ନୂଆଦିଲ୍ଲୀ : ନିର୍ବାଚନ ପୂର୍ବରୁ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ବଡ଼ ଘୋଷଣା। ଦେଶର ସବୁଠୁ ଅଧିକ ଗରିବ ୨୦ ପ୍ରତିଶତ ଲୋକଙ୍କୁ ସର୍ବନିମ୍ନ ନିଶ୍ଚିତ ଆୟ ଯୋଜନାରେ ବାର୍ଷିକ ୭୨ ହଜାର ଟଙ୍କା ଦେବା ଲାଗି ଘୋଷଣା କରିଛନ୍ତି ରାହୁଲ। ଦଳ କ୍ଷମତାକୁ ଆସିଲେ ଏଭଳି ପରିବାରକୁ ମାସିକ ୬ ହଜାର ଟଙ୍କା ଲେଖାଏଁ ଦିଆଯିବ ବୋଲି ଆଜି କଂଗ୍ରେସର କାର୍ଯ୍ୟକାରିଣୀ ବୈଠକରେ ଏହି ଘୋଷଣା କରାଯାଇଛି। ଏହାଦ୍ୱାରା ଦେଶର ୫ କୋଟି ପରିବାରର ୨୫ […]
ଛତିଶଗଡ଼ : ଭୟଙ୍କର ଥିଲା ମାଓ ବର୍ବରତାର ଛାତିଥରା, ଲୋମ ଟାଙ୍କୁରା ଦୃଶ୍ୟ। ବିସ୍ଫୋରଣରେ ଖଣ୍ଡ ଖଣ୍ଡ ହୋଇଯାଇଛି ଯବାନଙ୍କ ସୁରକ୍ଷା କବଚ ମାଇନ୍ ପ୍ରୋଟେକ୍ଟେଡ୍ ଭେହିକିଲ। ଏଣେତେଣେ ବିଛାଡ଼ି ହୋଇ ପଡ଼ିଛି ଯବାନଙ୍କ ମରଦେହ, ସାଜ ସରଞ୍ଜାମ। ଯେଉଁ ଗାଡ଼ି ମାଇନ୍ ବିସ୍ଫୋରଣରୁ ସୁରକ୍ଷା ଦେବା କଥା ସେ ଗାଡ଼ିର ଏ ଅବସ୍ଥା ହିଁ ବୟାନ କରୁଛି କେତେ ଶକ୍ତିଶାଳୀ ଥିଲା ବିସ୍ଫୋରଣ। ମିଳିଥିବା ସୂଚନା ଅନୁସାରେ ସୁକମା ଜିଲ୍ଲା କିସ୍ତାରାମ ଜଙ୍ଗଲରେ ବଡ଼ ଧରଣର […]
ଆଧାର ଲିଙ୍କ୍କୁ ନେଇ ଏବେ ସାଧାରଣ ଲୋକଙ୍କ ଚିନ୍ତା ହଟିଛି। ସୁପ୍ରିମକୋର୍ଟ ବ୍ୟାଙ୍କ୍ ଆକାଉଣ୍ଟ ଓ ମୋବାଇଲ ଫୋନ୍ରେ ଆଧାର କାର୍ଡ ସଂଯୋଗର ଅବଧିକୁ ବଢାଇ ଦେଇଛନ୍ତି। ମାମଲାର ଶୁଣାଣି ଶେଷ ନହେବା ଯାଏ ,ଆଧାର କାର୍ଡ ସଂଯୋଗ କରି ହେବ। ଏ ନେଇ ଆଜି ସର୍ବୋଚ୍ଚ ନ୍ୟାୟାଳୟ ଶୁଣାଣି କରିଛନ୍ତି । ମୋବାଇଲ, ପାସପୋର୍ଟ, ବ୍ୟାଙ୍କ୍ ଆକାଉଣ୍ଟ ସହ ଆଧାର ଲିଙ୍କ୍ର ଅବଧିକୁ ବଢାଇବା ସହ ତତ୍କାଳ ପାସପୋର୍ଟ ପାଇଁ ଆଧାର ନମ୍ବର ବାଧ୍ୟତାମୂଳକ କରାଯାଇପାରିବ […]
ଖରା ଦିନରେ ଗରମ ଓ ଗୁଳୁଗୁଳିରେ ବଡ଼ ଅସହ୍ୟବୋଧ ଲାଗେ। ଏଣୁ ବାହାରେ ବେଶି ସମୟ ନରହି ଘରେ ରହିବାକୁ ସମସ୍ତେ ପସନ୍ଦକରନ୍ତି। ଖରାଦିନେ ଘରକୁ ଥଣ୍ଡା ରଖିବାକୁ ସାଧାରଣତଃ କୁଲର, ଏସି ଆଦି ବ୍ୟବହାର କରନ୍ତି ଲୋକେ। କିନ୍ତୁ ଯେତେବେଳେ ବିଦ୍ୟୁତ୍ ନଥାଏ ତ ଏସବୁ କିଛି କାମରେ ଆସେ ନାହିଁ। ଗରମରେ ବଡ଼ ହନ୍ତସନ୍ତ ହେବାକୁ ପଡ଼େ। ଆମେ ଆପଣଙ୍କୁ କିଛି ଭଲ ପ୍ରକ୍ରିୟା କହୁଛୁ, ଯାହା ଦ୍ୱାରା ଆପଣ କିଛି ପ୍ରାକୃତିକ ଉପାୟରେ […]
ଭୁବନେଶ୍ୱର/ମୁମ୍ବାଇ: ଇଣ୍ଡିଗୋର ୪୭ଟି ବିମାନର ଉଡାଣ ବାତିଲ କରି ଦିଆଯାଇଛି। ଏଥିଯୋଗୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକତା, ଭୁବନେଶ୍ୱର, ହାଇଦ୍ରାବାଦ, ବେଙ୍ଗାଲୁରୁ, ପାଟନା, ଶ୍ରୀନଗର, ଅମ୍ରିତସର ଓ ଗୌହାଟି ସହରରୁ ଇଣ୍ଡିଗୋ ବିମାନର ଉଡାଣ ବାତିଲ ହୋଇଛି। ଗତକାଲି ଇଣ୍ଡିଗୋର ଏକ ବିମାନ ବୈଷୟିକ ତୃଟି ଯୋଗୁ ୪୦ମିନିଟ୍ ପରେ ପୁଣି ଫେରି ଆସିଥିଲା। ଏହି ବିମାନଟି ଅହମଦାବାଦରୁ ଲକ୍ଷ୍ନୌ ଯାଉଥିଲା। ଏହି ଘଟଣାକୁ ଗୁରୁତର ସହ ନେଇଛି […]
ନୂଆଦିଲ୍ଲୀ: ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ବା ଇସ୍ରୋ ବିଭିନ୍ନ ପଦବୀ ଲାଗି ଦରଖାସ୍ତ ଆହ୍ୱାନ କରୁଛି। ଇଚ୍ଛୁକ ପ୍ରାର୍ଥୀ ଇସ୍ରୋର ଅଫିସିଆଲ ୱେବସାଇଟ୍ www.sac.gov.in. କୁ ଯାଇ ଆବେଦନ କରିପାରିବେ। ଅନଲାଇନ୍ ରେଜିଷ୍ଟ୍ରେସନ୍ ମାର୍ଚ୍ଚ ୧୨ରେ ଆରମ୍ଭ ହୋଇଥିବାବେଳେ ଆବେଦନର ଶେଷ ତାରିଖ ଏପ୍ରିଲ ୨। ୮୦ ରୁ ଅଧିକ ଖାଲି ପଡ଼ିଥିବା Technicians, Engineers/Scientists, Cooks and Attendants ପଦବୀ ଲାଗି ଦରଖାସ୍ତ ଗ୍ରହଣ କରାଯାଉଛି।
ଛତିଶଗଡ଼ : ଛତିଶଗଡ଼ ସୁକମାରେ ମାଓବାଦୀଙ୍କ ବର୍ବର କାଣ୍ଡ। ଆକ୍ରମଣରେ ୮ ଜଣ CRPF ଯବାନ ସହିଦ। ସୁକମାର କିସ୍ତାରାମ ଅଞ୍ଚଳରେ ମାଓବାଦୀଙ୍କ ଏକ IED ବିସ୍ଫୋରଣରେ ଏହି ଯବାନମାନେ ସହିଦ ହୋଇଥିବା ସୂଚନା ମିଳିଛି। ଏଥିରେ ଅନ୍ୟ ୬ ଜଣ ଯବାନ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ମାଓବାଦୀମାନେ ଆମ୍ବୁସ୍ କରି ଯବାନଙ୍କୁ ଟାର୍ଗେଟ କରିଥିବା ଜଣାପଡିଛି। ସହିଦ ଯବାନ ସିଆରପିଏଫ୍ ୨୧୨ ବାଟାଲିୟନର। ଯବାନମାନେ ପାଟ୍ରୋଲିଂ […]
ବଲିଉଡ଼ ସେଲିବ୍ରେଟିମାନଙ୍କ ଭବ୍ୟ ଜୀବନଯାପନ ଶୈଳୀ ଆମ୍ଭମାନଙ୍କୁ ବେଶ୍ ଆକର୍ଷିତ କରିଥାଏ। ଏପରିକି ଆମ୍ଭେମାନେ ମଧ୍ୟ ସେମାନଙ୍କ ଲାଇଫଷ୍ଟାଇଲକୁ ଫଲୋ କରିଥାଉ। ଆମ୍ଭମାନଙ୍କ ମନ ମଧ୍ୟରେ ଥାଏ କି ସେମାନଙ୍କ ଲାଇଫଷ୍ଟାଇଲ ଜଣେ ସାଧାରଣ ଲୋକ ଠାରୁ ସଂପୂର୍ଣ୍ଣ ଭିନ୍ନ ହେବା ସହ ଅତି ଉଚ୍ଚକୋଟୀର ମଧ୍ୟ ହୋଇଥାଏ। ମାତ୍ର ଆମ୍ଭେମାନେ କେବେବି ଭାବିନଥାଉ କି ସେମାନଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ କି କି ପ୍ରକାର ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଜଣେ ଫିଲ୍ଲ ଷ୍ଟାରଙ୍କ ଜୀବନ କେବଳ […]
ମୁମ୍ବାଇ: ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ଅସୁସ୍ଥ। ଯୋଧପୁରରେ ଏକ ଫିଲ୍ମ ସୁଟିଂ ବେଳେ ବିଗ ବି ଅସୁସ୍ଥ ହୋଇଥିବାର ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ, ଯୋଧପୁରରେ ଅମିତାଭ ତାଙ୍କ ଆଗାମୀ ଫିଲ୍ମ ‘Thugs Of Hindostan ’ ସୁଟିଂ ସମୟରେ ଅସୁସ୍ଥତା ଅନୁଭବ କରିଥିଲେ। ଫଳରେ ସୁଟିଂ ଅଧାରୁ ଫେରି ଆସିଥିଲେ ଅମିତାଭ । ମୁମ୍ବାଇରୁ ଏକ ଟିମ୍ ଡାକ୍ତର ଯୋଧପୁରରେ ପହଞ୍ଚିବା ସହ ତାଙ୍କ ସ୍ୱାସ୍ଥ୍ୟବସ୍ଥା ତଦାରଖ କରୁଛନ୍ତି। ପ୍ରକୃତରେ ତାଙ୍କ ଅସୁସ୍ଥତାର କାରଣ […]
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ପୁଣି ଏକ ଝଟକା। ବର୍ତ୍ତମାନ କେଜରିୱାଲଙ୍କୁ ଝଟକା ଲାଗିଛି ପରାମର୍ଶଦାତାଙ୍କ ଇସ୍ତଫାକୁ ନେଇ। ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଭିକେ ଜୈନ ତାଙ୍କ ପଦବୀରୁ ଇସ୍ତଫା ଦେଇଥିବାର ସୂଚନା ମିଳିଛି। ବ୍ୟକ୍ତିଗତ କାରଣ ଯୋଗୁ ସେ ଇସ୍ତଫା ଦେଇଛନ୍ତି ବୋଲି କୁହାଯାଉଛି। ମୁଖ୍ୟ ସଚିବ ଅଂଶୁ ପ୍ରକାଶଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ଜୈନଙ୍କୁ ପଚରାଉଚୁରା କରିବାର କିଛିଦିନ ପରେ ସେ ଏହି ଇସ୍ତଫା ଦେଇଛନ୍ତି। ସୂଚନା ଅନୁସାରେ, ସେ ତାଙ୍କର ଇସ୍ତଫା […]
Glimpses from the boat journey with President @EmmanuelMacron. pic.twitter.com/XONPTyPOvG — Narendra Modi (@narendramodi) March 12, 2018
ନୂଆଦିଲ୍ଲୀ: ଲିଗ୍ ପରାଜୟର ପ୍ରତିଶୋଧ ନେଲା ଟିମ୍ ଇଣ୍ଡିଆ। ନିଦାହାସ୍ ତ୍ରିରାଷ୍ଟ୍ରୀୟ ଟି-୨୦ ସିରିଜରେ ଭାରତ ୬ ଓ୍ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଓ୍ୱିକେଟ୍ କିପର ଦିନେଶ କାର୍ତ୍ତିକ ଏବଂ ମନୀଶ ପାଣ୍ଡେଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ଭାରତ ଏହି ବିଜୟ ହାସଲ କରିଛି। ଏହାସହ ଭାରତର ଫାଇନାଲ ଖେଳିବା ଆଶା ଉଜ୍ଜିବୀତ ହୋଇଛି। କଲମ୍ବୋରେ ଖେଳାଯାଇଥିବା ଏହି ମ୍ୟାଚ୍ ବର୍ଷା ଯୋଗୁଁ ପ୍ରାୟ ଏକ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା […]
୨୦୧୫ ଓ ୨୦୧୭ରେ ଦୁଇଟି ଭାଗରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ବାହୁବଳୀ’ ସାରା ଦେଶରେ ଅଭୁତପୂର୍ବ ସଫଳତା ହାସଲ କରିଥିଲା। ବକ୍ସ ଅଫିସରେ ସବୁ ରେକର୍ଡ ଭାଙ୍ଗି ଇତିହାସ ରଚିଥିଲା ବ୍ଲକ୍ବଷ୍ଟର ଫିଲ୍ମ ‘ବାହୁବଳୀ’। ସବୁ ସ୍ତରର ଦର୍ଶକ ଏହି ଫିଲ୍ମକୁ ଆପଣେଇଥିଲେ। ଏହାର ଚିତ୍ର, ଚରିତ୍ର , ଡାଏଲଗ୍ ସବୁ ହୋଇ ଉଠିଥିଲା ଜୀବନ୍ତ। ‘ବାହୁବଳୀ’ ଫିଲ୍ମର ଦୁଇ ଚରିତ୍ର ବାହୁବଳୀ ଓ କଟ୍ଟପା ଖୁବ୍ ଲୋକପ୍ରିୟ ହୋଇଥିଲେ। ପ୍ରକାଶିତ ସୂଚନା ଅନୁସାରେ, ‘ବାହୁବଳୀ’ର ଲୋକପ୍ରିୟ […]
ଆମର ଦୈନନ୍ଦିନ ଜୀବନରେ ରୋଷେଇ ଏକ ମୁଖ୍ୟ କାର୍ଯ୍ୟ । ସାଧାରଣତଃ ରୋଷେଇ ପାଇଁ ଭଲ ପନିପରିବାର ଆବଶ୍ୟକତା ହୋଇଥାଏ। ଏହାକୁ ଠିକ୍ ଭାବରେ ବ୍ୟବହାର ନକଲେ ଖାଦ୍ୟ ସୁସ୍ୱାଦୁ ହୋଇନଥାଏ। ଏବଂ ସ୍ୱାସ୍ଥ୍ୟପକ୍ଷେ ହାନିକାରକ ହୋଇଥାଏ। ଏଣୁ ରୋଷେଇ କରିବା ପୂର୍ବରୁ ଆମେ ପନିପରିବାକୁ ବେଶ ଭଲ ଭାବରେ ଧୋଇଥାଉ । କାରଣ ବଜାରରୁ କିଣିକି ଆଣିବା ବେଳେ ଏଥିରେ ବହୁତ ଧୂଳି ଲାଗିଥାଏ। ଆଉ ମଧ୍ୟ ଏଥିରେ ବ୍ୟାକ୍ଟେରିଆ ଲାଗିଥା’ନ୍ତି। ହେଲେ ଏପରି କିଛି […]
କାଠମାଣ୍ଡୁ: ନେପାଳ ରାଜଧାନୀ କାଠମାଣ୍ଡୁରେ ବାଂଲାଦେଶୀ ବିମାନ ଦୁର୍ଘଟଣାଗ୍ରସ୍ତ। ବିମାନଟି କାଠମାଣ୍ଡୁ ଏୟାରପୋର୍ଟରେ ଅବତରଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ ୬୭ଜଣ ଯାତ୍ରୀ ଓ ୪ ଜଣ crew ମେମ୍ବର୍ସ ଥିବାର ସୂଚନା ମିଳିଛି। ୧୭ଜଣଙ୍କୁ ଉଦ୍ଧାର କରାଯାଇଛି। ଏହି ବିମାନ ୟୁଏସ୍-ବାଂଲା ଏୟାରଲାଇନ୍ସର ଥିଲା ବୋଲି କୁହାଯାଉଛି। ସୂଚନା ଅନୁସାରେ, ଏହି ଘଟଣା ପରେ ଏୟାରପୋର୍ଟକୁ ବନ୍ଦ କରାଯିବା ସହ ଅନ୍ୟ ବିମାନ ଉଡ଼ାଣର ଗତିପଥକୁ ପରିବର୍ତ୍ତନ କରାଯାଇଛି। ଘଟଣାସ୍ଥଳରୁ ଧୂଆଁ ବାହାରୁଥିବା ନେଇ ଟେଲିଭିଜନ୍ […]
ମୁମ୍ବାଇ: ସମସ୍ତଙ୍କୁ ଅନ୍ନ ଯୋଗାଉଥିବା ଅନ୍ନଦାତା ପୁଣି ଥରେ ରାଜରାସ୍ତାରେ। ବିଭିନ୍ନ ଦାବିକୁ ନେଇ ମହାରାଷ୍ଟ୍ରର ୫୦ ହଜାରରୁ ଅଧିକ ଚାଷୀ ପାଖାପାଖି ୨୦୦ କି.ମି. ପାଦରେ ଚାଲି ଚାଲି ମୁମ୍ବାଇରେ ପହଞ୍ଚିଛନ୍ତି। ମହାରାଷ୍ଟ୍ର ସରକାର ଗତ ବର୍ଷ ଚାଷୀ ଋଣ ଛାଡ଼ ପାଇଁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାକୁ ସମ୍ପୂର୍ଣ୍ଣ ଭାବରେ ଲାଗୁ କରିବା ସହ ବିନା ସର୍ତ୍ତରେ ସବୁ ଚାଷୀଙ୍କ ଋଣ ଛାଡ଼ କରାଯାଉ ବୋଲି ରାଜରାସ୍ତାକୁ ଓହ୍ଲାଇ ଥିବା ଆନ୍ଦୋଳନକାରୀମାନେ ଦାବି କରିଛନ୍ତି। […]
ଚେନ୍ନାଇ: ଆଇପିଏଲ୍ ୧୨ର ଉଦ୍ଘାଟନୀ ମ୍ୟାଚ୍ରେ ମାତ୍ର ୭୦ ରନ୍ କରି ଅଲଆଉଟ୍ ହୋଇଯାଇଛି ବିରାଟ୍ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ଟସ୍ ଜିତି ୨୦୧୮ ଆଇପିଏଲ୍ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗସ୍ (ସିଏସ୍କେ) ବିରାଟ୍ କୋହଲିଙ୍କ ଆରସିବିକୁ ପ୍ରଥମେ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଥିଲା। ତେବେ ସିଏସ୍କେର ଦୁଇ ଅଭିଜ୍ଞ ସ୍ପିନର ହରଭଜନ ସିଂହ ଓ ଇମ୍ରାନ୍ ତାହିର ଆରସିବିର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ଆଇପିଏଲ୍ ୧୨ର ପ୍ରଥମ ୱିକେଟ୍ ହରଭଜନ ସିଂହ ନେଇଥିଲେ। ସେ […]