ମସ୍କୋ: ଆର୍ଟିକ୍ ସର୍କଲରେ ଥିବା ଋଷିଆର ଏକ ନଦୀର ରଙ୍ଗ ଆଶ୍ଚର୍ଯ୍ୟଜନକ ଭାବେ ବଦଳି ଯାଇଛି। ନଦୀର ପାଣି ରକ୍ତ ପରି ନାଲି ଦିଶୁଛି। ଏହାର ଫଟୋ ଋଷିଆନ ସୋଶାଲ ମିଡିଆରେ ଦେଖିବାକୁ ମିଳୁଛି। ଋଷିଆର ନୋରିଲ୍ସ୍କ ସହର ଦେଇ ବହି ଯାଇଥିବା ଡାଲ୍ଡିକାନ ନଦୀର ପାଣି ନୀଳ ପରିବର୍ତ୍ତେ ବରଗୁଣ୍ଡି ରଙ୍ଗ ପରି ଦିଶୁଛି । ଏପରି ଅସ୍ୱାଭାବିକ ପରିବର୍ତ୍ତନର କାରଣ କ’ଣ ତାହା ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ତେବେ ମେଟାଲ ପ୍ଲାଣ୍ଟ ଲିକ୍ […]
ୱାଶିଙ୍ଗଟନ୍: ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁଦିନ ବୃଦ୍ଧି ପାଉଥିବାବେଳେ ଆମେରିକାରେ ଏବେ ରେକର୍ଡ ସ୍ତରରେ ପହଞ୍ଚିଛି। ଦୀର୍ଘ ଦଶ ମାସ ଭିତରେ ଆମେରିକାରେ ୧୦ ମିଲିୟନ୍ ଅର୍ଥାତ ୧ କୋଟିରୁ ଉର୍ଦ୍ଧ୍ୱ କୋଭିଡ୍ କେସ୍ ଦେଖିବାକୁ ମିଳିଛି। ଜନ୍ ହପ୍କିନ୍ସ ୟୁନିଭରସିଟିର ତଥ୍ୟ ଅନୁସାରେ ଆମେରାକା ଗତ ସୋମବାର ଏହି ମାଇଲ୍ଷ୍ଟୋନକୁ ଅତିକ୍ରମ କରିଛି। ସୋମବାର ଦିନ ଆମେରିକାର ୪୩ଟି ରାଜ୍ୟରେ ଗତ ସପ୍ତାହ ଅପେକ୍ଷା ୧୦ ଶତକଡ଼ାରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି […]
ମୁମ୍ବାଇ: ଫୁଟ୍ପାଥରୁ ବଲିଉଡ୍ ଯାତ୍ରା ଓ ପରେ ଅଶୋଭନୀୟ ଆଚରଣ ପାଇଁ ଲୋକପ୍ରିୟତା ହରାଇଥିବା ଗାୟିକା ରାନୁ ମଣ୍ଡଳଙ୍କୁ ନେଇ ଏବେ ପୁଣି ଚର୍ଚ୍ଚା ଜୋର୍ ଧରିଛି। ରାନୁ ଏକ ବାୟୋପିକ୍ ଫିଲ୍ମରେ ଗୀତ ଗାଇବାକୁ ଯାଉଛନ୍ତି। ଅଭିନେତ୍ରୀ ଦୀପିକା ଚିଖାଲିଆଙ୍କର ବାୟୋପିକ୍ ଫିଲ୍ମ ‘ସରୋଜିନୀ’ର ସମସ୍ତ ଗୀତ ରାନୁ ମଣ୍ଡଳ ଗାଇବେ । ଏଥିରେ ଦୀପିକା ସରୋଜିନୀ ନାଇଡୁଙ୍କ ଭୂମିକାରେ ଅଭିନୟ କରିବାକୁ ଥିବା ଫିଲ୍ମଟିକୁ ଲେଖିଛନ୍ତି ଧୀରଜ ମିଶ୍ରା। ଏ ନେଇ ରାନୁଙ୍କର ଏକ […]
ରାଞ୍ଚି: ଏନ୍ଡିଏ ଠାରୁ ଆର୍ଜେଡି ମେଣ୍ଟ ପରାସ୍ତ ହେଉଥିବା ଦେଖି ନିରାଶ ହୋଇଗଲେ ରାଷ୍ଟ୍ରୀୟ ଜନତା ଦଳ(RJD) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ। ହଠାତ୍ ଟିଭି ବନ୍ଦ କରିଦେଇ ସିଧା ଯାଇ ବଙ୍ଗଳାର ଲନ୍ରେ ବସି ପଡ଼ିଲେ। ଲାଲୁଙ୍କର ଏହି ଫୋଟେ ଏବେ ଭାଇରାଲ୍ ହେଉଛି। ସୂଚନା ଅନୁସାରେ, ରାଞ୍ଚି ରିମ୍ସ ହସ୍ପିଟାଲର କେଲ୍ଲି ବଙ୍ଗଲୋରେ ଲାଲୁପ୍ରସାଦ ଯାଦବଙ୍କର ଚିକିତ୍ସା ଚାଲିଛି। ଆଜି ସକାଳୁ ଭୋଟ ଗଣତି ଆରମ୍ଭ ହେବା ପରେ ଲାଲୁ ଟିଭି ସାମ୍ନାରେ ବସିଯାଇଥିଲେ। […]
ଭୋପାଳ: ମଧ୍ୟପ୍ରଦେଶ ବିଧାନସଭା ଉପନିର୍ବାଚନରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ଆଶ୍ୱସ୍ଥି। ରାଜ୍ୟରେ ୨୮ଟି ଆସନରେ ହୋଇଥିବା ଉପନିର୍ବାଚନରେ ବିଜେପି ବିରୋଧୀ କଂଗ୍ରେସ ତୁଳନାରେ ଭଲ ପ୍ରଦର୍ଶନ କରିଛି। ୨୮ଟି ଆସନ ମଧ୍ୟରୁ ବିଜେପି ୨୧ଟିରେ ଆଗୁଆ ରହିଛି। ଗତ ମାର୍ଚ୍ଚରେ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳ ଛାଡ଼ି ବିଜେପିରେ ମିଶିବା ପରେ ତାଙ୍କ ସହ ୨୨ ବିଧାୟକ ମଧ୍ୟ ପଦରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ। ନିର୍ବାଚନ ହେଉଥିବା ୨୮ ଆସନ ମଧ୍ୟରୁ […]
ମାଟ୍ରିକ୍ ମୂଲ୍ୟାୟନରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ ଜୁଲାଇ ୩୦ରୁ ଦଶମ ଶ୍ରେଣୀ ପିଲାଙ୍କ ଅଫ୍ଲାଇନ୍ ପରୀକ୍ଷା ଦୈନିକ ସମ୍ବାଦରେ ବିଜେଡି ନେତା ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ସମ୍ପାଦକୀୟକୁ ନେଇ ଚର୍ଚ୍ଚା; ରାଜ୍ୟରେ କୋଭିଡ଼ ମୃତ୍ୟୁ ସଂଖ୍ୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି…
କାର୍ଲିଫର୍ଣ୍ଣିଆ: ଜୀବନ ବଞ୍ଚାଇବା ପାଇଁ ହାର୍ଟ ନେଇ ଯାଉଥିଲା ହେଲିକପ୍ଟର। କିନ୍ତୁ ହସ୍ପିଟାଲ୍ରେ ଲ୍ୟାଣ୍ଡିଂ କରିବା ପୂର୍ବରୁ କ୍ରାସ୍ ହୋଇଗଲା। ଏହା ପରେ ଯାହା ଘଟିଲା ତାହା କେଉଁ ହଲିଉଡ୍ ଫିଲ୍ମ ପରି ଲାଗୁଥିଲେ ବି କଥା ଟା ସତ। ଘଟଣା ଘଟିଛି ଆମେରିକାର କାର୍ଲିଫର୍ଣ୍ଣିଆ ସହରରେ। ପୂର୍ବ ଲସଏଞ୍ଜେଲେସ୍ର ଜଣେ ବ୍ୟକ୍ତିଙ୍କ ଶରୀରରେ ଅନ୍ୟଜଣକ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ହେବାର ଥିଲା। ଏଥିପାଇଁ କୌଣସି ମତେ ଯୋଗାଯୋଗ କରାଯାଇ ସାନ୍ ଡେଇଗୋରୁ କେକ୍ ହସ୍ପିଟାଲକୁ ହାର୍ଟ ନେଇ […]
ନୂଆଦିଲ୍ଲୀ: କରୋନା ସମୟରେ ଲୋକପ୍ରିୟ ପାଲଟିଥିବା ଭିଡିଓ କନଫରେନ୍ସିଂ ଆପ୍ ଜୁମ୍କୁ ଏବେ ଝଟ୍କା ଲାଗିଛି। ପିଫିଜର୍ସ ବୋୟୋଫାର୍ମାସିୟୁଟିକାଲ କମ୍ପାନୀର କରୋନା ଭ୍ୟାକ୍ସିନ ସଫଳ ପରୀକ୍ଷଣ ହେବା ଘୋଷଣା କରବା ପରେ ଜୁମ୍ ଆପ୍ର ସେୟାର ମୂଲ୍ୟରେ ହ୍ରାସ ଘଟିଛି। ଗତ ଏପ୍ରିଲ୍ ମାସଠାରୁ ଜୁମ୍ ଆପ୍କୁ ଅଧିକାଂଶ ଲୋକ ଭିଡିଓ ମାଧ୍ୟମରେ କଥାବାର୍ତ୍ତାହେବା ପାଇଁ ବ୍ୟବହାର କରୁଛନ୍ତି। ୨୦୧୯ ଡିସେମ୍ୱର ମାସରେ ଏହି ଆପ୍କୁ ପ୍ରତ୍ୟେକ ଦିନ ୧୦ ମିଲିୟନ ଲୋକ ବ୍ୟବହାର କରୁଥିବାବେଳେ ୨୦୨୦ […]
ନୂଆଦିଲ୍ଲୀ: ୨୦୨୦ ବର୍ଷ ପାଇଁ ୱିପ୍ରୋର ଚେୟାରମ୍ୟାନ ଅଜିମ୍ ପ୍ରେମ୍ଜୀ ଭରତର ସବୁଠାରୁ ବଦାନ୍ୟ ବ୍ୟକ୍ତି ହୋଇଛନ୍ତି। ସେ ଏହି ବର୍ଷ ସମୁଦାୟ ୭ ହଜାର ୯ ଶହ ୪ କୋଟି ଟଙ୍କା ଦାନ କରି ଏପରି ଆଖ୍ୟା ପାଇଛନ୍ତି। EdelGive Hurun India Philanthropy List 2020ର ତଥ୍ୟ ମୁତାବକ ଅଜିମ୍ ପ୍ରେମ୍ଜି ଦିନକୁ ୨୨ କୋଟି ଟଙ୍କା ଦାନ କରିଛନ୍ତି। ଏଥିସହିତ ସେ ଭାରତର ସବୁଠାରୁ ବଦାନ୍ୟ ଏବଂ ଲୋକହିତକାରୀ ବ୍ୟକ୍ତି ହୋଇଛନ୍ତି। ସୂଚନା […]
ଟିକା ଦେବାରୁ ପିଠିରେ କୁନି ପିଲାକୁ ବାନ୍ଧି ନଈ ପାର୍ ହେଲେ ନର୍ସ। ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଫଟୋ। ସୂଚନା ଅନୁସାରେ, ନର୍ସ ଜଣକ ଭ୍ୟାକ୍ସିନ ଦେବାକୁ ଯାଉଛନ୍ତି।
ପଟନା: ହସନପୁର ବିଧାନସଭା ନିର୍ବାଚନ ମଣ୍ଡଳିରୁ ବିଜୟ ହେଲେ ରାଷ୍ଟ୍ରୀୟ ଜନତା ଦଳ ନେତା ତଥା ଲାଲୁଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବ। ଜେଡିୟୁ ପ୍ରାର୍ଥୀ ରାଜ କୁମାର ରାୟଙ୍କୁ ୨୧,୧୩୯ ଭୋଟ୍ରେ ପରାସ୍ତ କରିଛନ୍ତି ତେଜ୍ ପ୍ରତାପ। ଇଲେକ୍ସନ କମିଶନଙ୍କ ୱେବ୍ସାଇଟ୍ରୁ ଏହି ସୂଚନା ମିଳିଛି। ତେଜ୍ ପ୍ରତାପ ପ୍ରଥମେ ମହୁଆ ଆସନରୁ ନିର୍ବାଚନ ଲଢ଼ିବେ ବୋଲି ନିଷ୍ପତ୍ତି ନେଇଥିଲେ। କିନ୍ତୁ ପରେ ଛାଡ଼ପତ୍ର ପାଇଥିବା ପତ୍ନୀ ଐଶ୍ୱର୍ଯ୍ୟା ରାୟ ତାଙ୍କୁ ଚ୍ୟାଲେଞ୍ଜ କରିବାରୁ […]
ପାଟନା: ରୋଚକ ମୋଡରେ ରହିଛି ବିହାର ନିର୍ବାଚନ ଫଳାଫଳ। ଏପର୍ଯ୍ୟନ୍ତ ସୁଦ୍ଧା ନୀତୀଶଙ୍କ ନେତୃତ୍ୱାଧୀନ ଏନ୍ଡିଏ ଆର୍ଜେଡି ମେଣ୍ଟ ଠାରୁ ଆଗରେ ରହିଛି। ତେବେ ଆର୍ଜେଡି ମଧ୍ୟ ଏନ୍ଡିଏକୁ କଡ଼ା ଟକ୍କର ଦେଉଛି। ରାତି ୮.୨୦ ସୁଦ୍ଧା ଏନ୍ଡିଓ ଆର୍ଜେଡି ମେଣ୍ଟକୁ ପଛରେ ପକାଇ ୧୨୬ ସିଟ୍ରେ ଆଗୁ ରହିଛି। ସେହିଭଳି ତେଜସ୍ୱୀ ଯାଦବଙ୍କ ମହାଗଠବନ୍ଧନ ୧୧୦ ସିଟ୍ରେ ଚାଲିଛି। ତେବେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଫଳାଫଳା ପ୍ରକାଶ ପାଇନଥିବା ବେଳେ ବିଳମ୍ବିତ ରାତି ପର୍ଯ୍ୟନ୍ତ ନିର୍ବାଚନ ଫଳାପଳ […]
ଦୁବାଇ: ଚଳିତ ଆଇପିଏଲର ଅନ୍ତିମ ପର୍ଯ୍ୟାୟ ମ୍ୟାଚ୍ରେ ଚାରିଥରର ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହୋଇଛନ୍ତି। ଏହି ଫାଇନାଲ୍ ଫାଇଟରେ ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସର କ୍ୟାପଟେନ୍ ଶ୍ରେୟସ ଆୟର୍ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବୋଲିଂ କରିବା ପାଇଁ ପଡ଼ିଆକୁ ଓହ୍ଲାଇଥିଲା। ଦୁବାଇ ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ […]
ଯୋଧପୁର: ରାଜସ୍ଥାନ ଯୋଧପୁରରେ କାନ୍ଥ ଭୁଶୁଡ଼ି ୮ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ଯୋଧପୁର ବସ୍ନୀ ଶିଳ୍ପାଞ୍ଚଳରେ ଥିବା ଏକ ନିର୍ମାଣାଧୀନ ବିଲ୍ଡିଂର କାନ୍ଥ ଭୁଶୁଡ଼ି ପଡ଼ିବା ଯୋଗୁ ଏହି ଅଭାବନୀୟ ଘଟଣା ଘଟିଛି। ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। କିଭଳି ସ୍ଥିତିରେ କାନ୍ଥ ଭୁଶୁଡ଼ିଲା ତାହା ଜଣାପଡ଼ିନାହିଁ। ପୋଲିସ ଘଟଣାର ତଦନ୍ତ ଚଳାଇଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ମୃତକଙ୍କ ପରିବାରକୁ […]
ମୁମ୍ବାଇ: ମୋଷ୍ଟ୍ ୱାଣ୍ଟେଡ୍ ଅଣ୍ଡର୍ ୱାର୍ଲଡ୍ ଡନ୍ ଦାଉଦ୍ ଇବ୍ରାହିମ୍ର ସମ୍ପତ୍ତି ନିଲାମ ହୋଇଛି। ଦାଉଦ୍ର ମହାରାଷ୍ଟ୍ର ରତ୍ନଗିରିରେ ଥିବା ଦାଉଦର ୬ଟି ସମ୍ପତ୍ତିର ଇ-ନିଲାମ ହୋଇଛି। ପାଖାପାଖି ୨୩ ଲକ୍ଷ ଟଙ୍କାରେ ଏହି ସମ୍ପତ୍ତି ନିଲାମ ହୋଇଛି। ସ୍ମଗଲର୍ସ ଆଣ୍ଡ୍ ଫରେନ ଏକ୍ସଚେଞ୍ଜ ମାନିପୁଲେଟର୍ସ (Forfeiture of Property) ଆକ୍ଟ (SAFEMA) ଅନୁଯାୟୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ସମ୍ପତ୍ତି ନିଲାମ କରାଯାଇଛି। ଏହି ନିଲାମୀରେ ଦାଉଦର ୪ଟି ସମ୍ପତ୍ତିକୁ ଦିଲ୍ଲୀର ଆଇନଜୀବୀ ଭୂପେନ୍ଦ୍ର ଭରଦ୍ୱାଜ […]
ଦୁବାଇ: ମୁମ୍ବାଇ ମୁଣ୍ଡରେ ଆଇପିଏଲ ମହାମୁକୁଟ। ଆଇପିଏଲ ସିଜିନ୍ ୧୩ ଫାଇନାଲ୍ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ(Delhi Capitals) ହରାଇ ଲଗାତର ଦ୍ୱିତୀୟ ଓ ସିରିଜରେ ସର୍ବାଧିକ ପଞ୍ଚମ ଥର ପାଇଁ ଟାଇଟଲ୍ ହାସଲ କରି ରେକର୍ଡ କରିଛି ମୁମ୍ବାଇ ଇଣ୍ଡିଆନ୍ସ(Mumbai Indians)। ଫାଇନାଲ ଲଢେଇରେ ଦିଲ୍ଲୀକୁ ୫ ୱିକେଟ୍ରେ ହରାଇଛି ମୁମ୍ବାଇ ଇଣ୍ଡିଆନ୍ସ। ୧୫୭ ରନ୍ର ବିଜୟ ଲକ୍ଷ୍ୟକୁ ଦଳ ୮ ବଲ୍ ବାକି ଥାଇ ହାସଲ କରିଥିଲା। ଫଳରେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମ ଟାଇଟଲ ଜିତିବା ସ୍ୱପ୍ନ […]
ମୁମ୍ବାଇ: ବଲିଉଡ୍ର ପ୍ରସିଦ୍ଧ ଗାୟିକା ନେହା କକ୍କର ନିକଟରେ ରାଇଜିଙ୍ଗ୍ ଷ୍ଟାର ଫେମ୍ ରୋହନପ୍ରୀତ୍ ସିଂଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଉଭୟ ବିବାହ ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଶେଆର କରୁଥିବା ନଜର ଆସିଛି। ନେହାଙ୍କୁ ନେଇ ତାଙ୍କର ଏକ୍ସ ବୟଫ୍ରେଣ୍ଡ୍ ହିମାଂଶ କୋହଲି ମଧ୍ୟ ଖୁବ୍ ଚର୍ଚ୍ଚାରେ ଅଛନ୍ତି। କଥାଟା ହେଲା, ହିମାଂଶ ନେହାଙ୍କୁ ଭୁଲ୍ ମାଗୁଥିବାର ଏକ ଫେକ୍ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଯେଉଁଥିରେ ହିମାଂଶ […]
ପାଟନା: ସଜେଇ ହେଲାଣି ଜେଡିୟୁ କ୍ୟାମ୍ପ। ବିହାର ପାଟନାର ଗଳି କନ୍ଦିରେ ଲାଗିଛି ନୀତିଶ କୁମାରଙ୍କ ପୋଷ୍ଟର। ବିହାରରେ ପୁଣି ଥରେ ନୀତିଶ କୁମାର ହେବେ ମୁଖ୍ୟମନ୍ତ୍ରୀ। ଏନଡିଏକୁ ସ୍ପଷ୍ଟ ବହୁମତ ମିଳିବା ପରେ ଏବେ ବିଜେପି, ଜେଡିୟୁ କ୍ୟାମ୍ପରେ ଖୁସିର ଲହରି ଖେଳିଯାଇଛି। ଆଜି ଦିଲ୍ଲୀ ମୁଖ୍ୟାଳୟରେ କର୍ମୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି। ଏନେଇ ସ୍ୱତନ୍ତ୍ର ଆୟୋଜନ ହୋଇଛି। ରାଜ୍ୟର ମୋଟ୍ ୨୪୩ରୁ ୧୨୫ ସିଟକୁ ଅକ୍ତିଆର କରିଛି ଏନଡିଏ। ବିଜେପି ୭୪ ଆସନରେ […]
ନୂଆଦିଲ୍ଲୀ: ୧୧ଟି ରାଜ୍ୟର ୫୯ଟି ବିଧାନସଭା ଉପନିର୍ବାଚନର ଫଳାଫଳ ଆସିଯାଇଛି । ଅଧିକାଂଶ ରାଜ୍ୟରେ ବିଜେପି ପ୍ରାର୍ଥୀ ବାଜିମାତ୍ କରିଛନ୍ତି । ମଧ୍ୟପ୍ରଦେଶରେ ୨୮ଟି ଆସନରୁ ୧୯ଟି ଆସନରେ ବିଜୟୀ ହୋଇଛି ବିଜେପି । ୯ଟି ଆସନରେ ଜିତିଛି କଂଗ୍ରେସ । ସେହିପରି ଗୁଜରାଟରେ ୮ଟି ଆସନକୁ କ୍ଲିନ୍ ସୁଇପ୍ କରିଛି ଦଳ। ମଣିପୁର ବିଧାନସଭା ଉପ ନିର୍ବାଚନରେ ବିଜେପିକୁ ୪ ସିଟ୍ ମିଳିଥିବା ବେଳେ ସ୍ୱାଧୀନକୁ ଗୋଟିଏ ମିଳିଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ […]