ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କେନ୍ଦୁପତ୍ର କର୍ମଚାରୀଙ୍କ ଗଣଧାରଣା। ଅରଣ୍ୟ ଭବନ ସାମନାରେ ପ୍ରତିବାଦ କରିଛନ୍ତି କର୍ମଚାରୀ। ରାଜ୍ୟରେ କେନ୍ଦୁପତ୍ର ନିଗମରେ କାର୍ଯ୍ୟରତ ୧୮ ହଜାର କର୍ମଚାରୀଙ୍କୁ ସ୍ଥାୟୀ ଓ୍ୱାର୍କଚାର୍ଜ ମାନ୍ୟତା, ୨୦୧୯ ପୂର୍ବରୁ ନିର୍ଦ୍ଧାରିତ ହାରରେ ପାଉଣା, ଇପିଏଫ୍ ଓ ଇଏସ୍ଆଇ ସୁବିଧା, ଫଡ଼ି ବନ୍ଦ ନିଷ୍ପତ୍ତିର ପୁନର୍ବିଚାର, ଋତୁକାଳୀନ କର୍ମଚାରୀଙ୍କୁ ୧୨ମାସିଆ କାମ ସହ ଅନ୍ୟ ଦାବି କରିଛନ୍ତି। ଏହି ସମସ୍ତ ଦାବି ପୂରଣ ନେଇ କର୍ମଚାରୀ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ ଏହା […]
ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟର ଯୁକ୍ତ ୩ ପ୍ରଶ୍ନପତ୍ର ଭାଇରାଲ ପରେ ବଦଳାଯାଇଛି ପ୍ରଶ୍ନ ପତ୍ର। ନୂଆ ପ୍ରଶ୍ନପତ୍ର ସହ ଠିକ୍ ସମୟରେ ପରୀକ୍ଷା ଦେଇଛନ୍ତି ଛାତ୍ର ଛାତ୍ରୀ। ଆଜି ଯୁକ୍ତ ୩ ରସାୟନ ବିଜ୍ଞାନ ତୃତୀୟ ସେମିଷ୍ଟର ଏବଂ ଜୁଲୋଜି ଅନର୍ସର ଦ୍ୱିତୀୟ ପେପରର ପରୀକ୍ଷା ହେବାକୁ ଥିଲା। ତେବେ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ସୁନ୍ଦରଗଡ଼ରେ କଲେଜ ଛାତ୍ରଙ୍କ ମୋବାଇଲ୍ରେ ଘୁରିବୁଲିଥିଲା ଏହି ପ୍ରଶ୍ନପତ୍ର। ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା କଥା […]
ଗଞ୍ଜାମ: ଘରେ ନପଶୁଣୁ ମୁଣ୍ଡରେ ବାଜିଲାଣି ଚାଳ। ଚଳିତ ବର୍ଷର ମାଟ୍ରିକ ପରୀକ୍ଷାକୁ ହାତରେ ଆଉ ମାତ୍ର ସପ୍ତାହେ ଥିବାବେଳେ ତାପୂର୍ବରୁ ବିଭ୍ରାଟ ଦେଖାଦେଇଛି। କେଉଁ ପରୀକ୍ଷାର୍ଥୀଙ୍କ ଆଡ୍ମିଟ୍ କାର୍ଡରେ ଅଭିନେତ୍ରୀଙ୍କ ଫଟୋ ଥିବା ଅଭିଯୋଗ ଆସିଲାଣି ତ ଆଉ କେଉଁ ଛାତ୍ରଙ୍କ ଆଡ୍ମିଟ୍ କାର୍ଡରେ ଲାଗିଛି ଅନ୍ୟ ସ୍କୁଲ ଛାତ୍ରୀଙ୍କ ଫଟୋ। ଗଂଜାମ ଜିଲ୍ଲା ଶେରଗଡ଼ ବ୍ଲକ ତାକରଡ଼ା ସହିଦ ହାଇସ୍କୁଲରେ ଆସିଛି ଏଭଳି ଅଭିଯୋଗ। ଏହି ସ୍କୁଲ୍ରେ ଗୋଟିଏ କି ଯୋଡ଼ିଏ ନୁହଁ, ୭୨ […]
ଭୁବନେଶ୍ୱର: ରାଜନୀତିରେ ଅପରାଧୀ ନେତାଙ୍କୁ ନେଇ କଡ଼ା ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ଯଦି କୌଣସି ରାଜନୈତିକ ଦଳ ଅପରାଧୀ ନେତାଙ୍କୁ ଟିକଟ ଦିଏ ତେବେ କାହିଁକି ତାଙ୍କୁ ଟିକଟ ଦିଆଗଲା ସେନେଇ କାରଣ ଦର୍ଶାଇବାକୁ ପଡ଼ିବ। ସେହିପରି ଉକ୍ତ ପଲିଟିକାଲ ପାର୍ଟିକୁ ସେହି ବିଧାନସଭା କିମ୍ବା ଲୋକସଭା କ୍ଷେତ୍ରରେ ଜଣେ ବି ବିନା କ୍ରିମିନାଲ ରେକର୍ଡ ଥିବା ପ୍ରାର୍ଥୀ କାହିଁକି ମିଳିଲାନି ବୋଲି ମଧ୍ୟ ଜଣାଇବାକୁ ପଡ଼ିବ। ଏହାଛଡ଼ା ସଂପୃକ୍ତ ଅପରାଧୀ ନେତାଙ୍କ ସମସ୍ତ ରେକର୍ଡ ୪୮ ଘଣ୍ଟାରେ […]
ଭୁବନେଶ୍ୱର: ବିଜେଡିର ପୂର୍ବତନ ବିଧାୟକ ଅନୁପ ସାଏ ଗିରଫ ପ୍ରସଙ୍ଗରେ ବିଜେଡିକୁ ଟାର୍ଗେଟ୍ କରିଛି ବିଜେପି। ଏବେ ବିଜେଡିର ଅସଲ ମୁଖା ଖୋଲିଛି ବୋଲି ଦଳ ଅଭିଯୋଗ କରିଛି। ଅନୁପ ସାଏଙ୍କ ବିରୋଧରେ ପୂର୍ବରୁ ବିଜେପି ଅଭିଯୋଗ କରିଥିଲା ବୋଲି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି। ଏବେ ଅନୁପଙ୍କୁ ଦଳରୁ ଓ ପଦବୀରୁ କେବେ ବହିଷ୍କାର କରାଯିବ ତାକୁ ଅପେକ୍ଷା ବୋଲି କହିଛନ୍ତି ଲେଖାଶ୍ରୀ। ତେବେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ। ପୂର୍ବତନ ବିଧାୟକ ତଥା […]
ଭୁବନେଶ୍ୱର: ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ର ଫିକ୍ସିଂ ଅଭିଯୋଗ ଘଟଣାରେ ରାଜ୍ୟ ମାନବାଧିକାର କମିଶନ ବିଦ୍ୟାଳୟ ଗଣଶିକ୍ଷା ବିଭାଗକୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛି। ଫେବ୍ରୁଆରୀ ୧୮ ସୁଦ୍ଧା ସେଣ୍ଟର ଫିକ୍ସିଂ ଅଭିଯୋଗ ଉପରେ ରିପୋର୍ଟ ଦେବା ପାଇଁ ଗଣଶିକ୍ଷା ବିଭାଗ ସଚିବ ଓ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କମିଶନ୍। ଏହାସହ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ- CHSE ଏକ ପ୍ରେସ୍ ନୋଟ୍ ମାଧ୍ୟମରେ ରାଜ୍ୟର ଅଭିଭାବକଙ୍କ ସଂଶୟ ଦୂର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। […]
ଭୁବନେଶ୍ୱର: ଦିନକ ପରେ ବିଧାନସଭାର ବଜେଟ୍ ଅଧିବେଶନ ବସିବ। ଲମ୍ବା ଅଧିବେଶନ ସାଙ୍ଗକୁ ସରକାରଙ୍କୁ ଘେରିବା ପାଇଁ ବିରୋଧୀଙ୍କ ହାତରେ ପ୍ରସଙ୍ଗର ଲମ୍ବା ତାଲିକା ରହିଛି। ଆସନ୍ତାକାଲି ବିଧାୟକ ଦଳର ବୈଠକରେ ରଣନୀତି ପ୍ରସ୍ତୁତ କରିବେ ବିଜେପି ଓ କଂଗ୍ରେସ। ଆଉ ସବୁଥର ଭଳି ଏଥର ବି ବିଜେଡି କେନ୍ଦ୍ରୀୟ ଅନୁଦାନ ହ୍ରାସ ଭଳି ପ୍ରସଙ୍ଗକୁ ଢାଲ କରି ବିରୋଧୀଙ୍କ ମୁକାବିଲା ଲାଗି ପ୍ରସ୍ତୁତ ହୋଇଛି। ଏଥର ସରଗରମ ହେବ ବିଧାନସଭା। ମୁହାଁମୁହିଁ ହେବେ ଶାସକ-ବିରୋଧୀ। ଶାସକ […]
ଭୁବନେଶ୍ୱର: ଓବିସି କମିଶନ ଗଠନ କଲେ ରାଜ୍ୟ ସରକାର ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ରଘୁନାଥ ବିଶ୍ୱାଳ ଓବିସି କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ଅଧ୍ୟକ୍ଷଙ୍କ ସହ ୩ ସଦସ୍ୟ ଓ ଜଣେ ସଦସ୍ୟ ସଚିବ ବି ନିଯୁକ୍ତ ହୋଇଛନ୍ତି। ଓଡ଼ିଶା ଓବିସି କମିଶନ ଧାରା-୧୯୯୩ ଅନୁସାରେ ଏହି କମିଶନ ଗଠନ କରାଯାଇଛି। ପ୍ରଫେସର ଡକ୍ଟର ନବନୀତା ରଥ, ପ୍ରଫେସର ଡକ୍ଟର ମିତାଲି ଚିନାରା ଏବଂ ଡକ୍ଟର ପ୍ରସନ୍ନ କୁମାର ପାତ୍ର ସଦସ୍ୟ ଭାବେ ନିଯୁକ୍ତ […]
ଭୁବନେଶ୍ୱର: ତୁଟିଛି ବେକାର ସିଟି ଓ ବିଏଡ୍ ଡିଗ୍ରୀଧାରୀଙ୍କ ଧୈର୍ଯ୍ୟର ବନ୍ଧ। ନିଜ ଶିକ୍ଷାଗତ ଯୋଗ୍ୟତାକୁ ନେଇ ସେମାନେ କେତେ ହତାଶ ତାର ଝଲକ ଦେଖିବାକୁ ମିଳିଛି ରାଜଧାନୀର ଗାନ୍ଧି ମାର୍ଗରେ। ରାଜରାସ୍ତାରେ କାନ ଧରି ସରକାରଙ୍କ ଉଦାସିନତାର ପ୍ରତିବାଦ କରିଛନ୍ତି ଏହି ଡିଗ୍ରୀଧାରୀ। ସରକାର ଗତ ୪ ବର୍ଷ ହେଲା ଜଣେ ହେଲେ ବି ଶିକ୍ଷକଙ୍କୁ ନିଯୁକ୍ତି ଦେଇନାହାନ୍ତି। ଏନେଇ ସରକାରଙ୍କ ନିକଟରେ ୩ ଦଫା ଦାବି ରଖିଛି କନିଷ୍ଠ ଶିକ୍ଷକ ଆଶାୟୀ ସଂଘ। ଖୁବଶୀଘ୍ର […]
ଭୁବନେଶ୍ୱର: ମରଣମୁହଁରେ ପଡ଼ିଥିବା ରୋଗୀଟିଏ ଡାକ୍ତରଖାନାର ପିଣ୍ଡା ମାଡ଼ିବାକୁ ଯେତେବେଳେ ଆତୁର ହୁଏ, ସେତେବେଳେ ଦେବଦୂତ ସାଜେ ଆମ୍ବୁଲାନ୍ସ। କିନ୍ତୁ ସେଇ ଜୀବନ ରକ୍ଷାକାରୀ ଆମ୍ବୁଲାନ୍ସ ଏବେ ସଙ୍କଟରେ। କେତେବେଳେ ଟ୍ରାଫିକ୍ ସମସ୍ୟା ତ କେତେବେଳେ ରାସ୍ତା ଅଭାବରୁ ସେବା ଯୋଗାଇବାରେ ବିଫଳ ହେଉଛି। ଅସମୟରେ ପ୍ରାଣହାନୀ ହେଉଛି ରୋଗୀର। ଗତକାଲି ଭୁବନେଶ୍ୱରରେ ଏହି କାରଣରୁ ଜଣେ ୫ ବର୍ଷ ଶିଶୁର ପ୍ରାଣ ଯିବା ପରେ ଏବେ ଏହାକୁ ନେଇ ବିତର୍କ ଚାଲିଛି। ଆମ୍ବୁଲାନ୍ସ ହର୍ଣ୍ଣ ବଜାଇଲେ […]
ଗଞ୍ଜାମ: ପୁଣି ସେହି ଗଞ୍ଜାମ ଜିଲ୍ଲା ସେହି ପ୍ରାଣଘାତି ବିଦ୍ୟୁତ ଆଘାତ। ଏଥର ବିଦ୍ୟୁତ ଆଘାତରେ ଟଳିପଡ଼ିଲେ ଜେଜେମା ଓ ନାତି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର କୋକଲୁଣ୍ଡା ଗାଁରେ ଘଟିଛି ଏଭଳି ଦୁଃଖଦ ଘଟଣା। ମୃତକ ହେଲେ ରାଜେଶ ଜେନା, ଶିଶୁଳା ଜେନା। ଦିନ ୩ଟାରେ ରାଜେଶ ଗାଧୋଇ ସାରି ନିଜର ଓଦା ଚଦରକୁ ଲୁହା ରଡ଼ ଉପରେ ଶୁଖାଇବା ସମୟରେ ବିଦ୍ୟୁତ ଆଘାତରେ ଲାଗିଥିଲା। ନାତି ଛଟପଟ ହେବା ଦେଖି ଜେଜେମା ଦୌଡ଼ି ଯାଇ ନାତିକୁ […]
ଭୁବନେଶ୍ୱର: ରେଲଓ୍ୱର ବିକାଶ ପାଇଁ ଟଙ୍କାର ଅଭାବ ନାହିଁ। ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କଲେ ଏହାକୁ ପୂର୍ଣ୍ଣ କରିବା ପାଇଁ କେନ୍ଦ୍ର ଟଙ୍କା ଯୋଗାଇଦେବ। ରେଳ ବଜେଟରେ ରାଜ୍ୟକୁ କମ୍ ଅନୁଦାନ ଅଭିଯୋଗ କରି ରେଳ ମନ୍ତ୍ରୀଙ୍କୁ ଭେଟିଥିବା ରାଜ୍ୟ ଗୃହ କମିଟିକୁ ଏଭଳି କହିଛନ୍ତି ପୀୟୂଷ ଗୋୟଲ। କେବଳ ସେତିକି ନୁହେଁ, ଜୋନ୍ ହିସାବରେ ବଜେଟରେ ପ୍ରଚୁର ଟଙ୍କା ଦିଆଯାଇଥିବା ନେଇ ରେଳମନ୍ତ୍ରୀ ହିସାବ ମଧ୍ୟ ଦେଖାଇଛନ୍ତି। ଓଡ଼ିଶାକୁ ୫ହଜାର ୨୯୬ କୋଟି ମିଳିଥିବା […]
କଟକ: SCB ସଂପ୍ରସାରଣ ପାଇଁ ତୃତୀୟ ପର୍ଯ୍ୟାୟ ଉଚ୍ଛେଦ ବେଳେ ଉତ୍ତେଜନା ଦେଖା ଦେଇଛି। ମାସେ ଭିତରେ ସରକାରୀ କର୍ମଚାରୀଙ୍କୁ କ୍ୱାର୍ଟର୍ସ ଛାଡ଼ିବା ନିର୍ଦ୍ଦେଶକୁ ବିରୋଧ କରି SCB ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ମେଡିକାଲର ଗ୍ରୁପ ସି ଓ ଗ୍ରୁପ ଡି କର୍ମଚାରୀମାନେ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତେବେ କର୍ମଚାରୀଙ୍କ ଦାବି ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯିବ ବୋଲି SCB ପ୍ରଶାସନିକ ଅଧିକାରୀ କହିଛନ୍ତି। ଅନ୍ୟପଟେ ଆଜି […]
ସମ୍ବଲପୁର: ଭୁଲ ଇଂଜେକସନ ଯୋଗୁଁ ବୁର୍ଲାର ଯୁବତୀଙ୍କ ମୁହଁରେ ସଂକ୍ରମଣ ଘଟଣାରେ ଦୁଇ ଡାକ୍ତରଙ୍କ ନାଁରେ ଏତଲା ଦେଲେ ପରିବାର ଲୋକେ। ବୁର୍ଲା ଥାନାରେ ଏହି ଏତଲା ଦିଆଯାଇଛି। ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି କର୍ତ୍ତୃପକ୍ଷ। ପୀଡ଼ିତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ତାଙ୍କର ଚିକିତ୍ସା ପାଇଁ ରାଜ୍ୟ ଚିକିତ୍ସା ପାଣ୍ଠିରୁ ଅର୍ଥ ବ୍ୟବସ୍ଥା କରାଯାଇଛି। ଏବେ ଯୁବତୀଙ୍କ ମୁହଁରେ ପ୍ଲାଷ୍ଟିକ ସର୍ଜରି ହେବ। ଭୁଲ୍ ଇଂଜେକସନ […]
ଭୁବନେଶ୍ୱର: ଚର୍ଚ୍ଚାରେ ମନ୍ତ୍ରୀଙ୍କ ବନ୍ଧୁକ ସଉକ। ସଉକ ପାଇଁ ବନ୍ଧୁକ ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ଗୋଟିଏ ଅଧେ ନୁହେଁ, ତିନି ତିନିଟା ବନ୍ଧୁକ ତାଙ୍କ ପାଖରେ ରହିଛି। ସେଥିମଧ୍ୟରୁ ଦୁଇଟି ରିଭଲଭର ଓ ଗୋଟିଏ ରାଇଫଲ। ଏହି ଆଗ୍ନେୟାସ୍ତ୍ର ରଖି ଚର୍ଚ୍ଚାକୁ ଆସିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ। ନିଜ ସଂପତ୍ତି ତାଲିକା ଘୋଷଣା କରିବା ପରେ ମନ୍ତ୍ରୀଙ୍କ ବନ୍ଧୁକ ସଉକ ଜଣାପଡ଼ିଥିଲା। ସ୍ୱାସ୍ଥ୍ୟମନ୍ତ୍ରୀ ବନ୍ଧୁକ ରଖିବାକୁ ନେଇ ଚର୍ଚ୍ଚା ହେବା ପରେ ନବ […]
ଭୁବନେଶ୍ୱର: ରାଜ୍ୟର ପଛୁଆ ବର୍ଗଙ୍କ ପ୍ରତି ସରକାର ଅନ୍ୟାୟ କରୁଛନ୍ତି। ଓବିସି କମିଶନର ଅଧ୍ୟକ୍ଷ ଭଗବାନଲାଲ ସାହାଣୀ ଆଜି ରାଜ୍ୟର ବିଭିନ୍ନ ପଛୁଆ ବର୍ଗ ସଂଗଠନର ପ୍ରତିନିଧିଙ୍କୁ ଭେଟିବା ପରେ ଏହି ଅଭିଯୋଗ କରିଛନ୍ତି। ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ସରକାର ୨୭ ପ୍ରିତଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ ନ କରିବା ଓ ରାଜ୍ୟରେ ଓବିସି କମିଶନ ନିଯୁକ୍ତି ନ କରିବାକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି କମିଶନର ଅଧ୍ୟକ୍ଷ ଭଗବାନଲାଲ ସାହାଣୀ। ଆଜି ଅପରାହ୍ନରେ ମୁଖ୍ୟ […]
ବ୍ରହ୍ମପୁର: ବ୍ରହ୍ମପୁର ନିକଟ ଗୋଳନ୍ଥରା ଥାନା ମେନ୍ଦରାଜପୁର ଛକରେ ବିଦ୍ୟୁତ ତାର ଲାଗି ୧୦ ବସ୍ଯାତ୍ରୀଙ୍କ ମୃତ୍ୟୁ ଘଟଣାରେ ବନ୍ଧା ହେଲା ସିଲ୍କି ସିଟି ବସ୍ର ଡ୍ରାଇଭର। ତାଙ୍କ ନାଁ ଗଗନ ନାୟକ। ଅଘଟଣ ପରଠୁ ଡ୍ରାଇଭର ଗଗନ ଫେରାର୍ ହୋଇଯାଇଥିଲା। ଗତ ରବିବାର ଅପରାହ୍ନରେ ଗଂଜାମ ରଙ୍ଗେଇଲୁଣ୍ଡା ବ୍ଲକ ଡଙ୍କଲପାଡୁରୁ ପ୍ରାୟ ୪୦ ଜଣ ଯାତ୍ରୀଙ୍କୁ ଧରି ନିର୍ବନ୍ଧ କାମ ପାଇଁ ସିଲ୍କି ସିଟି ବସ୍ ଚିକରଡା ଅଭିମୁଖେ ଯାଉଥିଲା। ତେବେ ମେଲପତୁରରେ ବିଦ୍ୟୁତ ତାର […]
ଭୁବନେଶ୍ୱର: ଗଞ୍ଜାମ ଗୋଳନ୍ଥରା ବସ୍ ଟ୍ରାଜେଡି ପରେ ରାଜ୍ୟରେ ବିପଦ ସଙ୍କୁଳ ବିଦ୍ୟୁତ୍ ତାରର ରିପୋର୍ଟ ମାଗିଛି ଶକ୍ତି ବିଭାଗ। ତେବେ ବିଡ଼ମ୍ବନା, ଏମିତି କୌଣସି ସହର ବା ଗାଁ ନାହିଁ, ଯେଉଁଠି ବିପଦସଙ୍କୁଳ ଅବସ୍ଥାରେ ଝୁଲି ନଥିବ ମୃତ୍ୟୁର ଫାଶ। ରାଜ୍ୟରେ ବିଜୁଳି ଭିତ୍ତିଭୂମି ସଜାଡ଼ିବାକୁ ୧୦ବର୍ଷ ତଳୁ ଆରମ୍ଭ ହୋଇଥିବା କାପେକ୍ସ ଯୋଜନା ବାଟ ହୁଡ଼ିଥିବା ବେଳେ ଏହି ସମୟ ଭିତରେ ବିଦ୍ୟୁତ ଆଘାତରେ ଗଲାଣି ୧୪ ଶହରୁ ଅଧିକ ଜୀବନ। ମୟୂରଭଞ୍ଜ ଜିଲ୍ଲା […]
ଭୁବନେଶ୍ୱର: ତଥ୍ୟ ମାଗି ସରକାରଙ୍କ ମୁଖା ଖୋଲୁଥିବା ଆର୍ଟିଆଇ କର୍ମୀଙ୍କ କିଲିଂ ଜୋନ୍ ପାଲଟିଯାଉନି ତ ଓଡ଼ିଶା ? କାରଣ କେନ୍ଦ୍ରାପଡ଼ାର ରଂଜନ ଦାସ ହୁଅନ୍ତୁ କି କନ୍ଧମାଳର ଅଭିମନ୍ୟୁ ପଣ୍ଡା, ଉଭୟଙ୍କ ମୃତ୍ୟୁ ପଛରେ ବଡ଼ଧରଣର ଷଡ଼ଯନ୍ତ୍ର ଥିବା ଅଭିଯୋଗ ହୋଇଛି। ଏଭଳି ସ୍ଥିତିରେ ରାଜ୍ୟରେ ସୂଚନା ଅଧିକାର କର୍ମୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଥିବାବେଳେ ମୁଖ୍ୟମନ୍ତ୍ରୀଙ୍କୁ ବିହିତ ପଦକ୍ଷେପ ନେବାକୁ ଚିଠି ଲେଖିଛନ୍ତି ଦେଶର ବିଭିନ୍ନ ସ୍ଥାନର ୧୮ ଜଣ ଅବସରପ୍ରାପ୍ତ ପ୍ରଶାସକ। ଉଭୟ […]
ଗଞ୍ଜାମ: ମେଣ୍ଡରାଜପୁର ଗାଁ ଛକରେ ୧୧ କେଭି ତାର ଯୋଗୁ ୧୦ ଜଣଙ୍କ ମୃତ୍ୟୁ ଘଟଣାରେ ସାଉଥ୍କୋ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ଗଞ୍ଜାମ ଜିଲ୍ଲା କଂଗ୍ରେସ। କଂଗ୍ରେସର କର୍ମୀ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ରଙ୍କୁ ଏକ ଅଭିଯୋଗ ପତ୍ର ଦେବା ସହ ଅତି ଶୀଘ୍ର ତଦନ୍ତ କରିବାକୁ ଦାବି କରିଛନ୍ତି। ୫ ବର୍ଷରୁ ଅଧିକ ଦିନ ଧରି ୧୧ କେଭି ତାର ଝୁଲି ରହିଥିଲେ ମଧ୍ୟ ସାଉଥ୍କୋ ଅଧିକାରୀ ସେଥିପ୍ରତି ଧ୍ୟାନ ଦେଇ ନ ଥିଲେ। […]
ଭୁବନେଶ୍ୱର: ଓଡ଼ିଶାରେ ବିମ୍ଷ୍ଟେକ୍ର ଦ୍ୱିତୀୟ ବିପର୍ଯ୍ୟାୟ ପରିଚାଳନା ଅଭ୍ୟାସ ପାଇଁ ପ୍ରସ୍ତୁତି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିଭଳି ଐତିହ୍ୟ ତଥା ସାଂସ୍କୃତିକ ସ୍ଥଳକୁ ରକ୍ଷା କରାଯାଇ ପାରିବ ସେ ନେଇ ଯୋଜନା ଚାଲିଛି। ଏଥିରେ ବିମ୍ଷ୍ଟେକ୍ରେ ସାମିଲ ଥିବା ସାତଟି ଦେଶ ମଧ୍ୟରୁ ଭାରତ ସହ ବାଂଲାଦେଶ, ମିଆଁମାର, ଶ୍ରୀଲଙ୍କା ଓ ନେପାଳର ପ୍ରତିନିଧିମାନେ ଯୋଗଦେଇଛନ୍ତି। ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି। ଏନଡିଆରଏଫ୍ ଡିଜି ସତ୍ୟ ନାରାୟଣ ପ୍ରଧାନ, ପୁଲିସ ଡିଜି ଅଭୟ, […]
ପୁରୀ: ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିରର ପୁରୁଣା କିର୍ତ୍ତୀରାଜି ଭାଙ୍ଗି ସାଦା ପଥର ଲଗାଯିବା ଖବର ମିଛ। ସୋଶାଲ୍ ମିଡିଆରେ ପ୍ରକାଶ ପାଇଥିବା ଏଭଳି ଟ୍ୱିଟ୍କୁ ଭୁଲ୍ ଓ ବିଭ୍ରାନ୍ତିକର ବୋଲି ଦର୍ଶାଇଛି ଏଏସ୍ଆଇ। ତାସହ ଟ୍ୱିଟ୍ରେ ଦର୍ଶାଯାଇଥିବା ଦୁଇଟି ଯାକ ଚିତ୍ର ମନ୍ଦିରର ୨ଟି ଭିନ୍ନ ଭିନ୍ନ ସ୍ଥାନର ବୋଲି ଦର୍ଶାଇଛି ସଂସ୍ଥା। ଯାହାମଧ୍ୟରୁ ଗୋଟିଏ ଫଟୋ ନାଟ ମଣ୍ଡପ କିର୍ତ୍ତୀରାଜିର ହୋଇଥିବାବେଳେ ଅନ୍ୟଟି ମୁଖ୍ୟ ମନ୍ଦିର ଜଗମୋହନର। ଯାହା ସାଧାରଣ ପଥରରେ ନିର୍ମିତ […]
ବ୍ରହ୍ମପୁର (ଜଗନ୍ନାଥ ସାହୁ): ବ୍ରହ୍ମପୁର ଗୋଳନ୍ଥରା ଥାନା ମେଲକୋତୁର ନିକଟରେ ବଡ଼ ଧରଣର ଅଘଟଣ । ନିର୍ବନ୍ଧ ଲାଗି ଯାତ୍ରୀ ନେଇ ଯାଉଥିବା ବସ୍ରେ ୧୧ କେଭି ବିଦ୍ୟୁତ୍ ତାର ଲାଗି ୯ ଜଣଙ୍କ ମୃତ୍ୟୁ ହୋଇଛି । ଏହି ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର। ଗୋଳନ୍ଥରା ଥାନା ମେଲକୋଟୁର ନିକଟରେ ଏହି ଅଘଟଣ ଘଟିଛି । ଏକ ନିର୍ବନ୍ଧ ଉତ୍ସବରେ ଯୋଗ ଦେବାକୁ ଯିବା ବେଳେ ଏହି ଅଘଟଣ ଘଟିଛି । ବିଦ୍ୟୁତ୍ […]
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଥର ମ୍ୟାଟ୍ରିକ୍ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ୍ ହେଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ। ସଂପୃକ୍ତ ସେଣ୍ଟର ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଏଥର ପ୍ରଶ୍ନପତ୍ର ଭାଇରାଲ୍ ନହେବା ପାଇଁ କୋଡିଂ ବ୍ୟବସ୍ଥା କରାଯାଇଛି। ତେଣୁ ଏଥର ପ୍ରଶ୍ନପତ୍ର ଭାଇରାଲ ହେବନି ବୋଲି ମନ୍ତ୍ରୀ ଆଶା ରଖିଛନ୍ତି। ଚଳିତବର୍ଷ ମ୍ୟାଟ୍ରିକ୍ ପରୀକ୍ଷା ଆସନ୍ତା ୧୯ ତାରିଖରୁ ଆରମ୍ଭ ହୋଇ […]
ଭୁବନେଶ୍ୱର: ବିଦ୍ୟୁତ ବିଲ୍ ଖିଲାପକାରୀଙ୍କ ପାଇଁ ଆଶ୍ୱସ୍ତି। ୧୦ ଦିନ ପାଇଁ ବିଦ୍ୟୁତ୍ ଦେୟ ଖିଲାପକାରୀଙ୍କୁ ମହଲତ ଦେଲା ସେସୁ। ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଖିଲାପକାରୀଙ୍କ ବିଦ୍ୟୁତ କାଟ ହେବନି ବୋଲି ସୂଚନା ଦେଇଛି ସେସୁ । ଏହି ସମୟ ମଧ୍ୟରେ ଦେୟ ପୈଠ ନ କଲେ ପୁଣି ବିଦ୍ୟୁତ କାଟ ହେବ ବୋଲି କୁହାଯାଇଛି। ବର୍ତ୍ତମାନ ସୁଦ୍ଧା ୭୨ କୋଟି ୭୬ ଲକ୍ଷ ବକେୟା ଆଦାୟ ହୋଇଛି। ୨୧ ହଜାର ୩୩୯ ଜଣ ଦେୟ […]