• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

boeing
ଭାରତରେ ଉଡ଼ିପାରିବନି ବୋଇଂ 737-MAX ବିମାନ

ନୂଆଦିଲ୍ଲୀ : ଆଉ ଭାରତରେ ଉଡ଼ିପାରିବନି ବୋଇଂ 737-MAX ବିମାନ। ଏଭଳି ନିର୍ଦ୍ଦେଶ ଜାରି କରିଛନ୍ତି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ। ବିମାନରେ ଆବଶ୍ୟକ ପରିବର୍ତ୍ତନ ଓ ସୁରକ୍ଷା ସମ୍ବନ୍ଧୀୟ ପଦକ୍ଷେପ ସୁନିଶ୍ଚିତ କରିବା ଯାଏଁ ଏହି ନିର୍ଦ୍ଦେଶ ବଳବତ୍ତର ରହିବ। ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ମଡେଲର ବିମାନ ଚଳାଉଥିବା ଏୟାରଲାଇନ୍ସ, ଏୟାରକ୍ରାଫ୍ଟ ନିର୍ମାଣକାରୀ ସଂସ୍ଥାଙ୍କ ସହ ଯୋଗାଯୋଗ ରଖାଯାଇଛି ବୋଲି DGCA ପକ୍ଷରୁ କୁହାଯାଇଛି। ବୋଇଂ 737 MAX 8 ବୋଇଂ କମ୍ପାନୀର ଅତ୍ୟାଧୁନିକ […]

poonam
ଉତ୍ତରାଖଣ୍ଡ ଜୁଡିସିଆରୀ ପରୀକ୍ଷାରେ ଅଟୋ ଚାଳକଙ୍କ ଝିଅ ଟପ୍ପର୍‌

ଡେରାଡୁନ୍ : ସମୟ ସହ ତାଳ ଦେଇ ଝିଅମାନେ ଆଜି ସବୁ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖେଇଲେଣି। ପୁରୁଷ ସହ କାନ୍ଧ ମିଶାଇ ସୀମାରେ ଶତ୍ରୁ ସହ ଯୁଦ୍ଧ କରୁଛନ୍ତି। କୁହାଯାଏ ଯେଉଁଠି ପୁରୁଷଟିଏ ହାରିଯାଏ, ନାରୀ ସେଠାରେ ବିଜୟୀ ହୋଇଥାଏ। ଏଣୁ ଝିଅ ବି କିଛି କମ୍‌ ନୁହଁନ୍ତି। ଏକଥାକୁ ନିଜର ଦୃଢ ଇଚ୍ଛାଶକ୍ତି ବଳରେ ପ୍ରମାଣିତ କରିଛନ୍ତି ଡେରାଡୁନ୍‌ର ପୁନମ୍‌ ଟୋଡି। ନିଜର ଅଭାବୀ ପରିବାରରେ ଖୁସିର ଟିକିଏ ଆଲୋକ ଭରିଦେବାରେ ସେ ସଫଳ […]

malikajun
ଲୋକପାଳ ନିଯୁକ୍ତି କମିଟିକୁ କଂଗ୍ରେସର ବର୍ଜନ : ମଲ୍ଲିକାର୍ଜ୍ଜୁନଙ୍କୁ ସ୍ପେସାଲ ଇନ୍‌ଭାଇଟି ଭାବେ ନିମନ୍ତ୍ରଣ କରାଯାଇଥିବାରୁ କ୍ଷୁବ୍ଧ

ନୂଆ ଦିଲ୍ଲୀ : ଲୋକପାଳ ନିଯୁକ୍ତି ଲାଗି ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଏକ ବୈଠକ ହେଉଛି। କିନ୍ତୁ ଏହି ବୈଠକରେ ଯୋଗ ଦେବେ ନାହିଁ ଲୋକସଭାରେ କଂଗ୍ରେସର ସଂସଦୀୟ ନେତା ମଲ୍ଲିକାର୍ଜୁନ ଖର୍ଗେ। ତ।ଙ୍କୁ ଯେଭଳି ଭାବେ ନିମନ୍ତ୍ରଣ କରାଯାଇଛି, ତାକୁ ଦୃଢ଼ ବିରୋଧ କରିଛି କଂଗ୍ରେସ। ଲୋକପାଳ ନିଯୁକ୍ତି ପ୍ରକ୍ରିୟାରେ ବିରୋଧୀଙ୍କ ସ୍ୱରକୁ ଦବାଇ ତାକୁ ସାମିଲ ନ କରିବାକୁ ଜାଣିଶୁଣି କେନ୍ଦ୍ର ସରକାର ଏପରି କରୁଥିବା ଅଭିଯୋଗ କରିଛନ୍ତି ମଲ୍ଲିକାର୍ଜୁନ ଖର୍ଗେ। ଲୋକପାଳ […]

mehul choksi
ପିଏନବି ଘୋଟାଲା: ମେହୁଲ ଚୋକ୍ସି ଗ୍ରୁପର ୧,୨୦୦ କୋଟିରୁ ଅଧିକ ସଂପତ୍ତି ବ୍ୟାଜାପ୍ତ

ନୂଆଦିଲ୍ଲୀ: ପିଏନବି ଦୁର୍ନୀତି ମାମଲାରେ ହୋଇଥିବା ଅର୍ଥ କାରବାରକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ଗୀତାଞ୍ଜଳି ଜେମ୍ସର ପ୍ରମୋଟର ମେହୁଲ ଚୋକ୍ସିଙ୍କ ୪୧ ସଂପତ୍ତି (ଯାହାର ମୂଲ୍ୟ ୧,୨୦୦ କୋଟିରୁ ଅଧିକ) କୁ ବ୍ୟାଜାପ୍ତ କରିଛି। ଏନେଇ ଏଜେନ୍ସି ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍ଟ(ପିଏମଏଲଏ) ଅଧୀନରେ ଏକ ପ୍ରୋଭିସନାଲ ଅର୍ଡ଼ର ଜାରି କରିଛି। ବ୍ୟାଜାପ୍ତ ହୋଇଥିବା ସଂପତ୍ତିରେ ମୁମ୍ବାଇରେ ଥିବା ୧୫ଟି ଫ୍ଲାଟ ଓ ୧୭ଟି ଅଫିସ, କୋଲକାତାର ଏକ ମଲ୍, ଆଲିବାଗରେ ଥିବା ଚାରି […]

encounter
ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର: ସୀମାରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ ତଥା ଆତଙ୍କବାଦୀଙ୍କ ଆଶ୍ରୟ ସ୍ଥଳ ପାଲଟିଥିବା ପାକିସ୍ତାନକୁ ଭାରତୀୟ ସୁରକ୍ଷାକର୍ମୀ ଆଜି ଏକ କଡ଼ା ଜବାବ ଦେଇଛି। ଜାମ୍ମୁ ଓ କାଶ୍ମୀରର ବାନ୍ଦିପୋରା ଜିଲ୍ଲା ଅନ୍ତର୍ଗତ ହାଜିନ୍ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଆତଙ୍କବାଦୀଙ୍କ ଉପସ୍ଥିତି ସୂଚନା ପାଇବା ପରେ ସୁରକ୍ଷାକର୍ମୀ ଶାକୁରଦିନ୍ ଗାଁରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ନିହତ ହୋଇଥିବା ଆତଙ୍କବାଦୀ ଲସ୍କର-ଇ-ତୋଇବା (ଏଲଇଟି)ର ବୋଲି ମନେ କରାଯାଉଛି। ସର୍ଚ୍ଚ ଅପରେସନ ବେଳେ […]

gandhi
ଐତିହାସିକ ଦାଣ୍ଡି ଯାତ୍ରାର ଆଜି ବର୍ଷ ପୂର୍ତ୍ତି

ନୂଆଦିଲ୍ଲୀ : ଐତିହାସିକ ଦାଣ୍ଡି ଯାତ୍ରାର ଆଜି ବର୍ଷ ପୂର୍ତ୍ତି। ୧୯୩୦ ମସିହା ଆଜିର ଦିନରେ ବ୍ରିଟିସ୍‌ ସରକାର ବିରୋଧରେ ଲବଣ ସତ୍ୟାଗ୍ରହ ପାଇଁ ଦାଣ୍ଡି ଯାତ୍ରାରେ ବାହାରିଥିଲେ ଜାତିର ପିତା ମହାତ୍ମା ଗାନ୍ଧି। ଆଜି ଏହି ଦାଣ୍ଡି ଯାତ୍ରାର ୯୦ତମ ବର୍ଷ ପୂର୍ତ୍ତି। ଅହମଦାବାଦ ସାବରମତୀ ଆଶ୍ରମରୁ ଦାଣ୍ଡି ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ। ଗାନ୍ଧିଙ୍କ ଆହ୍ୱାନରେ ସାରା ଦେଶର ଲୋକେ ଏହି ଦାଣ୍ଡି ଯାତ୍ରାରେ ସାମିଲ ହୋଇଥିଲେ। ପରବର୍ତ୍ତୀ ସମୟରେ ଏହା ଦେଶର ଅନ୍ୟ ପ୍ରାନ୍ତକୁ […]

excell
‘ସର୍ଫ ଏକ୍ସେଲ’ ପାଇଁ ‘ମାଇକ୍ରୋସଫ୍ଟ ଏକ୍ସେଲ’ ହଟହଟା

ନୂଆଦିଲ୍ଲୀ : ସଫ୍ଟୱେର ସମ୍ରାଟ ମାଇକ୍ରୋସଫ୍ଟର ଏକ୍ସେଲ ଆପ୍‌ ଏବେ ଗୁଗଲ ପ୍ଲେ ଷ୍ଟୋରରେ ହଟହଟା ହୋଇଛି। ଏପରି ସ୍ଥିତି ନିଜ ଭୁଲ ପାଇଁ ନୁହେଁ, ବରଂ ‘ସର୍ଫ ଏକ୍ସେଲ’ର ଭୁଲ ପାଇଁ ଉପୁଜିଛି। ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ୍‌ର ଡିଟରଜେଣ୍ଟ ବ୍ରାଣ୍ଡ ‘ସର୍ଫ ଏକ୍ସେଲ’ର ହୋଲି ବିଜ୍ଞାପନ ପ୍ରତି ଲୋକଙ୍କ ଆକ୍ରୋଶ ଏବେ ‘ମାଇକ୍ରୋସଫ୍ଟ ଏକ୍ସେଲ’ ଆଡ଼କୁ ମୁହାଁଇଛି। ଏହି ବିଜ୍ଞାପନ ହିନ୍ଦୁଙ୍କ ଧାର୍ମିକ ମନୋଭାବକୁ ଆଘାତ ପହଞ୍ଚାଉଥିବା ଦର୍ଶାଇ ଲୋକେ #BoycottSurfExcel ଏବଂ #BoycottHindustanUniliver ଆଦି […]

oyo1
୧୪୦୦ କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ‘ଓୟୋ’

ନୂଆଦିଲ୍ଲୀ : ଦେଶର ଲୋକପ୍ରିୟ ଅନ୍‌ଲାଇନ୍‌ ହୋଟେଲ୍‌ ଚେନ୍‌ ‘ଓୟୋ’ ୨୦୧୯ ସୁଦ୍ଧା ଭାରତ ସମେତ ଦକ୍ଷିଣ ଏସିଆର କେତୋଟି ଦେଶରେ ପ୍ରାୟ ୧୪୦୦ କୋଟି ଟଙ୍କା ପୁଞ୍ଜି ନିବେଶ କରିବ। ବିଶେଷ କରି ବୈଷୟିକ ଭିତ୍ତିଭୂମି ସମୃଦ୍ଧି ଓ କମ୍ପାନୀର ପରିଚାଳନାଗତ ଖର୍ଚ୍ଚ ଉଠାଇବା ପାଇଁ ଲିଡରଶିପ୍‌ କ୍ଷେତ୍ରରେ ପୁଞ୍ଜି ବିନିଯୋଗ ହେବ। କମ୍ପାନୀର ସିଇଓ ଆଦିତ୍ୟ ଘୋଷ ଏହା କହିଛନ୍ତି। ଦକ୍ଷିଣ ଏସିଆ ସମେତ ଭାରତରେ ଏହାର ଅବସ୍ଥିତିକୁ ଆହୁରି ସୁଦୃଢ଼ କରିବା ପାଇଁ କମ୍ପାନୀ […]

google
ଗୁଗଲ ଡ୍ରାଇଭ୍‌ରେ ରଖିଥିବା ଫାଇଲ୍ ଡିଲିଟ୍ ହୋଇଯାଇଛି କି ? ଜାଣନ୍ତୁ କେଉଁ ଉପାୟରେ ପୁଣି ଫେରିପାଇବେ

ଆମେ ବେଳେବେଳେ ଭୁଲ୍‌ରେ ଆମର ଜରୁରୀ ଫାଇଲକୁ ଗୁଗଲ ଡ୍ରାଇଭ୍‌ରୁ ଡିଲିଟ୍ କରିଦେଇଥାଉ । ଏହି କାରଣରୁ ଆମେ  ସମସ୍ୟାରେ ବି ପଡନ୍ତି। କିନ୍ତୁ ଆପଣ ଜାଣନ୍ତି କି, ଏହି ଡିଲିଟ୍ ଫାଇଲ ମଧ୍ୟ ରିଷ୍ଟୋର କରିହେବ। କିଛି ନିର୍ଦ୍ଦିଷ୍ଟ ଉପାୟରେ ଆପଣ ଚାହିଁଲେ ଏହି ଡିଲିଟ୍ ଫାଇଲକୁ ଆଉଥରେ ପାଇପାରିବେ । ଆସନ୍ତୁ ଜାଣିବା କେଉଁ ଉପାୟରେ ଆମେ ଆମର ଡାଟା ପୁଣି ଫେରିପାଇବା–  ଷ୍ଟେପ୍-୧ : ପ୍ରଥମେ drive.google.comକୁ ଯାଆନ୍ତୁ । ଷ୍ଟେପ-୨ : […]

sleep
ରାତିରେ ଭଲ ନିଦ ହେଉନି କି  ? ପଢନ୍ତୁ ଏହି ସବୁ ଟିପ୍ସ

ଅଧିକାଂଶ ଲୋକଙ୍କ ପାଇଁ ଏବେ ନିଦ୍ରାହୀନତା ଏକ ସମସ୍ୟା ପାଲଟିଛି। ଅନେକ ଲୋକ ଶାନ୍ତିରେ ଟିକେ ଶୋଇ ପାରୁନାହାଁନ୍ତି। ଏହାର ପ୍ରମୁଖ କାରଣ ହେଲା ଆଜିକାଲିକାର ଅସ୍ୱାଭାବିକ ଜୀବନଶୈଳୀ। କାର୍ଯ୍ୟବ୍ୟସ୍ତତା, ମାନସିକ ଚାପ ଓ ଆଉ କିଛି ଛୋଟ ଛୋଟ କାରଣରୁ ନିଦ୍ରାହୀନତା ଏକ ବଡ ସମସ୍ୟାରେ ପରିଣତ ହୋଇଛି। ଏଥିରୁ ମୁକ୍ତି ପାଇବା ପାଇଁ ଅନେକ ଲୋକ ବିଭିନ୍ନ ପ୍ରକାର ଔଷଧର ମଧ୍ୟ ସାହାଯ୍ୟ ନେଇଥା’ନ୍ତି। ହେଲେ  ଫଳ କିଛି ହୁଏନି। ବରଂ ସ୍ୱାସ୍ଥ୍ୟ ବିଗିଡି […]

deepsikha
ସାବାସ୍‌ ଦୀପଶିଖା ! ଦୁର୍ଗମ ଅଞ୍ଚଳରେ ନିରକ୍ଷର ପିଲାଙ୍କ ପାଇଁ ପାଲଟିଗଲେ ଆଲୋକ ବର୍ତ୍ତିକା

ସମାଜରେ ଏମିତି କିଛି ମଣିଷ ଥାଆନ୍ତି ,ଯେଉଁମାନେ ସବୁବେଳେ କିଛି ଭିନ୍ନ କରିବାକୁ ଚେଷ୍ଟା କରିଥାଆନ୍ତି। ନିଜର କ୍ୟାରିୟରକୁ ପଛ କରି ସେମାନେ ସମାଜର ମଙ୍ଗଳ ପାଇଁ ମନପ୍ରାଣ ଢାଳି ଦେଇଥାଆନ୍ତିା ପରବର୍ତ୍ତି ସମୟରେ ଏଥିପାଇଁ ସମାଜରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇଥାଏ। ଏମିତି ଜଣେ ଯୁବତୀ ହେଲେ ୨୨ ବର୍ଷୀୟା ଦୀପଶିଖା ଛେତ୍ରୀ। ସେ ଦିଲ୍ଲୀର ଜଣେ ନ୍ୟୁଟ୍ରିସନିଷ୍ଟ । ନିଜକୁ ଏହି କ୍ଷେତ୍ରରେ ପ୍ରତିଷ୍ଠା କରିବାକୁ ତାଙ୍କ ପାଖରେ ଅନେକ ସୁଯୋଗ ଥିଲା। […]

shreedevi
ଅଭିନେତ୍ରୀ ଶ୍ରୀଦେବୀଙ୍କ ଅନ୍ତିମ ସଂସ୍କାର ପାଇଁ ଚାଲିଛି ପ୍ରସ୍ତୁତି

ଆଉ କିଛି ସମୟ ପରେ ମୁମ୍ବାଇରେ ହେବ ବଲିଉଡର ଖ୍ୟାତନାମା ଅଭିନେତ୍ରୀ ଶ୍ରୀଦେବୀଙ୍କ ଶେଷକୃତ୍ୟ। ବିଶାଳ ଶୋଭାଯାତ୍ରାରେ ଶ୍ରୀଦେବୀଙ୍କ ମରଶରୀରକୁ ଭିଲେ ପାର୍ଲେସ୍ଥିତ ପବନ ହଂସ ଶ୍ମଶାନକୁ ନିଆଯାଉଛି। ଅନ୍ତିମ ଯାତ୍ରାରେ ରାସ୍ତାକଡ଼ରେ ଶହ ଶହ ପ୍ରଶଂସକ ଶ୍ରୀଦେବୀଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି। ରାଜକୀୟ ସମ୍ମାନ ସହ ଶ୍ରୀଦେବୀଙ୍କ ଅନ୍ତିମ ସଂସ୍କାର ହେବ। ମୁମ୍ବାଇ ପୋଲିସର ଏକ ବ୍ୟାଣ୍ଡ ବି ସେଠାରେ ପହଞ୍ଚ ସାରିଛି। ଆଜି ସକାଳ ସାଢ଼େ ୯ଟାରୁ ଲଖଣ୍ଡଓ୍ୱାଲାସ୍ଥିତ ସେଲିବ୍ରେସନ ସ୍ପୋର୍ଟସ କ୍ଲବରେ ଶ୍ରୀଦେବୀଙ୍କୁ […]