• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

212
CBSE Exam 2021: ବୋର୍ଡ ଫଳାଫଳକୁ ଉନ୍ନତ କରିବାକୁ ଛାତ୍ରଛାତ୍ରୀଙ୍କ ପାଇଁ ଆଉ ଏକ ସୁଯୋଗ  

ନୂଆଦିଲ୍ଲୀ / ଭୁବନେଶ୍ୱର: ସିବିଏସ୍ଇ ବୋର୍ଡ ପରୀକ୍ଷା 2021 ଦେବାକୁ ଥିବା ଦଶମ ଶ୍ରେଣୀ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ଖୁସି ଖବର।  ବୋର୍ଡ ସେହି ବର୍ଷ ଆଉ ଗୋଟିଏ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛି। ଯା ଦ୍ୱାରା CBSE ଶ୍ରେଣୀ 10, 12 ର  ଯେଉଁ ଛାତ୍ରଛାତ୍ରୀମାନେ ପରୀକ୍ଷା ଭଲ କରି ନଥିବେ ବା ସେମାନଙ୍କ ରେଜଲ୍ଟ  ତାଙ୍କ ଆଶାନୁରୂପ ହେଇ ନଥିବ ସେମାନେ ନିଜ ବୋର୍ଡ ପରୀକ୍ଷା ଫଳାଫଳ ରେ […]

PM Narendra Modi
ମେ’ ଦୁଇ..ଦିଦିଙ୍କ ବିଦାୟୀ-ପ୍ରଧାନମନ୍ତ୍ରୀ

କୋଲକାତା:  ‘ଟିଏମସିର ପାପର ଘଡା ପୂର୍ଣ୍ଣ ହୋଇ ଗଲାଣି। ପଶ୍ଚମ ବଙ୍ଗରେ ଏବେ ବିଜେପି ସରକାର ଦରକାର। ପଶ୍ଚିମବଙ୍ଗରେ ଟିଏମସିର ଖେଳ ଶେଷ ହୋଇଯାଇଛି । ଏବେ ବିକାଶର ଆରମ୍ଭ ହେବ। ହିତାଧିକାରୀଙ୍କ ଖାତାକୁ ସିଧାସଳଖ ଯିବ ଟଙ୍କା। ବଙ୍ଗରେ ଏବେ ନୂଆ ଏକ ନାରା ଶୁଭୁଛି ‘ମେ ଦୁଇ..ଦିଦିଙ୍କ ବିଦାୟୀ। ଏମିତି ଅଗ୍ନବର୍ଷୀ ଭାଷଣ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଟିଏମସି ସରକାର ଉପରେ ବର୍ଷିଛନ୍ତି। ପଶ୍ଚିମବଙ୍ଗରେ ନିର୍ବାଚନୀ ତାତି ଜୋର ଧରିଛି। ବିଜେପି-ଟିଏମ୍‌ସି […]

gang rape
ଫାଇନାନ୍ସ ଅଫିସରେ ଗନ୍‌ପଏଣ୍ଟରେ ଯୁବତୀଙ୍କୁ ଗଣଦୁଷ୍କର୍ମ, ହତ୍ୟା ଧମକ

ଚଣ୍ଡୀଗଡ: ପଞ୍ଜାବର ମଣ୍ଡି ଗୋବିନ୍ଦଗଡରେ ଏକ ଫାଇନାନ୍ସ କମ୍ପାନୀ ଅଫିସରେ ଜଣେ ଯୁବତୀଙ୍କୁ ୬ ଜଣ ବ୍ୟକ୍ତି ଗନପଏଣ୍ଟରେ ଗଣଦୁଷ୍କର୍ମ କରିଛନ୍ତି। ଅଭିଯୁକ୍ତମାନେ ଗଣ ଦୁଷ୍କର୍ମ କରିବା ପରେ ଯୁବତୀଙ୍କୁ ଜୀବନରୁ ମାରି ଦେବା ପାଇଁ ଧମକ ଦେଇଥିଲେ। ଯୁବତୀଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା ରୁଜୁ କରିଛି ଏବଂ ଅଭିଯୁକ୍ତଙ୍କୁ ଖୋଜୁଛି। ଯୁବତୀଙ୍କ ଅଭିଯୋଗ ଅନୁଯାୟୀ, ପୀଡିତାଜଣକ ଫରୀଦକୋଟର ବାସିନ୍ଦା। କିନ୍ତୁ ଏବ ସେ ଲୁଧିଆନାରେ ରହୁଛନ୍ତି। ଗଣ୍ଡି ଗୋବିନ୍ଦଗଡର ଅମଲୋହ ରୋଡ ସ୍ଥିତ […]

thunder
ଆକାଶରୁ ଖସିଲା ବିଜୁଳି, ଜଳିଲା ଗ୍ୟାସ୍‌ ସିଲିଣ୍ଡର ବୋଝେଇ ଟ୍ରକ

ଭିଲୱାଡା: ରାଜସ୍ଥାନର ଭିଲବାଡା ଜିଲ୍ଲାର ହୁନୁମାନନଗର ଥାନା ଇଲାକାରେ ମଙ୍ଗଳବାର ରାତିରେ ଗ୍ୟାସ ସିଲିଣ୍ଡର ଭର୍ତ୍ତି ଏକ ଟ୍ରକ୍‌ରେ ଅଚାନକ ନିଆଁ ଲାଗି ଯାଇଥିଲା। ଏହା ପରେ ଗୋଟିଏ ପରେ ଗୋଟିଏ ସିଲିଣ୍ଡର ବ୍ଲାଷ୍ଟ ହେବାରେ ଲାଗିଥିଲା। ଏତେ ଜୋରରେ ବିସ୍ଫୋରଣ ହୋଇଥିଲା ଯେ, ଆଖପାଖ ଇଲାକା ଥରି ଯାଇଥିଲା। ସ୍ଥାନୀୟ ଲୋକେ ଭୟରେ କମ୍ପି ଉଠିଥିଲେ। ଭିଲୱାଡା ପୋଲିସର କହିବା ଅନୁଯାୟୀ, ଜୟପୁରରୁ ୪୦୦ରୁ ଅଧିକ ଘରୋଇ ଗ୍ୟାସ ସିଲିଣ୍ଡର ନେଇ ଏକ ଟ୍ରକ ଜାତୀୟ […]

corona virus
ବଢୁଛି କରୋନା: ୨୪ ଘଣ୍ଟାରେ ୪୭ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ସ୍ଥିତି ଦିନକୁ ଦିନ ବଢୁଥିବା ଲକ୍ଷ୍ୟ କରାଯାଉଛି। ଖାଲି ଆକ୍ରାନ୍ତଙ୍କ ସଂଖ୍ୟା ନୁହେଁ, ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି।  ଗତ ୨୪ ଘଣ୍ଟାରେ ଦେଶରେ ୪୭ ହଜାର ୨୬୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ଆକ୍ରାନ୍ତ ସଂଖ୍ୟା ୧ କୋଟି ୧୭ ଲକ୍ଷ ୩୪ ହଜାର ୫୮କୁ ବୃଦ୍ଧି ପାଇଛି। ଦେଶରେ ୨୪ ଘଣ୍ଟାରେ ୨୭୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ ମୋଟ […]

divya chouksey
ସୁଶାନ୍ତ ସିଂଙ୍କ ପରେ ଅଳ୍ପ ବୟସରେ ଦୁନିଆକୁ ଅଲ୍‌ବିଦା କହିଲେ ଅଭିନେତ୍ରୀ ଦିବ୍ୟା ଚୌକ୍‌ସେ

ମୁମ୍ବାଇ: ୨୦୨୦ରେ ବଲିଉଡ୍‌ରେ ସତେ ଯେପରି ଛାଇ ଯାଇଛି କଳା ବାଦଳ। ଗୋଟିଏ ପରେ ଗୋଟିଏ ଦୁଃଖଦ ଖବର ସାମ୍ନାକୁ ଆସୁଛି। ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପରେ ପୁଣି ଜଣେ ଅଭିନେତ୍ରୀ ଅଳ୍ପ ବୟସରେ ପ୍ରାଣ ହରାଇଛନ୍ତି। ଜଣଙ୍କ ପରେ ଜଣେ କଳାକାରଙ୍କ ଏଭଳି ଆକସ୍ମିକ ମୃତ୍ୟୁ ଏବେ ବି-ଟାଉନ୍‌କୁ ପୂରାପୂରି ସ୍ତବ୍ଧ କରି ଦେଇଛି। ଗତକାଲି ଅଭିନେତ୍ରୀ ତଥା ମଡେଲ୍‌ ଦିବ୍ୟା ଚୌକ୍‌ସେ ପ୍ରାଣ ହରାଇଛନ୍ତି। ଦେଢ଼ ବର୍ଷ ଧରି କ୍ୟାନ୍ସରରେ ପୀଡ଼ିତ ଥିବା […]

flight
ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବାତିଲ୍ ଅବଧି ପୁଣି ବଢିଲା

ନୂଆଦିଲ୍ଲୀ: ଦେଶରେ କୋଭିଡ-୧୯ ସ୍ଥିତିକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବାତିଲ୍ ଅବଧି ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର।  ଡାଇରକ୍ଟରେଟ ଜେନେରାଲ ଅଫ ସିଭିଲ ଅଭିଏସନ (DGCA) ଏହି ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବାତିଲ୍ ଅବଧିକୁ ଏପ୍ରିଲ ୩୦ ଯାଏଁ ବଢାଇ ଦେଇଛନ୍ତି। ଫଳରେ ଏପ୍ରିଲ୍‌ ୩୦ ତାରିଖ ଯାଏ ନିୟମିତ ଯାତ୍ରୀବାହୀ ପ୍ଲେନ ଭାରତରୁ ବିଦେଶକୁ ଚଳାଚଳ କରିବ ନାହିଁ। ତେବେ ଏହି କଟକଣା ସମସ୍ତ ମାଲ ପରିବହନ ବିମାନ ତଥା DGCA ଦ୍ୱାରା […]

supreme-court
ଲୋନ୍‌ ମୋରାଟୋରିୟମ ଅବଧି ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ନୂଆଦିଲ୍ଲୀ: ବ୍ୟାଙ୍କଗୁଡିକୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି ବ୍ୟାଙ୍କର ଋଣ ମୋରାଟୋରିୟମ୍ ଅବଧି ଆଉ ବୃଦ୍ଧି କରାଯିବନାହିଁ । ଏଥିସହ ଏହି ସମୟ ଅବଧି ଭିତରେ ଋଣକୁ ସମ୍ପୂର୍ଣ୍ଣ ଛାଡ କରାଯାଇ ପାରିବନି । ଲୋନ୍ ମୋରାଟୋରିୟମ ମାମଲା ପ୍ରସଙ୍ଗରେ ଏହି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତି ପରେ ବ୍ୟାଙ୍କ ଗୁଡିକୁ ଆଶ୍ୱସ୍ତି ମିଳିଛି। ସେପଟେ ପୂରା ରିହାତି ଛାଡ କରିବାକୁ ଆବେଦନ କରିଥିବା ବଡ଼ ବଡ଼ ରିଅଲ ଇଷ୍ଟେଟଗୁଡିକୁ ଶକ୍ତ ଧକ୍କା ଲାଗିଛି। ଜଷ୍ଟିସ୍ […]

Father
ଆତଙ୍କୀ ବାପାଙ୍କୁ ୪ ବର୍ଷ ଶିଶୁର ନିବେଦନ- ‘ବାପା, ବାହାରି ଆସ, ମୁଁ ତୁମକୁ ହରାଇବାକୁ ଚାହୁଁନି..’

ଶ୍ରୀନଗର: ୪ବର୍ଷର ନୀରିହ ଶିଶୁଟିଏ ତା’ର ଆତଙ୍କୀ ବାପାକୁ ଆକୁଳ ନିବେଦନ କରୁଛି, ‘ଫେରିଆସ ବାପା…ମୁଁ ତୁମକୁ ବହୁତ ଭଲ ପାଏ। ତୁମକୁ ହରେଇବାକୁ ମୁଁ ଚାହୁଁନି। ବାପା, ତୁମେ ବନ୍ଧୁକ ଛାଡି ଆତ୍ମସମର୍ପଣ କର ବାପା…’। ଏମିତି ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓଟି ଜମ୍ମୁ-କଶ୍ମୀରର ସୋପିଆନ ଜିଲ୍ଲାର। ସୁରକ୍ଷାକର୍ମୀମାନେ ୪ ଲସ୍କର ଆତଙ୍କୀଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ଏହା ଦେଖିବା ପରେ ପିଲାଟି ବିକଳ ହୋଇ ବାପାଙ୍କୁ ସେନା ପାଖରେ ଆତ୍ମ ସମର୍ପଣ କରିଦେବାକୁ […]

sushant singh rajput
ସୁଶାନ୍ତ ସିଂ ଆତ୍ମହତ୍ୟା ଘଟଣା: ସଲମାନ୍‌ଙ୍କ ଏକ୍ସ-ମ୍ୟାନେଜରଙ୍କୁ ଜେରା

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ଘଟଣାରେ ମୁମ୍ବାଇ ପୋଲିସ୍‌ ସଲମାନ୍‌ ଖାନ୍‌ଙ୍କ ଏକ୍ସ-ମ୍ୟାନେଜର୍‌ ରେଶ୍ମା ଶେଟ୍ଟୀଙ୍କ ବୟାନ ରେକର୍ଡ କରିଛି। ବାନ୍ଦ୍ରା ପୋଲିସ୍‌ ଷ୍ଟେସନରେ ପାଖାପାଖି ୫ ଘଣ୍ଟା ତାଙ୍କୁ ଜେରା କରାଯାଇଥିଲା। ହେଲେ ରେଶ୍ମା କ’ଣ ସବୁ ବୟାନ ଦେଇଛନ୍ତି ଓ କେଉଁସବୁ କଥାର ଖୁଲାସା କରିଛନ୍ତି, ପୁଲିସ୍ ଏ ସମ୍ପର୍କରେ‌ ଏ ପର୍ଯ୍ୟନ୍ତ କିଛି ସୂଚନା ପ୍ରଦାନ କରିନାହିଁ। ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଏହା ପୂର୍ବରୁ […]

firing at super market
ସୁପରମାର୍କେଟରେ ଗୁଳିମାଡ, ପୋଲିସ ଅଧିକାରୀଙ୍କ ସମେତ ୧୦ ମୃତ

କଲରାଡୋ: ଆମେରିକାର କୋଲରାଡୋ ସ୍ଥିତ ବୋଲ୍‌ଡର ସୁପରମାର୍କେଟରେ ଜଣେ ବନ୍ଧୁକଧାରୀ ଆଖି ବୁଜା ଗୁଳିବର୍ଷଣ କରିଛନ୍ତି। ଫଳରେ ଜଣେ ପୋଲିସ ଅଧିକାରୀଙ୍କ ସମେତ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ସନ୍ଧିଗ୍ଧ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି। ଏହି ଘଟଣାରେ ନିଜେ ଆକ୍ରମଣକାରୀ ମଧ୍ୟ ଆହତ ହୋଇଛି। ସ୍ଥାନୀୟ ପୋଲିସ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଗୁଳିକାଣ୍ଡରେ ଜଣେ ୫୧ ବର୍ଷୀୟ ପୋଲିସ ଅଧିକାରୀଙ୍କ ମୃତ୍ୟୁ ଘଟିଛି। ମାର୍କେଟ କମ୍ପ୍ଲେକ୍ସରେ ଅତିର୍କିତ ଗୁଳିଚାଳନା କରୁଥିବା ଦେଖି […]