• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

nagaland vote
ମେଘାଳୟ ଓ ନାଗାଲାଣ୍ଡରେ ବିଧାନସଭା ନିର୍ବାଚନ; ନର୍ଥ ଇଷ୍ଟରେ ସାମ୍ରାଜ୍ୟ ବଢ଼ାଇବାକୁ ବିଜେପିର ସ୍ୱତନ୍ତ୍ର ରଣନୀତି

ନୂଆଦିଲ୍ଲୀ: ମେଘାଳୟ ଓ ନାଗାଲାଣ୍ଡ ଏହି ଦୁଇଟି ରାଜ୍ୟରେ ବିଧାନସଭା ନିର୍ବାଚନ ଲାଗି ଭୋଟଗ୍ରହଣ ଆଜି ସକାଳ ୭ଟାରୁ ଆରମ୍ଭ ହୋଇଛି। ଭୋଟଗ୍ରହଣ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ। ୬୦ ଆସନ ବିଶିଷ୍ଟ ମେଘାଳୟ ଓ ନାଗାଲାଣ୍ଡରେ ୫୯ଟି ଆସନ ପାଇଁ ମତଦାନ ହେଉଛି। ଆସାମ, ମଣିପୁର ଓ ଅରୁଣାଚଳ ପ୍ରଦେଶରେ ସରକାର ଗଢିବା ପରେ ବିଜେପି ଏହି ଦୁଇ ରାଜ୍ୟକୁ ବି ଦଖଲ କରିବାକୁ ସ୍ବତନ୍ତ୍ର ରଣନୀତି କରିଛି। ନାଗାଲାଣ୍ଡରେ ନାସନାଲିଷ୍ଟ ଡେମୋକ୍ରେଟିକ୍ ପ୍ରୋଗ୍ରେସିଭ୍ ପାର୍ଟି […]

modi
CISFର ୫୦ତମ ପ୍ରତିଷ୍ଠା ଦିବସ ; ଯବାନଙ୍କୁ ପିଏମ୍ ମୋଦିଙ୍କ ସମ୍ବୋଧନ

ନୂଆଦିଲ୍ଲୀ : ଦେଶର ସୁରକ୍ଷାରେ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ବା CISFର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ସ୍ୱତନ୍ତ୍ର ଭାରତର ସ୍ୱପ୍ନ ପୂରଣରେ ସିଆଇଏସଏଫ୍‌ ସବୁବେଳେ ନିଜ ଗୁରୁ ଦ୍ୱାୟିତ୍ୱ ନିର୍ବାହ କରିଆସିଛି। CISFର ୫୦ ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଏକଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉତ୍ତର ପ୍ରଦେଶ ଗାଜିଆବାଦ ସ୍ଥିତ ଇନ୍ଦିରାପୁରମରେ ଆୟୋଜିତ ସମାରୋହରେ ଯବାନଙ୍କ ଅଭିବାଦନ ଗ୍ରହଣ କରିଥିଲେ। ସିଆଇଏସଏଫର ୫ମ ବାଟାଲିୟନ କ୍ୟାମ୍ପରେ ଯବାନଙ୍କୁ […]

india
ମୋହାଲିରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ମ୍ୟାଚ୍

ମୋହାଲି : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୋହାଲିରେ ଖେଳାଯାଉଛି ଚତୁର୍ଥ ଦିନିକିଆ। ଟସ୍ ଜିତି ଟିମ୍‌ ଇଣ୍ଡିଆ ବ୍ୟାଟିଂ କରୁଛି। ଗତ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ମାତ୍ ଖାଇବା ପରେ ରାହୁଲ, ପନ୍ଥ, ଚଚଲ, ଭୁବନେଶ୍ୱର କୁମାରଙ୍କୁ ଟିମ୍‌ରେ ନିଆଯାଇଛି। ତେବେ ଦଳରୁ ବାଦ୍‌ ପଡ଼ିଛନ୍ତି ରାୟଡ଼ୁ, ଧୋନି, ଜାଡ଼େଜା ଓ ସାମି। ୫ ଟିକିଆ ସିରିଜ୍‌ରେ ଭାରତ ଏବେ ୨-୧ରେ ଆଗୁଆ ରହିଛି। ଆଜିର ମ୍ୟାଚ୍ ଜିତି ସିରିଜ କବ୍‌ଜା କରିବାକୁ ଟିମ୍ ଇଣ୍ଡିଆ […]

ethiopia
ଇଥିଓପିଆରେ ଭୟାବହ ବିମାନ ଦୁର୍ଘଟଣା

ଇଥିଓପିଆ : ଇଥିଓପିଆରେ ଭୟାବହ ବିମାନ ଦୁର୍ଘଟଣା। ଇଥିଓପିଆ ଏୟାରଲାଇନସର ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ ୧୪୯ଜଣ ଯାତ୍ରୀ ଓ ୮ଜଣ ବିମାନ କର୍ମଚାରୀ ଥିଲେ। ଇଥିଓପିଆର ବୋଲେ ଇଣ୍ଟରନେସନାଲ ବିମାନବନ୍ଦରରୁ ବୋଇଂ ୭୩୭ଟି ବିମାନ କେନିଆ ଅଭିମୁଖେ ଆଜି ସକାଳେ ନିୟମିତ ଉଡାଣ ଆରମ୍ଭ କରିଥିଲା।  କିନ୍ତୁ ମାତ୍ର ୬ମିନିଟ୍‌ ପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାର କାରଣ ସମ୍ପର୍କରେ ଜଣାପଡି ନାହିଁ। ଯାତ୍ରୀମାନଙ୍କୁ ଉଦ୍ଧାର କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଅପରେସନ […]

life
ଧୂମପାନ କରୁଥିଲେ ସାବଧାନ ! ଏହା ଦ୍ୱାରା ଆୟୁଷ କମିଯାଏ

ଧୂମପାନର ଭୟାବହତା ଏବେ କବଳିତ କରିଛି ସାରା ବିଶ୍ୱକୁ। ଏହାର କୁପ୍ରଭାବରେ ଅନେକ ରୋଗର ଶିକାର ହେଉଛନ୍ତି ଲୋକେ। ବିଭିନ୍ନ ସଂଗଠନ ଓ ସରକାରୀ ସ୍ତରରେ ଅନେକ ସଚେତନ କରାଗଲେ ବି ଏହା ଫଳଶୂନ୍ୟ ବୋଲି ମନେହୁଏ। ଆଜିର ଯୁବକ/ଯୁବତୀମାନେ ବେଶୀ ମାତ୍ରାରେ ଧୂମପାନ କରୁଥିବାର ଦେଖିବାକୁ ମିଳୁଛି। ବିଶେଷଜ୍ଞଙ୍କ ରିପୋର୍ଟ ଆନୁସାରେ, ଧୂମପାନ ଦ୍ୱାରା ମନୁଷ୍ୟର ଆୟୁ ଦଶରୁ ପନ୍ଦର ବର୍ଷ କମିଯାଏ। ଏହା ଦ୍ୱାରା ରକ୍ତ କର୍କଟ, ଯକୃତ୍‌ କର୍କଟ, ବୃହଦନ୍ତ୍ର କର୍କଟ ଓ […]

wedding5
ଶିଳ୍ପପତି ମୁକେଶ ଅମ୍ବାନିଙ୍କ ପୁଅଙ୍କ ହାଇପ୍ରୋଫାଇଲ୍ ମ୍ୟାରେଜ୍

ମୁମ୍ବାଇ : ଦେଶର ସବୁଠୁ ବଡ଼ ବ୍ୟବସାୟୀ ମୁକେଶ ଓ ନୀତା ଅମ୍ବାନୀଙ୍କ ବଡ଼ ପୁଅ ଆକାଶ ଅମ୍ବାନୀଙ୍କ ଆଜି ବାହାଘର। ହୀରା ବ୍ୟବସାୟୀ ରସେଲ୍ ମେହେଟ୍ଟାଙ୍କ ଝିଅ ଶ୍ଲୋକା ମେହେଟାଙ୍କୁ ବିବାହ କରୁଛନ୍ତି ଦେଶର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଆକାଶ ଅମ୍ବାନୀ। ପ୍ରତିଷ୍ଠିତ ହୀରା ବ୍ୟବସାୟୀ ତଥା ରୋଜି ବ୍ଲୁ ଡାଇମଣ୍ଡସର ମାଲିକ ରସେଲ ମେହେଟ୍ଟାଙ୍କ ଝିଅ ଶ୍ଲୋକା ମେହେଟ୍ଟାଙ୍କୁ ଜୀବନସାଥୀ ବାଛିଛନ୍ତି ଆକାଶ। ଭବ୍ୟ ଆୟୋଜନ ମଧ୍ୟରେ ସମ୍ପନ୍ନ ହେଉଛି ଉଭୟଙ୍କ […]

india
ଟିମ୍ ଇଣ୍ଡିଆ ଆର୍ମି କ୍ୟାପ୍ ପିନ୍ଧି ପଡ଼ିଆକୁ ଓହ୍ଲାଇବା ଘଟଣା : ଆପତ୍ତି ଉଠାଇଲା ପାକିସ୍ତାନ

ରାଞ୍ଚି : ରାଞ୍ଚିରେ ଖେଳାଯାଇଥିବା ଭାରତ-ଅଷ୍ଟ୍ରେଲିଆ ତୃତୀୟ ଦିନିକିଆରେ ବିରାଟ ବାହିନୀ ଆର୍ମି କ୍ୟାପ୍ ପିନ୍ଧି ପଡ଼ିଆକୁ ଓହ୍ଲାଇବା ଘଟଣାରେ ଆପତ୍ତି ଉଠାଇଛି ପାକିସ୍ତାନ। ଖେଳକୁ ରାଜନୀତିକରଣ କରାଯାଉଛି ବୋଲି ପାକ୍ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେସି କହିଛନ୍ତି। ତେଣୁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ-ଆଇସିସି ଏହାକୁ ଗୁରୁତର ସହ ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ ନେବା ଉଚିତ୍ ବୋଲି ସେ ଦାବି କରିଛନ୍ତି। ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସହିଦ୍ ଯବାନଙ୍କ ପରିବାରକୁ ସମବେଦନା ଜଣାଇବା ଏବଂ […]

stevejobs
୩୨ଲକ୍ଷ ଟଙ୍କାରେ ନିଲାମ ହେବ ଆପ୍ପଲ୍‌ କମ୍ପାନୀ ମୁଖ୍ୟ ଷ୍ଟିଭ୍ ଜବ୍ସଙ୍କ ଜୀବନର ପ୍ରଥମ ବାୟୋଡାଟା

ନୂଆ ଦିଲ୍ଲୀ:  ଆପ୍ପଲ୍ କମ୍ପାନୀର ସହ-ପ୍ରତିଷ୍ଠାତା ଷ୍ଟିଭ୍ ଜବ୍ସ ନିଜର ସକରାତ୍ମକ ମନୋଭାବ ଓ କାର୍ଯ୍ୟ ଦକ୍ଷତାକୁ ନେଇ ଯେତିକି ଚର୍ଚ୍ଚାରେ ଥିଲେ, ଏବେ ମୃତ୍ୟୁ ପରେ ବି ସେ ସେତିକି ଚର୍ଚ୍ଚାରେ। ଦୃଢ ଇଚ୍ଛା ଶକ୍ତି ବଳରେ ଜଣେ ଯେ ଅସମ୍ଭବକୁ ସମ୍ଭବ କରିପାରେ , ତାହାର ଉଦାହରଣ ମଧ୍ୟ ଷ୍ଟିଭ୍ ଜବ୍ସ।  ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଦୀର୍ଘ ୪୫ ବର୍ଷ ପରେ ଏହି ପ୍ରସିଦ୍ଧ ବ୍ୟକ୍ତିଙ୍କର ଏକ ବାୟୋଡାଟା ୩୨ଲକ୍ଷ ଟଙ୍କାରେ […]

pak
ସତ ମାନୁନି ପାକିସ୍ତାନ

ନୂଆଦିଲ୍ଲୀ :  ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ ପରେ ମିଛ ପରେ ମିଛ କହି ଚାଲିଛି ପାକିସ୍ତାନ। ପକ୍କା ପ୍ରମାଣ ଥାଇ ବି ପଦାରେ ପଡିଯିବା ଭୟରେ ସତ ମାନୁନି ପାକିସ୍ତାନ। ଲଢୁଆ ବିମାନ ଏଫ୍‌-୧୬କୁ ଭାରତ ବିରୋଧରେ ବ୍ୟବହାର କରିଥିବାର ବଳିଷ୍ଠ ପ୍ରମାଣ ଥିଲେ ବି ଏହାକୁ ମାନିବାକୁ ନାରାଜ ଇସଲାମାବାଦ୍। ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ ସଫଳ ହୋଇଛି, ହେଲେ ସତ ପଦାକୁ ଆସିଯିବା ଭୟରେ ସେଠାକୁ କୌଣସି ଗଣମାଧ୍ୟମକୁ ପାକିସ୍ତାନ ଛାଡୁନି ବୋଲି ଆଜି ଏକ […]

sridevi
ଆଜି ସଂଧ୍ୟାରେ ମୁମ୍ବାଇରେ ପହଞ୍ଚିବ ଅଭିନେତ୍ରୀ ଶ୍ରୀଦେବୀଙ୍କ ମରଶରୀର 

ବଲିଉଡ଼ ନାୟିକା ଶ୍ରୀଦେବୀଙ୍କର ମୃତ୍ୟୁରେ ସମସ୍ତ ସିନେପ୍ରେମୀ ମର୍ମାହତ। ଦୁବାଇରୁ ତାଙ୍କର ମର ଶରୀର ଆସିବାକୁ ନେଇ ସମସ୍ତେ ଅନେଇ ବସିଛନ୍ତି। ମିଳିଥିବା ଖବର ଅନୁଯାୟୀ,ଆଜି ସଂଧ୍ୟାରେ ମୁମ୍ବାଇରେ ପହଞ୍ଚିବ ଅଭିନେତ୍ରୀ ଶ୍ରୀଦେବୀଙ୍କ ମରଶରୀର। ଦୁବାଇରେ ଶ୍ରୀଦେବୀଙ୍କ ମୃତଦେହ ବ୍ୟବଚ୍ଛେଦ ସରିଥିବା ବେଳେ ଆଇନଗତ ଓ ଅନ୍ୟାନ୍ୟ ପ୍ରକ୍ରିୟା ଯୋଗୁଁ ମରଶରୀର ଦୁବାଇରୁ ଆଣିବା ବିଳମ୍ବ ହେଉଛି। ଲାବ୍ ରିପୋର୍ଟ ଏବଂ ଦୁବାଇ ପୋଲିସର ତଦନ୍ତ ରିପୋର୍ଟ ଦିଆଯାଇନଥିବାରୁ ମରଶରୀର ଆସିପାରିନାହିଁ। ଶ୍ରୀଦେବୀଙ୍କ ମରଶରୀର ଭାରତକୁ ଯଥାଶୀଘ୍ର […]

manohar parikar
ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ଗୋଆ ମୁଖ୍ୟମନ୍ତ୍ରୀ ପାରିକର ହସ୍ପିଟାଲରେ ଭର୍ତ୍ତି; ସ୍ୱାସ୍ଥ୍ୟାବସ୍ଥା ସ୍ଥିର

ପାନାଜୀ: ପୁଣିଥରେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କୁ ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡିହାଇଡ୍ରେସନ ଓ କମ୍ ରକ୍ତ ଚାପ ଜନିତ ସମସ୍ୟା ନେଇ ରବିବାର ଦିନ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ବୟାନ ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କ ଡ଼ିହାଇଡ଼୍ରେସନ ଥିଲା ଓ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାଲାଗି ଉପଦେଶ ଦିଆଯାଇଥିଲା। ବର୍ତ୍ତମାନ ତାଙ୍କସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି। ସୂଚନାଥାଉ କି, ଫେବୃଆରୀ ୧୫ରେ କିଛି ସ୍ୱାସ୍ଥ୍ୟଗତ ସମସ୍ୟା […]

ddd
ଭାବା ଆଣବିକ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ହେଲେ ଓଡ଼ିଆ ବୈଜ୍ଞାନିକ

ନୂଆଦିଲ୍ଲୀ : ଓଡ଼ିଆ ବୈଜ୍ଞାନିକ ଡକ୍ଟର ଅଜିତ୍‌ କୁମାର ମହାନ୍ତିଙ୍କୁ ସମ୍ମାନଜନକ ଭାବା ଆଣବିକ ଗବେଷଣା କେନ୍ଦ୍ରର ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ଡକ୍ଟର ମହାନ୍ତିଙ୍କ ନିଯୁକ୍ତି ନେଇ ନିଯୁକ୍ତ ସଂକ୍ରାନ୍ତୀୟ କ୍ୟାବିନେଟ କମିଟି ଏହି ନିଷ୍ପତ୍ତି ନେଇଛି। ଅଜିତ୍‌ ମହାନ୍ତି ତିନି ବର୍ଷ ପାଇଁ ମୁମ୍ବାଇ ସ୍ଥିତ ଏହି ଗବେଷଣା କେନ୍ଦ୍ରର ଦାୟିତ୍ୱରେ ରହିବେ। ସେ ଏବେ ଭାବା ଆଣବିକ ଗବେଷଣା କେନ୍ଦ୍ର ଫିଜିକ୍ସ ବିଭାଗ ଓ କୋଲକାତା ସ୍ଥିତ ସାହା ଇନଷ୍ଟିଟ୍ୟୁଟ୍‌ ଅଫ୍‌ […]

pm modi
ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଜ୍ଞାନ ଉପରେ ଗୁରୁତ୍ୱାରୋପ

ନୂଆଦିଲ୍ଲୀ: ଆଜି ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜ୍ଞାନ ଉପରେ ଗୁରୁତ୍ୱାରୋପ କରିଛନ୍ତି।  ଆଜି ଜାତୀୟ ବିଜ୍ଞାନ ଦିବସ ହୋଇଥିବାରୁ ମୋଦି କହିଛନ୍ତି, ମାନବ ସମାଜର ମଙ୍ଗଳ ପାଇଁ ବିଜ୍ଞାନର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ଯୁବପୀଢ଼ି ସତ୍ୟ ଓ ଜ୍ଞାନର ଅନ୍ୱେଷଣରେ ପ୍ରେରିତ ହୁଅନ୍ତୁ।  ଯୁବ ପୀଢ଼ି ବିଜ୍ଞାନର ସହାୟତାରେ ସମାଜର ସେବା କରିପାରିବେ। ମୋଦି ଆହୁରି ମଧ୍ୟ କହିଛନ୍ତି, ଡିଜାଷ୍ଟର ମ୍ୟାନେଜମେଣ୍ଟରେ ଭାରତ ପଡ଼ୋଶୀଙ୍କୁ ସହଯୋଗ କରୁଛି।  ଗୋବର ଓ ଆବର୍ଜନାର […]

sridevi
ଆଖିବୁଜିଲେ ବଲିଉଡ଼ ଅଭିନେତ୍ରୀ ଶ୍ରୀଦେବୀ

ମୁମ୍ବାଇ: ବଲିଓଡର ଖ୍ୟାତନାମା ଅଭିନେତ୍ରୀ ଶ୍ରୀଦେବୀଙ୍କ ପରଲୋକ ଶନିବାର ଦୁବାଇ ଠାରେ ହୋଇଥିବାର ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୪ ବର୍ଷ ବୟସ ହୋଇଥିଲା। ଦୁବାଇ ଠାରେ ଜଣେ ସମ୍ପର୍କୀୟଙ୍କ ବିବାହରେ ଯୋଗଦାନ ସମୟରେ ଏଭଳି ଏକ ଦୁଃଖଦାୟକ ଘଟଣା ଘଟିଥିଲା। ଶ୍ରୀଦେବୀଙ୍କ ସହ ବିବାହ ପାର୍ଟିରେ ସ୍ୱାମୀ ବୋନି କପୁର ଏବଂ ଝିଅ ଘୁସି ମଧ୍ୟ ଥିଲେ। ସେଠାରେ ହଠାତ୍ ତାଙ୍କ ହୃଦଘାତ ହୋଇଥିଲା ପରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ […]

supreme
ଅଯୋଧ୍ୟା ବିବାଦ ମାମଲା : ରାୟ ସଂରକ୍ଷିତ ରଖିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ : ଅଯୋଧ୍ୟା ବିବାଦର ସମାଧାନ ପାଇଁ କୋର୍ଟଙ୍କ ଦ୍ୱାରା ମଧ୍ୟସ୍ଥି ନିଯୁକ୍ତ କରାଯିବ କି ନାହିଁ ସେ ସଂପର୍କିତ ଶୁଣାଣି ପରେ ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ। ସେହପରି ଯଦି ଆଲୋଚନା ପାଇଁ ମଧ୍ୟସ୍ଥି ନିଯୁକ୍ତ କରାଯାଏ, ଆପୋଷ ବୁଝାମଣାକୁ କୋର୍ଟ ନିଜେ ତତ୍ତ୍ୱାବଧାନ କରିବେ କି ନାହିଁ, ତା ଉପରେ ବି ରାୟ ସଂରକ୍ଷିତ ରଖିଛନ୍ତି। ଆଜି ଏହି ମାମଲାର ଶୁଣାଣି ହୋଇଥିଲା। ହିନ୍ଦୁ ମହାସଭା, ଆପୋଷ ବୁଝାମଣାକୁ ବିରୋଧ କରୁଥିବା ବେଳେ ଅପରପକ୍ଷ […]

radio-1
ରେଡ଼ିଓ ଲାଇଭ୍‌ ସୋ’ କରୁଥିବା ବେଳେ ସନ୍ତାନ ଜନ୍ମ ଦେଲେ RJ : ଶ୍ରୋତାଙ୍କ ସହ ବାଣ୍ଟିଲେ ମାଆ ହେବାର ଅନୁଭୂତି  

ଦୁନିଆରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ନିଜର କର୍ତ୍ତବ୍ୟ ଆଗରେ ବ୍ୟକ୍ତିଗତ କାମକୁ ବି ପଛ କରିଦେଇଥାଆନ୍ତି। ସେଇଥି ପାଇଁ ସେମାନେ ପ୍ରଶଂସା ପାଇବା ସହ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଥାଆନ୍ତି। ଏମିତି ଏକ ଘଟଣା ସାମନାକୁ ଆସିଛି। ଆମେରିକା ସେଣ୍ଟଲୁଇସ୍‌ସ୍ଥିତ ‘ଦ ଆର୍କ’ ରେଡ଼ିଓ ଷ୍ଟେସନର ସଂଚାଳିକା ଲାଇଭ୍ ସୋ’ବେଳେ ଏକ ସନ୍ତାନକୁ ଜନ୍ମ ଦେଇଥିଲେ। ଗଭୀର ପ୍ରସବ ଯନ୍ତ୍ରଣା ସତ୍ତ୍ୱେ, ସେ ନିଜର ରେଡ଼ିଓ କାର୍ଯ୍ୟକ୍ରମକୁ ଚାଲୁ ରଖିଥିଲେ। ଆଉ ଏହି ଖବର […]