Advertisment

Subhadra Yojana: ଖୁସି ଖବର: ଆସନ୍ତାକାଲି ୧୮ ଲକ୍ଷରୁ ଅଧିକ ମହିଳା ପାଇବେ ସୁଭଦ୍ରା ଟଙ୍କା

NPCIରେ ଅସୁବିଧା ନେଇ ୩ ଲକ୍ଷ ୩୮ ହଜାର ମହିଳାଙ୍କ ସୁଭଦ୍ରା ଟଙ୍କା ଅଟକିଥିଲା। ସରକାର ହିତାଧିକାରୀଙ୍କୁ ବ୍ୟାଙ୍କ ଯିବାକୁ କହିବା ପରେ ୬୮ ହଜାର ହିତାଧିକାରୀଙ୍କ କ୍ଲିୟର ହୋଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Subhadra Yojana

Subhadra Yojana

ମହିଳା ହିତାଧିକାରୀଙ୍କ ପାଇଁ ଖୁସି ଖବର। ଆସନ୍ତାକାଲି ମିଳିବ ସୁଭଦ୍ରା ଟଙ୍କା। ସୁଭଦ୍ରା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ୧୮ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ।  ଯାଜପୁରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହିଳାଙ୍କୁ ପ୍ରଥମ ପର୍ଯ୍ୟାୟର ଚତୁର୍ଥ କିସ୍ତି ଟଙ୍କା ପ୍ରଦାନ କରିବେ। ଆଜି ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। 

Advertisment

ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଆସନ୍ତାକାଲି ୧୮ଲକ୍ଷରୁ ଅଧିକ ଭଉଣୀଙ୍କୁ ସୁଭଦ୍ରା ଟଙ୍କା ମିଳିବ। ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ଦିଆଯିବା ପରେ ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା ୯୮ ଲକ୍ଷ ଟପିବ। ଯେଉଁମାନେ NPCIରେ ଅସୁବିଧା ଯୋଗୁ ବଞ୍ଚିତ ହେବେ, ସେମାନେ ମାର୍ଚ୍ଚ ୮ ତାରିଖରେ ଟଙ୍କା ପାଇବେ।

NPCIରେ ଅସୁବିଧା ନେଇ ୩ ଲକ୍ଷ ୩୮ ହଜାର ମହିଳାଙ୍କ ସୁଭଦ୍ରା ଟଙ୍କା ଅଟକିଥିଲା। ସରକାର ହିତାଧିକାରୀଙ୍କୁ ବ୍ୟାଙ୍କ ଯିବାକୁ କହିବା ପରେ ୬୮ ହଜାର ହିତାଧିକାରୀଙ୍କର କ୍ଲିୟର ହୋଇଛି। ବାକି ହିତାଧିକାରୀ NPCI କ୍ଲିୟର କଲେ, ଆସନ୍ତା ମାର୍ଚ୍ଚ ୮ରେ ଉଭୟ ପ୍ରଥମ ଓ ଦ୍ୱିତୀୟ କିସ୍ତି ଟଙ୍କା ପାଇବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।

Advertisment

ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଗୋଟିଏ ବି ଯୋଗ୍ୟ ହିତାଧିକାରୀ ଏଥିରୁ ବାଦ ପଡ଼ିବେନି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଯେପର୍ଯ୍ୟନ୍ତ ହିତାଧିକାରୀ ଯୋଡ଼ି ହେଉଥିବେ, ସେପର୍ଯ୍ୟନ୍ତ ସୁଭଦ୍ରା ମିଳୁଥିବ। ପ୍ରଥମ କିସ୍ତିରେ ଯେଉଁମାନେ ଯୋଡ଼ି ହେବେ ସେମାନେ ମାର୍ଚ୍ଚ ୮ରେ ଉଭୟ ପ୍ରଥମ ଓ ଦ୍ୱିତୀୟ କିସ୍ତି ଟଙ୍କା ପାଇବେ।

ସୁଭଦ୍ରା ହେଉଛି ମହିଳାଙ୍କ ପାଇଁ ବିକାଶର ମୂଳପିଣ୍ଡ। ମହିଳାଙ୍କ ସଶକ୍ତିକରଣ ପାଇଁ ବିଭିନ୍ନ ମୁଦ୍ରାରେ ସୁଭଦ୍ରା ଆସିବ। ଏ ଖାଲି ଆରମ୍ଭ ମାତ୍ର। ଆଗକୁ ମହିଳାଙ୍କ ବିକାଶ ପାଇଁ ସରକାର ବହୁତ କିଛି କରିବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। 

ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୧୭ ତାରିଖ, ଅକ୍ଟୋବର ୯ ଓ ନଭେମ୍ବର ୨୪ ତାରିଖରେ ୩ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ପ୍ରଦାନ କରାଯାଇ ସାରିଛି। 

ଅଧିକ ପଢ଼ନ୍ତୁ:  ସୁଭଦ୍ରା ପୋର୍ଟାଲରେ ପୁରୁଷ କେମିତି କଲେ ଆବେଦନ ? ବଢ଼ିଲାଣି ରାଜନୀତି`https://otvkhabar.in/news/politics/opposition-targets-odisha-govt-after-male-applications-for-subhadra-scheme/142036

BJP CM Subhadra
Advertisment
Advertisment