚ୍ଛିତ ରଖିପାରିବେ। ଅନ୍ୟ ସ୍ଥାନରେ ହୋଲସେଲରମାନେ ୩ଶହ କୁଇଣ୍ଟାଲ ଆଳୁ, ୧୫୦ କୁଇଣ୍ଟାଲ […]

  • Friday, 23 July 2021
rain
ଚିନ୍ତା ବଢ଼ାଉଛି ବର୍ଷା: କାଲି କେମିତି ରହିବ ପାଗ ?

ଭୁବନେଶ୍ୱର: ରାଜ୍ୟରେ କୋହଲା ପାଗ ସାଙ୍ଗକୁ କିଛି ସ୍ଥାନରେ ଝିପ ଝିପ ବର୍ଷା ଲାଗି ରହିଛି। ବିଶେଷ କରି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଅଦିନିଆ ବର୍ଷା ଯୋଗୁ ଜନଜୀବନ ପ୍ରଭାବିତ ହୋଇଛି। କୋହଲା ପାଗ ସାଙ୍ଗକୁ ବର୍ଷା ଫଳରେ ପ୍ରବଳ ଶୀତ ମଧ୍ୟ ଅନୁଭୂତ ହେଉଛି। ସେପଟେ ଏହି ଅଦିନିଆ ବର୍ଷା ଯୋଗୁ ଚାଷୀଙ୍କୁ ଅଧିକ କ୍ଷତି ସହିବାକୁ ପଡ଼ିଛି। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର କାଉଡଲା ମଣ୍ଡିରେ ଖୋଲା ଆକାଶ ତଳେ ଧାନ ବର୍ଷାରେ […]

  • Friday, 23 July 2021
odisha-1
ସୁଶାସନ ରାଙ୍କିଙ୍ଗ୍‌ରେ ୧୮ ରାଜ୍ୟରୁ କେତେ ନମ୍ବର ସ୍ଥାନରେ ରହିଛି ଓଡ଼ିଶା ?

ନୂଆଦିଲ୍ଲୀ: ରାଜ୍ୟମାନଙ୍କ ଭିତରେ ଗୁଡ୍ ଗଭର୍ଣ୍ଣାନ୍ସ ଇଣ୍ଡେକ୍ସ ବା ସୁଶାସନ ରାଙ୍କିଙ୍ଗ୍‌ରେ ଓଡ଼ିଶାକୁ ୧୪ ନମ୍ବର ସ୍ଥାନ ମିଳିଛି। ମୋଟ ୧୮ଟି ବୃହତ୍ତ ରାଜ୍ୟମାନଙ୍କ ଭିତରୁ ସୁଶାସନରେ ଓଡ଼ିଶା ୧୪ ନମ୍ବର ସ୍ଥାନରେ ରହିଛି। କେନ୍ଦ୍ର ସରକାରଙ୍କ ପ୍ରଶାସନିକ ସଂସ୍କାର ଏବଂ ସାଧାରଣ ଅଭିଯୋଗ ବିଭାଗ ବିଭାଗ ଏହି ରାଙ୍କିଂ ଜାରି କରିଛି। ତାଲିକାରେ ତାମିଲନାଡୁ ଶୀର୍ଷ ସ୍ଥାନ ଅଧିକାର କରିଥିବାବେଳେ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ଏହି ସୂଚୀରେ […]

  • Friday, 23 July 2021
naveen
ବିଜେଡିର ୨୩ତମ ପ୍ରତିଷ୍ଠା ଦିବସରେ ନବୀନ କହିଲେ...

ଭୁବେନଶ୍ୱର: ବିଜେଡି ଏକ ରାଜନୈତିକ ଦଳ ନୁହେଁ ଏହା ଏକ ଆନ୍ଦୋଳନ। ତିଷ୍ଠି ରହିବା ଓ ଆଗକୁ ବଢ଼ିବା ଲାଗି ଏହା କୌଣସି ବ୍ୟକ୍ତି ବିଶେଷ, ଏମିତିକି ମୋ ଉପରେ ବି ନିର୍ଭରଶୀଳ ନୁହେଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦଳର ଉତ୍ତରାଧିକାରୀ କିଏ ହେବ ସେ ନେଇ ଚର୍ଚ୍ଚା ହେଉଥିବା ବେଳେ ଦଳର ୨୩ତମ ପ୍ରତିଷ୍ଠା ଦିବସରେ ଆଜି ଏପରି କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ ଆହୁରି ମଧ୍ୟ କହିଛନ୍ତି “ […]

  • Friday, 23 July 2021
bjp 3
ସିଏଏକୁ ବୁଝାଇବା ପାଇଁ ଲୋକଙ୍କ ପାଖକୁ ଯିବ ବିଜେପି

ଭୁବନେଶ୍ୱର: ନାଗରିକତା ସଂଶୋଧନ ଆଇନକୁ ନେଇ ଓଡ଼ିଶାର ୧ କୋଟି ଲୋକଙ୍କ ପାଖକୁ ଯିବ ବିଜେପି। CAAକୁ ନେଇ କଂଗ୍ରେସ ଦେଶବ୍ୟାପୀ ଅରାଜକତା ଓ ବିଭ୍ରାନ୍ତି ସୃଷ୍ଟି କରୁଥିବା ଅଭିଯୋଗ କରି ଏଭଳି କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି ଦଳ। ଏନେଇ ଆଜି ବିସ୍ତୃତ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କଂଗ୍ରେସ ସୃଷ୍ଟି କରୁଥିବା ବିଭ୍ରାନ୍ତି ସଂପର୍କରେ ଅବଗତ କରାଇବାକୁ ଓ୍ୱାର୍ଡରୁ ଜିଲ୍ଲା ପର୍ଯ୍ୟନ୍ତ ଦଳ ଜନ ଜାଗରଣ କାର୍ଯ୍ୟକ୍ରମ ଆରମ୍ଭ କରିବ। ରାଜ୍ୟସ୍ତରୀୟ କର୍ମାଶାଳା […]

  • Friday, 23 July 2021
train
ନୟାଗଡ଼ ଷ୍ଟେସନରୁ ମହିପୁର ପର୍ଯ୍ୟନ୍ତ ଗଡ଼ିବ ୨ଟି ପାସେଞ୍ଜର ଟ୍ରେନ୍

ଖୋର୍ଦ୍ଧା: ଖୋର୍ଦ୍ଧା ରୋଡ-ବଲାଙ୍ଗିର ରେଳ ପ୍ରକଳ୍ପର ନୟାଗଡ଼ ଷ୍ଟେସନରୁ ମହିପୁର ପର୍ଯ୍ୟନ୍ତ ଆଜି ଗଡ଼ିଲା ଟ୍ରେନ୍। ଏହି ନୂଆ ରେଳ ଲାଇନ୍‌ର ଆଜି ଲୋକାର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନୟାଗଡ଼ ଷ୍ଟେସନରୁ ମହିପୁର ପର୍ଯ୍ୟନ୍ତ ଏଣିକି ଗଡ଼ିବ ୨ଟି ପାସେଞ୍ଜର ଟ୍ରେନ୍। ଏହି ରୁଟରେ ଚାଲୁଥିବା ସମସ୍ତ ପାସେଞ୍ଜର ଟ୍ରେନ୍ ମହିପୁର ପର୍ଯ୍ୟନ୍ତ ଚଳାଚଳ କରିବ। ନୟାଗଡ଼ରୁ ମହିପୁର ମଧ୍ୟରେ ଦୂରତା ହେଉଛି ୧୨ କିଲୋମିଟର। ପୂର୍ବରୁ ଖୋର୍ଦ୍ଧାରୋଡରୁ ବାହାରି ୨ଟି ପାସେଞ୍ଜର ଟ୍ରେନ୍ ଏବଂ […]

  • Friday, 23 July 2021
dharmendra
କେନ୍ଦ୍ର ସରକାରଙ୍କ ଐତିହାସିକ ନିଷ୍ପତ୍ତିକୁ ଅପପ୍ରଚାର କରୁଛି କଂଗ୍ରେସ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: CAAକୁ ନେଇ ସାରା ଦେଶରେ ବିରୋଧ ଦେଖା ଦେବା ପରେ ଏନେଇ କଂଗ୍ରେସକୁ ଦାୟୀ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, କେନ୍ଦ୍ର ସରକାର ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଯାହାକୁ ନେଇ ଅପପ୍ରଚାର ଆରମ୍ଭ କରିଛି କଂଗ୍ରେସ। ଦେଶ ବିଭାଜନ ସମୟରେ ଯେଉଁ ଭୁଲ୍ ହୋଇଥିଲା ତାକୁ ସୁଧାରିବାକୁ ମୋଦୀ ସରକାର ପ୍ରୟାସ ଆରମ୍ଭ କରିଛନ୍ତି। ଏଥିସହିତ ସେ କହିଛନ୍ତି, ବାଂଲାଦେଶ, ପାକିସ୍ତାନ ଏବଂ ଆଫଗାନିସ୍ତାନରୁ ବହୁତ ସଂଖ୍ୟାଲଘୁ ଆସିଲେ। ସେମାନେ […]

  • Friday, 23 July 2021
mla
ବିଧାୟକ ହେବ ତ ଏମିତି

ମାଲକାନଗିରି: ବିଧାୟକ ହେବ ତ ଏମିତି। ଦୁର୍ଘଟଣାର ଶିକାର ହୋଇଥିବା ବାଇକ ଆରୋହୀଙ୍କୁ ନିଜ ଗାଡ଼ିରେ ହସ୍ପିଟାଲ ନେଲେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା। ବିଧାୟକ ବାଲିମେଳା ଯାଉଥିବା ବେଳେ ନାୟକଗୁଡ଼ା ନିକଟ ଏକ ବ୍ରିଜ ପାଖରେ ବାଇକ ଦୁର୍ଘଟଣା ହୋଇଥିବା ଦେଖିଥିଲେ। ଏହାପରେ ସେ ତୁରନ୍ତ ଦୁର୍ଘଟଣା ସ୍ଥଳକୁ ଯାଇ ଆହତ ଲୋକଙ୍କୁ ସହଯୋଗୀଙ୍କ ସହାୟତାରେ ଟେକି ଟେକି ନେଇ ଗାଡ଼ିରେ ବସାଇଥିଲେ। ଏହାପରେ ବିଧାୟ ତାଙ୍କ ବାଲିମେଳା ଗସ୍ତକୁ ବାତିଲ୍‌ କରି ଆହତଙ୍କୁ ମାଥିଲି […]

  • Friday, 23 July 2021
polic
JSW ପ୍ରୋଜେକ୍ଟ ଅଫିସ ଭଙ୍ଗାରୁଜା: ଆଉ ୧୦ ଜଣଙ୍କୁ ଉଠାଇ ନେଲା ପୁଲିସ୍

ପାରାଦୀପ: JSW ପ୍ରୋଜେକ୍ଟ ଅଫିସ ଓ ଢିଙ୍କିଆରେ ଥିବା ଇଣ୍ଟିଗ୍ରେଟେଡ୍ ପ୍ଲାଣ୍ଟର ଅଫିସ ଭଙ୍ଗାରୁଜା ମାମଲାରେ ଆଉ ୧୦ ଜଣଙ୍କୁ ଉଠାଇ ନେଇଛି ପୁଲିସ୍। ଅଧରାତିରେ ଘରେ ପଶି ଏହି ୧୦ ଜଣଙ୍କୁ ଉଠାଇ ନେଇ ଅଟକ ରଖାଯାଇଛି। ଅନ୍ୟପଟେ ଗତକାଲି ଏହି ଗଣ୍ଡଗୋଳ ଘଟଣାରେ ଅପରାହ୍ମରେ ୧୦ ଇଞ୍ଜିନିୟରିଂ ଛାତ୍ରଙ୍କୁ ଗିରଫ କରାଯାଇଥିଲା। ସ୍ଥାନୀୟ ଅଞ୍ଚଳର ଉତ୍ୟକ୍ତ ବେକାରୀ ଇଂଜିନିୟରିଂ ଛାତ୍ର ଏହି କାଣ୍ଡ କରିଥିବା ଅଭିଯୋଗ ହୋଇଥିଲା। ନିଯୁକ୍ତିରେ ସ୍ଥାନୀୟ ଯୁବକ ଯୁବତୀଙ୍କୁ ପ୍ରାଥମିକତା […]

  • Friday, 23 July 2021
matric-exam
ମାଟ୍ରିକ୍ ପରୀକ୍ଷା ପ୍ରଶ୍ନପତ୍ର ଯିଏ ଭାଇରାଲ୍‌ କରିବେ ଧରାପଡ଼ିବେ

ଭୁବନେଶ୍ୱର: ଏଣିକି ମାଟ୍ରିକ୍ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ରୋକିବା ପାଇଁ ପଦକ୍ଷେପ ନେଇଛି ବୋର୍ଡ। ସମସ୍ତ ପ୍ରଶ୍ନପତ୍ରରେ ସିକ୍ୟୁରିଟି କୋଡ୍ ଲାଗିବ। ଭାଇରାଲ ଯିଏ ବି କରୁନା କାହିଁକି ସେ ସମ୍ପର୍କରେ ଜାଣି ହେବ ବୋଲି ବୋର୍ଡ ଅଧ୍ୟକ୍ଷ ରାମାଶିଶ୍ ହାଜରା କହିଛନ୍ତି। ଏହାସହ ଏଥର ନିର୍ଭୁଲ୍ ପ୍ରଶ୍ନପତ୍ର କରିବା ପାଇଁ ବି ବୋର୍ଡ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଗତ ବର୍ଷ ପ୍ରଶ୍ନପତ୍ର ଭାଇରାଲ ଏବଂ ଓଏମ୍ଆର୍ ସିଟ୍ ଗାଏବ ହେବା ଭଳି ଘଟଣା ମାଧ୍ୟମିକ ଶିକ୍ଷା […]

  • Friday, 23 July 2021
ଫେବ୍ରୁଆରୀ ୧୯ରୁ ମ୍ୟାଟ୍ରିକ୍ ପରୀକ୍ଷା

କଟକ: ମ୍ୟାଟ୍ରିକ ପରୀକ୍ଷା କେବେ ସେଇ ଚିନ୍ତାରେ ଥିବା ଛାତ୍ରଛାତ୍ରୀ ଓ ଅଭିଭାବକ ପାଇଁ ଖବର। ଚଳିତ ବର୍ଷ ଫେବୃଆରୀ ୧୯ ତାରିଖରୁ ଆରମ୍ଭ ହେବ ମ୍ୟାଟ୍ରିକ ପରୀକ୍ଷା। ଏହି ପରୀକ୍ଷା ମାର୍ଚ୍ଚ ୨ ତାରିଖରେ ଶେଷ ହେବ ବୋଲି ବୋର୍ଡ କର୍ତ୍ତୃପକ୍ଷଙ୍କଠାରୁ ସୂଚନା ମିଳିଛି। କେଉଁ ଦିନ କେଉଁ ବିଷୟ ରହିଛି ? ଫେବୃଆରୀ ୧୯ ତାରିଖରେ ପ୍ରଥମ ଭାଷା ଓଡ଼ିଆ ପରୀକ୍ଷା ୨୨ରେ ଇଂରାଜୀ ପରୀକ୍ଷା ହେବ। ୨୪ତାରିଖରେ ସଂସ୍କୃତ/ହିନ୍ଦୀ ପରୀକ୍ଷା ହେବ। ଏହାପରେ୨୬ରେ […]

  • Friday, 23 July 2021