• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

aliance
ସୁରତ ପରେ ଏବେ ବାରାଣସୀକୁ ଉଡ଼ିବ ବିମାନ

ଭୁବନେଶ୍ୱର: ସୁରତ ପରେ ଏବେ ବାରାଣସୀକୁ ଉଡ଼ିବ ବିମାନ। ଆସନ୍ତା ୩୧ ତାରିଖରୁ ଭୁବନେଶ୍ୱରରୁ ବାରାଣସୀକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ। ୭୦ ସିଟ୍ ବିଶିଷ୍ଟ ଆଲିଆନ୍ସ ଏୟାରର ବିମାନ ସବୁ ଦିନ ଉଡ଼ିବ। ଭୁବନେଶ୍ୱରରୁ ଦିନ ୧୨ଟା ୧୫ ମିନିଟ୍‌ରେ ଛାଡ଼ି ୨ଟା ୫ରେ ବାରାଣସୀରେ ପହଞ୍ଚିବ। ପୁଣି ଅପରାହ୍ନ ୨ଟା ୩୦ରେ ବାରାଣସୀରୁ ଛାଡ଼ି ୪ଟା ୨୦ରେ ଭୁବନେଶ୍ୱରରେ ପହଞ୍ଚିବ। ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ଭି.ଭି. ରାଓ ଏହି ସୂଚନା ଦେଇଛନ୍ତି।

  • Friday, 23 July 2021
ran
ବର୍ଷା: ଆଜିଠାରୁ ୨ ଦିନ ଯାଏ ଭିଜିବ ଓଡ଼ିଶା

ଭୁବନେଶ୍ୱର ଆଜିଠାରୁ ୨ ଦିନ ଯାଏ ଭିଜିବ ଓଡ଼ିଶା। ରାଜ୍ୟରେ ୨ଦିନ ଧରି ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆଜି ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳର କିଛି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଏହାସହ ଉତ୍ତର ଓ ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟ ସାମାନ୍ୟ ବର୍ଷା […]

  • Friday, 23 July 2021
odisha-prangyan-pana-medha-1
ଗଣତନ୍ତ୍ର ଦିବସ ପରେଡ଼ରେ ଓଡ଼ିଶାର ରୁକୁଣା ରଥ ମେଢ଼କୁ ମିଳିଲା ଦ୍ୱିତୀୟ ସ୍ଥାନ

ଭୁବନେଶ୍ୱର: ଏଥର ଗଣତନ୍ତ୍ର ଦିବସ ପରେଡ଼ରେ ଓଡ଼ିଶା ପକ୍ଷରୁ ପ୍ରଦର୍ଶିତ ପ୍ରଜ୍ଞାପନ ମେଢ଼କୁ ମିଳିଛି ପୁରସ୍କାର। ଲିଙ୍ଗରାଜ ମନ୍ଦିର ଓ ରୁକୁଣା ରଥର ପ୍ରତିକୃତିକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ମେଢକୁ ଦ୍ୱିତୀୟ ଶ୍ରେଷ୍ଠ ମେଢ଼ ଭାବେ ପୁରସ୍କାର ମିଳିଛି। ଆଜି ରାଷ୍ଟ୍ରୀୟ ରଙ୍ଗଶାଳା ଶିବିରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ପୁରସ୍କାର ଦେବେ ବୋଲି ପ୍ରଜ୍ଞାପନ ମେଢ଼ର ଡିଜାଇନର ଶିଳ୍ପୀ ଗଜେନ୍ଦ୍ର ସାହୁ ଏହି  ସୂଚନା ଦେଇଛନ୍ତି। ପ୍ରତିଷ୍ଠିତ ଶିଳ୍ପୀ ଗଜେନ୍ଦ୍ର ସାହୁ ଓ […]

  • Friday, 23 July 2021
bpd-10-1
ବାହାଘର ଭୋଜି ଖାଇ ଏଇ ଅବସ୍ଥା: ୬୦ ଅସୁସ୍ଥ ହେଲେ

ବାରିପଦା(ମାଣିକଲାଲ ପାଣି): ବାରିପଦା ଷ୍ଟେସନ ବଜାର ଅଞ୍ଚଳରେ ଗତରାତିରେ ଏକ ବାହାଘର ଭୋଜି ଖାଇ ୬୦ରୁ ଅଧିକ ଅସୁସ୍ଥ ହୋଇ ପଡ଼ିଥିଲେ। ସମସ୍ତ ଅସୁସ୍ଥଙ୍କୁ ବାରିପଦା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ସେଠାରେ ସମସ୍ତେ ବିପଦମୁକ୍ତ ଥିବା ମେଡିକାଲ ପକ୍ଷରୁ କୁହାଯାଇଛି।  ସେମାନଙ୍କ ମଧ୍ୟରୁ ଅନେକ ଲୋକ ଆଜି ସକାଳୁ ଘରକୁ ଫେରିଥିବା ଜଣାପଡ଼ିଛି। ଗତକାଲି ବାହାଘରରେ ଭୋଜି ଖାଇବା ପରେ ହଠାତ୍ ୬୦ରୁ ଅଧିକ ଲୋକ ବାନ୍ଦି କରିଥିଲେ। ଏଥିସହିତ ସେମାନଙ୍କର ପେଟବ୍ୟଥା ଆରମ୍ଭ ହୋଇଥିଲା। […]

  • Friday, 23 July 2021
mother
ସୀମା ପାର ହେଲା ସାବତ ମାଆର ଅମାନବିକତା

ରାୟଗୁଡ଼ା:ସୀମା ପାର ହେଲା ସାବତ ମାଆର ଅମାନବିକତା। ପ୍ୟାଣ୍ଟରେ ଛୁଆ ଝାଡ଼ା କରିବା ପରେ ବୁଝାଇବା ପରିବର୍ତ୍ତେ କଡ଼ା ଶାସ୍ତି ଦେଇଛି ମାଆ। ଏପରି କିଛି ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ ଉକୁମ୍ବା ଅଞ୍ଚଳରେ। ସ୍ଥାନୀୟ ଅଞ୍ଚଳର ଜଣେ ମହିଳା ତାଙ୍କ ପୁଅକୁ ଚେଙ୍କ ଦେଇଥିବା ନେଇ ଫଟୋ ସୋଶାଲ୍‌ ମିଡିଆରେ ଭାଇରାଲ ହୋଇଥିଲା। ଏନେଇ ଶିଶୁ ସୁରକ୍ଷା ୟୁନିଟ୍ ଅନୁସନ୍ଧାନ କରିବା ସହ ଥାନାରେ ଏତଲା କରିଥିଲେ। ଖବର ପାଇଁ ପୁଲିସ୍ ଅଭିଯୁକ୍ତ […]

  • Friday, 23 July 2021
asit
ଆଜି ବସିବ ପଦୋନ୍ନତି ଅଦାଲତ

ଭୁବନେଶ୍ୱର: ଆଜି ବସିବ ପଦୋନ୍ନତି ଅଦାଲତର ପ୍ରଥମ ରାଉଣ୍ଡ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଶୁଣାଣି କରିବେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ସକାଳ ୧୦ଟାରେ ବସିବାକୁ ଥିବା ଏହି ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ଏବଂ ଯୋଜନା ବିଭାଗ ପଦନ୍ନୋତି ମାମଲାର ଶୁଣାଣି ହେବ। ସେହିଭଳି ଉନ୍ନୟନ କମିଶନର ସୁରେଶ ମହାପାତ୍ର ଗୋପବନ୍ଧୁ ଏକାଡେମୀରେ, ପ୍ରଦୀପ୍ତ କୁମାର ମହାପାତ୍ର କୃଷି ଭବନ ଅଡିଟୋରିୟମରେ, ଆର.କେ ଶର୍ମା କଳିଙ୍ଗ ଷ୍ଟାଡିୟମ କନଫରେନ୍ସ ହଲରେ ଶୁଣାଣି କରିବେ। […]

  • Friday, 23 July 2021
corona
କରୋନା ଭାଇରସ୍‌ ମୁକାବିଲା ପାଇଁ ରାଜ୍ୟ ସରକରାଙ୍କ ତତ୍ପରତା

ନୂଆଦିଲ୍ଲୀ: କରୋନାରୁ ମୁକାବିଲା ପାଇଁ ତତ୍ପରତା ଦେଖାଇଛନ୍ତି ରାଜ୍ୟ ସରକାର। ଏନେଇ ଆଜି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ସବୁ ଜିଲ୍ଲା ଚିକିତ୍ସାଧିକାରୀଙ୍କ ସହ ଆଲୋଚନା କରିବେ। କରୋନାକୁ ନେଇ ଜିଲ୍ଲା ଚିକିତ୍ସାଳୟରେ କ’ଣ ସବୁ ବ୍ୟବସ୍ଥା ହୋଇଛି ? ସ୍ୱତନ୍ତ୍ର ୱାର୍ଡ ଖୋଲିବା ଏବଂ ଲୋକଙ୍କୁ ଏହି ସକ୍ରମଣ ସମ୍ପର୍କରେ ଅବଗତ କରିବାକୁ ବୈଠକରେ ଆଲୋଚନା ହେବ।  ଗତକାଲି କରୋନା ସ୍ଥିତି ସମୀକ୍ଷା ପାଇଁ କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ଅନ୍ୟପଟେ ଚୀନ୍‌ର […]

  • Friday, 23 July 2021
save
କଲେଜ୍ ଅଧ୍ୟାପକ ଘରୋଇ କୋଚିଂ ଦେଲେ ନିସ୍ତାର ନାହିଁ

ଭୁବନେଶ୍ୱର: ସରକାରୀ କିମ୍ବା ଅଣସରକାରୀ କଲେଜ  ଅଧ୍ୟାପକ ହୋଇ ଘରୋଇ କୋଚିଂ ଦେଉଥିଲେ କଡ଼ା କାର୍ଯ୍ୟାନୁଷ୍ଠାନ କରିବ ଉଚ୍ଚ ଶିକ୍ଷା ବିଭାଗ। ଏପରି ଅଧ୍ୟାପକଙ୍କ  ଉପରେ କଡ଼ା ନଜର ରଖିଛି ଉଚ୍ଚ ଶିକ୍ଷା ବିଭାଗ। ସେମାନଙ୍କ ତାଲିକା ମଧ୍ୟ ପ୍ରସ୍ତୁତ କରି ସାରିଲାଣି। କିଛିଦିନ ତଳେ ଅଭିଭାବକ ସଂଘର ଏକ ସମ୍ମିଳନୀରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଘରୋଇ କୋଚିଂ ଦେଉଥିବା ଅଧ୍ୟାପକଙ୍କୁ ତାଗିଦ୍ କରିଥିବା ପରେ ଏପରି ଅଧ୍ୟାପକଙ୍କ ନାଁ ଥିବା ଏକ ଲମ୍ବା ତାଲିକା ସୋଶାଲ […]

  • Friday, 23 July 2021
bird
ଆଜିଠାରୁ କୁକୁଡାମରା ଅଭିଯାନ; ବନ୍ଦ ରହିବ ନନ୍ଦନକାନନ ପକ୍ଷୀ ବିହାର

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେବ କୁକୁଡାମରା ଅଭିଯାନ। ଭୁବନେଶ୍ୱର ଶିରିପୁର ସ୍ଥିତ OUAT କ୍ୟାଂପସ୍ ଭିତରେ ଥିବା ଫାର୍ମରେ ବାର୍ଡ ଫ୍ଲୁ ଚିହ୍ନଟ ପରେ କୁକୁଡ଼ା ମାରିବାକୁ ନିଷ୍ପତ୍ତି ହୋଇଛି। ଏହି ଫାର୍ମର କୁକୁଡ଼ା ସାମ୍ପଲକୁ ଭୋପାଳ ଟେଷ୍ଟିଂ ଲ୍ୟାବ୍‌କୁ ପଠାଯାଇଥିଲା। ସାମ୍ପଲ୍ ପଜେଟିଭ୍ ଚିହ୍ନଟ୍ ହେବା ପରେ ଏବେ କୁକୁଡ଼ା ମରା ଅଭିଯାନ ଆରମ୍ଭ ହେବ। ବାର୍ଡ ଫ୍ଲୁ ନେଇ ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯାଇଥିବା OUAT ପାଥୋଲୋଜି ବିଭାଗ ମୁଖ୍ୟ ସୁଶେନ୍ ପଣ୍ଡା ସୂଚନା […]

  • Friday, 23 July 2021
dd
୧୧ ଓଡ଼ିଆ ପାଇବେ ପଦ୍ମ ପୁରସ୍କାର; ମନୋଜ ଦାସଙ୍କୁ ପଦ୍ମଭୂଷଣ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସର ଗୋଟିଏ ଦିନ ପୂର୍ବରୁ ଆଜି ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଏଥର ପଦ୍ମ ପୁରସ୍କାର ପାଇବେ ୧୧ଜଣ ଓଡ଼ିଆ। ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କୁ ପଦ୍ମଭୂଷଣରେ ସମ୍ମାନିତ କରାଯିବ। ସେହିଭଳି ସଦ୍ୟ ମୃତ୍ୟୁବରଣ କରିଥିବା ପ୍ରସିଦ୍ଧ ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କୁ ମରୋଣତ୍ତର ଭାବେ ପଦ୍ମଶ୍ରୀ ପ୍ରଦାନ କରାଯାଇଛି। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏଥର ୨୧ଜଣଙ୍କୁ ମିଳିବ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର।  ଏଥର ମୋଟ ୧୦ଜଣ ଓଡ଼ିଆଙ୍କୁ ପଦ୍ମ […]

  • Friday, 23 July 2021
police
ଓଡ଼ିଶାରୁ ୨୯ ଜଣ ପୁଲିସ୍‌ ମେଡାଲ୍‌ ପାଇବେ

ଭୁବନେଶ୍ୱର: ଗଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ପୁଲିସ ମେଡାଲ ଘୋଷଣା ହୋଇଛି। ୩ଟି ବର୍ଗରେ ଓଡ଼ିଶାରୁ ମୋଟ ୨୯ ଜଣ ଏହି ମେଡାଲ ପାଇବେ। ସାହସିକତା ପାଇଁ ୧୬ ଜଣ ପୁଲିସ କର୍ମଚାରୀ ଏହି ମେଡାଲ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେହିଭଳି ବିଶିଷ୍ଟ ସେବା କ୍ଷେତ୍ରରେ ୨ ଜଣ ଏବଂ ଉଲ୍ଲେଖନୀୟ ସେବା କ୍ଷେତ୍ରରେ ୧୧ଜଣ ପୁଲିସଙ୍କୁ ମେଡାଲ ପ୍ରଦାନ କରାଯିବ। ଏଡିଜି ଆର୍.ପି କୋଚେ ଏବଂ ଭିଜିଲାନ୍ସ ASI ମନୋରଂଜନ ସାମଲଙ୍କୁ ବିଶିଷ୍ଟ ସେବା […]

  • Friday, 23 July 2021
jhiahebata-emiti
ଏହି ଝିଅମାନଙ୍କ ବିଷୟରେ ଜାଣିଲେ ଗର୍ବରେ ଫୁଲି ଉଠିବ ଛାତି

ଭୁବନେଶ୍ୱର: “ହମ୍ ଭି କିସି ସେ କମ୍ ନେହିଁ।” ସବୁ କ୍ଷେତ୍ରରେ ଆଜି ଏ ଉକ୍ତିକୁ ପ୍ରମାଣିତ କରିଛନ୍ତି କନ୍ୟାରତ୍ନ। କିଏ ସମାଜର ରୁଢ଼ିବାଦୀ ମାନସିକତା ସହ ଲଢ଼ି ନିଜ ପାଇଁ ଜାଗାଟିଏ ତିଆରି କରିଛନ୍ତି ତ ଆଉ କିଏ ପୁଣି ପରିବାରରୁ ପୂରା ସହଯୋଗରେ ସଫଳତାର ଶିଖର ଛୁଇଁଛନ୍ତି। ଆଜି ଜାତୀୟ କନ୍ୟା ଦିବସରେ ଜାଣିବା ଏମିତି କିଛି ସଫଳ କନ୍ୟାରତ୍ନଙ୍କ କାହାଣୀ। ଗଜପତି ଏସ୍‌ପି ସାରା ଶର୍ମା କଥା ଜାଣନ୍ତୁ। ଗୀତ ଗାଇବାର ରୁଚି […]

  • Friday, 23 July 2021
srum
ଚେତିଲା ଶ୍ରୀମନ୍ଦିର ପ୍ରଶାସନ; ୪ ଦ୍ୱାରରେ ସୁରକ୍ଷାକର୍ମୀଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ

ପୁରୀ:  ବାହାରୁ ଆସିଥିବା ଅଙ୍ଗାରରେ ପ୍ରଭୁ ଜଗନ୍ନାଥଙ୍କ ମହାପ୍ରସାଦ ରୋଷେଇ ହେଉଥିବା ନେଇ ଓଟିଭିରେ ଖବର ପ୍ରକାଶ ପାଇଥିଲା। ଏହା ପରେ ଚେତିଛି ଶ୍ରୀମନ୍ଦିର ନୀତି ପ୍ରଶାସକ। ବାହାରୁ ଯେପରି କୌଣସି ଅଙ୍ଗାର ନଯିବ, ସେଥିପ୍ରତି ୪ ଦ୍ୱାରରେ ସତର୍କ ଦୃଷ୍ଟି ରଖିବାକୁ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ଶ୍ରୀମନ୍ଦିର ରୋଷଶାଳା ପ୍ରବେଶ ପଥରେ ସୁପରଭାଇଜର୍ ଓ କମାଣ୍ଡରଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ। ସେହିପରି ଉଷୁନା ଚାଉଳ, ପାମୋଲିନ ତେଲ ସହ ପଚା […]

  • Friday, 23 July 2021
manri
ଡିଗ୍ରୀ କଲେଜ ଗଭର୍ଣ୍ଣିଂ ବଡି ଭାଙ୍ଗିଲେ ରାଜ୍ୟ ସରକାର

ଭୁବନେଶ୍ୱର: ଡିଗ୍ରୀ କଲେଜ ଗଭର୍ଣ୍ଣିଂ ବଡି ଭାଙ୍ଗିଲେ ରାଜ୍ୟ ସରକାର। ଏନେଇ ବିଜ୍ଞପ୍ତି ଜାରି କରିଛି ଉଚ୍ଚ ଶିକ୍ଷା ବିଭାଗ। ଏଥିରେ କୁହାଯାଇଛି ଯେ, ଜିଲ୍ଲା ମୁଖ୍ୟାଳୟରେ ଥିବା କଲେଜର ସଭାପତି ହେବେ ଏଡିଏମ୍ ବା ଆଡିସନାଲ ଡିଷ୍ଟ୍ରିଟ ମାଜିଷ୍ଟ୍ରେଟ। ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଏଡିଏମ୍ ହିଁ କଲେଜ ସଭାପତି ରହିବେ। ଏକାଧିକ ଏଡିଏମ୍ ଥିଲେ ଜିଲ୍ଲାପାଳ ଜଣେ ଏଡିଏମ୍‌ଙ୍କୁ ଦାୟିତ୍ୱ ଦେବେ। ସେହିଭଳି ସଦର ମହକୁମା ବାହାରେ ଥିବା କଲେଜର ମୁଖ୍ୟ ହେବେ ଉପଜିଲ୍ଲାପାଳ। ନିର୍ଦ୍ଦେଶନାମା […]

  • Friday, 23 July 2021
burning
ଘରୁ ଡାକିଆଣି ଯୁବକଙ୍କ ଦେହରେ ନିଆଁ ଲଗାଇ ଦେଲେ

ଭଞ୍ଜନଗର: ଘରୁ ଡାକି ଆଣି ଜଣେ ଯୁବକଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଦୁଇ ଦୁର୍ବୃତ୍ତ। ଏପରି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲାରେ ଘଟିଛି। ପୂର୍ବ ଶତ୍ରୁତାରୁ ଏପରି ଘଟଣା ଘଟିଥିବା ପୁଲିସ ପ୍ରାଥମିକ ଅନୁସନ୍ଧାନରୁ ଜାଣିବାକୁ ପାଇଛି। ଆଜି ଦିନ ଦି’ ପ୍ରହରରେ ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ ଧୁମୁଛାଇ ଗାଁର ସନ୍ତୋଷ ନାୟକ ଘରେ ଥିଲେ। ଦୁଇ ଜଣ ଦୁର୍ବୃତ୍ତ ତାଙ୍କୁ ଘରୁ ଡାକି ଆଣିଥିଲେ। ଗାଁ ମଝିରେ ଥିବା ବିଶ୍ରାମାଗାର ନିକଟରେ କୌଣସି […]

  • Friday, 23 July 2021
loot
ବନ୍ଧୁକ ଦେଖାଇ ୨୩ ଲକ୍ଷ ଲୁଟିନେଲେ ୪ ଦୁର୍ବୃତ୍ତ

ଖୋର୍ଦ୍ଧା: ଫିଲ୍ମ ଷ୍ଟାଇଲରେ ବନ୍ଧୁକ ଦେଖାଇ ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କା। ଲକ୍ଷେ କି ଦି ଦୁଇ ଲକ୍ଷ ନୁହେଁ ଏକାଥରକେ ୨୩ ଲକ୍ଷ ଟଙ୍କା ଲୁଟି ନେଲେ ୪ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଟାଉନ୍‌ରେ।   ଏକ ଘରୋଇ ସଂସ୍ଥାର ଏଜେଣ୍ଟ ନିକଟସ୍ଥ ବ୍ୟାଙ୍କକୁ ଜମା କରିବାକୁ ଯିବାବେଳେ ଲୁଟ୍‌ର ଏଭଳି ଶିକାର ହୋଇଛନ୍ତି। ଏହି ୪ ଦୁର୍ବୃତ୍ତ ଏଜେଣ୍ଟଙ୍କ ବାଇକ୍ ଆଗରେ ବାଇକ୍ ରଖି ଟଙ୍କା ବ୍ୟାଗ୍ ଝାମ୍ପିନେଇଛନ୍ତି। ଟାଉନ୍ ଥାନାରେ […]

  • Friday, 23 July 2021
ofc
ଏପ୍ରିଲ ପହିଲାରୁ ଘଣ୍ଟାକରେ ମିଳିବ ଜମି କାଗଜପତ୍ର

ଭୁବନେଶ୍ୱର: ଏପ୍ରିଲ ପହିଲାରୁ ଘଣ୍ଟାକରେ ମିଳିବ ଜମି କାଗଜପତ୍ର। ସବରେଜିଷ୍ଟ୍ରାର ଅଫିସରେ ପଞ୍ଜୀକରଣ କରିବା ପରେ ସେହିଦନ ଅପରାହ୍ନରେ ହିଁ ଆପଣଙ୍କୁ ଆପଣଙ୍କର ଜମି କାଗଜପତ୍ରର ସମସ୍ତ ତଥ୍ୟ ମିଳିଯିବ। ଫେବ୍ରୁଆରୀ ୧୦ରେ ‘ମୋ ସରକାର’ ଅଧୀନକୁ ଆସିବ ରାଜସ୍ୱ ବିଭାଗ। ଏଥିସହିତ ଓଡ଼ିଶା ରାଇଟ୍ ଟୁ ପବ୍ଲିକ ସର୍ଭିସ୍‌ରେ ଯେଉଁ ସବୁ ମାମଲା ରହିଛି ତାହାକୁ ଫେବ୍ରୁଆରୀ ୫ ସୁଦ୍ଧା ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ତହସିଲଦାରଙ୍କ କାମ ବାକି ଅଛି, ସେମାନଙ୍କ ଛୁଟି […]

  • Friday, 23 July 2021
mmf
ଖୋଲୁଛି ବାଂଲା ସେକ୍ସ ରାକେଟ୍‌ର ଗୋଟିଏ ପରେ ଗୋଟିଏ ଫର୍ଦ୍ଦ; ଏଥର ଧରାପଡ଼ିଲା ଇଏ

ଭୁବନେଶ୍ୱର: ଭୁବନେଶ୍ୱରରେ କେମିତି ଚେର ମେଲାଇଥିଲା ବାଂଲାଦେଶୀ ସେକ୍ସ୍  ରାକେଟ୍ ? କେମିତି ତିଆରି ହେଉଥିଲା ନକଲି ଡକ୍ୟୁମେଣ୍ଟ, କେମିତି ଯୋଗାଡ଼ ହେଉଥିଲେ ଗରାଖ ? କିଙ୍ଗପିନ୍ ଅଞ୍ଜଳି ଓ ଇବ୍ରାହିମ ଧରାପଡ଼ିବା ପରେ ଏସବୁର ଗୁମର ଖୋଲିବାକୁ ଜୋରଦାର ଚେଷ୍ଟା ଚଳାଇଛି କ୍ରାଇମବ୍ରାଞ୍ଚ । ସେପଟେ ଏହି ରାକେଟ୍‌ର ୩ ଦଲାଲଙ୍କୁ ଗିରଫ କରି ଆଜି ପୁଲିସ କୋର୍ଟ ଚାଲାଣ କରିଛି। ବାଂଲା ସେକ୍ସ ରାକେଟ୍‌ର ଗୋଟିଏ ପରେ ଗୋଟିଏ ଫର୍ଦ୍ଦଫାସ୍‌ ହେଉଛି। ସାମ୍ନାକୁ ଆସୁଛି […]

  • Friday, 23 July 2021
gg
ଯାଜପୁର ଦୁଷ୍କର୍ମ ପୀଡ଼ିତାଙ୍କ କୋହଭରା ବୟାନ: ମୋତେ ମିଠା ଖୁଆଇ...

ଭୁବନେଶ୍ୱର: “ମୋ ଆଖି ବନ୍ଦ କରି ତାଙ୍କ ଦିଦିଙ୍କ ଘରକୁ ନେଇଗଲେ। ତାଙ୍କ ଭଉଣୀ ଘର କଟକରେ। ମୋତେ ମିଠା ଖାଇବାକୁ ଦିଅନ୍ତି, ନଖାଇଲେ ମାରନ୍ତି। ମିଠା ଖାଇବା ପରେ କଣ ହୁଏ ଜାଣିପାରେନି, ମୁଣ୍ଡ ବୁଲାଏ ଓ ସକାଳ ହେଲେ ଜାଣିପାରେ। ମୋ ଦେହରେ ଡ୍ରେସ୍‌ ନଥାଏ। ଦେହରେ ପାଣି ଢାଳି ଦିଅନ୍ତି। ଯେଉଁଠି ରଖୁଥିଲେ, ସେ ଘରେ ପୁଲିସ ବି ଥିଲା। ତାଙ୍କ ଭଉଣୀ ଓ ଭିଣୋଇ ପୁଲିସରେ ଅଛନ୍ତି। ମୋ ସହ ଖରାପ […]

  • Friday, 23 July 2021
sukhili
ବାହାରୁ ଆସୁଥିବା ଅଙ୍ଗାରରେ ରନ୍ଧା ହେଉଛି ମହାପ୍ରସାଦ; ଅବଢ଼ା ପାଇଁ ଘିଅ ବଦଳରେ...

ପୁରୀ: ସ୍ୱତନ୍ତ୍ର ନୀତି ଓ ପରମ୍ପରାରେ ଚାଲୁଥିବା ଶ୍ରୀମନ୍ଦିରରେ ବି ହେଉଛି ନିୟମ ଉଲ୍ଲଂଘନ। ଯାହାର ପୁଣି ଏକ ଜୀବନ୍ତ ପ୍ରମାଣ ସାମ୍ନାକୁ ଆସିଛି। ମହାପ୍ରଭୁଙ୍କ ପାଇଁ ମହାପ୍ରସାଦ ପ୍ରସ୍ତୁତ ହେଉଥିବା ରୋଷଶାଳାକୁ ଜାଳେଣି ପାଇଁ ବାହାରୁ ଯାଉଛି ଅଙ୍ଗାର। ସୁଆର ସେବକ ଏହାକୁ ସମ୍ପୂର୍ଣ୍ଣ ଅଗ୍ରାହ୍ୟ କରୁଥିବା ବେଳେ କ୍ଷୁବ୍ଧ ହୋଇଛନ୍ତି ଜଗନ୍ନାଥପ୍ରେମୀ। ପୂରା ପ୍ରସଙ୍ଗରେ କିନ୍ତୁ ଚୁପ୍ ମନ୍ଦିର ପ୍ରଶାସନ। ବାହାରୁ ଯାଉଥିବା ଏଣୁତେଣୁ ସଂଗୃହୀତ ଅଙ୍ଗାରରେ ରନ୍ଧା ଯାଉଛି ମହାପ୍ରସାଦ। କୋଟି କୋଟି […]

  • Friday, 23 July 2021
sarba
ବେଆଇନ ଘର ନିର୍ମାଣକାରୀଙ୍କ ପାଇଁ ସତର୍କ ଘଣ୍ଟି; ସରୁଛି ସମୟ, ଭଙ୍ଗାଯିବ ଘର

ଭୁବନେଶ୍ୱର: ବେଆଇନ ଘର ନିର୍ମାଣକାରୀଙ୍କ ପାଇଁ ସତର୍କ ଘଣ୍ଟି। ବିନା ଅନୁମୋଦନ ଓ ଆଇନ ବହିର୍ଭୂତ ନିର୍ମାଣ କରି ସର୍ବକ୍ଷମାରେ ଆବେଦନ କରିନଥିଲେ ଭୋଗିବାକୁ ପଡ଼ିବ ଚରମ ପରିଣାମ। କାରଣ ଆସନ୍ତାମାସ ୫ ତାରିଖରେ ସରିଯାଉଛି ଆବେଦନର ଅବଧି। ଏହାପରେ ବେଆଇନ ଭାବେ ନିର୍ମାଣ ହୋଇଥିବା ବ୍ୟାବସାୟିକ ପ୍ରତିଷ୍ଠାନ, ଆପାର୍ଟମେଣ୍ଟ ଓ ବ୍ୟକ୍ତିଗତ ନିର୍ମାଣ ବିରୋଧରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) କରିବ କାର୍ଯ୍ୟାନୁଷ୍ଠାନ। ଏଭଳି ସମ୍ପତ୍ତିକୁ ସିଲ୍‌ କରାଯିବ, ନଚେତ୍ ଭଙ୍ଗା ଯିବ। କାରଣ ୨୦୧୮ […]

  • Friday, 23 July 2021
df
ହଙ୍ଗର ଫ୍ରି ଓଡ଼ିଶା: ରାଜ୍ୟରେ କେହି ଆଉ ଭୋକିଲା ରହିବେ ନାହିଁ

ଭୁବନେଶ୍ୱର: ଓଡ଼ିଶାରେ କୌଣସି ଗରିବ ଭୋକରେ ରହିବେ ନାହିଁ। ସେହି ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି ହଙ୍ଗର ଫ୍ରି ଓଡ଼ିଶା। ବିବାହ-ଭୋଜିରୁ ବଳି ପଡ଼ୁଥିବା ଖାଦ୍ୟର ସଦ୍‌ବିନିଯୋଗ ପାଇଁ ଏପରି ପ୍ରୟାସ ଆରମ୍ଭ କରିଛି “ସୋ ଆମ୍‌ ଆଇ ଫାଉଣ୍ଡେସନ” ଓ “ରୋଟାରୀ ଇଣ୍ଟରନ୍ୟାସନାଲ୍”। ହଙ୍ଗର ଫ୍ରୀ ଓଡ଼ିଶା ପାଇଁ ଆସନ୍ତା ଫେବ୍ରୁଆରୀ ଶେଷ ସୁଦ୍ଧା ଭଦ୍ରକ, ବ୍ରହ୍ମପୁର, ଭବାନୀପାଟନା, କେନ୍ଦୁଝର, କଟକ, ବାଲେଶ୍ୱର ଓ ଯାଜପୁରରେ ଗୋଟିଏ ଲେଖାଏଁ କାର୍ଯ୍ୟକ୍ରମ କରାଯିବ। ଆଜି ଭୁବନେଶ୍ୱରରେ ଏକ ସାମ୍ବାଦିକ […]

  • Friday, 23 July 2021
hk
ଧରାପଡ଼ିଲା ୧୦୦ କୋଟି ଟଙ୍କାର ଜିଏସ୍‌ଟି ଠକେଇ; ଦୁଇ ଗିରଫ

ରାଉରକେଲା: ରାଉରକେଲାରେ ପୁଣି ବଡ଼ ଧରଣର ଜିଏସଟି ଠକେଇ ରାକେଟର ପର୍ଦ୍ଦାଫାସ ହୋଇଛି। ଜାଲ୍ କାଗଜପତ୍ର ଓ ବ୍ୟାଙ୍କ୍‌ ପାସବୁକ୍ ମାଧ୍ୟମରେ ପ୍ରାୟ ୧୦୦ କୋଟି ଟଙ୍କାର ଇନପୁଟ୍‌ ସବ୍‌ସିଡି ହାତେଇଥିବା ଦୁଇ ଜଣ ଠକଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଜିଏସଟି କମିଶନର ସୁଶୀଲ କୁମାର ଲୋହାନୀ। ଗିରଫ ଦୁଇ ବ୍ୟବସାୟୀ ହେଲେ ରାଉରକେଲାର ଅମିତ ବେରିୱାଲ ଓ ସୁବାସ ଚନ୍ଦ୍ର ସ୍ୱାଇଁ। ଏମାନଙ୍କୁ ଆଜି କୋର୍ଟରେ ହାଜର କରାଯାଇଥିଲା। ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ […]

  • Friday, 23 July 2021
kal
କଠୋର ହେଲେ ନବୀନ: ପୂର୍ବତନ ବିଜେଡି ବିଧାୟକ ଅନାମ ନାୟକଙ୍କୁ ଆରେଷ୍ଟ କଲା ଭିଜିଲାନ୍ସ

ଭବାନୀପାଟଣା: ଦୁର୍ନୀତିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଡ଼ା ଆଭିମୁଖ୍ୟ। ଆଗରୁ ବାବୁ ଏବେ ନବୀନଙ୍କ ନଜରରେ ନେତା। ଦୁର୍ନୀତି ମାମଲାରେ ଆଜି ପୂର୍ବତନ ବିଧାୟକ ଅନାମ ନାଏକ ଗିରଫ ହୋଇଛନ୍ତି। । ଭବାନୀପାଟଣାର ପୂର୍ବତନ ବିଧାୟକ ଅନାମ ନାଏକଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି । ଅନାମଙ୍କୁ ଗିରଫ ନେଇ ଜୟପୁର ଭିଜିଲାନ୍ସ ସୂତ୍ରରୁ ସୂଚନା ମିଳିଛି। ନିକଟରେ ଅନାମଙ୍କ ଘରେ ରେଡ୍ କରିଥିଲା ଭିଜିଲାନ୍ସ। ଭବାନୀପାଟଣାରେ […]

  • Friday, 23 July 2021
school
ଗୋଟିଏ ହତା ଭିତରେ ଦୁଇଟି ସ୍କୁଲ୍, କିନ୍ତୁ ସରକାରୀ ବ୍ୟବସ୍ଥା ଅଲଗା

ଭଦ୍ରକ(ପାର୍ଥ ସାରଥୀ ନାୟକ): ଏ କି ବିଚିତ୍ର ନିୟମ ? ଗୋଟିଏ ହତା ଭିତରେ ଦୁଇଟି ବିଦ୍ୟାଳୟ ଅଛି। ହେଲେ ଗୋଟିଏ ପାଇଁ ସରକାରଙ୍କର ସମସ୍ତ ନିୟମ ଲାଗୁଥିବାବେଳେ ଅନ୍ୟଟି ପାଇଁ କୌଣସି ବ୍ୟବସ୍ଥା ନାହିଁ।  ଡ୍ରେସ, ମଧ୍ୟାହ୍ନ ଭୋଜନ, ଶ୍ରେଣୀ ଗୃହ, ଶୌଚାଳୟ ବ୍ୟବସ୍ଥା ନାହିଁ। ଗୋଟିଏ ହତା ଭିତରେ ଥିବା ଦୁଇଟି ସ୍କୁଲ୍ ପାଇଁ ସରକାରୀ ବ୍ୟବସ୍ଥା କିନ୍ତୁ ଅଲଗା ଅଲଗା। ଧାମନଗର ଜୟନଗରରେ ଥିବା ବିଦ୍ୟାଳୟରେ ସରକାରଙ୍କ ପାତରଅନ୍ତର ନୀତି ଦେଖିବାକୁ ମିଳିଛି। […]

  • Friday, 23 July 2021