ରାୟଗଡ଼ା: ସାବଧାନ ! ଗାଁ ଭିତରକୁ ପ୍ରବେଶ କଲେ ୫ ହଜାର ଟଙ୍କା ଜରିମାନା ଦେବାକୁ ହେବେ। ଅଜଣା ବାହାର ଲୋକ ଅଜାଣତରେ ପ୍ରବେଶ କଲେ ଗଣିବାକୁ ପଡ଼ିବ ତଣ୍ଡ। ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍ ଖୁଣ୍ଟବାଡ଼ି ଗାଁର ପ୍ରବେଶ ପଥରେ ଦେଖିବାକୁ ମିଳିଛି ଏଭଳି ପୋଷ୍ଟର। ଆଦିବାସୀ ଅଧ୍ୟୁଷିତ ଏହି ଗାଁର ଲୋକମାନେ ଏକ ପୂଜା କରୁଥିବାରୁ ଏହି ସମୟରେ ଗାଁରେ କୌଣସି ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି। ତେବେ ଅନ୍ଧବିଶ୍ୱାସର ବଶବର୍ତ୍ତୀ […]
ଭୁବନେଶ୍ୱର: ଡିଗ୍ରୀ କଲେଜ୍ ପରିଚାଳନାରେ ଶିକ୍ଷାବିତ୍ଙ୍କୁ ମିଳିବ ଗୁରୁତ୍ୱ। ଏବଂ ନେତା ଓ ବିଧାୟକଙ୍କ ପ୍ରଭାବ କମିବ। କ୍ୟାମ୍ପସକୁ ରାଜନୀତିରୁ ମୁକ୍ତ ରଖିବାକୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପରିଚାଳନା କମିଟିରୁ ଏବେ ବିଧାୟକ ଓ ନେତାଙ୍କୁ ବାଦ୍ ଦିଆଯିବ। ଭୁବନେଶ୍ୱରରେ ଅଭିଭାବକ ମହାସଂଘ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହା କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ। ଏନେଇ ଖୁବ୍ ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଏଥିସହ ସରକାରୀ […]
ବଲାଙ୍ଗିର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ଚାଲୁଛି। ଆଇନ୍ଜୀବୀମାନେ ଆନ୍ଦୋଳନରେ ସାମିଲ ହେଉଥିବାରୁ ସମସ୍ତ କାର୍ଯ୍ୟ ଠପ୍ ହୋଇଯାଉଛି। ପଶ୍ଚିମ ଓଡ଼ିଶାର ଆଇନ୍ଜୀବୀଙ୍କ ଏପରି ଆନ୍ଦୋଳନକୁ ବିରୋଧ କରିଛି ରାଜ୍ୟ ଓକିଲ ସଂଘ। ଆନ୍ଦୋଳନ କରୁଥିବା ଆଇନ୍ଜୀବୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ଓକିଲ ସଂଘ ବାର୍ କାଉନ୍ସିଲ ଅଫ୍ ଇଣ୍ଡିଆକୁ ଚିଠି ଲେଖିଛି। ଏହି ଚିଠିରେ ପଶ୍ଚିମ ଓଡ଼ିଶାର ୧୭ଟି ଓକିଲ ସଂଘ ଓ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର […]
କୋଣାର୍କ: ପର୍ଯ୍ୟଟନ ଶିଳ୍ପର ବିକାଶ ନେଇ କୋଣାର୍କରେ ଆଜିଠୁ ଦୁଇ ଦିନିଆ ଜାତୀୟ ପର୍ଯ୍ୟଟନ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏଥିରେ ୮ଟି ରାଜ୍ୟର ପର୍ଯ୍ୟଟନମନ୍ତ୍ରୀ ଯୋଗଦେଉଛନ୍ତି। ସନ୍ଧ୍ୟା ୬ଟା ୩୦ରୁ ୭ଟା୧୫ ମଧ୍ୟରେ ଏହି ସମ୍ମିଳନୀକୁ ଉଦ୍ଘାଟନ କରାଯିବ। ଆଜି କୋଣାର୍କ ବୁଲି ଦେଖିବେ ପ୍ରତିନିଧି। ଏଥିରେ ଏଏସଆଇ ଡେପୁଟି ଡିଜି ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ଭଳି ଐତିହ୍ୟର ଉନ୍ନୟନ ପାଇଁ ଯେଉଁଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି, ସେହିପରି ପର୍ଯ୍ୟଟନ […]
ଭଦ୍ରକ: ମୋଟର ଯାନ ଆଇନ ଉଲ୍ଲଂଘନ ଅଭିଯୋଗରେ ଟ୍ରକ୍ ଉପରେ ୫୮ ହଜାର ଟଙ୍କାର ଫାଇନ୍ ହୋଇଛି। ଭଦ୍ରକ ତିହିଡ଼ିରେ ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଏକ ଟ୍ରକକୁ ଅଟକ ରଖିବା ସହ ଏତେ ଟଙ୍କାର ଚାଲାଣ କଟାଯାଇଛି। ମହାରାଷ୍ଟ୍ର ରେଜିଷ୍ଟ୍ରେସନ ନମ୍ବର ଥିବା ଏ ଟ୍ରକଟି ଭଦ୍ରକ ନିଶ୍ଚିନ୍ତପୁର ସେବା ସମବାୟ ସମିତିରୁ ଧାନ ନେଇ ସମ୍ବଲପୁର ଯାଉଥିଲା। ତେବେ ତିହିଡ଼ିରେ ଚାନ୍ଦା ଆଦାୟକୁ ନେଇ ପୁଲିସ ଟ୍ରକକୁ ଅଟକ ରଖି ଆଞ୍ଚଳିକ ପରିବହନ ବିଭାଗକୁ […]
କଟକ: କଟକ ଟାଙ୍ଗୀରେ ପୁଣି ନକଲି ଖାଇବା ତେଲ କାରଖାନା ଠାବ। ମଙ୍ଗୁଳି ଛକ ନିକଟରେ ଏକ ଗୋଦାମ ଉପରେ ଚଢ଼ାଉ କରିଛି ଟାଙ୍ଗୀ ପୁଲିସ। ରେଡ୍ ବେଳେ ଶହଶହ ଲିଟର ନକଲି ସୂର୍ଯ୍ୟମୁଖୀ ଓ ପାମୋଲିନ୍ ତେଲ ମିଳିଛି। ଗଜାନନ ଇଣ୍ଡଷ୍ଟ୍ରି ନାଁରେ ଥିବା ଏହି କମ୍ପାନୀ ରୁଚି ଗୋଲଡ୍ ଅସଲି ବ୍ରାଣ୍ଡ୍ର ଡୁପ୍ଲିକେଟ୍ ଭାବେ ରୁବି ଗୋଲ୍ଡ ନାଁରେ ତେଲ ପ୍ରସ୍ତୁ କରୁଥିଲା। ଚଢ଼ାଉ ବେଳେ ବହୁ ସଂଖ୍ୟାରେ ତେଲ ଟିଣ, ପାଉଚ, ପେଟୀ […]
ଭୁବନେଶ୍ୱର: ଧୀରେ ଧୀରେ ଖୋଲୁଛି ରାଜଧାନୀରେ ବାଂଲା ସେକ୍ସ ରାକେଟର ଗୁମର। ଜାଲ ଡକ୍ୟୁମେଣ୍ଟ କରି ବାଂଲା ରୂପଜୀବୀ ନିଜକୁ ଭାରତୀୟ ପରିଚୟ ଦେବା ସହ ଚଳାଇଛନ୍ତି ଦେହ ବ୍ୟବସାୟ। ଗତକାଲି ରାକେଟର କିଙ୍ଗପିନ୍ ପିପିଲିରୁ ଗିରଫ ହେବା ପରେ ଏସଟିଏଫ୍ ହାତରେ ଲାଗିଛି ନୂଆ ନୂଆ ତଥ୍ୟ। ତେବେ ଏମାନେ କେମିତି ସୀମା ଡେଇଁ ଭାରତରେ ପ୍ରବେଶ କରୁଛନ୍ତି? କେଉଁ ଉପାୟରେ ଜାଲ୍ ଆଧାରକାର୍ଡ ଓ ଅନ୍ୟ କାଗଜପତ୍ର ହାସଲ କରୁଛନ୍ତି ତାହା ଜାଣିବା ପୁଲିସ […]
ବଲାଙ୍ଗିର: କୌନ ବନେଗା କରୋଡ଼ପତି ନାଁରେ ଠକେଇ। ପ୍ରାୟ ୭୦ ହଜାର ଠକେଇର ଶିକାର ହେବା ପରେ ଆତ୍ମହତ୍ୟା କରିଛନ୍ତି ଠାକାମୀରେ ଶିକାର ହୋଇଥିବା ଯୁବକ। ତେବେ ଏହା ପୂର୍ବରୁ ଠକାମୀ ପଛର ଗୁମର ଖୋଲିଛନ୍ତି। ମୃତ୍ୟୁ ପୂର୍ବରୁ ବଖାଣିଛନ୍ତି କିପରି ହୋଇଥିଲା ତାଙ୍କ ସହ ଅନ୍ଲାଇନ୍ ଠକେଇ। ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ରେଳଷ୍ଟେସନ୍ରେ ଗତ ୧୮ ତାରିଖ ଦିନ କଳାହାଣ୍ଡିର ଯୁବକ ପ୍ରତାପ ବାରିକ ଆତ୍ମହତ୍ୟା କରିଥିଲେ। ତେବେ କାହିଁକି ଓ କେଉଁ କାରଣରୁ ସେ […]
ଭୁବନେଶ୍ୱର: ବାଂଲାଦେଶୀ ଯୁବତୀଙ୍କୁ ଆଣି ଭୁବନେଶ୍ୱରରେ ଖୁଲମଖୁଲ୍ଲା ସେକ୍ସ କାରବାର ଚଳାଉଥିବା କୁଖ୍ୟାତ ଦେହ ବ୍ୟବସାୟ ରାକେଟର ମୁଖ୍ୟ କାର୍ପଟଦାର ଗିରଫ। ଗଲା କିଛି ଦିନ ଧରି ପୁଲିସ ସ୍କାନରରେ ଥିବା ରାକେଟର କିଙ୍ଗିପିନ୍ ଅଞ୍ଜଳି ଓ ଇବ୍ରାହିମକୁ ଆଜି ଗିରଫ କରିଛି କ୍ରାଇମବ୍ରାଞ୍ଚ୍ ଏସଟିଏଫ୍ । ପିପିଲି ଦାନଗୋହିରୀ ଛକରୁ ପତି-ପତ୍ନୀଙ୍କୁ କାବୁ କରିଥିବା ବେଳେ ରାକଟର ଆଉ ୬ ଦେହଜୀବୀଙ୍କୁ ଭୁବନେଶ୍ୱରରୁ ବି ଗିରଫ କରାଯାଇଛି। ଏମାନେ ଏଠାରେ ରହୁଥିବା ଖବର ପାଇ ଚଢ଼ାଉ […]
“ଭାଇ…ରେ ମଦ ପିଇବି ନାଇଁ… ନାଇଁ ନାଇଁ ମଦ ପିଇବି ନାହିଁ… ମଦୁଆ ହେବି ନାଇଁ, ମଦୁଆ ହେବି ନାଇଁ… ଚାଳରେ ଛଣ ନାହିଁ… ଚୁଲି ମୁଣ୍ଡେ ଲୁଣ ନାହିଁ… ଚୁଲିରେ ବିଲେ ଶୋଇଛି, ଚାଳ ପଟେ ଯହ୍ନ ଦିଶୁଛି… ଚୁଲିରେ ବିଲେ ଶୋଇଛି, ଚାଳ ପଟେ ଯହ୍ନ ଦିଶୁଛି…ବନ୍ଧୁ ରେ… ମଦ ପିଇବି ନାଇଁ…ନାଇଁ ନାଇଁ ମଦ ପିଇବି ନାହିଁ। ପିଲା ପେଟେ ଦାନା ନାଇଁ… ମାଇକିନା ହାତେ କନା ନାଇଁ… ପିଲା ପେଟେ ଦାନା […]
ଭୁବନେଶ୍ୱର: ରାଜନୈତିକ ଚେସ୍ ପାଲିରେ ଏବେ ପଛୁଆବର୍ଗ ଗୋଟି ଚାଲିଛି। ଏହି ବର୍ଗର ସମର୍ଥନ ହାତେଇବାକୁ କେନ୍ଦ୍ର-ରାଜ୍ୟ ପ୍ରତିଯୋଗିତା ହେଉଛି। ଜାତିଭିତ୍ତିକ ଜନଗଣନା ଦାବି କରି ମାଇଲେଜ୍ ନେବାକୁ ରାଜ୍ୟ ସରକାରଙ୍କ ଉଦ୍ୟମ କରୁଥିବା ବେଳେ ତେଣେ ପଛୁଆବର୍ଗଙ୍କ ବିକାଶ ଲାଗି ନିଆଯାଇଥିବା ପଦକ୍ଷେପ ସଂପର୍କରେ ତଥ୍ୟ ଦେବାକୁ ରାଜ୍ୟକୁ ଜାତୀୟ ଓବିସି କମିଶନ ଚିଠି କରିଛି। ବଡ଼ କଥା ହେଉଛି, ରାଜ୍ୟ କ୍ୟାବିନେଟ୍ରେ ସଂଙ୍କଳ୍ପ ପାରିତ ହେବା ପୂର୍ବରୁ ଜାତୀୟ କମିଶନ ରାଜ୍ୟ ମୁଖ୍ୟଶାସନ ସଚିବଙ୍କୁ […]
ଭୁବନେଶ୍ୱର: ଭୁବନେଶ୍ୱରରେ ଶିଖ ବ୍ୟକ୍ତି ପରବିନ୍ଦର ସିଂହଙ୍କୁ ମାଡ଼ ମାମଲାକୁ ନେଇ ଏଡିଜିଙ୍କୁ ଭେଟିଛି ଶିଖ୍ ସଂପ୍ରଦାୟ। ପରବିନ୍ଦର ସିଂହଙ୍କୁ ମାଡ଼ ମାମଲାରେ ଡିଜିପି ଅଭୟଙ୍କୁ ଭେଟିବାକୁ ଯାଇଥିଲେ ଶିଖ୍ ସଂପ୍ରଦାୟ। ହେଲେ ଡିଜିପିଙ୍କ ଅନୁପସ୍ଥିତିରେ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଭେଟି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଆକ୍ରମଣ ମାମଲାରେ କମିଶନରେଟ୍ ପୁଲିସ ତିନି ଜଣ ଗିରଫ କରିଥିଲା। ହେଲେ ଅଭିଯୁକ୍ତଙ୍କୁ ଗିରଫର କିଛି ଘଣ୍ଟା ମଧ୍ୟରେ ଜାମିନ୍ ମିଳି ଯାଇଥିଲା। ତେବେ ମରଣାନ୍ତ୍ରକ […]
ଭୁବନେଶ୍ୱର: ଧରା ହେଲା ସେକ୍ସ କାରବାରର କିଙ୍ଗପିନ୍। ବାଂଲାଦେଶୀ ଯୁବତୀଙ୍କୁ ଅଣି ସେକ୍ସ କାରବାର ଚଳାଉ ଥିବା କିଙ୍ଗପିନ୍ ଦିଦି ଓ ତାର ସ୍ୱାମୀ ଧରାପଡ଼ିଛନ୍ତି। କ୍ରାଇମବ୍ରାଞ୍ଚ ଏସଟିଏଫ୍ ହାତରେ ସେମାନଙ୍କୁ ଭୁବନେଶ୍ୱର ଉପକଣ୍ଠ ପିପିଲି ଅଞ୍ଚଳରୁ ଗିରଫ କରାଯାଇଥିବା ଜଣାପଡ଼ିଛି। କେବଳ ସେତିକି ନୁହେଁ, ଏମାନଙ୍କ ପାଖରେ କାମ କରୁଥିବା କିଛି ବାଂଲାଦେଶୀ ଯୁବତୀଙ୍କୁ ମଧ୍ୟ ଧରାଯାଇଥିବା ସୂଚନା ମିଲିଛି। କିଙ୍ଗପିନ୍ ଦିଦି ଜଣେ ବାଂଲାଦେଶୀ ହୋଇଥିବାବେଳେ ସେଠାରୁ ଯୁବତୀମାନଙ୍କୁ କାମ କରାଇବା ନାଁରେ ଆଣି […]
ଭୁବନେଶ୍ୱର: ସିଏଏ ସପକ୍ଷରେ ବିଜେପିର ଚାଲିଥିବା ଜନ ଜାଗରଣ ଅଭିଯାନ ପାଇଁ ଆଜି ଓଡ଼ିଶା ଆସିଛନ୍ତି ବିଜେପି ନେତ୍ରୀ ରୁପା ଗାଙ୍ଗୁଲି। ନବରଙ୍ଗପୁର ଜିଲ୍ଲା ରାଇଘର ମିନି ଷ୍ଟାଡିୟମରେ ନାଗରିକତା ସଂଶୋଧିତ ଆଇନ ନେଇ ଲୋକଙ୍କୁ ସଚେତନତା କରାଯାଉଛି। ସେ କହିଛନ୍ତି ଯେ, କଂଗ୍ରେସ ସମେତ ଅନ୍ୟ କିଛି ରାଜନୈତିକ ଦଳ ଏହି ଆଇନ ନେଇ ଭୁଲ୍ ଧାରଣା ସୃଷ୍ଟି କରାଇ ଲୋକଙ୍କୁ ଉସୁକାଉଛନ୍ତି। ୧୯୪୭ରୁ ଭାରତକୁ ଯେତେ ଲୋକ ଆସିଛନ୍ତି ସେମାନଙ୍କୁ ବିଭିନ୍ନ ଦଫାରେ ନାଗରିକତା […]
ଭୁବନେଶ୍ୱର: ରାସ୍ତାରେ ଟ୍ରାଫିକ୍ ନିୟମ ପାଳନ କରନ୍ତୁ। ସରକାର ଧାର୍ଯ୍ୟ କରିଥିବା ସବୁ ଆଇନକୁ ସମ୍ମାନ ଦିଅନ୍ତୁ। ଏହି ବାର୍ତ୍ତା ନେଇ ନୟାଗଡ଼ର ନୋଟାର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ହୋଇଛି ଏକ ସୁମଧୁର ସଙ୍ଗୀତ। ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଆୟୋଜିତ ପ୍ରତିଯୋଗିତାରେ ଏହି ସଙ୍ଗୀତ ସାମିଲ ହୋଇଥିବା ବେଳେ ଏହା ସୋଶାଲ୍ ମିଡିଆରେ ଲୋକପ୍ରିୟ ହେବାରେ ଲାଗିଛି। ଛାତ୍ରଛାତ୍ରୀମାନେ ଗାଇଥିବା ଏ ଗୀତରେ ଟ୍ରାଫିକ ସଚେତନତା ପାଇଁ ସରକାରଙ୍କ […]
ଭୁବନେଶ୍ୱର: ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାରେ ୩୩ ପ୍ରତିଶତ ମାର୍କ ରଖିବା ବାଧ୍ୟତା ମୂଳକ ହେବାପରେ ରାଜ୍ୟରେ ବିଭିନ୍ନ କଲେଜରେ ଆନ୍ଦୋଳନ ଚାଲିଛି। ଏହାକୁ ଦେଖି ନରମ ମନଭାବ ପୋଷଣ କରିଛନ୍ତି ସରକାର। ଏନେଇ ଆଜି ଛାତ୍ରଛାତ୍ରୀଙ୍କୁ ଆଶ୍ୱାସନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ସରକାର ଏନେଇ ବିଚାର କରିବେ ବୋଲି ମନ୍ତ୍ରୀ ସମୀର ଦାଶ କହିଛନ୍ତି। ଏହାଛଡ଼ା ପିଲାମାନଙ୍କୁ ଫେଲ୍ କରିବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ ବୋଲି ପୁଣି ଦୋହରାଇଛନ୍ତି ଗଣଶିକ୍ଷାମନ୍ତ୍ରୀ। ଯଦି […]
ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଆଜି ୬୩ତମ ଜାତୀୟ ସାହସିକତା ପୁରସ୍କାର ନେଇ ICCW(Indian Council for Child Welfare) ପକ୍ଷରୁ ସାହସୀ ପିଲାଙ୍କର ନାଁ ଘୋଷଣା ହୋଇଛି। ଭାରତୀୟ ବାଳ କଲ୍ୟାଣ ପରିଷଦ ପକ୍ଷରୁ ହୋଇଥିବା ଏହି ତାଲିକାରେ ଓଡ଼ିଶାରୁ ୩ଜଣ ସାମିଲ ହୋଇଛନ୍ତି। ସେମାନେ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ପୂର୍ଣ୍ଣିମା ଗିରି, ସବିତା ଗିରି ଓ ଅନୁଗୁଳର ଶ୍ରୀମନ୍ତି ବଦ୍ରା ନିପାଣିଆ ଡଙ୍ଗାବୁଡ଼ି ଘଟଣାରେ ଦୁଇ ଭଉଣୀ ପୂର୍ଣ୍ଣିମା ଗିରି ଓ ସବିତା […]
ଭୁବନେଶ୍ୱର: ବରଗଡ଼ରେ କ୍ୟାନ୍ସର ହସ୍ପିଟାଲ ପ୍ରତିଷ୍ଠା ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦିନିକିଆ ବରଗଡ଼ ଗସ୍ତରେ ଆସିଥିବା ବେଳେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହିତ ବରଗଡ଼ ଜିଲ୍ଲା ମେଡିକାଲ୍କୁ ୩୦୦ ଶଯ୍ୟା ବିଶିଷ୍ଟ କରିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଅବସରରେ ବରଗଡ଼ରେ ଏକ ସାଇନ୍ସ ପାର୍କର ଉଦ୍ଘାଟନ କରିବା ସହିତ ମୋଟ ୧୫୦ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାପରେ ମୁଖ୍ୟମନ୍ତ୍ରୀ ସମ୍ବଲପୁର ଯାଇ ମାଆ ସମଲେଶ୍ୱରୀଙ୍କୁ ଦର୍ଶନ […]
କଟକ: ପିକ୍ନିକ୍ ପାଇଁ ଯାଇଥିବାବେଳେ ମଦ ପିଇ ମହିଳା ପର୍ଯ୍ୟଟକଙ୍କୁ ଦୁର୍ବ୍ୟବହାର ଅଭିଯୋଗ ପରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲା ପୁଲିସ। ବାଙ୍କୀ ଅଂଶୁପା ପର୍ଯ୍ୟଟନସ୍ଥଳୀରେ ଏହି ଘଟଣା ଘଟିଛି। ସ୍ଥାନୀୟ ଅଂଚକଳର କିଛି ଯୁବକ ଗତକାଲି ଅଂଶୁପାକୁ ପିକ୍ନିକ୍ ପାଇଁ ଯାଇଥିଲେ। ସେଠାରେ ଭୋଜିଭାତ କରିବା ସହିତ ମଦ ପିଇ ଉତ୍ପାତ କରିଥିଲେ। ସେଠାକୁ ଆସିଥିବା ମହିଳା ପର୍ଯ୍ୟଟକଙ୍କୁ ଦୁର୍ବବ୍ୟବହାର କରିଥିବା ମଧ୍ୟ ଅଭିଯୋଗ ହୋଇଛି। ଖବର ପାଇବା ପରେ ପୁଲିସ ସେଠାରେ ପହଞ୍ଚି ଉନ୍ମତ୍ତ […]
ଭୁବନେଶ୍ୱର: ରାଜ୍ୟ କଂଗ୍ରେସର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିବା ବେଳେ ବରିଷ୍ଠ କଂଗ୍ରେସ ନେତା ଦିଗ୍ବିଜୟ ସିଂହ ଏଥିରେ ଯୋଗ ଦେଇଛନ୍ତି। ଏହି ଅବସରରେ ସେ କେନ୍ଦ୍ର ସରକାର ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ୍ଙ୍କୁ ଟାର୍ଗେଟ କରିଛନ୍ତି। କହିଛନ୍ତି ଓଡ଼ିଶାରେ ଜଣେ ପ୍ରଶାସକ ପାଣ୍ଡିଆନ୍ ରାଜ୍ୟ ଚଳାଉଛନ୍ତି। ପାଣ୍ଡିଆନଙ୍କ ଶକ୍ତିକୁ ମୁଁ ଅନ୍ଦାଜ ଲଗାଇ ପାରୁନି। ସେ 5T ସଚିବ ଅଛନ୍ତି। ସବୁ ବିଭାଗକୁ ନିଜ ଅଧୀନକୁ […]
ଭୁବନେଶ୍ୱର: ଏତେ ସଚେତନତା, କଠୋର ଦଣ୍ଡ, ଏସବୁ ପରେ ବି ଥମୁନି ଦୁଷ୍କର୍ମ ଘଟଣା। ପ୍ରତିଦିନ କେଉଁଠି ନା କେଉଁଠି ଦୁଷ୍କର୍ମ ଘଟଣା ସମ୍ନାକୁ ଆସୁଛି। ଏବେ ସୁନ୍ଦରଗଡ଼ ଭଷ୍କା ଥାନା ଅଞ୍ଚଳରୁ ଆସିଛି ଲଜ୍ଜାଜନକ ଖବର। ଘରେ ଏକୁଟିଆ ପାଇଁ ୭ ବର୍ଷର ଶିଶୁ କନ୍ୟାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଘଟଣା ପରେ ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚରା କରୁଛି ପୁଲିସ୍। ସ୍ଥାନୀୟ ଅଞ୍ଚଳରେ ରହୁଥିବା ପୀଡ଼ିତାଙ୍କ ସହ ସେହି ଗାଁର ଜଣେ ଯୁବକ ଦୁଷ୍କର୍ମ […]
ଭଦ୍ରକ: ପାଖାପାଖି ୫ ଘଣ୍ଟା ପରେ ସମୁଦ୍ରରୁ ଉଦ୍ଧାର ହେଲା ସରକାରୀ ଯାତ୍ରୀବାହୀ ଲଞ୍ଚ୍। ଘନ କୁହୁଡ଼ି ଯୋଗୁ ବାଟବଣା ହୋଇଥିବା ଲଞ୍ଚକୁ ଉଦ୍ଧାର କରିଛି ଧାମରା ମେରାଇନ୍ ପୁଲିସ୍। ଆଜି ସକାଳୁ ଲଞ୍ଚଟି ପ୍ରାୟ ୨୫ ଜଣ ଯାତ୍ରୀଙ୍କୁ ଧରି କେନ୍ଦ୍ରାପଡ଼ା ଜିଲ୍ଲା ତାଳଚୁଆ ଘାଟରୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ବ୍ରାହ୍ମଣୀ-ବୈତରଣୀ ମୁହାଣ ଦେଇ ଚାନ୍ଦବାଲି ଅଭିମୁଖେ ଯାଉଥିବା ବେଳେ ଘନ କୁହୁଡ଼ି ଯୋଗୁ ଲଞ୍ଚଟି ବାଟବଣା ହୋଇଯାଇଥିଲା। ଆଉ […]
ଭୁବନେଶ୍ୱର: ଶିଖ୍ ଯୁବକ ପରବିନ୍ଦର ପାଲ୍ ସିଂଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୁକ୍ତମାନଙ୍କୁ ତୁରନ୍ତ ଜାମିନ ମିଳିବା ନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ। ପୁଲିସ ଏତଲାରେ କୋହଳ ଦଫା ଲଗାଇଥିବାରୁ ଅଭିଯୁକ୍ତମାନଙ୍କୁ ଜାମିନ ମିଳିଥିବା ସେ କହିଛନ୍ତି। ଆକ୍ରମଣରେ ପରବିନ୍ଦର ଗୁରୁତର ଆହତ ହେବା ସହ ତାଙ୍କ ଆଖିରେ ଗୁରୁତର ଆଘାତ ଲାଗିଥିଲେ ମଧ୍ୟ ପୁଲିସ ୩୦୭ ଦଫା ବଦଳରେ ୩୨୩ ଓ ୩୪୧ ଦଫା ଲଗାଇଥିଲା। ଏପରିକି ପରବିନ୍ଦର ତାଙ୍କ ଜୀବନ […]