ଭୁବନେଶ୍ୱର: ବାତ୍ୟା ଅମ୍ପନ କ୍ଷୟକ୍ଷତି ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି ଏସଆରସି(ସ୍ୱତନ୍ତ୍ର ରିଲିଫ୍ କମିଶନ) ପ୍ରଦୀପ ଜେନା। ଏସଆରସିଙ୍କ ସୂଚନା ଅନୁସାରେ ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିଛି ଓ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିଛି। ଫଳରେ ଅନେକ ସ୍ଥାନରେ ରାସ୍ତା ବନ୍ଦ ହୋଇଯାଇଛି। ତେବେ୧୨ ଘଣ୍ଟା ଭିତରେ ସେସବୁ ସ୍ଥାନରେ ରାସ୍ତା ସଫା କରାଯିବାକୁ ଲକ୍ଷ୍ୟ ରହିଛି। ଯଥାଶୀଘ୍ର ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ୍ ସରୋବରାହ ସ୍ୱାଭାବିକ କରିବାକୁ ଉଦ୍ୟମ ଚାଲିଛି […]
ଭୁବନେଶ୍ୱର: ବାତ୍ୟା ଅମ୍ପନ ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍ଆର ବିଶ୍ୱାସ ତାଜା ସୂଚନା ଦେଇଛନ୍ତି। ବାତ୍ୟା ବର୍ତ୍ତମାନ ପାରାଦୀପରୁ ୧୫୦ କିମି ଓ ଦୀଘାରୁ ୯୫ କିମି ଦୂରରେ ରହିଛି। ସେହିଭଳି ଜଗତସିଂହପୁରରେ ବାତ୍ୟାର ପ୍ରକୋପ କମିଛି। ବାତ୍ୟା ଦକ୍ଷିଣରୁ ଉତ୍ତର ଆଡ଼କୁ ଗତି କରୁଥିବାରୁ ଭଦ୍ରକ, ବାଲେଶ୍ୱରରେ ଅଧିକ ପବନ ହେଉଛି। ତେବେ ସୁପର ସାଇକ୍ଲୋନ୍ ଅମ୍ପନ ଆଜି ଅପରାହ୍ନ ୪ଟାରେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ କରିବ। ଲ୍ୟାଣ୍ଡଫଲ ସରିବାକୁ ପ୍ରାୟ ୨ […]
ଓଡ଼ିଶା: ବାତ୍ୟା ଏବେ ପାରାଦୀପରୁ ୧୨୦ କିମି ପୂର୍ବରେ ଗତି କରୁଛି ବୋଲି ସୂଚନା ଦେଇଛନ୍ତି, IMD ସାଇକ୍ଲୋନ ୱାର୍ଣ୍ଣିଂ ମୁଖ୍ୟ ଆର୍.କେ ଜେନାମଣି। ପାରାଦୀପରୁ ବାତ୍ୟା ତୀବ୍ରତା ଅପସରି ଯାଇଥିବା ବେଳେ ପବନ ବି ଧୀରେଧୀରେ କମୁଛି। ଏହାପରେ ବାଲେଶ୍ୱର ଅଞ୍ଚଳରେ ବାତ୍ୟାର ତୀବ୍ରତା ବଢ଼ିବ ବୋଲି ସୂଚନା ଦେଇଛନ୍ତି ଆର୍.କେ ଜେନାମଣି। ବାଲେଶ୍ୱରରେ ପବନ ବଢ଼ିବ। ସଂଧ୍ୟା ୫ଟାରୁ ୬ଟା ମଧ୍ୟରେ ଅମ୍ପନ ସୁନ୍ଦରବନରେ ଲ୍ୟାଣ୍ଡଫଲ୍ କରିବ ବୋଲି ସୂଚନା ଦେଇଛନ୍ତି ଜେନାମଣି। ସେହିଭଳି […]
ଭୁବନେଶ୍ୱର: ବାତ୍ୟା ଅମ୍ପନ ପରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ସହାୟତା କରିବା ପାଇଁ ଓଡ଼ିଶାକୁ ଆଉ ୪ଟି ଏନଡିଆରଏଫ୍ ଟିମ୍ ପଠାଯାଇଛି। ପୂର୍ବରୁ ରାଜ୍ୟରେ ୧୬ଟି ଏନଡିଆରଏଫ୍ ଟିମ୍ ଥିବା ବେଳେ ଆଜି ସକାଳୁ ଆଉ ୪ଟି ଟିମ୍ ପହଞ୍ଚିଛନ୍ତି ବୋଲି ଏନଡିଆରଏଫ୍ ଡିଜି ସତ୍ୟନାରାୟଣ ପ୍ରଧାନ ସୂଚନା ଦେଇଛନ୍ତି। ଏଥିସହ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ଦେଢ଼ ଲକ୍ଷରୁ ଅଧିକ ଓ ପଶ୍ଚିମବଂଗରେ ୩ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏନଡିଆରଏଏଫ୍ ଟିମ୍ […]
ଭଦ୍ରକ: ବାତ୍ୟା ଅମ୍ପନର ପ୍ରବଳ ବର୍ଷାରେ ମାଟି ଘର କାନ୍ଥ ପଡ଼ି ୩ ବର୍ଷର ଶିଶୁ ପୁତ୍ର ମୃତ୍ୟୁ ହୋଇଛି। ଏହି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କାଁପଡ଼ା ପଞ୍ଚାୟତ ଦକ୍ଷିଣପାରି ଗାଁରେ। ଗତକାଲିଠାରୁ ପ୍ରବଳ ବର୍ଷା ଯୋଗୁଁ ଏହି ଗାଁର ବଳରାମ ଦାସଙ୍କ ମାଟି ଘର କାନ୍ଥ ଖସି ପଡ଼ିଥିଲା। ରାତିରେ ମାଆ ଓ ଶିଶୁ ପୁତ୍ର ଶୋଇଥିଲା ବେଳେ ସେମାନଙ୍କ ଉପରେ ପଡ଼ି ଯାଇଥିଲା ମାଟି କାନ୍ଥ। ଏଥିରେ ମାଆ ସାମାନ୍ୟ […]
ଭୁବନେଶ୍ୱର: ବାତ୍ୟା ନ ଆସୁଣୁ ଏବେ ଅତ୍ୟାବଶ୍ୟକ ସାମଗ୍ରୀ ବଜାରରେ ହୁ ହୁ ହୋଇ ବଢୁଛି ଦର। ଗୋଟିଏ ଦିନରେ ଦର ହେଲାଣି ଆକାଶ ଛୁଆଁ। ବିଶେଷ କରି ଅତ୍ୟାବଶ୍ୟକ ସାମଗ୍ରୀ ଆଳୁ ଓ ପିଆଜର ଦର ବଢ଼ିଛି। ଯେଉଁ ଆଳୁ ୧୮ରୁ ୨୦ ଟଙ୍କା ଓ ପିଆଜ ୨୦ ଟଙ୍କା ଦରରେ ବିକ୍ରି ହେଉଥିଲା ଏବେ ତାହା ୨୫ରୁ ୨୭ ଟଙ୍କା ଦରରେ ବିକ୍ରି ହେଉଛି। କେତେକ ସ୍ଥାନରେ କିଲୋ ପିଛା ଏକାଥରକେ ୫ରୁ ୭ଟଙ୍କା […]
ଭୁବନେଶ୍ୱର: ବାତ୍ୟା ଅଂପନ ପ୍ରଭାବରେ ରାଜ୍ୟରେ ବର୍ଷା ଓ ପବନର ମାତ୍ରା ବଢିବାରେ ଲାଗିଛି। ଆଜି ପୁରୀରେ ସବୁଠୁ ବେଶୀ ବର୍ଷା ରେକର୍ଡ ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏବେ ରାଜ୍ୟର ଉତ୍ତର ଉପକୂଳରେ ୪୫ରୁ ୫୫ କିଲୋମିଟର ବେଗରେ ପବନ ବହୁଛି। ଏହା ଆସନ୍ତାକାଲି ୧୦୦ରୁ ୧୨୦ କିଲୋମିଟ ଯାଏଁ ବଢ଼ିପାରେ ବୋଲି ପାଣିପାଗ ବିଭାଗ କହିଛି। ବାତ୍ୟା ପାଇଁ ପୋର୍ଟ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଗୋପାଳପୁର, ପୁରୀରେ ୩ […]
ଭୁବନେଶ୍ୱର: ବାତ୍ୟା କ୍ଷୟକ୍ଷତି ପରେ ଗୋଟିଏ ଟାୱାର ସକ୍ରିୟ ଥିଲେ ବି ଚାଲିବ ମୋବାଇଲ ସେବା। ବାତ୍ୟାରେ ସମ୍ଭାବ୍ୟ କ୍ଷତି ନେଇ ଟେଲିକମ ସଚିବ ଅଂଶୁ ପ୍ରକାଶ ଏହି ସୂଚନା ଦେଇଛନ୍ତି। ଅମ୍ପନ ପ୍ରଭାବରେ ଟେଲିକମ ବି ବିଶେଷ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି। ଓଡ଼ିଶାରେ ସେବା ଯୋଗାଉଥିବା ସବୁ କଂପାନୀ ସହ କଥା ହୋଇଥିବା ସେ ସୂଚନା ଦେଇଛନ୍ତି। ନିରବଚ୍ଛିନ୍ନ ସେବା ଯୋଗାଇବାକୁ ସେମାନେ ଡିଜି ସେଟ୍ ସହ ପ୍ରସ୍ତୁତ ରହିଛନ୍ତି ବୋଲି ସୂଚନା ଦେଇଛନ୍ତି। […]
ଭୁବନେଶ୍ୱର: ୧୯୯୯ ମସିହା ପରେ ବଙ୍ଗୋପସାଗରରେ ଆସିଛି ଦ୍ୱିତୀୟ ବଡ଼ ବାତ୍ୟା। ଏହା କହିଛନ୍ତି ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ଏବେ ସମୁଦ୍ରରେ ବାତ୍ୟା ରହିଛି। ପବନ ବେଗ ଘଣ୍ଟାପ୍ରତି ୨୪୦ କିମି ରହିଥିବା ବେଳେ ୧୫ କିମି ବେଗରେ ବାତ୍ୟା ଆଗକୁ ବଢୁଛି। ପାରାଦୀପଠୁ ୩୬୦ କିମି ଦୂରରେ ରହିଛି ଅମ୍ପନ। ଏହା ଉତ୍ତର- ଉତ୍ତର ପୂର୍ବକୁ ଗତି କରୁଛି। ସୁନ୍ଦରବନରେ ସ୍ଥଳଭାଗ ଛୁଇଁବ ବାତ୍ୟା। ଏତିକି ବେଳେ ପବନ ବେଗ ସର୍ବାଧିକ ୧୮୫ କିମି […]
ଭୁବନେଶ୍ୱର: ବାତ୍ୟା ଅମ୍ପନ୍ ପ୍ରଭାବରେ ବିଳମ୍ବିତ ରାତିରେ ହଠାତ ବଢ଼ିପାରେ ପବନ। ଆଜି ସଂଧ୍ୟାରୁ ଓଡ଼ିଶା ଉପକୂଳରେ ବର୍ଷା, ପବନ ହେବ ଏବଂ କାଲି ସକାଳୁ ଓଡ଼ିଶା ଉପକୂଳରେ ପବନର ବେଗ ବଢ଼ିବ। ବାଲେଶ୍ୱର ଜିଲ୍ଲାର ଭୋଗରାଇ, ତାଳସାରି ଅଞ୍ଚଳରେ ପବନ ବେଗ ଅଧିକ ରହିବ। ଏଠାରେ ୧୦୦ରୁ ୧୨୫ କିମି ଯାଏ ପବନ ହୋଇପାରେ ବୋଲି କିଛି ସମୟ ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସ୍ଆରସି ପ୍ରଦୀପ ଜେନା। ବାତ୍ୟା ଅପଡେଟ ନେଇ […]
ଭୁବନେଶ୍ୱର: ଇସ୍ରୋର ଓଡ଼ିଆ ବୈଜ୍ଞାନିକ ଡକ୍ଟର ସୁଷମା ପାଣିଗ୍ରାହୀଙ୍କ ଅକାଳ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଇସ୍ରୋର ପ୍ରଥମ ଓଡ଼ିଆ ମହିଳା ବୈଜ୍ଞାନିକ ଭାବେ ସେ ଅର୍ଜନ କରିଥିବା ସୁନାମ ସର୍ବଦା ଅକ୍ଷୁର୍ଣ୍ଣ ରହିବ। ତାଙ୍କ ଆତ୍ମାର ସଦଗତି କାମନା କରିବା ସହ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ନବୀନ। ସେପଟେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ବି ଦିବଂଗତ ସୁଷମାଙ୍କ ଉଦ୍ଦେଶ୍ୟରେ ଟୁଇଟ୍ କରି ଶୋକ ପ୍ରକାଶ କରିଛନ୍ତି। ତାଙ୍କ ଦେହାନ୍ତ ଖବର […]
ଭୁବନେଶ୍ୱର: ବାତ୍ୟା ପ୍ରଭାବରେ ନୀଳଗିରି ଅଞ୍ଚଳରେ ସକାଳୁ ଝିପିଝିପି ବର୍ଷା ଆରମ୍ଭ ହୋଇଯାଇଛି। ନୀଳଗିରି ଏନ୍ଏସିର ୨ ନମ୍ବର ୱାର୍ଡ ଅନ୍ତର୍ଗତ ଘାଟଘର ସାହିରେ ଏବେ ବି ଲୋକେ ମାଟି ଘରେ ଅସୁରକ୍ଷିତ ଭାବେ ରହୁଛନ୍ତି। କିନ୍ତୁ ସେମାନଙ୍କୁ ସ୍ଥାନାନ୍ତର ପାଇଁ ପ୍ରଶାସନ କୌଣସି ବ୍ୟବସ୍ଥା କରିନି। କେବଳ ମାଇକ୍ରେ ପ୍ରଚାର କରି କାମ ସାରି ଦେଇଥିବା ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ବାତ୍ୟାକୁ ଆଖି ଆଗରେ ରଖି ବାଲେଶ୍ୱର ଜିଲ୍ଲାର ସୋର ଏବଂ ବାହାନଗା ବ୍ଲକର […]
ଭୁବନେଶ୍ୱର: ଦୁର୍ବଳ ହୋଇ ଅତି ଭୀଷଣ ବାତ୍ୟାରେ ପରିଣତ ହୋଇଛି ବାତ୍ୟା ଅମ୍ପନ। ମହାବାତ୍ୟାରୁ ଖସି ଏହା ଅତି ଭୀଷଣ ବାତ୍ୟାକୁ ପରିବର୍ତ୍ତନ ହୋଇଛି। ଆକଳନ ଅନୁସାରେ ସମୁଦ୍ର ଭିତରେ ଅମ୍ପନର ମହାବାତ୍ୟା ରୂପ କମିଯାଇଛି। ଏବେ ପାରାଦୀପଠୁ ୪୨୦ କିମି ଦୂରରେ ରହିଛି ବାତ୍ୟା ଅମ୍ପନ। ଗତି ବଢ଼ାଇ ଏବେ ଘଣ୍ଟାକୁ ୧୭ କିମି ବେଗରେ ଆଗକୁ ବଢ଼ୁଛି। ବାତ୍ୟା ଅମ୍ପନର ପ୍ରଭାବ ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଗଲାଣି। ଦକ୍ଷିଣ ଓଡ଼ିଶାରୁ ଆରମ୍ଭ କରି […]
ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ପ୍ୟାକେଜ୍ ଘୋଷଣା ଲୋକଙ୍କୁ ଲୁଟ୍ ପାଇଁ ରାସ୍ତା। ଆଉ ତାର ଉଦାହରଣ ହେଉଛି ତେଲ ଦର ବୃଦ୍ଧି ବୋଲି କହିଛନ୍ତି ନିରଞ୍ଜନ। ଏହାଦ୍ୱାରା ଦରଦାମ୍ ବଢ଼ିବ। ଗ୍ରାହକ ଆହୁରି ହଇରାଣ ହେବେ। କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କୁ ସାହାଯ୍ୟ କରୁଛନ୍ତି ନା ଆର୍ଥିକ ଦଣ୍ଡ ଦେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି […]
ଅନୁଗୁଳ: କରୋନାର ଭୟ ମଣିଷର ମଣିଷପଣିଆକୁ ମାରିଦେଉଥିବା ବେଳେ ଏବେବି କେଉଁଠି ନା କେଉଁଠି ବଞ୍ଚିଛି ମଣିଷ ପଣିଆ। ଏମିତି ମଣିଷପଣିଆର ଖବର ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ ଖେମଳା ଗାଁରେ। ଏଠାରେ ଗାଁ ମୁଣ୍ଡ ରାସ୍ତା କଡ଼ରେ ଭଙ୍ଗା କୁଡ଼ିଆରେ ଜୀବନ ବିତାଉଥିବା ନିଃସହାୟ ଲୋକର ମୃତ୍ୟୁ ପରେ ଚାରି କାନ୍ଧ ଦେଇ ସଂସ୍କାର କରିଛନ୍ତି ଗ୍ରାମବାସୀ ଖେମଳା ଗାଁର ପୋଲସ୍ତି ଦେହୁରୀ ଜଣେ ନିରାଶ୍ରୟ ବ୍ୟକ୍ତି। ପରିବାର କହିଲେ କେହି […]
ପୁରୀ: ବଙ୍ଗୋପସାଗରରେ କେନ୍ଦ୍ରୀଭୁତ ହୋଇଥିବା ସାମୁଦ୍ରିକ ଝଡ଼ ଅମ୍ଫନ ପ୍ରଭାବରେ ପୁରୀରେ ୧୨୦ରୁ ୧୫୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି। ତା ସହିତ ପୁରୀ ଉପକୂଳ ନିକଟ ଦେଇ ବାତ୍ୟା ଗତି କରିବା ବେଳେ ଏହା ପ୍ରଭାବରେ ୧୮ ଓ ୧୯ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ଥିବାରୁ ପୁରୀ ଜିଲ୍ଲାର ସମସ୍ତ ଥାନା ଅଧିକାରୀଙ୍କୁ ସତର୍କ ରହିବାକୁ ପୋଲିସ ମୁଖ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଥାନାଗୁଡ଼ିକ ନିଜ ନିଜ […]
ନୟାଗଡ଼: ମନରେ ଭିତରେ କ୍ରୋଧ ମଣିଷକୁ ପଶୁ ବନାଇ ଦିଏ। କ୍ରୋଧ ଓ ଈର୍ଷାରେ ମଣିଷ ନିଜର ହିତାହିତ ଜ୍ଞାନ ଭୁଲି ବିବେକ ବୁଦ୍ଧି ହୀନ ପଶୁ ଭଳି କାର୍ଯ୍ୟ କରିଥାଏ। ଠିକ୍ ଏଭଳି ଏକ ନୃଶଂସ ଓ ପାଶବିକ କାର୍ଯ୍ୟ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଢୋଲମରା ପଞ୍ଚାୟତରେ। ଏଠାରେ ସରପଞ୍ଚଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପୂର୍ବ ଶତ୍ରୁତାରୁ ସରପଞ୍ଚ ସୁଶାନ୍ତ ବେହେରାଙ୍କୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଛି। ଗତକାଲି […]
ଭୁବନେଶ୍ୱର: ବାତ୍ୟା ପାଇଁ ପ୍ରସ୍ତୁତି ଚଳାଇଛି ଏନ୍ଡିଆର୍ଫ୍ ଟିମ୍। ବାତ୍ୟାର ମୁକାବିଲା ଓ ଉଦ୍ଧାର କାର୍ଯ୍ୟ ଲାଗି ଭଦ୍ରକ ଜିଲ୍ଲାରେ ପହଞ୍ଚିଛନ୍ତି ୧୨ ଜଣିଆ ଏନ୍ଡିଆର୍ଏଫ୍ ଟିମ୍। ଏହି ଟିମ୍ ଜିଲ୍ଲାରେ ପହଞ୍ଚିବା ପରେ ସେମାନଙ୍କୁ ଧାମରା ପଠାଇ ଦିଆଯାଇଛି। ସେପଟେ ବାତ୍ୟା ମୁକାବିଲା ପାଇଁ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ସଂପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ହୋଇଯାଇଛି। ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀଙ୍କ ଛୁଟି ବାତିଲ କରିଦିଆଯାଇଛି। ଅଗ୍ନିଶମ ଅଧିକାରୀ, ଏନଡିଆର୍ଫ୍ ଏବଂ […]
ଭୁବେଶ୍ୱର: ମାଡ଼ି ଆସୁଛି ବାତ୍ୟା ଅମ୍ପନ। ଏବେ ପାରାଦୀପର ଦକ୍ଷିଣରେ ହଜାର କିମି ଦୂରରେ ରହିଛି। ଦିଘା ଠାରୁ ଦକ୍ଷିଣ ଦକ୍ଷିଣପଶ୍ଚିମରେ ୧୧୬୦ କିମି ଦୂରରେ ରହିଛି ଏହି ବାତ୍ୟା। ଆସନ୍ତା ୧୨ ଘଣ୍ଟାରେ ଭୀଷଣ ବାତ୍ୟାର ରୂପ ନେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ୬ ଘଣ୍ଟା ପୂର୍ବରୁ ଘଣ୍ଟାକୁ ୬ କିମି ବେଗରେ ଗତି କରୁଛି ବାତ୍ୟା ଅମ୍ପନ। ବାତ୍ୟା ପ୍ରଭାବରେ ରାଜ୍ୟରେ ଆସନ୍ତାକାଲିଠାରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି […]
ଡ୍ରଗ୍ସ ବେପାରର ଆଡ୍ଡାସ୍ଥଳୀ ପାଲଟିଛି ବାଲେଶ୍ୱର । ବିଭିନ୍ନ ସମୟରେ ବ୍ରାଉନସୁଗାର, ଗଞ୍ଜେଇ, ମଦ ଆଦି ଏଠାରୁ ଜବତ ସହ ଅପରାଧୀଙ୍କ ଲିଙ୍କ୍ ବାହାରିଛି । ଏପରି ସ୍ଥଳେ ସହରର ତଥା ଜିଲ୍ଲାର ଏକମାତ୍ରା ଆଦର୍ଶ ଥାନାରେ ମାସେ ହେଲାଣି ନାହାନ୍ତି ଆଇଆଇଓ । ପୂର୍ବରୁ ଥିବା ଆଇଆଇସିଙ୍କ ପଦୋନ୍ନତି ପରେ ଫାଙ୍କା ପଡିଛି ପଦବୀ
ଭୁବନେଶ୍ୱର: ସାହୁକାର ଭଳି ଋଣ ଦିଅନି, ଗରିବଙ୍କୁ ସିଧାସଳଖ ସେମାନଙ୍କ ଆକାଉଣ୍ଟରେ ଟଙ୍କା ଦିଅ। ୪ରୁ ୫ ମାସ ପାଇଁ ଟଙ୍କା ପଠାଯାଉ। କରୋନା ମୁକାବିଲାରେ କେନ୍ଦ୍ର ସରକାରଙ୍କୁ ଏହା କହିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ଦେଶର ପ୍ରମୁଖ ଆଞ୍ଚଳିକ ଗଣମାଧ୍ୟମର ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଏପରି କହିଛନ୍ତି ରାହୁଲ। ଓଟିଭି ନ୍ୟୁଜ୍ ଏଡିଟର୍ ରାଧାମାଧବ ମିଶ୍ରଙ୍କ ପ୍ରଶ୍ନର ବି ଉତ୍ତର ଦେଇଥିଲେ କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ […]
ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଦକ୍ଷିଣ, ଉପକୂଳ, ଉତ୍ତର ଓଡ଼ିଶାର ୧୨ଟି ଜିଲ୍ଲାକୁ ସତର୍କ ରହିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ବାତ୍ୟା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବ। କିନ୍ତୁ ବନ୍ୟା ଭୟ ନାହିଁ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର କହିଛନ୍ତି। ଆବଶ୍ୟକ ହେଲେ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇପାରେ। ଏଥିପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି। ଯାହାର କଚ୍ଚା ଘର ରହିଛି ତାଙ୍କୁ ସ୍ଥାନାନ୍ତରିତ କରାଯିବ। ସମସ୍ତ ବିଭାଗକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି […]
ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ୯୮ ବର୍ଷ ବୟସରେ ପରଲୋକ ହୋଇଛି। ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ତାଙ୍କର ବିୟୋଗ ହୋଇଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ ୧୯୨୨ ମସିହା ମେ ମାସ ୧୧ ତାରିଖରେ ପୁରୀ ଜିଲ୍ଲାର ନିମାପଡ଼ାଠାରେ ଜନ୍ମ ହୋଇଥିଲେ। ସେ ମହାତ୍ମାଗାନ୍ଧିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ୧୯୪୨ ମସିହାରେ ସତ୍ୟାଗ୍ରହ ଆନ୍ଦୋଳନରେ ଯୋଗ ଦେଇଥିଲେ। ଏଥିସହିତ ସେ ତିନିଥର […]
ମଲକାନଗିରି: ଦୁଷ୍କର୍ମ ପୀଡ଼ିତା ମହିଳାଙ୍କ ମୃତ୍ୟୁ ଅଭିଯୋଗ। ମାଲକାନଗିରି ପୋଲିସ କ୍ୟାଣ୍ଟିନରେ କାମ କରୁଥିବା ଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁ ହୋଇଛି। ଗୁରୁତର ଅବସ୍ଥାରେ ମହିଳାଙ୍କୁ କୋରାପୁଟରୁ ବ୍ରହ୍ମପୁର ସ୍ଥାନାନ୍ତର ବେଳେ ପୀଡ଼ିତାଙ୍କ ମୃତ୍ୟୁ ହୋଇଥିଲା। ଗତ ୭ ତାରିଖରେ ପୀଡ଼ିତା ଗୁରୁତର ଅବସ୍ଥାରେ ମିଳିଥିଲେ। ଗୁରୁତର ପୀଡ଼ିତାଙ୍କୁ ତାଙ୍କ ସ୍ୱାମୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତାଙ୍କ ପତ୍ନୀଙ୍କ ସହିତ ଦୁଷ୍କର୍ମ ହୋଇଥିବା ଅଭିଯୋଗ ଆଣିଥିଲେ ସ୍ୱାମୀ। ତେବେ ଗତକାଲି ତାଙ୍କ ମୃତ୍ୟୁ ହେବା ପରେ ଘଟଣାକୁ ନେଇ […]