କୋଲକାତା: ଦିଦିଙ୍କ ଉପରେ ହୋଇନି ଆକ୍ରମଣ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜଙ୍କ ଗୋଡ଼ରେ ଆଘାତ ଲାଗିବା ଘଟଣାର ଚିତ୍ର ସ୍ପଷ୍ଟ ହୋଇଯାଇଛି। ଅନେକ ଆରୋପ ପ୍ରତ୍ୟାରୋପ ପରେ ନିର୍ବାଚନ କମିସନ୍ ଏହି ଘଟଣାକୁ ଖାରଜ କରିଛନ୍ତି । ଭିନ୍ନ ଭିନ୍ନ ରିପୋର୍ଟ ଅଧାରରେ ମମତାଙ୍କ ଉପରେ କୌଣସି ଆକ୍ରମଣ ହୋଇନଥିବା ନିର୍ବାଚନ କମିସନ କହିଛନ୍ତି । କାରଣ ଏହି ଘଟଣାରେ କୌଣସି ପ୍ରମାଣ ନାହିଁ। ଅର୍ଥାତ ମମତାଙ୍କ ଗୋଡ଼ରେ ଆଘାତ ଲାଗିବା ଆକ୍ରମଣ ନୁହେଁ ଏକ ଦୁର୍ଘଟଣା […]
ୱାଶିଂଟନ୍: ମଙ୍ଗଳ ଅଭିଯାନରେ NASA(National Aeronautics and Space Administration)କୁ ଆଉ ଏକ ସଫଳତା ମିଳିଛି। ମଙ୍ଗଳ ପୃଷ୍ଠର ଶବ୍ଦ ସଂଗ୍ରହ କରିବାରେ ନାସା ସଫଳ ହୋଇଛି। ଲୋହିତ ଗ୍ରହ ମଙ୍ଗଳ ପୃଷ୍ଠରେ ନାସା ଦ୍ୱାରା ପ୍ରେରିତ ‘ପର୍ସିଭିରନ୍ସ ରୋଭର’ ଅବତରଣ ବେଳର ଶବ୍ଦ ସଂଗ୍ରହ କରିଛି। ରୋଭର ଦ୍ୱାରା ରେକର୍ଡ ହୋଇଥିବା ଶବ୍ଦକୁ ନାସା ସାର୍ବଜନୀନ କରିଛି। ରିଲିଜ୍ ହୋଇଥିବା ଏହି ଅଡିଓ କ୍ଲିପ୍ରେ ମଙ୍ଗଳ ପୃଷ୍ଠରେ ରୋଭର ଅବତରଣ କରୁଥିବା ବେଳର ଶବ୍ଦ ରହିଛି। […]
ଜବଲପୁର : ରାକ୍ଷୀର ମାନ ରଖିଲାନି, ଭଉଣୀ ମଥାରୁ ସିନ୍ଦୁର ପୋଛିଦେଲା ଭାଇ। ବାକି ରାକ୍ଷୀର ପାଉଣା ବଦଳରେ ଭଉଣୀକୁ ବିଧବା ସଜାଇଦେଲା। ପରିବାର ବିରୋଧରେ ଯାଇ ପ୍ରେମ ବିବାହ କରିଥିବାରୁ ଏକଥାକୁ ସ୍ୱୀକାର କରିନପାରି ଭଉଣୀର ସୁନାର ସଂସାର ଚୁନା କରିଦେଲା। ଭିଣୋଇର ମୁଣ୍ଡକୁ ଶରୀରରୁ ଅଲଗା କରି କଟା ମୁଣ୍ଡ ସହ ଥାନାରେ ପହଞ୍ଚିଗଲା ଅଭିଯୁକ୍ତ ଭାଇ । ସେପଟେ ସ୍ୱାମୀର ମୃତ୍ୟୁ ଖବର ଶୁଣି ଆତ୍ମହତ୍ୟା କଲେ ମହିଳା । ମଧ୍ୟପ୍ରଦେଶର ଜବଲପୁର […]
ନୂଆଦିଲ୍ଲୀ: ସପ୍ତାହ ଆରମ୍ଭରୁ ଆଜି ସୁନା, ରୂପା ଦରରେ ବୃଦ୍ଧି ଦେଖିବାକୁ ମିଳିଥିବା ବେଳେ ଆଗାମୀ ଦିନରେ ସୁନା ଦରରେ ହ୍ରାସ ଦେଖିବାକୁ ମିଳିପାରେ ବୋଲି ଏକ୍ସପର୍ଟମାନେ ଅନୁମାନ କରିଛନ୍ତି। Multi Commodity Exchange(MCX)ରେ ଆଜି ଦିନ ସାଢ଼େ ୧୧ଟାରେ ସୁନା ଦର ପ୍ରତି ୧୦ ଗ୍ରାମକୁ ୧୧୭ଟଙ୍କା ବୃଦ୍ଧି ସହ ୪୬,୩୧୪ ଟଙ୍କାରେ କାରବାର ଚାଲିଥିଲା। ସେହିପରି ରୂପା ଦର ପ୍ରତି କିଲୋଗ୍ରାମକୁ ୪୨୨ ଟଙ୍କା ବୃଦ୍ଧି ସହ ୬୯,୪୩୪ ଟଙ୍କାରେ କାରବାର ଚାଲିଥିଲା। ହେଲେ […]
ମଦୁରାଇ : ଧାନ ଅମଳର ନୂଆ ତରିକା । ବଳଦ କି ମେସିନ ବଦଳରେ ହାତୀକୁ ଲଗାଯାଇଛି ଧାନ ଅମଳ କାମରେ। ବେଙ୍ଗଳା କରୁଛି ହାତୀ । ଧାନ ଖାଇବା ପରିବର୍ତ୍ତେ ମାହୁନ୍ତର ଅନୁଗାମୀ ହୋଇ ବଦଳ ପରି ବେଙ୍ଗଳା କରୁଛି ହାତୀ । ତାମିଲନାଡୁ ମଦୁରାଇ ଅଅଞ୍ଚଳରେ ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଧାନ ଅମଳ ପାଇଁ ବଳଦ ବ୍ୟବହାର କରିବା ଏକ ସାଧାରଣ କଥା। ଏବେ କିନ୍ତୁ ଦୁନିଆ ବଦଳିବା ସଙ୍ଗେ ଚାଷୀମାନେ […]
ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗତ ଶୁକ୍ରବାରଠୁ ପ୍ରତ୍ୟେକ ଦିନ ମହାରାଷ୍ଟ୍ରରେ ୬ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଯାହାକୁ ନେଇ ଚିନ୍ତା ଆହୁରି ବଢ଼ିଛି। ତେଣୁ କରୋନା ଗାଇଡଲାଇନ୍ସକୁ ପାଳନ କରିବା ପାଇଁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି। ଆସନ୍ତା ୮ ଦିନ ପାଇଁ ଯଦି ଲୋକମାନେ କରୋନା ଗାଇଡ୍ଲାଇନ୍ସ ପାଳନ ନକରନ୍ତି ତା’ହେଲେ ମହାରାଷ୍ଟ୍ରରେ ପୁଣିଥରେ ଲକ୍ଡାଉନ୍ କଡ଼ାକଡ଼ି ଭାବେ ଲାଗୁ ହେବ ବୋଲି ମହାରାଷ୍ଟ୍ର […]
ମୁମ୍ବାଇ: ସତ ହେଲା ଦର୍ଶକଙ୍କ ଅନୁମାନ। ଶେଷରେ ବିଗ୍ ବସ୍ ୧୪ର ବିଜେତା ହୋଇଛନ୍ତି ଟେଲିଭିଜନ ଅଭିନେତ୍ରୀ ରୁବିନା ଦିଲୈକ। ଶୋ’ର ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ରୁବିନା ବିଗ୍ ବସ୍ ୧୪ ଟ୍ରଫି ନିଜ ନାଁରେ କରି ନେଇଛନ୍ତି। ଶୋ’ର ହୋଷ୍ଟ୍ ସଲମାନ୍ ଖାନ୍ ବିଗ୍ ବସ୍ ସିଜନ୍ ୧୪ର ବିଜେତା ଭାବେ ରୁବିନାଙ୍କ ନାଁ ଘୋଷଣା କରିଥିଲେ। ଟ୍ରଫି ବ୍ୟତୀତ ରୁବିନାଙ୍କୁ ପୁରସ୍କାର ସ୍ୱରୂପ ୩୬ ଲକ୍ଷ ଟଙ୍କା ମଧ୍ୟ ମିଳିଛି। ବିଗ୍ ବସ୍ର […]
ପୁଣି ବିବାଦରେ ବଲିଉଡ କ୍ୱିନ୍ କଙ୍ଗନା ରାଣାୱତ। ଅଭିନେତ୍ରୀ କଙ୍ଗନା ସୋସିଆଲ ମିଡିଆରେ ବହୁତ ସକ୍ରିୟ । ପ୍ରତିଟି ସମ୍ବେଦନଶୀଳ ପ୍ରସଙ୍ଗରେ ଖୋଲାଖୋଲି ନିଜର ମତପ୍ରକାଶ କରନ୍ତି। ସୋସିଆଲ ମିଡିଆରେ ତାଙ୍କର ବହୁତ ପ୍ରଶଂସକ ଅଛନ୍ତି, ଏହାସହ ସମାଲୋଚନକଙ୍କ ସଂଖ୍ୟା ମଧ୍ୟ କମ ନୁହେଁ। ଏବେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଟାର୍ଗେଟ କରି ଚର୍ଚ୍ଚାର ପରିଧୀରେ ଅଭିନେତ୍ରୀ । ଜାତିର ଜନକଙ୍କ, ପିତା ଏବଂ ପତି ହେବାର ଅସ୍ତିତ୍ୱ ଉପରେ ପ୍ରଶ୍ନ କରିଛନ୍ତି କଙ୍ଗନା । […]
ବେଜିଂ: ଚର୍ଚ୍ଚାରେ ଡୋନାଲ୍ଡ ଟ୍ରମ୍ପଙ୍କ ବୁଦ୍ଧ ଷ୍ଟାଚ୍ୟୁ। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବୁଦ୍ଧ ଅବତାର ଏବେ ଚାଇନାର ଅନଲାଇନ୍ ସପିଂ ପ୍ଲାଟଫର୍ମରେ ଟ୍ରେଣ୍ଡ୍ କରୁଛି । ଯାହାର ଦାମ୍ ରହିଛି ୧୧ ହଜାରରୁ ୪୪ ହଜାର ଟଙ୍କା। ମେକ୍ ୟୋର କଂପାନି ଗ୍ରେଟ୍ ଏଗେନ୍ ଟ୍ୟାଗ୍ ଲାଇନ୍ ସହ ଏହି ଷ୍ଟାଚ୍ୟୁ ବିକ୍ରି କରାଯାଉଛି। ଟ୍ରମ୍ପଙ୍କର ଏହି ପ୍ରତିମୂର୍ତ୍ତି ଗୌତମବୁଦ୍ଧଙ୍କ ପ୍ରତିମା ସହ ମେଳ ଖାଉଛି। ଚାଇନାର ଜଣେ ଫର୍ଣ୍ଣିଚର ନିର୍ମାତା ଟ୍ରମ୍ପଙ୍କ ଏହି […]
ଭାରତୀୟ ଡାକ ସେବା କେରଳ ଛତିଶଗଡ ସର୍କଲରେ ଗ୍ରାମିନ ଡାକ ସେବକର ଅନେକ ପଦବୀ ପାଇଁ ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଯୋଗ୍ୟତା ଥିବା ଇଚ୍ଛୁକ ବ୍ୟକ୍ତିମାନେ ଏପ୍ରିଲ୍ ୭, ୨୦୨୧ ରେ କିମ୍ବା ଏହା ପୂର୍ବରୁ ଏହି ପଦବୀ ପାଇଁ ଆବେଦନ କରିପାରିବେ। ଭାରତୀୟ ଡାକ ସେବା ନିଯୁକ୍ତି ୨୦୨୧ ଚାକିରି ପ୍ରୋଫାଇଲ୍: ଶାଖା ପୋଷ୍ଟମାଷ୍ଟର (ବିପିଏମ୍): ଶାଖା ପୋଷ୍ଟ ମାଷ୍ଟରଙ୍କ ଚାକିରି ପ୍ରୋଫାଇଲରେ ଶାଖା ପୋଷ୍ଟ ଅଫିସ୍, ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ […]
ପୁଣେ: ଶନିବାର ଦିନ ପୁଣେରେ ୮୪୯ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ଚିନ୍ତା ଆହୁରି ବଢ଼ି ଯାଇଛି। ଜିଲ୍ଲା ପ୍ରଶାସନ ରାତି ୧୧ଟାରୁ ସକାଳ ୬ଟା ଯାଏ ନାଇଟ୍ କର୍ଫ୍ୟୁ ଲାଗୁ କରିଛି। ଏହି ସମୟରେ ଜରୁରୀ ସେବାରେ ନିୟୋଜିତ ଗାଡ଼ିକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଗାଡ଼ି ଚଳାଚଳ ବନ୍ଦ ରଖାଯାଇଛି। ସେହିପରି ଆସନ୍ତା ୨୮ ତାରିଖ ଯାଏ ସମସ୍ତ ସ୍କୁଲ୍ ଓ କଲେଜ ବନ୍ଦ ରହିବ। ଏନେଇ ପୁଣେ ଡିଭିଜନାଲ୍ କମିଶନର ସୂଚନା ଦେଇଛନ୍ତି। ଆସନ୍ତାକାଲିଠାରୁ […]