Advertisment

ସରକାରୀ ଯୋଜନା କାହା ପାଇଁ?

ଏମିତିରେ ପରିବାରରେ ଚୁଲି ଜଳିବା ମଧ୍ୟ ବହୁ କଷ୍ଟକର ହୋଇପଡୁଛି । ଆଉ ଦେହ ଖରାପ ହେଲେ ପେଟରେ ଓଦାକନା ପକାଇ ଭାଗ୍ୟକୁ ନିନ୍ଦିବା ଛଡା ଅନ୍ୟ ଉପାୟ ମଧ୍ୟ କିଛି ନାହିଁ । ସଂଧ୍ୟା ହେଲେ ଡିବିରି ଆଳୁଅରେ ପୁଅର ପାଠପଢା ଚାଲିଛି

author-image
Sarbeswar
ସରକାରୀ ଯୋଜନା କାହା ପାଇଁ?

Binika House Problem

ବିନିକା: ଗରୀବଙ୍କ ପାଇଁ ସରକାରଙ୍କ କାହିଁ କେତେ ଯୋଜନା ରହିଛି । ଗରୀବଙ୍କ ପାଇଁ ବିଜୁପକ୍କା ଘର,ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମାଗଣା ରାସନ, ଅଳ୍ପ ଟଙ୍କାରେ କିରୋସିନ... ଏମିତି ଅନେକ ମାଳମାଳ ଯୋଜନା କରିଛନ୍ତି ସରକାର। ହେଲେ ଆଜି ବି ଅନେକ ଯୋଗ୍ୟ ହିତାଧିକାରୀ ସରକାରଙ୍କର ଏହି ସବୁ ଯୋଜନାରୁ ବଂଚିତ ରହିଥିବା ଦେଖିବାକୁ ମିଳୁଛି । ଆମେ କହୁଛୁ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅରିଗାଁର ଯଜ୍ଞଙ୍କ କଥା। ଯଜ୍ଞଙ୍କ ପରିବାର ପାଇଁ ସରକାରୀ ଯୋଜନା ସାତ ସପନ ହୋଇଛି । ବାରମ୍ବାର ଦାବି ପରେ ବି କେହି ଶୁଣୁନଥିବା ଅଭିଯୋଗ ହୋଇଛି।

Advertisment

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ବାକିଂର୍ଘିଡି ପଚାଂୟତ ଅରିଗାଁର ସ୍ୱାମୀ ପରିତ୍ୟକ୍ତା ମହିଳା ଯଜ୍ଞ ଭରାସାଗରଙ୍କ ଘରର ଦୃଶ୍ୟ ଯିଏ ଦେଖିବ ସେ ଆଶ୍ଚର୍ଯ୍ୟ ହୋଇଯିବ। ଯଜ୍ଞଙ୍କ ପରିବାର କହିଲେ ଏକମାତ୍ର ସାବତ ପୁଅ କାହ୍ନା । ଯଜ୍ଞ ବରଗଡ ଜିଲ୍ଲା ଭେଡେନ ବ୍ଲକ ଅମିଳିପାଲିରେ ବିବାହ କରିଥିଲେ । ହେଲେ ବିବାହର ଦୁଇମାସ ପରେ ସ୍ୱାମୀ ତାକୁ ଛାଡି କୁଆଡେ ଚାଲିଗଲେ ଯେ ସେ ଆଉ ଘରକୁ ଫେରିଲେ ନାହିଁ । ଦୀର୍ଘ ୨୦ ବର୍ଷ ହେଲା ସେ ତାଙ୍କ ସ୍ୱାମୀକୁ ଅପେକ୍ଷା କରିଛନ୍ତି । ଏପଟେ ଯଜ୍ଞଙ୍କ ବାପା ମା ଆର ପାରିକୁ ଚାଲିଗଲା ପରେ କିଛିଦିନ ପରେ ତାଙ୍କ ବଡ ଭଉଣୀର ବି ମୃତ୍ୟୁ ଘଟିଲା । ଆଉ ବଡ ଭଉଣୀର ମୃତ୍ୟୁ ପରେ ତାଙ୍କ ଏକମାତ୍ର ପୁଅ କାହ୍ନାକୁ ସବୁଦିନ ପାଇଁ ନିଜ କୋଳରେ ଜାଗା ଦେଇଛନ୍ତି ଯଜ୍ଞ। ଆଉ ବିଳରେ କୁଲୀମଜୁରୀ କରି କାହ୍ନାକୁ ଦଶମ ଶ୍ରେୀଣୀରେ ପାଠ ମଧ୍ୟ ପଢାଉଛନ୍ତି।

Advertisment

ଏମିତିରେ ପରିବାରରେ ଚୁଲି ଜଳିବା ମଧ୍ୟ ବହୁ କଷ୍ଟକର ହୋଇପଡୁଛି । ଆଉ ଦେହ ଖରାପ ହେଲେ ପେଟରେ ଓଦାକନା ପକାଇ ଭାଗ୍ୟକୁ ନିନ୍ଦିବା ଛଡା ଅନ୍ୟ ଉପାୟ ମଧ୍ୟ କିଛି ନାହିଁ । ସଂଧ୍ୟା ହେଲେ ଡିବିରି ଆଳୁଅରେ ପୁଅର ପାଠପଢା ଚାଲିଛି । ହେଲେ ଏମାନଙ୍କ ପାଇଁ ସରକାରୀ ଯୋଜନା ସତେ ଯେମିତି ସାତ ସପନ ହୋଇ ରହିଛି। ପ୍ରତିଦିନ ଏବେ ଭଙ୍ଗା ଦଦରା ଚାଲଘରକୁ ସଜାଡୁଛନ୍ତି ମା ଓ ପୁଅ। ପଲିଥିନ ଢଙ୍କା ଚାଳଘରେ ଶୀତ,ଖରା,ବର୍ଷାକୁ ସହ୍ୟକରି ଦିନରାତି କଟୁଛି। ଆଉ ଘର କେତେ ବେଳେ ଯେ ଭାଙ୍ଗିପଡିବ ତା ଉପରେ ବି ଭରସା ନାହିଁ । କିନ୍ତୁ ଏମାନେ ଯୋଗ୍ୟ ହିତାଧିକାରୀ ହୋଇଥିଲେ ବି କେବଳ ଯଜ୍ଞଙ୍କୁ ୫ ଶହ ଟଙ୍କା ଭତା ମିଳୁଥିବା ବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ବିଜୁପକ୍କା ଘର,ବିଜୁଳି ଆଲୁଅ,ରାସନ,କିରୋସିନ ଆଦି ଜନହିତକାରୀ ଯୋଜନା କିଛି ମିଳୁନାହିଁ।

ବାରମ୍ବାର ତାଙ୍କ ସମସ୍ୟା ପାଇଁ ସରପଂଚ,ବିଡିଓ,ଜିଲ୍ଲାପାଳ ଏବଂ ନେତାମନ୍ତ୍ରୀଙ୍କ ପାଖରେ ଅଭିଯୋଗ କଲାପରେ ବି କୌଣସି ସୁଫଳ ମିଳିନଥିବା ସେ କହିଛନ୍ତି।

Odisha Sonepur Binika House Problem
Advertisment
Advertisment