ଭୁବନେଶ୍ୱର: ଇସ୍ରୋର ଓଡ଼ିଆ ବୈଜ୍ଞାନିକ ଡକ୍ଟର ସୁଷମା ପାଣିଗ୍ରାହୀଙ୍କ ଅକାଳ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଇସ୍ରୋର ପ୍ରଥମ ଓଡ଼ିଆ ମହିଳା ବୈଜ୍ଞାନିକ ଭାବେ ସେ ଅର୍ଜନ କରିଥିବା ସୁନାମ ସର୍ବଦା ଅକ୍ଷୁର୍ଣ୍ଣ ରହିବ। ତାଙ୍କ ଆତ୍ମାର ସଦଗତି କାମନା କରିବା ସହ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ନବୀନ। ସେପଟେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ବି ଦିବଂଗତ ସୁଷମାଙ୍କ ଉଦ୍ଦେଶ୍ୟରେ ଟୁଇଟ୍ କରି ଶୋକ ପ୍ରକାଶ କରିଛନ୍ତି। ତାଙ୍କ ଦେହାନ୍ତ ଖବର […]
ଭୁବନେଶ୍ୱର: ବାତ୍ୟା ପ୍ରଭାବରେ ନୀଳଗିରି ଅଞ୍ଚଳରେ ସକାଳୁ ଝିପିଝିପି ବର୍ଷା ଆରମ୍ଭ ହୋଇଯାଇଛି। ନୀଳଗିରି ଏନ୍ଏସିର ୨ ନମ୍ବର ୱାର୍ଡ ଅନ୍ତର୍ଗତ ଘାଟଘର ସାହିରେ ଏବେ ବି ଲୋକେ ମାଟି ଘରେ ଅସୁରକ୍ଷିତ ଭାବେ ରହୁଛନ୍ତି। କିନ୍ତୁ ସେମାନଙ୍କୁ ସ୍ଥାନାନ୍ତର ପାଇଁ ପ୍ରଶାସନ କୌଣସି ବ୍ୟବସ୍ଥା କରିନି। କେବଳ ମାଇକ୍ରେ ପ୍ରଚାର କରି କାମ ସାରି ଦେଇଥିବା ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ବାତ୍ୟାକୁ ଆଖି ଆଗରେ ରଖି ବାଲେଶ୍ୱର ଜିଲ୍ଲାର ସୋର ଏବଂ ବାହାନଗା ବ୍ଲକର […]
ଭୁବନେଶ୍ୱର: ଦୁର୍ବଳ ହୋଇ ଅତି ଭୀଷଣ ବାତ୍ୟାରେ ପରିଣତ ହୋଇଛି ବାତ୍ୟା ଅମ୍ପନ। ମହାବାତ୍ୟାରୁ ଖସି ଏହା ଅତି ଭୀଷଣ ବାତ୍ୟାକୁ ପରିବର୍ତ୍ତନ ହୋଇଛି। ଆକଳନ ଅନୁସାରେ ସମୁଦ୍ର ଭିତରେ ଅମ୍ପନର ମହାବାତ୍ୟା ରୂପ କମିଯାଇଛି। ଏବେ ପାରାଦୀପଠୁ ୪୨୦ କିମି ଦୂରରେ ରହିଛି ବାତ୍ୟା ଅମ୍ପନ। ଗତି ବଢ଼ାଇ ଏବେ ଘଣ୍ଟାକୁ ୧୭ କିମି ବେଗରେ ଆଗକୁ ବଢ଼ୁଛି। ବାତ୍ୟା ଅମ୍ପନର ପ୍ରଭାବ ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଗଲାଣି। ଦକ୍ଷିଣ ଓଡ଼ିଶାରୁ ଆରମ୍ଭ କରି […]
ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ପ୍ୟାକେଜ୍ ଘୋଷଣା ଲୋକଙ୍କୁ ଲୁଟ୍ ପାଇଁ ରାସ୍ତା। ଆଉ ତାର ଉଦାହରଣ ହେଉଛି ତେଲ ଦର ବୃଦ୍ଧି ବୋଲି କହିଛନ୍ତି ନିରଞ୍ଜନ। ଏହାଦ୍ୱାରା ଦରଦାମ୍ ବଢ଼ିବ। ଗ୍ରାହକ ଆହୁରି ହଇରାଣ ହେବେ। କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କୁ ସାହାଯ୍ୟ କରୁଛନ୍ତି ନା ଆର୍ଥିକ ଦଣ୍ଡ ଦେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି […]
ଅନୁଗୁଳ: କରୋନାର ଭୟ ମଣିଷର ମଣିଷପଣିଆକୁ ମାରିଦେଉଥିବା ବେଳେ ଏବେବି କେଉଁଠି ନା କେଉଁଠି ବଞ୍ଚିଛି ମଣିଷ ପଣିଆ। ଏମିତି ମଣିଷପଣିଆର ଖବର ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ ଖେମଳା ଗାଁରେ। ଏଠାରେ ଗାଁ ମୁଣ୍ଡ ରାସ୍ତା କଡ଼ରେ ଭଙ୍ଗା କୁଡ଼ିଆରେ ଜୀବନ ବିତାଉଥିବା ନିଃସହାୟ ଲୋକର ମୃତ୍ୟୁ ପରେ ଚାରି କାନ୍ଧ ଦେଇ ସଂସ୍କାର କରିଛନ୍ତି ଗ୍ରାମବାସୀ ଖେମଳା ଗାଁର ପୋଲସ୍ତି ଦେହୁରୀ ଜଣେ ନିରାଶ୍ରୟ ବ୍ୟକ୍ତି। ପରିବାର କହିଲେ କେହି […]
ପୁରୀ: ବଙ୍ଗୋପସାଗରରେ କେନ୍ଦ୍ରୀଭୁତ ହୋଇଥିବା ସାମୁଦ୍ରିକ ଝଡ଼ ଅମ୍ଫନ ପ୍ରଭାବରେ ପୁରୀରେ ୧୨୦ରୁ ୧୫୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି। ତା ସହିତ ପୁରୀ ଉପକୂଳ ନିକଟ ଦେଇ ବାତ୍ୟା ଗତି କରିବା ବେଳେ ଏହା ପ୍ରଭାବରେ ୧୮ ଓ ୧୯ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ଥିବାରୁ ପୁରୀ ଜିଲ୍ଲାର ସମସ୍ତ ଥାନା ଅଧିକାରୀଙ୍କୁ ସତର୍କ ରହିବାକୁ ପୋଲିସ ମୁଖ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଥାନାଗୁଡ଼ିକ ନିଜ ନିଜ […]
ନୟାଗଡ଼: ମନରେ ଭିତରେ କ୍ରୋଧ ମଣିଷକୁ ପଶୁ ବନାଇ ଦିଏ। କ୍ରୋଧ ଓ ଈର୍ଷାରେ ମଣିଷ ନିଜର ହିତାହିତ ଜ୍ଞାନ ଭୁଲି ବିବେକ ବୁଦ୍ଧି ହୀନ ପଶୁ ଭଳି କାର୍ଯ୍ୟ କରିଥାଏ। ଠିକ୍ ଏଭଳି ଏକ ନୃଶଂସ ଓ ପାଶବିକ କାର୍ଯ୍ୟ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଢୋଲମରା ପଞ୍ଚାୟତରେ। ଏଠାରେ ସରପଞ୍ଚଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପୂର୍ବ ଶତ୍ରୁତାରୁ ସରପଞ୍ଚ ସୁଶାନ୍ତ ବେହେରାଙ୍କୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଛି। ଗତକାଲି […]
ଭୁବନେଶ୍ୱର: ବାତ୍ୟା ପାଇଁ ପ୍ରସ୍ତୁତି ଚଳାଇଛି ଏନ୍ଡିଆର୍ଫ୍ ଟିମ୍। ବାତ୍ୟାର ମୁକାବିଲା ଓ ଉଦ୍ଧାର କାର୍ଯ୍ୟ ଲାଗି ଭଦ୍ରକ ଜିଲ୍ଲାରେ ପହଞ୍ଚିଛନ୍ତି ୧୨ ଜଣିଆ ଏନ୍ଡିଆର୍ଏଫ୍ ଟିମ୍। ଏହି ଟିମ୍ ଜିଲ୍ଲାରେ ପହଞ୍ଚିବା ପରେ ସେମାନଙ୍କୁ ଧାମରା ପଠାଇ ଦିଆଯାଇଛି। ସେପଟେ ବାତ୍ୟା ମୁକାବିଲା ପାଇଁ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ସଂପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ହୋଇଯାଇଛି। ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀଙ୍କ ଛୁଟି ବାତିଲ କରିଦିଆଯାଇଛି। ଅଗ୍ନିଶମ ଅଧିକାରୀ, ଏନଡିଆର୍ଫ୍ ଏବଂ […]
ଭୁବେଶ୍ୱର: ମାଡ଼ି ଆସୁଛି ବାତ୍ୟା ଅମ୍ପନ। ଏବେ ପାରାଦୀପର ଦକ୍ଷିଣରେ ହଜାର କିମି ଦୂରରେ ରହିଛି। ଦିଘା ଠାରୁ ଦକ୍ଷିଣ ଦକ୍ଷିଣପଶ୍ଚିମରେ ୧୧୬୦ କିମି ଦୂରରେ ରହିଛି ଏହି ବାତ୍ୟା। ଆସନ୍ତା ୧୨ ଘଣ୍ଟାରେ ଭୀଷଣ ବାତ୍ୟାର ରୂପ ନେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ୬ ଘଣ୍ଟା ପୂର୍ବରୁ ଘଣ୍ଟାକୁ ୬ କିମି ବେଗରେ ଗତି କରୁଛି ବାତ୍ୟା ଅମ୍ପନ। ବାତ୍ୟା ପ୍ରଭାବରେ ରାଜ୍ୟରେ ଆସନ୍ତାକାଲିଠାରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି […]
ଡ୍ରଗ୍ସ ବେପାରର ଆଡ୍ଡାସ୍ଥଳୀ ପାଲଟିଛି ବାଲେଶ୍ୱର । ବିଭିନ୍ନ ସମୟରେ ବ୍ରାଉନସୁଗାର, ଗଞ୍ଜେଇ, ମଦ ଆଦି ଏଠାରୁ ଜବତ ସହ ଅପରାଧୀଙ୍କ ଲିଙ୍କ୍ ବାହାରିଛି । ଏପରି ସ୍ଥଳେ ସହରର ତଥା ଜିଲ୍ଲାର ଏକମାତ୍ରା ଆଦର୍ଶ ଥାନାରେ ମାସେ ହେଲାଣି ନାହାନ୍ତି ଆଇଆଇଓ । ପୂର୍ବରୁ ଥିବା ଆଇଆଇସିଙ୍କ ପଦୋନ୍ନତି ପରେ ଫାଙ୍କା ପଡିଛି ପଦବୀ
ଭୁବନେଶ୍ୱର: ସାହୁକାର ଭଳି ଋଣ ଦିଅନି, ଗରିବଙ୍କୁ ସିଧାସଳଖ ସେମାନଙ୍କ ଆକାଉଣ୍ଟରେ ଟଙ୍କା ଦିଅ। ୪ରୁ ୫ ମାସ ପାଇଁ ଟଙ୍କା ପଠାଯାଉ। କରୋନା ମୁକାବିଲାରେ କେନ୍ଦ୍ର ସରକାରଙ୍କୁ ଏହା କହିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ଦେଶର ପ୍ରମୁଖ ଆଞ୍ଚଳିକ ଗଣମାଧ୍ୟମର ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଏପରି କହିଛନ୍ତି ରାହୁଲ। ଓଟିଭି ନ୍ୟୁଜ୍ ଏଡିଟର୍ ରାଧାମାଧବ ମିଶ୍ରଙ୍କ ପ୍ରଶ୍ନର ବି ଉତ୍ତର ଦେଇଥିଲେ କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ […]
ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଦକ୍ଷିଣ, ଉପକୂଳ, ଉତ୍ତର ଓଡ଼ିଶାର ୧୨ଟି ଜିଲ୍ଲାକୁ ସତର୍କ ରହିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ବାତ୍ୟା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବ। କିନ୍ତୁ ବନ୍ୟା ଭୟ ନାହିଁ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର କହିଛନ୍ତି। ଆବଶ୍ୟକ ହେଲେ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇପାରେ। ଏଥିପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି। ଯାହାର କଚ୍ଚା ଘର ରହିଛି ତାଙ୍କୁ ସ୍ଥାନାନ୍ତରିତ କରାଯିବ। ସମସ୍ତ ବିଭାଗକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି […]
ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ୯୮ ବର୍ଷ ବୟସରେ ପରଲୋକ ହୋଇଛି। ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ତାଙ୍କର ବିୟୋଗ ହୋଇଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ ୧୯୨୨ ମସିହା ମେ ମାସ ୧୧ ତାରିଖରେ ପୁରୀ ଜିଲ୍ଲାର ନିମାପଡ଼ାଠାରେ ଜନ୍ମ ହୋଇଥିଲେ। ସେ ମହାତ୍ମାଗାନ୍ଧିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ୧୯୪୨ ମସିହାରେ ସତ୍ୟାଗ୍ରହ ଆନ୍ଦୋଳନରେ ଯୋଗ ଦେଇଥିଲେ। ଏଥିସହିତ ସେ ତିନିଥର […]
ମଲକାନଗିରି: ଦୁଷ୍କର୍ମ ପୀଡ଼ିତା ମହିଳାଙ୍କ ମୃତ୍ୟୁ ଅଭିଯୋଗ। ମାଲକାନଗିରି ପୋଲିସ କ୍ୟାଣ୍ଟିନରେ କାମ କରୁଥିବା ଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁ ହୋଇଛି। ଗୁରୁତର ଅବସ୍ଥାରେ ମହିଳାଙ୍କୁ କୋରାପୁଟରୁ ବ୍ରହ୍ମପୁର ସ୍ଥାନାନ୍ତର ବେଳେ ପୀଡ଼ିତାଙ୍କ ମୃତ୍ୟୁ ହୋଇଥିଲା। ଗତ ୭ ତାରିଖରେ ପୀଡ଼ିତା ଗୁରୁତର ଅବସ୍ଥାରେ ମିଳିଥିଲେ। ଗୁରୁତର ପୀଡ଼ିତାଙ୍କୁ ତାଙ୍କ ସ୍ୱାମୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତାଙ୍କ ପତ୍ନୀଙ୍କ ସହିତ ଦୁଷ୍କର୍ମ ହୋଇଥିବା ଅଭିଯୋଗ ଆଣିଥିଲେ ସ୍ୱାମୀ। ତେବେ ଗତକାଲି ତାଙ୍କ ମୃତ୍ୟୁ ହେବା ପରେ ଘଟଣାକୁ ନେଇ […]
ବାରିପଦା: ବାରିପଦା PRM ମେଡିକାଲ କଲେଜରେ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖା ଦେଇଛି। ଡାକ୍ତରଖାନାରେ ଶିଶୁ ଅଦଳ ବଦଳ ଅଭିଯୋଗ ଆଣିଛନ୍ତି ମୃତ ଶିଶୁର ପରିବାର ବର୍ଗ ଏବଂ ସମ୍ପର୍କୀୟ। ଏପରିକି ମୃତ ଶିଶୁକୁ ଗ୍ରହଣ କରୁନାହାନ୍ତି ପରିବାର ଲୋକେ। ଗତ ମାସ ୨୬ ତାରିଖରେ ବାରିପଦା ସଦର ଥାନା ଜାମବଣି ଗାଁର ଜଣେ ପ୍ରସୂତିଙ୍କ ସନ୍ତାନ ଜନ୍ମ ହୋଇଥିଲା। ଗତକାଲି ଶିଶୁଟିକୁ ଟିକା ଦିଆଯିବ କହି ମେଡିକାଲକୁ ଡକାଯାଇଥିଲା। ଟିକା ଦିଆଯିବା ପରେ ଶିଶୁକୁ […]
ଭୁବନେଶ୍ୱର: ଭୁବନେଶ୍ୱର-ଦିଲ୍ଲୀ ସ୍ୱତନ୍ତ୍ର ଟ୍ରେନରେ ଆଉ ୫ଟି ବଗି ଯୋଡ଼ା ଯାଇଛି। ଟିକେଟ୍ ପ୍ରତି ଅତ୍ୟଧିକ ଆଗ୍ରହ ଦେଖି ଏହି ୫ଟି ବଗି ସଂଯୋଗ କରାଯାଇଛି। 3AC ୪ଟି ବଗି ଓ 2AC ଗୋଟିଏ ବଗି ସଂଯୋଗ କରାଯାଇଛି। ଆସନ୍ତାକାଲିଠାରୁ ଏହି ଅତିରିକ୍ତ ବଗି ଟ୍ରେନରେ ସଂଯୁକ୍ତ ହେବ। ପୂର୍ବରୁ ଟ୍ରେନରେ ୧୭ଟି ବଗି ଥିଲା। ଏବେ ବଗି ସଂଖ୍ୟା ୨୨କୁ ବୃଦ୍ଧି ପାଇଛି। ଅତିରିକ୍ତ ୫ଟି ବଗି ପାଇଁ କିଛି ସମୟ ପରେ ବୁକିଂ ଆରମ୍ଭ […]
ଗଞ୍ଜାମ: ଦଶାହ କାର୍ଯ୍ୟରେ ବ୍ୟସ୍ତ ଥିଲେ ସମସ୍ତେ। ବାପାମା, ପରିବାର ଓ ବନ୍ଧୁ ବର୍ଗ ସମସ୍ତେ କାହା ପାଖରେ ତର ନଥିଲା । ଏପଟେ କାର୍ ଭିତରେ ଧୀରେ ଧୀରେ ମୃତ୍ୟୁ ଆଡ଼କୁ ଢଳୁଥିଲା ପୁଅ । ସେଥିପ୍ରତି କାହାର ନିଘା ନଥିଲା । ଶେଷରେ ସବୁ କାମ ସାରି ଖୋଜିବାରୁ କାର୍ ଭିତରେ ଅଚେତ୍ ଅବସ୍ଥାରେ ମିଳିଥିଲା ପୁଅ । ସଙ୍ଗେ ସଙ୍ଗେ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । […]
ଭୁବନେଶ୍ୱର: ରାଜଧାନୀରୁ ବିରଳ ଇଜିପ୍ଟିଆନ୍ ଶାଗୁଣା ଉଦ୍ଧାର ହୋଇଛି। ଗତ ୩୦ ତାରିଖରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ନିକଟରେ ଏହି ବିରଳ ଇଜିପ୍ଟିଆନ୍ ଶାଗୁଣା ଦେଖିବାକୁ ମିଳିଥିଲା। ୨ ଦିନ ଧରି ସ୍ଥାନୀୟ ଅଞ୍ଚଳରେ ଘୂରି ବୁଲିବା ପରେ ସ୍ଥାନୀୟ ବାସିନ୍ଦା ଓ ଗ୍ରୋ ଓ୍ୱିଥ୍ ନେଚର୍ ସଙ୍ଗଠନ ସଦସ୍ୟଙ୍କ ଦ୍ୱାରା ଶାଗୁଣାକୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ଶାଗୁଣାକୁ ବନ ବିଭାଗକୁ ହସ୍ତାନ୍ତର କରିବା ପରେ ପାତ୍ରପଡ଼ା ରେଞ୍ଜ ଅଫିସରେ ସ୍ୱାସ୍ଥ୍ୟ ପରୀକ୍ଷା ହୋଇଥିଲା। ୪ ଦିନ […]
ଭୁବନେଶ୍ୱର: ପୁଣି ଭୁବନେଶ୍ୱରରେ ପ୍ରବାସୀ ଓଡ଼ିଆଙ୍କୁ ଛାଡ଼ି ପଳାଇଲା ବସ୍। ତେଲାଙ୍ଗାନାରୁ ୪୦ ଜଣ ଯାତ୍ରୀ ନେଇ ଏହି ବସ୍ଟି ବାଲେଶ୍ୱର ଅଭିମୁଖେ ବାହାରିଥିଲା। ହେଲେ ଆଜି ସକାଳ ୫ଟା ୩୦ରେ ଭୁବନେଶ୍ୱରରେ ପହଞ୍ଚିବା ପରେ ସମସ୍ତ ଯାତ୍ରୀଙ୍କୁ ବରମୁଣ୍ଡାରେ ଛାଡ଼ି ପଳାଇ ଥିଲା। ପରେ ସେମାନଙ୍କ ପାଖରେ ପୋଲିସ ପହଞ୍ଚିବା ସହ ଏନେଇ ବିଏମସିକୁ ଅବଗତ କରାଇଛି।
ପୁରୀ: ଶ୍ରୀଜୀଉ ଘୋଷଯାତ୍ରା ଲାଗି ରଥ ନିର୍ମାଣ ପାଇଁ ଅନୁମତି ଦେଇଛି କେନ୍ଦ୍ର ଗୃହ ମନ୍ତ୍ରାଳୟ। ତେବେ ଏଥିଲାଗି କିଛି ସର୍ତ୍ତ ରଖାଯାଇଛି। ରଥଖଳାରେ କୌଣସି ଧାର୍ମିକ ଏକତ୍ରୀକରଣ ହୋଇପାରିବନି ବୋଲି ମନ୍ତ୍ରଣାଳୟ କହିଛି। ରଥ ନିର୍ମାଣ ବେଳେ ସାମାଜିକ ଦୂରତ୍ୱ ନିୟମର ଯେଭଳି କଡ଼ା ଅନୁପାଳନ ହେବ ତାହା ସୁନିଶ୍ଚିତ କରିବାକୁ ଗୃହ ମନ୍ତ୍ରାଳୟ ପରାମର୍ଶ ଦେଇଛି। ତେବେ ରଥଯାତ୍ରା ହେବକି ନାହିଁ ସେ ସମୟର ପରିସ୍ଥିତିକୁ ଦେଖି ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି […]
ଭୁବନେଶ୍ୱର: ଆରୋଗ୍ୟ ସେତୁ ସଂପର୍କରେ ସତର୍କକଲା କମିଶନରେଟ୍ ପୋଲିସ। ଆରୋଗ୍ୟ ସେତୁ ରାସ୍ତାରେ ପାକିସ୍ତାନୀ ସାଇବର ଅପରାଧୀମାନେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରାଉଛନ୍ତି ବୋଲି କମିଶନରେଟ୍ ପୋଲିସ କହିଛି। ହ୍ୱାଟସଆପ୍ ଓ ଏସ୍ଏମଏସ୍ରେ ଏହି ଆରୋଗ୍ୟ ସେତୁ ଡାଉନଲୋଡ୍ କରିବାକୁ ଲିଙ୍କ୍ ଆସୁଛି। ହେଲେ ଏସ୍ଏମ୍ଏସ୍ କି ହ୍ୱାଟସଆପରେ ଆସୁଥିବା ଲିଙ୍କ ପ୍ରକୃତ ଆରୋଗ୍ୟ ସେତୁ ଆପ୍ର ଲିଙ୍କ୍ ନୁହେଁ ବୋଲି କହିଛି କମିଶନରେଟ୍ ପୁଲିସ। ଏହା ପାକିସ୍ତାନୀ ଅପରାଧୀଙ୍କ ଦ୍ୱାରା ପ୍ରସ୍ତୁତ ଚାଟ୍ ମି ଆପ୍ର ଲିଙ୍କ୍। […]
ନୟାଗଡ: ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ଗୋପାଳପୁର ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ନିଆଁରେ ପୋଡ଼ି ହୋଇ ମା ଓ ୫ ବର୍ଷ ଝିଅର ମୃତ୍ୟୁ ହୋଇଛି। ଏହି ଘଟଣାରେ ତାଙ୍କର ଜଣେ ୩ ବର୍ଷ ପୁଅର ଅବସ୍ଥା ଗୁରୁତର ହୋଇଥିବା ଜଣାପଡ଼ିଛି। ସେମାନଙ୍କୁ ପ୍ରଥମେ ରଣପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଏ ଘଟଣାକୁ ନେଇ ଥାନାରେ ମାମଲା ରୁଜୁ ହୋଇଛି। ଏପର୍ଯ୍ୟନ୍ତ […]
ଭୁବନେଶ୍ୱର: ଓଡ଼ିଶାକୁ ନାହିଁ ବାତ୍ୟା ଅମ୍ଫାନର ଭୟ। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏପର୍ଯ୍ୟନ୍ତ ଘନିଭୂତ ହୋଇନାହିଁ। ଲଘୁଚାପର ଗତିପଥରେ କୌଣସି ପରିବର୍ତ୍ତନ ମଧ୍ୟ ହେଉନି। ଏହା ସ୍ଥିର ରହିଛି। ତେଣୁ ଓଡ଼ିଶା ପାଇଁ କୌଣସି ବାତ୍ୟାର ସୂଚନା ନାହିଁ। ବୋଲି କହିଛନ୍ତି ଭାରତୀୟ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ମୃତ୍ୟୁୟ ମହାପାତ୍ର। କୌଣସି ଗୋଟିଏ ମଡେଲକୁ ନେଇ ବାତ୍ୟା ରୂପ ଦିଆଯାଇନପାରେ ବୋଲି ସେ କହିଛନ୍ତି। ପ୍ରକାଶ ଥାଉକି, ଗତବର୍ଷ ମେ ୩ରେ ଫୋନି ବାତ୍ୟା […]
ଭୁବନେଶ୍ୱର: ରାଜ୍ୟରେ ମଦ ଦୋକାନ ଖୋଲିବାକୁ ନିଷ୍ପତ୍ତି ହୋଇନି। ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଅନ୍ୟ ରାଜ୍ୟରେ ମଦ ଦୋକାନ ଖୋଲିଥିବାରୁ ଏହାର ତର୍ଜମା କରାଯାଉଛି। ତର୍ଜମା ପରେ ଯାହା କିଛି ନିଷ୍ପତ୍ତି ନିଆଯିବ ବୋଲି ବିଭାଗ ସୂଚନା ଦେଇଛି। ଅନ୍ୟପଟେ ଖୋର୍ଦ୍ଧା ଅବକାରୀ ଅଧୀକ୍ଷକ କହିଛନ୍ତି, ମଦ ଚୋରା ବ୍ୟବସାୟ ଉପରେ ନଜର ରଖାଯାଉଛି। ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଛି। ବିଭିନ୍ନ ସ୍ଥାନରୁ ଚୋରା ମଦ ଜବତ କରାଯାଉଛି। ଆଗକୁ ଚଢ଼ାଉ […]