ଅହମ୍ମଦାବାଦ : ଚାରିଆଡେ ଏବେ ଅସହ୍ୟ ତାତି। ଅସହ୍ୟ ଗରମରୁ ରକ୍ଷା ପାଇବା ପାଇଁ ଲୋକମାନେ ବିଭିନ୍ନ ଉପାୟ ଆପଣାଉଛନ୍ତି। କିନ୍ତୁ ଅହମ୍ମଦାବାଦରେ ଜଣେ ମହିଳା ଗରମରୁ ରକ୍ଷା ପାଇବା ପାଇଁ ଏକ ଅଭିନବ ଉପାୟ ଆପଣାଇଛନ୍ତି। ସେ ନିଜ କାର ଉପରେ ଗୋବର ଲେପନ କରି ଚର୍ଚ୍ଚାକୁ ଆସିଛନ୍ତି। ଏହାଦ୍ୱାରା ଗାଡ଼ି ଚଳାଇବା ବେଳେ ଅସହ୍ୟ ଗରମରୁ ତ୍ରାହି ମିଳିପାରିବ ବୋଲି ସେ କହିଛନ୍ତି। ଗତକାଲି ଅହମ୍ମଦାବାଦରେ ତାପମାତ୍ରା ୪୫ଡ଼ିଗ୍ରୀ ପାର୍ ହୋଇଥିବା ବେଳେ ମହିଳା […]
ନୂଆଦିଲ୍ଲୀ: ୪୩ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ମନ କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କଲେଜ୍ ଛାତ୍ରଛାତ୍ରୀ, NCC କ୍ୟାଡେରଙ୍କୁ ସ୍ୱଚ୍ଛ ଭାରତ ସମର ଇଣ୍ଟର୍ଣ୍ଣସିପ୍ରେ ଯୋଗ ଦେବାକୁ ଆହ୍ୱାନ କରିଛନ୍ତି ମୋଦି। ଦେଶ, ଜାତି ଏବଂ ସମାଜ ପାଇଁ ଏହି ଅବସରରେ କିଛି କରିବା ସମୟ ବୋଲି ସେ କହିଛନ୍ତି। ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟଙ୍କ ସଫତଳତାକୁ ପ୍ରଂଶସା କରିଛନ୍ତି ମୋଦି। ରାଜ୍ୟଗୋଷ୍ଠୀରେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବିଶେଷ କରି […]
ଆବଶ୍ୟକୀୟ ସାମଗ୍ରୀ: ବଡ଼ ଚିଙ୍ଗୁଡ଼ି, ହଳଦୀଗୁଣ୍ଡ, ଲୁଣ, ତେଲ, ତେଜପତ୍ର, ଛୋଟ ଅଳେଇଚ, ଲବଙ୍ଗ, ଡାଲଚିନି, ବଟା ପିଆଜ, ଅଦା ବଟା, ରସୁଣ ବଟା, ଲଙ୍କାଗୁଣ୍ଡ, ନଡ଼ିଆ ରସ ପ୍ରସ୍ତୁତି ପ୍ରଣାଳୀ: ଚିଙ୍ଗୁଡ଼ିରୁ ଖୋଳପା ଛଡ଼ାଇ ନିଅନ୍ତୁ ଏବଂ ସେଥିରେ ଲୁଣ, ହଳଦୀ ଗୋଳାଇ ରଖନ୍ତୁ। କଡ଼େଇରେ ତେଲ ପକାଇ ମଧ୍ୟମ ଆଞ୍ଚରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇ ଆସିଲେ ତେଜପତ୍ର, ଅଳେଇଚ, ଲବଙ୍ଗ, ଡାଲଚିନି, ହଳଦୀଗୁଣ୍ଡ, ବଟା ପିଆଜ, ଅଦା ବଟା, ରସୁଣ […]
ଭୋପାଳ: ଯଦି ଆପଣଙ୍କ ଭିତରେ ପରିଶ୍ରମ ଓ ଇଚ୍ଛା ଶକ୍ତି ଅଛି ତେବେ ଆଗକୁ ବଢ଼ିବାରେ କେହି ବି ଅଟକାଇ ପାରିବେ ନାହିଁ। ନିଜର ପ୍ରଚେଷ୍ଟା ବଳରେ ମଣିଷ ସଫଳତାର ଶୀର୍ଷ ଛୁଇଁ ଥାଏ। ଆଉ ଏସବୁକୁ ପ୍ରମାଣିତ କରି ଦେଖାଇଛନ୍ତି ମଧ୍ୟପ୍ରଦେଶ ନରସିଂହପୁରର ବାସିନ୍ଦା ତପସ୍ୟା ପରିହାର। ତପସ୍ୟା ୨୦୧୭ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଅଲ୍ ଇଣ୍ଡିଆ ରାଙ୍କରେ ୨୩ତମ ସ୍ଥାନରେ ଅଛନ୍ତି। ସୂଚନା ଅନୁସାରେ, ତପସ୍ୟାଙ୍କ ବାପା ଜଣେ କୃଷକ। ସେ ବହୁତ ପରିଶ୍ରମ କରି […]
ମୁମ୍ବାଇ : ବିଜେପି ଶିବିରରେ ଖୁସି ଲହରି। ଏକ୍ଜିଟ୍ ପୋଲରେ ମୋଦି ସରକାର ପୁଣି ଥରେ ଦିଲ୍ଲୀ ଗାଦି ଦଖଲ କରୁଥିବାର ଆକଳନ ପରେ ବିଜେପି ଶିବିରରେ ସେଲିବ୍ରେସନ୍ ପାଇଁ ପ୍ରସ୍ତୁତି। ୨୩ ତାରିଖରେ ଫଳାଫଳ ଆସିବା ପରେ କେମିତି ବିଜୟ ଉତ୍ସବ ପାଳନ ହେବ, ସେଥିପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି। ଆଉ ଏଥିପାଇଁ ତିଆରି ହେଉଛି ଲଡ଼ୁ। ଜଣେ ବିଜେପି କର୍ମୀଙ୍କ କହିବାନୁସାରେ , ପ୍ରଥମେ ସେମାନେ ଦେଢ଼ ହଜାର କିଲୋ ଲଡ଼ୁ ତିଆରି ପାଇଁ […]
ନୂଆଦିଲ୍ଲୀ : ଇଭିଏମ ସହ ସବୁ VVPAT ସ୍ଲିପ୍କୁ ମେଳ କରିବା ପାଇଁ ହୋଇଥିବା ଆବେଦନକୁ ସୁପ୍ରିମ୍କୋର୍ଟ ଖାରଜ କରି ଦେଇଛନ୍ତି। ଆସନ୍ତା ୨୩ରେ ହେବାକୁ ଥିବା ଭୋଟ ଗଣତି ବେଳେ ଇଭିଏମ୍ ସହ ସମସ୍ତ VVPAT ସ୍ଲିପ୍କୁ ମେଳ କରିବା ପାଇଁ ଚେନ୍ନାଇର ଏକ ସଂସ୍ଥା ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ଶୁଣାଣି ବେଳେ ସୁପ୍ରିମକୋର୍ଟ ଆବେଦନକୁ ଖାରଜ କରିବା ସହ ଅଯୌକ୍ତିକ ବୋଲି ଦର୍ଶାଇଛନ୍ତି। ସୁପ୍ରିମ୍କୋର୍ଟର ବିଚାରପତି ଜଷ୍ଟିସ୍ ଅରୁଣ ମିଶ୍ରଙ୍କ ଖଣ୍ଡପୀଠରେ ମାମଲାର […]