• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

old man walked to puri from bbsr
ହାତ ଛାଡ଼ିଦେଲେ ୫ ପୁଅ, ରାତି ଅଧରେ କାଳିଆ ଦର୍ଶନରେ ବାହାରିଲେ ୮୮ ବର୍ଷର ବୃଦ୍ଧ

ରାତିର ଘନ ଅନ୍ଧାର ଭିତରେ ଚାଲୁଥାନ୍ତି । ଗୋଟିଏ ଆଶା, କାଳିଆ ପୁଅ ପାଖକୁ ଯିବି। ସେ ଆଶ୍ରୟ ଦେବ। ମଝିରେ ବର୍ଷା ବି ହେଉଥାଏ। ହେଲେ ସେଥିକି ଖାତିର ନ ଥାଏ। ଏହା କେଉଁ ଫିଲ୍ମର କାହାଣୀ ନୁହେଁ। ଜଣେ ହତଭାଗ୍ୟ ବାପାର ଦୁଃଖଭରା ଅନୁଭୂତି। 

lop
ଅଧାରୁ ଅଟକି ଗଲା କି ଚି’ଟ୍‌ପଣ୍ଡ ତଦନ୍ତ କମିଶନ? ଲୋକେ ଟଙ୍କା ଫେରିବା ପାଇବା ଆଶା କ୍ଷୀଣ

ଭୁବନେଶ୍ୱର: ଅଧାରୁ ଅଟକି ଗଲା କି ଚି’ଟ୍‌ପଣ୍ଡ ତଦନ୍ତ କମିଶନ? କାର୍ଯ୍ୟକାଳ ପୂରିବାର ମାସେ ହୋଇଥିଲେ ବି ସରକାର ଚୁପ୍ ବସିଛନ୍ତି। ତେଣୁ କାର୍ଯ୍ୟକାଳ ଆଉ ବଢ଼ିବ ନା ନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଣେ ତଦନ୍ତ କମିଶନଙ୍କ କାର୍ଯ୍ୟକାଳ ସରିଯାଇଥିବାରୁ ଆଉ ଶୁଣାଣି ହେବନି ବୋଲି ବିଜ୍ଞପ୍ତି ଜାରି କରିଛନ୍ତି କମିଶନଙ୍କ ସଚିବ। ଫଳରେ ଅନିଶ୍ଚିତତା ଭିତରେ ଜମାକାରୀଙ୍କ ଭାଗ୍ୟ। ଠକେଇର ଶିକାର ହୋଇ ସର୍ବସ୍ୱାନ୍ତ ହୋଇଥିବା ଲକ୍ଷ ଲକ୍ଷ ଜମାକାରୀ ଟଙ୍କା […]

  • Saturday, 24 July 2021
sishu
ପୁଅର ଜୀବନ ଭିକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆସିଥିଲେ, ଗଳା ଧକ୍କା ଦେଇ ତଡ଼ିଦେଲେ ନେତା

ସୁନ୍ଦରଗଡ଼: ଆଖିରେ ଆଖିଏ ଲୁହ ଆଉ ଛାତିରେ ଅଜସ୍ର କୋହ। ପୁଅର ଜୀବନ ଭି‍‍କ୍ଷା ମାଗିବାକୁ ଯାଇ ବାପା ଧାଇଁ ଆସିଥିଲେ ରାଜ୍ୟ ମୁଖିଆଙ୍କ ନିକଟକୁ। ହାତରେ ଥିଲା ୩ବର୍ଷର ରୋଗିଣା ପୁଅ। ହେଲେ ମୁଖିଆଙ୍କୁ ଭେଟିବା ତ ଦୂରର କଥା, ବରଂ ଖାଇବାକୁ ପଡିଲା ଧକ୍କା ଓ ନିର୍ଧୂମ ଗାଳି। ଆଉ ଶେଷରେ ଭୋ ଭୋ ହୋଇ କାନ୍ଦି ପକାଇଥିଲେ ବାପା। ସୁନ୍ଦରଗଡ ଭାଲୁଲତା ଗାଁର କୁମୁଦ କିସାନଙ୍କ ୩ବର୍ଷର ପୁଅ ସମରଜିତ ଥାଲସେମିଆ ରୋଗରେ […]

  • Saturday, 24 July 2021
snil
ବଦଳିଲା ପାଣିପାଗର ମୁଡ୍: ରାତି ୧୦ରୁ ପୁଣି ବର୍ଷା

ଭୁବନେଶ୍ୱର: ହଠାତ୍ ରାଜଧାନୀ ଭୁବନେଶ୍ୱରରେ ପାଣିପାଗର ମୁଡ୍ ବଦଳିଛି। ଅପରାହ୍ନରେ କଳାହାଣ୍ଡିଆ ମେଘ ସହ ପ୍ରବଳ ପବନ ବହିବା ସହ ବର୍ଷା ହୋଇଛି। କିଛି ସ୍ଥାନରେ କୁଆପଥର ମାଡ଼ ବି ହୋଇଥିବା ସୂଚନା ରହିଛି। ବର୍ଷା ଓ ପବନ ଏମିତି ହୋଇଥିଲା କି ରାଜଧାନୀବାସୀଙ୍କୁ ଏହା ବାତ୍ୟାର ଭ୍ରମ ସୃଷ୍ଟି କରାଇଥିଲା। ରାତି ୧୦ଟା ମଧ୍ୟରେ ପୁଣି ଥରେ ଭୁବନେଶ୍ୱର ସହ କଟକରେ ବର୍ଷା ହେବା ନେଇ ସମ୍ଭାବନା ରହିଛି। ଏହି ସମୟରେ ୩୦ରୁ ୪୦ କିଲୋମିଟର୍ […]

  • Saturday, 24 July 2021
mao
୪ ଜିଲ୍ଲାର ମାଓବାଦୀଙ୍କ ଗତିବିଧିକୁ ନେଇ ବ୍ଲୁପ୍ରିଣ୍ଟ୍ ପ୍ରସ୍ତୁତ

ଭବାନୀପାଟଣା: ମାଓବାଦୀଙ୍କ ଅପରାଧିକ କାର୍ଯ୍ୟକଳାପକୁ ଦମନ କରିବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ଓଡ଼ିଶା ଓ ଛତିଶଗଡର ମିଳିତ ଅପରେସନକୁ ଆହୁରି ଜୋରଦାର କରାଯିବ। ଏନେଇ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରୀୟ ପୋଲିସର ସୁରକ୍ଷା ଉପଦେଷ୍ଟା। ଆଜି କେନ୍ଦ୍ରୀୟ ପୋଲିସର ବରିଷ୍ଠ ସୁରକ୍ଷା ଉପଦେଷ୍ଟା ବିଜୟ କୁମାର ଭବାନୀପାଟଣା ଗସ୍ତ କରି କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା, ମାଲକାନଗିରି ସମେତ ଛତିଶଗଡ଼ରେ ମାଓବାଦୀଙ୍କ ବର୍ତ୍ତମାନର ଗତିବିଧି ଓ ମାଓ ଅପରେସନ୍ ସମ୍ପର୍କରେ ଆଲୋଚନା କରିଛନ୍ତି। […]

  • Saturday, 24 July 2021
fas
ବିବାହ ଭୋଜିରେ ଅତିଥି ସାଜି କଳାକନା ବୁଲାଇଥିବା କାର୍ପଟଦାର ଗିରଫ

ଭୁବନେଶ୍ୱର: ବିବାହ ଭୋଜିରେ କଳାକନା ବୁଲାଇଥିବା କାର୍ପଟଦାର ଚୋର ଗିରଫ। ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ବିବାହ ଉତ୍ସବରେ ଅତିଥି ଭାବେ ଆସି ଚୋରି କରିବା ମାମଲାରେ ଜଣେ ଅଭିଯୁକ୍ତ ଗିରଫ କରିଛି ଖଣ୍ଡଗିରି ଥାନା ପୁଲିସ। ଗିରଫ୍‌ ବ୍ୟକ୍ତିର ନାଁ ସେକ୍ ଅବଦୁଲ ଲତିଫ୍। ଲତିଫ୍‌ଠାରୁ ୩ ଲକ୍ଷ ୯୮ ହଜାର ଟଙ୍କା ସହ ବ୍ୟାଗ୍ ଜବତ ହୋଇଛି। ଯେଉଁଥିରେ ୨ ଲକ୍ଷ ଟଙ୍କାର ସୁନା ଗହଣ ମିଳିଛି। ଏହାପରେ ଖଣ୍ଡଗିରି ସମେତ ରାଜଧାନୀର ବିଭିନ୍ନ ଅଞ୍ଚଳରୁ […]

  • Saturday, 24 July 2021
cclol
ମିଛ କଲେଜରେ ସତ ପିଲାଙ୍କୁ ଠକେଇ

ସମ୍ବଲପୁର: ମିଛ କଲେଜରେ ସତ ପିଲାଙ୍କୁ ଠକେଇ। ସମ୍ବଲପୁର ଯମୁନାଦେବୀ ଘରୋଇ ମହାବିଦ୍ୟାଳୟର ୪୦ରୁ ଅଧିକ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ଠକେଇ ହୋଇଛି। ପତ୍ରବିନିମୟ ବା କରସ୍ପଣ୍ଡେଣ୍ଟରେ ଆଡମିଶନ୍ କରିଥିବା ଛାତ୍ରଛାତ୍ରୀଙ୍କ ସହ ଠକେଇ ହୋଇଛି। ବିନା ପଞ୍ଜୀକରଣରେ ଚାଲିଥିବା ଏହି କଲେଜରେ ଆଡମିଶନ୍ ନେଇଥିଲେ ଛାତ୍ରଛାତ୍ରୀ। ପିଲାଙ୍କୁ ମିଛ କହିବା ସହ ଅତ୍ୟାଧିକ ଟଙ୍କା ଆଡମିଶନ୍ ଫି ନିଆଯାଇଥିବା ଅଭିଯୋଗ ହୋଇଛି। ଏନେଇ ଛାତ୍ରଛାତ୍ରୀମାନେ ଧନୁପାଲ୍ଲୀ ଥାନାରେ ମାମଲା ରୁଜୁ କରିଛନ୍ତି। ଦୁଇ ବର୍ଷ ଏହି […]

  • Saturday, 24 July 2021
sd
କଂଗ୍ରେସ ବୈଠକ ଭାଙ୍ଗିଦେଲେ ମହୁମାଛି: ଆକ୍ରମଣରେ ଘାଇଲା ହେଲେ ନେତା

ସୁନ୍ଦରଗଡ଼: କଂଗ୍ରେସ ବୈଠକ ବେଳେ ମହୁମାଛି ଆକ୍ରମଣ। ଏଭଳି କିଛି ଘଟଣା ଆଜି ଦେଖିବାକୁ ମିଳିଛି ସୁନ୍ଦରଗଡ଼ ବିରମିତ୍ରପୁର ଅଞ୍ଚଳରେ। ପୂର୍ବତନ ବିଧାୟକ ଜର୍ଜ ତିର୍କିଙ୍କ ଅଧ୍ୟକ୍ଷତାରେ ବୈଠକ ଚାଲିଥିବା ବେଳେ ହଠାତ୍ ମହୁମାଛି ଆକ୍ରମଣ କରିଥିଲେ। ପରିସ୍ଥିତି ଏପରି ହୋଇଥିଲା ଯେ କଂଗ୍ରେସ ନେତାମାନଙ୍କୁ ହଠାତ୍ ବୈଠକକୁ ଅଧାରୁ ବନ୍ଦ କରିବାକୁ ପଡ଼ିଥିଲା। ସଭା ସ୍ଥଳରେ ଠେଲାପେଲା ପରିସ୍ଥିତି ବି ଉପୁଜିଥିଲା। ମହୁମାଛିମାନେ ଏତେ ଉତ୍‌ପାତ ଘଟାଇଥିଲେ ଯେ କଂଗ୍ରେସ ନେତା ଓ କର୍ମୀମାନେ ଘଟଣାସ୍ଥଳରୁ […]

  • Saturday, 24 July 2021
youth cogress
ନୂଆ ଟ୍ରାଫିକ ନିୟମକୁ ନେଇ କଂଗ୍ରେସର ପ୍ରଶ୍ନ: ସୁର‍କ୍ଷା ନା ରାଜସ୍ୱ ବୃଦ୍ଧି?

ଭୁବନେଶ୍ୱର:  ନୂଆ ଟ୍ରାଫିକ ନିୟମକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ଯୁବ କଂଗ୍ରେସ।ରାଜ୍ୟରେ ସରକାରଙ୍କ ତରଫରୁ କଡାକଡି ଯାଞ୍ଚ ଚାଲିଥିବାବେଳେ ଏହାକୁ ବିରୋଧ କରିଛି ଯୁବ କଂଗ୍ରେସ।  ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୁବ କଂଗ୍ରେସ କହିଛି ଯେ ଏହି ପ୍ରସଙ୍ଗକୁ ନେଇ ଆସନ୍ତାକାଲି(ଗୁରୁବାର) ବିଭାଗୀୟ ମନ୍ତ୍ରୀଙ୍କୁ ଭେଟିବେ। ଏହାପରେ ରାଜ୍ୟପାଳଙ୍କୁ ସାକ୍ଷାତ କରିବେ। ତେବେ କଡାକଡି ଯାଞ୍ଚ ପଛରେ ସରକାରଙ୍କ ଉଦ୍ଦେଶ୍ୟ ସୁରକ୍ଷା ଓ ସଚେତନତା ନା ରାଜସ୍ୱ ବୃଦ୍ଧି ବୋଲି ପ୍ରଶ୍ନ […]

  • Saturday, 24 July 2021
SCHOOL BYTE
ରାଜ୍ୟରେ କରୋନା ଭୟ: ବନ୍ଦ ହେବକି ସ୍କୁଲ?

ଭୁବନେଶ୍ୱର: କରୋନା ମୁକାବିଲା ନେଇ ରାଜ୍ୟ ସରକାର ସ୍ଥିତିର ସମୀକ୍ଷା କରିଛନ୍ତି।  ଆଜି ସ୍ୱାସ୍ଥ୍ୟସଚିବଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥିତିର ସମୀକ୍ଷା କରିଛନ୍ତି। ଏଥିରେ ଡିଏମଇଟି ସିବିକେ ମହାନ୍ତିଙ୍କ ସହ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। କରୋନା ନେଇ ଲୋକମାନଙ୍କୁ ସଚେତନ କରିବା ଉପରେ ବୈଠକରେ ଆଲୋଚନା ହୋଇଥିଲା। ଅନ୍ୟ ରାଜ୍ୟରେ କରୋନା ସଂକ୍ରମଣ ନେଇ ରାଜ୍ୟ ସରକାର ସଚେତନ ଅଛନ୍ତି। ଏପର୍ଯ୍ୟନ୍ତ ରାଜ୍ୟରେ ୧୧୫ଜଣଙ୍କୁ ହୋମ ଆଇସୋଲେସନରେ ରଖାଯାଇଛି। ଏଥିସହ ପାରାଦୀପରୁ ଆସିଥିବା […]

  • Saturday, 24 July 2021
plastic bAN copy
ସାବଧାନ! ଏଣିକି ଶ୍ରୀମନ୍ଦିରରେ ପାନଛେପ ପକାଇଲେ ଫାଇନ୍

ପୁରୀ: ଏଣିକି ଶ୍ରୀମନ୍ଦିର ପରିସରରେ ପାନଛେପ ପକାଇଲେ ୫୦୦ ଟଙ୍କା ଫାଇନ୍ ଦେବାକୁ ପଡିବ।  ପୂର୍ବରୁ ଶ୍ରୀମନ୍ଦିରରେ ପାନଛେପ ପକାଇବା ନେଇ କଟକଣା ଜାରି କରାଯାଇଥିଲା। ସେବାୟତ ହେଉ କିମ୍ବା ଭକ୍ତ, ଯେକେହିବି ପାନଛେପ ପକାନ୍ତି ତାଙ୍କଠାରୁ ୫୦୦ ଟଙ୍କା ଜରିମାନା ଆଦାୟ କରାଯିବ। ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ ପରେ ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର। ସେହିପରି ଆସନ୍ତା ଏପ୍ରିଲ ୧ରୁ ଶ୍ରୀମନ୍ଦିରକୁ ପ୍ଲାଷ୍ଟିକ ମୁକ୍ତ କରାଯିବ। […]

  • Saturday, 24 July 2021
adinia wind
ରାଜଧାନୀରେ ମାଡ଼ି ଆସିଲା ଅଚାନକ ପବନ ଓ ବର୍ଷା

ଭୁବନେଶ୍ୱର: ରାଜଧାନୀରେ ମାଡି ଆସିଲା ଅଚାନକ ବର୍ଷା। କିଛି ସମୟ ତଳେ ଭୁବନେଶ୍ୱରରେ କଳାହାଣ୍ଡିଆ ମେଘ ସହ ପ୍ରବଳ ବେଗରେ ପବନ ଓ ବର୍ଷା ହୋଇଛି। କିଛି ସ୍ଥାନରେ କୁଆପଥର ମାଡ଼ ବି ହୋଇଥିବା ସୂଚନା ମିଳିଛି। ତେବେ ଅଚାନକ ବର୍ଷାକୁ ନେଇ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ତେବେ ଏଭଳି ଅଚାନକ ପାଗରେ ପରିବର୍ତ୍ତନ ପାଇଁ ଲୋକେ ନାନା ହନ୍ତସନ୍ତ ହୋଇଛନ୍ତି। ସେପଟେ ଆସନ୍ତା ୫ ଘଣ୍ଟା ପାଇଁ ୭ ଜିଲ୍ଲାକୁ ପାଣିପାଗ ବିଭାଗର ସତର୍କ ସୂଚନା […]

  • Saturday, 24 July 2021
daliya prachar.3
ଦିନକ ପରେ ପଞ୍ଚାୟତିରାଜ ଦିବସ: ସରକାରୀ କାର୍ଯ୍ୟକ୍ରମ ଆଳରେ ଚାଲିବ କି ଦଳୀୟ ପ୍ରଚାର?

ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୫ରେ ବିଜୁ ଜୟନ୍ତୀ ଓ ପଂଚାୟତିରାଜ ଦିବସକୁ ବଡ଼ ଆକାରରେ ପାଳନ କରି ଉଭୟ ଗାଁ ଓ ସହରୀ ଭୋଟକୁ ଛୁଇଁବାକୁ ବିଜେଡିର ମାଷ୍ଟରପ୍ଳାନ୍। ସରକାରୀ କାର୍ଯ୍ୟକ୍ରମ ଆଳରେ  ଦଳୀୟ ପ୍ରଚାର ଯୋଜନା ଚାଲିବ ବୋଲି ଅଭିଯୋଗ ବିରୋଧୀ ଅଭିଯୋଗ କରିଛନ୍ତି। ବିଜୁ ଜୟନ୍ତୀରେ ଏଥର ଗ୍ରାମାଞ୍ଚଳରେ ହିତାଧିକାରୀଙ୍କୁ ପକ୍କାଘର ଯୋଗ୍ୟତା କାର୍ଡ ଓ ସହରରେ ଜାଗା ମିଶନ ମାଧ୍ୟମରେ ଭୂମି ଅଧିକାର ଯୋଗ୍ୟତା ପ୍ରମାଣପତ୍ର ବଣ୍ଟାଯିବ ଦଳୀୟ ଚିଠିରେ ବି ଏକଥା […]

  • Saturday, 24 July 2021
fne-for-web
ଆଇନକୁ ସମ୍ମାନ ନାହିଁ କି ଫାଇନକୁ ଡର ନାହିଁ; ବେଫିକର ଗାଡ଼ି ଚାଳକ

ଭୁବନେଶ୍ୱର: ୬ ମାସର କୋହଳ ଆଉ ୩ ଦିନର ଧରପଗଡ଼, ତା ପରେବି ଆଇନକୁ ସମ୍ମାନ ନାହିଁ କି ଫାଇନକୁ ଡର ନାହିଁ। ନୂଆ ମୋଟର ଯାନ ଆଇନ ପୁଣି କଡ଼ାକଡ଼ି ହେବାର ତୃତୀୟ ଦିନରେ ବି ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ଏମିତି ଚିତ୍ର। ଆଜିବି ବେଫିକର ଗାଡ଼ି ଚାଳନା ଆଉ ବେପରୁଆ ଗାଡ଼ି ଚାଳକ। ସମ୍ବଲପୁର ସହର ସ୍ଥିତ ଲକ୍ଷ୍ମୀ ଟକିଜ୍ ଅଞ୍ଚଳର ଗୋଟିଏ ବାଇକରେ ତିନି ଜଣ ଯାଉଥିବାବେଳେ ପୋଲିସ ଅଟକାଇବାରୁ […]

  • Saturday, 24 July 2021
kiid
ହତ୍ୟା ଅଭିଯୋଗରେ ସ୍ୱାମୀ ଜେଲ୍‌ ଗଲେ : ସ୍ତ୍ରୀ କିନ୍ତୁ ପ୍ରେମିକ ସହ ଫେରାର୍‌ ହୋଇଥିଲେ

ଚୌଦ୍ୱାର : ଶେଷରେ ବିଜୟ ହେଲା ସତ୍ୟର। ଦୀର୍ଘ ୭ ବର୍ଷ ପରେ ସ୍ୱାମୀ ତାଙ୍କ ହଜିଲା ସ୍ତ୍ରୀର ଠିକଣା ପାଇଲେ। ନିଜକୁ ନିର୍ଦ୍ଦେଷ ବୋଲି ସାବ୍ୟସ୍ତ କଲେ ସ୍ୱାମୀ।  ହେଲେ ଯେତେବେଳେ ସ୍ତ୍ରୀର ସନ୍ଧାନ ପାଇଲେ ସେତେବେଳେ ସେ ଆଉ କାହାର ହୋଇ ଯାଇଥିଲେ। ତଥାପି ଦୋଷ ନକରି ବି ତାଙ୍କୁ ୭ ବର୍ଷ କାଳ ଦୋଷୀର ବଦନାମ ମୁଣ୍ଡାଇ ବଞ୍ଚିବାକୁ ପଡିଲା। ମୁଁ ନିର୍ଦ୍ଦୋଷ। ମୋର କିଛି ଦୋଷ ନାହିଁ। ଏ କଥା ସାବ୍ୟସ୍ତ […]

  • Saturday, 24 July 2021
jj
ଓଡ଼ିଶାରେ କରୋନା ଭୟ: ରକ୍ଷା ପାଇବାର ଏହି ଉପାୟ

ନୂଆଦିଲ୍ଲୀ: ଚାଇନାରୁ ଉତ୍ପତ୍ତି ହୋଇଥିବା ପ୍ରାଣଘାତୀ କରୋନା(କୋଭିଡ୍-୧୯) ସାରା ବିଶ୍ୱରେ ଆତଙ୍କ ଖେଳାଉଛି। କରୋନା ସଂକ୍ରମଣରେ ୩ହଜାରରୁ ଅଧିକ ଲୋକ ପ୍ରାଣ ହରାଇଲେଣି। ୯୨ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହେଲେଣି। ଚାଇନା, ଇରାନ୍ ପରେ ଏବେ ଭାରତରେ ମଧ୍ୟ କରୋନା ଭାଇରସ ଆତଙ୍କ ଦେଖିବାକୁ ମିଳିଛି। ୬ରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହେବା ଜଣାପଡ଼ିବା ପରେ ଭାରତ ସରକାର ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି। ‌ଅପରପକ୍ଷରେ ଓଡିଶାରେ ମଧ୍ୟ କରୋନା ସନ୍ଦିଗ୍ଧ ଚିହ୍ନଟ କରାଯାଇଛି। […]

  • Saturday, 24 July 2021
principal2
ସ୍କୁଲ ଅଧ୍ୟକ୍ଷଙ୍କ ଅଶୋଭନୀୟ ଆଚରଣ: ଛାତ୍ରୀଙ୍କ ସହ ଏମିତି କରୁଥିଲେ

ଚାନ୍ଦବାଲି(ବାସୁଦେବ ଦାସ): ନବମ ଶ୍ରେଣୀ ଛାତ୍ରୀଙ୍କୁ ଅଶ୍ଳୀଳ ମେସେଜ କରି ବନ୍ଧାହେଲେ ରସିକିଆ ଅଧ୍ୟକ୍ଷ। ଏପରିକି ଛାତ୍ରୀଙ୍କୁ ଫୋନ୍‌ କରି ଆହୁରି ଖରାପ କଥା ହେଉଥିଲେ ସ୍କୁଲ ଅଧ୍ୟକ୍ଷ। ଯାହା ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।  “….. ତୁମକୁ ମୁଁ ବହୁତ ମିସ୍‌ କରୁଛି। ଯାହା ଭାଷାରେ କହିପାରିବି ନାହିଁ। ଆଜି କେହି ନାହାନ୍ତି, ତୁମେ ଚାଲି ଆସ। ମୋ’ ସ୍ତ୍ରୀ ଯେତିକି ମନେ ନପକାଉଛି, ତାହାଠାରୁ ଅଧିକ ତୁମେ ମନେ ପଡୁଛ…।”  ତେବେ ଏସବୁ […]

  • Saturday, 24 July 2021
lopsdf
ଦୁଇ ଶିକ୍ଷକଙ୍କ ମଦପିଆ ଭିଡିଓ ଭାଇରାଲ୍: ତାତିଲେ ଲୋକେ

କଟକ: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବକ୍ଲର ସିଆରସିସି ଦାୟିତ୍ୱରେ ଥିବା ୨ ଜଣ ଶିକ୍ଷକଙ୍କ କାର୍ଯ୍ୟ ସମୟରେ ମଦ ପିଉଥିବା ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ମଦ ପିଉଥିବା ଶିକ୍ଷକ ଦୁଇଜଣଙ୍କ ନାଁ ମୃତ୍ୟୁଞ୍ଜୟ ସେନାପତି ଓ ନାରାୟଣ ଚାନ୍ଦ। ଉଭୟ ଡ୍ୟୁଟି ସମୟରେ ଥାଇ ମଧ୍ୟ କର୍ତ୍ତବ୍ୟରେ ଅବହେଳା କରି ବାରରେ ବସି ମଦ ପିଉଥିବାରୁ ସେମାନଙ୍କ ବହିଷ୍କାର ଦାବି କରିଛନ୍ତି ନତକାଇ ପଞ୍ଚାୟତବାସୀ। ଏଭଳି ଘଟଣାକୁ ସର୍ବସାଧାରଣରେ ନିନ୍ଦା କରାଯାଇଛି। ଏନେଇ କିଛି […]

  • Saturday, 24 July 2021
chiorir
ଅତିଥି ହୋଇ ଆସିଥିଲେ; ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି କରିନେଲେ

ଭୁବନେଶ୍ୱର: ଲୁଟ୍‌ର ନୂଆ ତରିକା।  ଅତିଥି ହୋଇ ଆସି ବୁଲାଇଲେ କଳାକନା। ରାଜଧାନୀରେ ଭିଆଇପି ଅତିଥି ବେଶରେ ଆସି ବାହାଘର ମଣ୍ଡପରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଥିବା ଏକ ବିବାହ ମଣ୍ଡପରୁ ଏଭଳି ଲୁଟ୍ ହୋଇଛି। ବାହାଘରରେ ମିଳିଥିଲା ଟଙ୍କା ଓ ସୁନା। ଅତିଥି ବେଶରେ ଆସିଥିବା ଛଦ୍ମବେଶୀ ଲୁଟେରା ଗିଫ୍ଟ ପ୍ୟାକେଜ୍‌ରେ ଥିବା ପ୍ରାୟ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ୍ କରିଥିବା ଥାନାରେ ଏତଲା […]

  • Saturday, 24 July 2021
mao
ଆତ୍ମସମର୍ପଣ କଲା ମାଓନେତା ଡି.ପ୍ରଶାନ୍ତ

ନୟାଗଡ: ପୋଲିସ ନିକଟରେ ଆତ୍ମସମର୍ପଣ କଲା ନୟାଗଡ଼ ଅସ୍ତ୍ରାଗାର ଲୁଟ ମାମଲାର ମାଷ୍ଟରମାଇଣ୍ଡ ତଥା ମାଓନେତା ସୋନୁ ଓରଫ ଡି.ପ୍ରଶାନ୍ତ ମିଡିଆମ। ଛତିଶଗଡ଼ ବିଜାପୁର ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏସପି ଓ ସିଆରପିଏଫ୍ କମାଣ୍ଡାଣ୍ଟଙ୍କ ନିକଟରେ ସେ ଆତ୍ମସମର୍ପଣ କରିଛି। ୨୦୦୮ ନୟାଗଡ଼ ଅସ୍ତ୍ରାଗାର ଲୁଟର ମାଷ୍ଟରମାଇଣ୍ଡ ଥିଲା ପ୍ରଶାନ୍ତ ମିଡିଆମ। ସୋନୁ ନାଁରେ ୮ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା। ଓଡ଼ିଶା ଓ ଛତିଶଗଡ଼ରେ ବହୁ ମାଓ ହିଂସାରେ ସେ […]

  • Saturday, 24 July 2021
lksa
କରୋନା ସନ୍ଦେହରେ ପାରାଦୀପରରୁ ଉଦ୍ଧାର ୨ କର୍ମଚାରୀଙ୍କୁ କଟକ ବଡ଼ ମେଡିକାଲ୍‌ରେ ଭର୍ତ୍ତି

କଟକ: କରୋନା ଭୂତାଣୁ ସଂକ୍ରମଣ ସନ୍ଦେହରେ ପାରାଦୀପର ଜାହାଜରୁ ଉଦ୍ଧାର ୨ କର୍ମଚାରୀଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ସଂକ୍ରମିତଙ୍କ ବଡ଼ ମେଡିକାଲର କରୋନା ଆଇସୋଲେସନ ଓ୍ୱାର୍ଡରେ ରଖାଯାଇ। ସେଠାରେ ସେମାନଙ୍କ ଚିକିତ୍ସା ଆରମ୍ଭ କରାଯିବାକୁ ବ୍ୟବସ୍ଥା ହୋଇଛି। ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ୨ କର୍ମଚାରୀ ପତିପତ୍ନୀ ସେମାନଙ୍କର ଚିକିତ୍ସା ସହ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯିବାକୁ ଏସ୍‌ସିବି ପକ୍ଷରୁ ବ୍ୟବସ୍ଥା କରାଯାଉଛି। ୨ ପତିପତ୍ନୀ ସିଙ୍ଗାପୁରରୁ ଆସି ପାରାଦୀପରେ ଲାଗିଥିବା […]

  • Saturday, 24 July 2021
fine bolangir
ପୋଲିସ କନଷ୍ଟେବଲଙ୍କୁ ହଜାରେ ଟଙ୍କା ଜୋରିମାନା

ବଲାଙ୍ଗିର: ବିନା ହେଲମେଟରେ ବାଇକ୍ ଚଳାଇବା ଜଣେ ପୋଲିସ କନଷ୍ଟେବଲଙ୍କୁ ମହଙ୍ଗା ପଡିଛି।  ହେଲମେଟ୍ ନପିନ୍ଧି ବାଇକ୍ ଚଳାଉଥିବାରୁ ସଂପୃକ୍ତ ନଷ୍ଟେବଲଙ୍କୁ ୧ ହଜାର ଟଙ୍କା ଜୋରିମାନା କରାଯାଇଛି। ଜୋରିମାନା ହୋଇଥିବା ନେଇ ବଲାଙ୍ଗିର ଏସପି ସ୍ପଷ୍ଟ କରିଛନ୍ତି। ବିନା ହେଲମେଟରେ ବାଇକ ଚଳାଉଥିବା ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଏହାପରେ ବଲାଙ୍ଗିର ଏସପି କନଷ୍ଟେବଲଙ୍କୁ ଫାଇନ କରାଯାଇଥିବା ନେଇ ଚାଲାଣ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଫାଇନ ହୋଇଥିବା କନଷ୍ଟେବଲ ଜଣକ […]

  • Saturday, 24 July 2021
gh
୧୫ଶହ କୋଟି ମୂଲ୍ୟର ୧୫୦ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଗସ୍ତରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଠାରେ ସେ ପ୍ରାୟ ୧୫ଶହ କୋଟି ମୂଲ୍ୟର ୧୫୦ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି। ଏହାପରେ ଭବାନୀ ଭବନ ପଡ଼ିଆରେ ଦଳୀୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେଇ ଜନସାଧାରଣଙ୍କୁ ଉଦବୋଧନ ଦେଇଛନ୍ତି।   ଶିଳାନ୍ୟାସ କରିଥିବା ପ୍ରକଳ୍ପଗୁଡ଼ିକ ହେଲା ଇବ୍ ନଦୀ କୂଳରେ ୮୫ କୋଟି ବ୍ୟୟରେ ରିଂରୋଡ, ଭୋଜପୁର ନିକଟରେ ଇବ୍ ନଦୀ ଉପରେ ୧୬ କୋଟି ବ୍ୟୟରେ ପୋଲ, ୨୨କୋଟି  […]

  • Saturday, 24 July 2021
lopd
ଓଟିଭିରେ ଖବର ପ୍ରସାରଣ ପରେ ନିର୍ଯାତିତ ୮ ଯୁବତୀଙ୍କୁ ଉଦ୍ଧାର କଲା ଶ୍ରମ ବିଭାଗ

ଭୁବନେଶ୍ୱର: ଓଟିଭି ପ୍ରଭାବ। ବେଙ୍ଗାଳୁରୁରେ ନିର୍ଯାତିତ ୮ ଯୁବତୀଙ୍କୁ ଉଦ୍ଧାର କଲା ଶ୍ରମ ବିଭାଗ। ନିର୍ଯାତନା ନେଇ ଓଟିଭିରେ ଖବର ପ୍ରସାରଣ ପରେ ବଲାଙ୍ଗିର ଜିଲ୍ଲା ଶ୍ରମ ବିଭାଗର ଉଦ୍ୟମରୁ ଏହି ସମସ୍ତ ୮ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ଆଜି ସେମାନେ ବଲାଙ୍ଗିରରେ ଆସି ପହଞ୍ଚିଛନ୍ତି। ଯୁବତୀମାନେ ବେଙ୍ଗାଳୁରୁରେ ଦୁଇଟି ବହୁରାଷ୍ଟ୍ରୀୟ କମ୍ପାନୀରେ ନିୟୋଜିତ ହୋଇଥିଲେ। ସେଠାରେ ତାଙ୍କୁ କାମ କରାଇବାକୁ ନେଇ ନିର୍ଯାତନା ଦିଆଯାଉଥିଲା। ଦିନକୁ ୧୨ରୁ ୧୪ ଘଣ୍ଟା କାମ କରାଯାଉଥିବା ଅଭିଯୋଗ କରିଥିଲେ […]

  • Saturday, 24 July 2021