• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

IPL
UAEରେ ଖେଳାଯିବ IPL ୨୦୨୧; ଅକ୍ଟୋବର ୧୦ରେ ଫାଇନାଲ ମ୍ୟାଚ୍‌, ଜାଣନ୍ତୁ କେବେ ହେବ ଆରମ୍ଭ..

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଫ୍ୟାନ୍‌ମାନଙ୍କ ପାଇଁ ଆସିଲା ଖୁସି ଖବର । ଆଇପିଏଲ୍ ୨୦୨୧ର ଅବଶିଷ୍ଟ ମ୍ୟାଚ୍ ୟୁଏଇରେ ଆୟୋଜନ କରାଯିବ । ଏହା ପୂର୍ବରୁ ଇଂଲଣ୍ଡରେ ଏହାର ଆୟୋଜନ କରାଯିବା ନେଇ ଚର୍ଚ୍ଚା ହେଉଥିଲା । କିନ୍ତୁ ଏବେ ୟୁଏଇରେ ଆଇପିଏଲ ୨୦୨୧ର ଅବଶିଷ୍ଟ ମ୍ୟାଚ୍‌ ଖେଳାଯିବା ନେଇ ସ୍ଥିର ହୋଇ ସାରିଛି । ସ୍ପୋର୍ଟସ୍ ଟୁଡେ ଦାବି କରିଛି ଯେ ଆଇପିଏଲ୍ ୨୦୨୧ର ଅବଶିଷ୍ଟ ମ୍ୟାଚ୍‌ ସେପ୍ଟେମ୍ବର ୧୯ କିମ୍ବା ୨୦ରୁ ଆରମ୍ଭ […]

Pamolin Oil
ଖୁସିଖବର ! ଏହି ତିନୋଟି ଉପାୟରେ କମିବ ଖାଇବା ତେଲ ଦର..

ନୂଆଦିଲ୍ଲୀ: ସୋରିଷ ତେଲ ଏବଂ ରିଫାଇନ୍‌ ତେଲର ଦର ନିୟନ୍ତ୍ରଣ ବାହାରେ । ତେଣୁ ସର୍ବଭାରତୀୟ ଖାଇବା ତେଲ ବ୍ୟବସାୟୀ ସଂଘ ଏହାକୁ ନେଇ ଚିନ୍ତା ପ୍ରକଟ କରିଥିବା ବେଳେ କେନ୍ଦ୍ର ସରକାରଙ୍କୁ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଏକ ଚିଠି ଲେଖିଥିଲା । ଫଳରେ ୨୪ ମେ’ରେ କେନ୍ଦ୍ର ସରକାରଙ୍କ ସମ୍ପୃକ୍ତ ବିଭାଗ ପକ୍ଷରୁ ଏକ ବୈଠକ ଡକାଯାଇଥିଲା । ବୈଠକରେ ମହାସଂଘ ସହିତ ତେଲ ବ୍ୟବସାୟୀମାନେ ମଧ୍ୟ ସାମିଲ ହୋଇଥିଲେ । ଏହି ବୈଠକରେ […]

Toolkit
ଟୁଲ୍‌କିଟ୍ ମାମଲା: ଅଭିଯୋଗ କରିଥିବା ଦୁଇ କଂଗ୍ରେସ ନେତାଙ୍କୁ ନୋଟିସ ଜାରି କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ଟୁଲ୍‌କିଟ୍ ମାମଲାକୁ ନେଇ ଦିଲ୍ଲୀ ପୋଲିସ ନିଜର ତଦନ୍ତ ଜାରି ରଖିଛି । ଏହି କ୍ରମରେ ସୋମବାର ଟ୍ୱିଟର କାର୍ଯ୍ୟାଳୟକୁ ଯିବା ପରେ ଦିଲ୍ଲୀ ପୋଲିସ ଦୁଇ ଜଣ କଂଗ୍ରେସ ନେତାଙ୍କୁ ନୋଟିସ ପଠାଇଛି । ଯେଉଁମାନେ ଏହି ଘଟଣାରେ ବିଜେପି ନେତା ସମ୍ବିତ ପାତ୍ରଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରି ମାମଲା ରୁଜୁ କରିଥିଲେ । ସେମାନଙ୍କୁ ପୋଲିସ ନୋଟିସ ପଠାଇବା ସହ ତଦନ୍ତରେ ସହଯୋଗ କରିବାକୁ କହିଛି । ସୂଚନାନୁସାରେ ସୋମବାର ଦିଲ୍ଲୀ […]

Capture
ଦେଶର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଗିରଫ କଲା ସେନା..

ବମାକୋ: ଦେଶରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସବୁଠାରୁ ଅଧିକ କ୍ଷମତାଶାଳି କୁହାଯାଏ । ହେଲେ ଏଠାରେ ତାଙ୍କୁ ଗିରଫ କରାଯାଉଛି । ଏମିତି ଘଟଣା ଘଟିଛି ମାଲିରେ । ଆଫ୍ରିକୀୟ ଦେଶ ମାଲିରେ ସୈନିକମାନେ ବିଦ୍ରୋହ ଆରମ୍ଭ କରିଦେଇଛନ୍ତି । ସେମାନେ ଦେଶର ବିଦାୟୀ ରାଷ୍ଟ୍ରପତି ବାହା ଏନ୍ ଦାଓ ଏବଂ ପ୍ରଧାନମନ୍ତ୍ରୀ ମୋକ୍ଟାର ଓଆନେଙ୍କୁ ସୋମବାର ଗିରଫ କରିଦେଇଛନ୍ତି । ଖବର ଅନୁଯାୟୀ, ଏହି ଗିରଫ ପୂର୍ବରୁ ସରକାରରେ ପରିବର୍ତ୍ତନ କରି ସେନା ବାହିନୀର ଦୁଇ […]

Randeep Guleria
ବ୍ଲାକ୍‌ ଫଙ୍ଗସ୍‌ ଛୁଆଁ ରୋଗ ନୁହେଁ, ଏହା ଶରୀରର ସ୍ଥାନ ଅନୁସାରେ ରଙ୍ଗ ବଦଳାଇଥାଏ: ଗୁଲେରିଆ

ନୂଆଦିଲ୍ଲୀ: ଗୋଟିଏ ପଟେ କରୋନା ମହାମାରୀ ସହ ଦେଶ ଲଢ଼ୁଥିବା ବେଳେ ବ୍ଲାକ୍‌ ଫଙ୍ଗସ୍‌ ଏବେ ଆଉ ଏକ ଚିନ୍ତାର କାରଣ ପାଳଟିଛି । ଏହି ବ୍ଲାକ୍ ଫଙ୍ଗସ୍‌ ଭିନ୍ନ ଭିନ୍ନ ରଙ୍ଗରେ ଦେଖିବାକୁ ମିଳୁଛି । କିଛି ରୋଗୀଙ୍କ କ୍ଷେତ୍ରରେ ଧଳା ତ କିଛି ରୋଗୀଙ୍କ କ୍ଷେତ୍ରରେ ଏହା ହଳଦିଆ ରଙ୍ଗରେ ଦେଖାଯାଇଛି । ଏନେଇ ସୋମବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରୁଥିବାବେଳେ ଏମ୍‌ସ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ କହିଛନ୍ତି ଯେ, […]

Anti body Cocktail
କରୋନା ଚିକିତ୍ସା ପାଇଁ ‘ଆଣ୍ଟିବଡି କକ୍‌ଟେଲ’, ଡୋଜ ପିଛା ୬୦ ହଜାର ଟଙ୍କା

ଦେଶର ଅଗ୍ରଣୀ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ରୋଚେ ଇଣ୍ଡିଆ ଏବଂ ସିପ୍ଲା‌ ସୋମବାର ଭାରତରେ ରୋଚେର ଆଣ୍ଟିବଡି କକଟେଲ୍‌ ଆଣିବେ ବୋଲି ମିଳିତ ଭାବେ ଘୋଷଣା କରିଛନ୍ତି । ଏହାର ଡୋଜ ପିଛା ୫୯,୭୫୦ ଟଙ୍କା ରହିବ । ଏହା କୋଭିଡ-୧୯ରେ ଆକ୍ରାନ୍ତ ହୋଇଥିବା ଗୁରୁତର ରୋଗୀଙ୍କ ଚିକିତ୍ସା ପାଇଁ ବେଶ ଉପଯୋଗୀ ।

Sputnik v
ଦୂର ହେବ ଟିକା ସମସ୍ୟା, ଭାରତରେ ହେଲା ସ୍ପୁଟ୍‌ନିକ୍‌-ଭି ଉତ୍ପାଦନ

ନୂଆଦିଲ୍ଲୀ: ସାରା ବିଶ୍ୱ କରୋନା ଦାଉରେ ଛଟପଟ ହେଉଥିବା ବେଳେ ଭାରତ ମଧ୍ୟ ଏଥିରୁ ବାଦ୍ ପଡ଼ିନି । ଭାରତରେ ଗତ କିଛି ଦିନ ହେବ ହାତ ଗଣତି କିଛି ରାଜ୍ୟରେ ସଂକ୍ରମଣ ହାର କମିଥିବା ବେଳେ ଅଧିକାଂଶ ରାଜ୍ୟରେ ଏବେ ବି ସଂକ୍ରମଣ ଶିଖର ଛୁଉଁଛି । ତେବେ ଏହାରି ଭିତରେ ଦେଶରେ ୧୯ କୋଟିରୁ ଅଧିକ ଲୋକଙ୍କୁ ଟିକାକରଣ ସରିଲାଣି । କିନ୍ତୁ କିଛି ରାଜ୍ୟରେ ଟିକା ଅଭାବ ହେତୁ ଟିକାକରଣ ପ୍ରକ୍ରିୟା ଧିମା […]

950611-vaccine
ଏଣିକି ଆଉ ଲୋଡ଼ା ନାହିଁ ଅନ୍‌ଲାଇନ୍‌ ରେଜିଷ୍ଟ୍ରେସନ, ସିଧାସଳଖ ଟିକାକରଣ

ନୂଆଦିଲ୍ଲୀ: କରୋନା ଟିକା ସମ୍ବନ୍ଧରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଏଣିକି ୧୮ ରୁ ୪୪ ବର୍ଷ ବ୍ୟକ୍ତି ବିନା ଅନଲାଇନ ରେଜିଷ୍ଟ୍ରେସନରେ ମଧ୍ୟ ନେଇପାରିବେ ଟିକା । ଲୋକମାନେ ଏବେ ଟୀକାକରଣ କେନ୍ଦ୍ରରେ ପଞ୍ଜୀକରଣ କରିପାରିବେ। ତେବେ ଏହି ସୁବିଧା ବର୍ତ୍ତମାନ କେବଳ ସରକାରୀ କେନ୍ଦ୍ରଗୁଡ଼ିକରେ ଉପଲବ୍ଧ ହେବ । ବେସରକାରୀ ଡାକ୍ତରଖାନାଗୁଡ଼ିକର କେନ୍ଦ୍ରଗୁଡ଼ିକରେ ଟିକା ନେବାକୁ ହେଲେ ଅନଲାଇନ୍ ରେଜିଷ୍ଟ୍ରେସନ୍ କରି ସ୍ଲଟ୍ ବୁକ୍ କରିବାକୁ ପଡିବ । […]

Brazil President Bolsonaro
କରୋନା ଗାଇଡ୍‌ଲାଇନ୍‌ ଉଲଂଘନ କଲେ ରାଷ୍ଟ୍ରପତି, ଦେବାକୁ ପଡ଼ିବ ଜୋରିମାନା

ବ୍ରାଜିଲ୍: କରୋନାକୁ ନେଇ ସବୁଠି ହାହାକାର । ଲୋକେ ଘରୁ ବାହାରିବାକୁ ବି ଡରୁଛନ୍ତି । ସରକାର ତଥା ବିଶେଷଜ୍ଞଙ୍କ ପକ୍ଷରୁ ଗୋଟିଏ ନୁହେଁ ଦୁଇ ଦୁଇଟି ମାସ୍କ ଏକା ସାଙ୍ଗରେ ପିନ୍ଧିବାକୁ କୁହାଯାଉଛି । ଏହାକୁ ଅନେକ ଲୋକ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି ମଧ୍ୟ । ହେଲେ ତଥାପି ସଂକ୍ରମଣ ସଂଖ୍ୟା ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଭ୍ୟାକ୍ସିନେସନ ଆରମ୍ଭ ହୋଇଥିଲେ ମଧ୍ୟ ସଂକ୍ରମଣ ଉପରେ ରୋକ ଲାଗିପାରୁ ନାହିଁ କିମ୍ବା ମୃତ୍ୟୁ ସଂଖ୍ୟା […]

Everest
ଏଭରେଷ୍ଟରେ ପହଞ୍ଚିଲାଣି କରୋନା, ୧୦୦ରୁ ଅଧିକ ପର୍ବତାରୋହୀ ଆକ୍ରାନ୍ତ

କାଠମାଣ୍ଡୁ: କରୋନା ଭାଇରସ୍ ପୃଥିବୀର ସର୍ବୋଚ୍ଚ ଶିଖର ଏଭରେଷ୍ଟରେ ମଧ୍ୟ ନିଜର କାୟା ବିସ୍ତାର କରିନେଇଛି । ଜଣେ ପର୍ବତାରୋହୀ ବିଶେଷଜ୍ଞଙ୍କ କହିବାନୁଯାୟୀ ଅତି କମରେ ୧୦୦ଜଣ ପର୍ବତାରୋହଣକାରୀ ଏବଂ ସହଯୋଗୀ କୋଭିଡ-୧୯ରେ ସଂକ୍ରମିତ ହୋଇସାରିଲେଣି। ଅନ୍ୟପଟେ ନେପାଳର ଅଧିକାରୀ ଏହାକୁ ଖଣ୍ଡନ କରିଛନ୍ତି । ଗତ ସପ୍ତାହରେ ଅଷ୍ଟ୍ରିଆର ଲୁକାସ ଫାର୍ଟନବାକ୍ ଏକମାତ୍ର ପର୍ବତାରୋହୀ ଥିଲେ ଯିଏ ନିଜର ଏଭରେଷ୍ଟ ଅଭିଯାନକୁ ରଦ୍ଦ କରିଥିଲେ । ସେ ଶନିବାର କହିଛନ୍ତି ଯେ, ତାଙ୍କର ବିଦେଶୀ ଗାଇଡ୍ […]

lava
କାଙ୍ଗୋରେ ଭୟଙ୍କର ଆଗ୍ନେୟଗିରି ବିସ୍ଫୋରଣ, ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କଲା ଭାରତୀୟ ସେନା

କିଂଶାସା: ଭୟଙ୍କର ଅଗ୍ନେୟଗିରି ବିସ୍ଫୋରଣ । ଏଣତେଣେ ଦୌଡ଼ିବାକୁ ଲାଗିଲେ ସହରବାସୀ । ଲାଭା ବହି ଆସି ରାସ୍ତା ଉପରେ ପ୍ରବାହିତ ହେଲା । ହଜାର ହଜାର ଲୋକ ସହର ଛାଡ଼ି ପଳାଇଲେ । କାଙ୍ଗୋର ଗୋମା ସହର ନିକଟରେ ଥିବା ଆଗ୍ନେୟଗିରି ମାଉଣ୍ଟ ନିରାଗୋଙ୍ଗୋ ଶନିବାର ବିସ୍ଫୋରଣ ହୋଇ ସମଗ୍ର ଆକାଶକୁ ଲାଲ କରିଦେଲା । ଖାଲି ସେତିକି ନୁହେଁ ପାହାଡ଼ରୁ ଲାଭା ବହି ଆସି ରାସ୍ତାରେ ପ୍ରବାହିତ ହୋଇଥିବା ଦେଖିବାକୁ ମିଳିଥିଲା । ଆଗ୍ନେୟଗିରି […]

featured
କ୍ରିତିଙ୍କ ହାତରେ ଆଉ ୭ ନୂଆ ଫିଲ୍ମ !

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କ୍ରିତି ସାନନ ‘ହିରୋପନ୍ତି’ରୁ ନିଜର ବଲିଉଡ କ୍ୟାରିୟର ଆରମ୍ଭ କରିଥିଲେ । ଏହି ଫିଲ୍ମକୁ ଦର୍ଶକ ଢ଼େର ସାରା ଭଲ ପାଇବା ଦେଇଥିଲେ । ଏହି ସିନେମାରେ କ୍ରିତି ସାନନ୍‌ଙ୍କ ସହ ଟାଇଗର ଶ୍ରଫ୍ ମୁଖ୍ୟ ଭୂମିକାରେ ଅଭିନୟ କରୁଥିଲେ । ଏହି ଚଳଚ୍ଚିତ୍ରରେ ହିଁ ଉଭୟ ଟାଇଗର୍‌ ଓ କ୍ରିତି ବଲିଉଡ୍‌ରେ ଏଣ୍ଟ୍ରି ମାରିଥିଲେ । ହିରୋନ୍ତିକୁ ଏହା ମଧ୍ୟରେ ୭ ବର୍ଷ ପୁରିଛି। ଏହା ସହିତ କ୍ରିତି ସାନନ୍ ଏବଂ […]

ipl2021
ସେପ୍ଟେମ୍ବର ୧୫ରୁ ଆରମ୍ଭ ହୋଇପାରେ IPL ମ୍ୟାଚ୍

IPL ଫ୍ୟାନ୍‌ଙ୍କ ପାଇଁ ଖୁସି ଖବର ! ସେପ୍ଟେମ୍ବର ୧୫ରୁ ଆରମ୍ଭ ହୋଇପାରେ IPL ମ୍ୟାଚ୍

karnataka Elephant rescued
ବିପଦ ବେଳରେ ପ୍ରକୃତ ବନ୍ଧୁର ପରିଚୟ ଦେଲା ବନ ବିଭାଗ, ବିପଦରୁ ହାତୀ ଛୁଆକୁ ଉଦ୍ଧାର କଲା..

କର୍ଣ୍ଣାଟକ: ବିପଦ ବେଳର ପ୍ରକୃତ ବନ୍ଧୁର ପରିଚୟ ଦେଇ ଗଜରାଜଙ୍କୁ ଉଦ୍ଧାର କରିଛନ୍ତି ବନ ବିଭାଗ କର୍ମଚାରୀ । କର୍ଣ୍ଣାଟକ କୁର୍ଗରେ ଏକ ଖାଲରେ ଖସି ପଡ଼ି ଆଘାତ ପାଇଥିବା ହାତୀକୁ ଜେସିବି ସାହାଯ୍ୟରେ ଉଦ୍ଧାର କରାଯାଇଛି । ଅପରେସନ୍ ଏଲିଫ୍ୟାଣ୍ଟ ରେସ୍ୟୁ ସଫଳ ହୋଇଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି । ଖାଲରେ ପଡ଼ିଯାଇଥିବା ଏକ ହାତୀ ଉପରକୁ ଉଠିବା ପାଇଁ ପ୍ରାଣମୁର୍ଚ୍ଛା ଉଦ୍ୟମ କରି ବିଫଳ ହୋଇଥିଲା […]

Harsh wardhan
ବର୍ଷ ଶେଷ ସୁଦ୍ଧା ଦେଶରେ ସମସ୍ତ ପ୍ରାପ୍ତ ବୟସ୍କଙ୍କୁ ମିଳିବ ଟିକା: ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ: ୨୦୨୧ ଶେଷ ସୁଦ୍ଧା ସମସ୍ତ ପ୍ରାପ୍ତ ବୟସ୍କ ନାଗରିକଙ୍କୁ କରୋନା ଟିକା ଦେବା ସ୍ଥିତିରେ ଥିବ ଭାରତ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ କହିଛନ୍ତି । ପଶ୍ଚିମବଙ୍ଗ ଓ ଉତ୍ତର ପୂର୍ବାଞ୍ଚଳ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ କୋଭିଡ୍ ସ୍ଥିତି ସମୀକ୍ଷା ବେଳେ ସେ ଏହା କହିଛନ୍ତି । ଡାକ୍ତର ହର୍ଷବର୍ଦ୍ଧନ ଆହୁରି କହିଛନ୍ତି, ଦେଶରେ ଜାନୁଆରୀ ୧୬ରେ କୋଭିଡ୍ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ୧୮ କୋଟି ୫୮ […]

Black fungus
କରୋନା ପରେ ବ୍ଲାକ୍ ଫଙ୍ଗସକୁ ମହାମାରୀ ଘୋଷଣା, ସୁଗାର ଲେବୁଲ ବଢ଼ିଲେ ଏହା ମାରାତ୍ମକ..

ରାଜସ୍ଥାନ: ବ୍ଲାକ୍ ଫଙ୍ଗସକୁ ମହାମାରୀ ଘୋଷଣା । ମ୍ୟୁକୋରମାଇକୋସିସ୍ ବା ବ୍ଲାକ୍ ଫଙ୍ଗସକୁ ମହାମାରୀ ଘୋଷଣା କରିଛନ୍ତି ରାଜସ୍ଥାନ ସରକାର । ପୂର୍ବରୁ ଖୁବ୍ ବିରଳ ଦେଖାଯାଉଥିବା ଏହି ସଂକ୍ରମଣ ଏବେ କରୋନାରୁ ଆରୋଗ୍ୟ ହେଉଥିବା ବହୁ ଲୋକଙ୍କ ଠାରେ ଦେଖିବାକୁ ମିଳୁଛି । ତେବେ ରାଜସ୍ଥାନରେ ପ୍ରାୟ ୧୦୦ଜଣଙ୍କ ଠାରେ ଏହି ଫଙ୍ଗାଲ୍ ଇନଫେକ୍ସନ ଠାବ ହେବା ପରେ ସରକାରଙ୍କ ପକ୍ଷରୁ ଏହାକୁ ମହାମାରୀ ବା ଏପିଡେମିକ୍ ଘୋଷଣା କରାଯାଇଛି । ଏଥିସହ ଜୟପୁର ସ୍ଥିତ […]

Breast Feeding
ସ୍ତନ୍ୟପାନ କରାଉଥିବା ମହିଳା ଓ କରୋନା ଆକ୍ରାନ୍ତ, କେତେବେଳେ ନେଇପାରିବେ ଟିକା ? ଜାଣନ୍ତୁ...

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତଙ୍କ ପାଇଁ ବଡ଼ ସୂଚନା । ସୁସ୍ଥ ହେବାର ୩ ମାସ ପରେ ନେଇ ପାରିବେ ଟିକା । ଯଦି ଜଣେ ପ୍ରଥମ ଡୋଜ୍ ଟିକା ନେବା ପରେ ପଜିଟିଭ୍ ହୋଇଛନ୍ତି, ତେବେ ସେ ସୁସ୍ଥ ହେବାର ୩ ମାସ ପରେ ଦ୍ୱିତୀୟ ଡୋଜ୍ ଟିକା ନେଇପାରିବେ । ଟିକାକରଣକୁ ନେଇ ଜାତୀୟ ଟିକା ପରିଚାଳନା ବିଶେଷଜ୍ଞ ଟିମ୍ ବା NEGVAC ଦ୍ୱାରା ପ୍ରସ୍ତାବିତ ନୂଆ ତଥା ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ କେନ୍ଦ୍ର ସରକାର ମୋହର […]