• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ବନାନ୍ତୁ ‘ଚିକେନ୍ ତଡ଼କା’

ଆଜି ଶୁକ୍ରବାର ରାନ୍ଧଣାରେ ଆମେ ଚିକେନର ଏକ ସୁଆଦିଆ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ଚିକେନ ତଡ଼କା’ । ଏହି ରେସିପିଟିକୁ ବନେଇବା ଅତି ସହଜ ଓ ସରଳ ଅଟେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

ଆବଶ୍ୟକ ସାମଗ୍ରୀ:

ଚିକେନ୍‌, ମସୁର ଡାଲି, ଗୋଟା ମୁଗ, ବୁଟ ଡାଲି, ପିଆଜ, ରସୁଣ, ଅଦା, ଲଙ୍କା, ଡାଲଚିନି, ଗୁଜୁରାତି, ତେଜପତ୍ର, ତେଲ, ଟମାଟୋ ଓ ଧନିଆ ପତ୍ର।

ଅଧିକ ପଢ଼ନ୍ତୁ: ଦେଶୀ ଷ୍ଟାଇଲ୍‌ରେ ବନାନ୍ତୁ ‘ଚିକେନ୍ ପତ୍ର ପୋଡ଼ା’

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ମସୁର ଡାଲି, ବୁଟ ଡାଲି ଓ ମୁଗକୁ କିଛି ସମୟ ପାଇଁ ଭିଜାଇ ରଖନ୍ତୁ।
  • ତା’ପରେ ଭିଜା ମୁଗ, ମସୁର ଡାଲି ଓ ବୁଟ ଡାଲିକୁ ଅଳ୍ପ ସିଝାଇ ଦିଅନ୍ତୁ।
  • ଏହାପରେ କଡ଼େଇରେ ତେଲ ଗରମ କରି ସେଥିରେ ପିଆଜ ରସୁଣ, ଅଦା ଓ ଲଙ୍କା ବଟା ପକାନ୍ତୁ।
  • ମସଲା ବାଦାମୀ ରଙ୍ଗ ହୋଇଆସିବା ପରେ କଟା ଟମାଟୋ ପକାନ୍ତୁ।
  • ଅଳ୍ପ ସମୟ ପରେ ସେଥିରେ ଚିକେନ୍‌, ହଳଦୀ ଓ ଲୁଣ ପକାଇ କଷନ୍ତୁ।
  • କଷି ହୋଇଯିବା ପରେ ପାଣି ସହିତ ସିଝା ହୋଇଥିବା ମସୁର, ମୁଗ ଓ ବୁଟ ଡାଲି ପକାନ୍ତୁ।
  • ମାଂସ ସିଝିଯିବା ପରେ ସେଥିରେ ଡାଲଚିନି ଓ ଗୁଜୁରାତି ଗୁଣ୍ଡ ପକାନ୍ତୁ।
  • ଏହା ପରେ ମାଂସ ଓ ଡାଲିକୁ ବଘାରି ଦିଅନ୍ତୁ ବା ଛୁଙ୍କ ଦିଅନ୍ତୁ ।
  • ବଘାରିବା ପାଇଁ ପ୍ୟାନ୍‌ରେ ତେଲ ଗରମ କରି ସେଥିରେ କଟା ପିଆଜ ଓ ଛୋଟ ଛୋଟ କଟା ଯାଇଥିବା କଞ୍ଚା ଲଙ୍କା ପକାନ୍ତୁ।
  • ବଘାରି ସାରିବା ପରେ ଏଥିରେ କଟା ଧନିଆ ପତ୍ର ପକାଇ ଚୁଲିରୁ ଓହ୍ଲାଇ ଦିଅନ୍ତୁ।

ଏବେ ପ୍ରସ୍ତୁତ ହୋଇଗଲା ଗରମ ଗରମ ଚିକେନ୍‌ ତଡ଼କା। ଏହି ରେସିପିଟିକୁ ରୁଟି କିମ୍ବା ନାନ୍ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।

OTV is now on Whatsapp

Join and get latest news update delivered to you via whatsapp

Join Now