• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Sultan Azlan Shah Cup
ସୁଲତାନ ଆଜଲାନ୍ ଶାହ ହକି: ମାଲେସିଆକୁ ହରାଇଲା ଭାରତ

ଇପୋ: ସୁଲତାନ ଆଜଲାନ୍ ଶାହ ହକିରେ ଭାରତ। ୫-୧ ଗୋଲରେ ଆୟୋଜକ ମାଲେସିଆକୁ ପରାସ୍ତ କରିଛି।  ଆରମ୍ଭରୁ ହିଁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା ଭାରତଅ। ଦଶମ ମିନିଟରେ ପ୍ରଥମ ଗୋଲ୍ ଦେଇଥିଲେ ଓଡ଼ିଆ ଖେଳାଳି ଶିଳାନନ୍ଦ ଲାକ୍ରା। ଏହାପରେ ଗୁରଜନ୍ତ ସିଂ ଦୁଇଟି, ସୁମିତ୍ କୁମାର ଓ ରମଣଦୀପ ସିଂହ ଗୋଟିଏ ଲେଖାଏଁ ଗୋଲ୍ ସ୍କୋର କରିଥିଲେ। ଟୁର୍ଣ୍ଣାମେଣ୍ଟର ଭାରତର ଏହା ପ୍ରଥମ ବିଜୟ। ଏହି ବିଜୟ ସହ ଭାରତର ଫାଇନାଲ୍ ଖେଳିବା ଆଶା ଉଜ୍ଜୀବିତ […]

nidahas trophy
ନିଦାହାସ୍ ଟି-ଟ୍ୱେଣ୍ଟି: ଆଜି ଭାରତ-ବାଂଲଦେଶ ମଧ୍ୟରେ ଟକ୍କର

ନୂଆଦିଲ୍ଲୀ: ନିଦାହାସ୍ ଟି-ଟ୍ୱେଣ୍ଟି ତ୍ରିକୋଣୀୟ ସିରିଜରେ ଆଜି ଭାରତ-ବାଂଲଦେଶ ମଧ୍ୟରେ ଟକ୍କର ହେବ। ଟୁର୍ଣ୍ଣାମେଣ୍ଟରେ ଭାରତକୁ ଫେଭରିଟ୍ ମନେ କରାଯାଉଛି କିନ୍ତୁ ପ୍ରଥମ ମ୍ୟାଚ୍ ଆୟୋଜକ ଶ୍ରୀଲଙ୍କାଠାରୁ ୫ ଓ୍ୱିକେଟରେ ପରାସ୍ତ ହେବା ପରେ ଦଳ ଚାପରେ ଅଛି। ତେଣୁ ଆଜିର ମ୍ୟାଚ୍ ଜିତି ସିରିଜରେ ପ୍ରତ୍ୟାବର୍ତ୍ତନ ଉଦ୍ୟମ କରିବ ଟିମ୍ ଇଣ୍ଡିଆ। ଉଭୟ ଦଳ ୫ ଥର ମୁହାଁମୁହିଁ ହୋଇଥିବା ବେଳେ ସବୁ ମ୍ୟାଚ୍ ଭାରତ ଜିତିଛି। ତେବେ ପ୍ରଥମ ମ୍ୟାଚ୍  ହାରିଥିବା ଭାରତ ଅପେକ୍ଷାକୃତ […]

7th pay commission
କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଲାଗି ଖୁସି ଖବର, ବଢ଼ିବ ମହଙ୍ଗା ଭତ୍ତା!

ନୂଆଦିଲ୍ଲୀ:  କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଲାଗି ଖୁସି ଖବର। ବଢ଼ିବ ମହଙ୍ଗା ଭତ୍ତା। ୨% ମହଙ୍ଗା ଭତ୍ତା ବୃଦ୍ଧିକୁ କେନ୍ଦ୍ର କ୍ୟାବିନେଟରେ ମଂଜୁରୀ ମିଳିଛି। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଜାନୁଆରୀ ପହିଲାରୁ ପିଛିଲା ଭାବେ ଲାଗୁହେବ। ଏହା ଫଳରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୭%କୁ ବୃଦ୍ଧି ପାଇଛି।

chandrababu naidu
ଏନଡିଏ ମେଣ୍ଟରୁ ଓହରିଲା ତେଲୁଗୁ ଦେଶମ ପାର୍ଟି

ନୂଆଦିଲ୍ଲୀ: କେନ୍ଦ୍ରରେ କ୍ଷମତାସୀନ ଏନଡିଏ ମେଣ୍ଟରୁ ଓହରିଲା ତେଲୁଗୁ ଦେଶମ ପାର୍ଟି। ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାରେ କେନ୍ଦ୍ର ସରକାରଙ୍କ ଉଦାସୀନତା ପ୍ରତିବାଦରେ ଏଭଳି ନିଷ୍ପତ୍ତି ନେଇଛନ୍ତି ଟିଡିପି ମୁଖ୍ୟ ତଥା ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ। କେନ୍ଦ୍ର ସରକାରରେ ଥିବା ପାର୍ଟିର ଦୁଇ ମନ୍ତ୍ରୀ ଅଶୋକ ଗଜପତି ରାଜୁ ଓ ଓ୍ୱାଇ. ଏସ୍ ଚୌଧୁରୀ ଆଜି ଇସ୍ତଫା ଦେବେ। ଅଶୋକ ଗଜପତି କେନ୍ଦ୍ରରେ ବେସାମରିକ ବିମାନ ଉଡ୍ଡୟନ ମନ୍ତ୍ରୀ ଓ ଓ୍ୱାଇ. […]

seria
ସାହାଯ୍ୟ ପାଇଁ ସିରିଆରେ ପହଞ୍ଚିଲେ ଭାରତୀୟ ଶିଖ୍‌

ଗତ କିଛିଦିନ ଧରି ସୋସିଆଲ୍ ମିଡ଼ିଆରେ ସିରିଆ ସଙ୍କଟର ଖୁବ୍ ଚର୍ଚ୍ଚା। ଭାରତ ସହ ବିଶ୍ୱର ସବୁ ଦେଶର ଲୋକେ ସୋସିଆଲ୍ ମିଡ଼ିଆରେ ସିରିଆ ସହ ସଂପୃକ୍ତ ଫଟୋ ଓ ଭିଡ଼ିଓ ଶେୟାର କରି ସେଠାର ଲୋକଙ୍କ ପ୍ରତି ସମବେଦନା ଜଣାଉଛନ୍ତି। ଏମିତି କିଛି ଫଟୋ ଏବେ ଭାଇରାଲ୍ ହେଉଛି। ଯେଉଁଥିରେ ଶିଖ୍ ସଂପ୍ରଦାୟର କିଛି ଲୋକ ସିରିଆର ନାଗରିକଙ୍କୁ ସାହାଯ୍ୟ କରୁଥିବାର ନଜର ଆସିଛନ୍ତି। ବାସ୍ତବିକ୍‌ ଏହି ସବୁ ଭଲାଣ୍ଟିୟର୍ସ ‘ଖାଲସା ଏଡ୍’ ସଂସ୍ଥା ସହ […]

pawan singh
ଦ୍ୱିତୀୟ ବିବାହ କରିବେ ଭୋଜପୁରୀ ସୁପରଷ୍ଟାର

ଭୋଜପୁରୀ ଫିଲ୍ମର ସୁପରଷ୍ଟାର ପବନ ସିଂହ ଏବେ ପୁଣି ଚର୍ଚ୍ଚାରେ। ସେ ଦ୍ୱିତୀୟ ବିବାହ କରୁଛନ୍ତି ବୋଲି ଚାରିଆଡେ ଆଲୋଚନା। ଉତ୍ତର-ପ୍ରଦେଶର ବଲିୟାରେ ରହୁଥିବା ଜ୍ୟୋତି ସିଂହ ସାଜିବେ ତାଙ୍କ ନବବଧୂ। ପ୍ରେମିକାରୁ ହେବେ ପତ୍ନୀ। ଏଥିପାଇଁ ଜୋରସୋର୍‌ରେ ବିବାହର ପ୍ରସ୍ତୁତି କାର୍ଯ୍ୟକ୍ରମ ଚାଲିଛି। ‌ଏହି ବିବାହକୁ ଯଥାସମ୍ଭବ ଗୋପନ ରଖିବାକୁ ଚେଷ୍ଟା କରାଯାଇଥିଲା। କିନ୍ତୁ ଏ ଖବର ହାଟରେ ପଡ଼ି ବାଟରେ ଗଡୁଛି। ଆଜି ବଲିୟାସ୍ଥିତ ଶଙ୍କର ହୋଟେଲ୍‌ରେ ପବନଙ୍କ ସହ ଜ୍ୟୋତିଙ୍କର ବାହାଘର ହେଉଛି। […]

bjp0
ଆଜି ଘୋଷଣା ହୋଇପାରେ ବିଜେପିର ପ୍ରାର୍ଥୀ ତାଲିକା

ନୂଆଦିଲ୍ଲୀ : ଆଜି ଘୋଷଣା ହୋଇପାରେ ବିଜେପିର ପ୍ରାର୍ଥୀ ତାଲିକା।  ଗତକାଲି ବିଳମ୍ବିତ ରାତି ଯାଏ ଓଡ଼ିଶା ସମେତ ୧୦ରାଜ୍ୟରେ ପ୍ରାର୍ଥୀଙ୍କ ନାଁ ଚୟନ ନେଇ ଦିଲ୍ଲୀ ଦଳୀୟ ମୁଖ୍ୟାଳୟରେ କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ ହୋଇଥିଲା। ଆଶାୟୀଙ୍କ ନାଁକୁ ନେଇ ଏହି ବୈଠକରେ ବିସ୍ତୃତ ଆଲୋଚନା କରାଯାଇଛି।  ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, ଅରୁଣ ଜେଟଲୀ, ରାଜନାଥ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ସିଇସି ବୈଠକରେ ଓଡ଼ିଶା […]

rohit
ଆଇପିଏଲରେ ମୁମ୍ବାଇ ପାଇଁ ଓପନିଂ କରିବେ ରୋହିତ ଶର୍ମା

ମୁମ୍ବାଇ: ଆଇପିଏଲରେ ମୁମ୍ବାଇ ପାଇଁ ଓପନିଂ ସବୁଠାରୁ ବଡ଼ ସମସ୍ୟା ରହିଆସିଛି। କିନ୍ତୁ ଏଥର ଦଳର ଅଧିନାୟକ ରୋହିତ ଶର୍ମା ଏହି ସମସ୍ୟାକୁ ଦୂର କରିଛନ୍ତି। ଚଳିତ ସଂସ୍କରଣରେ ରୋହିତ ନିଜେ ଦଳ ପାଇଁ ଇନିଂସ୍ ଓପନ କରିବେ। ଏହା ଖୋଦ୍ ରୋହିତ ସ୍ପଷ୍ଟ କରିଛନ୍ତି। ଏହା ପୂର୍ବରୁ ରୋହିତ ଅଧିକାଂଶ ସମୟରେ ମୁମ୍ବାଇ ପକ୍ଷରୁ ମଧ୍ୟକ୍ରମରେ ବ୍ୟାଟିଂ କରିଆସୁଥିଲେ। ଗତ ସଂସ୍କରଣରେ ସେ ଦୁଇଟି ମ୍ୟାଚରେ ଇନିଂସ ଓପନ କରିବା ପରେ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ। କିନ୍ତୁ ଏହି ସିଜନ୍ […]

collapse
ନିର୍ମାଣାଧୀନ କୋଠା ଭୁଶୁଡ଼ି ୨ ବ୍ୟକ୍ତିଙ୍କ ମୃତ୍ୟୁ

ବେଙ୍ଗାଲୁରୁ : କର୍ଣ୍ଣାଟକାର ଧାରୱାଡରେ ଥିବା ଏକ ନିର୍ମାଣାଧୀନ କୋଠା ଭୁଶୁଡ଼ି ପଡ଼ିବାରୁ ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ୧୫ ଜଣ ଗୁରୁତର ଆହତ ହୋଇଥିବା ବେଳେ ଧ୍ୱଂସାବଶେଷ ତଳେ ଏବେ ୪୦ ଜଣ ଫସି ରହିଥିବା ଆଶଙ୍କା କରାଯାଉଛି। ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ପୁଲିସ୍‌ ନିୟୋଜିତ ହୋଇଛନ୍ତି। ଘଟଣାସ୍ଥଳରେ ୨୦ଟି ଆମ୍ବୁଲାନ୍ସ ରଖାଯାଇଛି। ଆଜି ମଧ୍ୟାହ୍ନରେ ଧାରୱାଡର କୁମାରେଶ୍ୱର ନଗରଠାରେ ଥିବା ଏକ ନିର୍ମାଣାଧୀନ କୋଠା ଭୁଶୁଡ଼ି ପଡ଼ିଥିଲା। କୋଠାଟି ଭୁଶୁଡ଼ିବା […]

p c ghosh
ଦେଶର ପ୍ରଥମ ଲୋକପାଳ ହେଲେ ଜଷ୍ଟିସ ପିନାକୀ ଚନ୍ଦ୍ର ଘୋଷ

ନୂଆଦିଲ୍ଲୀ : ଦେଶର ପ୍ରଥମ ଲୋକପାଳ ହେଲେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ପିନାକୀ ଚନ୍ଦ୍ର ଘୋଷ। ତାଙ୍କ ନିଯୁକ୍ତି ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟି ଜଷ୍ଟିସ ଘୋଷଙ୍କୁ ଲୋକପାଳ ପାଇଁ ମନୋନୀତ କରିଥିଲା। ଲୋକପାଳରେ ଅନ୍ୟ ୮ ସଦସ୍ୟଙ୍କ ନାଁ ମଧ୍ୟ ଘୋଷଣା ହୋଇଛି। ସେମାନଙ୍କ ମଧ୍ୟରୁ ୪ ଜଣ  ନ୍ୟାୟିକ ସଦସ୍ୟ ଅଛନ୍ତି। ସେମାନେ ହେଲେ ଜଷ୍ଟିସ ଦିଲୀପ ବି. ଭୋସଲେ, ଜଷ୍ଟିସ […]

Yediyurappa
କର୍ଣ୍ଣାଟକ ରାଜନୀତିରେ ହେଲାଣି କି କନ୍ଦଳ? ଆଜି ମୋଦିଙ୍କୁ ଭେଟିବେ ୟେଦିୟୁରପ୍ପା

ମୋଦିଙ୍କୁ ଭେଟିବା ପରେ ସେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡାଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ୟେଦିୟୁରପ୍ପାଙ୍କ ମିଡିଆ ଟିମରୁ ଜଣେ କହିଛନ୍ତି। ରାଜ୍ୟ ବିଜେପିରେ ୟେଦିୟୁରପ୍ପାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ବାହାର କରିବା ଦାବି ଜୋର୍ ଧରୁଥିବାବେଳେ ୟେଦିୟୁରପ୍ପା ଦିଲ୍ଲୀ ଯାତ୍ରା କରିଛନ୍ତି। ଯଦିଓ କିଛି କେନ୍ଦ୍ରୀୟ ନେତା ୟେଦିୟୁରପ୍ପା ମୁଖ୍ୟମନ୍ତ୍ରୀ ପଦରେ ବଜାୟ ରହିବେ ବୋଲି କହିଛନ୍ତି।

rajnikanta
ରାଜନୀତିରେ ତାମିଲ ସୁପରଷ୍ଟାର : ସାଧାରଣ ସଭାକୁ ପ୍ରଥମ ଥର ସମ୍ବୋଧିତ କଲେ ରଜନୀକାନ୍ତ

ଚେନ୍ନାଇ : ରାଜନୀତିରେ ପାଦ ଥାପିବା ପରେ ପ୍ରଥମ ଥର ପାଇଁ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି ତାମିଲ ସୁପରଷ୍ଟାର ରଜନୀକାନ୍ତ। କହିଛନ୍ତି, ଦକ୍ଷିଣ ଭାରତୀୟ ରାଜନୀତିରେ ବର୍ତ୍ତମାନ କୌଣସି ନେତା ନାହାନ୍ତି। ଜୟଲଳିତାଙ୍କ ମୃତ୍ୟୁ ହୋଇସାରିଛି। ଡିଏମକେ ମୁଖ୍ୟ କରୁଣାନିଧି ଅସୁସ୍ଥ ଅଛନ୍ତି। ତେଣୁ ଦକ୍ଷିଣ ଭାରତୀୟ ରାଜନୀତିରେ ବଡ଼ ଶୂନ୍ୟସ୍ଥାନ ଦେଖିବାକୁ ମିଳିଛି। ଆଉ ଏହାକୁ ପୂରଣ କରିବା ତାଙ୍କର ଏକମାତ୍ର ଲକ୍ଷ୍ୟ। ରଜନୀକାନ୍ତ ଆହୁରି ମଧ୍ୟ କହିଛନ୍ତି, ଅନ୍‌ସ୍କ୍ରିନ୍ ଓ ଅଫ୍‌ସ୍କ୍ରିନ୍‌ରେ ଏମଜିଆର […]

pnb fraud
ପିଏନବି ଦୁର୍ନୀତି ମାମଲା: ଆଇସିଆଇସିଆଇ ଓ ଆକ୍ସିସ ବ୍ୟାଙ୍କର ମୁଖ୍ୟଙ୍କୁ ସମନ

ନୂଆଦିଲ୍ଲୀ: ପିଏନବିରେ ହୋଇଥିବା ପାଖାପାଖି୧୩ ହଜାର କୋଟି ଟଙ୍କାର ମହା ଦୁର୍ନୀତି ମାମଲାକୁ ନେଇ ଆଇସିଆଇସିଆଇ ବ୍ୟାଙ୍କର ସିଇଓ ତଥା ଏମଡି ଚନ୍ଦା କୋଚର ଏବଂ ଆକ୍ସିସ ବ୍ୟାଙ୍କ ମୁଖ୍ୟ ଶିଖା ଶର୍ମାଙ୍କୁ ଆଣ୍ଟି ଫ୍ରଡ୍ ଏଜେନ୍ସି, ଏସଏଫଆଇଓ(ସିରିୟସ ଫ୍ରଡ ଇନଭେଷ୍ଟିଗେସନ୍ ଅଫିସ) ଆଜି ସମନ ଜାରି କରିଛି। କୋଚର ଓ ଶର୍ମାଙ୍କୁ ଏସଏଫଆଇଓର ମୁମ୍ବାଇ ସ୍ଥିତ କାର୍ଯ୍ୟାଳୟରେ ହାଜର  ହେବାପାଇଁ କୁହାଯାଇଛି। ତେବେ ବ୍ୟାଙ୍କର ଏହି ବରିଷ୍ଠ ଅଧିକାରୀଙ୍କୁ ଅଭିଯୁକ୍ତ ଭାବରେ ନୁହେଁ ବରଂ ପଚରାଉଚୁରା […]

moidi
ଚର୍ଚ୍ଚାରେ ବିଜେପିର ‘ମେଁ ଭି ଚୌକିଦାର’ କ୍ୟାମ୍ପେନ

ନୂଆଦିଲ୍ଲୀ : ୧୯ ଲୋକସଭା ନିର୍ବାଚନରେ ବିଜୟ ସହ ପୁଣି ଥରେ ଦିଲ୍ଲୀ ଗାଦି ଦଖଲ ପାଇଁ ଆକ୍ସନ ମୁଡ୍‌ରେ ବିଜେପି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ମେଁ ଭି ଚୌକିଦାର’ କ୍ୟାମ୍ପେନକୁ ଏବେ ଅଧିକ ଲୋକପ୍ରିୟ କରିବା ପାଇଁ ପ୍ରସ୍ତୁତ ହେଉଛି ବିଜେପି। ଘରେ ଘରେ ପ୍ରଧାନମନ୍ତ୍ରୀଙ୍କ କଥାକୁ ପହଞ୍ଚାଇବା ପାଇଁ ବିଜେପି ରଣନୀତି ପ୍ରସ୍ତୁତ କରିଛି। ଆସନ୍ତା ୩୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ କାର୍ଯ୍ୟକ୍ରମ ଜରିଆରେ ଜନତାଙ୍କୁ ସମ୍ବୋଧିତ […]