• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

କରୋନାର ବିସ୍ଫୋରକ ରୂପ..ଦେଶରେ ଦିନକରେ ବାହାରିଲେ ଲକ୍ଷେ ୧୫ ହଜାର ରୋଗୀ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଆଜି ସବୁ ରେକର୍ଡ ଭାଙ୍ଗିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ୨୪ ଘଣ୍ଟାରେ ଦେଶରେ ଏକ ଲକ୍ଷ ୧୫ ହଜାର ୭୩୬ ଜଣ ସଂକ୍ରମିତ ହୋଇଛନ୍ତି। ତେବେ ଏହି ସମୟ ମଧ୍ୟରେ ଦେଶରେ ୫୯, ୮୫୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ନୂଆ ମାମଲାକୁ ମିଶାଇ ଦେଶରେ ମୋଟ କରୋନା ଆକ୍ଟିଭ କେସ ୫୫, ୨୫୦ ଥିବା ଜଣଯାଇଛି। ଏହି ସମୟ ମଧ୍ୟରେ ଦେଶରେ ୬୩୦ ଜଣଙ୍କର […]

america
ଆମେରିକାରେ ଏପ୍ରିଲ ୧୯ରୁ ସବୁ ପ୍ରାପ୍ତ ବୟସ୍କଙ୍କୁ ମିଳିବ କରୋନା ଟିକା

ୱାଶିଂଟନ:ଆମେରିକାର ସମସ୍ତ ପ୍ରାପ୍ତ ବୟସ୍କଙ୍କୁ କରୋନା ଟିକା ଦିଆଯିବ। ଏନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଘୋଷଣା କରିଛନ୍ତି । ଏପ୍ରିଲ ୧୯ରୁ ଏହି ଟିକାକରଣ ଅଭିଯାନ ଆରମ୍ଭ ହେବ। ପୂର୍ବରୁ ମେ’ ପହିଲାରୁ ପ୍ରାପ୍ତ ବୟସ୍କଙ୍କୁ ଟିକା ଦିଆଯିବ ବୋଲି ଆମେରିକା ପ୍ରଶାସନ ପକ୍ଷରୁ ଲକ୍ଷ୍ୟ ରଖାଯାଇଥିଲା । କିନ୍ତୁ ଗତକାଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ଏପ୍ରିଲ ୧୯ରୁ ଟିକା ଦିଆଯିବ ବୋଲି ଘୋଷଣା କରିଛନ୍ତି । ସିଏନଏନ […]

crpf
ନିଖୋଜ ଯବାନଙ୍କ କୁନି ଝିଅର କରୁଣ ନିବେଦନ-‘ପ୍ଲିଜ..ମୋ ବାପାଙ୍କୁ ଛାଡ଼ିଦିଅ..’

ବିଜାପୁର:  ଛତିଶଗଡ଼ ବିଜାପୁର ମାଓ ଆକ୍ରମଣରେ ୨୨ ଯବାନ ସହିଦ ହୋଇଛନ୍ତି। ଜଣେ ଯବାନ ଏବେ ବି ନିଖୋଜ ଅଛନ୍ତି। ତାଙ୍କର କୌଣସି ପତ୍ତା ମିଳୁନାହିଁ । କୁହାଯାଉଛି,  ମାଓବାଦୀମାନେ ତାଙ୍କୁ ନିଜ କବ୍‌ଜାରେ ରଖିଛନ୍ତି। ଛତିଶଗଡ଼ର କିଛି ସାମ୍ବାଦିକଙ୍କୁ ମଧ୍ୟ ଲାଲବାହିନୀ ତରଫରୁ ଫୋନ୍ କରି କୁହାଯାଇଥିଲା ଯେ, ନିଖୋଜ ସିଆରରପିଏଫ୍ କୋବ୍ରା ଯବାନଙ୍କୁ ସେମାନେ ନିଜ କବ୍‌ଜାରେ ରଖିଛନ୍ତି । ନିଖୋଜ ଯୁବକ ଜଣକ ହେଉଛନ୍ତି କେନ୍ଦ୍ରୀୟ ରିଜର୍ଭ ପୋଲିସର କୋବ୍ରା କମାଣ୍ଡୋ ରାକେଶ୍ୱର […]

curfew
ଦିଲ୍ଲୀରେ ଲାଗୁହେଲା ନାଇଟ କର୍ଫ୍ୟୁ

ନୂଆଦିଲ୍ଲୀ: ପୁରା ଦେଶରେ କରୋନା ଭାଇରସ୍‌ର ଦ୍ୱିତୀୟ ଲହର ଭୟଙ୍କର ରୂପ ନେଇ ଆସିଛି। ଦୈନିକ କରୋନା ରୋଗୀଙ୍କ ସଂଖ୍ୟା ରେକର୍ଡ ସଂଖ୍ୟକ ହାରରେ ବଢି ଚାଲିଛି। ଗତକାଲି ଦେଶରେ ନୂଆ କରୋନା ପଜିଟିଭଙ୍କ ସଂଖ୍ୟା ଏକ ଲକ୍ଷରୁ ଟପିଥିଲା ଯାହା ଚିନ୍ତାର ବିଷୟ ଥିଲା। ପରିସ୍ଥିତିକୁ ଦେଖି ଦିଲ୍ଲୀରେ ନାଇଟ କର୍ଫ୍ୟୁ ଘୋଷଣା କରିଛନ୍ତି କେଜ୍ରିୱାଲ ସରକାର। କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ସରକାର ମଙ୍ଗଳବାର ଏପରି ନିଷ୍ପତ୍ତି ନେଇଛନ୍ତି। ରାଜଧାନୀ ଦିଲ୍ଲୀରେ ନାଇଟ କର୍ଫ୍ୟୁ […]

imran khan
ବଳାତ୍କାର ରୋକିବାକୁ ପରାମର୍ଶ ଦେଇ ଫସିଗଲେ ଇମ୍ରାନ, ଭିଡିଓ ସେୟାର କରି ଟ୍ରୋଲ କଲେ ୟୁଜର୍ସ

ଇସ୍‌ଲାମବାଦ୍‌:ପାକିସ୍ତାନରେ ରେପ୍‌ ଘଟଣା ଲଗାତାର ବଢି ଚାଲିଛି। ଏହା ଉପରେ ନିୟନ୍ତ୍ରଣ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ମହିଳାମାନଙ୍କୁ ପରାମର୍ଶ ଦେଇଥିଲେ। ହେଲେ ଜାଣି ନ ଥିଲେ, ନିଜେ ଦେଇଥିବା ପରାମର୍ଶକୁ ନେଇ ଏମିତି ଫସିଯିବେ ବୋଲି। ଏବେ ଇମ୍ରାନଙ୍କର ଏକ ଉପଦେଶକୁ କଡା ଜବାବ ଦେଇଛନ୍ତି ୟୁଜର୍ସ ଯାହା ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ପାକିସ୍ତାନରେ ରେପ୍‌ ଘଟଣା ବଢୁଥିବାରୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇ ମିହଳାଙ୍କୁ ପର୍ଦ୍ଦା ପ୍ରଥାକୁ ଫେରିବାକୁ କହିଥିଲେ। ଏହି ବୟାନ […]

wb election
୪ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଆରମ୍ଭ ହେଲା ମତଦାନ

ନୂଆଦିଲ୍ଲୀ: ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ଆଜି ହେଉଛି ଭୋଟଗ୍ରହଣ। କେରଳ, ତାମିଲନାଡୁ ଓ ପୁଡୁଚେରୀରେ ଆଜି ଗୋଟିଏ ଦିନରେ ମତଦାନ ସରିବ।  ତେବେ ପଶ୍ଚିମବଙ୍ଗରେ ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ମତଦାନ ହେଉଛି । ସେହିପରି ଆସାମରେ ଆଜି ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ । କେରଳର ୧୪୦ ଆସନ, ତାମିଲନାଡୁର ୨୩୪ ଆସନ, ଆସାମର ତୃତୀୟ ତଥା ଶେଷ ପର୍ଯ୍ୟାୟରେ ୪୦ ଆସନ, ପଶ୍ଚିମବଂଗର ତୃତୀୟ ପର୍ଯ୍ୟାୟରେ […]

child
୨୨ କୋଟି ଟଙ୍କା ହେଲେ ବଞ୍ଚିବ ୪ ମାସର ମାସୁମ୍‌, ହେଲେ କେଉଁଠୁ ଆସିବ ଏତେ ଟଙ୍କା ?

ଲକ୍ଷ୍ନୌ:ନବଜାତ ଶିଶୁକୁ ଦେଖି ବାପା-ମା’ଙ୍କ ଖୁସିରେ ଉଛୁଳି ପଡ଼ିଥିଲେ। ହେଲେ ଏବେ ସେଇ ଶିଶୁର ନୀରିହ ମୁହଁକୁ ଚାହିଁଦେଲେ ତାଙ୍କର ଛାତି ଫାଟି ଯାଉଛି। ନିଜର ପାରିବା ପଣିଆ ପ୍ରତି ଧିକ୍କାର ଆସୁଛି। ଆଖି ଆଗରେ ତାଙ୍କର ସନ୍ତାନ ଯନ୍ତ୍ରଣାରେ ଛଟପଟ ହେଉଛି। ହେଲେ ସେ କିଛି ବି କରି ପାରୁନାହାନ୍ତି। ଏମିତି ଏକ କରୁଣ କାହାଣୀ ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ଦେବରିଆ ଜିଲ୍ଲାରୁ।  ୪ ମାସର ଏକ ଶିଶୁ ଭୟଙ୍କର ରୋଗରେ ଆକ୍ରାନ୍ତ ହୋଇଛି। ଶିଶୁଟିର […]

kapil
ପୁଅର ନାମ ଘୋଷଣା କଲେ କପିଲ୍

ମୁମ୍ବାଇ: ଟିଭି ରିଅଲିଟି ସୋ’ର ସବୁଠାରୁ ଲୋକପ୍ରିୟ କମେଡିଆନ୍ କପିଲ ଶର୍ମା ଶେଷରେ ତାଙ୍କ ପୁଅର ନାମ ତାଙ୍କ ଫ୍ୟାନ୍ସମାନଙ୍କୁ ଜଣାଇଛନ୍ତି। ସିଙ୍ଗର୍ ନୀତି ମୋହନଙ୍କ ଅନୁରୋଧରେ ସେ ତାଙ୍କ ପୁଅର ନାମ ପ୍ରକାଶ କରିଛନ୍ତି। ଚଳିତ ମାସ ଏପ୍ରିଲ୍ ୨ରେ ନିଜର ଜନ୍ମଦିନ ପାଳିଥିଲେ। ଏ ନେଇ ସୋସିଆଲ୍ ମିଡିଆରେ ଜନ୍ମଦିନ ଶୁଭେଚ୍ଛାରେ ଭର୍ତ୍ତି ହୋଇଯାଇଥିଲା। ରବିବାର(ଏପ୍ରିଲ୍ ୪) କପିଲ ତାଙ୍କ ବ୍ୟସ୍ତବହୁଳ ଜୀବନରୁ ସମୟ ବାହାର କରି ମେସେଜଗୁଡିକର ପ୍ରତ୍ୟୁତ୍ତର ରଖିଥିଲେ। ଏହି କ୍ରମରେ […]

Capture-1
ଏଜାଜ ଖାନଙ୍କ ସମେତ ଏହି ଦୁଇ ବଲିଉଡ କଳାକାର କରୋନା ସଂକ୍ରମିତ

ମୁମ୍ବାଇ: କରୋନାରେ ସଂକ୍ରମିତ ହୋଇଛନ୍ତି ଡ୍ରଗ୍ସ କେସରେ ଏନସିବି ଦ୍ୱାରା ଗିରଫ ହୋଇଥିବା ଏଜାଜ୍ ଖାନ୍। ଗତ ବୁଧବାର ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଜଡିତ ଡ୍ରଗ୍ସ କେସରେ ଆଜାଜଙ୍କୁ ଗିରଫ କରାଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଅନୁସନ୍ଧାନକାରୀ ଅଫିସରମାନଙ୍କୁ ଏବେ କୋଭିଡ୍ ଟେଷ୍ଟ୍ କରାଯାଉଥିବା ଏନସିବି କହିଛି। ପୂର୍ବରୁ ଏନସିବି ଆଞ୍ଚଳିକ ନିର୍ଦ୍ଦେଶକ ସମିର ୱାଙ୍ଖେଡେ କହିଥିଲେ ଯେ, ଶାଦବ […]

covid
 ଟାଇପ୍-୨ ଡାଇବେଟିସ୍ ଓ ମେଦବହୁଳ ପାଇଁ କୋଭିଡ୍-୧୯ କ୍ଷତିକାରକ

କରୋନା ଭାଇରସ୍ ଯଦିଓ ଏକ ଶ୍ୱାସଜନିତ ରୋଗ ତଥାପି ଏହା କାହାରିକୁ ଛାଡୁନି। ଏହାର ରିସ୍କ୍ ଫ୍ୟାକ୍ଟର୍ ଭିନ୍ନ ଭିନ୍ନ ଲୋକଙ୍କୁ ନେଇ ଅଲଗା ରହିଛି। ନିକଟରେ ଏକ ଅଧ୍ୟୟନରୁ କରୋନା ଭାଇରସଜନିତ ଏକ ନୂଆ ରିସ୍କ ପଦାକୁ ଆସିଛି। ପ୍ଲସ୍ ୱାନ୍ ପତ୍ରିକା ଅନୁସାରେ, ଟାଇପ୍-୨ ଡାଇବେଟିସ୍ ରୋଗୀ ଓ ମେଦବହୁଳ ବ୍ୟକ୍ତିମାନଙ୍କ ପକ୍ଷେ କୋଭିଡ୍-୧୯ ଅଧିକ କ୍ଷତିକାରକ। ୟୁକେର ମାରିଲ୍ୟାଣ୍ଡ୍ ସ୍ଲୁଲ୍ ଅଫ୍ ମେଡିସିନ୍ ୟୁନିଭର୍ସିଟି ୪୦ ବର୍ଷରୁ ଊର୍ଦ୍ଧ ପାଞ୍ଚ ଶହ ଲୋକଙ୍କୁ […]

marriage-
ବାହାଘର ପାଇଁ ପାତ୍ର ଖୋଜୁଛନ୍ତି କି ? ଏମିତି ବାଛନ୍ତୁ ଜୀବନସାଥୀ

ବିବାହ କଥା ଉଠିଲେ ସେ ପୁଅ ହେଉ ବା ଝିଅ ସମସ୍ତେ ଏକ ଭଲ ପାତ୍ର ଖୋଜନ୍ତି। ଯିଏ ମନ ବୁଝୁଥିବ, ସୁଖ-ଦୁଖରେ ସାଥୀ ହେଉଥିବ, ଭାବନା ସହିତ ଜଡ଼ିତ ରହୁଥିବ ଇତ୍ୟାଦି । କିନ୍ତୁ ଅଧିକାଂଶ ନିଜର ଜୀବନସାଥୀ ବାଛିବାରେ ଦ୍ୱନ୍ଦ୍ୱରେ ପଡ଼ିଥାନ୍ତି। ଯଦି ଆପଣମାନେ ବି ଏହିଭଳି କିଛି ଦ୍ୱନ୍ଦ୍ୱରେ ଅଛନ୍ତି ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ। ଆପଣଙ୍କୁ କେଉଁଭଳି ଜୀବନସାଥୀ ଦରକାର,  ଆପଣଙ୍କ ରାଶି ଅନୁସାରେ କିପରି ଜୀବନସାଥୀ ବାଛିବେ ଏସବୁ ବିଷୟରେ […]

cm Chhattisgarh at hospital
ହୃଦୟଥରା ଦୃଶ୍ୟ ବର୍ଣ୍ଣନା କଲେ ଆହତ ଯବାନ- ଚାରିପଟୁ ଘେରି ଆଖିବୁଜା ଗୁଳି ବର୍ଷା କରୁଥିଲେ ମାଓବାଦୀ

ରାୟପୁର:ବିଜାପୁରରେ ମାଓବାଦୀ ଆକ୍ରମଣରେ ୨୪ ଯବାନ ସହିଦ ହେବା ପରେ ସାରା ଦେଶରେ ଶାକର ଲହରୀ ଖେଳି ଯାଇଛି।ଛତିଶଗଡର ବିଜାପୁର ଏବଂ ସୁକୁମା ଜିଲ୍ଲା ସୀମାରେ ଘଟିଥିବା ଏହି ବର୍ବର କାଣ୍ଡ ରଚିଥିଲେ ୪୦୦ରୁ ଅଧିକ ମାଓବାଦୀ । ଅବଶ୍ୟ ଆମ ଯବାନମାନେ ମାଓବାଦୀଙ୍କୁ ଏହି ଇଲକାରୁ ହଟାଇବାରେ ସଫଳ ହୋଇଛନ୍ତି। ତେବେ ଏହି ଘଟଣାରେ ୧୩ ଜଣ ଯବାନ ଆହତ ହୋଇ ରାୟପୁରରେ ଚିକିତ୍ସିତ ହେଉଛନ୍ତି। ଯେଉଁ ଯବାନଙ୍କ ଦେହରେ ଗୁଳି ବାଜିଛି ସେମାନଙ୍କ ପ୍ରତିବଦ୍ଧତା […]

BANI KAPOOR
ନିଆରା ପରିଚୟ ସୃଷ୍ଟି କରିବାକୁ ଚାହେଁ : ବାଣୀ କପୁର

ବଲିଉଡରେ ନବାଗତଙ୍କ ଭିତରେ ରହିଛନ୍ତି ବାଣୀ କପୁର। ସାତ ବର୍ଷ ପୂର୍ବରୁ ୨୦୧୩ରେ ସେ ବଲିଉଡ୍ ଦୁନିଆରେ ପ୍ରବେଶ କରିଥିଲେ ବି  ଏକ ନିଆରା ପରିଚୟ ତିଆରି କରିବା ନେଇ ଚେଷ୍ଟା ଜାରି ରଖିଛନ୍ତି। ତାଙ୍କର ପ୍ରଥମ ସିନେମା ଥିଲା ‘ଶୁଦ୍ଦ ଦେଶି ରୋମାନ୍ସ’ । ଏଥିରେ ବାଣୀ ସମାନ୍ତରାଳ ଭାବେ ପରିଣୀତି ଚୋପ୍ରା ଓ ସୁଶାନ୍ତ ସିଂହ ରାଜପୁତଙ୍କ ସହ ମୁଖ୍ୟ ଚରିତ୍ର ନିଭାଇଥିଲେ। 2019ରେ ମୁକ୍ତିଲାଭ କରିଥିବା ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଆକ୍ସନ୍ ଫିଲ୍ମ […]

anupama
କରୋନା ଆକ୍ରାନ୍ତ ହେଲେ ‘ଅନୁପମା’

ମୁମ୍ବାଇ: ବଲିଉଡ ପରେ ଏବେ କରୋନା ଜାଲରେ ପଡିଛନ୍ତି ଟେଲିଭିଜନ ଷ୍ଟାର। ପ୍ରସିଦ୍ଧ ଟିଭି ସିରିଏଲ୍‌ `ଅନୁପମା’ର ଲିଡ୍‌ ରୋଲରେ ଥିବା ରୂପାଲି ଗାଙ୍ଗୁଲି କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଏନେଇ ସେ ନିଜେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ତାଙ୍କ ପ୍ରଶଂସକମାନଙ୍କୁ ସୂଚନା ଦେଇଛନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ରଙ୍ଗୀନ ଦୁପଟ୍ଟା ସହିତ ମୁଣ୍ଡରେ ମେଲମେଟ୍ ପିନ୍ଧା ଫଟୋ ସେଆର କରିବା ସହ ଏକ ମଜାଳିଆ ଢ଼ଙ୍ଗରେ ଲେଖିଛନ୍ତି ଯେ `ମା’ କରୋନା ଦେବୀ ତୁ […]

bangladesh
ବଢିଲା କରୋନା ସଂକ୍ରମଣ: ୭ ଦିନ ପାଇଁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ହେଲା ଏଇ ଦେଶ

ଢାକା: କରୋନା ଭାଇରସ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ପଡୋଶୀ ବାଂଲାଦେଶରେ ୭ ଦିନିଆ ସମ୍ପୂର୍ଣ୍ଣ ଲକ୍‌ଡାଉନ ଘୋଷଣା କରାଯାଇଛି। ଏଠାରେ ସୋମବାର ୫ ଏପ୍ରିଲରୁ ୭ ଦିନ ପର୍ଯ୍ୟନ୍ତ  ଲକ୍‌ଡାଉନ ଘୋଷଣା କରାଯାଇଛି। କେବଳ ଜରୁରୀକାଳୀନ ସେବାକୁ ଏଥିରୁ ବାଦ୍‌ ଦିଆଯାଇଛି। ବାଂଲାଦେଶରେ କରୋନା ମାମଲା କ୍ରମାଗତ ଭାବେ ବଢିବାରେ ଲାଗିଛି। ଶୁକ୍ରବାର ୬୮୩୦ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏଥିସହିତ ୫୦ ଲୋକଙ୍କ ମୃତ୍ୟୁ ଘଟିଛି। ବର୍ତ୍ତମାନ ସୁଦ୍ଧା ବଂଲାଦେଶରେ କରୋନା ରୋଗୀ […]

pakistan
ବନ୍ଧୁକୁ ପ୍ରତାରଣା..ଚୀନଠାରୁ ଡିଫେନ୍ସ ସିଷ୍ଟମ କିଣି ପସ୍ତେଇଲା ପାକିସ୍ତାନ, ବାହାରିଲା ଏମିତି ତ୍ରୁଟି

ନୂଆଦିଲ୍ଲୀ: ଅଧିକାଂଶ ଭାରତୀୟ କୁହନ୍ତି ଚାଇନା ମାଲ୍‌ ଉପରେ ଗ୍ୟାରେଣ୍ଟି ନାହିଁ। କେତେବେଳେ ବି ଧୋକା ଖାଇଯିବ। ଏମିତି ଧୋକା ଭାରତୀୟମାନେ ଖାଇଛନ୍ତି। ହେଲେ ଜିଗିରି ଦୋସ୍ତକୁ ବି ଏମିତି ଧୋକା କିଏ ଦେଇପାରେ ?  ନିଜର ସଦାବାହାର ଦୋସ୍ତ ବୋଲି କହୁଥିବା ପାକିସ୍ତାନକୁ ବି ଏମିତି ଧୋକ୍କା ଦେଇଛି ଚାଇନା। ଗୋଟିଏ ପଟେ ଭାରତ ନିଜର ସୈନ୍ୟବଳ ବୃଦ୍ଧି କରୁଥିବାବେଳେ ପାକିସ୍ତାନ ମଧ୍ୟ ଚାଇନାରୁ ହତିଆର ଆଣି ଏକାଠି କରୁଛି। ୨୦୧୪ ରେ କେନ୍ଦ୍ରରେ ମୋଦି […]

corona-11
କରୋନା ଦ୍ୱିତୀୟ ଲହରର ଭୟଙ୍କର ରୂପ: ଦିନକରେ ବାହାରିଲେ ୯୦ ହଜାର ରୋଗୀ

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ ଟେନ୍‌ଶନ ବଢାଇଛି କରୋନା। ପୂର୍ବ ପରି ହୁ ହୁ ହୋଇ ବ୍ୟାପୁଛି ମହାମାରୀ। ଦୈନିକ ସଂକ୍ରମଣ ପ୍ରତିଦିନ ନୂଆ ରେକର୍ଡ କରୁଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୦ ହଜାର ପାଖାପାଖି କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଗତବର୍ଷ ପରି ଏଥର ମଧ୍ୟ ମହରାଷ୍ଟ୍ର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୮୯, ୧୨୯ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବାବେଳେ କେବଳ ମହାରାଷ୍ଟ୍ରରୁ ଅଛନ୍ତି […]

Washington
ଆମେରିକା କ୍ୟାପିଟଲ ହିଲ୍‌ ଉପରେ ଆକ୍ରମଣ; ପୋଲିସ ଅଧିକାରୀଙ୍କ ଉପରେ ଗାଡି ଚଢାଇଦେଲେ ଦୁର୍ବୃତ୍ତ

ୱାଶିଂଟନ୍: ଆମେରିକାର ୱାଶିଂଟନ୍ କ୍ୟାପିଟଲ ହିଲ୍‌ କମ୍ପ୍ଲେକ୍ସ ଉପରେ ଶୁକ୍ରବାର ହୋଇଥିବା ଆକ୍ରମଣକୁ ନେଇ ଚର୍ଚ୍ଚା ଥମିନି। ଏଥିରେ ଜଣେ କ୍ୟାପିଟଲ ପୋଲିସ ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି । ଗତକାଲି ଜଣେ ସନ୍ଦିଗ୍ଧ ବ୍ୟକ୍ତି ଗାଡିରେ ଆସିଥିଲେ। ଗାଡି କ୍ୟାପିଟଲ କମ୍ପ୍ଲେକ୍ସ ନିକଟରେ ଥିବା ଦୁଇଜଣ ପୋଲିସ ଅଧିକାରୀଙ୍କୁ ଧକ୍କା ଦେଇଥିଲା। ଦୁଇ ଗୁୁରୁତରଙ୍କ ତୁରନ୍ତ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଜଣଙ୍କର ସେଠାରେ ମୃତ୍ୟୁ […]

sachin vaze
ପଞ୍ଚତାରକା ହୋଟେଲରେ ବେଆଇନ କାରବାର ଚଳାଉଥିଲେ ସଚିନ ବଜେ

ନୂଆଦିଲ୍ଲୀ: ଏଣ୍ଟିଲିଆ କେସ୍‌ରେ ଗିରଫ ହୋଇଥିବା ଏନକାଉଣ୍ଟର ସ୍ପେଶାଲିଷ୍ଟ ସଚିନ ବଜେଙ୍କ ଅଡୁଆ ଦିନକୁ ଦିନ ବଢିବାରେ ଲାଗିଛି। ତାଙ୍କ କେଳେଙ୍କାରୀର ଗୋଟିଏ ଗୋଟିଏ ଫର୍ଦ୍ଦ ସାମ୍ନାକୁ ଆସୁଛି। ଏବେ ମିଳିଥିବା ତଥ୍ୟରୁ ଜଣାଯାଇଛି, ସଚିନଙ୍କ ପାଇଁ ମରିନ ଡ୍ରାଇଭ ସ୍ଥିତ ଏକ ପଞ୍ଚ ତାରକା ହୋଟେଲର ରୁମ୍‌ ୧୦୦ ଦିନ ପାଇଁ ବୁକ୍‌ କରାଯାଇଥିଲା। ଘଟଣାର ତଦନ୍ତ କରୁଥିବା NIA କୁ ମିଳିଥିବା ତଥ୍ୟ ଅନୁଯାୟୀ, ସଚିନ ବଜେ ମୁମ୍ବାଇ ସ୍ଥିତ ଏହି ହୋଟେଲର ରୁମ୍‌ […]

ajaya
ଜନ୍ମଦିନ ଅବସରରେ କେକ୍ କାଟିବାକୁ ପସନ୍ଦ କରନ୍ତିନି ଏହି ବଲିଉଡ କଳାକାର

ମୁମ୍ବାଇ: ଆଜି ବଲିଉଡ୍‌ର ଷ୍ଟାଇଲିସ୍ ହୀରୋ ଅଜୟ ଦେବଗନ୍‌ଙ୍କ ଜନ୍ମଦିନ । ୫୨ ବର୍ଷରେ ପଦାର୍ପଣ କରିଥିବା ଏହି ସୁପର୍‌ଷ୍ଟାର୍ ବଲିଉଡ୍‌କୁ ଦେଇଛନ୍ତି ଅନେକ ଲୋକପ୍ରିୟ ସିନେମା । ଅଜୟଙ୍କ ନାମ ଉଠିଲେ ଆଜି ବି ମନେପଡେ “ଫୁଲ୍ ଔର୍ କାଣ୍ଟେ”ର ସେହି ଦମ୍‌ଦାର୍‌ ସିନ୍ । ଦୁଇ ଚଳନ୍ତା ଗାଡିରେ ଅଜୟଙ୍କ ଗୋଡ ଫଡା ଦୃଶ୍ୟ ଦର୍ଶକଙ୍କୁ ବେଶ ଆକୃଷ୍ଟ କରିଥିଲା । ତାଙ୍କୁ ଯେତେବେଳେ ୨୨ ବର୍ଷ ହୋଇଥିଲା ସେ ବଲିଉଡ୍‌ରେ ପ୍ରବେଶ କରିଥିଲେ […]

chandra-bhedna pranayam
ଗ୍ରୀଷ୍ମର ପ୍ରକୋପରୁ ରକ୍ଷାଦେବ ଏହିସବୁ ପ୍ରାଣାୟାମ

ଗ୍ରୀଷ୍ମର ପ୍ରଭାବରେ ରୌଦ୍ରତାପ ବଢିବାରେ ଲାଗିଛି। ଏଥିରୁ ମୁକ୍ତି ପାଇବାକୁ କେହି ଥଣ୍ଡା ପାଣି ଉପରେ ନିର୍ଭର କରୁଛି ତ ଆଉ କେହି ପଇଡ କିମ୍ବା ପାଣିଜାତୀୟ ଫଳମୂଳ ଉପରେ ଧ୍ୟାନ ଦେଉଛନ୍ତି। ଗରମର ପ୍ରଭାବରୁ ମୁକ୍ତି ପା‍ଇବାକୁ ଅନେକ କୁଲର ବା ଏସିକୁ ଗୁରୁତ୍ୱ ଦେଉଥିବା ଦେଖିବାକୁ ମିଳେ। କିନ୍ତୁ ଏ ସବୁ ବ୍ୟତୀତ ଆମେ କିଛି ଅନ୍ୟ ଉପାୟ ଦେଉଛୁ ଯାହା ଆପଣଙ୍କୁ ଗ୍ରୀଷ୍ମର ପ୍ରଭାବରୁ ମୁକ୍ତି ଦେବ। ଏହା ହେଉଛି ପ୍ରାଣାୟାମ। ତେବେ […]

short Shorts
ଖରାଦିନରେ ଆରାମଦାୟକ ଡ୍ରେସ ସର୍ଟ୍ସ; ପୁରୁଷମାନେ ବି ମୋହରେ ପଡିଲେଣି

ଖରା ବଢିଲାଣି। ଅସହ୍ୟ ହେଲାଣି ହିଟ୍‌ ୱେଭ। ଗରମରୁ ମୁକ୍ତି ମିଳିବାର ବାଟ ସମସ୍ତେ ଖୋଜୁଛନ୍ତି। ଅଫିସ ବାହାରିବା ବେଳେ ହେଉ, କିମ୍ବା ମାର୍କେଟ ଯିବା ବେଳେ ହେଉ, ଆଗର ସେ ଷ୍ଟାଇଲିଶ୍‌…ଫ୍ୟାଶନେବୁଲ୍‌ ଡ୍ରେସ ଆଉ ଚଳୁନି। ଏବେ ଦରକାର କମ୍ଫର୍ଟେବୁଲ୍‌ ପୋଷାକ। ଖାଲି ମହିଳାମାନେ ଯେ କେବଳ ସର୍ଟ୍ସ  ପିନ୍ଧିବାକୁ ପସନ୍ଦ କରନ୍ତି ତାହା ନୁହେ, ପୁରୁଷମାନେ ମଧ୍ୟ ଏହାର ମୋହରେ ପଡିଲେଣି । ଗ୍ରୀଷ୍ମର ପ୍ରଭାବରୁ ନିଜକୁ ମୁକ୍ତିଦେବାକୁ ପୁରୁଷମାନେ ସର୍ଟ୍ସ ପିନ୍ଧୁଥିବା ଦେଖିବାକୁ […]

train
ଭୟଙ୍କର ଟ୍ରେନ ଦୁର୍ଘଟଣାରେ ୩୬ ଯାତ୍ରୀ ମୃତ

ତାଇପେ: ତଇୱାନର ପୂର୍ବ ତଟରେ ଥିବା ଏକ ଟନେଲରେ ଶୁକ୍ରବାର ଭୟଙ୍କର ରେଳ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ଟ୍ରେନ ଟ୍ରକ ସହ ପିଟି ହେବା ପରେ ଲାଇନଚ୍ୟୁତ  ହୋଇଯାଇଥିଲା।  ଫଳରେ ୩୬ ଜଣଙ୍କର ମୃତ୍ୟୁ ଘଟିଛି। ୭୨ରୁ ଅଧିକ ଗୁରୁତର ହୋଇଛନ୍ତି। ଟ୍ରେନ୍‌ରେ ପ୍ରାୟ ୩୫୦ରୁ ଅଧିକ ଯାତ୍ରୀ ଥିଲେ।  ଉଦ୍ଧାରକାରୀ ଦଳ ଘଟଣାସ୍ଥଳରା ପହଞ୍ଚି ଉଦ୍ଧାର କାମ ଜାରି ରଖିଛନ୍ତି। ଟ୍ରେନ୍‌ଟି ତାଇତୁଙ୍ଗ ଯାଉଥିବାବେଳେ ହୁଲେନ ନିକଟରେ ଟନେଲରୁ ବାହାରିବା ସମୟରେ ଟନେଲ କାନ୍ଥରେ […]