• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

player
ଖେଳାଳିଙ୍କ ଦୃଢ ଇଚ୍ଛା ଶକ୍ତି ! କୋମାରୁ ଉଠି ଜିତିଲେ ବ୍ରୋଞ୍ଜ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରୀକ୍ଷା ପୂର୍ବରୁ ଛାତ୍ରୀଛାତ୍ରଙ୍କୁ ଟିପ୍ସ ଦେଇଛନ୍ତି। କେମିତି ପଢିଲେ ଜଣେ ଭଲ ଓ  ଫଳ ବ୍ୟକ୍ତିତ୍ୱର ଅଧିକାରୀ  ହୋଇ ସମାଜ ସାମ୍ନାରେ ଛିଡାହେବ । ସେ ନେଇ ମୋଦି ବର୍ଣ୍ଣନା କରିଥିଲେ। ଆଉ ଏଇ ଟିପ୍ସ ଭିତରେ କହିଥିଲେ ,ଜଣେ ଖେଳାଳିଙ୍କ ସଫଳତାର କହାଣୀ । କେମିତି ଜଣେ ଖେଳାଳି କୋମାରୁ ଉଠି ବ୍ରୋଞ୍ଚ ପଦକ ଜିତିଥିଲେ । ଦେଶର ପାଖାପାଖି ୧୦କୋଟି ପିଲାମାନଙ୍କ ସହ କଥାବାର୍ତ୍ତା ହେବା ସମୟରେ […]

kunwer-sachdev-featured
କଲମ ବିକ୍ରେତାରୁ ସଫଳ ବ୍ୟବସାୟୀ: ଜାଣନ୍ତୁ ‘ସୁ-କାମ୍‌’ କମ୍ପାନୀ ମୁଖ୍ୟଙ୍କ ସଂଘର୍ଷର କାହାଣୀ

ନୂଆଦିଲ୍ଲୀ: ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତେବେ ସଫଳତାର ଶୀର୍ଷରେ ପହଞ୍ଚିବାକୁ ସବୁବେଳେ ସ୍ୱପ୍ନ ଦେଖୁଥିଲେ। ମାତ୍ର ୧୫ ବର୍ଷ ବୟସରେ ସଫଳତାର ସିଡ଼ି ଚଢ଼ିବାକୁ ସେ ଉଦ୍ୟମ ଆରମ୍ଭ କରିଥିଲେ। ବଡ଼ଭାଇଙ୍କ ସହ ମିଶି ସାଇକେଲରେ ବୁଲି ବୁଲି ପେନ୍ ବିକ୍ରି କରି ବ୍ୟବସାୟ ଜୀବନ ଆରମ୍ଭ କରିଥିଲେ। ତା’ ପରେ କେବୁଲ କମ୍ୟୁନିକେସନ୍ ବ୍ୟବସାୟରେ ପଶିଲେ। ଆଉ ଏବେ ସୁ-କାମ(ସୋଲାର ଇନୋଭଟର) ପାୱାର କମ୍ୟୁନିକେସନର ଏମ୍‌ଡି ଭାବେ କାର୍ଯ୍ୟ କରୁଛନ୍ତି। ମେକଇନ୍ ଇଣ୍ଡିଆ କାର୍ଯ୍ୟକ୍ରମରେ […]

5g
ଭାରତରେ ୫ଜି ଟେକ୍ନୋଲୋଜି ପାଇଁ ୫ଟି ଆଇଟି କମ୍ପାନୀ ମିଳାଇଲେ ହାତ

ଭାରତରେ ୫ଜି ଟେକ୍ନୋଲୋଜିର ବିକାଶ ପାଇଁ ଏକ ୩୦୦କୋଟିର ପ୍ରୋଜେକ୍ଟ ପାଇଁ ୫ଟି ଭାରତୀୟ ଆଇଆଇଟି ସଂସ୍ଥାନ ୨୦୦ରୁ ଅଧିକ ରିସର୍ଚ୍ଚର ଓ ଟିଚର୍ସଙ୍କ ସହ ହାତ ମିଳାଇଛନ୍ତି । ଦୂର ସଂଚାର ବିଭିଗର ଏହି ପ୍ରୋଜେକ୍ଟକୁ ସବୁଠୁ ବଡ ପ୍ରୋଜେକ୍ଟ ବୋଲି କୁହାଯାଉଛି । ଏହି ପ୍ରୋଜେକ୍ଟରେ ଟେକ୍ନୋଲୋଜି କମ୍ପାନୀ, ଟେଲିକମ୍ ଅପେଟର୍ସ ଏକାଡେମିକ୍  ଓ ଷ୍ଟାର୍ଟ-ଅପରେ ୫ଜିର ଟେଷ୍ଟ କରାଯିବ , ଏଇଥି ପାଇଁକି ଏହା ଉପରେ ଅଧିକ ରିସର୍ଚ କରାଯାଇପାରିବ । ଆଇଆଇଟି […]

train
ଟ୍ରେନ୍‌ର ଶେଷ ବଗିରେ କାହିଁକି ଥାଏ ‘X’ ଚିହ୍ନ ?

ନୂଆଦିଲ୍ଲୀ: ସବୁ ଯାତ୍ରୀବାହୀ ଟ୍ରେନ୍‌ର ଶେଷ ବଗି ପଛରେ ‘X’ ଲେଖାଯାଇଥାଏ। ତେବେ କାହିଁକି ଏହି ‘X’ ଚିହ୍ନ ଥାଏ କେବେ ଭାବିଛନ୍ତି କି ? ଏହା ପଛରେ କ’ଣ କାରଣ ରହିଛି ଆସନ୍ତୁ ଜାଣିବା। ମୁଖ୍ୟତଃ ଏହି ଚିହ୍ନ ଟ୍ରେନ କର୍ମଚାରୀଙ୍କ ସୁବିଧା ପାଇଁ ଲଗାଯାଇଥାଏ। ଟ୍ରେନ୍‌ ସମ୍ପୂର୍ଣ୍ଣ ଭାବେ ଯାଇଛି ନା ନାହିଁ ଏହି ଚିହ୍ନରୁ ଷ୍ଟେସନ ଗାର୍ଡ଼ ଜାଣିପାରନ୍ତି। କାଳେ କୌଣସି କାରଣରୁ କୌଣସି ବଗି ବିଚ୍ଛିନ୍ନ ହୋଇ ରହିଯାଇଥିବ ଏଥିରେ ନିଶ୍ଚିତ ହେବା ପାଇଁ […]

nobel prise
୧୧୬ ବର୍ଷର ନୋବେଲ ଇତିହାସ: ଜାଣନ୍ତୁ ଏବେ ସୁଦ୍ଧା କେତେ ଜଣ ଓ କେଉଁ ଭାରତୀୟ ପାଇଛନ୍ତି ଏ ପୁରସ୍କାର

ନୋବେଲ ପୁରସ୍କାର ହେଉଛି ବିଶ୍ୱର ସବୁଠୁ ସମ୍ମାନଜନକ ପୁରସ୍କାର। ଆଲଫ୍ରେଡ୍ ନୋବେଲ୍‌ଙ୍କ ନାମ ଅନୁସାରେ ଏହାର ନାମକରଣ କରାଯାଇଛି। ଏହି ପୁରସ୍କାର ୬ଟି କ୍ଷେତ୍ର-ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ମେଡିସିନ୍, ସାହିତ୍ୟ, ଶାନ୍ତି ଓ ଅର୍ଥଶାସ୍ତ୍ରରେ ବିଶେଷ ଅବଦାନ ପାଇଁ ପ୍ରଦାନ କରାଯାଇଥାଏ। ୧୧୬ ବର୍ଷ ପୂର୍ବେ ୧୯୦୧ ମସିହାରେ ହେନେରୀ ଡୁନାଣ୍ଟ ପାଇଥିଲେ ପ୍ରଥମ ପୁରସ୍କାର। ୱିକିପିଡିଆରୁ ନିଆଯାଇଥିବା ତଥ୍ୟ ଅନୁଯାୟୀ ଗତବର୍ଷକୁ ହିସାବ କଲେ ୫୮୪ ଥର ୯୨୩ ଜଣଙ୍କୁ ଏହି ପୁରସ୍କାର ଦିଆଯାଇଛି। […]

ekta-kid
ଏକ୍‌ତାଙ୍କ ଭାଲେନ୍‌ଟାଇନ୍‌

ମୁମ୍ବାଇ: ଟିଭି କ୍ୱିନ୍‌ ଏକତା କପୁରଙ୍କୁ ମିଳି ଯାଇଛି ତାଙ୍କ ଭାଲେନ୍‌ଟାଇନ୍‌। ଫିଲ୍ମ ଜଗତରେ ବେଶ ନାଁ କମେଥିବା ଏକତା ୪୨ ବର୍ଷର ହୋଇ ଯାଥିଲେ ମଧ୍ୟ ଏପର୍ଯ୍ୟନ୍ତ ବିବାହ କରିନାହାଁନ୍ତି। ପ୍ରତିବର୍ଷ ଭାଲେନ୍‌ଟାଇନ୍‌ ଡେ’ ଆସିଲେ, ଏକତାଙ୍କ ସମ୍ପର୍କରେ କିଛି ନା କିଛି ଶୁଣିବାକୁ ମିଳିଥାଏ। କିଏ ତାଙ୍କ ଭାଲେନ୍‌ଟାନ୍‌ ତାକୁ ନେଇ ସୋସିଆଲ ମିଡିଆରେ ବେଶ ସରଗରମ ଚର୍ଚ୍ଚା ହୋଇଥାଏ। ହେଲେ ଏଥର ନିଜେ ଏକତା ତାଙ୍କ ଭାଲେନ୍‌ଟାନ୍‌ର ଫଟୋ ପୋଷ୍ଟ କରିନ୍ତି। ଗତ […]

kk
ଅଭିନନ୍ଦନ କହିଲେ ଦିଆଯାଇଥିଲା ମାନସିକ ନିର୍ଯାତନା

ନୂଆଦିଲ୍ଲୀ : ପାକିସ୍ତାନରେ ଶାରୀରିକ ନୁହେଁ ବରଂ ପ୍ରବଳ ମାନସିକ ନିର୍ଯାତନାର ଶିକାର ହୋଇଥିଲେ ଓ୍ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ। ଗତକାଲି ପାକିସ୍ତାନରୁ ଫେରିବା ପରେ ଆଜି ଅଭିନନ୍ଦନ ଏ ସମ୍ପର୍କରେ ପ୍ରକାଶ କରିଥିବା ସୂଚନା ମିଳିଛି। ସେପଟେ ଅଭିନନ୍ଦନଙ୍କୁ ଆଜି ସାକ୍ଷାତ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ। ନୂଆଦିଲ୍ଲୀସ୍ଥିତ ଏୟାର ଫୋର୍ସ ସେଣ୍ଟ୍ରାଲ ମେଡିକାଲରେ ଚିକିତ୍ସାଧୀନ ଥିବା ଅଭିନନ୍ଦନଙ୍କୁ ଭେଟି ତାଙ୍କ ସାହସ ଓ ପ୍ରତିବଦ୍ଧତା ପାଇଁ ସାରା ଦେଶ ଆଜି ଗର୍ବ କରୁଥିବା […]

kohli-india
ସିରିଜ୍‌ ବିଜୟ ଲକ୍ଷ୍ୟରେ ଆଜି ପଡ଼ିଆକୁ ଓହ୍ଲାଇବ ଭାରତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ପଞ୍ଚମ ଦିନିକିଆ ଖେଳାଯିବ। ପୋର୍ଟ ଏଲିଜାବେଥ୍‌ରେ ଏହି ମ୍ୟାଚ ଖେଳାଯିବ। ଏହି ମ୍ୟାଚ ବିଜୟ ସହ ଦକ୍ଷିଣ ଆଫ୍ରିକା ମାଟିରେ ପ୍ରଥମ ଦିନିକିଆ ସିରିଜ ଜିତି ଇତିହାସ ରଚିବାକୁ ଚେଷ୍ଟା କରିବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ। ୬ଟିକିଆ ସିରିଜରେ ଭାରତ ୩-୧ରେ ଆଗୁଆ ଅଛି। ପ୍ରଥମ ତିନି ମ୍ୟାଚକୁ ଭାରତ ଏକତରଫା ଜିତିବା ପରେ ଚତୁର୍ଥ ଦିନିକିଆରେ ପରାସ୍ତ ହୋଇଥିଲା। ଏହି ମ୍ୟାଚରେ ଭାରତୀୟ […]

hafiz-saeed
ପାକିସ୍ତାନ ମାନିଲା ହାଫିଜ୍‌ ଆତଙ୍କବାଦୀ

ନୂଆଦିଲ୍ଲୀ: ଭାରତ ଓ ଆମେରିକାର ଚାପ ଆଗରେ ଶେଷରେ ମୁଣ୍ଡ ନୁଆଁଇଛି ପାକିସ୍ତାନ। ନିଜର ସ୍ଥିତି ସୁଧାରିବାକୁ ପାକିସ୍ତାନ ଆତଙ୍କବାଦୀ ସଂଗଠନ ଓ ଆତଙ୍କବାଦୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ମନ ସ୍ଥିର କରିବା ପରି ଲାଗୁଛି। ମିଳିଥିବା ସୂଚନା ଅନୁସାରେ, ପାକିସ୍ତାନ ରାଷ୍ଟ୍ରପତି ମମନୁନ ହୁସେନ୍‌ ଏକ ଅଧ୍ୟାଦେଶରେ ଦସ୍ତଖତ କରିଛନ୍ତି, ଯାହାର ଉଦ୍ଦେଶ୍ୟ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି) ଦ୍ୱାରା ପ୍ରତିବନ୍ଧିତ ବ୍ୟକ୍ତି ଏବଂ ଲଶ୍କର-ଏ-ତୋଏବା, ଅଲକଏଦା ଓ ତାଲିବାନ ପରି ସଂଗଠନ […]

edu_what_is_earth_0
ପୃଥିବୀ ସମ୍ପର୍କରେ କିଛି ରୋଚକ, କିଛି ରହସ୍ୟମୟ ତଥ୍ୟ

ପୃଥିବୀକୁ ନେଇ ବହୁତ କଥା ଶୁଣିବାକୁ ମିଳିଥାଏ। ଏହାର ସୃଷ୍ଟି ରହସ୍ୟ, ଜୀବସତ୍ତାକୁ ନେଇ ମଧ୍ୟ ବହୁ କଥା ରହିଛି ଓ ଏହା ଆମେ ପାଠରେ ମଧ୍ୟ ପଢୁଛନ୍ତି। ନୀଳ ଗ୍ରହ ଭାବେ ପରିଚିତ ଆମ ପୃଥିବୀ ହେଉଛି ଏକମାତ୍ର ଗ୍ରହ ଯେଉଁଠି ଜୀବଜଗତ ବଞ୍ଚି ରହିବା ସମ୍ଭବ। ଆସନ୍ତୁ ଜାଣିବା ଆମ ପୃଥିବୀ ସମ୍ପର୍କରେ କିଛି ଜଣା କିଛି ଅଜଣା କଥା। ୧. ନିଜକୁ ଥରଟିଏ ଆବର୍ତ୍ତନ କରିବାକୁ ପୃଥିବୀକୁ ୨୪ ଘଣ୍ଟା ସମୟ ଲାଗିଥାଏ। କିନ୍ତୁ […]

ranbir
ରଣବୀର ଜୀବନରେ ପୁଣି ଜଣେ ଚୁଲବୁଲି ନାୟିକାଙ୍କ ଏଣ୍ଟ୍ରି

ମୁମ୍ବାଇ: ବଲିଉଡ଼ର ଲଭର ବୟ ରଣବୀର କପୁର ଅଭିନୟ ପାଇଁ ଯେତିକି ଚର୍ଚ୍ଚାରେ ରହି ନଥାନ୍ତି ତା’ଠାରୁ ଅଧିକ ଚର୍ଚ୍ଚା ହୋଇଥାଏ ତାଙ୍କ ରୋମାନ୍ସକୁ ନେଇ। ବଲିଉଡ୍‌ରେ ପାଦ ଦେବା ପରଠାରୁ ଅନେକ ଅଭିନେତ୍ରୀଙ୍କ ସହ ତାଙ୍କ ସଂପର୍କକୁ ନେଇ କିଛି ନା କିଛି ଶୁଣିବାକୁ ମିଳିଥାଛି। ବିଶେଷ କରି ଦୀପିକା ପାଦୁକୋନ୍‌ ଓ କ୍ୟାଟ୍ରିନା କୈଫ୍‌ଙ୍କୁ ନେଇ ସେ ବହୁ ସମୟରେ ଖବରର ଶିରୋନାମା ପାଲଟିଛନ୍ତି। ହେଲେ ରଣବୀରଙ୍କ ଜୀବନରେ ଏବେ ଆଉ ଜଣେ ଅଭିନେତ୍ରୀଙ୍କ […]

pakisthan
ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଛାଡ଼ିବାକୁ ନେଇ ପାକିସ୍ତାନର ପ୍ରୋପାଗାଣ୍ଡା

ନୂଆଦିଲ୍ଲୀ : ପାକିସ୍ତାନର ପ୍ରୋପାଗାଣ୍ଡା। ଓ୍ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କ ମୁହଁରେ ନିଜର ପ୍ରଶଂସା କରାଇବାକୁ ଇସଲାମାବାଦର ଅପଚେଷ୍ଟା। କୁହାଯାଉଛି ସେଥିପାଇଁ ଲାହୋରରେ ISI ତରଫରୁ ପ୍ରସ୍ତୁତ କରାଯାଇଥିଲା। ଏହି ଭିଡ଼ିଓ ଯେଉଁଥିରେ ପାକିସ୍ତାନ ସେନା ତାଙ୍କ ପ୍ରତି ଭଲ ବ୍ୟବହାର କରିଥିବା ଅଭିନନ୍ଦନ କହୁଥିବା ଦେଖିବାକୁ ମିଳିଥିଲା। କିନ୍ତୁ ଏହି ଭିଡ଼ିଓରେ ଅନେକ କଟ୍ ଅଛି, ଯେଉଁଥିରୁ ସ୍ପଷ୍ଟ ହେଉଛି ଓ୍ୱିଙ୍ଗ୍ କମାଣ୍ଡରଙ୍କୁ ଚାପ ପକାଇ ଓ ତାଙ୍କ ଶବ୍ଦକୁ ଏପଟ ସେପଟ କରି ନିଜକୁ ସୁହାଇବା […]

spacex
ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରକେଟ୍‌ ଗଲା ମହାକାଶ

ୱାସିଂଟନ: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରକେଟ୍‌ ‘ଫାଲକନ ହେଭି’ ମହାକାଶକୁ ଯାଇଛି। ଘରୋଇ କମ୍ପାନୀ SPACE X ପକ୍ଷରୁ ଏହାକୁ ଉତ୍‌କ୍ଷେପନ ହୋଇଯାଇଛି। ଆମେରିକାର ଫେ୍ଲାରିଡା ସ୍ଥିତ କେନେଡି ସ୍ପେସ ସେଣ୍ଟରରୁ ଏହି ଉତ୍‌କ୍ଷେପଣ ଗତକାଲି ହୋଇଛି। ଏହାର ଓଜନ ପାଖାପାଖି ୬୩.୮ ଟନ୍ ଓ ଲମ୍ବ ୨୩୦ ଫୁଟ୍‌ ରହିଛି। ରକେଟ୍‌ରେ ୨୭ଟି ଶକ୍ତିଶାଳୀ ଇଂଜିନ ରହିଛି। ଏହା ମଙ୍ଗଳ ଗ୍ରହ ପର୍ଯ୍ୟନ୍ତ ଯିବ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ପ୍ରଥମ ଥର ପାଇଁ ଏକ କାରକୁ […]

dada
ଗାଙ୍ଗୁଲିଙ୍କୁ ପଛରେ ପକାଇ ଇତିହାସ ରଚିଲେ ବିରାଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଟଇମ୍‌ ୬ଟିକିଆ ଦିନିକିଆ ସିରିଜର ପ୍ରଥମ ୩ଟି ମ୍ୟାଚ୍‌ ଜିତି ସାରିଛି। ଏହି ୩ଟି ମ୍ୟାଚରୁ ବିରାଟ କୋହଲି ୨ଟି ଶତକ ହାସଲ କରିସାରିଛନ୍ତି। ଅଧିନାୟକ ଭାବେ ଦକ୍ଷିଣ ଆଫ୍ରିକାରେ ବିରାଟ ପ୍ରଥମ ଖେଳାଳି ଭାବେ ସର୍ବାଧିକ ଶତକ ଲଗାଇଛନ୍ତି। ଏହାସହ ବିରାଟ ୪ର୍ଥ ଖେଳାଳି ଭାବେ ଗୋଟିଏ ସିରିଜରେ ଦକ୍ଷିଣ ଆଫ୍ରିକାରେ ଏକାଧିକ ଶତକ ହାସଲ କରିଛନ୍ତି। ପୂର୍ବରୁ କେଭିନ ପିଟରସନଙ୍କ ନାଁରେ ଗୋଟିଏ ସିରିଜରେ […]

download
ଅଧିକାଂଶ ଭାରତୀୟ ମହିଳାଙ୍କ ପସନ୍ଦ ଛୋଟ ପରିବାର

ନୂଆଦିଲ୍ଲୀ/ଭୁବନେଶ୍ୱର: ସମୟ ସହ ତାଳ ଦେଇ ଆମ ସମାଜରେ ପରିବର୍ତ୍ତନ ଘଟୁଛି। ଦିନ ଥିଲା ଲୋକେ ଯୌଥ ପରିବାରରେ ରହିବାକୁ ପସନ୍ଦ କରୁଥିଲେ। ବଡ଼ ପରିବାରକୁ ସମାଜରେ ବିଶେଷ ସମ୍ମାନ ମିଳୁଥିଲା। ଲୋକେ ମଧ୍ୟ ଅଧିକ ପିଲା ଜନ୍ମ କରିବାକୁ ପସନ୍ଦ କରୁଥିଲେ। ଶିକ୍ଷାର ପ୍ରସାର, କର୍ମନିଯୁକ୍ତି ଧାରାରେ ପରିବର୍ତ୍ତନ ଯୋଗୁଁ ଏହି ଭାବନାରେ ପରିବର୍ତ୍ତନ ଆସିଛି।ଏବେ ବଡ଼ ପରିବାର ନୁହେଁ, “ଛୋଟ ପରିବାର, ସୁଖୀ ପରିବାରର”ର କଥା ଉଠୁଛି। ବର୍ତ୍ତମାନ ସ୍ଥିତିରେ ଭାରତର ୭୫ ପ୍ରତିଶତ […]

cancer-cells-dividing
ସ୍ୱତନ୍ତ୍ର ସଫ୍ଟୱେରରେ ହେବ କର୍କଟ ଚିକିତ୍ସା

ଚେନ୍ନାଇ: ଭାରତରେ ଦିନକୁ ଦିନ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ପାଖାପାଖି ବାର୍ଷିକ ୮୦ ହଜାର ନୂଆ କର୍କଟ ରୋଗୀ ଚିହ୍ନଟ ହେଉଛନ୍ତି। ଏହି ଦୂରାରୋଗ୍ୟରୁ ମୁକ୍ତି ପାଇବା ବଡ କଷ୍ଟକର ଓ ବ୍ୟୟବହୁଳ। ସାମାନ୍ୟତମ ଅବହେଳା ଜୀବନ ନେଇଯାଇପାରେ। ଏପରି ସ୍ଥିତିର ମୁକାବିଲା ପାଇଁ ଚେନ୍ନାଇସ୍ଥିତ ଆପୋଲୋ ହସ୍ପିଟାଲର ମେଡିକାଲ ଅନକୋଲୋଜୀ ନିର୍ଦ୍ଦେଶକଙ୍କ ତତ୍ୱବଧାନରେ ଏକ ସ୍ୱତନ୍ତ୍ର ସଫ୍ଟୱେୟାର ପ୍ରସ୍ତୁତ କରାଯାଇଛି। ଏହାକୁ ରୋଗୀର ଶରୀରର ବିଭିନ୍ନ ଅଂଶରେ ଖଞ୍ଜି ଦିଆଯିବ। ଏହା […]

secury zplus
ନୌସେନା ଓ ବାୟୁସେନା ମୁଖ୍ୟଙ୍କୁ ଜେଡ୍ ପ୍ଲସ୍‌ ସୁରକ୍ଷା

ନୂଆଦିଲ୍ଲୀ :  ଭାରତୀୟ ବାୟୁସେନା ମୁଖ୍ୟ ଓ ନୌସେନା ମୁଖ୍ୟଙ୍କ ସୁରକ୍ଷା ବଢ଼ାଯାଇଛି। ପାକିସ୍ତାନ ସହ ଉତ୍ତେଜନାକୁ ନଜରରେ ରଖି ବାୟୁସେନା ମୁଖ୍ୟ ଏୟାର ମାର୍ଶଲ ବିଏସ୍ ଧାନଓ୍ୱା ଏବଂ ନୌସେନା ମୁଖ୍ୟ ନାଭାଲ ଷ୍ଟାଫ୍ ଆଡମିରାଲ୍ ସୁନିଲ ଲାନ୍‌ବାଙ୍କ ସୁରକ୍ଷା ବ୍ୟବସ୍ଥାକୁ Z+ (ଜେଡ୍ ପ୍ଲସ)କୁ ବଢ଼ାଇ ଦିଆଯାଇଛି। ନିଜ ବାହିନୀର କମାଣ୍ଡୋ ସୁରକ୍ଷା ପାଇଁ ମୁତୟନ ରହିବେ। ବର୍ତ୍ତମାନ ପରିପ୍ରେକ୍ଷୀରେ ଦୁଇ ମୁଖ୍ୟଙ୍କ ପ୍ରତି ବିପଦ ଥିବାରୁ ସୁରକ୍ଷା ବୃଦ୍ଧି ଲାଗି ନିଷ୍ପତ୍ତି ନିଆଯାଇଛି। […]

abhinandan-
ଫେରିଲେ ଅଭିନନ୍ଦନ

ନୂଆଦିଲ୍ଲୀ : ଭାରତ ମାଟିରେ ପାଦ ଦେଇଛନ୍ତି ବାୟୁସେନାର ବୀର ଯବାନ ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ। ବର୍ତ୍ତମାନ ଜେନେଭା ଚୁକ୍ତି ଅନୁସାରେ ପାକିସ୍ତାନ ସରକାରଙ୍କ ପକ୍ଷରୁ ଦସ୍ତାବିଜ୍ ପ୍ରସ୍ତୁତିରେ ବିଳମ୍ଭ ଯୋଗୁଁ ଅଭିନନ୍ଦନଙ୍କ ଭାରତ ଫେରିବାରେ ଅହେତୁକ ବିଳମ୍ବ ହୋଇଥିଲା। ସୂଚନା ଅନୁସାରେ ଆଜି ମଧ୍ୟାହ୍ନ ୧୨ଟା ବେଳେ ଅଭିନନ୍ଦନଙ୍କୁ ଇସଲାମାବାଦରୁ ଲାହୋର ଅଣାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ତାଙ୍କ ସମ୍ପର୍କିତ କେତେକ କାଗଜପତ୍ର ପ୍ରସ୍ତୁତ ହୋଇଥିଲା। ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ପ୍ରତ୍ୟର୍ପଣ ପୂର୍ବରୁ […]

zodaic1-1-1-1-2-1-1-1-1-1-2-1-1
ଜାନୁଆରୀ ୨୯, ସୋମବାର: ଜାଣନ୍ତୁ ଆଜି କେଉଁ ରାଶିର ଲୋକେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନନେଲେ ଭଲ

ମେଷ: ମନ ଚଞ୍ଚଳ ରହିବ। ସେଥିପାଇଁ ଯେ କୌଣସି ନିଷ୍ପତ୍ତି ନେବାରେ ଆପଣଙ୍କୁ ସମସ୍ୟା ହେବ। ନୂଆ କାର୍ଯ୍ୟ କରିବା ପାଇଁ ପ୍ରେରଣା ମିଳିବ। ବୃଷ: ସ୍ଥିର ଚିତରେ କାମ କରନ୍ତୁ। ନହେଲେ ଭଲ ସୁଯୋଗ ହାତରୁ ଖସି ଯିବ। କୌଣସି କଥାରେ ଜିଦ୍ କରନ୍ତୁ ନାହିଁ। ମିଥୁନ: ଆର୍ଥିକ ଦୃଷ୍ଟି କୋଣରୁ ଦିନଟି ଭଲ ରହିଛି। ଉଭୟ ଶାରୀରିକ ଓ ମାନସିକ ଭାବେ ସତେଜ ଅନୁଭବ କରିବେ। ସ୍ୱାଦିଷ୍ଟ ଭୋଜନ ଖାଇବେ। କର୍କଟ: କୌଣସି ପ୍ରସଙ୍ଗକୁ […]

nachiketa
ଅନୁଭୂତି ବଖାଣିଲେ ନଚିକେତା

ପାକିସ୍ତାନରେ ୮ ଦିନର ଯୁଦ୍ଧବନ୍ଦୀ ଭାବେ ନିଜର ଭୟଙ୍କର ଅନୁଭୂତି ବଖାଣିଛନ୍ତି ୧୯୯୯ କାର୍ଗିଲ ଯୁଦ୍ଧର ହିରୋ ଗ୍ରୁପ୍ କ୍ୟାପ୍‌ଟେନ କେ. ନଚିକେତା। କାର୍ଗିଲ ଯୁଦ୍ଧ ବେଳେ ସେ ଉଡାଉଥିବା ମିଗ୍-୨୭ ଜେଟ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ତାଙ୍କୁ ପାକ୍ ଅଧିକୃତ କାଶ୍ମୀରରେ ଓହ୍ଲାଇବାକୁ ପଡିଥିଲା। ପାକିସ୍ତାନ ସୈନ୍ୟ ତାଙ୍କୁ ଧରିନେଇ ଭୟଙ୍କର ଶାରୀରିକ ନିର୍ଯାତନା ଦେଇଥିଲେ।  ଏମିତିକି ତାଙ୍କୁ ମାରିଦେବାକୁ ଉଦ୍ୟମ ମଧ୍ୟ କରିଥିଲେ। ତେବେ ପାକିସ୍ତାନ ସେନାର ଜଣେ ଉଚ୍ଚପଦସ୍ଥ ଅଧିକାରୀ ତାଙ୍କୁ ଉଦ୍ଧାର କରିବା […]

film
ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ମହାସମାବେଶ ଆୟୋଜିତ

ଭୁବନେଶ୍ୱର :  ଆୟୋଜିତ ହୋଇଛି ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ମହା ସମାବେଶ। ଓଲିଉଡର ପ୍ରଖ୍ୟାତ କଳାକାରଙ୍କ ସମେତ ପ୍ରଯୋଜକ, ନିର୍ଦ୍ଦେଶକ ମାନେ ଏହି ମହାସମାବେଶରେ ଯୋଗ ଦେଇଥିଲେ। ଓଡ଼ିଆ ଚଳଚ୍ଚିତ୍ର ଜଗତ ପ୍ରତି ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଅବହେଳା କରିଥିବା ନେଇ ଏହି ଅବସରରେ ସମାଲୋଚନା କରାଯାଇଛି। ଓଡ଼ିଆ ସିନେ ଜଗତର ଉନ୍ନତି ଲାଗି ସରକାର ନୂଆ ଯୋଜନା ଆଣିବା ନେଇ ଏହି ସମୟରେ ଗୁରୁତ୍ୱ ଦିଆଯାଇଛି। ଏହାସହ ଚଳଚ୍ଚିତ୍ର ସହ ସଂଶ୍ଳିଷ୍ଠ ଥିବା […]

fd
ସିରିଜ୍‌ ଜିତିଲା ଅଷ୍ଟ୍ରେଲିଆ

ବେଙ୍ଗାଲୁରୁ: ମ୍ୟାକ୍ସୱେଲଙ୍କ ଧୂଆଁଧାର ଶତକ ବଳରେ ଅଷ୍ଟ୍ରେଲିଆ ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତକୁ ୭ ୱିକେଟରେ ହରାଇ ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୦ରେ କ୍ଲିନସ୍ୱିପ୍ କରିନେଇଛି। ଭାରତ ବିପକ୍ଷରେ ଅଷ୍ଟ୍ରେଲିଆର ଏହା ପ୍ରଥମ ଟି-୨୦ ସିରିଜ୍ ବିଜୟ। ଉକ୍ତ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୧୯୦ ରନ୍ କରିଥିଲା। କୋହଲି ସର୍ବାଧିକ ୭୨ (୩୮ ବଲ, ୨ ଚୌକା, ୬ ଛକା) ରନ୍ […]