ଚେନ୍ନାଇ: ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ତାମିଲନାଡୁରେ ଲକ୍ଡାଉନ୍ ବୃଦ୍ଧି କରାଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାରଙ୍କ ପକ୍ଷରୁ ଲକ୍ଡାଉନ୍ ବଢ଼ା ଯାଇଛି। ଲକ୍ଡାଉନ୍ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି। ଏହାକୁ ତଦାରଖ କରିବା ପାଇଁ ସମସ୍ତ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଲକ୍ଡାଉନ୍ ସମୟରେ ବିଭିନ୍ନ କାର୍ଯ୍ୟାଳୟ, ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ଅଳ୍ପ ସଂଖ୍ୟକ କର୍ମଚାରୀଙ୍କୁ ନେଇ ଚାଲି ପାରିବ। ମାସ୍କ ପିନ୍ଧିବା ସହ ସାମାଜିକ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀ ସ୍ଥିତ ଏମ୍ସରେ କରୋନା ଟିକା କୋଭାକ୍ସିନ୍ର ପ୍ରଥମ ଡୋଜ୍ ନେଇଛନ୍ତି। ପୁଡୁଚେରୀର ସିଷ୍ଟର ପି. ନିଭେଦା ପ୍ରଧାନମନ୍ତ୍ରୀଙ୍କୁ ଟିକା ଦେଇଛନ୍ତି। ଟିକା ନେବା ବେଳର ଏକ ଫଟୋ ସୋସିଆଲ୍ ମିଡିଆରେ ପୋଷ୍ଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ଟ୍ୱିଟ୍ରେ ଉଲ୍ଲେଖ କରିଛନ୍ତି, ଏମ୍ସରେ କୋଭିଡ୍ ୧୯ ଟିକାର ପ୍ରଥମ ଡୋଜ୍ ଗ୍ରହଣ କଲି। ମହାମାରୀ କରୋନା ବିରୋଧ ଲଢ଼େଇରେ ଭାରତର ଡାକ୍ତର ଓ ବୈଜ୍ଞାନିକ […]
ମୁମ୍ବାଇ: ବଲିଉଡ୍ ବିଗ୍ ବି ଅମିତାଭ ବଚ୍ଚନ ସୋସିଆଲ୍ ମିଡିଆରେ ବେଶ୍ ଆକ୍ଟିଭ୍ ଥାଆନ୍ତି। ସେ ବ୍ଲଗ୍ ମାଧ୍ୟମରେ ତାଙ୍କର ମନର ଭାବନାକୁ ଫ୍ୟାନ୍ସଙ୍କ ସହ ଶେଆର କରିଥାନ୍ତି। ବିଗ୍ ବି ଏବେ ଏକ ବ୍ଲଗ୍ରେ ଏମିତି କିଛି ଖୁଲାସା କରିଛନ୍ତି, ଯାହାକୁ ନେଇ ଫ୍ୟାନ୍ସ ଚିନ୍ତାରେ ପଡ଼ି ଯାଇଛନ୍ତି। ବିଗ୍ ବି ତାଙ୍କର ଏହି ବ୍ଲଗ୍ରେ ମାତ୍ର ଗୋଟିଏ ଧାଡ଼ି ହିଁ ଲେଖିଛନ୍ତି। ସେ ଲେଖିଛନ୍ତି, ‘ମେଡିକାଲ୍ କଣ୍ଡିସନ୍..ସର୍ଜରୀ..ଆଉ କିଛି ଲେଖି ପାରିବି ନାହିଁ।’ ଫେବୃଆରୀ […]
ଅହମଦାବାଦ: ଗୁଜରାଟର ଅହମଦାବାଦରେ ଜଣେ ମହିଳା ସାବରମତୀ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଆତ୍ମହତ୍ୟା କରିବା ପୂର୍ବରୁ ମହିଳା ଜଣକ ଏକ ଭିଡିଓ କରି ସୋସିଆଲ୍ ମିଡିଆରେ ଶେଆର କରିଥିଲେ। ଆତ୍ମହତ୍ୟା କରିଥିବା ସମ୍ପୃକ୍ତ ମହିଳାଙ୍କ ନାଁ ଆୟଶା ବୋଲି ଜଣାପଡ଼ିଛି। ଯାହା ବି କିଛି ଜୀବନରେ ମିଳିଛି, ବହୁତ ଭଲ। ବର୍ତ୍ତମାନ ମୁଁ ଭଗବାନଙ୍କୁ ଭେଟିବାକୁ ଚାହୁଁଛି ବୋଲି ଆୟଶା ଭିଡିଓରେ କହୁଥିବା ଦେଖିବାକୁ ମିଳିଛି। ଭିଡିଓରେ ସେ କହିଥିଲେ, ‘ହ୍ୟାଲୋ, ମୋ […]
ନୂଆଦିଲ୍ଲୀ: ଚଳିତ ସପ୍ତାହରେ ସୁନା ଓ ରୂପା ଦରରେ ହ୍ରାସ ଦେଖିବାକୁ ମିଳିଛି। Multi Commodity Exchange(MCX)ରେ ଆଜି ଦିନ ସାଢ଼େ ୧୧ଟାରେ ସୁନା ଦର ପ୍ରତି ୧୦ ଗ୍ରାମକୁ ୧୯୫ ଟଙ୍କା ହ୍ରାସ ସହ ୪୬,୦୪୬ ଟଙ୍କାରେ କାରବାର ଚାଲିଥିବା ବେଳେ ରୂପା ପ୍ରତି କିଲୋକୁ ୭୮୭ ଟଙ୍କା ହ୍ରାସ ସହ ୬୮,୪୮୯ ଟଙ୍କାରେ କାରବାର ଚାଲିଥିଲା। ଦିଲ୍ଲୀ ସର୍ରାଫା ବଜାରରେ ଗୁରୁବାର ସୁନା ଦର ୩୫୮ ଟଙ୍କା ହ୍ରାସ ସହ ପ୍ରତି ୧୦ ଗ୍ରାମକୁ […]
ମୁମ୍ବାଇ: ବଲିଉଡ୍ର ପ୍ରସିଦ୍ଧ ଅଭିନେତ୍ରୀ ଦୀପିକା ପାଦୁକୋନ୍ ସବୁବେଳେ ଫ୍ୟାନ୍ସଙ୍କ ସହ ସମ୍ପର୍କରେ ଥାନ୍ତି। ଫ୍ୟାନ୍ସଙ୍କ ସହ ଅନେକ ସମୟରେ କଥାବାର୍ତ୍ତା ହେବାର ନଜିର ରହିଛି। ଏପରିକି ଭିଡ଼ ଭିତରେ ମଧ୍ୟ ସେ ଫ୍ୟାନ୍ସଙ୍କ ପାଖକୁ ଯାଇ ସେମାନଙ୍କ ସହ କଥାବାର୍ତ୍ତା ହୋଇଥାନ୍ତି। ହେଲେ ଦୀପିକାଙ୍କ ଏଭଳି ଉଦାରତା ପାଇଁ ତାଙ୍କୁ ଅନେକଥର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ଏବେ ସୋସିଆଲ ମିଡିଆରେ ଦୀପିକାଙ୍କ ଏକ ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ଟିସୁ ପେପର ବିକ୍ରି […]
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ(Reserve Bank of India) ଖାଲି ପଡ଼ିଥିବା ୮୪୧ ଅଫିସ୍ ଆଟେଣ୍ଡାଣ୍ଟ୍(Office Attendant) ପଦବୀ ପାଇଁ ଆବେଦନପତ୍ର ଆହ୍ୱାନ କରୁଛି। ଏନେଇ ଏହାର ଅଫିସିଆଲ୍ ୱେବ୍ସାଇଟ୍ରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀ RBI recruitment ପୋର୍ଟାଲ୍- opportunities.rbi.org.inକୁ ଯାଇ ଅଫିସ୍ ଆଟେଣ୍ଡାଣ୍ଟ୍ ପଦବୀ ପାଇଁ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ମାର୍ଚ୍ଚ ୧୫ ରହିଛି। ଏହି ପଦବୀ ପାଇଁ ପ୍ରାର୍ଥୀ ଚୟନ ପରୀକ୍ଷା ଅନ୍ଲାଇନ୍ରେ ହେବ। ପ୍ରକାଶ […]