ଭୁବନେଶ୍ୱର: ସାତକୋଶିଆରୁ ଏବେ ‘କାହ୍ନା’ ଅଭୟାରଣ୍ୟକୁ ଯିବନି ବାଘୁଣୀ ‘ସୁନ୍ଦରୀ’। ମଧ୍ୟପ୍ରଦେଶ କାହ୍ନା ଅଭୟାରଣ୍ୟ ଘୋରେଲାରେ ଏବେ ୨ଟି ବାଘ ଅଛନ୍ତି। ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପରେ ‘ସୁନ୍ଦରୀ’କୁ ସ୍ଥାନାନ୍ତର କରାଯିବ ବୋଲି ଚିଫ୍ ୱାଇଲ୍ଡ ଲାଇଫ୍ ୱାର୍ଡେନ୍ ହରିଶଙ୍କର ଉପାଧ୍ୟାୟ ସୂଚନା ଦେଇଛନ୍ତି। ପୂର୍ବରୁ ମଧ୍ୟପ୍ରଦେଶ ସରକାରଙ୍କୁ ଲେଖିଥିବା ଚିଠିରେ ‘ସୁନ୍ଦରୀ’କୁ ଫେରାଇ ଦେବାକୁ ରାଜ୍ୟ ସରକାର ସହମତି ପ୍ରକାଶ କରିଥିଲେ। ରାଜ୍ୟରେ ବ୍ୟାଘ୍ର ବଂଶ ବୃଦ୍ଧି ପାଇଁ ୨୦୧୮ ମସିହାରେ ରାଜ୍ୟ ସରକାର ମଧ୍ୟପ୍ରଦେଶର […]
ପୁରୀ: ଆଜି ଶ୍ରୀମନ୍ଦିର ପରିଚାଳନା ବୈଠକରେ ଇସ୍କନ୍ର ଅଦିନିଆ ରଥଯାତ୍ରା ପ୍ରସଙ୍ଗ ଉଠିଥିଲା। ବୈଠକରେ ଏହାକୁ ନେଇ ଉଦ୍ବେଗ ପ୍ରକାଶ ପାଇବା ପରେ ଗଜପତି ମହାରାଜା ଦିବ୍ୟ ସିଂହ ଏନେଇ ଇସ୍କନ ମୁଖ୍ୟଙ୍କୁ ଚିଠି ଲେଖି ଅବଗତ କରାଇବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଆଗାମୀ ଦିନରେ ଏପରି ରଥଯାତ୍ରା ନକରିବାକୁ ଚିଠିରେ ଜଣାଯିବ। ତେବେ ଏହାପୂର୍ବରୁ ମଧ୍ୟ ଇସ୍କନ କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଥିଲା। ଗତ ୩୦ ତାରିଖରେ ମୁମ୍ୱାଇରେ ଅନୁଷ୍ଠିତ ହୋଇଥିଲା ଅଦିନିଆ ରଥଯାତ୍ରା। ଇସ୍କନ […]
ଭୁବନେଶ୍ୱର: ଶ୍ରୀମନ୍ଦିର ପାଣ୍ଠି ଏଣିକି କେବଳ ଜାତୀୟକରଣ ବ୍ୟାଙ୍କରେ ହିଁ ଗଚ୍ଛିତ ରହିବ। ଯେଉଁ ବ୍ୟାଙ୍କ ସର୍ବାଧିକ ସୁଧ ଦେବ ସେଠି ଟଙ୍କା ଜମା କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଆଜି ଶ୍ରୀମନ୍ଦିର ପରିଚାଳନା ବୈଠକ ପରେ ଏନେଇ ନିଷ୍ପତ୍ତି ହୋଇଥିବା ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର। ଟଙ୍କା ରଖିବା ନେଇ ବ୍ୟାଙ୍କଙ୍କଠାରୁ ଆବେଦନ ଆହ୍ୱାନ କରାଯିବ। ଯେଉଁ ବ୍ୟାଙ୍କ ସର୍ବାଧିକ ସୁଧ ଦେବ ତା ପାଖରେ ୫୦% ଅର୍ଥ ଜମା […]
ଭୁବନେଶ୍ୱର: ସ୍କୁଲ୍ ପିଲା ପଢ଼ିବେ ମୌଳିକ ଅଧିକାରର ପାଠ। ନାଗରିକର ମୌଲିକ ଅଧିକାର ବିଷୟରେ ସ୍କୁଲ୍ ସମୟରୁ ପିଲା ଜାଣିବା ଦରକାର ବୋଲି ଅନୁଭବ କରି ଏପରି ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ। ଆଜି ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ମୌଳିକ ଅଧିକାର ସହ କର୍ତ୍ତବ୍ୟ ବିଷୟରେ ବି ପିଲାଙ୍କୁ ପଢ଼ାଯିବ। ଏନେଇ ସ୍ୱତନ୍ତ୍ର କ୍ଲାସ୍ ନହେଲେ ବି ସଚେତନତା କରାଯିବ। କର୍ତ୍ତବ୍ୟ ବିଷୟରେ ଜାଣିବାରେ ସମସ୍ତଙ୍କ ଆବଶ୍ୟକତା ରହିଛି। […]
ଭୁବନେଶ୍ୱର: ରାଜ୍ୟରେ ପ୍ରତିଦିନ ପ୍ରାୟ ୭ ଜଣ ନାବାଳିକାଙ୍କୁ ଅପହରଣ କରାଯାଉଛି। NCRBର ଏ ତଥ୍ୟ ନାବାଳିକାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନଚିହ୍ନ ଲଗାଇଛି। ଗରିବ ନାବାଳିକାଙ୍କୁ କାମ ଦେବାର ପ୍ରଲୋଭନ ହେଉ କି ଯୌନ ଶୋଷଣ କରି ନାବାଳିକାଙ୍କୁ ଅପହରଣ କରାଯାଉଛି। ଆଉ ନିଖୋଜ ହେବା ପରେ ପୁଲିସ ଏମାନଙ୍କୁ ଉଦ୍ଧାର କରିବାରେ ବି ସଫଳ ହୋଇପାରୁନି। କେବଳ ୨୦୧୮ରେ ୨୬୬୫ ନାବାଳିକାଙ୍କୁ ଅପହରଣ କରାଯାଇଥିବା ବେଳେ ନିଖୋଜ ୨୬୯୮ରୁ ଫେରିଛନ୍ତି ମାତ୍ର ୮୫୪ ଜଣ। ଏପରି […]
ମୁମ୍ବାଇ: ସୁଧୁରିଲାନି ଇସ୍କନ। ମୁମ୍ବାଇରେ ଅଦିନରେ ଗଡ଼ିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ। ଆଷାଢ଼ ବଦଳରେ ମାଘ ମାସରେ ରଥଯାତ୍ରାର ଆୟୋଜନ କଲା ଇସ୍କନ। ତେବେ ପୂର୍ବରୁ ଥାନାରେ ଏତଲା, ତୀବ୍ର ପ୍ରତିବାଦ ପରେ ନଭେମ୍ବର ୨୭ରେ ଲୁଧିଆନାରୁ ଓହରିଥିଲା। ହେଲେ ମୁମ୍ବାଇରେ ଅଦିନରେ ଗଡ଼ାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ। ଆଷାଢ଼ ଶୁକ୍ଳ ଦ୍ୱିତୀୟା ବଦଳରେ ଶ୍ରୀପଞ୍ଜମୀରେ ରଥଯାତ୍ରା ହେଲା। ଭାବନାକୁ ଖାତିର ନାହିଁ, ବିଧି ପରମ୍ପରାକୁ ସମ୍ମାନ ନାହିଁ। ବିରୋଧକୁ ପରବାଏ ନାହିଁ। ମୁମ୍ବାଇର ଦାଦର ଅଞ୍ଚଳରେ […]
ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ଏତେ ଆଇନ୍ ଓ ସଚେତନତା ପରେ ବି ଯୌତୁକ ଲୋଭି ମଣିଷ ସୁଧୁରୁନି। ସାମାନ୍ୟ କିଛିଟା ଯୌତୁକ ପାଇଁ ଜଣେ ନୀରିହ ଝିଅକୁ ଜାଳି ମାରି ଦିଆଯାଇଛି! ଏପରି ଘଟଣା ଘଟିଛି ଷ୍ଟଲ୍ସିଟି ରାଉରକେଲାରେ। ଦୋଷୀଙ୍କୁ ଉଚିତ ଦଣ୍ଡ ଦେବାକୁ ଏବେ ଝିଅର ବାପା ଆକୁଳ ନିବେଦନ କରୁଛନ୍ତି। ୨୦୧୪ ମସିହାରେ କୋଲକତା ନିବାସୀ ରାମ କୁମାର ନିଜ ଝିଅ ଆନନ୍ଦି ରାଉରକେଲା ଜନତା ଗାଁରେ ରହୁଥିବା ଲାଲଜୀ ସୋନକରଙ୍କ ପୁଅ ଦୀପକ […]
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ଥାନାରେ ମାମଲା ହୋଇଛି। ସାଧାରଣ ନିର୍ବାଚନ ବେଳେ ଫ୍ଲେକ୍ସ, ବ୍ୟାନର ଓ ପୋଷ୍ଟର ପ୍ରିଣ୍ଟିଂ ବାବଦକୁ ବକେୟା ଅର୍ଥ ଏଯାଏଁ ଦେଇନଥିବାରୁ ଅନୁଭବଙ୍କ ବିରୋଧରେ ବଳଦେବ ଆଡ୍ ମିଡିଆର ମାଲିକ ସ୍ମୃତି ରଂଜନ ସ୍ୱାଇଁ କେନ୍ଦ୍ରାପଡ଼ା ସଦର ଥାନାରେ ଏତଲା ଦେଇଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ଅନୁଭବନ ମହାନ୍ତି କେନ୍ଦ୍ରାପଡ଼ାରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ତାଙ୍କ ପାଇଁ ବଳଦେବ ଆଡ୍ ମିଡିଆ ଫ୍ଲେକ୍ସ, ବ୍ୟାନର, ହୋଡିଂ, ଭ୍ୟାନ୍ ଡେକୋରେଟିଂ […]
ଭଦ୍ରକ (ପାର୍ଥସାରଥୀ ନାୟକ): ନିଖୋଜ ହେବାର ୫ ଦିନ ପରେ ଆଗରପଡ଼ା ବିଶଲକଣା ଯୁବତୀଙ୍କ ମୃତଦେହ ବୈତରଣୀ ନଦୀପଠାରୁ ମିଳିଛି। ମାତ୍ର ଏହା ହତ୍ୟା ନା ଆତ୍ମହତ୍ୟା, ତାହା ଜଣାପଡ଼ି ନାହିଁ। ଭଦ୍ରକ ଗ୍ରାମାଞ୍ଚଳ ଓ ଭଣ୍ଡାରିପୋଖରୀ ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଆଗରପଡ଼ା ଥାନା ଅନ୍ତର୍ଗତ ବିଶଲକଣା ଗାଁର ସନାତନ ଭୂୟାଁଙ୍କ ଝିଅ ଆଶାଲତା କେନ୍ଦୁଆପଦା ସ୍ଥିତ ବନ୍ଧନ ଫାଇନାନ୍ସ କମ୍ପାନୀରେ କାମ କରୁଥିଲେ। ଗତ ଶନିବାରଠାରୁ ସେ ନିଖୋଜ ଥିଲେ। ପରିବାର […]
ନୂଆଦିଲ୍ଲୀ: ସଦର୍ଣ୍ଣ ଆର୍ମି କମାଣ୍ଡର ଭାବେ ଦାୟିତ୍ୱ ନେଇଛନ୍ତି ଲେଫ୍ଟନାଣ୍ଟ ଜେନେରାଲ୍ ଚଣ୍ଡି ପ୍ରସାଦ ମହାନ୍ତି। ପୁଣେରେ ଆଜି ବିଧିବଦ୍ଧ ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି ଲେଫ୍ଟନାଣ୍ଟ ଜେନେରାଲ୍ ମହାନ୍ତି। ଆର୍ମିର ସଦର୍ଣ୍ଣ ହେଡକ୍ୱାଟର୍ରେ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯିବା ପରେ ସେ କାର୍ଯ୍ୟାଳୟକୁ ପହଞ୍ଚିଥିଲେ। ଓଡ଼ିଆ ସେନାଧିକାରୀ ହେଉଛନ୍ତି ସି.ପି. ମହାନ୍ତି। ଗତ କିଛି ଦିନ ତଳେ ହିଁ ତାଙ୍କୁ ଏହି ପଦବୀରେ ନିଯୁକ୍ତି ମିଳିଥିଲା। ପାକିସ୍ତାନ ଓ ଚୀନ ସୀମାରେ ଅପରେସନ୍ ସହିତ ଆସାମ୍ରେ […]
ଭୁବନେଶ୍ୱର: ଏ ବର୍ଷ ଲାଗୁ ହେବନି +୨ ପ୍ରଥମ ବର୍ଷ ପାସ୍ ଫେଲ୍ କଟକଣା। ପ୍ରଥମ ବର୍ଷରେ ୩୩% ମାର୍କ ବାଧ୍ୟତାମୂଳକ ନେଇ ପୂର୍ବରୁ ଯାହା ଘୋଷଣା ହୋଇଥିଲା ତାହା ଲାଗୁ ହେବନି। କେବଳ ସେତିକି ନୁହେଁ ଦ୍ୱିତୀୟ ବର୍ଷକୁ ଯିବାକୁ ହେଲେ ୭୫% ଉପସ୍ଥାନ ବି ଲାଗୁ ହେବନି। ଏହି ନିୟମ ଆସନ୍ତା ବର୍ଷ ଲାଗୁ କରାଯିବ ବୋଲି କହିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ପୂର୍ବରୁ +୨ ପ୍ରଥମ ବର୍ଷରେ ୩୩% ମାର୍କକୁ କଡ଼ା […]
କୋଣାର୍କ (ସଞ୍ଜୟ ପତି): କୋଣାର୍କ ପୁରୀ ମେରାଇନ ଡ୍ରାଇଭରେ ଆଜି ଏକ ସଡ଼କ ଦୁର୍ଘଟଣା ଘଟି ୨୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ଏକ ପର୍ଯ୍ୟଟକ ବସ୍କୁ ଯାତ୍ରୀବାହୀ ବସ୍ ପଛରୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି। ଆହତଙ୍କ ମଧ୍ୟରେ ଜଣେ ଶିଶୁ ଓ ଦୁଇ ଜଣ ମହିଳା ଅଛନ୍ତି। ସମସ୍ତ ଆହତଙ୍କୁ ପ୍ରଥମେ କୋଣାର୍କ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ କିଛି ଯାତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ପୁରୀ ଗୋଷ୍ଠି ସ୍ୱାସ୍ଥ୍ୟ […]
ରାଉରକେଲା: ରାଉରକେଲା ଏସ୍ପିଙ୍କ ନିକଟରେ ଆତ୍ମସମର୍ପଣ କଲା ଜଣେ କ୍ୟାଡର ମାଓବାଦୀ। ରାଉରକେଲା ପୁଲିସ ଓ ୧୯ ବାଟାଲିଅନ୍ ସିଆର୍ପିଏଫ୍ ନିକଟରେ ଆତ୍ମସମର୍ପଣ କରିଛି କ୍ୟାଡର ମାଓବାଦୀ ପୋଗା ସୁରିନ ଓରଫ୍ ସୁମନ। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ନାଁରେ ଏକାଧିକ ମାମଲା ରହିଛି। ପୋଗା ସୁରିନର ଘର ଝାରଖଣ୍ଡ ଛୋଟା ନାଗରା ଥାନା ଅନ୍ତର୍ଗତ ସୋନାପି ଗାଁରେ। ସେ ୨୦୧୩-୧୪ରେ ମାଓବାଦୀ ସଙ୍ଗଠନରେ ଯୋଗଦେଇ ମାଓ ସଂଗଠନ ନେତା ମିଶିର ବେସେରା ନେତୃତ୍ୱରେ ମାଓବାଦୀ କାର୍ଯ୍ୟକଳାପରେ ଲିପ୍ତ […]
ଭୁବନେଶ୍ୱର: ରାଜଧାନୀରେ ବାର୍ଡ ଫ୍ଲୁ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଉଚ୍ଚସ୍ତରୀୟ ଟିମ୍। ବାର୍ଡ ଫ୍ଲୁ ନିୟନ୍ତ୍ରଣ ନେଇ ସମୀକ୍ଷା ହୋଇଛି। ପ୍ରାଣୀ ସମ୍ପଦ ସଚିବ ଆର. ରଘୁ ପ୍ରସାଦଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ କେନ୍ଦ୍ରୀୟ ଟିମ୍ ସଦସ୍ୟ ପ୍ରଫେସର ଆଲୋକ ବାଜପେୟୀ, ପ୍ରଫେସର ଅଂଶୁମାନ ଶ୍ରୀବାସ୍ତବ ଓ ଆରଏମଆରସିର ଡାକ୍ତର ଦେବାଶିଷ ଭଟ୍ଟାଚାର୍ଯ୍ୟା ଯୋଗ ଦେଇଥିଲେ। ଭୂତାଣୁ ବ୍ୟାପିଥିବା ୩ କିଲୋମିଟର ପରିଧି ଭିତରେ ବସବାସ କରୁଥିବା […]
କଟକ: ରୋଗୀଙ୍କୁ ଉତ୍ତମ ସେବା ପାଇଁ ସରକାରୀ ହସିପଟାଲ୍ରୁ ଆରମ୍ଭ ହୋଇଥିବା ମୋ ସରକାରର ମୁଖା ଖୋଲିଛି। କଟକ ବଡ ମେଡିକାଲରେ ଡାକ୍ତରଙ୍କ ଅବହେଳାରୁ ରୋଗୀ ମୃତ୍ୟୁର ସାଂଘାତିକ ଅଭିଯୋଗ ଆସିଛି। ଏପରିକି ଘଟଣା ସଂପର୍କରେ ଛଅ ଛଅ ଥର ମୋ ସରକାର କଲ୍ ସେଣ୍ଟରକୁ ଫୋନ୍ କରି ଗୁହାରୀ ପରେ ବି କିଛି ସୁଫଳ ମିଳିନଥିବା ଅଭିଯୋଗ ହୋଇଛି। ଯାହାର ଅଡିଓ କ୍ଲିପ୍ ଓଟିଭି ହାତରେ ଲାଗିଛି। ସେପଟେ ମହିଳାଙ୍କ ମୃତ୍ୟୁ ପରେ ତାଙ୍କ ପୁଅ […]
ଭୁବନେଶ୍ୱର: ରାଜ୍ୟର ସବୁ ସ୍କୁଲରେ ପ୍ରଥମ ଶ୍ରେଣୀରୁ ଦିଆଯିବ ସ୍ପୋକନ ଇଂଲିଶ ଶିକ୍ଷା। ୩୦ ଜିଲ୍ଲାର ୧୦୧ ସ୍କୁଲକୁ ଉତ୍କର୍ଷ କେନ୍ଦ୍ର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ୧୦୧ ସ୍କୁଲରେ ପ୍ରଥମ ଶ୍ରେଣୀରୁ ଇଂଲିଶ ମିଡିୟମ ସେକ୍ସନ ଖୋଲିବ। ପ୍ରତି ସ୍କୁଲର ଭିତ୍ତିଭୂମି ବିକାଶ ପାଇଁ ୨୫ ଲକ୍ଷ ଲେଖାଏଁ ଦିଆଯିବ। ୨୦ରୁ କମ ପିଲା ଥିବା ସ୍କୁଲକୁ ପାଖ ସ୍କୁଲରେ ମିଶାଇବାକୁ ନିଷ୍ପତ୍ତି ହୋଇଛି। ଅନ୍ୟ ସ୍କୁଲକୁ ସ୍ଥାନାନ୍ତରିତ ପିଲାଙ୍କୁ ସର୍ବାଧିକ […]
ଭୁବନେଶ୍ୱର: ନୂଆ ଟ୍ରାଫିକ ନିୟମ ପରେ ବି ରାଜ୍ୟରେ ଥମୁନି ଦୁର୍ଘଟଣାର ହାର। ୨୦୨୦ ଆରମ୍ଭରୁ କେବଳ ଜାନୁଆରୀ ୧୦ରୁ ସଡ଼କ ଦୁର୍ଘଟଣାରେ ଯାଇଛି ବହୁ ଜୀବନ ଯାଇଛି। ଆଜି କେନ୍ଦୁଝର ପଣ୍ଡାପଡ଼ା ଥାନା ସୁନାଟାଙ୍ଗିରୀ ଗାଁ ନିକଟରେ ପିକ୍ଅପ୍ ଭ୍ୟାନ୍ ଧକ୍କାରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ଗତ ୨୩ ତାରିଖରେ ଗଂଜାମ ଦିଗପହଣ୍ଡି କୋଚିନଡ଼ା ବ୍ରିଜ୍ ଉପରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହେବାରୁ ପୋଲ ତଳକୁ ଖସି ୩ ଜଣଙ୍କ ମୃତ୍ୟୁ […]
ଭୁବନେଶ୍ୱର: ପୁଣି ସେହି ତପ୍ତପାଣି ଘାଟି, ପୁଣି ସେହି ବସ୍ ଦୁର୍ଘଟଣା। ମୃତ୍ୟୁର ଘାଟିରେ ଯାଇଛି ନିରୀହ ଯାତ୍ରୀଙ୍କ ଜୀବନ। ଆଜି ଭୋର୍ ପ୍ରାୟ ସାଢ଼େ ୩ଟାରେ ମାରୁତି ନାମକ ଏକ ଘରୋଇ ନାଇଟ୍ ଏକ୍ସପ୍ରେସ ବସ୍ ରାସ୍ତାରୁ ଖାତକୁ ଖସିବାରୁ ବସ୍ ଡ୍ରାଇଭରଙ୍କ ସମେତ ୮ଜଣ ପ୍ରାଣ ହରାଇଛନ୍ତି। ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି ପ୍ରାୟ ୩୦ ଯାତ୍ରୀ। ମୃତ୍ୟୁର ଘାଟି ତପ୍ତପାଣିରେ ଗଡ଼ିଲା ମଣିଷ ମୁଣ୍ଡ। ନିସ୍ତବ୍ଧ ରାତିର ଛାତିକୁ ଚିରି ଦୌଡୁଥିବା ଦ୍ରୁତଗାମୀ ବସ୍ ଦୁର୍ଘଟଣାରେ […]
ଭୁବନେଶ୍ୱର: ଆସନ୍ତା ଶିକ୍ଷାବର୍ଷରୁ ଦଶମ ଶ୍ରେଣୀ ପିଲା ସଡ଼କ ସୁରକ୍ଷା ପାଠ ପଢ଼ିବେ। ଏନେଇ ପରିବହନ ବିଭାଗ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ଅବଗତ କରିବା ସହ ବିଷୟବସ୍ତୁ ପ୍ରସ୍ତୁତ କରିବାକୁ କହିଛି। ସଡ଼କ ସୁରକ୍ଷା ନେଇ ଆଜି ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏସମ୍ପର୍କରେ ଆଲୋଚନା ହୋଇଛି। ସ୍କୁଲ ପାଠ୍ୟକ୍ରମରେ ସଡ଼କ ସୁରକ୍ଷା ସାମିଲ୍ ହେଲେ ଛାତ୍ର ଜୀବନରୁ ସଚେତନ ହେବେ ପିଲା। ସୁପ୍ରିମକୋର୍ଟଙ୍କ ସଡ଼କ ସୁରକ୍ଷା କମିଟିର ମତାମତ ପରେ ତତ୍ପରତା ପ୍ରକାଶ କରିଛି ରାଜ୍ୟ […]
ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ସିମେଣ୍ଟ କାରଖାନାରେ ବିସ୍ଫୋରଣ ହୋଇ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ଆଜି ଏମିତି ଭୟଙ୍କର ଦୁର୍ଘଟଣା ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସ୍ଥିତ ଓସିଏଲ୍ ସିମେଣ୍ଟ କାରଖାନାରେ ଘଟିଛି। ଆଜି ଅପରାହ୍ନରେ OCL ସିମେଣ୍ଟ କାରଖାନାର ବ୍ଲାଷ୍ଟଫର୍ଣ୍ଣେସ୍ରେ ସଫେଇ ଚାଲି ଥିଲା। ଶ୍ରମିକମାନେ ସଫେଇ କରୁଥିବା ବେଳେ ହଠାତ୍ ବ୍ଲାଷ୍ଟଫର୍ଣ୍ଣେସ୍ରେ ବିସ୍ଫୋରଣ ହୋଇଥିଲା। ଫଳରେ ରଶ୍ମିତା କୁଜୁରୁ ନାମକ ଜଣେ […]
ଭୁବନେଶ୍ୱର: ପୁଅର ସଫଳତାରେ ମାଆର ଛାତି ଗର୍ବରେ ଫୁଲି ଉଠେ। ସବୁ ମାଆରେ ଗୋଟିଏ ସ୍ୱପ୍ନ ଥାଏ ପୁଅର ସଫଳତାକୁ ନିଜ ଆଖି ଆଗରେ ଟିକେ ଦେଖି ଆତ୍ମତୃତ୍ପି ଲଭିବାକୁ। ପୁଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀଙ୍କ ମାଆଙ୍କର ମଧ୍ୟ ଠିକ୍ ସେମିତି ଗୋଟି ସ୍ୱପ୍ନ ଥିଲା। ଆଉ ଆଜି ତାଙ୍କର ଏହି ସ୍ୱପ୍ନ ପୂରା ହୋଇଛି। ସୁଧାଂଶୁଙ୍କ ମାଆ ମା’ଙ୍କର ସ୍ୱପ୍ନ ଥିଲା ପୁଅ ଚାକିରୀ କରୁଥିବା ଅଫିସ୍ ଆଡ଼େ ଟିକେ ବୁଲିଆସିବେ। ଆଉ ଆଜି […]
ଭୁବନେଶ୍ୱର: ନ୍ୟାୟ ପାଇଁ ଜାତୀୟ ଓ ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେଲେ ଭୁବନେଶ୍ୱରରେ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ଶିଖ୍ ଯୁବକ ପରବିନ୍ଦର ପାଲ୍ ସିଂହ। ଆଜି ସେ ନିଜ ପରିବାର ସହ ଯାଇ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଫେରାଦ ହୋଇଛନ୍ତି। ଆକ୍ରମଣ ସତ୍ତ୍ୱେ ଅଭିଯୁକ୍ତଙ୍କ ବିରୋଧରେ କାହିଁକି ୩୦୭ ଧାରା ଲାଗୁ ହେଲା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ପଗଡିକୁ ପକାଇ ତାଙ୍କ ଧର୍ମକୁ ଅସମ୍ମାନ ସତ୍ତ୍ୱେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ […]
ଭୁବନେଶ୍ୱର: କରୋନା ଭାଇରସକୁ ନେଇ ଆତଙ୍କିତ ହେବାର କୌଣସି କାରଣ ନାହିଁ। ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ସମସ୍ତ ୩୦ ଜିଲ୍ଲାର ମୁଖ୍ୟ ମେଡିକାଲ ଅଧୀକ୍ଷକ ଓ ହସ୍ପିଟାଲ ମ୍ୟାନେଜରଙ୍କୁ ନେଇ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏପରି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ। ଏହି ବୈଠକରେ ହୋଇଥିବା ଆଲୋଚନା ଅନୁଯାୟୀ, ମୁଖ୍ୟତଃ ରାଜ୍ୟର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଗୁଡିକରେ କରୋନା ଭାଇରସରେ ସଂକ୍ରମଣକୁ ନେଇ ପ୍ରସ୍ତୁତ ରହିବାକୁ ସତର୍କ […]
ଯାଜପୁର: ଶେଷରେ ସ୍ଥାନାନ୍ତର ହେଲା ନରହନ୍ତା ହାତୀ। ଗତ ୧୦ ଦିନ ଧରି ଯାଜପୁର ଜିଲ୍ଲାରେ ଆତଙ୍କ ସୃଷ୍ଟି କରିବା ସହିତ ୪ ଜଣଙ୍କୁ ମାରି ଥିବା ଦନ୍ତାହାତୀକୁ ଗତକାଲି ଦାନଗଦି ବ୍ଲକ୍ କଣ୍ଟିପୁର ଜଙ୍ଗଲରୁ ବନ ବିଭାଗ ଟ୍ରାଙ୍କୁଲାଇଜ୍ କରି କାବୁ କରିଥିଲା। ଆଜି ଏହି ଦନ୍ତାହାତୀକୁ ଏକ ଟ୍ରକ୍ରେ କଟକ ଡାଲିଯୋଡ଼ା ରେଞ୍ଜର କୁସୁନପୁର ଜଙ୍ଗଲକୁ ନିଆଯାଇଛି। ହାତୀର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ କଡ଼ା ସୁରକ୍ଷା ମଧ୍ୟରେ ସେଠାକୁ ନିଆଯାଇଥିଲା। ଅନ୍ୟପକ୍ଷରେ ହାତୀକୁ […]