• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

rules
ନିର୍ବାଚନରେ ସ୍ୱଚ୍ଛତା ଲାଗି କମିଶନଙ୍କ ଦୃଢ଼ ପଦକ୍ଷେପ

ନୂଆଦିଲ୍ଲୀ : ୧୯ ଲୋକସଭା ନିର୍ବାଚନକୁ ଅଧିକ ସ୍ୱଚ୍ଛ ଓ ମୁକ୍ତ କରିବାକୁ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ଅନେକ କଡ଼ା ନିଷ୍ପତ୍ତି। ନାମାଙ୍କନ ଦାଖଲ ବେଳେ ପ୍ରାର୍ଥୀ ବିସ୍ତୃତ ଭାବେ ବ୍ୟକ୍ତିଗତ ତଥ୍ୟ ଦାଖଲ ଉପରେ ଦିଆଯାଇଛି ସର୍ବାଧିକ ଗୁରୁତ୍ୱ। ଶିକ୍ଷାଗତ ଯୋଗ୍ୟତା, ପତ୍ନୀ ଓ ପରିବାର ସଦସ୍ୟ, ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ସ୍ପଷ୍ଟ ତାଲିକା ସହ ବିଦେଶୀ ପୁଞ୍ଜି ନିବେଶ ଏବଂ ଅପରାଧ ରେକର୍ଡ ସମ୍ପର୍କରେ ଫର୍ମ-୨୬ରେ ସତ୍ୟପାଠକୁ ବାଧ୍ୟତାମୂଳକ କରାଯାଇଛି। କୌଣସି ଗୋଟିଏ […]

jammu
ଜମ୍ମୁ କଶ୍ମୀର ବିଧାନସବା ନିର୍ବାଚନ ନହେବା ନେଇ ରାଜନୀତି

ଜମ୍ମୁ-କଶ୍ମୀର : ଲୋକସଭା ନିର୍ବାଚନ ସହ ଜମ୍ମୁ କଶ୍ମୀରରେ ଏକା ସମୟରେ ବିଧାନସଭା ନିର୍ବାଚନ ନକରିବାକୁ ନେଇ ଜୋର ଧରିଛି ରାଜନୀତି। ପ୍ରସଙ୍ଗକୁ ନେଇ ବିଜେପି ସରକାରକୁ ଘେରିଛନ୍ତି ବିରୋଧୀ। ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। କଶ୍ମୀରରେ ନିର୍ବାଚନ ନକରିବା ଦ୍ୱାର ପ୍ରଧାନମନ୍ତ୍ରୀ ପାକିସ୍ତାନ ଏବଂ ହୁରିୟାତ ଆଗରେ ଆତ୍ମସମର୍ପଣ କରିଛନ୍ତି ବୋଲି ଟୁଇଟ୍‌ କରିଛନ୍ତି ଓମାର୍। ସେହିପରି ଜମ୍ମୁ କଶ୍ମୀରରେ ନିର୍ବାଚନ ନକରିବା ଗଣତନ୍ତ୍ର […]

karti chidambaram
ମନି ଲଣ୍ଡରିଂ ମାମଲା: ପି ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମ ସିବିଆଇ ଦ୍ୱାରା ଗିରଫ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କୁ ସିବିଆଇ ଏକ ମନି ଲଣ୍ଡରିଂ ମାମଲାରେ ଚେନ୍ନାଇ ଏୟାରପୋର୍ଟରୁ ଗିରଫ କରିଛି। ଆଇଏନଏକ୍ସ ମିଡ଼ିଆ ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଗିରଫ କରାଯାଇଛି। ଆଜି ସକାଳେ ଲଣ୍ଡନରୁ ଫେରିବା ପରେ କାର୍ତ୍ତିଙ୍କୁ ସିବିଆଇ ସଙ୍ଗେ ସଙ୍ଗେ ଗିରଫ କରିବା ସହ ହେପାଜତକୁ ନେଇଥିଲା ବୋଲି ସୂଚନା ମିଳିଛି। ଆଏନଏକ୍ସ ମିଡ଼ିଆକୁ ବିଦେଶୀ ନିବେଶ ମଞ୍ଜୁରୀ ପ୍ରଦାନ କରିବା ଲାଗି […]

Jayendra Saraswathi
କାଞ୍ଚି କାମକୋଟି ପୀଠର ଶଙ୍କରାଚାର୍ଯ୍ୟ ଜୟେନ୍ଦ୍ର ସରସ୍ୱତୀଙ୍କ ପରଲୋକ

ଚେନ୍ନାଇ: କାଞ୍ଚି କାମକୋଟି ପୀଠର ଶଙ୍କରାଚାର୍ଯ୍ୟ ଜୟେନ୍ଦ୍ର ସରସ୍ୱତୀଙ୍କ ତାମିଲନାଡ଼ୁର କାଞ୍ଚିପୁରମ୍ ଠାରେ ଆଜି ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ୬୯ତମ ଶଙ୍କରାଚାର୍ଯ୍ୟ ଭାବେ ପରିଚିତ ଜୟେନ୍ଦ୍ର ସରସ୍ୱତୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗତ କିଛି ବର୍ଷ ଧରି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ରହୁ ନଥିଲା। ୧୯୫୪ରେ ଜୟେନ୍ଦ୍ର ସରସ୍ୱତୀ ଶଙ୍କରାଚାର୍ଯ୍ୟ ହୋଇଥିଲେ। ୧୯୯୪ ମସିହାରେ ତାଙ୍କୁ କାଞ୍ଚି ମଠର ପ୍ରମୁଖ କରାଯାଇଥିଲା। […]

Bijay Mohanty
ବିଜୟ ମହାନ୍ତିଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ଆଓ୍ୱାର୍ଡ

ଭୁବନେଶ୍ୱର: ଆସନ୍ତା ୪ ତାରିଖ ସଂଧ୍ୟାରେ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହେବାକୁଥିବା ଅଷ୍ଟମ ରୁଚି ଓଡିଆ ଫିଲ୍ମ ଫେୟାର ଆଓ୍ୱାର୍ଡରେ  ବିଶିଷ୍ଟ ସିନେ ଅଭିନେତା ବିଜୟ ମହାନ୍ତିଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ଆଓ୍ୱାର୍ଡ ପ୍ରଦାନ କରାଯିବ। ଏହା ସହିତ ଆଇକନ ଅଫ୍ ଦି ଇୟର,ଶ୍ରେଷ୍ଠ ଅଭିନେତା, ଅଭିନେତ୍ରୀ, ଶ୍ରେଷ୍ଠ ଚଳଚିତ୍ର, ଶ୍ରେଷ୍ଠ ନିର୍ଦେଶକ ଓ ସଂଗୀତ ନିର୍ଦେଶକ, ପ୍ରଭୃତି ୨୮ ଟି ବିଭାଗ ରେ ପୁରସ୍କାର ପ୍ରଦାନ କରାଯିବ। ଏହି କାର୍ଯ୍ୟକ୍ରମରେ ବଲିଉଡ ଅଭିନେତ୍ରୀ ରବିନା […]

sridevi
ଆଜି ମୁମ୍ବାଇରେ ବଲିଉଡ ଅଭିନେତ୍ରୀ ଶ୍ରୀଦେବୀଙ୍କ ଶେଷକୃତ୍ୟ

ମୁମ୍ବାଇ: ଆଜି ମୁମ୍ବାଇରେ ବଲିଉଡ ଅଭିନେତ୍ରୀ ଶ୍ରୀଦେବୀଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ। ସାଢେ ୧୨ଟା ପର୍ଯ୍ୟନ୍ତ ଅନ୍ତିମ ଦର୍ଶନ ହେବ। ସାଢେ ୩ଟାରେ ଏକ ଶୋଭାଯାତ୍ରାରେ ଭିଲେ ପାର୍ଲେସ୍ଥିତ ପବନ ହଂସ ଶ୍ମଶାନକୁ ନିଆଯିବ ଓ ସେଠାରେ ତାଙ୍କ ଅନ୍ତିମ ସଂସ୍କାର ହେବ। ମୃତ୍ୟୁର ପ୍ରାୟ ୭୨ ଘଣ୍ଟା ପରେ ଗତ ରାତିରେ ମୁମ୍ବାଇରେ ବଲିଉଡ୍ ଅଭିନେତ୍ରୀ ଶ୍ରୀଦେବୀଙ୍କ ପାର୍ଥିବ ଶରୀର ପହଞ୍ଚିଥିଲା। ଗତ ରାତି ପ୍ରାୟ ସାଢେ ୯ଟାରେ ଶ୍ରୀଦେବୀଙ୍କ  ମରଶରୀର ଦୁବାଇରୁ ଏକ ସ୍ୱତନ୍ତ୍ର […]

shreedevi-1
ଶ୍ରୀଦେବୀଙ୍କ ମୃତ୍ୟୁ ମାମଲାକୁ କ୍ଲୋଜ୍ କଲା ଦୁବାଇ ପୋଲିସ୍ : ପରିବାରକୁ ହସ୍ତାନ୍ତର ପରେ ମୁମ୍ବାଇ ଆସୁଛି ମରଶରୀର

ଶ୍ରୀଦେବୀଙ୍କ ମୃତ୍ୟୁକୁ ନେଇ ଲାଗି ରହିଥିବା ସସପେନ୍ସର ଅବସାନ। କେସ୍‌ କ୍ଳୋଜ୍ କଲା ଦୁବାଇ ପୋଲିସ୍। ମୃତ୍ୟୁର କାରଣକୁ ନେଇ ସନ୍ଦେହ ଦୂର ହେବା ପରେ ମୃତଦେହ ହସ୍ତାନ୍ତର ଲାଗି ପରିବାର ଏବଂ ଭାରତୀୟ ବାଣିଜ୍ୟକ ଦୂତାବାସକୁ ଅନୁମତି ଦେଇଥିଲା ଦୁବାଇ ପୋଲିସ୍। ପରେ ତାଙ୍କ ମରଶରୀର ମୁମ୍ବାଇ ଆଣିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଗତକାଲି  UAE ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଫୋରେନସିକ୍ ରିପୋର୍ଟରେ ଦର୍ଶାଯାଇଥିଲା ଯେ, ଶ୍ରୀଦେବୀଙ୍କ ମୃତ୍ୟୁ ଦୁର୍ଘଟଣାବଶତଃ ଏବଂ ଅଚେତ ଅବସ୍ଥାରେ ସେ […]

amir
ପାଠରେ ପଛୁଆ କିନ୍ତୁ ଅଭିନୟରେ ଆଗୁଆ : ଜାଣନ୍ତୁ କେଉଁ ଷ୍ଟାରଙ୍କ କ୍ୱାଲିଫିକେସନ କେତେ

ଫିଲ୍ମରେ ଅଭିନେତା ଓ ଅଭିନେତ୍ରୀ ମାନଙ୍କ ମନଛୁଆଁ ଅଭିନୟ ଦେଖି ଆପଣ ଖୁବ୍ ଆକର୍ଷିତ ହୁଅନ୍ତି। ଆଉ ଖୁବ୍ ତାରିଫ୍‌ ମଧ୍ୟ କରନ୍ତି। ହେଲେ ଆପଣ ଜାଣନ୍ତି ଏହି କଳାକାରମାନଙ୍କ ମଧ୍ୟରୁ ଅନେକ ଅଧାରୁ ପାଠ ଛାଡ଼ିଛନ୍ତି। ଅଭିନୟ ମାଧ୍ୟମରେ କୋଟି କୋଟି ଦର୍ଶକଙ୍କ ହୃଦୟ ଜିତିଥିବା କଳାକାରମାନଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଜାଣିଲେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହୋଇଯିବେ  । ଏମିତି କିଛି କଳାକାର ଅଛନ୍ତି ଯେଉଁମାନେ ଗ୍ରାଜୁଏସନ ମଧ୍ୟ ଶେଷ କରିନାହାନ୍ତି । ଖାଲି […]

drumstick
ବୈବାହିକ ଜୀବନକୁ ମଧୁର କରେ ସଜନା ଛୁଇଁ ସୁପ୍ : ଜାଣନ୍ତୁ ଏହାର ମହତ ଗୁଣ ବିଷୟରେ

ଆପଣଙ୍କର ବାଡ଼ି ବଗିଚାରେ ସଜନା ଛୁଇଁ ଗଛ ନିଶ୍ଚୟ ଥିବ। ଏହାର ଛୁଇଁକୁ ଦୈନିକ ରୋଷେଇରେ ବ୍ୟବହାର କରୁଥିବେ। ହେଲେ ଆପଣ ଜାଣନ୍ତି କି,ଏହା କେତେ ଉପକାରୀ? ଏହା ଖାଇବାକୁ ଯେତିକି ସ୍ୱାଦିଷ୍ଟ , ତା’ଠାରୁ ଅଧିକ ସ୍ୱାସ୍ଥ୍ୟ ପାଇଁ ଭଲ। ସଜନା ଛୁଇଁ ଆମ ଶରୀରରେ ଦେଖାଯାଉଥିବା ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦୂର କରିଥାଏ। ଅନେକ ରୋଗର ନିରାକରଣରେ ଏହା ସାହାଯ୍ୟ କରିଥାଏ। ଥଣ୍ଡା ,କାଶ ,ଗଳା ବସି ଯାଇଥିଲେ ଓ ଛାତିରେ କମ୍ଫ ଜମିଯାଇଥିଲେ […]

naval exercise
ମିଳିତ ନୌ-ସମରାଭ୍ୟାସ: ଭାରତର ନିମନ୍ତ୍ରଣକୁ ମାଳଦୀପର ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ: ଆସନ୍ତା ମାର୍ଚ୍ଚ ୬ରେ ଆରମ୍ଭ ହେବାକୁ ଥିବା ମିଳିତ ନୌ-ସମରାଭ୍ୟାସ ‘ମିଲନ’ ରେ ମାଳଦୀପ ଅଂଶଗ୍ରହଣ କରିବ ନାହିଁ। ଏନେଇ ନାଭି ଚିଫ୍ ଆଡ଼ମିରାଲ ସୁନୀଲ ଲାନବା ମଙ୍ଗଳବାର ସୂଚନା ଦେଇଛନ୍ତି। ନୌ-ସମରାଭ୍ୟାସରେ ଅଂଶଗ୍ରହଣ ନକରିବା ପଛରେ କାରଣ କ’ଣ ସେନେଇ ମାଳଦୀପ କୌଣସି ସୂଚନା ପ୍ରଦାନ କରିନାହିଁ ବୋଲି ଲାନବା କହିଛନ୍ତି। ଅନ୍ୟପକ୍ଷରେ ଏହି ମିଳିତ ସମରାଭ୍ୟାସରେ ୧୬ଟି ଦେଶ ଭାଗ ନେବେ ବୋଲି ସମତି ପ୍ରକାଶ କରିଛନ୍ତି। ଦ୍ୱିବାର୍ଷିକ ମିଳିତ ନୌ-ସମରାଭ୍ୟାସ ‘ମିଲନ’ […]