ଟପ୍ ହେଡ୍ ଲାଇନ୍ସ ତିଥି ପାଖଉଛି, ଅଡୁଆ ବଢୁଛି: ରାଜ୍ୟ ସରକାରଙ୍କ ଘୋଷଯାତ୍ରା ନିଷ୍ପତ୍ତିରେ ବିଳମ୍ବକୁ ନେଇ ଶଙ୍କାରେ ଭକ୍ତ। ଶ୍ୱର ଶାଣିତ କଲେ ବିରୋଧୀ। ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ କହିଲେ, ରଥଯାତ୍ରା ବନ୍ଦ ହେଲେ ସୃଷ୍ଟି ହେବ କଳଙ୍କମୟ ଇତିହାସ। ସଂଘର୍ଷର ରୂପନେଲା ଚୀନ୍ ସୀମାରେ ଉତ୍ତେଜନା: ଜଣେ କର୍ଣ୍ଣେଲଙ୍କୁ ମିଶାଇ ୩ ଭାରତୀୟ ସୈନିକ ସହିଦ। ଚୀନ୍ ପକ୍ଷର ୫ ମୃତ। CDS ଓ ତିନି ବାହିନୀ ମୁଖ୍ୟଙ୍କ ସହ ରାଜନାଥଙ୍କ ଆଲୋଚନା, ଭାରତକୁ […]
ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲୁହାସିଂହା ଗାଁର ପ୍ରଦୀପ ପୁରୋହିତ । ପରିବା ପ୍ରତିପୋଷଣ ପାଁଇ ସେ ରାୟପୁରର ଏକ ଦୋକାନରେ କାମ କରୁଥିଲେ । ମାସକରେ ଯେତିକି ଦରମା ମିଳୁଥିଲା, ସେଥିରେ ତାଙ୍କ ପୂରା ପରିବାର ଚଳୁଥିଲା । ତିନି ବର୍ଷ ପୁର୍ବେ ସେ ରାୟପୁରରୁ ଟ୍ରେନ ଯୋଗେ କଣ୍ଟାବାଂଜି ରେଲ ଷ୍ଟେଷନରେ ପହଞ୍ଚି ନିଜ ବାଇକରେ ଘରକୁ ଫେରୁଥିଲେ
ଗଞ୍ଜାମ: ସ୍ୱାମୀଙ୍କୁ ବଂଚାଇବାକୁ ଯାଇ ଗଲା ସ୍ତ୍ରୀର ଜୀବନ। ଶ୍ୱଶୁରର ଗୁଳିରେ ଗୁରୁତର ହୋଇ ଜୀବନ ହାରିଲା ବୋହୂ। ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅଂଚଳର ଘଟିଛି ଏଭଳି ଘଟଣା। ଖବର ଅନୁସାରେ, ବାରଭରଣିଆ ଗାଁରେ ୫୦ ହଜାର ଟଙ୍କା ଋଣକୁ ନେଇ ବାପା ଓ ପୁଅ ମଧ୍ୟରେ ବଚସା ହୋଇଥିଲା। ଏହାପରେ ବାପା ରାଗି ଯାଇ ପୁଅ ଉପରକୁ ଗୁଳି ଚଳାଇବାକୁ ଘରେ ଥିବା ବନ୍ଧୁକ ଉଠାଇଥିଲେ। ବାପ-ପୁଅ ମଧ୍ୟରେ ବଚସା ବଢ଼ିବା ପରେ ବାପା […]
ଭବନେଶ୍ୱର: ସଂକ୍ରମିତଙ୍କ ସଂଖ୍ୟା ବଢୁଥିଲା ବେଳେ କାହିଁକି କମୁଛି କୋଭିଡ୍ ଟେଷ୍ଟିଂ ଏହି ମର୍ମରେ ଆଜି ଦିଲ୍ଲୀ ସରକାରଙ୍କୁ ସୁପ୍ରିମ୍କୋର୍ଟଙ୍କ ଭର୍ସନା ପରେ ଓଡ଼ିଶାରେ ମଧ୍ୟ ଟେଷ୍ଟିଂ ସଂଖ୍ୟା ହ୍ରାସକୁ ନେଇ ପ୍ରଶ୍ନ ଉଠିଛି। ଦୈନିକ ୧୫ ହଜାର ଟେଷ୍ଟ ପାଇଁ ମେ ୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଚଳିତ ମାସ କୌଣସି ଗୋଟିଏ ଦିନ ସଂଖ୍ୟା ୪ ହଜାର ବି ଛୁଇଁନି। ଯାହାକୁ ନେଇ ଉଦ୍ବେଗ ସୃଷ୍ଟି ହୋଇଛି। ଟେଷ୍ଟିଂ କମୁଥିବାରୁ ଦିଲ୍ଲାକୁ ସୁପ୍ରିମୋକର୍ଟ […]
ଭୁବନେଶ୍ୱର: ଭୁବନେଶ୍ୱରରେ ହାତଗୋଡ଼ ବନ୍ଧା ଅବସ୍ଥାରେ ଉଦ୍ଧାର ହେଲେ ବୃଦ୍ଧ। ଭୁବନେଶ୍ୱର କଳିଙ୍ଗ ଷ୍ଟୁଡିଓ ଛକ ଅଞ୍ଚଳରେ ସ୍ଥାନୀୟ ଲୋକେ ବୃଦ୍ଧଙ୍କ ହାତଗୋଡ଼ ବାନ୍ଧି ପକାଇଥିଲେ। ଖବର ପାଇ ପୋଲିସ ଓ କୋଭିଡ୍ ହସ୍ପିଟାଲ ଷ୍ଟାଫ୍ ତାଙ୍କୁ ଉଦ୍ଧାର କରିଛନ୍ତି। ପିପିଇ ପିନ୍ଧି ଡାକ୍ତରୀ ଟିମ୍ ବୃଦ୍ଧଙ୍କୁ ଉଦ୍ଧାର କରି କୋଭିଡ୍ ହସ୍ପିଟାଲ୍ ନେଇଥିବା ସୂଚନା ମିଳିଛି। ବୃଦ୍ଧ ଜଣଙ୍କୁ ସୁରକ୍ଷିତ ଭାବେ ଡାକ୍ତରୀ ଟିମ୍ ଉଦ୍ଧାର କରି ଗାଡ଼ିରେ ନେଇଛି। ମିଳିଥିବା ସୂଚନା ମୁତାବକ ବୃଦ୍ଧ […]
ଭଦ୍ରକ: ଭଦ୍ରକରେ ନିର୍ମାଣ ହେବ ବନ୍ଦେ ଉତ୍କଳ ଜନନୀର ରଚୟତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସ୍ମାରକୀ। ଦେଢ଼ କୋଟି ଟଙ୍କା ବ୍ୟୟରେ ଏହି ସ୍ମାରଣକୀ ନିର୍ମାଣ ହେବା ନେଇ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ସଂସ୍କୃତି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଡିସେମ୍ବର ୯ ତାରିଖ ପୂର୍ବରୁ ସ୍ମାରକି ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ତେବେ କବେଳ ପ୍ରତିମୂର୍ତ୍ତି ସ୍ଥାପନ ହେବନି, ତା ସହିତ ନାଟ୍ୟମଣ୍ଡପ, […]
ଭୁବନେଶ୍ୱର: ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନୂଆ ଟିମ୍। କାର୍ଯ୍ୟଭାର ଗ୍ରହଣ କରିବାର ୫ ମାସ ପରେ ନୂଆ ଟିମ୍ ଘୋଷଣା କଲେ ସମୀର। ଏହି ଟିମ୍ରେ ୧୦ ଜଣ ଉପସଭାପତି ଓ ୧୦ ଜଣଙ୍କୁ ମୁଖପାତ୍ର ଦାୟିତ୍ୱ ମିଳିଛି। ସେହିଭଳି ୪ ଜଣ ସାଧାରଣ ସଂପାଦକ ରହିଥିବା ବେଳେ ୯ ଜଣଙ୍କୁ ରାଜ୍ୟ ବିଜେପି ସଂପାଦକ ଦାୟିତ୍ୱ ଦିଆଯାଇଛି। ଉପସଭାପତି ଟିମ୍ ଉପସଭାପତି ହେଲେ- ସଙ୍ଗୀତା ସିଂହଦେଓ, ଅପରାଜିତା ଷଡ଼ଙ୍ଗୀ, ବଳଭଦ୍ର ମାଝୀ, ଭାସ୍କର […]
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ମୌସୁମୀ ଆହୁରି ସକ୍ରିୟ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ରାଜ୍ୟର କେତେ ଜିଲ୍ଲାକୁ ମୌସୁସୀ ଛୁଇଁ ସାରିଥିବା ବେଳେ ଆଉ ୪୮ ଘଣ୍ଟାରେ ଆଉ କିଛି ଅଞ୍ଚଳକୁ ମୌସୁମୀ ଛୁଇଁବା ନେଇ କହିଛି ପାଣିପାଗ ବିଭାଗ। ସୂଚନା ଅନୁଯାୟୀ, ଆଜି ମାଲକାନଗିରି, କୋରାପୁଟ, ନବରଙ୍ଗପୁରକୁ ମୌସୁମୀ ଛୁଇଁଥିବା ବେଳେ ରାୟଗଡ଼ା, ଗଜପତି ଓ ଗଞ୍ଜାମର ବି କିଛି ଅଞ୍ଚଳକୁ ମୌସୁମୀ ସ୍ପର୍ଶ କରିଥିବା […]
ଭୁବନେଶ୍ୱର: ମାସ୍କ କେଳେଙ୍କାରୀ ଅଭିଯୋଗ ପ୍ରସଙ୍ଗରେ ଉତ୍ତର ରଖିଛି ବିଜେଡି। ପ୍ରେସ୍ମିଟ୍ କରି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ଲକ୍ଡାଉନ୍ ଯୋଗୁ ପ୍ରଡକ୍ସନ କଷ୍ଟ୍ ବଢ଼ିଥିବାରୁ ମାସ୍କ ରେଟ୍ ବଢ଼ିଲା। ପ୍ରଡକ୍ସନ କଷ୍ଟ୍ ବଢ଼ିବାରୁ ୧୦ ଟଙ୍କା ମାସ୍କ ୧୬ ଟଙ୍କାରେ କଣିବାକୁ ପଡ଼ିଥିଲା। ଅନ୍ୟ ରାଜ୍ୟ ଅଧିକ ଟଙ୍କା ଦେଇ ମାସ୍କ କିଣିଥିବା ମଧ୍ୟ ବିଜେଡି ଉଦାହରଣ ଦେଇଛି। ଗୁଜରାଟ ୨୦, କର୍ଣ୍ଣାଟକ ୧୮, ତାମିଲନାଡ଼ୁ ୧୫ ଟଙ୍କା ୮୬ ପଇସାରେ କିଣିଛନ୍ତି ବୋଲି […]
ଭୁବନେଶ୍ୱର: ପୁଣି ବାତିଲ ହେଲା ଡିଏଲ୍ ଓ ଏଲ୍ଏଲ୍ ସ୍ଲଟ ବୁକିଂ। ରାଜ୍ୟ ପରିବହନ କମିଶନରଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି। କେବେ DL/LL ସ୍ଲଟ ବୁକିଂ କରାଯିବ, ସେନେଇ ସରକାର ସାନି ବିଜ୍ଞପ୍ତି ଜାରି କରିବେ ବୋଲି ଜାରି କରାଯାଇଥିବା ନୂଆ ବିଜ୍ଞପ୍ତିରେ କୁହାଯାଇଛି। ମାର୍ଚ୍ଚ ୧୮ରୁ ସେମ୍ବେର ୩୦ ତାରିଖ ମଧ୍ୟରେ ଡିଏଲ୍ ଓଏଲ୍ଏଲ୍ ଅବଧି ସରୁଥିଲେ ଏହା କାଏମ୍ ରହିବ। ତେବେ କେବେଠୁ ସାରଥି ପୋର୍ଟାଲ କାର୍ଯ୍ୟ କରିବ, ବିଜ୍ଞାପନ ମାଧ୍ୟମରେ […]
ବାଲେଶ୍ୱର: ବାଲେଶ୍ୱର ଉପଜିଲାପାଳ ଓ ତହସିଲଦାରଙ୍କୁ ସଂଗବଦ୍ଧ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ୫୦ରୁ ଅଧିକ ଲୋକେ ଏକାଠି ହୋଇ ଛଡ଼ାଇନେଲେ ଜବତ କରାଯାଇଥିବା ଗାଡ଼ି। ଖବର ଅନୁସାରେ, ବାଲେଶ୍ୱର ନୀଳଗିରି ତହସିଲ ଅଧିନ କାଠପାଳ ପୋଲ ନିକଟ ପୁନ୍ଦାଳ ସୋନ ନଦୀ ଘାଟରୁ ଆଜି ରାତିରେ ନୀଳଗିରି ପ୍ରଶାସନ ମିଳିତ ଚଢ଼ାଉ କରାଯାଇଛି। ଉପଜିଲ୍ଲାପାଳ ହରିଶ ଚନ୍ଦ୍ର ଜେନା, ତହସିଲଦାର ଅଶେଷ କୁମାର ନାୟକ ଓ ପୋଲିସ ଫୋର୍ସଙ୍କ ମିଳିତ ଚଢ଼ାଉରେ ଘଟଣାସ୍ଥଳରୁ ଦୁଇଟି ଡମ୍ଫର, […]
ବରଗଡ଼: ବରଗଡ଼ରୁ ରାୟପୁର ଅଭିମୁଖେ କାର୍ରେ ଯାଉଥିବା ୨ ଜଣ ବ୍ୟକ୍ତିଙ୍କ ଠାରୁ ବିପୁଳ ପରିମାଣର ବିଡ଼ା ବିଡ଼ା ନୋଟ୍ ଜବତ କରିଛି ଛତିଶଗଡ଼ ପୋଲିସ। ଯାହାର ପରିମାଣ ୧ କୋଟି ୧୨ ଲକ୍ଷ ୯୯ ହଜାର ଟଙ୍କା । ୨ ଜଣ ହେଲେ ପ୍ରତୀକ ଛାପାଡ଼ିଆ ଏବଂ ସୁରେନ୍ଦ୍ର ସୋନା। ଏମାନେ କାର୍ ଡିକିରେ ସ୍ୱତନ୍ତ୍ର ଚାମ୍ବର ତିଆରି କରି ତାଭିତରେ ଏସବୁ ଟଙ୍କାକୁ ଭର୍ତ୍ତି କରି ନେଉଥିଲେ। କିନ୍ତୁ ଛତିଶଗଡ଼ ସିଂଘୋଡା ପୋଲିସ ରେହଟିଖୋଲ୍ […]
ନୟାଗଡ଼: ମହାନଦୀ ଗର୍ଭରେ ପ୍ରାଚୀନ ମନ୍ଦିର। ପାଣି କମିବା ପରେ ମନ୍ଦିରର ଚୂଡ଼ା ସ୍ପଷ୍ଟ ଦିଶୁଛି। ନୟାଗଡ଼ ଭାପୁର ବ୍ଲକ ପଦ୍ମାବତୀ ଗାଁ ନିକଟ ମହାନଦୀ ଭିତରୁ ଏହି ପ୍ରାଚୀନ ଗୋପୀନାଥ ମନ୍ଦିର ଦୃଶ୍ୟମାନ ହୋଇଛି। ମୁଖ୍ୟ ମନ୍ଦିର ପାଖରେ ଆଉ ଦୁଇଟି ମନ୍ଦିର, ତୁଳସୀ ଚଉରା, କୂଅ, ରୋଷଘର ବି ପାଣି ଭିତରେ ସ୍ପଷ୍ଟ ଭାବେ ଦିଶୁଛି। ବିଷ୍ଣୁ ମନ୍ଦିର ଢାଞ୍ଚାରେ ତିଆରି ହୋଇଛି ମନ୍ଦିର। ଏହା ପ୍ରାୟ ୫ ଶହ ବର୍ଷ ପୁରୁଣା ବୋଲି […]
ଭୁବନେଶ୍ୱର: ଧୀରେଧୀରେ ଓଡ଼ିଶା ଅଭିମୁଖେ ଅଗ୍ରସର ହେଉଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଅର୍ଥାତ ୧୨ ତାରିଖ ସୁଦ୍ଧା ମୌସୁମୀ ବର୍ଷାରେ ଭିଜିବ ସାରା ଓଡ଼ିଶା। ଭୁବନେଶ୍ୱର ପାଣିପାଗ ଗବେଷଣା କେନ୍ଦ୍ର ଏହି ଆକଳନ କରିଛି। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଥିବା ଲଘୁଚାପ ପ୍ରଭାବରେ ମୌସୁମୀ ୧୨ ତାରିଖ ସୁଦ୍ଧା ଓଡ଼ିଶା ପହଞ୍ଚିପାରେ ବୋଲି ପାଣିପାଗ ବିଭାଗ କହିଛି। ମୌସୁମୀ ଆସିବା ପୂର୍ବରୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ […]
କୋରାପୁଟ: ମାନବ ଗଲାଣି ଚନ୍ଦ୍ରପୃଷ୍ଠକୁ। ବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟ ଭେଦିବାକୁ ପ୍ରୟାସ ବି କଲାଣି। ଅଥଚ ମଧ୍ୟଯୁଗୀୟ ମାନସିକତାରୁ ମୁକୁଳି ପାରୁନି ଉପାନ୍ତ ଇଲାକାର ମଣିଷ। ଆଜି ବି ଜାତିବାଦର କୁତ୍ସିତ ଚିନ୍ତାଧାରା ତାକୁ କବଳିତ କରି ରଖିଛି। ଭିନ୍ନ ଜାତିର ଭୋଜି ଖାଇଲେ ବୋଲି ପିତୃହରା ଦୁଇ ଭଉଣୀଙ୍କୁ ଲଣ୍ଡା କରିବା ଏବଂ ପରେ ସାହି ଭାଇ ଜାତିରେ ମିଶାଇବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। କୋରାପୁଟ ଜୟପୁର ଅଞ୍ଚଳରେ ଏଭଳି ଦଣ୍ଡ ପାଇଥିବା ଦୁଇ […]
ଭୁବନେଶ୍ୱର: କରୋନା ପାଇଁ ବନ୍ଦ ଥିବା ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ପୁଣିଥରେ ଆରମ୍ଭ ହେବ। DL ଓ LL ଟେଷ୍ଟ ଆରମ୍ଭ ନେଇ ସୂଚନା ଦେଇଛନ୍ତି ପରିବହନ କମିଶନର। ସାମାଜିକ ଦୂରତ୍ୱ ସହ ସବୁ ଗାଇଡଲାଇନ ମାନି ଟେଷ୍ଟ ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି। ତେବେ ଡିଏଲ୍ ଟେଷ୍ଟ ପାଇଁ ଆସନ୍ତାକାଲିଠାରୁ ପୁଣିଥରେ ସ୍ଲଟ ବୁକିଂ ଆରମ୍ଭ ହେବ। ସକାଳ ୭ଟାରୁ DL ଟେଷ୍ଟ ସ୍ଲଟ ବୁକିଂ ଖୋଲିବ। ଲର୍ଣ୍ଣିଂ ଲାଇସେନ୍ସ ସ୍ଲଟ ବୁକିଂ […]
ଭୁବନେଶ୍ୱର: ଆଜି କୋଭିଡ ଯୋଦ୍ଧାଙ୍କୁ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ କନଫରେନସିଂ ଜରିଆରେ ଚାଲିଥିବା ଏକ କର୍ମଶାଳାରେ ଯୋଗଦେଇ ନବୀନ ସ୍ୱାସ୍ଥ୍ୟକର୍ମୀଙ୍କୁ ସମ୍ବୋଧିତ କରିଛନ୍ତି। ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା କମ୍ କରିବା ଏବଂ ସୁସ୍ଥତା ହାର ବୃଦ୍ଧି କରିବା କ୍ଷେତ୍ରରେ ଉଲ୍ଲେଖନୀୟ କାମ କରିଥିବାରୁ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ। କୋଭିଡ୍ ପରିସ୍ଥିତି ପର୍ଯ୍ୟବେକ୍ଷଣ ପାଇଁ ସମନ୍ୱିତ ଅଭିଯାନ ଆରମ୍ଭ କରିବାକୁ ସେ CDMO ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି। […]
କୋରାପୁଟ: କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର ହେଲେ ପଦ୍ମଶ୍ରୀ କମଳା ପୂଜାରୀ। କିଡ୍ନୀରେ ସମସ୍ୟା ଥିବା ସନ୍ଦେହ କରି ତାଙ୍କର ଅଲ୍ଟ୍ରାସାଉଣ୍ଡ କରାଯାଇ ଡାକ୍ତର ଚିକିତ୍ସା କରିବା ଆରମ୍ଭ କରିଦେଇଛନ୍ତି। ଉଚ୍ଚ ରକ୍ତଚାପ ଓ ଅଣ୍ଟା ବ୍ୟଥା ଯୋଗୁଁ ୨ ଦିନ ତଳେ କମଳାଙ୍କୁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଯଦି ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ ସୁଧାର ନ ଆସେ, ଜିଲ୍ଲା ପ୍ରଶାସନ ନିଜ ଖର୍ଚ୍ଚରେ ତାଙ୍କୁ ବ୍ରହ୍ମପୁର ନିଆଯିବ ବୋଲି କୋରାପୁଟ ଜିଲ୍ଲାପାଳ କହିଛନ୍ତି। […]
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆଗାମୀ ୪୮ ଘଣ୍ଟାରେ ପଶ୍ଚିମ ଓ ଉତ୍ତରପଶ୍ଚିମ ଆଡ଼କୁ ମୁହାଁଇବ। ଏହି ଲଘୁଚାପ ୱେଲ୍ମାର୍କରେ ପରିଣତ ହେବା ନେଇ ସୂଚନା ଦେଇଛି ଭୁବନେଶ୍ୱର ପାଣିପାଗ ବିଭାଗ। ତା ସହିତ ଆଜି ଓ କାଲି ଉତ୍ତର, ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେଗୁଡ଼ିକ ହେଲେ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ପୁରୀ, କନ୍ଧମାଳ ଓ […]
ଭୁବନେଶ୍ୱର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଭର୍ଚୁଆଲ ରାଲିକୁ ସମାଲୋଚନା କରିଛନ୍ତି ରାଜ୍ୟ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ। କରୋନା ମହାମାରୀ ବେଳେ ଶାହ ଓଡ଼ିଶା ଲୋକଙ୍କ ସମସ୍ୟା ଉପରେ ଫୋକସ ନ କରି ରାଜନୈତିକ ଅଭିସନ୍ଧିମୂଳକ ମତ ରଖିଛନ୍ତି ବୋଲି ପ୍ରଦୀପ କହିଛନ୍ତି। ରାଜ୍ୟରେ ମାସ୍କ, ପିପିଇ କିଟ୍ ଦୁର୍ନୀତି ସଂପର୍କରେ ଶାହ ମୁହଁ ଖୋଲିନାହାନ୍ତି। କେବଳ ନିଜ ସରକାରଙ୍କ ପ୍ରଚାର ପ୍ରସାର କରିଛନ୍ତି। କରୋନା ଆକ୍ରାନ୍ତ ଲୋକଙ୍କ ପାଇଁ ଶାହଙ୍କର ଦରଦ ନାହିଁ ବୋଲି […]
ଭୁବନେଶ୍ୱର: ଆସନ୍ତା ଖରିଫ ଋତୁ ପାଇଁ ଚାଷୀଙ୍କୁ ୯ ହଜାର କୋଟି ଟଙ୍କାର ଋଣ ଯୋଗାଇବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ମେ ୩୧ ତାରିଖ ସୁଦ୍ଧା ୨ ହଜାର ୬୪୯ କୋଟି ଟଙ୍କାର ଋଣ ଚାଷୀମାନଙ୍କୁ ଯୋଗାଇ ଦିଆସରିଲାଣି। ବିନା ସୁଧରେ ୫୦ ହଜାର ଟଙ୍କା ଯାଏଁ ଋଣ ଦିଆଯାଉଛି। ଏ ପର୍ଯ୍ୟନ୍ତ ୬ ଲକ୍ଷ ୧୯ ହଜାର ଚାଷୀଙ୍କୁ ଋଣ ଦିଆଯାଇସାରିଛି ବୋଲି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ସମବାୟ ବିଭାଗ ସଚିବ […]
ଭୁବନେଶ୍ୱର: ଓଡ଼ିଶା କେମିତି ହେବ ବିଜେପିର ଅଭେଦ୍ୟ ଗଡ଼? ଅମିତ ଶାହାଙ୍କ ଅଧୁରା କାମକୁ କେମିତି ପୂରଣ କରିବେ ଜେ.ପି ନଡ୍ଡା ? ସଂଗଠନ ସୁଦୃଢ ସହ ବିଜେଡି ବିରୋଧରେ ଆଭିମୁଖ୍ୟକୁ ଶାଣିତ କରିବ କି ଦଳ ? ଗତକାଲି ଓଡ଼ିଶା ଜନସମ୍ବାଦ ଭର୍ଚୁଆଲ ରାଲିରେ ଶାହାଙ୍କ ଅଭେଦ୍ୟ ଗଡ଼। ଆହ୍ବାନ ପରେ ଏମିତି କିଛି ପ୍ରଶ୍ନ ଠିଆ ହୋଇଛି। ତେବେ ପଞ୍ଚାୟତ ନିର୍ବାଚନକୁ ଦୁଇ ବର୍ଷ ଓ ସାଧାରଣ ନିର୍ବାଚନକୁ ୪ ବର୍ଷ ଥିବା ବେଳେ […]
ପୁରୀ: ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ରଥଯାତ୍ରା ହେବ କି ନାହିଁ ସେନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ଏ ସଂପର୍କିତ ଏକ ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରିଛନ୍ତି ହାଇକୋର୍ଟ କରୋନା ମୁକାବିଲା ନେଇ ଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିୟମାବଳୀକୁ ଦେଖି ସରକାର ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ କହିଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀଜିଉଙ୍କ ରଥଯାତ୍ରା ବନ୍ଦ କରିବା ଲାଗି ହାଇକୋର୍ଟରେ […]
ଭୁବନେଶ୍ୱର: ରମାଦେବୀ ଓ ଉତ୍କଳ ବିଶ୍ୱବିଦ୍ୟାଳୟ ପରେ ଧାରଣାକୁ ଓହ୍ଲାଇଲେ ବିଜେବି ମହାବିଦ୍ୟାଳୟ ଛାତ୍ରଛାତ୍ରୀ। ପରୀକ୍ଷା ବାତିଲ କରାଯାଉ ନହେଲେ ବିକଳ୍ପ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ। ବର୍ତ୍ତମାନ ସ୍ଥିତିରେ ସରକାର ନିଜେ ଏହି ଦୁଇ ମାସ ଗୁରୁତ୍ୱପୂର୍ଣ୍ଣ କହୁଥିବାବେଳେ ଜୁଲାଇ ଦ୍ୱିତୀୟ ସପ୍ତାହରେ କିଭଳି ପରୀକ୍ଷା କରିବେ ସେ ନେଇ ପ୍ରଶ୍ନ କରିଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟ ଅନୁବନ୍ଧିତ ସମସ୍ତ ବିଶ୍ୱବିଦ୍ୟାଳୟରେ ଜୁଲାଇ ୭ ତାରିଖରୁ ପରୀକ୍ଷା ଆରମ୍ଭ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇବା […]
ଭୁବନେଶ୍ୱର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଭର୍ଚୁଆଲ ରାଲି ଅବସରରେ ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କରୋନା ମହାମାରୀ ପାଇଁ ଆଜି ବିଶ୍ୱ ବଦଳି ଯାଇଛି। ଏଭଳି ସ୍ଥିତିରେ ଭାରତକୁ ଆତ୍ମନିର୍ଭର କରିବାକୁ ପ୍ରଧାନମନ୍ତ୍ରୀ ପ୍ରତିବଦ୍ଧ। ପ୍ରଧାନମନ୍ତ୍ରୀ କହିଥିଲେ, ମୁଁ ଆସିଲେ ବର୍ଷୱାରୀ ହିସାବ ଦେବି। ବର୍ଷୱାରୀ ହିସାବ ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ପୁଣି ଆଶୀର୍ବାଦ ମିଳିଲା ବୋଲି ଧର୍ମେନ୍ଦ୍ର କହିଛନ୍ତି। ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ଗତ […]