• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

ola
ଦୃଢ଼ ଇଚ୍ଛାଶକ୍ତି ପାଖରେ ହାରିଲା ଦାରିଦ୍ର୍ୟ: ଓଲା ଡ୍ରାଇଭର ହେଲେ ଆର୍ମି ଅଫିସର

ସମସ୍ତଙ୍କ ଜୀବନରେ କିଛି ନା କିଛି ଲକ୍ଷ୍ୟ ଥାଏ । ଆଉ ଏହାକୁ ହାସଲ କରିବାକୁ ଆବଶ୍ୟକ ହୋଇଥାଏ ସାହସ ଓ ଦୃଢ ସଂକଳ୍ପ। ଏମିତି ଜଣେ ସାହସ ଓ ଦୃଢ ସଂକଳ୍ପର ଉଦାହରଣ ପାଲଟିଛନ୍ତି ପୁନେର ଓମ୍‌ ପୈଠାନେ। କମ୍ୱାଇଣ୍ଡ ଡିଫେନ୍ସ ସର୍ଭିସ୍‌ ପରୀକ୍ଷା (CDS)ରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ସେ ଜଣେ ଆର୍ମି ଅଫିସର ହେବାକୁ ଯାଉଛନ୍ତି। ଓମ୍‌ ଅଫିସର୍ସ ଟ୍ରେନିଂ ଏକାଡେମୀ( OTA) ଚେନ୍ନାଇରେ ଏବେ ଟ୍ରେନିଂ ନେଉଛନ୍ତି। ପାସିଂ ଆଉଟ୍ […]

pramod sawant
ପ୍ରମୋଦ ସାଓ୍ୱନ୍ତ ହୋଇପାରନ୍ତି ଗୋଆର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ

ପାଣାଜି : ଗୋଆ ବିଧାନସଭାର ବାଚସ୍ପତି ପ୍ରମୋଦ ସାଓ୍ୱନ୍ତ ହୋଇପାରନ୍ତି ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ମୃତ୍ୟୁ ପରେ ପ୍ରମୋଦଙ୍କୁ ତାଙ୍କ ଉତ୍ତରାଧିକାରୀ ଦାୟିତ୍ୱ ମିଳିପାରେ। ଗୋଆର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ରାତିରେ ପ୍ରମୋଦ ସାଓ୍ୱନ୍ତ ଶପଥ ନେଇପାରନ୍ତି। ୨ଜଣଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିବା ସମ୍ଭାବନା ରହିଛି। ବିଜେପିର ୨ ସହଯୋଗୀ ଦଳ ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟିର ସୁଧିନ ଧାଓ୍ୱଲକର ଓ ଗୋଆ ଫରଓ୍ୱାର୍ଡ ପାର୍ଟିର ବିଜୟ ସରଦେସାଇଙ୍କୁ ଉପ-ମୁଖ୍ୟମନ୍ତ୍ରୀ ପଦ ମିଳିପାରେ। […]

karti
INX ଲାଞ୍ଚ ମାମଲା : ଇଡି ଓ ସିବିଆଇ ବିରୋଧରେ ସୁପ୍ରିମକୋର୍ଟ ଗଲେ କାର୍ତ୍ତି ଚିଦାମ୍ବରମ୍

ନୂଆ ଦିଲ୍ଲୀ : ଇଡି ଓ ସିବିଆଇ ବିରୋଧରେ ସୁପ୍ରିମକୋର୍ଟ ଯାଇଛନ୍ତି ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍। ସେ ଅଭିଯୋଗ କରିଛନ୍ତି,ଏତଲା ହୋଇନଥିଲେ ବି ଅନ୍ୟ ମାମଲାରେ ତାଙ୍କୁ ଫସାଇବାକୁ ଚେଷ୍ଟା କରୁଛନ୍ତି ଇଡି ଓ ସିବିଆଇ। ଯେହେତୁ INX ମାମଲାରେ ତାଙ୍କ ନାଁରେ ଏତଲା ହୋଇଛି ଓ ସେହି ମାମଲାରେ ତାଙ୍କୁ ଗିରଫ କରାଯାଇଛି, କେବଳ ଏହି ମାମଲାରେ ହିଁ ତାଙ୍କୁ ପଚରା ଉଚରା କରାଯିବା ଉଚିତ।  ତାହା ନ […]

smith
ପଡ଼ିଆକୁ ଫେରିଲେ ସ୍ମିଥ୍

ସିଡ୍‌ନୀ : ବଲ ଟାମ୍ପରିଂ ମାମଲାରେ ଅଷ୍ଟ୍ରେଲିଆ ଦଳରୁ ବାଦ ପଡିବା ପରେ କ୍ରିକେଟ ଠାରୁ ଦୂରେଇ ରହିଥିବା ପୂର୍ବତନ ଅଧିନାୟକ ଷ୍ଟିଭ ସ୍ମିଥ୍ ପଡିଆକୁ ଫେରିଛନ୍ତି।  ଆଇପିଏଲ୍‌ ସିଜନ -୨୦୧୯ରେ ଖେଳିବା ଲାଗି ସେ ରାଜସ୍ଥାନ ରୟାଲ୍‌ସର ଶିବରରେ ସାମିଲ ହୋଇଛନ୍ତି। ଆଗକୁ ବିଶ୍ୱକପ ଥିବାବେଳେ ଆଇପିଏଲରେ ଉତ୍ତମ ପ୍ରଦର୍ଶନ କରି ସେ ଅଷ୍ଟ୍ରେଲିଆ ଟିମ୍‌ରେ ସ୍ଥାନ ପାଇବା ଲାଗି ନଜର ରଖିଥିବା ଚର୍ଚ୍ଚା ହେଉଛି। ସେପଟେ ଷ୍ଟିଭ ସ୍ମିଥଙ୍କ ଠାରୁ ରାଜସ୍ତାନ ରୟାଲ୍‌ସ ଭଲ […]

ssc
SSC ପରୀକ୍ଷାରେ ଦୁର୍ନୀତି ଅଭିଯୋଗ :  ସିବିଆଇ ତଦନ୍ତ ଦାବି କଲେ ପରୀକ୍ଷାର୍ଥୀ

ନୂଆ ଦିଲ୍ଲୀ : ଷ୍ଟାଫ୍‌ ସିଲେକ୍ସନ କମିଶନ ପରୀକ୍ଷାରେ ହୋଇଥିବା ଦୁର୍ନୀତି ଅଭିଯୋଗର ସିବିଆଇ ତଦନ୍ତ ଦାବି। ଏଥିପାଇଁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି। ଏହା ସହିତ ଛାତ୍ରଛାତ୍ରୀମାନେ ଆଉ ଥରେ ପରୀକ୍ଷା କରାଇବାକୁ ଦାବି କରିଛନ୍ତି। ପରୀକ୍ଷାର୍ଥୀମାନେ ଷ୍ଟାଫ୍‌ ସିଲେକ୍ସନ କମିଶନ ଅଫିସ ଆଗରେ ଧାରଣା ମଧ୍ୟ ଦେଇଛନ୍ତି।  ଫେବ୍ରୁଆରି ୨୭ ତାରିଖରୁ ଦିଲ୍ଲୀରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରୁଛନ୍ତି। ଫେବ୍ରୁଆରି୨୧ରେ ହୋଇଥିବା ପରୀକ୍ଷାରେ ବ୍ୟାପକ ଅନିୟମିତା ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି।

parikar
ମନୋହର ପାରିକରଙ୍କ ଶେଷକୃତ୍ୟ ସମ୍ପନ୍ନ

ପାଣାଜି : ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।  ମିରାମାର ବିଚ୍‌ରେ ତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରାଯିବା ପରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ପାରିକରଙ୍କ ପାର୍ଥୀବ ଶରୀର ପାଞ୍ଜିମ ସ୍ଥିତ ରାଜ୍ୟ ବିଜେପି ମୁଖ୍ୟାଳୟରୁ ଏକ ଶୋଭାଯାତ୍ରାରେ କଳା ଏକାଡେମୀକୁ ନିଆଯାଇଥିଲା। ସେଠାରେ ସାଧାରଣ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଥିଲା। ପାରିକରଙ୍କ ଅନ୍ତିମ ଦର୍ଶନ ପାଇଁ ଅନେକ ନେତା, ମନ୍ତ୍ରୀ, ଶୁଭେଚ୍ଛୁ, ସମର୍ଥକଙ୍କ ଭିଡ଼ ଲାଗି ରହିଥିଲା। ନିଜର ପ୍ରିୟ ଜନନାୟକଙ୍କ ଅନ୍ତିମ […]

sridevi
ଓସ୍କାର ପୁରସ୍କାର ୨୦୧୮ ସମାରୋହରେ ଶ୍ରୀଦେବୀ ଓ ଶଶି କପୁରଙ୍କୁ ସ୍ମରଣ

ନୂଆଦିଲ୍ଲୀ: ଦିବଂଗତ ବଲିଉଡ଼ ତାରକା ଶଶି କପୁର ଓ ଶ୍ରୀଦେବୀଙ୍କୁ ଓସ୍କାରର ୯୦ତମ ଏକାଡ଼େମୀ ପୁରସ୍କାର ସମାରୋହରେ ସ୍ମରଣ କରାଯିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ମେମୋରିୟମ୍ ମୋଣ୍ଟେଜରେ ଅନୁଷ୍ଠିତ ହୋଇଥିବା ଏହି ସମାରୋହରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗତ ବର୍ଷ ପରଲୋକ ଘଟିଥିବା ଅନ୍ୟ କଳାକାରମାନଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ବଲିଉଡ଼ ଫିଲ୍ମ ବ୍ୟତୀତ ଶଶି କପୁର ଆହୁରି ଅନେକ ଫିଲ୍ମ ଯଥା ‘ଦ ହାଉସ ହୋଲଡର’, ‘ସେକ୍ସପିୟର୍ ୱାଲାଃ’, ‘ହିଟ୍ ଆଣ୍ଡ ଡଷ୍ଟ’ ଭଳି […]

misa bharti
ମନି ଲଣ୍ଡରିଂ ମାମଲାରେ ମିସା ଭାରତୀ ଓ ତାଙ୍କ ସ୍ୱାମୀଙ୍କୁ ସର୍ତ୍ତମୂଳକ ଜାମିନ

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀର ଏକ ସ୍ପେଶାଲ କୋର୍ଟ ଆରଜେଡ଼ି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ମିସା ଭାରତୀ ଓ ତାଙ୍କ ସ୍ୱାମୀଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ମିସା ଭାରତୀ ଓ ତାଙ୍କ ସ୍ୱାମୀ ଶୈଳେଶ କୁମାରଙ୍କ ବିରୋଧରେ ସମନ ଜାରି ପରେ ସେମାନେ ଆଜି କୋର୍ଟରେ ହାଜର ହୋଇଥିଲେ। ଜାମିନ ବଦଳରେ ସେମାନଙ୍କୁ ବନ୍ଧକ ସ୍ୱରୂପ ପ୍ରତ୍ୟେକ ୨ ଲକ୍ଷ ଟଙ୍କାର ଏକ ପର୍ସନାଲ ବଣ୍ଡ ସହ କୋର୍ଟର ବିନା ଅନୁମତିରେ […]

meghalaya
ମେଘାଳୟରେ ସରକାର ଗଠନ କରିବ NDA!

ନୂଆଦିଲ୍ଲୀ: ନାଗାଲାଣ୍ଡ ଓ ତ୍ରିପୁରା ଭଳି ମେଘାଳୟରେ ବି ସରକାର ଗଠନ କରିବାକୁ ଯାଉଛି NDA। ନିର୍ବାଚନରେ ଅଧିକ ସିଟରେ କଂଗ୍ରେସର ବିଜୟ ସତ୍ତ୍ୱେ BJP ସମର୍ଥନରେ ମେଘାଳୟରେ ସରକାର ଗଢିବ NPP। NPP ନେତା କନ୍ରାଡ୍ ସାଙ୍ଗମା ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ନେଇ ଦାବି ଜଣାଇଛନ୍ତି  NPPକୁ BJP, UDP ଓ HSPDP ସମର୍ଥନ ଜଣାଇଥିବା ନେଇ ଦାବି ରଖିଛନ୍ତି। ଆସନ୍ତା ୬ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ କନ୍ରାଡ୍ ସାଙ୍ଗାମା ଶପଥ ନେଇପାରନ୍ତି।  ମେଘାଳୟ ବିଧାନସଭା […]

12
ପରଲୋକରେ ପାରିକର

ପାଣାଜି : ପରଲୋକରେ ଗୋଆ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ପ୍ରତିରକ୍ଷାମନ୍ତ୍ରୀ ମନୋହର ପାରିକର। ୬୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କର ବିୟୋଗ ସଂପର୍କରେ ରାଷ୍ଟ୍ରପତି ରାମନାଥ ଗୋବିନ୍ଦ ଟୁଇଟ୍ କରିଛନ୍ତି। ଦୀର୍ଘ ଦିନ ହେଲା ପାନ୍‌କ୍ରିଆଟିକ୍ କ୍ୟାନସରରେ ପୀଡ଼ିତ ଥିଲେ ପାରିକର। କିଛି ଦିନ ହେଲା ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଅବନତି ହୋଇଥିଲା। Extremely sorry to hear of the passing of Shri Manohar Parrikar, Chief Minister of Goa, […]

parliament
ଆଜିଠାରୁ ସଂସଦ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ

ନୂଆଦିଲ୍ଲୀ: ଆଜିଠାରୁ ସଂସଦ ବଜେଟ୍ ଅଧିବେଶନର ଦ୍ୱିତୀୟ ପଯର୍ୟାୟ ଆରମ୍ଭ ହେବାକୁ ଯାଉଛି। ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଦୁର୍ନୀତି ମାମଲାକୁ ନେଇ ସରକାର ଉଭୟ ଗୃହରେ ବିରୋଧୀଙ୍କ ଜୋରଦାର ବିରୋଧର ସମ୍ମୁଖୀନ ହୋଇପାରନ୍ତି। ୧୨ ହଜାର ୭୦୦ କୋଟି ଟଙ୍କାର ଏହି ଠକେଇ ମାମଲାରେ ପ୍ରଧାନମନ୍ତ୍ରୀଙ୍କ ନୀରବତାକୁ ନେଇ ପ୍ରଶ୍ନ କରିପାରନ୍ତି ବିରୋଧୀ। ଏଥିସହ ଟ୍ରିପଲ ତଲାକ ବିଲରେ  ଦଣ୍ଡର ପ୍ରାବଧାନକୁ ବି ବିରୋଧ କରିବ ବିରୋଧୀ। ପୂର୍ବରୁ ବିଲ୍ ଲୋକସଭାରେ ପାସ୍ ହୋଇ ସାରିଥିବା ବେଳେ […]

ssc exam paper leak
ଷ୍ଟାଫ ସିଲେକସନ୍ କମିଶନ ପରୀକ୍ଷା ଦୁର୍ନୀତିକୁ ନେଇ ସିବିଆଇ ତଦନ୍ତ ଦାବି

ନୂଆଦିଲ୍ଲୀ: ଷ୍ଟାଫ ସିଲେକସନ୍ କମିଶନ ପରୀକ୍ଷାରେ ହୋଇଥିବା ଦୁର୍ନୀତି ଅଭିଯୋଗର ତଦନ୍ତ ପାଇଁ ଦାବି ଜୋର ଧରିଛି। ପରୀକ୍ଷାର୍ଥୀମାନେ  ସିବିଆଇ ତଦନ୍ତ ଦାବି କରି ଷ୍ଟାଫ ସିଲେକସନ କମିଶନ ଅଫିସ ଆଗରେ ଧାରଣା ଦେଇଛନ୍ତି। ଘଟଣାର ସିବିଆଇ ତଦନ୍ତ ପାଇଁ ସେମାନେ ଦାବି କରୁଛନ୍ତି। ସେପଟେ ଦୁର୍ନୀତି ବିରୋଧୀ ଆନ୍ଦୋଳନକାରୀ ଆନ୍ନା ହଜାରେ ଆଜି ସେମାନଙ୍କୁ ଭେଟିଛନ୍ତି। ଦାବି ହାସଲ ପାଇଁ ହିଂସା ଆଚରଣ ନ କରିବା ପାଇଁ ସେ ଆନ୍ଦୋଳନକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଫେବ୍ରୁଆରୀ ୨୭ରୁ […]

karti chidambaram
ଇନ୍ଦ୍ରାଣୀ ଓ ପିଟର ମୁଖାର୍ଜୀଙ୍କ ସହ କାର୍ତ୍ତି ଚିଦାମ୍ବରମଙ୍କ ହେବ ମୁହାଁମୁହିଁ ଜେରା

ମୁମ୍ବାଇ:  INX ଲାଞ୍ଚ ମାମଲାରେ ଗିରଫ ହୋଇଥିବା କାର୍ତ୍ତି ଚିଦାମ୍ବରମଙ୍କୁ ମୁମ୍ବାଇ ନେଇଛି ସିବିଆଇ। ସେଠାରେ ଇନ୍ଦ୍ରାଣୀ ମୁଖାର୍ଜୀ ଓ ପିଟର ମୁଖାର୍ଜୀଙ୍କ ସହିତ କାର୍ତ୍ତି ଚିଦାମ୍ବରମଙ୍କୁ ସିବିଆଇ ମୁହାଁମୁହିଁ କରି ଜେରା କରିବ। ପିଟର ମୁଖାର୍ଜୀ ଆଗରୁ INX  ମିଡିଆର ସହ-ମାଲିକ ଥିଲେ।  ଅଭିଯୋଗ ଅନୁସାରେ, ୨୦୦୭ରେ FDI ପାଇଁ ଅନୁମତି ଦେବାକୁ ସେତେବେଳର କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ଭେଟିଥିଲେ ପିଟର ମୁଖାର୍ଜୀ।  FDI ପାଇଁ ଅନୁମତି ବଦଳରେ ପୁଅ କାର୍ତ୍ତି ଚିଦାମ୍ବରମଙ୍କ ବ୍ୟବସାୟରେ […]

modi
କଂଗ୍ରେସର ‘ଚୌକିଦାର ଚୋର୍‌ ହୈ’ ନାରାକୁ ମୋଦିଙ୍କ ଟାର୍ଗେଟ

ନୂଆଦିଲ୍ଲୀ :  ‘ଚୌକିଦାର ଚୋର ହୈ’ କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଂଗ୍ରେସ ଭର୍ତ୍ସନା କରୁଥିବାବେଳେ, ଏହାକୁ ରାଜନୈତିକ ପ୍ରସଙ୍ଗ ଭାବେ ଧରିଛନ୍ତି ମୋଦି। ଗତକାଲି ‘ମେଁ ଭି ଚୌକିଦାର’ ନାଁରେ ଏକ ପ୍ରଚାର ଗୀତର ପ୍ରଚଳନ ପରେ ଆଜି ନିଜର ଟ୍ୱିଟର ପେଜରେ ପରିବର୍ତ୍ତନ ଆଣିଛନ୍ତି ପ୍ରଧାନମନ୍ତ୍ରୀ। ମୋଦି ନିଜର ନାଁ ଆଗରେ ଚୌକିଦାର ଯୋଡ଼ିଦେଇଛନ୍ତି। ତାଙ୍କ ପରେ ପ୍ରାୟ ସମସ୍ତ ବିଜେପି ନେତା ନିଜ ନାଁ ଆଗରେ ଚୌକିଦାର ଯୋଡ଼ିଛନ୍ତି। ଦେଶର ପ୍ରତ୍ୟେକଟି ନାଗରିକ […]

parrikar
ପାରିକରଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ପରେ ଗୋଆ ରାଜନୀତିରେ ହଟଚମଟ

ପାଣାଜି : ଗୋଆ ରାଜନୀତିରେ ହଟଚମଟ। ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ହେବା ପରେ ତାଙ୍କର ଉତ୍ତରାଧିକାରୀ ବାଛିବାକୁ ବିଜେପି ପ୍ରକ୍ରିୟା ଆରମ୍ଭ କରିଦେଇଛି। ଗତକାଲି ବିଧାୟକଙ୍କ ବୈଠକ ବସି ଏ ସଂପର୍କରେ ଆଲୋଚନା ହୋଇଛି। ଏହାସହ ଆଜି ବସିବାକୁ ଥିବା କୋର୍ କମିଟି ବୈଠକରେ ଏନେଇ ମଧ୍ୟ ଆଲୋଚନା ହୋଇପାରେ ବୋଲି କୁହାଯାଉଛି। ସେପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଦିଗମ୍ବର କାମାତ ଦିଲ୍ଲୀ ଗସ୍ତ କରିଥିବାରୁ ବର୍ତ୍ତମାନର ସ୍ଥିତିକୁ […]